ସିଡନୀ ଟେଷ୍ଟରେ ଭାରତ ଇନିଂସ ପଛୁଆ, ମଜଭୁତ ସ୍ଥିତିରେ ଅଷ୍ଟ୍ରେଲିଆ


ଅଷ୍ଟ୍ରେଲିଆର ସଫଳ ବୋଲର କମିନ୍ସ
ତୃତୀୟ ଟେଷ୍ଟ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରି ଭାରତ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୩୮ ରନର ଜବାବରେ ଭାରତୀୟ ଦଳ ୨୪୪ ରନରେ ଅଲଆଉଟ ହୋଇ ପ୍ରଥମ ଇନିଂସରେ ୯୪ ରନରେ ପଛୁଆ ରହିଛି। ଏଥିସହ ଅଷ୍ଟ୍ରେଲିଆ ୩ୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟରେ ୧୦୩ ରନ କରି ମୋଟ ୧୯୭ ରନରେ ଆଗୁଆ ହୋଇ ମଜଭୁତ ସ୍ଥିତିରେ ଉପନୀତ ହୋଇଛି। ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ଦୁଇ ଓପନରଙ୍କୁ ଶୀଘ୍ର ହରାଇଥିଲେ ବି ଲାବୁସେନ ଓ ସ୍ମିଥ ଚମତ୍କାର ବ୍ୟାଟିଂ ଜରିଆରେ ଦଳକୁ ବଡ଼ ଅଗ୍ରଣୀ ଦେଇ ବାଟ କଢ଼ାଇବାରେ ସଫଳ ହୋଇପାରିଛନ୍ତି। ଲାବୁସେନ ୪୭ ଓ ସ୍ମିଥ ୨୯ ରନ କରି ଅପରାଜିତ ରହିଛନ୍ତି।

ଦ୍ବିତୀୟ ଦିନର ଅସମାପ୍ତ ଇନିଂସ ୯୬/୨ରୁ ଖେଳ ଆରମ୍ଭ କରିଥିବା ଭାରତ ୩ୟ ୱିକେଟରେ ୧୧୭ ରନରେ ପହଞ୍ଚି ଅଧିନାୟକ ରାହାଣେଙ୍କ ୱିକେଟ ହରାଇଥିଲା। ରାହାଣେ ମାତ୍ର ୨୨ ରନ କରି ସଫଳ ବୋଲର କମିନ୍ସଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ଏହାପରେ ଫର୍ମ ପାଇଁ ସଂଘର୍ଷ କରୁଥିବା ହନୁମା ବିହାରୀ ମାତ୍ର ୪ ରନ କରିଥିଲା ବେଳେ ରନ ଆଉଟ ହୋଇଥିଲେ। ପଞ୍ଚମ ୱିକେଟରେ ପୂଜାରାଙ୍କ ସହ ପନ୍ତ ଯୋଗଦେଇ ୫୩ ରନର ପାର୍ଟନରଶିପ କରିବାରେ ସଫଳ ହୋଇଥିଲେ। ମାତ୍ର ପନ୍ତ ଦ୍ରୁତ ବୋଲର କମିନ୍ସଙ୍କ ଶଟ ବଲରେ ଆହତ ହେବାରୁ ଦଳ ପାଇଁ ବିପଦ ମାଡ଼ି ଆସିଥିଲା। ପନ୍ତ ୩୬ ଓ ଅର୍ଦ୍ଧଶତକ ପୂରଣ କରିଥିବା ପୂଜାରା ଠିକ ୫୦ ରନରେ ଆଗ ପଛ ହୋଇ ଆଉଟ ହୋଇଥିଲେ। ଏହାପରେ ଜାଡେଜା ୨୮ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ ବି ସେ ଆହତ ହୋଇ ଆଉ ବେଶି ସମୟ ତିଷ୍ଠି ପାରି ନ ଥିଲେ। ଫଳରେ ଭାରତୀୟ ଦଳ ୧୦୦.୪ ଓଭର ଖେଳି ୨୪୪ ରନରେ ଅଲଆଉଟ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ସଫଳ ବୋଲର ଭାବେ ୪ଟି ୱିକେଟ ପାଇଥିଲା ବେଳେ ହେଜେଲଉଡ ୨ଟି ଓ ଷ୍ଟାର୍କଙ୍କୁ ଗୋଟିଏ ୱିକେଟ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