ସ୍ବତନ୍ତ୍ର ପ୍ରସଙ୍ଗ

ଜିଆଇ ଝିନ୍‌ଝଟ୍‌: ଓଡ଼ିଶାର ଦ୍ରବ୍ୟକୁ ନିଜର କହିବାରେ ସରକାର

ଭୁବନେଶ୍ବର: ସ୍ବତନ୍ତ୍ରତା ଥିବା ନିଜ ଜିନିଷ ଉପରେ ଭୌଗଳିକ ପରିଚୟ(ଜିଆଇ)ର ଷ୍ଟାମ୍ପ୍‌ ମାରି ଏହାକୁ ନିଜସ୍ବ କରିବା ଲାଗି ସମସ୍ତେ ତତ୍ପର। ଜିଆଇ ମିଳିଗଲେ ପୂରାପୂରି ନିରାପଦ। ଆମେ ଜାଣିଲେ ଆମ ଜିନିଷ ସୁରକ୍ଷିତ। ଏହା ନ କଲେ ଆମ ଜିନିଷକୁ ଆମେ ଆମର ଜିନିଷକୁ ନିଜର କହିବା ପୂର୍ବରୁ ଆଉ କେହି ତା’ ଉପରେ ଅଧିକାର ସାବ୍ୟସ୍ତ କରିସାରିଥିବ। ଏଥିପାଇଁ ସାମଗ୍ରୀକ ଭାବେ ଉଦ୍ୟମର ଆବଶ୍ୟତା ଥିଲେ ହେଁ ସରକାରୀ ସ୍ତରରେ ଅଧିକ ପ୍ରୟୋଜନୀୟତା ଆବଶ୍ୟକ। କାରଣ ଲୋକେ ସେମାନଙ୍କ ସୁଖ ଦୁଃଖକୁ ବୁଝିବା ପାଇଁ ଲୋକପ୍ରତିନିଧି ବାଛି ସରକାର ଗଠନ କରାଇଛନ୍ତି। ଏପରିସ୍ଥଳେ ନିଜର ଜିନିଷକୁ ନିଜସ୍ବ କହିବା ପାଇଁ ସରକାରୀ ସ୍ତରରେ ପ୍ରଥମେ ପ୍ରଚେଷ୍ଟା ଆବଶ୍ୟକ। ତେବେ ଅଧିକାଂଶ କ୍ଷେତ୍ରରେ ଜିଆଇ ମାନ୍ୟତା ପାଇଁ ପ୍ରଥମେ ବେସରକାରୀ ଉଦ୍ୟମ ହେଉଥିବା ଦେଖାଯାଇଥିବା ବେଳେ ସରକାରୀ ପଛରେ ରହିଛନ୍ତି। ନିଜର ସାମଗ୍ରୀକୁ ନିଜସ୍ବ କହିବାରେ ସରକାର ଏତେ କୁଣ୍ଠିତ କାହିଁକି, ତାହା ବୁଝାପଡ଼ୁନି।

