ଉତ୍ତମ ସ୍ବାସ୍ଥ୍ୟ

ଐତିହାସିକ ସର୍ଜରୀ: ୫ ମାସର ପିଲାର ହେଲା ଲିଭର

ଜୀବନ ଓ ମୃତ୍ୟୁ ସହିତ ଲଢ଼ୁଥିବା ୫ ମାସର ଝିଅ ଆରିଆନା ଦେଙ୍କ ବାପା ମା’ଙ୍କୁ ଯେତେବେଳେ ତାଙ୍କ ଝିଅର ରୋଗ ସମ୍ପର୍କରେ ଜଣାପଡ଼ିଥିଲା, ସେତେବେଳେ ସେମାନେ କୋଲକାତାର ପ୍ରତ୍ୟେକ ବଡ଼ ହସ୍ପିଟାଲର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସମସ୍ତେ ପିଲାର କମ୍‌ ବୟସ ଦେଖି ତାଙ୍କ ବଞ୍ଚିବାର ଆଶା କ୍ଷୀଣ ବୋଲି କହିଥିଲେ। ପିଲାର ଅବସ୍ଥା ଖରାପ ହେବା ଦେଖି ତାଙ୍କ ବାପା ମା’ ତୁରନ୍ତ ତାଙ୍କୁ ଦିଲ୍ଲୀସ୍ଥିତ ମ୍ୟାକ୍ସ ହେଲ୍‌ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଡା.ସୁଭାଷ ଗୁପ୍ତା ଆରିଆନାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ମ୍ୟାକ୍ସ ହସ୍ପିଟାଲର ଲିଭର ଓ ବିଲିଆରୀ ବିଜ୍ଞାନ ସେଣ୍ଟରର ନିର୍ଦେଶକ ଡା. ସୁଭାଷ କହିଛନ୍ତି ଯେ ଆରିଆନାଙ୍କ ମାମଲାରେ ତୁରନ୍ତ ଟ୍ରାନ୍ସପ୍ଲାଣ୍ଟ କରିବା ଏକମାତ୍ର ବିକଳ୍ପ ଥିଲା। କାରଣ ତାଙ୍କ ଲିଭର କାମ କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲା।

ଅଟିଜମ୍‌ର ଶିକାର ପିଲାଙ୍କ ବିଶେଷ ଯତ୍ନ ନିଅନ୍ତୁ
ବ୍ରେଷ୍ଟ କ୍ୟାନ୍‌ସରର ପ୍ରକାରଭେଦ ଓ ସମସ୍ୟା ସମ୍ପର୍କରେ ଜାଣନ୍ତୁ

ଭାରତରେ ମହିଳାଙ୍କ ମଧ୍ୟରେ ସ୍ତନ କ୍ୟାନ୍‌ସର ବା ବ୍ରେଷ୍ଟ କ୍ୟାନ୍‌ସର ଦ୍ରୁତ ବେଗରେ ବଢ଼ି ଚାଲିଛି। ଭାରତରେ ପ୍ରତ୍ୟେକ ଆଠ ଜଣ ମହିଳାଙ୍କ ମଧ୍ୟରେ ଜଣେ ମହିଳା ବ୍ରେଷ୍ଟ କ୍ୟାନ୍‌ସରର ଶିକାର ହେଉଛନ୍ତି। ଏହା ମହିଳାଙ୍କ ମୃତ୍ୟୁର କାରଣ ମଧ୍ୟ ପାଲଟୁଛି। ଶରୀରର ଯେ କୌଣସି ଅଂଶରେ କୋଷିକାର ଅସାମାନ୍ୟ ଓ ଅନିୟନ୍ତ୍ରିତ ବୃଦ୍ଧି ହେବା ଫଳରେ କ୍ୟାନ୍‌ସର ହୋଇଯାଏ। ବ୍ରେଷ୍ଟ କ୍ୟାନ୍‌ସରର ଆରମ୍ଭ ସ୍ତନର ଆଖପାଖରେ ଗଣ୍ଠି ହେବାରେ ଲାଗିଥାଏ। ଯାହାଫଳରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହାବ୍ୟତୀତ ଦାୟିତ୍ବହୀନତା ପାଇଁ ମଧ୍ୟ ଅନେକ ସମୟରେ ସ୍ତନ କର୍କଟ ହୋଇଥାଏ। କେତେକ କ୍ଷେତ୍ରରେ ଏହା ଅନୁବାଂଶିକ ମଧ୍ୟ ହୋଇଥାଏ। ତେଣୁ ପ୍ରଥମରୁ ଏଥିପ୍ରତି ସଜାଗ ରହି ପରୀକ୍ଷା କରାଇନେବା ଉଚିତ। ପ୍ରଥମରୁ ଏଥିପ୍ରତି ଧ୍ୟାନ ଦେଲେ ଔଷଧ ମାଧ୍ୟମରେ ମଧ୍ୟ ଏହାକୁ ଠିକ୍‌ କରାଯାଇପାରିବ।

