ହସକଥା

କବିଙ୍କୁ ଜୁହାର

ଜଣେ କବି ଥିଲେ। ତାଙ୍କୁ ସମସ୍ତଙ୍କର ଭାରି ଡର। ରାସ୍ତାଘାଟରେ ଯାହାକୁ ଯେଉଁଠି ଦେଖିବେ, ଜବରଦସ୍ତ ଭିଡି ଆଣି କବିତା ଶୁଣେଇବେ। ତାଙ୍କୁ ଦେଖି ଲୋକ ବାଟ ଭାଙ୍ଗି ଚାଲିବା ଆରମ୍ଭ କଲେ। ତଥାପି କବି ବୁଝିବାକୁ ନାରାଜ। ଦିନେ କବି ନିଛାଟିଆ ରାସ୍ତାରେ ଯାଉଛନ୍ତି, ବାଘର ଗର୍ଜନ ଶୁଣିଲେ। ଚାରିଆଡ଼କୁ କାନ ଡେରି ଶୁଣିଲେ, କୂଅ ଭିତରୁ ଗର୍ଜନ ଶୁଭୁଛି। ପାଖକୁ ଆସି ଦେଖିଲେ -ବାଘଟିଏ କୂଅ ଭିତରେ ଖସିପଡିଛି। ଫେରିଆସୁଛନ୍ତି, ଏତିକିବେଳେ ବାଘ କାନ୍ଦି କାନ୍ଦି କହିଲା - ‘ମୋତେ ଏଥିରୁ ଉଦ୍ଧାର କର। ମୁଁ ତୁମର କାମରେ ଲାଗିବି।’ ସାହସ ବାନ୍ଧି କବି ପଚାରିଲେ - ‘ମୋତେ ଖାଇବୁ ନାହିଁ ତ?’ ହଲପ କରି ବାଘ କହିଲା - ‘ଆପଣ ମୋତେ ନୂଆ ଜୀବନ ଦେବେ। ମୁଁ ଆପଣଙ୍କୁ ଖାଇବି? କେବେ ନୁହେଁ।’ କବି ପୁଣି ଦମ୍ଭରେ ପଚାରିଲେ- ‘ଆଛା ହଉ। କିନ୍ତୁ ଗୋଟିଏ ସର୍ତ୍ତ। ଉପରକୁ ଆସିଲେ ମୋର କବିତା ଶୁଣିବୁ।’ ବାଘ ଖୁସି ହୋଇ କହିଲା - ‘ବହୁ ଦିନରୁ କବିତା ଶୁଣି ନାହିଁ। ତୁମ କବିତା ନିଶ୍ଚୟ ଶୁଣିବି।’