ଶେଷନିଦ୍ରାରେ ସ୍ନେହମୟୀ ସୁଷମା, ଭୁଲିପାରିବନି ଭାରତ

ନୂଆଦିଲ୍ଲୀ: ଅଗଷ୍ଟ ୬, ୨୦୧୯, ମଙ୍ଗଳବାର। ବାରଟି ମଙ୍ଗଳ ହୋଇଥିଲେ ମଧ୍ୟ ଏହା ଶେଷ ମୁହୂର୍ତ୍ତରେ ଅମଙ୍ଗଳ ସାବ୍ୟସ୍ତ ହୋଇଛି। କାରଣ ଦେଶର ଜଣେ ଟାଣୁଆ ନେତ୍ରୀ ଇହଧାମ ତ୍ୟାଗ କରିଛନ୍ତି। ବିଜେପି ପରି ଏକ ପୁରୁଷପ୍ରଧାନ ଦଳରେ ସେ ସଫଳତାର ଶିଖରରେ ପହଞ୍ଚିପାରିଥିଲେ। ତିନି ଥର ବିଧାନସଭାକୁ ନିର୍ବାଚିତ ହେବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଥିଲେ। କେନ୍ଦ୍ର ମନ୍ତ୍ରୀ ଭାବେ ନିଜର ଦାୟିତ୍ବ ସଠିକ୍‌ ରୂପେ ସମ୍ପାଦନ କରିବା ସହ ଜଣେ ନାରୀ ଭାବେ ଦରଦୀ ହୃଦୟର ପରିଚୟ ଦେଇଥିଲେ। ପଡ଼ୋଶୀ ପାକିସ୍ତାନ ହେଉ କିମ୍ବା ଅନ୍ୟାନ୍ୟ କୌଣସି ଦେଶ ହେଉ, କେହି ବି ଭାରତୀୟ ସମସ୍ୟାରେ ପଡ଼ିଥିଲେ ତାଙ୍କୁ ଯୋଗାଯୋଗ କରିବା ପରେ ବେଶ୍‌ ସହଜରେ ନିଜ ଦେଶକୁ ଫେରିପାରିଥିଲେ। କାରଣ ସ୍ନେହମୟୀ ସୁଷମା ସେମାନଙ୍କୁ ନିଜ ପରିବାରର ସଦସ୍ୟ ପରି ବିଦେଶରୁ ସ୍ବଦେଶ ଫେରାଇ ଆଣିବା ସକାଶେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରୁଥିଲେ। ଆଇନଜୀବୀରୁ ରାଜନୀତିରେ ପ୍ରବେଶ କରିଥିବା ଏହି ମହିୟସୀ ମହିଳା ମଙ୍ଗଳବାର ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି। ସେ ହେଉଛନ୍ତି ବିଜେପିର ପ୍ରଥମ ମହିଳା ମୁଖପାତ୍ର ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ୬୭ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦେଶସେବା ସହ ସାଧାରଣ ମଣିଷ ପ୍ରତି ତାଙ୍କର ଭଲ ପାଇବାକୁ କଦାପି ଭାରତ ଭୁଲିପାରିବ ନାହିଁ।

ଭାରତୀୟଙ୍କ ସ୍ମୃତିରେ ଉଜ୍ଜୀବିତ ସୁଷମା

ଭାରତୀୟ ରାଜନୀତିର ଅଗ୍ନିବର୍ଷୀ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ୬୭ ବର୍ଷ ବୟସରେ ହୃଦଘାତ ରେ ମଙ୍ଗଳବାର ତାଙ୍କର ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି । ରାଜନୀତିରେ ଅପରାଜିତା, ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ସୁଷମା ଲୋକସଭାକୁ ୭ ଥର ବିଜୟୀ ହୋଇ ଆସିଥିଲେ। ଲୋକସଭାରେ ବିରୋଧୀ ଦଳ ନେତ୍ରୀ ହେବାଠାରୁ ବୈଦେଶିକ ମନ୍ତ୍ରୀ ଯାଏଁ ସବୁଠି ସେ ନିଜର ପାରଦର୍ଶିତା ପ୍ରଦର୍ଶିତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସ୍ୱଳ୍ପ ସମୟ ପାଇଁ ଅଧିଷ୍ଠିତ ସୁଷମା ୨୫ ବର୍ଷ ବୟସରେ ହରିୟାଣା ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଯୋଗଦେଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସୁଷମା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ଦାୟିତ୍ୱ ସମ୍ଭାଳି ଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ବୈଦେଶିକ ମନ୍ତ୍ରୀ ଭାବେ ସେ ସର୍ବାଧିକ ଲୋକପ୍ରିୟ। ସଂସଦ, ଜାତିସଂଘ, ନିର୍ବାଚନୀ ସଭା ତଥା ବିଭିନ୍ନ ସ୍ଥାନରେ ନିଜର ଓଜସ୍ୱୀ ଭାଷଣ ପାଇଁ ସେ ଲୋକପ୍ରିୟ ଥିଲେ। ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ, କାର୍ଯ୍ୟଦକ୍ଷତା, ହସହସ ମୁହଁ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ ସୁଷମା। ତାଙ୍କ ପରି ଜଣେ ବାଗ୍ମୀ ନେତ୍ରୀଙ୍କୁ ହରାଇବା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସୂଚନାଯୋଗ୍ୟ ଯେ ମୃତ୍ୟୁର କେଇ ଘଣ୍ଟା ଆଗରୁ ନିଜର ଶେଷ ଟ୍ୱିଟ୍‌ରେ ସେ ଏପରି ଏକ ଦିନକୁ ଅପେକ୍ଷା କରିଥିଲେ ବୋଲି ଦର୍ଶାଇ ଜାମ୍ମୁ-କାଶ୍ମୀର ରେ ୩୭୦ ଧାରା ଉଛେଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାବାସୀ ଜଣାଇଥିଲେ।

