ଘର ତଥା ପରିବାର ଲୋକଙ୍କ ଧ୍ୟାନ ରଖିବା ଗୃହିଣୀଙ୍କ ଅଭ୍ୟାସ। ମାତ୍ର ଏଥିସହିତ ନିଜର ବି ଧ୍ୟାନ ରଖିବା ଦରକାର। ଅନେକ ସମୟରେ ଦେଖାଯାଏ ପରିବାର ଲୋକଙ୍କ ଧ୍ୟାନ ରଖିବା ମଧ୍ୟରେ ଗୃହିଣୀମାନେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ସକାଳୁ ରାତି ଯାଏଁ ଘର କାମ କରୁଥିବାବେଳେ ନିଜ ବିଷୟରେ ଭାବିବା ପାଇଁ ସେମାନଙ୍କ ପାଖରେ ସମୟ ନ ଥାଏ। ହାଉସ୍ ୱାଇଫ୍ ବା ଗୃହିଣୀମାନେ କିଭଳି ଭାବେ ନିଜର ଧ୍ୟାନ ରଖିବା ଦରକାର ଚାଲନ୍ତୁ ଜାଣିବା।
ଶୀତ ଦିନ ଆରମ୍ଭ ହୋଇଯାଇଛି। ଏହି ଦିନରେ ଠିକ୍ ଭାବେ ମେକ୍ଅପ୍ କରି ଆପଣ ଆପଣଙ୍କ ମୁହଁକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିପାରିବେ। ମେକ୍ଅପ୍ ଆର୍ଟିଷ୍ଟଙ୍କ କହିବାନୁସାରେ ଶୀତଦିନେ କ୍ରୀମଯୁକ୍ତ ବ୍ଲଶର ଏବଂ ମ୍ୟାଟ୍ ଲିପ୍ଷ୍ଟିକ୍ ଆପଣଙ୍କୁ ଆକର୍ଷଣୀୟ ଲୁକ୍ ଦେଇପାରିବ। ଚାଲନ୍ତୁ ଜାଣିବା ଶୀତ ଦିନେ କିଭଳି ଭାବେ ମେକ୍ଅପ୍ କରିବା ଉଚିତ।
ଯଦି ଆପଣଙ୍କର ଏକାଧିକ ପିଲା ଅଛନ୍ତି ତେବେ ସେମାନଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସାଧାରଣ କଥା। ଅନେକ ସମୟରେ ଛୋଟ ଛୋଟ କଥାରେ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥାଏ। ସାଧାରଣତଃ ଏହି ଲଢ଼େଇ ସମୟରେ ମା’ ବାପା ଜଣଙ୍କୁ ସମର୍ଥନ କରିଥାନ୍ତି। ଫଳରେ ଅନ୍ୟ ଜଣେ ହୀନମନ୍ୟତାର ଶିକାର ହୋଇଥାନ୍ତି। ଏହା ଧିରେ ଧିରେ ପିଲାଙ୍କ ମଧ୍ୟରେ ଦୂରତ୍ବ ବଢ଼ିପାରେ। ତେଣୁ ମା’ ବାପାଙ୍କ କର୍ତ୍ତବ୍ୟ ହେଲା ଦୁହିଁକୁ ସମାନ ଭାବେ ବୁଝାଇ ଝଗଡ଼ାର ସମାଧାନ କରିବା।
ଶୀତଦିନେ ପିଲାଙ୍କ ଯତ୍ନକୁ ନେଇ ଆମ ମନରେ କିଛି ଭୁଲ୍ ଧାରଣା ରହିଛି। ମାତ୍ର ଏହା ସତ ନୁହେଁ। ଏମିତି କିଛି ଭୁଲ୍ ଧାରଣା ଓ ଏହାର ବାସ୍ତବତାକୁ ଜାଣନ୍ତୁ ଏବଂ ତଦନୁଯାୟୀ ପିଲାଙ୍କ ଯତ୍ନ ନିଅନ୍ତୁ।
