ବୁଲାବୁଲି

ଜାଣନ୍ତୁ ଶ୍ରୀବରଦବିନାୟକ ମନ୍ଦିର ସମ୍ପର୍କରେ କିଛି ରୋଚକ ତଥ୍ୟ

ଅଷ୍ଟବିନାୟକ ଚତୁର୍ଥ ହେଉଛନ୍ତି ଶ୍ରୀବରଦବିନାୟକ। ମହାରାଷ୍ଟ୍ରର ରାୟଗଡ଼ା ଜିଲାର ଖାଲାପୁର କ୍ଷେତ୍ରରେ ପର୍ବତ ଘେରରେ ରହିଛି ମହଡ଼ା ନାମକ ଏକ ସୁନ୍ଦର ଗାଁ। ଏହି ଗାଁରେ ଶ୍ରୀବରଦବିନାୟକ ମନ୍ଦିର ଅବସ୍ଥିତ। ଶ୍ରୀବରଦବିନାୟକ ଭକ୍ତଙ୍କ ସବୁ ମନୋକାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ବାସ କରାଯାଏ। ଏହି ମନ୍ଦିରରେ ନନ୍ଦଦୀପ ନାମକ ଏକ ଦୀପ ରହିଛି ଯାହା ୧୯୮୨ ମସିହାରୁ ଅହୋରାତ୍ରୀ ପ୍ରଜ୍ବଳିତ ହେଉଛି। କୁହାଯାଏ ଶ୍ରୀବରଦବିନାୟକଙ୍କ ନାମ ନେବା ମାତ୍ରେ ସମସ୍ତ ମନୋକାମନା ପୂରଣ ହେବା ଲାଗି ବରଦାନ ପ୍ରାପ୍ତ ହୋଇଥାଏ। ଏହି ମନ୍ଦିରରେ ମାଘ ଚତୁର୍ଥୀରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ। ଏହାବ୍ୟତୀତ ଭାଦ୍ରବ ମାସ ଗଣେଶ ଚତୁର୍ଥୀରୁ ଆରମ୍ଭ କରି ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହା ଦେଖିବା ଲାଗି ଶ୍ରୀବରଦବିନାୟକ କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