ଗୋଟିଏ ସେକେଣ୍ଡ

ସେହି ସମୟର କଥା, ଯେଉଁ ସମୟରେ କାହାରି ମନରେ ନ ଥିଲା ହିଂସା, ରାଗ, ଈର୍ଷା, ଛଳନା। ମଣିଷ ଥିଲା ସମ୍ପୂର୍ଣ୍ଣ ନିର୍ଲୋଭ। ତେଣୁ ଭଗବାନଙ୍କ ନିକଟରେ ଗୁହାରି କରିବାକୁ ପଡ଼ୁ ନ ଥିଲା। ଭଗବାନ ମଧ୍ୟ କ୍ଷୀର ସମୁଦ୍ରରେ ଶୋଇ ଶୋଇ ବୋର୍ ହୋଇଯାଉଥିଲେ। ଦିନେ ଭାବିଲେ- ଏଇମିତି କେତେଦିନ ଚଳିବ? ନା, କିଛି ଗୋଟେ ଚମତ୍କାର ଦେଖାଇବାକୁ ହେବ। ଏହା ଚିନ୍ତାକରି ଭଗବାନ ମର୍ତ୍ତ୍ୟଭୂମିକୁ ଓହ୍ଲାଇ ଆସିଲେ। ଦେଖିଲେ, ସମସ୍ତେ ଶାନ୍ତ, ସୁଧୀର। କେଉଁଠି କିଛି ଗଡବଡ ନାହିଁ। ହଠାତ୍ ଜଣଙ୍କ ଉପରେ ନଜର ପଡିଲା ପରେ ସାମାନ୍ୟ ହସିଦେଲେ। ଲୋକଟି ପାଖରେ ପହଞ୍ଚି କହିଲେ -‘ମୁଁ ଭଗବାନ। ମୋତେ କ’ଣ ମାଗୁଛ ମାଗ।’ ଲୋକଟି ପ୍ରଣିପାତପୂର୍ବକ ନମ୍ର ସ୍ବରରେ କହିଲା ‘ପ୍ରଭୋ! ଆପଣଙ୍କୁ କ’ଣ ବା ମାଗିବି? ମାଗିବା ପୂର୍ବରୁ ଆପଣ ତ ମୋତେ ସବୁ କିଛି ଦେଇଛନ୍ତି। ଆପଣଙ୍କ ଦର୍ଶନ ମିଳିଲା। ଏହା ହିଁ ମୋର ସୌଭାଗ୍ୟ।’ ଭଗବାନ ପୁନଶ୍ଚ ଆଶ୍ୱାସନା ସ୍ବରରେ କହିଲେ ‘ପୁତ୍ର! କିଛି ତ ମାଗ। ତୋ ପାଇଁ ମୋ ଆଶୀର୍ବାଦର ଭଣ୍ଡାର ଖୋଲା ରହିଛି।’

ଭକ୍ତ ଭଗବାନ ଉପାଖ୍ୟାନ

ତ୍ରେତୟା ଯୁଗର କଥା। ଭକ୍ତବତ୍ସଳ ପ୍ରଭୁ ରାମଚନ୍ଦ୍ର ପ୍ରଜାଙ୍କର ସାମାନ୍ୟତମ ଦୁଃଖ ବରଦାସ୍ତ କରିପାରୁ ନ ଥିଲେ। ଏପରିକି, ପ୍ରଜାଙ୍କ ସୁଖ ନିମନ୍ତେ ପତ୍ନୀଙ୍କୁ ମଧ୍ୟ ପରିତ୍ୟାଗ କରିଥିଲେ। ଦିନେ ପ୍ରଭୁ ରାମଚନ୍ଦ୍ର ଅନ୍ଧାରିବିଜେ କରୁଥାନ୍ତି। ଗୋଟିଏ ମୋଡ଼ରେ ଜଣେ ତାଙ୍କୁ ପ୍ରଣାମ କଲା। ମହାରାଜ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ‘ତୁମେ କିଏ? ମୋତେ କାହିଁକି ପ୍ରଣାମ କରୁଛ?’ ଯୋଡ଼ହସ୍ତରେ ଲୋକଟି କହିଲା ‘ମଣିମା! କାହିଁ କେତେକାଳରୁ ଆପଣଙ୍କ ଦର୍ଶନ ପାଇଁ ଏଇଠି ଅନେଇ ବସିଛି। ମୋ ପ୍ରଭୁଙ୍କୁ ମୁଁ ଚିହ୍ନି ପାରିବି ନାହିଁ ?’ ମହାରାଜ ରାମଚନ୍ଦ୍ରଙ୍କର ଆଉ ଚାରା ନ ଥିଲା। ଆଶୀର୍ବାଦ କରି ଆଗେଇ ଚାଲିଲେ। ପରଦିନ ଠିକ୍ ସେଇକଥା। ପ୍ରଭୁ ଚିନ୍ତାକଲେ - ଲୋକଟି ମୋତେ ଚିହ୍ନି ସାରିଲାଣି। ଆଉ ଏ ରାସ୍ତାରେ ଆସିବା ଉଚିତ ହେବ ନାହିଁ। ପରଦିନ ଠାରୁ ସେ ଭିନ୍ନ ରାସ୍ତାରେ ବିଜେ କଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