ରାଜନୀତି

ସହମତି ପୂର୍ବକ ଧାରା ୩୭୦ ଉଚ୍ଛେଦ ବିଜେପି ସରକାରର ବଡ଼

ଗତ ଅଗଷ୍ଟ ୫ ତାରିଖରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ସଫଳତାପୂର୍ବକ ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଏକ ରାଜ୍ୟରୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ଉପତ୍ୟକାବାସୀଙ୍କର ଏହା ପ୍ରମୁଖ ଦାବି ରହିଆସିଥିଲା। ଏହା ମଧ୍ୟ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଏକ ପ୍ରମୁଖ ଦାବି ଥିଲା। କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳମାନଙ୍କ ବିଶ୍ବାସ ହାସଲ ପୂର୍ବକ ଏହି ଧାରା ହଟାଇପାରିଥିବାରୁ ଏହା ନିଶ୍ଚିତ ଭାବେ ଏକ ବଡ଼ ସଫଳତା ବୋଲି ମତ ବ୍ୟକ୍ତ କରିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ପବିତ୍ର ବିଜୟା ଦଶମୀ ଅବସରରେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି ଯେ ୨୦୧୪ ତୁଳନାରେ ୨୦୧୯ରେ ଭାରତବାସୀ ବିଜେପି ଉପରେ ଅଧିକ ଭରସା ବ୍ୟକ୍ତ କରିଛନ୍ତି। ଏଥିସହ ଦେଶବାସୀଙ୍କର ଏହି ସରକାରଠାରୁ ଅଧିକ ଆଶା ମଧ୍ୟ ରହିଛି ଓ ଏହାକୁ ପୂରଣ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ଭାଗବତ କହିଛନ୍ତି।

ଇମ୍ରାନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆଇଏସ୍‌ଆଇ ଏବଂ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ପାକିସ୍ତାନ ସେନା ବାହିନୀ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଏନେଇ ଚରମପନ୍ଥୀ ନେତା ଫଜଲ-ଉର୍‌-ରହମାନଙ୍କ ସହ ଯୋଗାଯୋଗ କରାଯାଇଛି। ସେ ଅକ୍ଟୋବର ୨୭ରେ ଆଜାଦି ମାର୍ଚ୍ଚ ଆରମ୍ଭ କରିବେ। କିଛିଦିନ ତଳେ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ୍‌ ବାଜଓ୍ବା ପାକିସ୍ତାନର କିଛି ଶିଳ୍ପପତିଙ୍କ ସହିତ ଆର୍ଥିକ ସମସ୍ୟା ନେଇ ଆଲୋଚନା କରିଥିଲେ। ସୂଚନାରଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କୁ କ୍ଷମତାଚ୍ୟୁଚ କରିବା ପାଇଁ ଇମ୍ରାନ୍‌ ପାକିସ୍ତାନ ସେନା ବାହିନୀ ଏବଂ ଚରମପନ୍ଥୀ ନେତାଙ୍କ ସହିତ ହାତ ମିଳାଇଥିଲେ। ଏବେ ତାଙ୍କ ନିଜ ପାଇଁ ଏହାର ପୁନରାବୃତ୍ତି ହେବାକୁ ଯାଉଥିବା କୁହାଯାଉଛି।

କଶ୍ମୀର ପ୍ରସଙ୍ଗରେ ଚୀନ୍‌ ରାଷ୍ଟ୍ରଦୂତଙ୍କ ମନ୍ତବ୍ୟକୁ ଭାରତର

ଆସନ୍ତା ୧୧ ତାରିଖରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭାରତ ଗସ୍ତରେ ଆସି ତାମିଲନାଡ଼ୁର ମାମାଲାପୁରମ୍‌ଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଜିନ୍‌ପିଙ୍ଗ୍‌ଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ତେବେ ଏହି ଜିନ୍‌ପିଙ୍ଗ୍‌ଙ୍କ ଆଗମନ ପୂର୍ବରୁ ଚୀନ୍‌ ରାଷ୍ଟ୍ରଦୂତଙ୍କ ଏକ ମନ୍ତବ୍ୟକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ନିକଟରେ ପାକିସ୍ତାନ ପାଇଁ ଚୀନ୍‌ ରାଷ୍ଟ୍ରଦୂତ ୟାଓ ଜିଙ୍ଗ୍‌ କଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି। ଗତ ଶୁକ୍ରବାର ଜିଙ୍ଗ୍‌ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରସ୍ତାବକୁ ସ୍ବୀକାର କରିବା ସହ କଶ୍ମୀରବାସୀଙ୍କୁ ସେମାନଙ୍କ ମାନବାଧିକାର ଓ ନ୍ୟାୟ ହାସଲ କରିବା ଦିଗରେ ଚୀନ୍‌ ଓ ପାକିସ୍ତାନ ସହଯୋଗ କରିବେ ବୋଲି କହିଥିଲେ। କଶ୍ମୀର ପ୍ରସଙ୍ଗର ଏକ ନ୍ୟାୟୋଚିତ ସମାଧାନ ଆବଶ୍ୟକ ଏବଂ ଆଞ୍ଚଳିକ ଶାନ୍ତି ଓ ସହାବସ୍ଥାନ ପାଇଁ ଏହା ଜରୁରୀ ହୋଇଥିବାରୁ ଏହି ପ୍ରସଙ୍ଗରେ ପାକିସ୍ତାନ ସହ ଚୀନ୍‌ ଏକମତ ବୋଲି ଜିଙ୍ଗ୍‌ କହିଥିଲେ।

