ଉନ୍ନାଓ ଦୁଷ୍କର୍ମ ମାମଲା ପ୍ରତିବାଦରେ ଅଖିଳେଶଙ୍କ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଶନିବାର ସକାଳେ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଶେଷ ନିଃଶ୍ବାସ ତ୍ୟାଗ କରିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ଉତ୍ତର ପ୍ରଦେଶରେ ବିରୋଧୀ ସମାଜବାଦୀ ପାର୍ଟି ପକ୍ଷରୁ ଏହି ଦୁଷ୍କର୍ମ ଘଟଣାର ପ୍ରତିବାଦରେ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ ସହ ଦଳର ଦୁଇ ଜଣ ବରିଷ୍ଠ ନେତା ନରେଶ ଉତ୍ତମ ପଟେଲ୍‌ ଓ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ବସିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଖୁବ୍‌ଶୀଘ୍ର ପୀଡ଼ିତା ପରିବାରକୁ ଭେଟିବେ ବୋଲି ଜଣାପଡ଼ିଛି। ଗଣମାଧ୍ୟମକୁ ଉନ୍ନାଓ ଦୁଷ୍କର୍ମ ମାମଲା ନେଇ ଅଖିଳେଶ କହିଛନ୍ତି ଯେ ଏହା ଅତି ନିନ୍ଦନୀୟ ଘଟଣା। ଉତ୍ତର ପ୍ରଦେଶ ପାଇଁ ଏକ କଳା ଦିବସ। ବିଜେପି ସରକାର ଅମଳରେ ପ୍ରଥମ ଥର ପାଇଁ ଏପରି ଅଘଟଣ ଘଟିନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ବିଧାନସଭାରେ କହୁଛନ୍ତି ଯେ ଅପରାଧୀମାନଙ୍କୁ ଛଡ଼ାଯିବ ନାହିଁ। କିନ୍ତୁ ସେମାନେ ଗୋଟିଏ ଝିଅର ଜୀବନ ବଞ୍ଚାଇପାରିଲେ ନାହିଁ ବୋଲି ଅଖିଳେଶ କହିବା ସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଗୃହ ମନ୍ତ୍ରୀ ଓ ଡିଜିପିଙ୍କ ଇସ୍ତଫା ଦାବି କରିଛନ୍ତି।

ମଦର ଟେରେସା ସହଯୋଗୀଙ୍କ ହତ୍ୟା

ଲଣ୍ଡନ: ଯୁକ୍ତରାଜ୍ୟରେ ନୋବେଲ୍‌ ପୁରସ୍କାର ବିଜେତା ମଦର ଟେରେସାଙ୍କ ଜଣେ ପୂର୍ବତନ ସହଯୋଗୀଙ୍କୁ ହତ୍ୟା କରିବା ଅପରାଧରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ନବେ ଦଶକରେ ମଦର ଟେରେସା କୋଲ୍‌କାତାରେ ତାଙ୍କ ସେବା କାର୍ଯ୍ୟ ଚଳାଇଥିବା ବେଳେ ୫୪ ବର୍ଷୀୟ ମାର୍କ ବ୍ଲୁମ୍‌ଫିଲ୍‌ଡ ତାଙ୍କର ସ୍ବତନ୍ତ୍ର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ମଦର ଟେରେସାଙ୍କୁ ଭାରତରେ ବାଳିକାମାନଙ୍କ ପାଠପଢ଼ା ପାଇଁ ସ୍କୁଲ୍‌ ତିଆରିରେ ଯଥେଷ୍ଟ ସହଯୋଗ କରିଥିଲେ। ଗତବର୍ଷ ଜୁଲାଇରେ ବ୍ଲୁମ୍‌ଫିଲ୍‌ଡ୍‌ଙ୍କୁ ୬୧ ବର୍ଷୀୟା କଲିନ୍‌ ପେନ୍‌ ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଗତ ଗୁରୁବାର ୱେଲ୍ସର ସ୍ବାନ୍‌ସି