କୋରୋନା ଭାଇରସ ସଂକ୍ରମଣରୁ ଠିକ ହେବା ପରେ ଅନେକ ରୋଗୀଙ୍କ ଠାରେ ବିଭିନ୍ନ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଡାକ୍ତରମାନେ ଏହି ସମସ୍ୟାକୁ ବ୍ରେନ ଫଗ ଅର୍ଥାତ ମସ୍ତିଷ୍କ ଧୁଆଁଳିଆ ହୋଇଯିବା ବୋଲି କହିଛନ୍ତି। ଏହି ସମସ୍ୟା କିଛି ଦିନ ପାଇଁ ରହିବ ନା ସବୁବେଳ ପାଇଁ ରହିବ, ତାହା ଏବେ କୁହାଯାଇପାରୁ ନାହିଁ। କେବଳ ଫୁସଫୁସ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ କୋଭିଡ-୧୯ର ପ୍ରଭାବ ପଡ଼ୁଛି। ଡାକ୍ତରଙ୍କ କହିବାନୁସାରେ କୋରୋନା ଭାଇରସ ସଂକ୍ରମଣ ସମୟରେ ବ୍ଲଡ କ୍ଲଟ ଅର୍ଥାତ ରକ୍ତ ଜମାଟ ହେବା ସମସ୍ୟା ବ୍ରେନ ଫଗର କାରଣ ହୋଇପାରେ। ମ୍ୟାକ୍ସ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡା.ଚନ୍ଦ୍ରିଲ ଚୁଗଙ୍କ ମୁତାବକ ବ୍ଲଡ କ୍ଲଟ ମସ୍ତିଷ୍କର ଶିରାରେ ମଧ୍ୟ ଜମିପାରେ। ଏହି କାରଣରୁ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ। କେତେକ ରୋଗୀ ମସ୍ତିଷ୍କ ଦୁର୍ବଳ ହୋଇଯାଇଥିବା ଅଭିଯୋଗ କରିଛନ୍ତି।
ମହାମାରୀ କୋରୋନା ଭାଇରସ ସଙ୍କଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହି ଭାଇରସ ଠାରୁ ବଞ୍ଚିବା ଲାଗି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ସେହିପରି ସେମାନଙ୍କ ଡାଏଟରେ ଭିଟାମିନ ଡି’ ସେବନ କରିବା ମଧ୍ୟ ଜରୁରୀ ବୋଲି କୁହାଯାଉଛି। ନିକଟରେ ହୋଇଥିବା ଏକ ଗବେଷଣା ମୁତାବକ କୋରୋନା ସଂକ୍ରମିତ ୮୦ ପ୍ରତିଶତ ରୋଗୀଙ୍କ ଠାରେ ଭିଟାମିନ ଡି’ର ଅଭାବ ରହିଛି।
ଧିରେ ଧିରେ ଶୀତଦିନ ପାଦ ଥାପୁଛି। ଏହି ଋତୁରେ ଲୋକଙ୍କ ଠାରେ ତ୍ବଚାର ଶୁଷ୍କପଣ ସମସ୍ୟା ଦେଖିବାକୁ ମିଳିଥାଏ। ସେହିପରି ସୋରିଆସିସ ରୋଗୀଙ୍କୁ ଏହି ଋତୁରେ ଅଧିକ ସମସ୍ୟା ହୋଇଥାଏ। ସୋରିଆସିସ ଚର୍ମ ସହିତ ଜଡ଼ିତ ଏକ ରୋଗ। ଯଦି ଆପଣଙ୍କର କହୁଣୀ, ଆଣ୍ଠୁ, ବେକମୁଣ୍ଡାର ଚର୍ମ ଅତ୍ୟଧିକ ଶୁଷ୍କ ହୋଇଯାଏ, ତେବେ ଏହାକୁ ଅଣଦେଖା କରନ୍ତୁନି। କାରଣ ଏହା ସୋରିଆସିସ ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ସାରା ବିଶ୍ବରେ ପାଖାପାଖି ୧୨.୫୦ କୋଟି ଲୋକ ଏହି ରୋଗର ଶିକାର ଅଟନ୍ତି। ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ପୂରା ବିଶ୍ବରେ ୨୯ ଅକ୍ଟୋବରକୁ ବିଶ୍ବ ସୋରିଆସିସ ଦିବସ ଭାବେ ପାଳନ କରାଯାଉଛି। ଯଦି ଆପଣ ଏହି ରୋଗର ଶିକାର, ତେବେ ଖାଦ୍ୟପେୟକୁ ନେଇ ଆପଣଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ।
