ପାଟି ସୁଆଦ

ଚକୋଲେଟ୍‌ ସମୋସାର ମଜା ନିଅନ୍ତୁ

ପ୍ରତ୍ୟେକ ଭାରତୀୟ ସମୋସା ଖାଇବାକୁ ବହୁତ ପସନ୍ଦ କରନ୍ତି। ଏମିତି ବହୁତ କମ୍‌ ଲୋକ ଅଛନ୍ତି, ଯିଏ ସମୋସା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଡାଏଟ୍‌ ଅନୁସରଣ କରୁଥିବା ବ୍ୟକ୍ତିମାନେ ମଧ୍ୟ ବେଳେ ବେଳେ ସମୋସା ନିହାତି ଖାଇନିଅନ୍ତି। ଆଳୁ ସମୋସା ତ ଆପଣ ବହୁତ ଖାଇଥିବେ। କିନ୍ତୁ ଏଠାରେ ଆପଣଙ୍କ ପାଇଁ ସ୍ପେସାଲ ଫ୍ୟୁଜନ୍‌ ସମୋସାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସମୋସାରେ ଆଳୁ ବଦଳରେ ଚକୋଲେଟ୍‌ ପୂର ଭାବେ ଦିଆଯାଇଥାଏ। ଏହାକୁ ଡେଜର୍ଟ ଭାବେ ମଧ୍ୟ ଖାଇପାରିବେ। ପାରମ୍ପରିକ ସମୋସାରେ ପିସ୍ତା, ଚିନି ଓ ଚକୋଲେଟ୍‌ ପୂର ଭାବେ ଦେଇ ଅଲଗା ଭାବେ ତିଆରି କରାଯାଇଛି। ଆପଣ ଚାହିଲେ ଘରେ ଜନ୍ମଦିନ ପାର୍ଟି, କିଟି ପାର୍ଟି କିମ୍ବା ଅନ୍ୟାନ କାର୍ଯ୍ୟକ୍ରମରେ ପ୍ରସ୍ତୁତ କରି ଅତିଥିଙ୍କୁ ପରଷି ପାରିବେ।

ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର ରେସିପି
ଟ୍ରାଏ କରନ୍ତୁ ଶେଜୱାନ ଦୋସା ରେସିପି

ଯଦି ଆପଣଙ୍କର ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିବା ଓ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ ରହିଛି, ତେବେ ଆପଣ ଏହି ଫ୍ୟୁଜନ୍‌ ଦୋସା ନିହାତି ଭାବେ ଟ୍ରାଏ କରନ୍ତୁ। ଏଥିରେ ଚାଇନିଜ୍‌ ଓ ସାଉଥ୍‌ ଇଣ୍ଡିଆନ ଶୈଳୀର ସୁନ୍ଦର କମ୍ବିନେସନ ରହିଛି, ଯାହା ନିଶ୍ଚିତ ଭାବେ ଯେ କୌଣସି ବ୍ୟକ୍ତିଙ୍କ ପାଟିଲେ ଲାଳ ଆଣିଦେବ। ଯଦି ଆପଣ ନର୍ମାଲ ମସଲା ଦୋସା ଖାଇ ଓ ତିଆରି କରି ବୋର୍‌ ହୋଇଗଲେଣି, ତେବେ ଆପଣ ଏହି ଫ୍ୟୁଜନ୍‌ ଦୋସା ନିହାତି ଟ୍ରାଏ କରିବା ଉଚିତ। ଏଥିରେ ଆପଣ ନିଜ ପସନ୍ଦର ପନିପରିବା ପକାଇ ଏହାକୁ ଅଧିକ ସ୍ବାସ୍ଥ୍ୟକର କରିପାରିବେ। ଦୋସାର କ୍ରିସ୍‌ପିନେସ୍‌ ଓ ଶେଜୱାନ ସସ୍‌ର ସ୍ପାଇସି ଅଲଗା ପ୍ରକାରର ସ୍ବାଦ ଆଣିଦେବ। ସବୁଠାରୁ ବଡ଼ କଥା ଏହାକୁ ତିଆରି କରିବା ପାଇଁ ପାଖାପାଖି ୩୦ ମିନିଟ୍‌ ସମୟ ଲାଗିଥାଏ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