କ୍ରାଉନ୍‌ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛି। ସ୍ବାନ୍‌ସିର ଏକ ପବ୍‌ରେ ବ୍ଲୁମ୍‌ଫିଲ୍‌ଡ ଏକ ବିଅର୍‌ ବୋତଲ ଖୋଲୁଥିବା ବେଳେ ତା’ର ଠିପି ପେନ୍‌ଙ୍କ ବାନ୍ଧବୀଙ୍କ ପିଠିରେ ବାଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାର୍ଶଲ୍‌ ଆର୍ଟ ଏକ୍ସପର୍ଟ୍‌ ପେନ୍‌ ତାଙ୍କୁ ବୁଦ୍ଧି ଶିଖାଇବା ସକାଶେ ଆକ୍ରମଣ କରିଥିଲେ, ଯେଉଁଥିରେ ବ୍ଲୁମ୍‌ଫିଲ୍‌ଡଙ୍କର ମୃତ୍ୟୁ ହୋଇଥିଲା ବୋଲି କୋର୍ଟ କହିଛନ୍ତି।
ଦେବାଳିଆ ପାକିସ୍ତାନ ପାଇଁ ଇମ୍ରାନ
ପାକିସ୍ତାନର ଦେବାଳିଆ ସ୍ଥିତିରେ ସୁଧାର ଆଣିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଖରେ ଏକମାତ୍ର ବିକଳ୍ପ ଭାବେ ୠଣ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଇମ୍ରାନ ବିଶେଷକରି ବନ୍ଧୁ ରାଷ୍ଟ୍ରଙ୍କ ଠାରୁ ୠଣ କରି ସ୍ଥିତି ସୁଧାରିବା ପାଇଁ ପ୍ରସୟାସ ଜାରି ରଖିଛନ୍ତି। ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କରେ ଅବନତି ମଧ୍ୟ ଇମ୍ରାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ଏହିପରି ସ୍ଥିତିରେ ଇମ୍ରାନ ମୁଖ୍ୟତଃ ଚୀନ ଓ ସାଉଦି ଆରବ ଠାରୁ ୠଣ କରି ସ୍ଥିତିରେ ସୁଧାର ପାଇଁ ଚେଷ୍ଟା କରୁଛନ୍ତି। ଏହିପରି ସ୍ଥିତିରେ ପାକିସ୍ତାନର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇମ୍ରାନ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ୧୦.୪୦ ବିଲିଅନ୍‌ ଡଲାର ୠଣ କରିସାରିଲେଣି ବୋଲି ରିପୋର୍ଟ ପ୍ରକାଶ କରିଛନ୍ତି।
ରୁଷ-ଭାରତ ଭାଗିଦାରୀରେ ଇସ୍ପାତ
ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରୁଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ। ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଦ ମେଡିସିନ୍ସ କୋ.କୁ ୯.୭
ସ୍ବିଜରଲାଣ୍ଡ୍‌ ଭିତ୍ତିକ ହେଲ୍‌ଥକେୟାର୍‌ କମ୍ପାନୀ ନୋଭାର୍ଟିସ୍‌ ଏଜି ଆମେରିକାର ପ୍ରମୁଖ ବାୟୋଟେକ୍‌ନୋଲୋଜି କମ୍ପାନୀ ଦ ମେଡିସିନ୍ସ କୋ.ର ଅଧିଗ୍ରହଣ କରିବ। ଏ ବାବଦରେ ନୋଭାର୍ଟିସ୍‌କୁ ୯.