Thursday 25 February 2021, 10:48:42 am
ଆମ ସମ୍ପର୍କରେ
|
ଆମ ସହ ବିଜ୍ଞାପନ
|
ଯୋଗାଯୋଗ
|
ପ୍ରତିକ୍ରିୟା
|
ସଂଗ୍ରହାଳୟ
|
ଗ୍ରାହକ ହୁଅନ୍ତୁ
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ଅପରାଧ
ସମ୍ପାଦକୀୟ
କଳା ଓ ସଂସ୍କୃତି
ମତାମତ
ଉପଯୋଗୀ ଟିପ୍ସ
ଭେଟ୍ଘାଟ୍
ଲାଇଫ ଷ୍ଟାଇଲ
ଅନ୍ୟାନ୍ୟ
ଶ୍ରୀଜଗନ୍ନାଥ ଚେତନା
ସମ୍ପାଦକଙ୍କ ପସନ୍ଦ
ସ୍ବତନ୍ତ୍ର ପ୍ରସଙ୍ଗ
ବିଜ୍ଞାନ ଓ ପ୍ରଯୁକ୍ତି
ବାଦ ବିବାଦ
ଉତ୍ତମ ସ୍ବାସ୍ଥ୍ୟ
ନାରୀ
ଜଣା ଅଜଣା
ସୋସିଆଲ ମିଡିଆ
ବୁଲାବୁଲି
ପାଟି ସୁଆଦ
ରାଶିଫଳ
ନାଗରିକ ସାମ୍ବାଦିକ
ଶିଶୁ ରାଇଜ
ଫ୍ୟାଶନ
ଇତିହାସର ଆଇନାରେ
ଭିଡିଓ ଗ୍ୟାଲେରୀ
ଯୁବ ଜଗତ
ଶିକ୍ଷା ଓ କ୍ୟାରିଅର
ଛୋଟ ଛୋଟ କଥା
ଫଟୋ ଗ୍ୟାଲେରୀ
କାର୍ଟୁନ କର୍ଣ୍ଣର
ପ୍ରବନ୍ଧ
ହସକଥା
Email ID:
Password:
Forgot Password ? Click Here
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅପରାଧ
ଯୁବ ଜଗତ
ଲାଇଫ ଷ୍ଟାଇଲ
ଉତ୍ତମ ସ୍ବାସ୍ଥ୍ୟ
ଫଟୋ ଗ୍ୟାଲେରୀ
ଅନ୍ୟାନ୍ୟ
ଜଣା ଅଜଣା
ଇତିହାସର ଆଇନାରେ
ପାଟି ସୁଆଦ
ହସକଥା
ବୁଲାବୁଲି
ଉପଯୋଗୀ ଟିପ୍ସ
ନାରୀ
ଭିଡିଓ ଗ୍ୟାଲେରୀ
ଫ୍ୟାଶନ
କାର୍ଟୁନ କର୍ଣ୍ଣର
ମୁଖ୍ୟ ଖବର
କୋଭିଡ୍-୧୯
ଅଧିକ ଦେଖନ୍ତୁ
ଦିନକରେ ୧୩ ହଜାର ୭୪୨ ସଂକ୍ରମିତ ଠାବ,
ଚିହ୍ନଟ ହେଲେ ୬୮ ଆକ୍ରାନ୍ତ, ୧୦ ତଳେ ସମସ୍ତ ଜିଲ୍ଲା
ରାଜ୍ୟ
ଅଧିକ ଦେଖନ୍ତୁ
ପହିଲାରୁ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା
ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ବୟସ୍କ ବ୍ୟକ୍ତି ଏବଂ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାପରେ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନରମାନଙ୍କୁ ଗାଇଡ୍ ଲାଇନ୍ ପଠାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଏହାକୁ ଗୁରୁତ୍ୱର ସହ ନେଇ ଫେବ୍ରୁଆରୀ ୨୮ ସୁଦ୍ଧା ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦିଆଯାଇଛି।
ଦେଶ
ଅଧିକ ଦେଖନ୍ତୁ
୪ ରାଜ୍ୟରୁ ପଶ୍ଚିମବଙ୍ଗ ଆସିବା ପାଇଁ ଆରଟି-ପିସିଆର
କୋଲକାତା: ପଶ୍ଚିମବଙ୍ଗ ସରକାର ବୁଧବାର ୪ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ଆସୁଥିବା ଲୋକେ ପଶ୍ଚିମବଙ୍ଗକୁ ଆସିବାକୁ ହେଲେ ଆରଟି-ପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏହି କଟକଣା ଫେବ୍ରୁଆରୀ ୨୭ରୁ ଲାଗୁ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଯେଉଁମାନେ ବିମାନରେ ଆସିବେ, ସେମାନେ ଏହାର ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଛି। ନଚେତ କେହି ବିମାନବନ୍ଦରରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ନିର୍ଦେଶନାମା ଜାରି କରିଛନ୍ତି। ଏନେଇ ବେସାମରିକ ଓ ବିମାନ ଚଳାଚଳ ଓ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି।
ବିଶ୍ଵ
ଅଧିକ ଦେଖନ୍ତୁ
ପିଙ୍କ୍ ବଲ ଟେଷ୍ଟରେ ଅକ୍ଷରଙ୍କୁ ୬ ୱିକେଟ: ଇଂଲଣ୍ଡ ୧୧୨,
ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିବାରାତ୍ର ପିଙ୍କ ବଲ ଟେଷ୍ଟରେ ସ୍ପିନର ଅକ୍ଷର ପଟେଲଙ୍କ ୬ ୱିକେଟ ସଫଳତା ପାଇଁ ଇଂଲଣ୍ଡ ପ୍ରଥମ ଦିନ ଖେଳରେ ମାତ୍ର ୧୧୨ ରନ କରି ଅଲଆଉଟ ହୋଇଛି। ଏହାର ଜବାବରେ ଭାରତ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ ହରାଇ ୯୯ ରନରେ ପହଞ୍ଚିଛି। ଭାରତ ଇଂଲଣ୍ଡ ଠାରୁ ମାତ୍ର ୧୩ ରନ ପଛରେ ରହିଥିଲା ବେଳେ ହାତରେ ୭ ୱିକେଟ ସୁରକ୍ଷିତ ରହିଛି। ଅଧିନାୟକ ବିରାଟ କୋହଲି ପ୍ରଥମ ଦିନ ଖେଳର ଅନ୍ତିମ ଓଭରରେ ଆଉଟ ହୋଇଥିଲେ। ସେ ୨୭ ରନ କରିଥିଲା ବେଳେ ଜାକ ଲିଚ ତାଙ୍କର ଦ୍ବିତୀୟ ସଫଳତା କ୍ରମେ କୋହଲିଙ୍କୁ ବୋଲ୍ଡ କରି ଦେଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୯ଟି ଚୌକା ଜରିଆରେ ୫୭ ରନରେ ଓ ଅଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ରହିଛନ୍ତି। ଓପନର ଶୁବମନ ଗିଲ ୧୧ ଓ ଚେତେଶ୍ବର ପୂଜାରା ଶୂନରେ ଆଉଟ ହୋଇଛନ୍ତି।
ରାଜନୀତି
ଅଧିକ ଦେଖନ୍ତୁ
ବଜେଟରେ ଅର୍ଥ ବରାଦ ସ୍ବାସ୍ଥ୍ୟସେବା ପ୍ରତି ପ୍ରତିବଦ୍ଧତାର ନିଦର୍ଶନ: ମୋଦୀ
ଗତ ଫେବ୍ରୁଆରୀ ୧ ତାରିଖରେ ଲୋକସଭାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଅର୍ଥ ବରାଦ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏପରି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରପୂର ପ୍ରଶଂସା କରିବା ସହ ବଜେଟରେ ହୋଇଥିବା ଅର୍ଥ ବରାଦ ବାସ୍ତବିକ ଅନନ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ ବରାଦ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି କେନ୍ଦ୍ର ସରକାରଙ୍କ ମନୋବୃତ୍ତିକୁ ସ୍ପଷ୍ଟ କରିଦେଉଛି। କୋଭିଡ୍ ଭୂତାଣୁ ସଂକ୍ରମଣ ପରେ ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରର ଅସଲ ସ୍ଥିତି ପଦାକୁ ଆସିଛି ଓ ଏହି ଭୂତାଣୁ ଆମକୁ ଶିକ୍ଷା ଦେଇପାରିଛି। ଆଗାମୀ ଦିନରେ ସମାନ ପରିସ୍ଥିତିର ସଫଳ ମୁକାବିଲା କରିବା ସକାଶେ କେନ୍ଦ୍ର ସରକାର ବର୍ତ୍ତମାନଠାରୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବରାଦ ଅର୍ଥର ବିନିଯୋଗ ସଂକ୍ରାନ୍ତ ଏକ ୱେବିନାର୍ରେ ଯୋଗଦେବା ଅବସରରେ ମୋଦୀ କହିଛନ୍ତି। ସେହିପରି କୋରୋନା ମହାମାରୀ ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତର ଦମ୍ଭ ଦେଖିପାରିଛି। ଅନ୍ୟ ଦେଶ ତୁଳନାରେ ଭାରତ ଯଥେଷ୍ଟ ସଫଳତା ପୂର୍ବକ ଏହି କୋରୋନା ଭୂତାଣୁର ମୁକାବିଲା କରିଥିବା ମୋଦୀ କହିଛନ୍ତି।
ଗୁଜରାଟରେ ୨ଟି ଯାକ ରାଜ୍ୟସଭା ଆସନ ଜିତିଲା ବିଜେପି
ଗୁଜରାଟରେ ଖାଲି ହୋଇଥିବା ୨ଟି ଯାକ ରାଜ୍ୟସଭା ଆସନରେ ବିଜେପି ବିଜୟୀ ହୋଇଛି। ଖାଲି ହୋଇଥିବା ୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି। ଏପରିକି ଦୀର୍ଘ ବର୍ଷ ଧରି ଭେଟେରାନ କଂଗ୍ରେସ ନେତା ଅହମଦ ପଟେଲ ଗୋଟିଏ ଆସନରେ ଜିତି ଆସୁଥିଲା ବେଳେ ତାଙ୍କ ପରଲୋକରେ ଖାଲି ହୋଇଥିବା ଆସନକୁ ମଧ୍ୟ ଏଥର ବିଜେପି କବଜା କରିବାରେ ସଫଳ ହୋଇଛି। ୧୯୯୩ ମସିହାରୁ ଅହମଦ ପଟେଲ ରାଜ୍ୟସଭାରେ ନିୟମିତ ଭାବେ ପ୍ରତିନିଧିତ୍ବ କରି ଆସୁଥିଲେ। ଗତ ବର୍ଷ ନଭେମ୍ବର ୨୫ ତାରିଖରେ ତାଙ୍କର ନିଧନ ପରେ ସେହି ଆସନ ଖାଲି ପଡ଼ିଥିଲା। ସେହିପରି ବିଜେପି ଟିକେଟରେ ନିର୍ବାଚିତ ହୋଇଥିବା ଅଭୟ ଭରଦ୍ବାଜ ମଧ୍ୟ କୋରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରୁ ଆଉ ଗୋଟିଏ ଆସନଟି ମଧ୍ୟ ଖାଲି ପଡ଼ିଥିଲା। ଫଳରେ ଏହି ଦୁଇଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ବାଣିଜ୍ୟ ଓ ଅର୍ଥନୀତି
