ସୋନୀ ଟିଭିରେ ପ୍ରସାରିତ ହେଊଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କମେଡି ଶୋ’ ‘ଦ କପିଳ ଶର୍ମା ଶୋ’ କିଛି ଦିନ ପାଇଁ ସ୍ଥଗିତ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ବିପଦରେ କପିଲଙ୍କ ସାଥ୍ ଦେଇ ଆସୁଥିବା ହାସ୍ୟ ଅଭିନେତା କିକୁ ଶାରଦା ଏବେ କପିଲଙ୍କ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ସୁନୀଲ ଗ୍ରୋଭର, ଅଲୀ ଅସଗର ଏବଂ ସୁଗନ୍ଧା ମିଶ୍ର କପିଲଙ୍କ ଶୋ’ ଛାଡ଼ି ଦେଇଥିଲେ। ଏବେ କିକୁଙ୍କ ଶୋ’ ଛାଡ଼ିବା କପିଲଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖରାପ ଖବର।
କିଛି ମାସ ଧରି ୯୪ ବର୍ଷୀୟ ବଲିଉଡ୍ର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କୁ କିଡ୍ନୀ ରୋଗରେ ପୀଡ଼ିତ ଅଛନ୍ତି। ତେଣୁ ତାଙ୍କୁ ଅଗଷ୍ଟ ମାସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ଏବେ ଦିଲ୍ଲୀପ କୁମାର ଘରେ ଆରାମ କରୁଛନ୍ତି। ତାଙ୍କ ହାଲଚାଲ ବୁଝିବା ପାଇଁ କିଛି ଦିନ ପୂର୍ବରୁ କିଙ୍ଗ ଖାନ୍ ଶାହରୁଖ ଦିଲ୍ଲୀପଙ୍କ ଘରେ ପହଞ୍ଚିଥିଲେ। ଶାହରୁଖଙ୍କ ପରେ ଏବେ ପ୍ରିୟଙ୍କା ଚୋପ୍ରା ମଧ୍ୟ ସୋମବାର ଦିଲ୍ଲିପଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଏସ୍ କେ ପ୍ରଡକ୍ସନର ପ୍ରଥମ ଚଳଚିତ୍ର ବଦ୍ମାସ ଟୋକାର ଶୁଟିଂ ଶେଷ ହୋଇଛି। ଦର୍ଶକଙ୍କୁ ପରଦାରେ ପ୍ରେମ, ପରିବାର, ଆକ୍ସନ ଓ କମେଡି ଭେଟି ଦେବାକୁ ଯାଉଥିବା ଏହି ସିନେମାର ପୋଷ୍ଟ ପ୍ରଡକ୍ସନ କାମ ଜାରି ରହିଛି। ଆସନ୍ତା ସପ୍ତାହରେ ଦର୍ଶକମାନେ ଏହାକୁ ପରଦାରେ ଦେଖିପାରିବେ ବୋଲି ସୂଚନା ମିଳିଛି।
ଆଗକୁ ଆସୁଛି ଶୁଜିତ ସରକାର ଏବଂ ବରୁଣ ଧୱନଙ୍କ ସିନେମା ‘ଅକ୍ଟୋବର’। ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା ମଧ୍ୟ ସରିଛି। ତେବେ ଯେବେଠାରୁ ସିନେମା ସମ୍ପର୍କରେ ଘୋଷଣା କରାଯାଇଛି, ବରୁଣଙ୍କର ହିରୋଇନ କିଏ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଶୁଜିତ ସବୁବେଳେ ନିଜ ସିନେମାରେ ନୂଆ ନୂଆ ଟ୍ୟାଲେଣ୍ଟକୁ ସୁଯୋଗ ଦେଇ ଆସୁଛନ୍ତି। ଏଥର ବି ସେ ଏକ ନୂଆ ଚେହେରାକୁ ପରଦାକୁ ଆଣୁଥିବା ଜଣାପଡ଼ିଛି।
ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତ୍ରୀ ବବି ଡାର୍ଲିଂ ଏବେ ପୁଣିଥରେ ଚର୍ଚ୍ଚାରେ। ସେ ନିଜ ପତି ରମଣିକ ଶର୍ମାଙ୍କ ବିରୋଧରେ ଘରୋଇ ହିଂସା ଓ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଏଫ୍ଆଇଆର୍ ଦାଖଲ କରିଛନ୍ତି। ଗତ ବର୍ଷ ଫେବ୍ରୁଆରୀ ମାସରେ ସେ ଭୋପାଳର ବ୍ୟବସାୟୀ ରମଣିକ ଶର୍ମାଙ୍କୁ ବିବାହ କରିଥିଲେ। ରମଣିକ ବବିଙ୍କଠାରୁ ୧୫ ବର୍ଷ ସାନ ବୋଲି ଜଣାପଡ଼ିଛି। ବିବାହ ପରେ ବବି ନିଜ ନାଁ ପରିବର୍ତ୍ତନ କରି ପାଖି ଶର୍ମା ରଖିଛନ୍ତି।
ଶୁକ୍ରବାର ରିଲିଜ୍ ହୋଇଛି ମଲ୍ଟିଷ୍ଟାର ଫିଲ୍ମ ‘ବାଦଶାହୋ’। ପ୍ରଥମ ଦିନର ବ୍ୟବସାୟ ଅଜୟ ଦେବଗନଙ୍କ ମୁହଁରେ ପୁଣି ଥରେ ହସ ଫେରାଇ ଆଣିଛି ବୋଲି କୁହାଯାଉଛି। ଅଭିନେତା ତଥା ନିର୍ଦେଶକ ଅଜୟ ଦେବଗନ ଏବଂ ମିଲନ ଲୁଥ୍ରିଆଙ୍କ ଯୋଡ଼ିଙ୍କ ଏହି ସିନେମା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ସିନେମା ରିଲିଜ୍ ହେବାର ପ୍ରଥମ ଦିନରେ ୧୨.୦୩ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ କରିଛି।
ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କ ସହ ବିବାଦ ପରେ ‘ଦ କପିଳ ଶର୍ମା ଶୋ’ ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଥିଲା। ଶେଶରେ ତାହା ହିଁ ହୋଇଛି। ଶୁଣିବାକୁ ମିଳୁଛି ଗତ କିଛି ଦିନ ହେଲାଣି କପିଲ ଶର୍ମା ବାରମ୍ବାର ଅସୁସ୍ଥ ହୋଇପଡ଼ୁଛନ୍ତି। ତେଣୁ ଦ କପିଲ ଶର୍ମା ଶୋ’କୁ କିଛି ଦିନ ଲାଗି ବନ୍ଦ କରିବା ଲାଗି ସୋନୀ ଟିଭି ଓ କପିଲ ନିଷ୍ପତ୍ତି ନେଇଛନ୍ତି।
ଗତ କିଛି ଦିନ ତଳେ ବିଶ୍ବରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶିତ ହୋଇଥିଲା। ତେବେ ଏହି ତାଲିକାର ଶ୍ରେଷ୍ଠ ୧୦ରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍, ସଲମାନ ଖାନ୍ ଏବଂ ଅକ୍ଷୟ କୁମାର ସ୍ଥାନ ପାଇଥିଲେ। ଏବେ ଫୋର୍ବସ୍ ପକ୍ଷରୁ ବଲିଉଡ୍ର ସର୍ବାଧିକ ଆୟ କରୁଥିବା କଳାକାରଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନରେ କିଙ୍ଗ ଖାନ୍ ଶାହରୁଖ ସ୍ଥାନ ପାଇଛନ୍ତି।
କଙ୍ଗନା ରାନାୱତ ଓ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ବିବାଦ ଲାଗି ରହିଛି। ଏହା ପରେ ଯିଏ ଯାହା ରାସ୍ତାରେ ଆଗକୁ ବଢ଼ିଛନ୍ତି। ଉଭୟେ ନିଜ ନିଜ ସିନେମାକୁ ନେଇ ବ୍ୟସ୍ତ। ତେବେ ପୁଣି ଥରେ ପୁରୁଣା ଘା’କୁ ଉଖାରିଛନ୍ତି କଙ୍ଗନା। ଏପରିକି ହ୍ରିତିକ ତାଙ୍କୁ ସାର୍ବଜନୀନ ଭାବେ ଭୁଲ୍ ମାଗିବା ଉଚିତ ବୋଲି କଙ୍ଗନା ଦାବି କରିଛନ୍ତି।