୭ ବିଲିୟନ୍‌ ଡଲାର୍‌ ଅର୍ଥ ପଇଠ କରିବାକୁ ପଡ଼ିବ। ରବିବାର ଏ ନେଇ ନୋଭାର୍ଟିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ହୃଦ୍‌ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଦିଗରେ ନିଜର କ୍ଷେତ୍ରକୁ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଥିବାରୁ ଆମେରିକୀୟ କମ୍ପାନୀକୁ ଅଧିଗ୍ରହଣ କରିଥିବା କହିଛି। ଏହି ଅଧିଗ୍ରହଣ ଫଳରେ ନୋଭାର୍ଟିସ୍‌ ଏହାର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ଆମ୍‌ଗେନ୍‌ ଇଙ୍କ୍‌ର ରେପାଥା ଓ ସାନୋଫିସ୍‌ ଓ ରେଗିନେରୋନ୍‌ ଫାମାସ୍ୟୁଟିକାଲ୍ସ ଇଙ୍କ୍‌ ପ୍ରାଲୁଣ୍ଟ୍‌ ଆଦିକୁ ଚ୍ୟାଲେଞ୍ଜ୍‌ ଦେଇପାରିବ ବୋଲି ଆଶା କରିଛି।
ବଲିଉଡ୍‌ରେ ବି ଖତରନାକ
ଗୁରବାର ରାତିରେ ସାରା ଦେଶ ଗଭୀର ନିଦରେ ଶୋଇଥିଲାବେଳେ ଶୁକ୍ରବାର ଭୋର୍‌ରୁ ହାଇଦ୍ରାବାଦ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟର କରି ହତ୍ୟା କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ବାହାଦୂର ପୋଲିସ୍‌ ଅଫିସରଙ୍କୁ ଜୋର୍‌ଦାର ସଲାମ କରାଯାଉଛି। ଏମିତିରେ ପୋଲିସ ଏନ୍‌କାଉଣ୍ଟର ତ ବଲିଉଡ୍‌ ଫିଲ୍ମରେ ବହୁତ ଦେଖିବାକୁ ମିଳିଥାଏ। ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ତିଆରି କରାଯାଇଛି, ଯେଉଁଥିରେ ଜବରଦସ୍ତ ଏନ୍‌କାଉଣ୍ଟର ଦେଖିବାକୁ ମିଳିଛି। ଚାଲନ୍ତୁ ଏଭଳି କେତେକ ବଲିଉଡ୍‌ ସିନେମା ସମ୍ପର୍କରେ ଜାଣିବା, ଯେଉଁଥିରେ ପୋଲିସ ଏନ୍‌କାଉଣ୍ଟର ଦେଖିବାକୁ ମିଳିଛି।
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ବନ୍ଦ
ଆସନ୍ତା ୨୨ରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଏହି ବୈଠକରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ମ୍ୟାଚରେ ୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚ‌୍‌ ସମୟରେ ବାରବାଟୀ ଷ୍ଟାଡିୟମ୍‌କୁ ପଲିଥିନ୍ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନଙ୍କୁ ପଲିଥିନ ଯାଞ୍ଚ କରାଯାଇ ଛଡ଼ାଯିବ ବୋଲି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ମଦର ଟେରେସା ସହଯୋଗୀଙ୍କ
ଯୁକ୍ତରାଜ୍ୟରେ ନୋବେଲ୍‌ ପୁରସ୍କାର ବିଜେତା ମଦର ଟେରେସାଙ୍କ ଜଣେ ପୂର୍ବତନ ସହଯୋଗୀଙ୍କୁ ହତ୍ୟା କରିବା ଅପରାଧରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ନବେ ଦଶକରେ ମଦର ଟେରେସା କୋଲ୍‌କାତାରେ ତାଙ୍କ ସେବା କାର୍ଯ୍ୟ ଚଳାଇଥିବା ବେଳେ ୫୪ ବର୍ଷୀୟ ମାର୍କ ବ୍ଲୁମ୍‌ଫିଲ୍‌ଡ ତାଙ୍କର