ଅଧିକ ଦେଖନ୍ତୁ
ସୁନା ହେଲା ଶସ୍ତା, ରୁପା ମହଙ୍ଗା
ଆଜି ସୁନାର ଦର ହ୍ରାସ ପାଇଥିବା ବେଳେ ରୁପାର ଦରରେ ବୃଦ୍ଧି ଘଟିଛି। ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦୦ ଟଙ୍କା ଶସ୍ତା ହୋଇଥିବାବେଳେ ରୁପାର କିଲୋ ପ୍ରତି ମୂଲ୍ୟରେ ୧,୦୦୦ ଟଙ୍କା ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଲିମିଟେଡ୍ (ଆଇବିଜେଏ) ଅନୁଯାୟୀ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମରେ ୨୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଫେବ୍ରୁଆରୀ ୧୨ରେ ସୁନାର ଦର ୧୦ ଗ୍ରାମ ପ୍ରତି ୪୭,୫୨୮ ଟଙ୍କା ରହିଥିବା ବେଳେ ଫେବ୍ରୁଆରୀ ୧୫ରେ ଏହା ୪୭,୩୩୨ ଟଙ୍କାକୁ ହ୍ରାସ ପାଇଛି। ଆଇବିଜେର ତଥ୍ୟ ଅନୁଯାୟୀ ୨୨ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପିଛା ୪,୫୭୨ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୩,୭୮୭ ଟଙ୍କା ରହିଛି।
ଆଜି ମଧ୍ୟରାତ୍ରରୁ ଫାସଟ୍ୟାଗ୍
ଯଦି କେହି ଗାଡ଼ିରେ ଫାସଟ୍ୟାଗ୍ ଲଗାଇ ନ ଥାନ୍ତି ତାହେଲେ ଫେବ୍ରୁୟାରୀ ୧୫ ଓ ୧୬ ମଧ୍ୟରାତ୍ରରୁ ଟୋଲ ଫି ବାବଦରେ ଦୁଇଗୁଣା ଅର୍ଥ ଦେବେ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କଡ଼ା ନିର୍ଦେଶନାମା ଜାରି ହୋଇଛି। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜା ଲେନ ଫାସଟ୍ୟାଗ୍ କରାଯାଇଛି। ତେଣୁ ଯେ କୌଣସି ଗାଡ଼ି ସେହି ଲେନ ଦେଇ ଅତିକ୍ରମ କଲେ ବି ଅନଲାଇନ ଜରିଆରେ ଟୋଲ୍ ଫି କଟିବ। ଆଉ ଯଦି କେହି ଗାଡ଼ିରେ ଏନେଇ ଫାସଟ୍ୟାଗ୍ ଲଗାଇ ନ ଥାନ୍ତି ବା କାହାର ଫାସଟ୍ୟାଗ୍ କାମ କରୁ ନ ଥିବ, ତାହେଲେ ସେମାନଙ୍କୁ ଧାର୍ଯ୍ୟ ଟୋଲ ଫି’ର ଦୁଇଗୁଣା ଅର୍ଥ ଦେଇ ଟୋଲ ପ୍ଲାଜା ଅତିକ୍ରମ କରିବାକୁ ପଡ଼ିବ ବୋଲି କୁହାଯାଇଛି।
ମନୋରଞ୍ଜନ
ଅଧିକ ଦେଖନ୍ତୁ
ହସାଇବା, ଡରାଇବା ପାଇଁ ଆସୁଛି
ହରର କମେଡି ସିନେମା ‘ଭୂତ ପୋଲିସ’ ୧୦ ସେପ୍ଟେମ୍ବରରେ ବଡ଼ ପରଦାରେ ରିଲିଜ ହେବାକୁ ସଜବାଜ ହେଉଛି। ଏହି ସିନେମାରେ ସୈଫ ଅଲୀ ଖାନ, ୟାମୀ ଗୌତମ, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ, ଅର୍ଜୁନ କପୁର ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପୋଷ୍ଟର ବହୁତ ସୁନ୍ଦର ହୋଇଛି। ପୂରା ଷ୍ଟାରକାଷ୍ଟ ମଧ୍ୟ ପୋଷ୍ଟରରେ ନଜର ଆସୁଛନ୍ତି।
ବିଜନେସ ୱିମ୍ୟାନ କଙ୍ଗନା
ଅଭିନେତ୍ରୀ କଙ୍ଗନା ରାନାୱତ ନିଜ ହୋମଟାଉନ ମନାଲିରେ କ୍ୟାଫେ ଓ ରେସ୍ତୋରାଁ ଖୋଲି ଫୁଡ ଏଣ୍ଡ ବେଭରେଜ ବିଜନେସରେ ପାଦ ରଖିବାକୁ ଯାଉଛନ୍ତି। ମଙ୍ଗଳବାର କଙ୍ଗନା କ୍ୟାଫେ ଯେଉଁ ସ୍ଥାନରେ ଆରମ୍ଭ କରିବେ, ତାହାର ଫଟୋ ଶେୟାର କରିଛନ୍ତି। ସିନେମା ବ୍ୟତୀତ ଖାଦ୍ୟକୁ ନେଇ ତାଙ୍କର କେତେ ଆବେଗ ରହିଛି କଙ୍ଗନା ନିଜେ କହିଛନ୍ତି।
ଖେଳକୁଦ
ଅଧିକ ଦେଖନ୍ତୁ
ପିଙ୍କ୍ ବଲ ଟେଷ୍ଟରେ ଅକ୍ଷରଙ୍କୁ ୬
