ବୁଲାବୁଲି

ଏବେ ଏସବୁ ହିଲ୍‌ ଷ୍ଟେସନ୍‌ରେ ବୁଲିବାର ମଜା ଲୁଟନ୍ତୁ
ଖୁବ୍‌ଶୀଘ୍ର ମିଳିବ ଟ୍ରେନ୍‌ରେ ମୁକ୍ତାକାଶ ରେସ୍ତୋରାଁର ମଜା

ଶିମଲା-କାଲ୍‌କାର ଶାନ୍ତ ପରିବେଶରେ ଆପଣ ଟ୍ରେନ୍‌ରେ ବସି ଖୋଲା ଆକାଶ ତଳେ ଯାତ୍ରା କରିବାବେଳେ ସାମ୍ନା ଟେବଲରେ ବ୍ରେକ୍‌ଫାଷ୍ଟ, ଲଞ୍ଚ କିମ୍ବା ଡିନର ପରାଷା ଗଲେ, ଆପଣଙ୍କର ଯାତ୍ରା ଅନୁଭବ କିପରି ରହିବ? ଭାରତୀୟ ରେଲୱେ ଏହି ହେରିଟେଜ୍‌ ରୁଟ୍‌ରେ ଚାଲୁଥିବା ଟ୍ରେନ୍‌ରେ ଯାତ୍ରାକୁ ଆହୁରି ମଜାଦାର କରିବା ଲାଗି ଓପନ୍‌ ଏୟାର ରେସ୍ତୋରାଁ କୋଚ୍‌ ତିଆରି କରିଛି। ଏହା ଦେଶର ପ୍ରଥମ ଓପନ ଏୟାର ରେସ୍ତୋରାଁ କୋଚ୍‌ ବୋଲି ଦାବି କରାଯାଉଛି। ଏହି ଟ୍ରେନର ଦୁଇ ପାର୍ଶ୍ବରେ କାନ୍ଥ ନାହିଁ, କିନ୍ତୁ ବଡ଼ ବଡ଼ କାଚ ଝରକା ରହିଛି। ଏହି ଓପନ୍‌ ଏୟାର ରେସ୍ତୋରାଁକୁ କାଲ୍‌କା ୱାର୍କଶପ୍‌ରେ ତିଆରି କରାଯାଇଛି। ଜିପିଏସ୍‌ ସୁବିଧାଯୁକ୍ତ ଏହି ଓପନ୍‌ ଏୟାର ରେସ୍ତୋରାଁକୁ ଖୁବ୍‌ଶୀଘ୍ର ଶିମ୍‌ଲା-କାଲ୍‌କା ନ୍ୟାରୋ ଗେଜ୍‌ ଲାଇନ୍‌ରେ ଚଲାଯିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