ବର୍ଷ ୨୦୨୦ ଶେଷ ହେବାକୁ ଆଉ ଦୁଇ ମାସ ବାକି ରହିଛି। ଏହି ବର୍ଷ ଅନେକ ଘଟଣାକ୍ରମ ପାଇଁ ମନେରହିବ। କୋରୋନା ଭାଇରସରୁ ଆରମ୍ଭ କରି ମାନବ ଶରୀରରେ ଗଳାର ଉପରିଭାଗରେ ସାଲିଭାରୀ ଗ୍ଲାଣ୍ଡର ସେଟର ଆବିଷ୍କାର ପର୍ଯ୍ୟନ୍ତ ଅନେକ କିଛି ଏବର୍ଷ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ବୈଜ୍ଞାନିକମାନେ ସାଲିଭାରୀ ଗ୍ଲାଣ୍ଡର ଏକ ସେଟ ଆବିଷ୍କାର କରିଛନ୍ତି। ଏହାଦ୍ବାରା ଚିକିତ୍ସା ବିଜ୍ଞାନକୁ ଆହୁରି ଉନ୍ନତ କରିବାରେ ବେଶ ସହାୟତା ମିଳିବ। ବିଶେଷକରି ରାଡିଏସନ ଥେରାପି ନେଉଥିବା ଗଳା ମସ୍ତିଷ୍କ କ୍ୟାନସର ରୋଗୀଙ୍କ ଚିକିତ୍ସାରେ ଏହା ସାହାଯ୍ୟ କରିବ।
ଏସିଡିଟି, ଗ୍ୟାସ୍, ବଦହଜମୀ ଭଳି ପେଟ ସମସ୍ୟାରେ ସାଧାରଣତଃ ଅଧିକାଂଶ ଲୋକ ଚିନ୍ତିତ ରହିଥାନ୍ତି। ଏହି ସମସ୍ୟା ଥିଲେ ସନ୍ତୁଳିତ ଆହାର ସେବନ କରିବା ଲାଗି ପରାମର୍ଶ ଦିଆଯାଇଥାଏ। କେତେକ ସ୍ବତନ୍ତ୍ର ଖାଦ୍ୟ ରହିଛି, ଯାହା ପେଟ ସମସ୍ୟାକୂ ଦୂର କରିବାରେ ସାହାଯ୍ୟ କରେ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଗ୍ୟାସ୍ ସମସ୍ୟା ଦୂର କରିଥାଏ ଓ ଶରୀର ପାଇଁ ଆବଶ୍ୟକ ପୋଷକତତ୍ତ୍ବ ମଧ୍ୟ ଯୋଗାଇ ଥାଏ। ଚାଲନ୍ତୁ ଜାଣିବା ଏହି ସୁପର ଫୁଡ୍ ସମ୍ପର୍କରେ।
ବୈଜ୍ଞାନିକମାନେ କହୁଛନ୍ତି ଡିସେମ୍ବର ମାସରେ କୋରୋନା ଟିକା ପ୍ରସ୍ତୁତ ହୋଇଯିବ। ଏହାପରେ ବଡ଼ ଧରଣର ଟିକାକରଣ କରାଯିବ। ଲୋକେ କୋରୋନା ଶେଷ ହେବା ପାଇଁ ଟିକାର ଆଶାରେ ବସିଛନ୍ତି। କିନ୍ତୁ ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ହତାଶ କଲା ଭଳି ଏକ ବୟାନ ଦେଇଛି। ‘ହୁ’ର କହିବାନୁସାରେ କୋରୋନା ଦୁଇ ବର୍ଷ ଯାଏ ଯିବ ନାହିଁ।
ମହାମାରୀ କୋରୋନା ଭୂତାଣୁ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି। ପୂର୍ବରୁ କୋରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ନେଇ ଜଣାପଡ଼ିଥିବା ବେଳେ ଏବେ କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ଜଣାଯାଇଛି। ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ୧୧ବର୍ଷୀୟା ନାବାଳିକାର କୋରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି କମ ହୋଇଥିବା କଥା କହିଛନ୍ତି ଡାକ୍ତର।