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିବାରାତ୍ର ପିଙ୍କ ବଲ ଟେଷ୍ଟରେ ସ୍ପିନର ଅକ୍ଷର ପଟେଲଙ୍କ ୬ ୱିକେଟ ସଫଳତା ପାଇଁ ଇଂଲଣ୍ଡ ପ୍ରଥମ ଦିନ ଖେଳରେ ମାତ୍ର ୧୧୨ ରନ କରି ଅଲଆଉଟ ହୋଇଛି। ଏହାର ଜବାବରେ ଭାରତ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ ହରାଇ ୯୯ ରନରେ ପହଞ୍ଚିଛି। ଭାରତ ଇଂଲଣ୍ଡ ଠାରୁ ମାତ୍ର ୧୩ ରନ ପଛରେ ରହିଥିଲା ବେଳେ ହାତରେ ୭ ୱିକେଟ ସୁରକ୍ଷିତ ରହିଛି। ଅଧିନାୟକ ବିରାଟ କୋହଲି ପ୍ରଥମ ଦିନ ଖେଳର ଅନ୍ତିମ ଓଭରରେ ଆଉଟ ହୋଇଥିଲେ। ସେ ୨୭ ରନ କରିଥିଲା ବେଳେ ଜାକ ଲିଚ ତାଙ୍କର ଦ୍ବିତୀୟ ସଫଳତା କ୍ରମେ କୋହଲିଙ୍କୁ ବୋଲ୍ଡ କରି ଦେଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୯ଟି ଚୌକା ଜରିଆରେ ୫୭ ରନରେ ଓ ଅଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ରହିଛନ୍ତି। ଓପନର ଶୁବମନ ଗିଲ ୧୧ ଓ ଚେତେଶ୍ବର ପୂଜାରା ଶୂନରେ ଆଉଟ ହୋଇଛନ୍ତି।
ପିଙ୍କ୍ ବଲ୍ ଟେଷ୍ଟରେ ଅଶ୍ବିନ୍ ଓ
ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜର ୩ୟ ମ୍ୟାଚ୍। ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରି ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ ଲକ୍ଷ୍ୟରେ ଅଛନ୍ତି। ତେବେ ପ୍ରଥମ ଦିନର ଖେଳରେ ପ୍ରଥମ ସେସନରେ ଘରୋଇ ଭାରତୀୟ ଦଳର ଦବଦବା ରହିଛି। ଭାରତର ଦୁଇ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ବିନ୍ ୫ଟି ୱିକେଟ୍ ବାଣ୍ଟିନେବା ଫଳରେ ଇଂଲଣ୍ଡ ପ୍ରଥମ ଦିନର ଖେଳରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୩୦ ଓଭରରେ ୮୬ ରନ୍ କରିଛି ଓ ଏଥିପାଇଁ ଦଳକୁ ୬ଟି ବହୁମୂଲ୍ୟ ୱିକେଟ୍ ହରାଇବାକୁ ପଡ଼ିଛି। ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହେଁ ଇଂଲିଶ୍ ଟିମର ଅଧିନାୟକ ଜୋ ରୁଟଙ୍କୁ ଦଳର ବ୍ୟାଟ୍ସମ୍ୟାନମାନେ ନିରାଶ କରିଛନ୍ତି। ସିରିଜରେ ପ୍ରଥମ ଥର ପାଇଁ ଖେଳିବାର ସୁଯୋଗ ପାଇଥିବା ଓପନର ଜ୍ୟାକ୍ କ୍ରଲି ସର୍ବାଧିକ ୫୩ ରନ୍ କରିଥିବା ବେଳେ ଅଧିନାୟକ ରୁଟ୍ ୧୭ ରନ୍ କରିଛନ୍ତି। ଅନ୍ୟ ୩ ଜଣ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଅନ୍ୟତମ ଓପନର ଡୋମିନିକ୍ ସିବଲି ଓ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଜନ୍ନି ବେୟାରଷ୍ଟୋ ଖାତା ବି ଖୋଲିପାରିନାହାନ୍ତି। ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ମାତ୍ର ୬ ରନ୍ କରି ଆଉଟ୍ ହୋଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବେନ୍ ଫୋକ୍ସ ୧ ଓ ଜୋଫ୍ରା ଆର୍ଚର୍ ୪ ରନ୍ କରି ଅପରାଜିତ ଅଛନ୍ତି।
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅଧିକ ଦେଖନ୍ତୁ
‘କରୋନିଲ୍’କୁ ନେଇ ବଢ଼ିଲା ରାମଦେବଙ୍କ ଅଡ଼ୁଆ