ଅମିତ ଶାହଙ୍କ ମାଷ୍ଟରଷ୍ଟ୍ରୋକ୍‌

ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ୩୭୦ ଧାରାକୁ ମୋଦି ସରକାର ଉଚ୍ଛେଦ କରି ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ଦେଶବାସୀ ମୋଦି ଓ ଶାହଙ୍କ ଯୋଡିକୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରାଯାଇ ଦୁଇ ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହାକୁ ନେଇ ସୋମବାର ରାଜ୍ୟସଭାରେ ଆଲୋଚନା ହୋଇଥିବା ବେଳେ ମଙ୍ଗଳବାର ଲୋକସଭାରେ ଆଲୋଚନା ଜାରି ରହିଥିଲା। କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କ ଦ୍ୱାରା ଉତ୍‌ଥାପିତ ଯୁକ୍ତିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ-କଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିବା ପରେ ସଂସଦରେ ଏକ ଆବେଗିକ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ପରି ମଙ୍ଗଳବାର ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେବଳ ସଂସଦରେ ନୁହଁ, ବରଂ ସାରା ଦେଶବାସୀଙ୍କ ଚର୍ଚ୍ଚାରେ ସ୍ଥାନ ପାଇଥିଲେ। ମୋଦି ଓ ଶାହଙ୍କ ଯୋଡିକୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା। ମୁମ୍ବାଇରେ ଶିବସେନାର କର୍ମୀମାନେ ଅମିତ ଶାହଙ୍କ ଫଟୋଚିତ୍ରରେ କ୍ଷୀର ଢାଳି ଅଭିଷେକ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବାଣଫୁଟାଇ ଦୀପାବଳୀର ପରିବେଶ ସୃଷ୍ଟି କରାଯାଇଥିଲା। କେନ୍ଦ୍ରରେ ବିଜେପି ସରକାରର ଏହି ଐତିହାସିକ ନିଷ୍ପତ୍ତିରେ ଏହାର ଘୋର ବିରୋଧୀଦଳ ଭାବେ ପରିଚିତ ସମାଜବାଦୀ ପାର୍ଟି (ସପା), ବହୁଜନ ସମାଜ ପାର୍ଟି (ବସପା), ବିଜୁ ଜନତା ଦଳ (ବିଜେଡି), ଆପ୍‌ ଆଦି ଦଳଗୁଡିକର ସମର୍ଥନ ମିଳିଥିବା ବେଳେ ଏନ୍‌ଡିଏରେ ସାମିଲ ଜେଡି(ୟୁ)ର ସାଂସଦମାନେ ଏହାକୁ ବିରୋଧ କରି ସଂସଦରୁ ବାହାରି ଯାଇଥିଲେ। ସରକାର ଏହି ପ୍ରସ୍ତାବକୁ ଅପ୍ରତ୍ୟାଶିତ ଭାବେ ଉପସ୍ଥାପିତ କରିଥିଲେ ହେଁ ବିଗତ କିଛିଦିନ ଧରି ଅତ୍ୟନ୍ତ ସତର୍କତାର ସହିତ ଏହାର ପ୍ରସ୍ତୁତି ଚାଲିଥିଲା। ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଏହି ବିଲ୍‌କୁ କିଭଳି ଉପସ୍ଥାପିତ କରାଇ ସାରା ଦେଶବାସୀଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ମୁହୂର୍ତ୍ତ ଆଣିଦେଲେ, ଆସନ୍ତୁ ଜାଣିବା।

ଭଦ୍ରକରେ ବାଟ ହୁଡ଼ିଛି ‘ପରୀ’