ସ୍ବତନ୍ତ୍ର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ମଦର ଟେରେସାଙ୍କୁ ଭାରତରେ ବାଳିକାମାନଙ୍କ ପାଠପଢ଼ା ପାଇଁ ସ୍କୁଲ୍‌ ତିଆରିରେ ଯଥେଷ୍ଟ ସହଯୋଗ କରିଥିଲେ। ଗତବର୍ଷ ଜୁଲାଇରେ ବ୍ଲୁମ୍‌ଫିଲ୍‌ଡ୍‌ଙ୍କୁ ୬୧ ବର୍ଷୀୟା କଲିନ୍‌ ପେନ୍‌ ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଗତ ଗୁରୁବାର ୱେଲ୍ସର ସ୍ବାନ୍‌ସି କ୍ରାଉନ୍‌ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛି। ସ୍ବାନ୍‌ସିର ଏକ ପବ୍‌ରେ ବ୍ଲୁମ୍‌ଫିଲ୍‌ଡ ଏକ ବିଅର୍‌ ବୋତଲ ଖୋଲୁଥିବା ବେଳେ ତା’ର ଠିପି ପେନ୍‌ଙ୍କ ବାନ୍ଧବୀଙ୍କ ପିଠିରେ ବାଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାର୍ଶଲ୍‌ ଆର୍ଟ ଏକ୍ସପର୍ଟ୍‌ ପେନ୍‌ ତାଙ୍କୁ ବୁଦ୍ଧି ଶିଖାଇବା ସକାଶେ ଆକ୍ରମଣ କରିଥିଲେ, ଯେଉଁଥିରେ ବ୍ଲୁମ୍‌ଫିଲ୍‌ଡଙ୍କର ମୃତ୍ୟୁ ହୋଇଥିଲା ବୋଲି କୋର୍ଟ କହିଛନ୍ତି।
ହସ୍ପିଟାଲ୍‌ରେ ଉନ୍ନାଓ ଦୁଷ୍କର୍ମ
ଗତ ଗୁରୁବାର ଦୁଷ୍କର୍ମ ଅଭିଯୁକ୍ତ ଓ ତା’ର ୪ ଜଣ ସହଯୋଗୀ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଥିବା ବେଳେ ସେ ପାଖାପାଖି ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳିଯାଇଥିଲେ। ତେବେ ନୂଆଦିଲ୍ଲୀସ୍ଥିତ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ସେ ରାଏବରେଲୀସ୍ଥିତ କୋର୍ଟକୁ ଦୁଷ୍କର୍ମ ମାମଲାରେ ହାଜର ହେବା ସକାଶେ ଯାଉଥିବା ବେଳେ ପୁଣି ଥରେ ଅଘଟଣର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଲକ୍ଷ୍ନୌସ୍ଥିତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଗୁରୁବାର ରାତିରେ ଏୟାରଲିଫ୍ଟ ମାଧ୍ୟମରେ ସଫଦରଜଙ୍ଗ ହସ୍ପିଟାଲ୍‌କୁ ନିଆଯାଇଥିଲା। ଏହି ମାମଲାରେ ପୋଲିସ୍‌ ୫ ଜଣଯାକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ସେମାନଙ୍କୁ ୧୪ ଦିନ ପାଇଁ ରିମାଣ୍ଡ୍‌ରେ ନେଇଛି। ଉକ୍ତ ଯୁବତୀଙ୍କ ସହ ଗତ ମାର୍ଚ୍ଚ ମାସରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ ହେବା ପରେ ସେ ପୋଲିସ୍ ହାତରେ ଗିରଫ ହୋଇଥିଲା। କିନ୍ତୁ ଗତ ମାସରେ ସେ ଜାମିନ୍‌ରେ ଆସିଥିବା ବେଳେ ଗୁରୁବାର ସକାଳେ ଏପରି ଭୟାନକ କାଣ୍ଡ ଘଟାଇଛି। ତେବେ ଏହି ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡ ଦେବା ସକାଶେ ପୀଡ଼ିତାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଫଟୋ ଗ୍ୟାଲେରୀ

