ଅପରାଧ

ଜାକିର୍‌ ନାଏକଙ୍କୁ ଜେରା କରିପାରେ ମାଲେସୀୟ ପୋଲିସ୍‌
କିନ୍ନରଙ୍କ କେଳେଙ୍କାରୀ: ଆଶୀର୍ବାଦ ଦେବାକୁ ଆସି ସର୍ବସ୍ବ

ଶୁକ୍ରବାର ଏଠାରେ ଏକ ଅଭାବନୀୟ ଘଟଣା ଘଟିଛି। କିଛି କିନ୍ନର ଜନୈକା ଗର୍ଭବତୀଙ୍କୁ ଆଶୀର୍ବାଦ କରିବାକୁ ଆସିଥିଲେ ହେଁ ସେମାନଙ୍କୁ ଲୁଟିନେଇ ଚାଲିଯାଇଥିବା ଜଣାପଡ଼ିଛି। ସେକ୍ଟର-୪୬ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ସେକ୍ଟର-୫୦ ପୋଲିସ୍‌ ଷ୍ଟେସନ୍‌ରେ ଏନେଇ ଏକ ମାମଲା ରୁଜୁ ହୋଇଛି ଓ ଲୁଟେରା କିନ୍ନରମାନଙ୍କୁ ଧରିବା ସକାଶେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସ୍ଥାନୀୟ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ତିନି ଜଣ କିନ୍ନର ସେମାନଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ। ଗର୍ଭବତୀ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଉକ୍ତ କିନ୍ନରମାନଙ୍କୁ ୨୧୦୦ ଟଙ୍କା ଦେବାକୁ କହିଥିଲେ। କିନ୍ତୁ କିନ୍ନରମାନେ ସେମାନଙ୍କଠାରୁ ୨୧ ହଜାର ଟଙ୍କା ଦାବି କରିଥିଲେ।

ବିହାର ବିଧାୟକଙ୍କ ଘରୁ ଜବତ ହେଲା ଏକେ-୪୭

ବିହାରର ଜନୈକ ବିଧାୟକଙ୍କ ଘରୁ ଗୋଟିଏ ଏକେ-୪୭ ରାଇଫଲ୍‌ ଜବତ ହୋଇଛି। ତେଣୁ ତାଙ୍କୁ ଖୁବ୍‌ଶୀଘ୍ର ସ୍ଥାନୀୟ ପୋଲିସ୍‌ ଗିରଫ କରିବାର ସମ୍ଭାବନା ରହିଛି। ଶୁକ୍ରବାର ତାଙ୍କ ବାସଭବନରୁ ପୋଲିସ୍‌ ଏହି ରାଇଫଲ୍‌ ଜବତ କରିବା ସହ ତାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ନିରୋଧୀ ଆଇନରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ତେବେ ମୋକମାର ଏହି ବିଧାୟକ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେ ଜଣେ ସ୍ବାଧୀନ ବିଧାୟକ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଉଛି ବୋଲି ବିଧାୟକ ଅନନ୍ତ ସିଂହ ଅଭିଯୋଗ କରିଛନ୍ତି। ଏଥିସହ ସେ ଖୁବ୍‌ଶୀଘ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବେ ବୋଲି କହିଛନ୍ତି। ଯଦି ନୀତିଶଙ୍କ ସହ ତାଙ୍କର ଆଲୋଚନା ଫଳପ୍ରଦ ନ ହୁଏ, ତା’ହେଲେ ସେ କୋର୍ଟରେ ପହଞ୍ଚିବେ ବୋଲି ମଧ୍ୟ ଅନନ୍ତ ସିଂହ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