ଏକାକୀ ରହୁଥିବା ପୁରୁଷଙ୍କ ତୁଳନାରେ ମହିଳାମାନେ ବେଶୀ ଖୁସିରେ ରହନ୍ତି। କାରଣ ସମ୍ପର୍କରେ ରହିବା ମହିଳାଙ୍କ ଅଧିକ କଷ୍ଟସାଧ୍ୟ ହୋଇଥାଏ। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ସର୍ଭେ ଅନୁସାରେ ୬୧ ପ୍ରତିଶତ ସିଙ୍ଗଲ ମହିଳା ଏକା ରହି ଖୁସି ହୋଇଥାନ୍ତି। ଏପରିସ୍ଥଳେ ମାତ୍ର ୪୯ ପ୍ରତିଶତ ସିଙ୍ଗଲ ପୁରୁଷ ଖୁସିରେ ରହିବାରେ ସକ୍ଷମ ହୋଇଥାନ୍ତି।
ସାଧାରଣତଃ ମହିଳାମାନେ ସୁନ୍ଦର ଦେଖାଯିବା ଲାଗି ଚାହିଥାନ୍ତି। ସେଥିପାଇଁ ନାରୀମାନେ ଅଧିକ ମେକ୍ଅପ୍ କରିବାକୁ ପସନ୍ଦ କରନ୍ତି। ତେବେ ପ୍ରତ୍ୟେକ ଦିନ ମେକ୍ଅପ୍ କରିବା ଦ୍ବାରା କ’ଣ କ’ଣ କ୍ଷତି ପହଞ୍ଚିଥାଲ ତାହା ଜାଣିବା ନିହାତି ଦରକାର।
ପତିଙ୍କ ଦୀର୍ଘାୟୁ କାମନା କରି ନାରୀମାନେ ଅନେକ ଓଷା ବ୍ରତ କରିଥାନ୍ତି। ତେବେ ଏହି ଓଷା ବ୍ରତ କେବଳ ଯଥେଷ୍ଟ ନୁହେଁ। ଡାକ୍ତରଙ୍କ କହିବାନୁସାରେ ପତିଙ୍କ ଆୟୁ ବୃଦ୍ଧି ପାଇଁ ଉତ୍ତମ ଜୀବନଶୈଳୀ ଓ ଖାଦ୍ୟପାନୀୟରେ ନିୟନ୍ତ୍ରଣର ଆବଶ୍ୟକ ରହିଛି। ତେଣୁ ଓଷା ବ୍ରତ କରିବା ସହ ଏହି ୫ଟି କଥା ପ୍ରତି ମଧ୍ୟ ପତ୍ନୀମାନେ ଧ୍ୟାନ ଦେବା ଦରକାର।
ଯେ କୌଣସି ସମ୍ପର୍କ ବିଶ୍ବାସର ମୂଳଦୁଆ ଉପରେ ତିଷ୍ଠି ରହିଥାଏ। ସମ୍ପର୍କରେ ବିଶ୍ବାସ କମିଗଲେ ତାହାକୁ ବଞ୍ଚାଇ ରଖିବା ଅସମ୍ଭବ ହୋଇଯାଏ। ଅଧିକାଂଶ ସମୟରେ ଦେଖାଯାଏ ପୁରୁଷ ସାଥୀ ମହିଳା ସାଥୀଙ୍କୁ ଧୋକା ଦେଇଥାନ୍ତି। ନ୍ୟୁଜ୍ ୱେବ୍ସାଇଟ୍ ହଫିଙ୍ଗଟନ୍ ପୋଷ୍ଟ ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୬୦ ପ୍ରତିଶତ ପୁରୁଷ ନିଜ ମହିଳା ସାଥୀଙ୍କୁ ଧୋକା ଦେଇଥାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପୁରୁଷ ବନ୍ଧୁ ନିଜ ପ୍ରେମିକାଙ୍କୁ କାହିଁକି ଧୋକା ଦିଅନ୍ତି? ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା।
ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ପାଇଁ ଉଭୟଙ୍କ ମଧ୍ୟରେ ଭରସା ଏବଂ ପ୍ରେମ ଗୁରୁତ୍ବପୂର୍ଣ୍ଣ। ସେତେବେଳେ ଯାଇ ସମ୍ପର୍କ ଦୀର୍ଘ ଦିନ ପାଇଁ ତିଷ୍ଠି ରହିବ। ଏହି ଦୁଇଟି ଜିନିଷ ନ ଥିଲେ ସମ୍ପର୍କ ଆଗକୁ ବଢ଼ିପାରିବ ନାହିଁ। ତେବେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରେମ ସମ୍ପର୍କରେ ଥିବାବେଳେ ପୁଅଙ୍କ ଅପେକ୍ଷା ଝିଅ ଅଧିକ କଥା ଲୁଚାନ୍ତି। ତେଣୁ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କୁ ଆପଣଙ୍କ ଗାର୍ଲଫ୍ରେଣ୍ଡ ସବୁକିଛି ସତ କହୁଛନ୍ତି, ତେବେ ଏହା ଆପଣଙ୍କ ଭୁଲ୍ ଧାରଣା। ପ୍ରତ୍ୟେକ ପ୍ରେମିକା ନିଜ ପ୍ରେମିକଙ୍କୁ କିଛି ନା କିଛି ମିଛ କହିଥାନ୍ତି।
ସାତ ଜନ୍ମ ପାଇଁ ସାଥୀ ହେବାର ପ୍ରତିଶ୍ରୁତି ସହିତ ଜଣେ ଝିଅ ଜଣେ ପୁଅର ହାତ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି। ପ୍ରତ୍ୟେକ ବିବାହିତ ଦମ୍ପତି ଚାହାନ୍ତି ସେମାନଙ୍କ ବୈବାହିକ ଜୀବନ ସଫଳ ହେଉ। ତେବେ ବୈବାହିକ ଜୀବନକୁ ସଫଳ କରିବା ପାଇଁ ହେଲେ ଏହାର ମୂଳମନ୍ତ୍ରକୁ ବୁଝିବା ଜରୁରୀ। ଏଠାରେ ବୈବାହିକ ଜୀବନକୁ ସଫଳ କରିବା ଲାଗି ୧୦ଟି ଟିପ୍ସ ଦିଆଯାଇଛି। ଅନୁସରଣ କରି ଦେଖନ୍ତୁ। ହୁଏତ ଆପଣଙ୍କ ସଂସାର ମଧ୍ୟ ସୁରୁଖୁରୁରେ ଆଗକୁ ବଢ଼ିପାରିବ।
ବର୍ତ୍ତମାନ ସମୟରେ ନାରୀ ପୁରୁଷଙ୍କ ସହିତ ପାଦରେ ପାଦ ମିଶାଇ କାମ କରିବାକୁ ପସନ୍ଦ କରୁଛନ୍ତି। ବାହାରକୁ ଯାଉଥିବାରୁ ମହିଳାମାନେ ମେକ୍ଅପ୍ କରିବାକୁ ପସନ୍ଦ କରୁଛନ୍ତି। ମାତ୍ର ସବୁଠାରୁ ବଡ଼ କଥା ହେଲା ଆପଣ ଯେଉଁ ମେକ୍ଅପ୍ କରୁଛନ୍ତି ତାହା ଆପଣଙ୍କ ଅଫିସର ମାହୋଲରେ ଖାପ ଖାଉଛି କି ନାହିଁ ତାହା ଧ୍ୟାନରେ ରଖିବା ଉଚିତ। ତେଣୁ କର୍ମଜୀବୀ ମହିଳା ହୋଇଥିଲେ କେଉଁଭଳି ଭାବେ ମେକ୍ଅପ୍ କରିବା ଉଚିତ ଚାଲନ୍ତୁ ଜାଣିବା।
କହୁଣୀ ଓ ଆଣ୍ଠୁର କଳାପଣ ଏକ ସାଧାରଣ କଥା। ମାତ୍ର ଏହାକୁ ନେଇ ବିଶେଷକରି ମହିଳାମାନେ ଅଧିକ ଚିନ୍ତିତ ହୋଇପଡ଼ନ୍ତି। କହୁଣୀ ଓ ଆଣ୍ଠୁର ଚମଡ଼ା ଶରୀରର ଅନ୍ୟ ଭାଗ ତୁଳନାରେ ଅଧିକ ଟାଣ ହୋଇଥାଏ। ତେଣୁ ଯେତେ ସାବୁନ ଲଗାଇଲେ କିମ୍ବା ସ୍କ୍ରବ୍ କଲେ ଏଥରୁ କଳାପଣ ଦୂର ହୋଇ ନ ଥାଏ। ଯଦି ଆପଣ ମଧ୍ୟ ଆପଣଙ୍କ କହୁଣୀ ଏବଂ ଆଣ୍ଠୁର କଳାପଣ ପାଇଁ ଚିନ୍ତିତ, ତେବେ କିଛି ଘରୋଇ ଉପାୟରେ ଏଥିରୁ ମୁକ୍ତି ପାଇପାରିବେ।
