ବଲିଉଡର ଅନ୍ୟତମ ସୁପର୍ ଷ୍ଟାର୍ ଅକ୍ଷୟ କୁମାର କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରବିବାର ଅକ୍ଷୟ କୁମାର ତାଙ୍କ ସୋସାଲ୍ ମିଡିଆ ଇନଷ୍ଟାଗ୍ରାମ୍ ମାଧ୍ୟମରେ କୋଭିଡ୍ ପଜିଟିଭ୍ ସାବ୍ୟସ୍ତ ହୋଇଥିବା ସୂଚନା ଦେଇଛନ୍ତି। ଏଥସହ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ନିଜର କୋରୋନା ପରୀକ୍ଷା କରିବା ସହ ସତର୍କ ରହିବାକୁ ଖିଲାଡି ଷ୍ଟାର୍ ନିବେଦନ କରିଛନ୍ତି।
ଚଳଚ୍ଚିତ୍ର ତଥା ଟିଭି ଶୋ ନିର୍ମାତା, ନିର୍ଦେଶକ ଓ ଅଭିନେତା ତାରିକ୍ ଶାହଙ୍କର ଶନିବାର ପରଲୋକ ହୋଇଯାଇଛି। ଶନିବାର ସକାଳେ ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାରିକଙ୍କ ପତ୍ନୀ ସୋମା ଆନନ୍ଦ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ହୋଇଥିବା ବେଳେ ତାରିକଙ୍କ ଟିଭି ସିରିଏଲ ‘କଡ଼ା ସଚ୍’ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ତାଙ୍କ ନିର୍ଦେଶିତ ହିନ୍ଦୀ ଫିଲ୍ମ ଜନମ କୁଣ୍ଡଳୀରେ ବିନୋଦ ଖାନ୍ନା, ଜିତେନ୍ଦ୍ର, ରୀନା ରାଏ ଓ ଅନୁପମ ଖେରଙ୍କ ପରି ପ୍ରମୁଖ ଚଳଚ୍ଚିତ୍ର ହସ୍ତୀ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୫ରେ ମୁକ୍ତିଲାଭ କରିଥିଲା। ସୋମା ଓ ତାରିକ ଗତ ୧୯୮୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାରିକଙ୍କ ପତ୍ନୀ ସୋମାଙ୍କ ବ୍ୟତୀତ ଝିଅ ସାରା ମଧ୍ୟ ଅଛନ୍ତି।
ଟିଭି ଅଭିନେତା ଏଜାଜ ଖାନ ଡ୍ରଗ୍ସ ମାମଲାରେ ଫସୁଥିବା ନଜର ଆସୁଛନ୍ତି। କିଛି ଦିନ ପୂର୍ବରୁ ଗିରଫ ହୋଇଥିବା ଏଜାଜଙ୍କୁ ଏନସିବି ଲମ୍ବା ପଚରାଉଚୁରା ଜାରି ରଖିଛି। ଏହି ସମୟରେ ଅନେକ ସୂଚନା ମିଳୁଛି। ଶୁକ୍ରବାର ଏନସିବି ପକ୍ଷରୁ ବିଳମ୍ବିତ ରାତିରେ ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କ ଘରେ ଚଢ଼ଉ କରିବା ସହିତ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରିଛି। ଚଢ଼ଉ ସମୟରେ ଗୌରବଙ୍କ ସହ ତାଙ୍କ ଡଚ ଗାର୍ଲଫ୍ରେଣ୍ଡ ମଧ୍ୟ ଥିଲେ।
ଛୋଟ ପରଦାର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ତଥା ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଆମନା ଶରୀଫ ଏବେ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏହି ୱେବସିରିଜର ନାମ ହେଉଛି ‘ଡ୍ୟାମେଜଡ ୩’। ଏହି ୱେବସିରିଜର ପ୍ରଥମ ଦୁଇଟି ସିଜନ ବହୁତ ହିଟ ହୋଇଥିଲା। ଏହି ଦୁଇଟି ସଂସ୍କରଣରେ ଅମୃତା ଖାନୱିଲକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହାର ତୃତୀୟ ସଂସ୍କରଣ ପାଇଁ ଆମନା ଶରୀଫଙ୍କୁ ନିଆଯାଇଛି।
ଯଦିଓ ଉର୍ବଶୀ ରୌତେଲା ବଲିଉଡରେ ପାଦ ଜମାଇବାରେ ସଫଳ ହୋଇପାରି ନାହାନ୍ତି, କିନ୍ତୁ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତାର କାହାଣୀ ଲେଖିବାରେ ଲାଗିଛନ୍ତି। ଏବେ ଆଉ ଏକ ନୂଆ ଉପଲବ୍ଧି ଉର୍ବଶୀଙ୍କ ନାମରେ ଯୋଡ଼ି ହୋଇଯାଇଛି। ଏହାର ସୂଚନା ଉର୍ବଶୀ ନିଜେ ସୋସାଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି।
ସାମ ମାନେକଶ ଭାରତର ମହାନ ସେନାନାୟକଙ୍କ ମଧ୍ୟରେ ଅନ୍ୟତମ। ସାମ ମାନେକଶଙ୍କ ଜୟନ୍ତୀ ଅବସରରେ ଆରଏସଭିପି, ରୋନି ସ୍କ୍ରିଉୱାଲା ଓ ଫିଲ୍ମ ନିର୍ମାତା ମେଘନା ଗୁଲଜାର ଏହି ନାୟକଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର ନାମ ଘୋଷଣା କରିଛନ୍ତି। ସେ ଏହି ଫିଲ୍ମର ନାମ ‘ସାମ ବାହାଦୁର’ ରଖିଛନ୍ତି। ଫିଲ୍ମରେ ମାନେକଶ ଚରିତ୍ରରେ ଟ୍ୟାଲେଣ୍ଟେଡ ଭିକ୍କି କୌଶଲ ଅଭିନୟ କରୁଛନ୍ତି। ଏହି ଅଭିନେତା ଜଣ ଫିଲ୍ମରେ ତାଙ୍କର ପ୍ରଥମ ଲୁକରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।
ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଦିଆ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ବେବି ବମ୍ପ ସହିତ ସେ ଫଟୋ ଶେୟାର କରି ଖୁସି ଜାହିର କରିଛନ୍ତି। ସେ ନିକଟରେ ନିଜ ପତି ବୈଭବ ରେଖୀଙ୍କ ସହିତ ହନିମୁନ କରିବାକୁ ମାଳଦ୍ବୀପ ପହଞ୍ଚିଥିଲେ। ତାଙ୍କ ସାଥୀରେ ଝିଅ ସମାୟରା ମଧ୍ୟ ରହିଥିଲେ।
ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଜନ୍ମଦିନ ୨ ଏପ୍ରିଲରେ ଥିଲା। ଏହି ଅବସରରେ ଅଜୟ ତାଙ୍କ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ଅଜୟ ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କର ଆଗାମୀ ସିନେମା ‘ଆରଆରଆର’ର ଫାଷ୍ଟ ଲୁକ ଶେୟାର କରିଛନ୍ତି। ଫିଲ୍ମର ଏହି ଲୁକରେ ଅଜୟ ବହୁତ ଦମଦାର ନଜର ଆସୁଛନ୍ତି।
କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କୋରୋନାର ରେକର୍ଡ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଇତିମଧ୍ୟରେ ଅନେକ ସେଲିବ୍ରିଟିମାନେ କୋରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। କାର୍ତ୍ତିକ ଆର୍ଯ୍ୟନ, ରଣବୀର କପୁର, ମନୋଜ ବାଜପେୟୀ, ଆମୀର ଖାନ, ତାରା ସୁତାରିଆଙ୍କ ପରେ ଏବେ ଆଲିଆ ଭଟ୍ଟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆଲିଆ ନିଜେ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୂଚନା ଦେଇଛନ୍ତି।
ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୧ ଏପ୍ରିଲରେ କୋରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ସେ ତାଙ୍କ ବ୍ଲଗ ଓ ସୋସାଲ ମିଡିଆ ଆକାଉଣ୍ଟ ଜରିଆରେ ଏହି ସୂଚନା ଶେୟାର କରିଛନ୍ତି। ତାଙ୍କ ପରିବାର ସଦସ୍ୟ ଓ ସମସ୍ତ କର୍ମଚାରୀ କୋରୋନା ଟିକା ନେଇଥିବା ଅମିତାଭ ଜଣାଇଛନ୍ତି।
ଏନର୍ଜି ଓ ଫିଟନେସ କଥା ଉଠିଲେ ଇଣ୍ଡଷ୍ଟ୍ରୀରେ ଦୁଇ ଜଣ ଅଭିନେତା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେମାନେ ହେଉଛନ୍ତି ପାୱାରହାଉସ ସୁପରଷ୍ଟାର ରଣବୀର ସିଂ ଓ ଏଭରଗ୍ରୀନ ସୁପରଷ୍ଟାର ଅନୀଲ କପୁର। ଏବେ ଏମାନଙ୍କୁ ନେଇ ଏକ ଖବର ବେଶ ଚର୍ଚ୍ଚାରେ ରହିଛି। ପୂର୍ବରୁ ଜୋୟା ଅଖତରଙ୍କ ‘ଦିଲ ଧଡ଼କନେ ଦୋ’ ଫିଲ୍ମରେ ନଜର ଆସିଥିବା ଏହି ଦୁଇ ସୁପରଷ୍ଟାର ପୁଣିଥରେ ଏକ ନୂଆ ପ୍ରୋଜେକ୍ଟ ନେଇ ଏକାଠି ଆସୁଛନ୍ତି। ଏ ସମ୍ପର୍କରେ ରଣବୀର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଝଟକା ଦେଇପାରେ। କିରଣ ଏବେ ବ୍ଲଡ କ୍ୟାନସର ରୋଗ ସହିତ ଲଢ଼େଇ କରୁଛନ୍ତି। ଏବେ ତାଙ୍କର ଚିକିତ୍ସା ମୁମ୍ବାଇରେ ଚାଲିଛି। ଏହି ଖବର ଶୁଣିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି।
ସଙ୍ଗୀତକାର-କଣ୍ଠଶିଳ୍ପୀ ବପ୍ପୀ ଲାହିରୀ କୋରେନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କ ଝିଅ ରିମା ଲାହିରୀ ବଂଶଲ ଗୁରୁବାର ଏହି ସୂଚନା ଦେଇଛନ୍ତି।
ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ବହୁପ୍ରତୀକ୍ଷିତ ହଲିଉଡ ହିଟ ଫିଲ୍ମ ‘ରାମ୍ବୋ’ର ହିନ୍ଦୀ ରିମେକର ଘୋଷଣା ଅନେକ ଦିନ ପୂର୍ବରୁ ହୋଇଥିଲା। କିନ୍ତୁ ଫିଲ୍ମ ଉପରେ କଥା ଆଗକୁ ବଢ଼ି ନ ଥିଲା ଓ ଟାଇଗର ଅଲଗା ଅଲଗା ଫିଲ୍ମର ଶୁଟିଂରେ ବ୍ୟସ୍ତ ରହିଗଲେ। ଏପରିକି ଫିଲ୍ମର ପୋଷ୍ଟରରେ ଟାଇଗରଙ୍କ ଲୁକ ମଧ୍ୟ ରିଲିଜ କରି ଦିଆଯାଇଥିଲା। ଏହା ଦେଖିବା ପରେ ଫିଲ୍ମର କ୍ରେଜ ପ୍ରଶଂସକଙ୍କ ମଧ୍ୟରେ ବଢ଼ି ଯାଇଥିଲା। ଇତିମଧ୍ୟରେ ବହୁତ କିଛି ବଦଳି ଯାଇଥିବା ସୂଚନା ମିଳିଛି। ‘ବାହୁବଲୀ’ ଷ୍ଟାର ପ୍ରଭାସ ଫିଲ୍ମରେ ଟାଇଗରଙ୍କୁ ରିପ୍ଲେସ କରିଥିବା ଜଣାପଡ଼ିଛି।
୨୦୧୯ ବର୍ଷର ସମ୍ମାନଜନକ ‘ଦାଦାସାହେବ ଫାଲ୍କେ ପୁରସ୍କାର’ ପାଇବେ ସୁପର୍ଷ୍ଟାର୍ ରଜନୀକାନ୍ତ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ବିଟ କରି ସୂଚନା ଦେଇଛନ୍ତି। ଭାରତୀୟ ଚଳଚ୍ଚିତ୍ର ଇତିହାସରେ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ଅଭିନେତା ରଜନୀକାନ୍ତଜୀଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା ଜାଭଡେକର ଲେଖିଛନ୍ତି। ଜଣେ ଅଭିନେତା, ପ୍ରଯୋଜକ ଏବଂ ସ୍କ୍ରିନ ରାଇଟର ଭାବେ ତାଙ୍କର ଅବଦାନ ବ୍ୟାପକ ସ୍ୱୀକୃତି ଲାଭ କରିଛି ବୋଲି ଜାଭେଡକର ତାଙ୍କ ପ୍ରଶଂସାମୂଳକ ଟ୍ବିଟରେ ଲେଖିଛନ୍ତି।
ଅଧିକ ଦେଖନ୍ତୁ