ଜାଣନ୍ତୁ ଡିସ୍ଲେକ୍ସିଆର ଲକ୍ଷଣ ଓ କାରଣ

ପିଲାଙ୍କ ଲାଳନପାଳନ କରି ସେମାନଙ୍କୁ ଜଣେ ଉତ୍ତମ ନାଗରିକରେ ପରିଣତ କରିବା ଏକ ବଡ଼ ଦାୟିତ୍ବବୋଧ। ଯେତେବେଳେ ଆପଣଙ୍କ ପିଲା କୌଣସି ନିଆରା ସମସ୍ୟାରେ ପଡ଼ି ଯାଆନ୍ତି, ଏହି ଦାୟିତ୍ବବୋଧ ଆହୁରି ଚ୍ୟାଲେଞ୍ଜିଂ ହୋଇଯାଏ। ଡିସ୍ଲେକ୍ସିଆ ଏଭଳି ଏକ ଚ୍ୟାଲେଞ୍ଜ। ଏହା ଏକ ପ୍ରକାରର ଲର୍ଣ୍ଣିଂ ଡିଜ୍‌ଅର୍ଡର ଅଟେ। ଏହା ହେବା ଫଳରେ ଆପଣଙ୍କ ପିଲା ଅନ୍ୟ ପିଲାଙ୍କ ଭଳି ଭାଷା କିମ୍ବା ଚିହ୍ନକୁ ପଢ଼ିବା, ବୁଝିବା ଓ ମନେ ରଖିବାରେ ସମସ୍ୟା ହୋଇଥାଏ। ଯାହାଫଳରେ ପରୀକ୍ଷାରେ ଅନ୍ୟ ପିଲାଙ୍କ ତୁଳନାରେ ସେ ପଛରେ ପଡ଼ି ଯାଆନ୍ତି। କଠୋର ପରିଶ୍ରମ, ଦୃଢ଼ ନିଷ୍ଠା ଓ ଉପଯୁକ୍ତ ସମୟରେ ସଚେତନତା ଓ ସମାଜର ସହଯୋଗରେ ଏଭଳି ପିଲା ଆଗକୁ ବଢ଼ିପାରିବେ। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ୯ ବର୍ଷ ବୟସରେ ଜାଣିବାକୁ ପାଇଥିଲେ ଯେ ସେ ଡିସ୍ଲେକ୍ସିଆର ଶିକାର। ଚାଲନ୍ତୁ ଜାଣିବା ଡିସ୍ଲେକ୍ସିଆର କାରଣ, ଲକ୍ଷଣ ଆଦି ସମ୍ପର୍କରେ।

ଷ୍ଟେମ୍‌ ସେଲ୍‌ ଟ୍ରାନ୍ସପ୍ଲାଣ୍ଟ କରି ଲଣ୍ଡନର ରୋଗୀ ହେଲେ ଏଡ୍‌ସ
ବିଶ୍ବରେ ସ୍ପେନ୍‌ ସବୁଠୁ ସୁସ୍ଥ ଦେଶ, ଭାରତ ତଳକୁ ଖସିଲା


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