କୋରୋନା ମହାମାରୀ କାଳରେ ୱାର୍କ ଫ୍ରମ ହୋମର ନୂଆ କଲଚର ଦେଖିବାକୁ ମିଳୁଛି। ଏବେ ବଡ଼ ବଡ଼ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ଘରୁ କାମ କରୁଛନ୍ତି। କିନ୍ତୁ ଏହି ସମୟରେ କେତେକ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ସହିତ ଜଡ଼ିତ ମାମଲା ଦେଖିବାକୁ ମିଳୁଛି। ଜୟପୁରର ଡାକ୍ତରଙ୍କ କହିବାନୁସାରେ ୱାର୍କ ଫ୍ରମ ହୋମ କଲଚର କାରଣରୁ ବ୍ୟକ୍ତି ଘରେ ଏକ ରକମ କଏଦ ହୋଇ ରହିଛି। ଶାରୀରିକ କାର୍ଯ୍ୟ କରିବା ପୂରାପୂରି ବନ୍ଦ ହୋଇଯାଇଛି। ତେଣୁ ମୋଟାପଣ ଓ ମଧୁମେହ ଭଳି ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି।
ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ବିଜ୍ଞାନ ଏଜେନ୍ସି ଦ୍ବାରା କରାଯାଇଥିବା ଏକ ଲାବୋରେଟୋରି ଗବେଷଣାରୁ ଜଣାପଡ଼ିଛି ଯେ କୋଭିଡ-୧୯ ମହାମାରୀ ପାଇଁ ଦାୟୀ ନୂଆ କୋରୋନା ଭାଇରସ ବ୍ୟାଙ୍କ ନୋଟ, ସ୍ମାର୍ଟଫୋନ ସ୍କ୍ରିନ, କାଚ ଓ ଷ୍ଟେନଲେସ ଷ୍ଟିଲ ଭଳି ଜିନିଷ ଉପରେ ୨୮ ଦିନ ଯାଏ ଜୀବିତ ରହିପାରେ। ଭାଇରୋଲୋଜି ଜର୍ଣ୍ଣାଲରେ ଏହି ଗବେଷଣାର ଫଳାଫଳ ପ୍ରକାଶ ପାଇଛି।
ସାଧାରଣତଃ ସମସ୍ତେ ଜାଣନ୍ତି ମାତ୍ରାଧିକ ଚିନି ଖାଇବା ଦ୍ବାରା ମଧୁମେହ ଓ ମୋଟାପଣ ଭଳି ସମସ୍ୟା ଦେଖାଯାଏ। ମାତ୍ର ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ଚିନି ଖାଇବା ଦ୍ବାରା କ୍ୟାନ୍ସର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଗବେଷଣା ଅନୁସାରେ କ୍ୟାନ୍ସର କୋଶିକାଗୁଡ଼ିକୁ ଚିନି ଦ୍ରୁତବେଗରେ ସକ୍ରିୟ କରେ। ତେଣୁ କ୍ୟାନ୍ସର ରୋଗୀଙ୍କୁ ଚିନି କ୍ଷତି ପହଞ୍ଚାଇଥାଏ। ଡଚ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏ ସମ୍ପର୍କରେ ୨୦୦୮ରେ ଗବେଷଣା ଆରମ୍ଭ କରିଥିଲେ।
ପ୍ରତ୍ୟେକ ବର୍ଷ ୧୨ ଅକ୍ଟୋବରରେ ବିଶ୍ବ ଆର୍ଥ୍ରାଇଟିସ ଡେ’ ପାଳନ କରାଯାଏ। ଏହି ରୋଗ ପ୍ରତି ସଚେତନା ସ୍ଷ୍ଟି ଓ ଏହା ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ବିଶ୍ବ ଆର୍ଥ୍ରାଇଟିସ ଡେ’ ପାଳନ କରାଯାଏ।