ନିଖୋଜ ଶିଶୁଙ୍କୁ ଠାବ କରିବା ସହ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କିମ୍ବା ଥଇଥାନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପରୀ କାର୍ଯ୍ୟକ୍ରମ। ଏହିକ୍ରମରେ ପରୀ-୧, ପରୀ-୨ ପରେ ଏବେ ଆରମ୍ଭ ହୋଇଛି ପରୀ-୩ କାର୍ଯ୍ୟକ୍ରମ। ତେବେ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ପରୀ-୨କୁ ଯେପରି ସଫଳତା ମିଳିଥିଲା, ସେପରି ସଫଳତା ଏବେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମିଳିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପରୀ-୨ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୂର୍ବରୁ ଜୋରଦାର୍‌ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ସେପରି ପ୍ରସ୍ତୁତି ଚଳିତ ପରୀ-୩ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ଶିଶୁମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ବିଭିନ୍ନ ସଂଗଠନମାନଙ୍କ ନିକଟରେ ଯେପରି ତତ୍ପରତା ପ୍ରକାଶ ପାଇବା କଥା, ସେତିକି ଦେଖିବାକୁ ମିଳିନାହିଁ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ତରବରିଆ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ କେତେକ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲା ପୋଲିସ୍‌ ପ୍ରଶାସନ ଏହାର ଶୁଭାରମ୍ଭ କରିଛି। ବିନା ପ୍ରଚାର ପ୍ରସାର ତଥା ସଚେତନତା ସୃଷ୍ଟିରେ ଏପରି ଏକ କାର୍ଯ୍ୟକ୍ରମ କିପରି ସଫଳ ହେବ, ତାହାକୁ ନେଇ ଏବେ ସଂଶୟ ସୃଷ୍ଟି ହୋଇଛି।

ଧାରା ୩୭୦ରେ ପୂର୍ଣ୍ଣଛେଦ: ହିନ୍ଦୁ କଶ୍ମୀରୀ ଆହ୍ଲାଦିତ

ଜମ୍ମୁ-କଶ୍ମୀରକୁ ନେଇ ମୋଦି ସରକାର ସୋମବାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜମ୍ମୁ-କଶ୍ମୀରରୁ ହଟିଛି ଧାରା ୩୭୦। ଲଦାଖକୁ ଜମ୍ମୁ-କଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ସହ ଜମ୍ମୁ-କଶ୍ମୀର ମଧ୍ୟ ସ୍ୱତନ୍ତ୍ରରାଜ୍ୟ ମାନ୍ୟତା ହରାଇଛି। ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ନେଇରାଜ୍ୟସଭାରେ ଘୋଷଣା କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚା ଆରମ୍ଭ ହୋଇଛି। ପ୍ରତିକୂଳ ପରିସ୍ଥିତିରେ ବାଧ୍ୟବାଧକତାରେ ଭିଟାମାଟି ଛାଡ଼ିଥିବା ହିନ୍ଦୁ କଶ୍ମୀରୀମାନେ ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତି ଖୁସିରେ ଆତ୍ମହରା ହୋଇଉଠିଛନ୍ତି। ଫଳରୋ ଏଣିକି ସେମାନଙ୍କ ଘରବାହୁଡ଼ା ଆଶା ଉଜ୍ଜ୍ବଳ ହେବାରେ ଲାଗିଛି।

