କୋରୋନା ମହାମାରୀ ସମୟରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଆଇଲ୍ୟାଣ୍ଡ ଅଜବ ସର୍ତ୍ତ ରଖିଛି। ଏଠାକୁ ଆସିବାକୁ ଚାହୁଥବା ପର୍ଯ୍ୟଟକଙ୍କୁ କୋରୋନାରୁ ରିକଭରି ହୋଇଥିବା ଜରୁରୀ ବୋଲି ସର୍ତ୍ତ ରଖାଯାଇଛି। ଅର୍ଥାତ ଏହି ଆଇଲ୍ୟାଣ୍ଡ ବୁଲିବାକୁ ଆସିବାକୁ ଚାହୁଥିବା ପର୍ଯ୍ୟଟକଙ୍କୁ କୋରୋନା ହେବା ପରେ ଠିକ ହୋଇଥିବା ଜରୁରୀ ବୋଲି କୁହାଯାଇଛି।
କୋରୋନା ଭାଇରସ କାରଣରୁ ଲକଡାଉନ ଚାଲିଥିବାରୁ ସାରା ବିଶ୍ବରେ ଲୋକଙ୍କ ବୁଲାବୁଲି ଉପରେ କଟକଣା ଲାଗିଥିଲା। ଯଦିଓ ଏବେ କେତେକ ସ୍ଥାନରେ ଏହି କଟକଣା କିଛି ମାତ୍ରାରେ ହଟାଇ ଦିଆଯାଇଛି, ଅନେକ ସ୍ଥାନରେ ଏବେ ବି କଟକଣା ରହିଛି। ପର୍ଯ୍ୟଟନ ସେବା ବନ୍ଦ କରାଯାଇଥିବା କାରଣରୁ ଟୁରିଜିମ ଓ ଏୟାରଲାଇନ୍ସକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚିଛି। ଏଭଳି ଅଡ଼ୁଆ ପରିସ୍ଥିତିରେ ଲୋକେ ନିଜ ଡ୍ରିମ ଡେଷ୍ଟିନେସକୁ କେବଳ ଇଣ୍ଟରନେଟରେ ଅନୁଭବ କରିପାରୁଛନ୍ତି।
କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ପୂରା ଦେଶରେ ୨୪ ମାର୍ଚ୍ଚରୁ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନରେ ଟ୍ରେନ, ବସ, ବିମାନ ସେବା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇ ଦିଆଯାଇଥିଲା। ଦେଶବ୍ୟାପୀ ଲକଡାଉନ ଲାଗିଥିବାରୁ ଜୀବନ ଯେମିତି ଏକରକମ ରୋକି ଯାଇଥିଲା। ଏବେ ଧୀରେ ଧୀରେ ଲକଡାଉନ କୋହଳ କରାଯାଉଛି। ଜନ ଜୀବନକୁ ଟ୍ରାକକୁ ଆଣିବା ଲାଗି ଚେଷ୍ଟା କରାଯାଉଛି। ଲକଡାଉନରେ ପର୍ଯ୍ୟଟନ ମଧ୍ୟ ପୂରାପୂରି ଠପ ହୋଇଯାଇଥିଲା।