ଆୟୁର୍ବେଦିକ ଔଷଧ ‘କରୋନିଲ୍’କୁ ନେଇ ବିବାଦ ଦେଖାଦେଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ପ୍ରମାଣିତ ହୋଇନି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଇଷ୍ଟ ଏସିଆ ଏନେଇ ଟ୍ୱିଟ୍ କରିଛି। ହୁ କୋଭିଡ୍ ପାଇଁ କୌଣସି ଆୟୁର୍ବେଦିକ ଔଷଧ ବାବଦରେ ସମୀକ୍ଷା କରେ ନାହିଁ କି ପ୍ରମାଣପତ୍ର ଦିଏ ନାହିଁ। ହେଲେ ଫେବ୍ରୁଆରୀ ୧୯ରେ ଏହି ଔଷଧର ଉନ୍ମୋଚନ ବେଳେ ପତଞ୍ଜଳିର ପ୍ରମୋଟର ତଥା ଯୋଗଗୁରୁ ବାବ ରାମଦେବ କହିଥିଲେ ଏହି ଔଷଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।
ମିଆଁମାରରେ ସେନାର ଦମନମୂଳକ କାର୍ଯ୍ୟ ଜାରି
ମିଆଁମାରରେ କ୍ଷମତା ପରିବର୍ତ୍ତନ ପରେ ସାମରିକ ସରକାରଙ୍କ ଦମନମୂଳକ ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ପଛଘୁଞ୍ଚା ଦେଇନାହାନ୍ତି କି ଧୈର୍ଯ୍ୟ ହରାଇ ନାହାନ୍ତି। ଦେଶର ଦ୍ୱିତୀୟ ବଡ଼ ସହର ମାଣ୍ଡଲେରେ ସୁରକ୍ଷା ବଳ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ରବିବାର ଅନେକ ସହରରେ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ଏହି ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିବା ସହ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍ ସାନ ସ୍ୟୁକି'ଙ୍କ ସରକାରକୁ ସେନା ହଟାଇଦେଇ ଶାସନ କ୍ଷମତା ନିଜ ହାତକୁ ନେଇଥିଲା। ସେବେଠାରୁ ମିଆଁମାରରେ ରାଜନୈତିକ ସଙ୍କଟ ଲାଗିରହିଛି। ହଜାର ହଜାର ଲୋକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ରବର ବୁଲେଟ୍, ଓ୍ବାଟର କ୍ୟାନନ୍ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଆସୁଥିବା ସେନା ଏବେ ଗୁଳି ଚଳାଇବା ଆରମ୍ଭ କରିଛି।
ଅପରାଧ
ଅଧିକ ଦେଖନ୍ତୁ
୨୦ ଲକ୍ଷର ଗଞ୍ଜେଇ ଜବତ, ଡ୍ରାଇଭର ଅଟକ
ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ସମୟରେ ପେଟା ଗ୍ରାମ ନିକଟରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଦ୍ବାରା ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ
ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ପରୀର ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ସୌଦାମିନୀଙ୍କ ନିବେଦନ ରକ୍ଷା କରି ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ଏହି ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପରୀ ମାମଲାର ସମସ୍ତ ତଥ୍ୟ ଦେବେ।
ଉତ୍ତମ ସ୍ବାସ୍ଥ୍ୟ
ଅଧିକ ଦେଖନ୍ତୁ
ଗଲ ବ୍ଲାଡର ଷ୍ଟୋନ ସର୍ଜରୀ ପରେ
ଗଲ ବ୍ଲାଡର ବା ପିତ୍ତକୋଷରେ ପଥର ହେବା ଏକ ସାଧାରଣ ସମସ୍ୟା। ଯଦି ନିକଟରେ ଆପଣ ଗଲ ବ୍ଲାଡର ଷ୍ଟୋନ ବାହାର କରିବା ପାଇଁ ସର୍ଜରୀ କରିଛନ୍ତି, ତେବେ ନିଜ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ନେବାକୁ ପଡ଼ିବ। ଏହି ଷ୍ଟୋନ ବହୁତ ପୀଡ଼ାଦାୟକ ହୋଇଥାଏ। କୋଲେସିଷ୍ଟେକ୍ଟୋମି କରିବା ପରେ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଜରୁରୀ।
ଜାଣନ୍ତୁ ପିଠି ଯନ୍ତ୍ରଣାର କାରଣ ଓ ଉପଚାର
ପାଦ ଭଳି ପିଠି ମଧ୍ୟ ପୂରା ଶରୀରକୁ ନିୟନ୍ତ୍ରିତ କରିଥାଏ। ଏହି କାରଣରୁ ପିଠିରେ ବେଳେବେଳ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ସେକ କିମ୍ବା ମାଲିସ କରିବା ଫଳରେ ଏହି ଯନ୍ତ୍ରଣାରୁ ହୁଏତ କିଛି ସମୟ ପାଇଁ ଆରାମ ମିଳିଥାଏ, କିନ୍ତୁ ସାଧାରଣତଃ ପିଠିରେ ଯନ୍ତ୍ରଣା ରହୁଥିଲେ, ଜାଣିନିଅନ୍ତୁ ଆପଣଙ୍କର ସାଏଟିକା ସମସ୍ୟା ହୋଇପାରେ। ଚାଲନ୍ତୁ ଜାଣିବା ସାଏଟିକା ସମସ୍ୟା କ’ଣ।