ଦବଙ୍ଗ ଡେବ୍ୟୁଟାଣ୍ଟ୍‌: ଫଟାଫଟ୍‌ କ୍ରିକେଟ୍‌ରେ ୬ ଭାରତୀୟଙ୍କ

ଅନ୍ତର୍ଜାତୀୟ ସ୍ତରରେ ଟି-୨୦ ମ୍ୟାଚ୍‌ ୨୦୦୫ରେ ଆରମ୍ଭ ହୋଇଥିଲେ ମଧ୍ୟ ପାଖାପାଖି ବର୍ଷେ ପରେ ଭାରତ କ୍ରିକେଟ୍‌ର ଏହି ରୋମାଞ୍ଚକର ଫର୍ମାଟ୍‌ରେ ଅଂଶଗ୍ରହଣ କରିଥିଲା। ୨୦୦୬ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳ ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚ୍‌ର ଅନୁଭବ ହାସଲ କରିଥିଲା। ଏହା ପରଠାରୁ ଭାରତ ଏହି ଫର୍ମାଟ୍‌ର ପ୍ରଥମ ବିଶ୍ବକପ୍‌ରେ ଚାମ୍ପିଅନ୍‌ ହେବା ସହ ଫଟାଫଟ୍‌ କ୍ରିକେଟ୍‌ ଭାବେ ପରିଚିତ ଟି-୨୦ରେ ଅନ୍ୟତମ ସଫଳ ଦଳ ରହିଆସିଛି। ଶନିବାର ଦଳ ଫ୍ଲୋରିଡାର ଲଡରହିଲ୍‌ଠାରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ତା’ର ସଦ୍ୟ ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ଏଥିରେ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି ପଶ୍ଚିମବଙ୍ଗ ଦ୍ରୁତ ବୋଲର୍‌ ନବଦୀପ ସୈନୀ। ନିଜର ପଦାର୍ପଣ ମ୍ୟାଚ୍‌ରେ ଏହି ସଫଳତା ପାଇବାରେ ସେ ହେଉଛନ୍ତି ଷଷ୍ଠ ଭାରତୀୟ ଖେଳାଳି। ତେବେ ଏହି ପରମ୍ପରା ଭାରତ ପାଇଁ ୨୦୦୬ରୁ ଦିନେଶ କାର୍ତ୍ତିକ ଆରମ୍ଭ କରିଥିବା ବେଳେ ସୈନୀ ଏହାକୁ ଜାରି ରଖିଛନ୍ତି। ଶନିବାର ମ୍ୟାଚ୍‌ରେ ସୈନୀ ତାଙ୍କ ୪ ଓଭର୍‌ରେ ମାତ୍ର ୧୭ ରନ୍‌ ଦେଇ ୩ଟି ୱିକେଟ୍‌ ନେବା ଫଳରେ ଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। କାର୍ତ୍ତିକ ଓ ସୈନୀଙ୍କ ବ୍ୟତୀତ ପ୍ରଜ୍ଞାନ ଓଝା, ଏସ୍‌. ବଦ୍ରିନାଥ, ଅକ୍ଷର ପଟେଲ୍‌, ବରିନ୍ଦର ସ୍ରାନ୍‌ଙ୍କୁ ଏହି ସଫଳତା ମିଳିଛି। ଏହି ୬ ଦବଙ୍ଗ ଡେବ୍ୟୁଟାଣ୍ଟ୍‌ଙ୍କ ଉପରେ ଆମର ବିଶେଷ ଆଲେଖ୍ୟ।

କାନ୍ଦୁଛି ଡଲାର, ହସୁଛି ସୁନା

ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ସୁନା ପ୍ରତି ଅହେତୁକ ଆଗ୍ରହ ରହିଆସିଛି। ଏପରିକି ଏବେ ଏ ଦିଗରେ ଚୀନକୁ ପଛରେ ପକାଇ ଦେଇଛି ଭାରତ। ଅର୍ଥାତ୍‌ ଭାରତରେ ସୁନା ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସୁନା ଦର ଦିନକୁ ଦିନ ଆକାଶଛୁଆଁ ହେଉଥିବା ବେଳେ ନିକଟରେ ୧୦ ଗ୍ରାମ ପ୍ରତି ଏହାର ଦର ପ୍ରଥମ ଥର ପାଇଁ ଭାରତରେ ୩୬ ହଜାର ଟଙ୍କା ପାର କରିଛି। ଅନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ନିବେଶକମାନେ ସୁନାକୁ ଅଧିକ ଗୁରୁତ୍ବ ଦେଉଥିବାରୁ ସୁନାର ଦର ହୁହୁ ହୋଇ ବଢ଼ିଚାଲିଥିବା କୁହାଯାଉଛି। ବିଶେଷକରି ଆମେରିକା-ଚୀନ ବାଣିଜ୍ୟିକ ଲଢ଼େଇ କାରଣରୁ ଶେୟାର ଓ ଇକ୍ବିଟି ବଜାରରେ ଡଲାର ତୁଳନାରେ ସୁନାର ଚାହିଦା ଅଧିକ ବଢ଼ିଛି। ସୁନାର ବର୍ଦ୍ଧିତ ଦର ପରିସ୍ଥିତିରେ ଭାରତୀୟ ସୁନା ବ୍ୟବସାୟୀମାନେ ଜୁନ ମାସରେ ଶେଷ ହୋଇଥିବା ତ୍ରୟମାସ ସୁଦ୍ଧା ୩୭.୯ ଟନ ପୁରୁଣା ସୁନା ବିକ୍ରି କରିପାରିଛନ୍ତି। ଏହି ଦୃଷ୍ଟିରୁ ଡଲାର କାନ୍ଦୁଥିବା ବେଳେ ସୁନା ହସୁଛି ବୋଲି କୁହାଯାଇ ପାରିବ।

