ବାଣିଜ୍ୟ ଓ ଅର୍ଥନୀତି

ବିଦ୍ରୋହକୁ ରୋକି ପାରିଲାନି ଥଇଥାନ ପ୍ୟାକେଜ୍‌: ପଛଘୁଞ୍ଚା

ପୁରୀକୁ ବିଶ୍ବ ଐତିହ୍ୟସ୍ଥଳିରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ସରକାରଙ୍କ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧି ଭିତରୁ ଆରମ୍ଭ ହୋଇଛି ଉଚ୍ଛେଦ। ଉଚ୍ଛେଦ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସରକାର ମଧ୍ୟ ଲୋଭନୀୟ ପ୍ୟାକେଜ ଘୋଷଣା କରିଛନ୍ତି। ମାତ୍ର ଏହି ପ୍ୟାକେଜ୍‌ ଉଚ୍ଛେଦକୁ ନେଇ ଦେଖାଦେଇଥିବା ବିଦ୍ରୋହକୁ ରୋକିପାରିନି। ଅଗଷ୍ଟ ୧୯ରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମଙ୍ଗଳବାର ଲାଗିଛି ଜୋର୍‌ଦାର୍‌ ଝଟ୍‌କା। ୧୩ ଦିନ ଧରି ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ଏକାର ପ୍ରକାର ଶାନ୍ତିରେ ଚାଲିଥିବା ବେଳେ ଆଜି ସବୁଠାରୁ ବିଦ୍ରୋହର ସମ୍ମୁଖୀନ ହୋଇଛି ପ୍ରଶାସନ। ମୁହାଁମୁହିଁ ହୋଇଛନ୍ତି ସରକାର ଓ ପ୍ରଶାସନ। ଏମାର ମଠ ଭଙ୍ଗାକୁ ଏହାର ମହାନ୍ତ ରାଜଗୋପାଳ ରାମାନୁଜ ଦାସ ନୀରବ ପ୍ରତିବାଦ କରିଥିବା ବେଳେ କିନ୍ତୁ ବଡ଼ ଆଖଡ଼ା ମଠ ପକ୍ଷରୁ ଉଚ୍ଛେଦକୁ ଜୋର୍‌ଦାର ବିରୋଧ କରାଯାଇଛି।

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଶ୍ରୀମନ୍ଦିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି। ମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୨୩ ତାରିଖରେ ଏକ ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହାପରେ ସୋମବାର ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା। ସୁରକ୍ଷା ଜୋନ୍‌ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ଲାଗି ସବୁ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ଦେବ କେନ୍ଦ୍ର: ନରେନ୍ଦ୍ର
ପେଟ୍ରୋ କେମିକାଲ କ୍ଷେତ୍ରରେ ଭାରତ ଓ ରୁଷିଆର ସହଭାଗିତା


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