କୋରୋନା ମହାମାରୀ ପର୍ଯ୍ୟଟନ କ୍ଷେତ୍ରକୁ ବଡ଼ ଧରଣର କ୍ଷତି ପହଞ୍ଚାଇଛି। ଏହାଦ୍ବାରା ଅନେକ ଲୋକଙ୍କ ରୋଜଗାର ମାଧ୍ୟମ ଉପରେ ମଧ୍ୟ ସଙ୍କଟ ମାଡ଼ି ବସିଛି। ଏହି ସଙ୍କଟ ଆହୁରି ବି ଗଭୀର ହୋଇପାରେ। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ (ସିଆଇଆଇ)ର ତଥ୍ୟକୁ ଭିତ୍ତି କରି ପର୍ଯ୍ୟଟନ ମନ୍ତ୍ରାଳୟ ସ୍ବୀକାର କରିଛି ଯେ କୋରୋନା ମହାମାରୀ ଭାରତରେ ପର୍ଯ୍ୟଟନ ଶିଳ୍ପ ଉପରେ ବଡ଼ ଧରଣର କ୍ଷତି ପହଞ୍ଚାଇଛି। କୁହାଯାଉଛି ପର୍ଯ୍ୟଟନ କ୍ଷେତ୍ରରେ ଦୁଇ କୋଟିରୁ ଅଧିକ ଚାକିରି ହରାଇପାରନ୍ତି।
କୋରୋନା ଭାଇରସ ଡରରେ ସାରା ବିଶ୍ବର ଅନେକ ଦେଶ ଏବେ ଲକଡାଉନରେ ରହିଛି। କେତେକ ଦେଶରେ ବିଦେଶୀ ଯାତ୍ରୀଙ୍କୁ ନିୟନ୍ତ୍ରିତ କରିବା ଲାଗି ବିମାନଯାତ୍ରାକୁ ସୀମିତ କରି ଦିଆଯାଇଛି। ଇତିମଧ୍ୟରେ ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଏକ ନିଆରା ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏହି ଯାତ୍ରାକୁ ନିଆରା ଏଥିପାଇଁ କୁହାଯାଉଛି ଯେ ଏହା ବିମାନ ବଦଳରେ ବସରେ ହେବାକୁ ଯାଉଛି। ଗୁଡଗାଓଁର ଏକ କମ୍ପାନୀ ୧୫ ଅଗଷ୍ଟରେ ‘ବସ ଟୁ ଦ ଲଣ୍ଡନ’ ନାମକ ଏକ ଟ୍ରିପର ଘୋଷଣା କରିଛି। ଏହି ୭୦ ଦିନିଆ ଟ୍ରିପରେ ଯାତ୍ରୀମାନେ ସଡ଼କ ମାର୍ଗରେ ଦିଲ୍ଲୀରୁ ଲଣ୍ଡନ ଯାଇ ପହଞ୍ଚିବେ। ଏହି ଟ୍ରାଭେଲ କମ୍ପାନୀ ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ସୋସାଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଥିଲା।
କୋରୋନା ଭାଇରସ ମହାମାରୀ କାରଣରୁ ଚଳିତ ବର୍ଷ ଗଣପତି ଉତ୍ସବ ସମୟରେ ବପ୍ପା ଅନଲାଇନ ଦର୍ଶନ ଦେବେ। ଅଧିକାଂଶ ପୂଜା ପେଣ୍ଡାଲ ପକ୍ଷରୁ ଜୁମ, ଫେସବୁକ ଓ ଗୁଗଲ ଜରିଆରେ ଗଣପତି ଦର୍ଶନ ଓ ପୂଜନର ଅନଲାଇନ ବ୍ୟବସ୍ଥା କରାଯାଇଛି। କେବଳ ସେତିକି ନୁହେଁ ଅଧିକାଂଶ ସ୍ଥାନରେ ୧୦ ଦିନ ବଦଳରେ କେବଳ ଦେଢ଼ ଦିନ ଗଣପତି ବପ୍ପା ବିରାଜମାନ କରିବେ ବୋଲି ଜଣାପଡ଼ିଛି।