ବୁଲାବୁଲି
ଅଧିକ ଦେଖନ୍ତୁ
ସପ୍ତାହବ୍ୟାପୀ ଖଜୁରାହୋ ନୃତ୍ୟ ସମାରୋହ ଆରମ୍ଭ
ଭାରତୀୟ ଶାସ୍ତ୍ରୀୟ ପରମ୍ପରା ଉପରେ ଆଧାରିତ ୪୭ତମ ଖଜୁରାହୋ ନୃତ୍ୟ ସମାରୋହ ଏଥର ମଧ୍ୟ ପ୍ରଦେଶର ଖଜୁରାହୋର କନ୍ଦରିଆ ମହାଦେବ ମନ୍ଦିରର ପଶ୍ଚିମୀ ସମୂହ ଭିତରେ ୨୦ରୁ ୨୬ ଫେବ୍ରୁଆରୀ ମଧ୍ୟରେ ଆୟୋଜନ କରାଯାଇଛି। ଏ ନେଇ ଔପଚାରିକ ଭାବେ ସୂଚନା ଦିଆଯାଇଛି।
ହୋଟେଲ ବୁକ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏସବୁ
କୋରୋନା ଭାଇରସ ମହାମାରୀ ପାଇଁ ହୋଇଥିବା ଲକଡାଉନ ଧିରେ ଧିରେ ଖୋଲିବା ପରେ ଲୋକେ ଏବେ ଭ୍ରମଣରେ ବାହାରିଛନ୍ତି। ଏଥିପାଇଁ ଲୋକେ ଅନଲାଇନରେ ହୋଟେଲ ବୁକ କରୁଥିବା ଦେଖିବାକୁ ମିଳୁଛି। ଏସବୁ ଉତ୍ସାହ ମଧ୍ୟରେ ପର୍ଯ୍ୟଟକମାନେ ଅନେକ କଥାକୁ ଅଣଦେଖା କରି ହୋଟେଲ ବୁକ କରିଥାନ୍ତି। ପରେ ଏସବୁ ପାଇଁ ଅନୁଶୋଚନା କରିବାକୁ ପଡ଼ିଥାଏ। କେତେବେଳେ ହୋଟେଲ ପର୍ଯ୍ୟଟନସ୍ଥଳୀରୁ ବହୁତ ଦୂରରେ ଥାଏ ତ କେତେବେଳେ ଅନଲାଇନରେ ଯେଉଁ ସୁବିଧା ମିଳିବ ବୋଲି କୁହାଯାଇଥାଏ, ସେଠାରେ ପହଞ୍ଚିବା ପରେ ମିଳି ନ ଥାଏ। ତେଣୁ ହୋଟେଲ ବୁକ କରିବାବେଳେ କେତେକ କଥା ପ୍ରତି ଧ୍ୟାନ ଦେବା ଉଚିତ।
ଫଟୋ ଗ୍ୟାଲେରୀ
ନାରୀ
ଅଧିକ ଦେଖନ୍ତୁ
ଏହି କାରଣରୁ ପତିପତ୍ନୀଙ୍କ ମଧ୍ୟରେ ବଢ଼ୁଛି ଦୂରତା
ବାହାଘର ଏକ ସୁନ୍ଦର ସମ୍ପର୍କ। କିନ୍ତୁ ଆଜିକାଲି ପତିପତ୍ନୀଙ୍କ ସମ୍ପର୍କରେ ଏତେମାତ୍ରାରେ ନକାରାତ୍ମକତା ଆସିଯାଇଛି ଯେ ସେମାନେ ପରସ୍ପରଙ୍କ ସହ କଥା ହେବାକୁ ମଧ୍ୟ ଠିକ ଭାବୁ ନାହାନ୍ତି। କାରଣ ଆଜିକାଲି ଜୀବନଶୈଳୀ କାରଣରୁ ଲୋକେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ଠାରୁ କମ ଓ ସୋସାଲ ମିଡିଆକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ବାହାଘରର କିଛି ବର୍ଷ ବିତିଗଲା ପରେ ଲୋକେ ପରସ୍ପରଙ୍କ ଭାବନାକୁ ବ୍ୟକ୍ତ କରିବା ଶକ୍ତି ହରାଇ ସାରିଛନ୍ତି। ଚାଲନ୍ତୁ ଜାଣିବା ପତିପତ୍ନୀଙ୍କ ମଧ୍ୟରେ କାହିଁକି ଦୂରତା ବଢ଼ିଥାଏ।
ସାଇମା ଶାଇନିଂ: ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ପାୱାର ଲିଫ୍ଟର
ଭାରତୀୟ ସମାଜରେ ମହିଳାଙ୍କୁ ସବୁବେଳେ ଦୁର୍ବଳ ବୋଲି କୁହାଯାଏ। ବିଶେଷକରି ୱେଟ ଲିଫ୍ଟିଙ୍ଗ କ୍ଷେତ୍ର ପାଇଁ ଲୋକେ ମହିଳାଙ୍କୁ ଯୋଗ ବୋଲି ଭାବନ୍ତି ନାହିଁ। କିନ୍ତୁ ଦୁନିଆର ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ଭାରୋତ୍ତୋଳନରେ ନିଜ ନାମ କରିଛନ୍ତି। ସେହିପରି ଏବେ ଏହି ତାଲିକାରେ ସାଇମା ଉବେଦଙ୍କ ନାମ ଯୋଡ଼ି ହୋଇଯାଇଛି। ସେ ପାଲଟିଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ପାୱାର ଲିଫ୍ଟର।
ଯୁବ ଜଗତ
ଅଧିକ ଦେଖନ୍ତୁ
ଜାଣନ୍ତୁ ସିଙ୍ଗଲ ରହିବାର ଫାଇଦା
କାହାରି ସହିତ ଜୀବନ ବିତାଇବାର ଅନେକ ଫାଇଦା ରହିଛି। କିନ୍ତୁ ସିଙ୍ଗଲ ରହିବା ମଧ୍ୟ କୌଣସି ଖରାପ କଥା ନୁହେଁ। ଏକୁଟିଆ ରହିବା ପରେ ନିଜକୁ ଚିହ୍ନିବାର ଉତ୍ତମ ସୁଯୋଗ ମିଳିଥାଏ। ଏହାଦ୍ବାରା ଆପଣ ନିଜକୁ ବହୁତ ପାଖରୁ ଜାଣିପାରନ୍ତି। ତେଣୁ ଏକୁଟିଆପଣ ପ୍ରତି ନିଜର ଦୃଷ୍ଟିକୋଣ ବଦଳାଇବାର ଆବଶ୍ୟକତା ରହିଛି। ସିଙ୍ଗଲ ରହିବାର ମଧ୍ୟ ଅନେକ ଫାଇଦା ରହିଛି। ଏହା ଆପଣଙ୍କ ଜୀବନରେ ମସ୍ତି ଭରିବା ସହିତ ଚିନ୍ତା ଦୂର କରି ନିଜ ବିଷୟରେ ଚିନ୍ତା କରିବାର ସୁଯୋଗ ଦେଇଥାଏ।
