ବାଦ ବିବାଦ

ହିନ୍ଦୀ ଦିବସରେ ଶାହଙ୍କ ମନ୍ତବ୍ୟକୁ ଷ୍ଟାଲିନ୍‌ ଓ ଓୱେସୀଙ୍କ ସମାଲୋଚନା

ଶନିବାର ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳନ କରାଯାଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ହିନ୍ଦୀ ସମଗ୍ର ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧିପାରିବ ବୋଲି ମତ ଦେଇଛନ୍ତି। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏପରି ମତାମତକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌। ଏପରି ମତାମତ ଦେଶର ଏକତାକୁ ପ୍ରଭାବିତ କରିବ ବୋଲି ଷ୍ଟାଲିନ୍‌ କହିବା ସହ ସମସ୍ତଙ୍କ ଉପରେ ହିନ୍ଦୀ ଭାଷାକୁ ଥୋପିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି। ସେହିପରି ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦ୍‌-ଉଲ୍‌-ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌)ର ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସୀ ହିନ୍ଦୀ ଦିବସ ପାଳନ ଉପରେ ପ୍ରଶ୍ନ ଉଠାଇବା ସହ ହିନ୍ଦୀ ଦେଶର ସମସ୍ତ ନାଗରିକଙ୍କ ମାତୃଭାଷା ନୁହେଁ ଏବଂ ଭାରତ ହିନ୍ଦୀ, ହିନ୍ଦୁ ଓ ହିନ୍ଦୁତ୍ବଠାରୁ ଢେର୍‌ ଉପରେ ବୋଲି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଠୋର ବିରୋଧୀ ଭାବେ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିନ୍ଦୀ ଦିବସ ପାଳନର ଯଥାର୍ଥତା ରହିଛି ବୋଲି କହିଛନ୍ତି।

ସିବିଆଇ ସମନ୍‌କୁ ରାଜୀବଙ୍କ ବେଖାତିର୍‌, ଫୋନ୍‌ ସ୍ବିଚ୍‌ଅଫ୍ କରି

କୋଲକାତାର ପୂର୍ବତନ ପୋଲିସ କମିଶନର୍‌ ତଥା ବହୁଚର୍ଚ୍ଚିତ ସାରଦା ଚିଟ୍‌ଫଣ୍ଡ୍‌ ସ୍କାମ୍‌ର ତଦନ୍ତ କରୁଥିବା ରାଜୀବ କୁମାରଙ୍କ ଗିରଫଦାରୀ ଉପରୁ ଶୁକ୍ରବାର ସ୍ଥାନୀୟ ହାଇକୋର୍ଟ କଟକଣା ହଟାଇ ଦେଇଛନ୍ତି। ତେଣୁ ଖୁବ୍‌ଶୀଘ୍ର ରାଜୀବ କୁମାରଙ୍କୁ ଗିରଫ କରାଯିବ ବୋଲି ଆକଳନ ପ୍ରକାଶ ପାଇଥିଲା। କିନ୍ତୁ ରାଜୀବ କୁମାର ସିବିଆଇ ସମନ୍‌କୁ ବେଖାତିର୍‌ କରିବା ସହ ନିଜ ମୋବାଇଲ୍‌ ଫୋନ୍‌ ସ୍ବିଚ୍‌ ଅଫ୍ କରି ଗାଏବ୍‌ ହୋଇଯାଇଥିବା ଜଣେ ସିବିଆଇ ଅଧିକାରୀ କହିଛନ୍ତି। ରାଜୀବ କୁମାର କୌଣସି ବିମାନରେ ଅନ୍ୟତ୍ର ପଳାୟନ କରିଥିବା ସନ୍ଦେହ କରି ଅଧିକାରୀ ଜଣକ କୋଲ୍‌କାତା ବିମାନବନ୍ଦରର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ବିମାନବନ୍ଦରକୁ ଆସୁଥିବା କିମ୍ବା ଏଠାରୁ ଅନ୍ୟତ୍ର ଯାଉଥିବା ବିମାନରେ ଯାତାୟାତ କରୁଥିବା ଯାତ୍ରୀ ତାଲିକାର ମଧ୍ୟ ତଦାରଖ କରାଯାଇଛି।