ସାହାଯ୍ୟକାରୀରୁ ନିୟନ୍ତ୍ରଣକାରୀ ପାଲଟୁଥିବା ରୋବୋଟ୍‌ ଏବେ

ବିଗତ କିଛି ବର୍ଷ ଧରି ମଣିଷଙ୍କ ଭଳି ଦେଖାଯାଉଥିବା ରୋବୋଟ୍‌ ତିଆରିର ଧାରା ଦେଖିବାକୁ ମିଳିଛି। ନିକଟରେ ଚୀନରେ ଗୋଟିଏ ରୋବୋଟ୍‌ ସମ୍ବାଦ ପାଠକ ଭାବେ ଯୋଗଦେଇଥିବା ସାରା ବିଶ୍ବ ଦେଖିଛି। ଯନ୍ତ୍ର ଦେହରେ ମଣିଷ ଭଳି ଆଖି ଥିବା ରୋବୋଟ୍‌ର୍ଟକୁ ଏକାନ୍ତରେ ପାଇ ଚମକି ଉଠୁଥିବା ମଣିଷ କିନ୍ତୁ ଭବିଷ୍ୟତର ସମ୍ଭାବ୍ୟ ବିପଦକୁ ଖାତିର ନ କରି ରୋବୋଟ୍‌ ତିଆରିରେ ଲାଗିପଡ଼ିଛି। ଚ୍ୟାନେଲ ୪ର ସାଇନ୍ସ ଫିକ୍ସନ ଡ୍ରାମା ଫିଲ୍ମ ହ୍ୟୁମନ୍ତ୍ରରେ ରୋବୋଟ୍‌କୁ ମଣିଷର ବହୁତ ନିକଟତର ଭାବେ ପ୍ରଦର୍ଶିତ କରାଯାଇଛି। ୧୯୮୦ ଦଶକର ରୋବୋଟ୍‌ ଆଧାରିତ ଜନି-୫ ଏବଂ ଫିଲ୍ମ ଏଭେଞ୍ଜର୍ସ-ଦି ଏଜ୍‌ ଅଫ ଅଲଟ୍ରନରେ ମଧ୍ୟ ରୋବୋଟ୍‌କୁ ମଣିଷର ବିକଳ୍ପ ଭାବେ ଉପସ୍ଥାପିତ କରାଯିବାର ଏକ ପ୍ରୟାସ କରାଯାଇଛି। କିନ୍ତୁ ଏହା କେତେ ସତ୍ୟ ଓ ଏହାର କେତେ ଆବଶ୍ୟକତା ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ।