ନିଜକୁ ବଦଳାନ୍ତୁ, ମା’ ବାପାଙ୍କ ସହ ସମ୍ପର୍କ ଗାଢ଼ କରନ୍ତୁ
ପରିବାର ଓ ସମ୍ପର୍କ ଜୀବନର ସୁନ୍ଦର ଅଂଶବିଶେଷ। ପରିବାର ବିନା ଜୀବନ ମୂଲ୍ୟହୀନ ଲାଗିଥାଏ। ଖୁସି ସମୟ ହେଉ ବା ଦୁଃଖ ସବୁ ସମୟରେ ପରିବାର ଲୋକ ସାଥୀରେ ଠିଆ ହୋଇଥାନ୍ତି। କେତେକ ଲୋକଙ୍କ ମା’ ବାପାଙ୍କ ସହିତ ବହୁତ ଭଲ ସମ୍ପର୍କ ଥିବାବେଳେ ଆଉ କେତେକଙ୍କ ପାଇଁ ସମ୍ପର୍କ ଅକ୍ଷୁଣ୍ଣ ରଖିବା କୌଣସି ଚ୍ୟାଲେଞ୍ଜ ଠାରୁ କମ ନୁହେଁ। ଏପରିସ୍ଥଳେ ନିଜ ଭିତରେ କିଛିଟା ପରିବର୍ତ୍ତନ କରି ଆପଣ ମା’ ବାପାଙ୍କ ସହ ସମ୍ପର୍କକୁ ସୁଦୃଢ଼ ରଖିପାରିବେ।
ଫ୍ୟାଶନ
ଅଧିକ ଦେଖନ୍ତୁ
ଶ୍ରଦ୍ଧାଙ୍କ ଏହି ଝଲକ ପ୍ରଶଂସକଙ୍କୁ
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଆରାମଦାୟକ ହେବା ସହିତ ବହୁତ ସିମ୍ପଲ ହୋଇଥାଏ, ଏଥିରେ କୌଣସି ଦ୍ବିମତ ନାହିଁ। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଶ୍ରଦ୍ଧା ସିମ୍ପଲ ଏବଂ ଆକର୍ଷଣୀୟ ଲୁକରେ ଦେଖିବାକୁ ମିଳିଥିଲା। ନିଜର କାଜୁଆଲ ଆଉଟିଂ ପାଇଁ ଶ୍ରଦ୍ଧା କପୁର ଏଚ ଏଣ୍ଡ ଏମ ଫ୍ୟାଶନ ଲେବଲ ଦ୍ବାରା ଡିଜାଇନ କରାଯାଇଥିବା ହ୍ବାଇଟ କଟଆଉଟ ସ୍ଲିଭସଯୁକ୍ତ ଲୁଜ ଫିଟ ଟି-ଶାର୍ଟ ପିନ୍ଧିଥିଲେ। ଏହାକୁ ଶୁଦ୍ଧ କଟନ ଫ୍ୟାବ୍ରିକରେ ତିଆରି କରାଯାଇଛି।
ୟେଲୋ ଆଉଟଫିଟରେ ଶିଳ୍ପାଙ୍କ
ଶିଳ୍ପା ଶେଟ୍ଟୀ ନିଜ ଫିଟନେସର ସବୁବେଳେ ଯତ୍ନ ନେଇଥାନ୍ତି। ଏହି କାରଣରୁ ଏହି ସେଲିବ୍ରିଟିଙ୍କ ଉପରେ ସବୁପ୍ରକାରର ଡ୍ରେସ ମାନିଥାଏ। ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଶିଳ୍ପା ଏକ ଇଭେଣ୍ଟ ପାଇଁ ଡିଜାଇନର ଆଉଟଫିଟ ପିନ୍ଧିଥିଲେ। ଏହି ଆଉଟଫିଟରେ ଶିଳ୍ପା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ତାଙ୍କ ଉପରୁ ନଜର ହଟାଇବା ଅସମ୍ଭବ ଥିଲା।
ଲାଇଫ ଷ୍ଟାଇଲ
ଅଧିକ ଦେଖନ୍ତୁ
ମସ୍ତିଷ୍କର କ୍ଷମତା ବଢ଼ାଏ ପାୱାର ନ୍ୟାପ
କାମ କରିବା ସମୟରେ ନିଦ ମାଡ଼ିଲେ ସାଧାରଣତଃ ଲଜ୍ଜା ଲାଗିଥାଏ। କିନ୍ତୁ ଏହାକୁ ନେଇ ଖରାପ ଭାବିବାର କୌଣସି ଆବଶ୍ୟକତା ନାହିଁ। ମଧ୍ୟାହ୍ନ ଭୋଜନ ପରେ ସ୍ବଳ୍ପ ନିଦ୍ରା (ପାୱାର ନ୍ୟାପ) ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବଢ଼ାଇପାରେ। ଚାଲନ୍ତୁ ଜାଣିବା ପାୱାର ନ୍ୟାପର ଫାଇଦା।
ଲେମ୍ବୁ ଚୋପାରେ ତ୍ବଚା ଚମକାନ୍ତୁ
ଶୀତଦିନ ଧିରେ ଧିରେ ଶେଷ ହେବାରେ ଲାଗିଛି। ଏବେ ଖୁବଶୀଘ୍ର ଗରମ ଦିନ ଆରମ୍ଭ ହୋଇଯିବ ଓ ଚୈଳୀୟ ତ୍ବଚା ସମସ୍ୟା ବଢ଼ିବାରେ ଲାଗିବ। ବ୍ରଣ ସମସ୍ୟା ବଢ଼ିବାରେ ଲାଗିବ। ବ୍ରଣ ହେବା କାରଣରୁ ଏହାର ଦାଗ ମଧ୍ୟ ପଡ଼ିଯାଏ। ତେଣୁ ଚେହେରାର ସୌନ୍ଦର୍ଯ୍ୟ ଖରାପ ହୋଇଯାଏ। ତେଣୁ ଝିଅମାନେ ଅନେକ ଉତ୍ପାଦ ବ୍ୟବହାର କରିଥାନ୍ତି। ତେଣୁ ଲେମ୍ବୁ ରସ ବ୍ୟବହାର କରି ଆପଣ ତ୍ବଚାରେ ଚମକ ଆଣିପାରିବେ।
ଫେସ୍ବୁକ୍ରେ ପ୍ରତିନିଧି
ଟ୍ବୀଟରରେ ପ୍ରତିନିଧି
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ
Your browser does not support the video tag.