ବଲିଉଡ୍ ଅଭିନେତା ରାଜକୁମାର ରାଓ ଅଲଗା ଅଲଗା ଚରିତ୍ରରେ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ଏବେ ଖବର ଶୁଣିବାକୁ ମିଳୁଛି ଯେ ରାଜକୁମାରଙ୍କୁ ବଲିଉଡ୍ର ମୋଷ୍ଟ ବିଉଟିଫୁଲ୍ ଲେଡି ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସହ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ମିଳିଛି।
ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ହାଉସ୍ର ଫିଲ୍ମ ‘ପରୀ’ର ଶୁଟିଂ ସେଟ୍ରେ ଜଣେ ଲାଇଟ୍ମ୍ୟାନ୍ କରେଣ୍ଟ ଲାଗି ମୃତ୍ୟୁବରଣ କରିଛନ୍ତି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା।
ଦୁଷ୍କର୍ମ ଅଭିଯୋଗରେ ଗୁରମିତ ରାମ ରହିମ ସିଂଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଗଲା ପରେ ସୋସିଆଲ ମିଡ଼ିଆରେ ଲୋକେ ତାଙ୍କ ବିରୋଧରେ ଥିବା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଗ୍ବସ୍ ୧୦ରେ କମନର ଭାବେ ଏଣ୍ଟ୍ରି କରିଥିବା ନବୀନ ପ୍ରକାଶ ମଧ୍ୟ ଟ୍ବିଟ୍ରରେ ରାମ ରହିମଙ୍କୁ ଟାର୍ଗଟ କରିଛନ୍ତି।
ନିକଟରେ ମୁକ୍ତି ଲାଭ କରିଥିଲା ଓଡ଼ିଆ ସିନେମା ତୁ ମୋ ଲଭ୍ ଷ୍ଟୋରୀ। ବକ୍ସ ଅଫିସ୍ରେ ଏହା ସଫଳତା ମଧ୍ୟ ହାସଲ କରିଛି। ଏହି ସିନେମାରେ ଭୂମିକା ଦାସ ଏବଂ ସ୍ବରାଜ ବାରିକ୍ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଇଛନ୍ତି। ଏଥିସହିତ ସୁପରହିଟ୍ ଯୋଡ଼ି ଭାବେ ମଧ୍ୟ ଦର୍ଶକ ତାଙ୍କୁ ଗ୍ରହଣ କରିଛନ୍ତି। ଏବେ ଏହି ଯୋଡ଼ି ଅଲଗା ହେବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି।
ସୋନି ଟିଭିରେ କିଛି ଦିନ ତଳେ ଆରମ୍ଭ ହୋଇଥିବା ଟିଭି ଶୋ’ ‘ପହରେଦାର ପିୟା କି’ ପ୍ରସାରଣ ବନ୍ଦ ହୋଇଛି। ୨୮ ଅଗଷ୍ଟରେ ସିରିୟଲର ପ୍ରସାରଣ ହୋଇ ନ ଥିଲା। କୌନ୍ ବନେଗା କରୋଡ଼ପତି ଆରମ୍ଭ ହେବାରୁ ଏହି ଶୋ’ର ପ୍ରସାରଣ ସମୟ ବଦଳା ଯିବ ବୋଲି କୁହାଯାଉଥିବାବେଳେ ଏବେ ଏହା ଅଫ୍ଏୟାର ହୋଇଯାଇଥିବା ଜଣାପଡ଼ିଛି।
ଦ କପିଲ ଶର୍ମା ଶୋ’ରେ ଦର୍ଶକଙ୍କୁ ହସାଇ ବେଦମ୍ କରି ଦେଉଥିବା କିକୁ ଶାରଦାଙ୍କୁ ଗତ ବର୍ଷ ଜେଲ୍ର ହାୱା ଖାଇବାକୁ ପଡ଼ିଥିଲା। ଏହାର କାରଣ ଥିଲେ ଗୁରୁମିତ ରାମ ରହିମ ସିଂ। ଷ୍ଟେଜ୍ରେ ରାମ ରହିମଙ୍କୁ ନକଲ କରିବାବେଳେ କିକୁଙ୍କୁ ଜଣା ନ ଥିଲା ଯେ ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। କିକୁଙ୍କ ପରଫରମାନ୍ସ ପରେ ରାମ ରହିମଙ୍କ ସମର୍ଥକମାନେ କିକୁଙ୍କୁ ଜୋର୍ଦାର ବିରୋଧ କରିଥିଲେ। ଶେଷରେ ଧାର୍ମିକ ଭାବନାକୁ ଆହତ ପହଞ୍ଚାଇଥିବା ଅଭିଯୋଗରେ କିକୁଙ୍କୁ ଜେଲ୍ ଯିବାକୁ ପଡ଼ିଲା।
ଅଧିକ ଦେଖନ୍ତୁ