ଶୀତଦିନ ଆସିବା ମାତ୍ରେ ଗ୍ରୀନ ମଟର ବଜାରକୁ ଆସିଯାଏ। ବର୍ଷ ସାରା ଗ୍ରୀନ ମଟର ମିଳୁଥିବାବେଳେ ଶୀତଦିନେ ଏହା ଅଧିକ ମାତ୍ରାରେ ମିଳିଥାଏ। ଗ୍ରୀନ ମଟରରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ବ ରହିଛି, ଯାହା ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ। କ୍ୟାଲସିୟମ, ଜିଙ୍କ, କପର, ମାଙ୍ଗାନିଜ ଭଳି ଖଣିଜ ପଦାର୍ଥରେ ଗ୍ରୀନ ମଟର ସମୃଦ୍ଧ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
ବ୍ୟସ୍ତ ବହୁଳ ଓ ଧାଁ ଧପଡ଼ ଜୀବନରେ ମୁଣ୍ଡବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଚାପ, ମାତ୍ରାଧିକ କାମ, ବଢ଼ୁଥିବା ସମସ୍ୟା ମୁଣ୍ଡବିନ୍ଧାର ସବୁଠାରୁ ବଡ଼ କାରଣ। ଅନେକ ସମୟରେ ମୁଣ୍ଡବିନ୍ଧା ଏତେ ଅଧିକ ବଢ଼ିଯାଏ ଯେ ଆମେ ବାଧ୍ୟ ହୋଇ ମୁଣ୍ଡବିନ୍ଧା ଔଷଧ ସେବନ କରିଥାଉ। ମୁଣ୍ଡବିନ୍ଧା ଔଷଧ ବାରମ୍ବାର ସେବନ କରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ ହୋଇପାରେ। ଚାପ କାରଣରୁ ମୁଣ୍ଡବିନ୍ଧା ଅନୁଭବ କରୁଥିଲେ ଔଷଧ ସେବନ କରିବା ବନ୍ଦ କରି ଦିଅନ୍ତୁ। ଏଠାରେ କେତେକ ଘରୋଇ ଉପାୟ ଦିଆଯାଉଛି, ଯାହା ମୁଣ୍ଡବିନ୍ଧା ଦୂର କରିବାରେ ମଧ୍ୟ ପ୍ରଭାବୀ ହୋଇଥାଏ।
ଫାଇବ୍ରୋମାଇଲଜିଆ ରୋଗ ହେଲେ ହାଡ଼ ଓ ମାଂସପେଶୀରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଏଥିସହିତ ଛୁଞ୍ଚି ଫୋଡ଼ି ହୋଇଗଲା ଭଳି ଅନୁଭବ ହୋଇଥାଏ। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଏହାର ଶିକାର ହୋଇଥାନ୍ତି। ଏହି ରୋଗ ଯେ କୌଣସି ବୟସରେ ହୋଇପାରେ। ବିଶେଷକରି ୩୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ସମସ୍ୟା ଅଧିକ ମାତ୍ରାରେ ଦେଖାଯାଇଥାଏ। ଯଦି ଆପଣଙ୍କର ମଧ୍ୟ ହାଡ଼ ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ବର୍ଷାରେ ଭିଜିବା ଫଳରେ ସାଧାରଣତଃ କାନରେ ଯନ୍ତ୍ରଣା ହୋଇଥାଏ। କାନ ଯନ୍ତ୍ରଣା ହେଲେ କିଛି ବି କରିବା ମୁସ୍କିଲ ହୋଇଥାଏ। କାନ ଯନ୍ତ୍ରଣାର ସବୁଠାରୁ ବଡ଼ କାରଣ ହେଉଛି ବ୍ୟାକ୍ଟେରିଆ। ଏହାବ୍ୟତୀତ ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ କାନରେ ଯନ୍ତ୍ରଣା ହୋଇପାରେ। ଉଦାହରଣ ସ୍ବରୂପ କାନରେ ପାଣି ପଶିବା, କାନରେ ଅଧିକ ଚାପ ପଡ଼ିବା, ଆଲର୍ଜି କିମ୍ବା ଚର୍ମରେ କୌଣସି ପ୍ରକାରର ସଂକ୍ରମଣ ପାଇଁ କାନ ଯନ୍ତ୍ରଣା ମଧ୍ୟ ହୋଇପାରେ। ଯଦି ଆପଣଙ୍କର ମଧ୍ୟ ବର୍ଷାଦିନେ କାନରେ ଯନ୍ତ୍ରଣା ହେଉଛି, ତେବେ ଘରୋଇ ଉପାୟ ଅବଲମ୍ବନ କରି ଏଥିରୁ ଆରାମ ପାଇପାରିବେ।
ଅଧିକ ଦେଖନ୍ତୁ