ଶ୍ରୀମନ୍ଦିର ସିଂହଦ୍ବାର, ପୁରୀ, Thursday, 25 Feb, 5.25 AM
କାର୍ଟୁନ କର୍ଣ୍ଣର
ଉପଯୋଗୀ ଟିପ୍ସ
ଅଧିକ ଦେଖନ୍ତୁ
ଫେଙ୍ଗଶୁଇ ଅନୁସାରେ ଏପରି ରଖନ୍ତୁ ୱାଲେଟର ଧ୍ୟାନ
ୱାଲେଟ ବ୍ୟବହାର କରୁଥିଲେ ଏହାକୁ ସଫା ରଖିବା ଜରୁରୀ। ଏହା ଭିତରେ ଜିନିଷ କେଉଁ ଭଳି ସଜାଇ ରଖିବେ, ତାହା ମଧ୍ୟ ଜରୁରୀ। ବେଳେବେଳେ ୱାଲେଟ କିମ୍ବା ପର୍ସରେ ରଖାଯାଇଥିବା ଅବ୍ୟବସ୍ଥିତ ଜିନିଷ କାରଣରୁ ଆପଣଙ୍କର ଆର୍ଥିକ ଅଭାବ ଆସିପାରେ। ସେହିପରି ଫେଙ୍ଗଶୁଇ ଅନୁସାରେ ଏକ ବ୍ୟବସ୍ଥିତ ୱାଲେଟ ଧନର ବର୍ଷା ମଧ୍ୟ କରିପାରେ। ଚାଲନ୍ତୁ ଜାଣିବା ୱାଲେଟକୁ ନେଇ ଫେଙ୍ଗଶୁଇର କେତେକ ଟିପସ ସମ୍ପର୍କରେ।
ଭିଡିଓ ଗ୍ୟାଲେରୀ
/* */
ପାଟି ସୁଆଦ
ଅଧିକ ଦେଖନ୍ତୁ
ମିଲ୍କି ଫ୍ରୁଟ ଡ୍ରିଙ୍କସର ମଜା ନିଅନ୍ତୁ
ଋତୁ ବଦଳିବାରେ ଲାଗିଛି। ଏପରିସ୍ଥଳେ କିଛି ଥଣ୍ଡା ଖାଇବାକୁ ଇଚ୍ଛା ହେଲେ ମିଲ୍କି ଫ୍ରୁଟ ଡ୍ରିଙ୍କସ ସେବନ କରିପାରିବେ। ଏହାଦ୍ବରା ଆପଣଙ୍କୁ ଥଣ୍ଡା ମିଳିବା ସହିତ ଫ୍ରେଶ ଅନୁଭବ ହୋଇଥାଏ।
ଜନସେବା ହେଲ୍ପ ଲାଇନ
ଅଧିକ ଦେଖନ୍ତୁ
ଜରୁରିକାଳୀନ ସେବା
ଯୋଗାଯୋଗ ନମ୍ବର
ଅଗ୍ନିଶମ କଣ୍ଟ୍ରୋଲ ରୁମ୍
୧୦୧
ପୋଲିସ କଣ୍ଟ୍ରୋଲ ରୁମ୍
୧୦୦
ଜନନୀ ଆମ୍ବୁଲାନ୍ସ ସେବା
୧୦୨
ଆମ୍ବୁଲାନ୍ସ ସେବା
୧୦୮
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ
୧୦୩୩
ବରିଷ୍ଠ ନାଗରିକ
୧୦୯୦
ମହିଳା
୧୦୯୧
୧୦୯୨୦
ପ୍ରମୁଖ ଲିଙ୍କ୍
ଅଧିକ ଦେଖନ୍ତୁ
Online Services
Website
Train Ticket Booking (e Ticketing)
https://indianrail.gov.in
https://www.irctc.co.in
www.bookmytrain.com
Train PNR Status Enquiry
https://www.trainspnrstatus.com
https://pnrstatuslive.com
Train Status Enquiry
www.trainenquiry.com