୩୯ ଦିନ ପରେ ଜମ୍ମୁ-କଶ୍ମୀର କଟକଣାମୁକ୍ତ

ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ କରି ଜମ୍ମୁ-କଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ। ଏପରି ଏକ ଐତିହାସିକ ପଦକ୍ଷେପ ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀରରେ ବ୍ୟାପକ ମାତ୍ରାରେ ସେନା ମୁତୟନ କରାଯିବା ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ତେବେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ କଟକଣା ହଟିଚାଲିଥିବା ବେଳେ ଶୁକ୍ରବାର ଏହି କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ କଟକଣାମୁକ୍ତ ହୋଇଛି। ୩୭୦ ଧାରା ଉଚ୍ଛେଦ ବେଳେ ଏଠାରେ ବ୍ୟାପକ ମାତ୍ରାରେ ସେନାର ଯବାନ ମୁତୟନ ରହିବା ସହ ଯୋଗାଯୋଗ ବ୍ୟବସ୍ଥା ଉପରେ କଟକଣା ଲାଗିଥିଲା। କିନ୍ତୁ ଶୁକ୍ରବାର ପାଖାପାଖି ୩୯ ଦିନ ପରେ ଜମ୍ମୁ-କଶ୍ମୀର ସ୍ଥିତି ସ୍ବାଭାବିକ ଥିବା ଅନୁଭବ କରି ଏଠାକାର ସରକାର କଟକଣା ହଟାଇଦିଆଯାଇଥିବା ଘୋଷଣା କରିଛନ୍ତି।

ମହଲତ ସତ୍ତ୍ବେ ଟ୍ରକ୍‌କୁ ସାଢେ ୬ ଲକ୍ଷ ଜରିମାନା

ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର ଧରପଗଡ଼ ଜୋର୍‌ଦାର୍‌ ହୋଇଛି। ଟ୍ରାଫିକ୍‌ ନିୟମ ଉଲଙ୍ଘନକାରୀଙ୍କୁ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଛି। ସ୍କୁଟି ଠାରୁ ନେଇ ଅଟୋ ଓ ଟ୍ରକ୍‌ ଚାଳକ ସମସ୍ତେ ଜରିମାନା ଜାଲରେ ପଡ଼ିଛନ୍ତି। ଖାଲି ସେତିକି ନୁହେଁ, ଏହି ନୂଆ ନିୟମକୁ ନେଇ ହିଂସା ମଧ୍ୟ ଘଟିଛି। ପୋଲିସ୍‌-ଜନତା ମୁହାଁମୁହିଁ ହେବା ସହ ବିଭିନ୍ନ ମହଲରୁ ସମାଲୋଚନାରେ ଶିକାର ହୋଇଛନ୍ତି ସରକାର। ତେବେ ଏହି ସବୁ ଘଟଣା ପରେ ରାଜ୍ୟ ସରକାର ନିୟମରେ ୩ ମାସ କୋହଳ କରିଛନ୍ତି। ୩ ମାସ ଭିତରେ ଗାଡ଼ିର ସମସ୍ତ କାଗଜପତ୍ର କରି ନେବାକୁ ପରାମର୍ଶ ଦିଆଯାଇଛି। ଏହାସତ୍ତ୍ବେ ବି ଆଜି ଟ୍ରାଫିକ୍‌ ନିୟମ ଉଲ୍ଲଂଘନରେ ସମ୍ବଲପୁରରେ କଟିଛି ସବୁଠାରୁ ବଡ଼ ଚାଲାଣ। ଏକ ଟ୍ରକ୍‌କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ସମ୍ବଲପୁରରେ ନାଗାଲାଣ୍ଡର ଏକ ଟ୍ରକକୁ ଏହି ବଡ଼ଧରଣର ଜରିମାନା ହୋଇଛି। ପରିବହନ ନିୟମର ଉଲ୍ଲଂଘନରେ ଏହି ଜରିମାନା ହୋଇଛି। ଏତେ ପରିମାଣର ଚାଲାଣ ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି।

