ଉତ୍ତମ ସ୍ବାସ୍ଥ୍ୟ

ସେକ୍ସ ଲାଇଫ୍‌ରେ ଏଚ୍‌ପିଭି ପ୍ରତି ସାବଧାନ!

ଦୈନନ୍ଦିନ ଜୀବନଶୈଳୀରେ ଲୋକଙ୍କ ସେକ୍ସ ଲାଇଫ୍‌ରେ ହ୍ୟୁମାନ୍‌ ପେପିଲୋମା ଭାଇରସ (ଏଚ୍‌ପିଭି) ବିପଦଜ୍ଜନକ ହୋଇପାରେ ବୋଲି ଜଣାପଡ଼ିଛି। ଏହି ଭାଇରସ ଦ୍ରୁତ୍‌ ବେଗରେ ବ୍ୟାପି ଥାଏ। ଏହା ଶରୀରରେ ପହଞ୍ଚିବା ପରେ ମଧ୍ୟ ବିଶେଷ କିଛି ଲକ୍ଷଣ ଦେଖାଯାଇ ନ ଥାଏ। ଯାହାଫଳରେ ଏହି ଭାଇରସରେ ପୀଡ଼ିତ ବ୍ୟକ୍ତିଙ୍କୁ ରୋଗ ସମ୍ପର୍କରେ ସୂଚନା ମିଳିପାରେ ନାହିଁ। ଶାରୀରିକ ସମ୍ପର୍କ ରଖୁଥିବା ଅନ୍ୟୁନ ୮୦ ପ୍ରତିଶତ ମହିଳା ଓ ପୁରୁଷଙ୍କୁ ଏଚ୍‌ପିଭି ସଂକ୍ରମଣର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଏଚ୍‌ପିଭି ଭାଇରସରୁ କିପରି ରକ୍ଷା ପାଇପାରିବେ, ଏ ସମ୍ପର୍କରେ ଜାଣିବା ନିହାତି ଦରକାର। ଏଚ୍‌ପିଭି ଭାଇରସ ସେକ୍ସ ଓ ଓରାଲ୍‌ ସେକ୍ସ ମାଧ୍ୟମରେ ଜଣକଠାରୁ ଅନ୍ୟ ଜଣକୁ ବ୍ୟାପି ଥାଏ। ଏହାବ୍ୟତୀତ କଣ୍ଡୋମ୍ ବ୍ୟବହାର ନ କଲେ ମଧ୍ୟ ଏହି ଭାଇରସ ସଂକ୍ରମିତ ହୋଇପାରେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