ସମାଜବାଦୀ ପାର୍ଟିରେ ମିଶିଲେ ଫୁଲନ୍‌ ଦେବୀଙ୍କ ଭଉଣୀ

ଚମ୍ବଲର କୁଖ୍ୟାତ ମହିଳା ଡକାୟତ ତଥା ପରବର୍ତ୍ତୀ ସମୟରେ ସମାଜବାଦୀ ପାର୍ଟି ପକ୍ଷରୁ ଲୋକସଭାରେ ପ୍ରତିନିଧିତ୍ବ କରିଥିବା ବ୍ୟାଣ୍ଡିଟ୍‌ କୁଇନ୍‌ ଭାବେ ପରିଚିତ ଫୁଲନ୍‌ ଦେବୀଙ୍କ ଭଉଣୀ ରବିବାର ଏହି ଦଳରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଫୁଲନ୍‌ଙ୍କ ଭଉଣୀ ରୁକ୍ମଣୀ ଦେବୀ ନିଶାଦ୍‌ ଏହି ଦଳରେ ସାମିଲ୍‌ ହୋଇଛନ୍ତି। ଏଥିସହ ସେ ଏକ ଛୋଟ ରାଜନୈତିକ ଦଳ ପ୍ରଗତିଶୀଳ ମାନବ ପାର୍ଟିକୁ ତ୍ୟାଗ କରିଛନ୍ତି। ନିଶାଦ୍‌ଙ୍କ ସହ ରମାକାନ୍ତ ଯାଦବ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଲୋକସଭା ନିର୍ବାଚନ ପୂର୍ବରୁ ରମାକାନ୍ତ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ଗତ ଗୁରୁବାର ସେ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ନିଜର ପୁରୁଣା ଦଳକୁ ବାହୁଡ଼ି ଆସିଛନ୍ତି।

ଦଳ ଛାଡ଼ିଲେ ଟିକେଟ୍‌ ବଣ୍ଟନରେ ଅସନ୍ତୁଷ୍ଟ କଂଗ୍ରେସ ନେତା

ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ସକାଶେ କଂଗ୍ରେସ ପକ୍ଷରୁ ଟିକେଟ୍‌ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ରାଜ୍ୟ କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱର୍‌। ଟିକେଟ୍‌ ବଣ୍ଟନ ବେଳେ ଦଳ ପ୍ରତି ଆନୁଗତ୍ୟ ରଖୁଥିବା ନେତାମାନଙ୍କୁ ଟିକେଟ୍‌ ଦିଆ ନ ଯାଇ ନୂଆ କରି ଦଳକୁ ଆସିଥିବା ନେତାମାନଙ୍କୁ ପ୍ରାଥମିକତା ଦିଆଯାଇଛି ବୋଲି ତନୱର୍‌ ଅଭିଯୋଗ କରିବା ସହ ଗତ କିଛି ଦିନ ହେଲା ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କ ବାସଭବନରେ ଧାରଣାରେ ବସିଥିଲେ। ତେବେ ତାଙ୍କ ସମସ୍ୟାର କୌଣସି ସମାଧାନ ନ ହେବାରୁ ତନୱର୍‌ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଗୁରୁବାର ସେ ମଧ୍ୟ ଦଳର ସମସ୍ତ ପଦପଦବୀଠାରୁ ନିଜକୁ ଦୂରେଇ ଦେଇଥିଲେ। ଅବଶ୍ୟ ସେତେବେଳେ ସେ ଦଳ ପାଇଁ ଜଣେ ସାଧାରଣ କର୍ମୀ ପରି କାର୍ଯ୍ୟ କରିବେ ବୋଲି କହିଥିଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