ବାହାଘର ପରେ ପ୍ରତ୍ୟେକ ଝିଅର ଜୀବନ ବଦଳିଯାଏ। ବାହାଘର ପରେ ସାଙ୍ଗସାଥୀ କିମ୍ବା ସମ୍ପର୍କୀୟ ଶ୍ବଶୁର ଘର ସମ୍ପର୍କରେ ପଚାରିଲେ ବୋହୂଟିଏ ସବୁ କଥା କହିଦିଅନ୍ତି। ମାତ୍ର ଶ୍ବଶୁର ଘରର ଏମିତି କିଛି ବି କଥା ଥାଏ, ଯାହା ଅନ୍ୟ ଆଗରେ କହିବା ଉଚିତ ନୁହେଁ। ଚାଲନ୍ତୁ ଜାଣିବା ଶ୍ବଶୁର ଘର ସମ୍ପର୍କରେ କେଉଁ କେଉଁ କଥା ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ।
କରୱା ଚୌଥ ହେଉ ବା କୌଣସି ପର୍ବପର୍ବାଣୀ, ଝିଅ ତଥା ମହିଳାମାନେ ମେହେନ୍ଦୀ ଲଗାଇବାକୁ ବେଶ୍ ପସନ୍ଦ କରନ୍ତି। ଏହି ମେହେନ୍ଦୀ କିପରି ଗାଢ଼ ହେବ ସେଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରନ୍ତି। ତେବେ ମେହେନ୍ଦୀ ଲଗାଇବାବେଳେ ଏହାର ରଙ୍ଗ ଯେମିତି ଭଲ ଲାଗି ନ ଥାଏ, ଏହା ଫିକା ପଡ଼ିଗଲେ ସେମିତି ବିରକ୍ତ ଲାଗେ। କିପରି ଏହାକୁ ଶୀଘ୍ର ଛଡ଼ାଇବେ ତାହାକୁ ନେଇ ବ୍ୟସ୍ତ ହୋଇପଡ଼ନ୍ତି। ମାତ୍ର ମେହେନ୍ଦୀ ଦାଗ ଏତେ ଶୀଘ୍ର ଛାଡ଼ି ନ ଥାଏ। ତେବେ କିଛି ଘରୋଇ ଉପାୟ ଅବଲମ୍ବନ କରି ଫିକା ପଡ଼ିଯାଇଥିବା ମେହେନ୍ଦୀ ଦାଗକୁ ସହଜରେ ଛଡ଼ାଇପାରିବେ।
ମହିଳାଙ୍କ ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଜଣେ ପୁରୁଷଙ୍କୁ ବାହା ହୋଇଗଲା ପରେ ସେମାନେ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇଯାଆନ୍ତି। ସାରା ଜୀବନ ନିଜ ପତିଙ୍କ ସହ ରହିବାକୁ ଚାହାନ୍ତି। ଦୁର୍ଭାଗ୍ୟବଶତଃ କେତେକ ବ୍ୟକ୍ତି ସେମାନଙ୍କ ପତ୍ନୀଙ୍କୁ ଧୋକା ଦେଇଥାନ୍ତି। ତଥାପି ସେମାନେ ନିଜ ପତିଙ୍କଠାରୁ ସମ୍ପର୍କ ଛିନ୍ନ କରି ପାରି ନ ଥାନ୍ତି। ତେବେ ଚାଲନ୍ତୁ ଜାଣିବା ଧୋକା ଦେବା ପରେ ମଧ୍ୟ କାହିଁକି ପତିଙ୍କୁ ଛାଡ଼ି ପାରନ୍ତି ନାହିଁ ପତ୍ନୀ।
ଅଧିକ ଦେଖନ୍ତୁ