ମନ୍ଦିରରେ ଭଗବାନ ରହନ୍ତି, ଏହା ତ ସମସ୍ତଙ୍କୁ ଜଣାଅଛି। ମାତ୍ର କେବେ ଶୁଣିଛନ୍ତି କି ମନ୍ଦିରକୁ ଭୂତ ଜଗୁଛନ୍ତି। ହଁ ଆଜ୍ଞା, ଉତ୍ତର ପ୍ରଦେଶର ବୃନ୍ଦାବନରେ ଏମିତି ଏକ ମନ୍ଦିର ରହିଛି, ଯାହାକୁ ଭୂତ ମନ୍ଦିର କୁହାଯାଏ। ମୋଗଲଙ୍କ ସମୟରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ନେଇ ଅନେକ କଥା ଶୁଣିବାକୁ ମିଳେ। କେତେକ ଏହାକୁ ଅନ୍ଧବିଶ୍ବାସ କହନ୍ତି ତ ଆଉ କେତେକ ସତ ବୋଲି କହନ୍ତି। ଚାଲନ୍ତୁ ଜାଣିବା ମନ୍ଦିର ସହିତ ଜଡ଼ିତ ଥିବା କେତେକ ଜଣା ଅଜଣା କଥା।
ଭାରତରେ ଅଲଗା ଅଲଗା ଧର୍ମର ଲୋକ ରହିଥାନ୍ତି। ଏପରିସ୍ଥଳେ ନିଜ ମନ୍ନତ, ଦୁଆ, ଭଗବାନଙ୍କ କୃପା ପାଇବା ଲାଗି ଲୋକେ ମନ୍ଦିର, ଗୁରୁଦ୍ବାର, ମସଜିଦ, ଦରଘା, ଚର୍ଚ୍ଚ ଯାଇଥାନ୍ତି। ଏପରି ଅନେକ ସ୍ଥାନ ରହିଛି ଯେଉଁଠିକି ଯାଇ ସେମାନଙ୍କ ମନୋସ୍କାମନା ଶୀଘ୍ର ପୂରା ହୋଇଗଲା ବୋଲି ଶ୍ରଦ୍ଧାଳୁମାନେ କହିଥାନ୍ତି। ଚାଲନ୍ତୁ ଜାଣିବା ଭାରତର କେତେକ ଲୋକପ୍ରିୟ ଦରଘା ସମ୍ପର୍କରେ। କୁହାଯାଏ ଏଠାରୁ କେହି କେବେ ଖାଲି ହାତରେ ଫେରି ନାହାନ୍ତି। ଅର୍ଥାତ ଏଠାରେ ସମସ୍ତଙ୍କ ଦୁଆ କବୁଲ ହୋଇଯାଏ। ଏଥିସହିତ ଏସବୁ ଦରଘାର ବାସ୍ତୁକଳା ମଧ୍ୟ ପୂରା ଦୁନିଆରେ ଲୋକପ୍ରିୟ। ପ୍ରତ୍ୟେକ ଧର୍ମର ଲୋକଙ୍କ ପାଇଁ ଏସବୁ ଦରଘାର ଦ୍ବାର ଖୋଲା ରହିଛି।
ଭାରତରେ ଅଯୋଧ୍ୟା ଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଦକ୍ଷିଣ ପୂର୍ବ ଏସିଆର ଦେଶ ଥାଇଲାଣ୍ଡ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଜୀବନ ଦ୍ବାରା ପ୍ରେରିତ। ଥାଇଲାଣ୍ଡର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପ୍ରାଚୀନ ସହର ଅଯୋଧ୍ୟା ସାମିଲ। ସିଆମ ରାଜ୍ୟର ରାଜଧାନୀ ଭାବେ ଅଯୋଧ୍ୟାକୁ ଉପସ୍ଥାପିତ କରାଯାଉଛି। ଅଯୋଧ୍ୟା ନଗରୀର ସ୍ଥାପନା ଏବଂ ଏହାର ଇତିହାସ ଏହାର ଆଖପାଖ ସ୍ଥାନର ମଧ୍ୟ ବେଶ ଯୋଗଦାନ ରହିଛି। ସ୍ଥାନୀୟ ଲୋକେ ଏହାକୁ ଅୟୁଥୟା ବୋଲି ମଧ୍ୟ କହିଥାନ୍ତି। ଏହି ସହର ଛାଓ ପ୍ରେୟା ନଦୀ ଉପତ୍ୟକାରେ ଅବସ୍ଥିତ। ଏହି ସହର ବାଣିଜ୍ୟ, ସଂସ୍କୃତି ସହିତ ଆଧ୍ୟାତ୍ମିକତାର ଗଡ଼ ବୋଲି ମଧ୍ୟ କୁହାଯାଏ।
ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ରହିଛି, ଯାହାକୁ ପୂରଣ କରିବାକୁ ଅନେକେ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାନ୍ତି। କେତେକଙ୍କର ପିଲାଦିନୁ ପର୍ବତାରୋହଣ କରିବାର ସଉକ ଥାଏ। ଏଥିପାଇଁ ସେମାନେ ପିଲାଦିନୁ ହିଁ କଠିନ ଅଭ୍ୟାସ କରିବାରେ ଲାଗିଯାଆନ୍ତି। ଏହି ଅଭ୍ୟାସରେ ସେମାନଙ୍କୁ ସଫଳତା ମଧ୍ୟ ମିଳିଥାଏ। ଯଦିଓ ଏହି ଅଭ୍ୟାସ ବିପଦପୂର୍ଣ୍ଣ ହୋଇଥାଏ, କିନ୍ତୁ ଜିଦିଖୋର ଲୋକମାନେ କେବେ ବି ହାର ମାନି ନ ଥାନ୍ତି।
ସ୍ମାରକୀ ସବୁବେଳେ ଐତିହାସିକ ମହତ୍ତ୍ବକୁ ମନେପକାଇଥାଏ। ପ୍ରେମର ପ୍ରତୀକ ଭାବେ ନିର୍ମାଣ କରାଯାଇଥିବା ଏହି ସ୍ମାରକୀ ମଧ୍ୟରେ କେତେକ ମହଲ ମଧ୍ୟ ରହିଛି। ଏବେ ବି ଏହି ସ୍ମାରକୀଗୁଡ଼ିକୁ ପ୍ରେମର ପ୍ରତୀକ ଭାବେ ସଜାଇ ରଖାଯାଇଛି। ପ୍ରେମ, ବଳିଦାନ ଓ କର୍ତ୍ତବ୍ୟର କେତେକ ମହାକାବ୍ୟ ଓ କାହାଣୀର ସାକ୍ଷୀ ଏହି ଐତିହାସିକ ସ୍ମାରକୀ ପ୍ରତ୍ୟେକ ପିଢ଼ିକୁ ନିଜ ପ୍ରେମର ଗାଥା ଶୁଣାଉଛି। ଏହା କେତେକ ଦୁଃଖଦ ଓ ଶାଶ୍ବତ ପ୍ରେମର ମୁକସାକ୍ଷୀ। ପ୍ରାଚୀନ ସମୟରେ ବାସ୍ତୁକଳା ଓ ଶିଳ୍ପଶୈଳୀରେ ନିର୍ମିତ ଏହି ଐତିହାସିକ ସ୍ମାରକୀର ସୌନ୍ଦର୍ଯ୍ୟ ମନକୁ ଖୁସି କରି ଦେଇଥାଏ।
ବଦ୍ଧିର୍ତ ଜନସଂଖ୍ୟା, ଗ୍ଲୋବାଲ ୱାର୍ମିଂ, ମେରାଇନ୍ ପଲ୍ୟୁସନ ଆଶଙ୍କା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଲୋକଙ୍କୁ ସଚେତନ କରାଇବା ଲାଗି ମିଳିତ ଜାତିସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଜୁନ୍ ୫ରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ। ଏପରିସ୍ଥଳେ ଏଠାରେ ଭାରତର ସବୁଠାରୁ ସଫା ନଦୀ ସମ୍ପର୍କରେ ସୂଚନା ଦିଆଯାଇଛି। ମେଘାଳୟର ଉମନଗୋଟ ନଦୀକୁ ଦେଶର ସବୁଠାରୁ ପରିସ୍କାର ନଦୀର ସମ୍ମାନ ମିଳିଛି। ଏହି ନଦୀର ପାଣି ଏତେ ସ୍ବଚ୍ଛ ଯେ ଡଙ୍ଗା କାଚ ଉପରେ ଭାସୁଥିବା ଭଳି ନଜର ଆସିବ। ଏହା ଶିଲଂଠାରୁ ୮୫ କିମି ଦୂର। ଭାରତ-ବାଂଲାଦେଶ ସୀମା ନିକଟବର୍ତ୍ତୀ ପଶ୍ଚିମ ଜୟନ୍ତିଆ ହିଲ୍ସ ଅଧୀନରେ ଥିବା ଦାୱିକ୍ ସହର ଦଇ ଗତି କରୁଛି। ଲୋକେ ଏହାକୁ ପାହାଡ଼ରେ ଲୁଚି ରହିଥିବା ସ୍ବର୍ଗ ବୋଲି ମଧ୍ୟ କହନ୍ତି। ଏହି ନଦୀ ସଫା ରହିବାର କାରଣ ହେଉଛି ଏଠାରେ ବସତି ସ୍ଥାପନ କରିଥିବା ଆଦିବାସୀ ସମ୍ପ୍ରଦାୟର ପିଢ଼ି ପରେ ପିଢ଼ି ଚାଲି ଆସିଥିବା ପରମ୍ପରାର ପ୍ରଭାବ।
ଭାରତରେ ଅନେକଗୁଡ଼ିଏ ଭବ୍ୟ ମନ୍ଦିର ରହିଛି। ବର୍ଷ ସାରା ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବାକୁ ଆସିଥାନ୍ତି। ମନ୍ଦିରର କାରୁକାର୍ଯ୍ୟ ଓ ମାନ୍ୟତା ମଧ୍ୟ ଅନେକ ମାତ୍ରାରେ ରହିଛି। ତେବେ ଦେଶରେ ଅନେକଗୁଡ଼ିଏ ମନ୍ଦିର ରହିଛି, ଯାହାଙ୍କ ସମ୍ପତ୍ତି ମଧ୍ୟ ଅଧିକ। ତେବେ ଚାଲନ୍ତୁ ଜାଣିବା ଦେଶର କେତେକ ଧନୀ ମନ୍ଦିର ସମ୍ପର୍କରେ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କରିବା ସହିତ ରୁପା ଇଟା ଓ ରୁପା ଫାଉଡ଼ାରେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ନିର୍ମାଣର ଆଧାରଶିଳା ରଖିଛନ୍ତି। ତେବେ ଅଯୋଧ୍ୟାରେ ରାମ ଜନ୍ମଭୂମି ବ୍ୟତୀତ ଏଭଳି ଅନେକ ମନ୍ଦିର ରହିଛି, ଯାହା ଖୁବ୍ ଲୋକପ୍ରିୟ ଚାଲନ୍ତୁ ଜାଣିବା ଏହି ମନ୍ଦିର ସବୁ ସମ୍ପର୍କରେ।
ବକରୀଦ ମୁସଲମାନଙ୍କ ଏକ ପ୍ରମୁଖ ଓ ପବିତ୍ର ପର୍ବ ଭାବେ ଜଣାଶୁଣା। ଏହା ଇଦ୍ର ପାଖାପାଖି ୨ ମାସ ପରେ ପାଳନ କରାଯାଏ। ଏହାକୁ ଇଦ-ଉଲ୍-ଅଜହା ମଧ୍ୟ କୁହାଯାଏ। ଏହି ପର୍ବ ଅନ୍ୟ ସମସ୍ତ ସ୍ଥାନରେ ଚଳିତ ବର୍ଷ ୩୧ ଜୁଲାଇରେ ପାଳନ ହୋଇଥିବାବେଳେ ଭାରତରେ ୧ ଅଗଷ୍ଟରେ ପାଳନ କରାଯାଇପାରେ। ଚନ୍ଦ୍ର ଦେଖାଯିବା ନେଇ ଇଦ୍ର ତାରିଖ ସ୍ଥିର କରାଯାଏ।
ଅଧିକ ଦେଖନ୍ତୁ