ସାହସୀ କର୍ମବୀର ସୁଧା ମୂର୍ତ୍ତି
ସାଧାରଣରୁ ଅସାଧାରଣ ପାଲଟିବା ପରେ ବି ସାଧାରଣ ଜୀବନଶୈଳୀ ଆପଣାଇବା ବେଶ୍‌ କାଠିକର ପାଠ। ଏହା କୌଣସି ବାହ୍ୟ ପରିସ୍ଥିତି ଦ୍ବାରା ପ୍ରଭାବିତ ହୋଇ ନ ଥିବାକୁ ବୁଝାଏ। ଏହାର ଜ୍ବଳନ୍ତ ନମୂନା ହେଉଛନ୍ତି ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ସୁଧା ମୂର୍ତ୍ତି। ପିତା ମାତାଙ୍କ ଅନିଚ୍ଛା ସତ୍ତ୍ବେ ଇଞ୍ଜିନିୟର ହେବା ପରେ ବି ତାଙ୍କ ଜୀବନ ଯାତ୍ରାର ପଥ ସହଜ ନ ଥିଲା। ତେବେ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଅଧ୍ୟବସାୟ, ଏକାଗ୍ର ଚିତ୍ତ ଓ ଦୃଢ଼ ମନୋଭାବ ତାଙ୍କୁ ବେଶ୍‌ ସାହାଯ୍ୟ କରିଥିଲା। ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ଏନ୍‌ଆର୍‌ ନାରାୟଣ ମୂର୍ତ୍ତିଙ୍କୁ ବିବାହ କରିବା ପରେ ବି ସୁଧା ନିଜର ସ୍ବତନ୍ତ୍ର ପରିଚୟ ରଖିପାରିଛନ୍ତି। ବିଶେଷକରି ମହିଳାଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସଚେତନ କରାଇବା ଏବଂ ଅସହାୟଙ୍କୁ ଅକୁଣ୍ଠିତ ସାହାଯ୍ୟର ହାତ ବଢ଼ାଇବା ତାଙ୍କୁ ଅସାଧାରଣ ବ୍ୟକ୍ତିତ୍ବର ପରିଚୟ ଦେଇଛି। ଖାସ୍‌ ଏଥିପାଇଁ ସେ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।
ସପ୍ତାହରେ ଥରେ ଜଙ୍କଫୁଡ୍‌ ଖାଇବା ଦରକାର
ଆପଣ ଯେମିତି ଶରୀର ଚାହୁଛନ୍ତି, ସେମିତି ଶରୀର ପାଇବା ସହଜ କଥା ନୁହେଁ। ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିସହିତ ନିଜ ପସନ୍ଦର ଖାଦ୍ୟକୁ ତ୍ୟାଗ କରିବାକୁ ମଧ୍ୟ ପଡ଼ିଥାଏ। କାରଣ ପିଜ୍ଜା, ବର୍ଗର, ଫ୍ରାଏଜ୍‌, ଆଇସ୍‌କ୍ରିମ୍‌, ଚକୋଲେଟ୍‌ ଆଦି ଖାଇବା ଯେତିକି ସ୍ବାଦିଷ୍ଟ ହୋଇଥାଏ, ସେତିକି ଅସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। ଏଥିସହିତ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ମଧ୍ୟ କଷ୍ଟକର ହୋଇଥାଏ। କିନ୍ତୁ କେତେକ ଜିନିଷ ପ୍ରତି ଧ୍ୟାନ ରଖି ଆପଣ ନିଜ ଫିଟ୍‌ନେସ୍‌ ଗୋଲ୍‌କୁ ମଧ୍ୟ ମେଣ୍ଟେନ୍‌ ରଖିପାରିବେ। ଏଥିସହିତ ଆପଣ ସ୍ବାଦିଷ୍ଟ ଜିନିଷକୁ ମଧ୍ୟ ଏନ୍‌ଜୟ କରିପାରିବେ। ଏହି କ୍ରମରେ ସପ୍ତାହରେ ଥରେ ଜଙ୍କ୍‌ଫୁଡ୍‌ ଖାଇବା ଦରକାର ବୋଲି କୁହାଯାଉଛି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