ସାରଦା ସ୍କାମ୍‌ରେ ରାଜୀବ କୁମାରଙ୍କ ଗିରଫଦାରୀ ବାଟ ଫିଟିଲା

ବହୁଚର୍ଚ୍ଚିତ ସାରଦା ସ୍କାମ୍‌ରେ କୋଲ୍‌କାତାର ପୂର୍ବତନ ପୋଲିସ୍‌ କମିଶନର୍‌ ରାଜୀବ କୁମାରଙ୍କୁ ଶୁକ୍ରବାର ଜବରଦସ୍ତ ଝଟ୍‌କା ଲାଗିଛି। ବହୁ କୋଟି ଟଙ୍କାର ସ୍କାମ୍‌ ମାମଲାର ତଦନ୍ତ କରୁଥିବା ଏହି ପୂର୍ବତନ ଅଧିକାରୀଙ୍କ ଗିରଫଦାରୀ ପାଇଁ ବାଟ ଫିଟିଛି। କାରଣ କୋଲ୍‌କାତା ହାଇକୋର୍ଟ ତାଙ୍କୁ ଗିରଫଦାରୀରୁ ବଞ୍ଚିବା ସକାଶେ ରହିଥିବା କଟକଣାକୁ ହଟାଇ ଦେଇଛନ୍ତି। ଏହି କଟକଣା କାରଣରୁ ତାଙ୍କୁ କୌଣସି ତଦନ୍ତକାରୀ ସଂସ୍ଥା ଗିରଫ କରିପାରୁ ନ ଥିଲେ କି ତାଙ୍କଠାରୁ ତଥ୍ୟ ହାସଲ ସକାଶେ ଜେରା କରିପାରୁ ନ ଥିଲେ। ସିବିଆଇ ତାଙ୍କୁ ହାଜର ହେବା ସକାଶେ ସମନ୍‌ କରିଥିବା ବେଳେ ଏହା ବିରୋଧରେ ରାଜୀବ କୁମାର କୋଲ୍‌କାତା ହାଇକୋର୍ଟରେ ପହଞ୍ଚିଥିଲେ। ସେ ତାଙ୍କ ଆବେଦନରେ ସିବିଆଇର ଏହି ସମନ୍‌କୁ ଖାରଜ କରିବା ସକାଶେ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ନିରାଶ କରି ହାଇକୋର୍ଟ ତାଙ୍କ ଗିରଫଦାରୀ ନେଇ ରହିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି।

୩୯ ଦିନ ପରେ ଜମ୍ମୁ-କଶ୍ମୀର କଟକଣାମୁକ୍ତ

ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ କରି ଜମ୍ମୁ-କଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ। ଏପରି ଏକ ଐତିହାସିକ ପଦକ୍ଷେପ ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀରରେ ବ୍ୟାପକ ମାତ୍ରାରେ ସେନା ମୁତୟନ କରାଯିବା ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ତେବେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ କଟକଣା ହଟିଚାଲିଥିବା ବେଳେ ଶୁକ୍ରବାର ଏହି କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ କଟକଣାମୁକ୍ତ ହୋଇଛି। ୩୭୦ ଧାରା ଉଚ୍ଛେଦ ବେଳେ ଏଠାରେ ବ୍ୟାପକ ମାତ୍ରାରେ ସେନାର ଯବାନ ମୁତୟନ ରହିବା ସହ ଯୋଗାଯୋଗ ବ୍ୟବସ୍ଥା ଉପରେ କଟକଣା ଲାଗିଥିଲା। କିନ୍ତୁ ଶୁକ୍ରବାର ପାଖାପାଖି ୩୯ ଦିନ ପରେ ଜମ୍ମୁ-କଶ୍ମୀର ସ୍ଥିତି ସ୍ବାଭାବିକ ଥିବା ଅନୁଭବ କରି ଏଠାକାର ସରକାର କଟକଣା ହଟାଇଦିଆଯାଇଥିବା ଘୋଷଣା କରିଛନ୍ତି।