ଟ୍ରପିକାନାର ଡାହା ମିଛ: ଦଉନି ୧୦୦ ପ୍ରତିଶତ ଫଳରସ

ଉତ୍ପାଦନ ପ୍ରକ୍ରିୟାରେ ନବସୃଜନକୁ ପାଥେୟ କରି ସଫଳତାର ଶିଡ଼ି ଚଢ଼ି ଚାଲିଛି ଟ୍ରପିକାନା। ଏହାର ମାଲିକ ପେପ୍‌ସିକୋ ଟ୍ରପିକାନା ବ୍ରାଣ୍ଡକୁ ଶତ ପ୍ରତିଶତ ଫଳରସ ବୋଲି ପ୍ରତିଶ୍ରୁତି ଦେଇ ବ୍ୟବସାୟିକ ମୁନାଫା ହାସଲ କରୁଥିବା ବେଳେ ବିଶ୍ବବ୍ୟାପୀ ଉପଭୋକ୍ତାମାନେ କମ୍ପାନୀର ପ୍ରତିଶ୍ରୁତିକୁ ଡାହାମିଛ ବୋଲି ଆଖ୍ୟା ଦେଇଛନ୍ତି। ଟ୍ରପିକାନା ପକ୍ଷରୁ ଏହାକୁ ୧୦୦ ପ୍ରତିଶତ ଫଳରସ କୁହାଯାଉଥିବା ବେଳେ ବିକ୍ରି ହେଉଥିବା ଟ୍ରପିକାନା ଜୁସ୍‌ର ପ୍ୟାକେଟ୍‌ ଉପରେ ସହଜରେ ଦୃଶ୍ୟମାନ ହେଉ ନ ଥିବା ଭଳି ଏଥିରେ ଅସଲରେ ୧୯.୭ ପ୍ରତିଶତ ଜୁସ୍‌ ଏବଂ ଅବଶିଷ୍ଟ ପାଣି ଓ ଅନ୍ୟାନ୍ୟ ପ୍ରିଜରଭେଟିଭ୍‌ ଉପାଦାନ ରହିଥିବା କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଉପଭୋକ୍ତାଙ୍କ ମତ ଓ ପ୍ରତିକ୍ରିୟାକୁ କମ୍ପାନୀ ସିଧାସଳଖ ଅସ୍ବୀକାର କରିପାରୁ ନ ଥିବା ବେଳେ ବିଭିନ୍ନ ଜୁସ୍‌ ବେପାରରେ ଥିବା ପ୍ରତିଦ୍ବନ୍ଦ୍ବୀମାନେ ପରସ୍ପରର ଉତ୍ପାଦକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ଏହା ମୁଖ୍ୟତଃ ସାଧାରଣ ଖାଉଟିଙ୍କୁ ବ୍ୟତିବ୍ୟସ୍ତ କରାଉଛି। ନିଜର ଜୁସ୍‌କୁ ସମ୍ପୂର୍ଣ୍ଣ ଫଳରସ ବୋଲି କହି ବଜାରରେ ସ୍ଥିତିକୁ ସୁଦୃଢ଼ କରିସାରିଥିବା ଟ୍ରପିକାନା ଭେଜାଲ ଜୁସ୍‌ ବିକୁଥିବା ନେଇ ଏବେ ଇଣ୍ଟରନେଟ୍‌ରେ ୱାର ଆରମ୍ଭ ହୋଇଯାଇଛି।

ଦୋଛକିରେ ବିଜୟ: ରାଜନୀତିରୁ ସନ୍ୟାସ ନେବେ କି!

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯାଇଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ୧୭ ହଜାର ୯୨୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ଏହାକୁ କେନ୍ଦ୍ରାପଡ଼ାରେ ବିଜେଡିର ବଡ଼ ବିଜୟ ବୋଲି କୁହାଯାଉଛି। କାରଣ ପାଟକୁରା ବିଜୟ ସହ କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଥିବା ୭ଟି ଯାକ ବିଧାନସଭା ଆସନକୁ ଦଖଲ କରିଛି ବିଜୁ ଜନତା ଦଳ। ୨୦୧୪ ନିର୍ବାଚନରେ ୪ଟି ଆସନରେ ବିଜୟୀ ହୋଇଥିବା ବିଜେଡି ଏଥର ପୂରା ୭ରୁ ୭ ଆସନ କବ୍‌ଜା କରିଛି। ତେବେ ପାଟକୁରାରେ ବିଜେଡି ବାଜିମାତ୍‌ କରିଥିଲେ ମଧ୍ୟ ଭୋଟ୍‌ ବ୍ୟବଧାନ ଆଖି ଦୃଶିଆ ହୋଇନି। ଯାହା ଫଳରେ ନିର୍ବାଚନ ପରିଚାଳନା ଭାର ମୁଣ୍ଡାଇଥିବା ଆଗଧାଡ଼ିର ନେତାମାନଙ୍କ ଦମ୍ଭ ଚୁର୍‌ମାର୍‌ ହୋଇଯାଇଛି। ତେବେ ସେ ଯାହା ହେଉ ପଛେ, ଶେଷରେ ନବୀନଙ୍କ ସମ୍ମାନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି କାର୍ପଟଦାରମାନେ। ପୁଣି ଥରେ ଭାଙ୍ଗିଯାଇଛି ବିଜୟଙ୍କ ବିଧାନସଭା ଯିବା ସ୍ୱପ୍ନ। କଡ଼ା ଟକ୍କର ଦେବା ସତ୍ତ୍ବେ ବିଜୟର ସ୍ୱାଦ ଚାଖିପାରିଲେନି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ସାବିତ୍ରୀଙ୍କୁ ବାଛିଲେ ପାଟକୁରାବାସୀ। ପୁଣିଥରେ ନବୀନ ହୋଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ, ବିଜେଡି ହୋଇଛି ଅପରାଜେୟ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