ଇତିହାସର ଆଇନାରେ

ବ୍ରାମ୍ ଷ୍ଟୋକରଙ୍କ କାଉଣ୍ଟ ଡ୍ରାକୁଲା

ଚିଲାରାୟଗଡ଼ରେ ଏବେ ବି ଶୁଭେ କମାଣର ଗର୍ଜନ। ଭାସ୍କୋଡ଼ାଗାମା ପ୍ରତି ରାତିରେ ଆସନ୍ତି ସେଣ୍ଟ ଫ୍ରାନସିସ୍ ଦୁର୍ଗକୁ। ଟ୍ରାନସିଲଭାନିଆର ସେଇ ଭୟାନକ ଦୁର୍ଗରେ ଏବେ ବି ବଞ୍ଚିରହିଛି କାଉଣ୍ଟ ଡ୍ରାକୁଲା। ଏକ ଭୟଙ୍କର ଦୁର୍ଗରୁ ଫାରିଆର ଶବ ସାଜି ପଳାୟନ କରିଥିଲେ ଦାନ୍ତେ। ଫୋର୍ଟ ଓ୍ୱିଲିୟମ୍ ଦୁର୍ଗରେ ସିରାଜଦ୍ଦୌଲା ସୃଷ୍ଟି କରିଥିଲେ ‘ବ୍ଲାକ୍ ହୋଲ୍ ଟ୍ରାଜେଡ଼ି’। ସ୍ଥାନ-କାଳ-ପାତ୍ର ଅନୁସାରେ ଘଟିଛି ଏମିତି ଅଦ୍ଭୁତ, ଅଲୌକିକ, କଲିଜା ଥରା ଘଟଣା ଦୁର୍ଘଟଣା। ଥରେ ନୁହଁ, ବାରମ୍ବାର। ସେମିତି ଏକ ଘଟଣାର ପିଛା କରୁ କରୁ ଏବେ ଆମେ ଯିବା ଟ୍ରାନ୍ସିଲଭାନିଆର ସେଇ ରହସ୍ୟମୟ ଦୁର୍ଗକୁ। କହନ୍ତି, ଏବେ ବି ସେଠି ବଞ୍ଚିରହିଛି କାଉଣ୍ଟ ଡ୍ରାକୁଲା, ଯେଉଁ ଡ୍ରାକୁଲା ନିଜ ଅତୃପ୍ତ ଶୋଷ ମେଣ୍ଟାଏ ମଣିଷ ରକ୍ତରେ।

ଲାଓସ୍‌ର ଅଧିବାସୀ ହିନ୍ଦୁ ଥିଲେ

ଲାଓସ୍‌ ମାନେ ଦଶଲକ୍ଷ ହାତୀଙ୍କ ଦେଶ। ବହୁ ବର୍ଷ ପୂର୍ବେ ଏଇ ଦେଶର ଅଧିବାସୀମାନେ ହିନ୍ଦୁ ଥିଲେ। ଏଇ ଧର୍ମ ଥାଇଲାଣ୍ଡ (ସିଆମ୍) ଦେଶରୁ ଆସିଥିଲା। ପରେ କିନ୍ତୁ ଏଇ ଦେଶର ଲୋକେ ଗ୍ରହଣ କରି ନେଇଥିଲେ ବୌଦ୍ଧଧର୍ମ। ଅଢ଼େଇ ହଜାର ବର୍ଷ ପୂର୍ବେ ଆର୍ଯ୍ୟ ଧର୍ମରେ ଯେତେବେଳେ ନାନାପ୍ରକାରର କୁସଂସ୍କୃତି ପଶିଲା, ତାହା ବିରୋଧରେ ମହାବୀର ଜୈନ, ଗୌତମ ବୁଦ୍ଧ ପ୍ରତିବାଦ କରି ସ୍ବତନ୍ତ୍ର ଭାବରେ ଜୈନ ଓ ବୌଦ୍ଧଧର୍ମ ସୃଷ୍ଟି କଲେ। ମହାବୀର ଓ ବୁଦ୍ଧଙ୍କୁ ଆମେ ଯେମିତି ‘ଯୁଗାବତାର’ ଭାବରେ ସ୍ବୀକାର କରିନେଲୁ, ଲାଓସ୍‌ର ଅଧିବାସୀମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ମଧ୍ୟ ପୂର୍ବ ପ୍ରଚଳିତ ହିନ୍ଦୁ ଧାର୍ମିକ ଚେତନାରେ ଆଧ୍ୟାତ୍ମିକ ପ୍ରତୀକକୁ ସ୍ବୀକାର କରିନେଲେ। ଫଳରେ ସୃଷ୍ଟି, ପାଳନ ଓ ପ୍ରଳୟ ନେଇ ଆମର ଯେଉଁ ବିଶ୍ୱାସ ରହିଛି, ଲାଓସ୍ ଅଧିବାସୀମାନଙ୍କର ମଧ୍ୟ ସେଇ ବିଶ୍ୱାସ ରହିଛି। ସେମାନେ ମଧ୍ୟ ଭାବନ୍ତି ଯେ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ଏବଂ ଦେବତାମାନଙ୍କ ରାଜା ହେଉଛନ୍ତି ଇନ୍ଦ୍ର। ଅନେକ ସ୍ଥାନରେ ବ୍ରହ୍ମା ଓ ଇନ୍ଦ୍ର ମନ୍ଦିର ରହିଛି। ସେଠାରେ ମଧ୍ୟ କୌଣସି ଶୁଭ କାମ ଗଣେଶ ପୂଜାରୁ ଆରମ୍ଭ ହୁଏ। ଏମାନଙ୍କ ପାଇଁ ଲକ୍ଷ୍ମୀ ଧନଦାତ୍ରୀ ଏବଂ ସରସ୍ବତୀ ହେଉଛନ୍ତି ବିଦ୍ୟାଦାତ୍ରୀ। ଲାଓସ୍ ଡାକଟିକଟ୍‌ରେ ମଧ୍ୟ ବିଷ୍ଣୁ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ଚିତ୍ର ଦେଖତ୍ବାକୁ ମିଳେ।

ସଲିଳ ସମାଧି ନେଲା ବିସ୍‌ମାର୍କ

ଦ୍ବିତୀୟ ବିଶ୍ୱଯୁଦ୍ଧର ପ୍ରଥମାର୍ଦ୍ଧ। ଧୀରେଧୀରେ ନାଜୀମାନଙ୍କ ଦଖଲକୁ ଚାଲିଆସୁଥିଲା ସାରା ୟୁରୋପ। କେବଳ ମାତ୍ର ଅତଳାତଳ ସମୁଦ୍ର ଛାତିରେ ଭାସମାନ ନୌ ଜାହାଜ ବ୍ରିଟେନ୍‌ର ଅସ୍ତିତ୍ୱ ବଜାୟ ରଖିଥିଲା। ଜର୍ମାନ ରଣତରୀ ଗୁଡ଼ିକ ଯେତେବେଳେ ବ୍ରିଟେନ୍ ଯୁଦ୍ଧ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିଲେ ସେତିକିବେଳେ ସେମାନଙ୍କ ନିଷ୍ପତ୍ତି ଥିଲା ଯେ ସେମାନେ ଆଉ ଏକ ଭୟଙ୍କର ଓ ଦୁର୍ଦ୍ଧର୍ଷ ଯୁଦ୍ଧ ଜାହାଜ ଯୁଦ୍ଧକ୍ଷେତ୍ରକୁ ଛାଡ଼ିବେ। ୧୯୩୯ ମସିହାରେ ନିର୍ମିତ ୫୦,୦୦୦ ଟନ୍ ଓଜନର ଥିଲା ଏଇ ଶକ୍ତିଶାଳୀ ଯୁଦ୍ଧ ଜାହାଜ। ଏହାର ନାଁ ଥିଲା ‘ବିସ୍‌ମାର୍କ’। ଏଇ ‘ବିସ୍‌ମାର୍କ’ ଥିଲା ବୃହତ୍ତମ ଏବଂ ମହାସାଗରରେ ଥରେ ଭାସିଉଠିଲେ ତା’ ରାଡ଼ାର ଚାଳିତ ୧୫ ଇଞ୍ଚ ବନ୍ଧୁକ ଗୁଡ଼ିକ ସମୁଦାୟ ବ୍ରିଟିଶ ନୌ ଭେଳାକୁ ଧ୍ୱଂସ ବିଧ୍ୱଂସ କରିପାରିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