ହାଇକୋର୍ଟ ବିଚାରପତିଙ୍କ ବଦଳି ନିଷ୍ପତ୍ତି ନେଇ କୌଣସି ସାଲିସ

ହାଇକୋର୍ଟ ବିଚାରପତିଙ୍କ ବଦଳିକୁ ନେଇ କେତେକ ହାଇକୋର୍ଟରେ ଆଇନଜୀବୀ ଆନ୍ଦୋଳନକୁ ଓହ୍ଲାଇଥିଲେ ବି ନିଆଯାଇଥିବା ନିଷ୍ପତ୍ତି ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିଅମ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ତାହା ଚୂଡ଼ାନ୍ତ ଓ ଏଥିରୁ କଲେଜିଅମ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ କୁହାଯାଇଛି। ତା’ଛଡ଼ା ବିଚାରପତିଙ୍କ ବଦଳିର କାରଣ ଦର୍ଶାଇବାକୁ କଲେଜିଅମ ବାଧ୍ୟ ନୁହେଁ। ଯଦି ସେପରି ପରିସ୍ଥିତି ଉପୁଜେ, ତା’ହେଲେ କଲେଜିଅମ୍‌ ବଦଳି ନେଇ ସ୍ପଷ୍ଟୀକରଣ ଦେଇପାରେ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ବିଚାର ବ୍ୟବସ୍ଥାରେ ଆବଶ୍ୟକତାକୁ ଅନୁଭବ କରି କଲେଜିଅମ ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରାଯାଇଛି।

କାହିଁକି କେବଳ ମୁସଲିମ୍‌ ସଂଖ୍ୟାଲଘୁ ନିଜକୁ ଅସୁରକ୍ଷିତ

ଭାରତରେ କାହିଁକି କେବଳ ମୁସଲମି୍‌ ସଂଖ୍ୟାଲଘୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି, ଆଉ କୌଣସି ସଂଖ୍ୟଲଘୁ ସମ୍ପ୍ରସାୟ ମଧ୍ୟରେ ଏପରି ଅସୁରକ୍ଷିତ ମନୋଭାବ ନାହିଁ ବୋଲି ଆରଏସ୍‌ଏସ୍‌ ଯୁଗ୍ମ ସମ୍ପାଦକ କ୍ରିଷ୍ଣ ଗୋପାଲ ମତ ଦେଇଛନ୍ତି। ଭାରତବର୍ଷରେ ୧୬ କୋଟିରୁ ଊର୍ଦ୍ଧ୍ବ ମୁସଲିମ୍‌ ବସବାସ କରୁଛନ୍ତି। ୧୬ କୋଟିରୁ ଊର୍ଦ୍ଧ୍ବ ଲୋକ ଥିବା ସମ୍ପ୍ରଦାୟ ଯଦି ନିଜକୁ ଅସୁରକ୍ଷିତ ବୋଲି କରିପାରୁଛି, ତା’ହେଲେ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ଏପରି ଅଭିଯୋଗ ଆଣିବା କଥା। ଦେଶରେ ବସବାସ କରୁଥିବା ଜୈନ, ବୌଦ୍ଧ, ଜିଉ, ପାର୍ସି ଆଦି ସମ୍ପ୍ରଦାୟର ଖୁବ୍‌ କମ୍‌ ଲୋକ ଭାରତରେ ରହିଆସୁଛନ୍ତି। ମାତ୍ର କୌଣସି ସମ୍ପ୍ରଦାୟ କେବେ ବି ନିଜକୁ ଅସୁରକ୍ଷିତ ମନେ କରିନାହାନ୍ତି। ତେଣୁ ମୁସଲିମ୍‌ ସମ୍ପ୍ରଦାୟ ମଧ୍ୟରେ ଯେଉଁମାନେ ଏପରି ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ଭିତରେ କୌଣସି ନା କୌଣସିଠାରେ ବିଦ୍ବେଷର ରକ୍ତ ପ୍ରବାହିତ ହେଉଛି ବୋଲି ଆରଏସ୍‌ଏସ୍‌ ଯୁଗ୍ମ ସମ୍ପାଦକ କ୍ରିଷ୍ଣ ଗୋପାଲ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