ରାଜ୍ୟରେ ୬୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ,

ଭୁବନେଶ୍ୱର: ଶନିବାର ଦିନକ ଭିତରେ ରାଜ୍ୟର ପ୍ରଭାବିତ ଅଞ୍ଚଳରୁ ୬୨୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୫ ଜଣ ୧୮ ବର୍ଷରୁ କମ୍ ପିଲା ରହିଛନ୍ତି। ଏହାଛଡ଼ା ନୂତନ ଭାବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୨ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗତ ଦିନକ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ କଟକରୁ ଦ୍ବିତୀୟ ସର୍ବାଧିକ ୭୪ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୧୩ ଜଣ ଲେଖାଏଁ, ବାଲେଶ୍ୱରରୁ ୨୮ ଜଣ, ବରଗଡ଼ରୁ ୩ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୭ ଜଣ ଓ ଗଜପତିରୁ ଜଣେ ସଂକ୍ରମିତ ଠାବ ହୋଇଛନ୍ତି। ଆହୁରି ଗଞ୍ଜାମ ଜିଲ୍ଲାରୁ ୧୨ ଜଣ, ଜଗତସିଂହପୁରରୁ ୨୯ ଜଣ, ଯାଜପୁରରୁ ୨୮ ଜଣ, ଝାରସୁଗୁଡ଼ାରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୩ ଜଣ, କୋରାପୁଟରୁ ୪ ଜଣ, ମୟୂରଭଞ୍ଜ ୧୮ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି।

ବଦଳିଲା ନିଷ୍ପତ୍ତି: ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂଆ

ଚଣ୍ଡିଗଡ଼/ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଇତିମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ମଧ୍ୟ ବଦଳିଛି। ଅନେକ ଛକାପଞ୍ଛା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍‌ ସାହିବ୍‌ ବିଧାୟକ ଚରଣଜୀତ ସିଂହ ଚନ୍ନୀ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ୍‌ ଟ୍ୱିଟ୍କରିଛନ୍ତି। ସେ ଲେଖିଛନ୍ତି, ପଞ୍ଜାବ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଚରଣଜୀତ ସିଂହ ଚନ୍ନୀ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ଖବର ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ମାନସ ମନ୍ଥନ ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବାର ପାଖାପାଖି ୨୪ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଭାବେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଗୋଷ୍ଠୀର ସଦସ୍ୟ ସୁଖଜିନ୍ଦର ସିଂ ରନ୍ଧାୱାଙ୍କ ନାମ ଏକରକମ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଘଟଣାକ୍ରମରେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ବଦଳିଯାଇଥିଲା।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ
ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ବରିଷ୍ଠ କଂଗ୍ରେସ ନେତା ତଥା କ୍ୟାପଟେନ୍ ଅମରିନ୍ଦର ସିଂ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଂସଦୀୟ ଦଳ (ସିଏଲପି) ବୈଠକ ଆରମ୍ଭ ହେବାର କେଇ ଘଣ୍ଟା ପୂର୍ବରୁ କ୍ୟାପଟେନ୍ ଅମରିନ୍ଦର ଗଭର୍ଣ୍ଣର୍ ବନୱାରିଲାଲ୍ ପୁରୋହିତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅପମାନିତ ଅନୁଭବ କରିବାରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି। ଗତ ୫୨ ବର୍ଷର ରାଜନୀତି ଜୀବନରେ ପୂର୍ବରୁ କଦାପି ଏତେଟା ଅପମାନିତ ଅନୁଭବ କରି ନ ଥିଲି। ନିଜର ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କ୍ୟାପଟେନ୍ ଅମରିନ୍ଦର କହିଛନ୍ତି। ଶନିବାର ଅପରାହ୍ନରେ କ୍ୟାପଟେନ୍ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପୂର୍ବାହ୍ନରେ କଂଗ୍ରେସ ହାଇକମାଣ୍ଡ୍ ସୋନିଆ ଗାନ୍ଧି ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ କହିଥିବା ଆଲୋଚନା ହେଉଛି। ଜଣେ ନୂଆ ନେତାଙ୍କୁ ନିର୍ବାଚନ କରିବା ଦିଗରେ ଏହା ସୁବିଧା ହେବ ବୋଲି ସୋନିଆ କହିଥିଲେ ହେଁ କ୍ୟାପଟେନ୍ ଅମରିନ୍ଦର ପଦ ଛାଡ଼ିବାକୁ ରାଜି ହୋଇ ନ ଥିଲେ। ଯଦି ତାଙ୍କ ଉପରେ ଅଧିକ ଚାପ ପଡ଼େ, ତା’ହେଲେ ସେ ଦଳରୁ ଇସ୍ତଫା ଦେବାକୁ ପସନ୍ଦ କରିବେ ବୋଲି କହିଥିବା ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଏଥିସକାଶେ ପ୍ରସ୍ତୁତି ପାଇଁ କ୍ୟାପଟେନ୍ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିଲା।
ବିଜେପିକୁ ଝଟକା: ଟିଏମସିରେ
ବିଜେପି ପକ୍ଷରୁ କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ସୁନାମଧନ୍ୟ ଗାୟକ ବାବୁଲ୍ ସୁପ୍ରିୟୋ ଶେଷରେ ଦଳ ବଦଳାଇଛନ୍ତି। ପଶ୍ଚିମବଙ୍ଗରେ ଗତ ବିଧାନସଭା ପରେ ଟିଏମସିର କ୍ଷମତା ବଢ଼ିଚାଲିଥିବା ବେଳେ ବିଜେପି ଲୋକପ୍ରିୟତା ହ୍ରାସ ପାଉଥିବା ଲକ୍ଷ୍ୟ କରି ନିଜର ରାଜନୈତିକ କ୍ୟାରିୟରକୁ ବଞ୍ଚାଇବା ସକାଶେ ବାବୁଲ୍ ବିରୋଧୀ ଟିଏମସିରେ ଯୋଗ ଦେଇଛନ୍ତି। ଶନିବାର ଏଆଇଟିସି ଟ୍ବିଟର୍ ହ୍ୟାଣ୍ଡଲରେ ଟିଏମସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ରାଜ୍ୟସଭା ସାଂସଦ ଡେରେକ୍ ଓ’ବ୍ରାଏନଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ଆସନସୋଲ୍ ସାଂସଦ ବାବୁଲ୍ ସୁପ୍ରିୟୋ ଟିଏମସି ପରିବାରରେ ସାମିଲ୍ ହୋଇଛନ୍ତି। ଦଳ ତାଙ୍କୁ ସ୍ବାଗତ କରୁଛି ବୋଲି ଉକ୍ତ ଟ୍ବିଟରରେ ଦର୍ଶାଇଛନ୍ତି। ବାବୁଲ୍ ଆସନସୋଲରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଉଭୟ ଥର ବିଜେପି ଟିକେଟରେ ସେ ଲୋକସଭା ଯାଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ବ ମଧ୍ୟ ଦେଇଥିଲେ। କିନ୍ତୁ ନିକଟରେ ମନ୍ତ୍ରିମଣ୍ଡଳରେ କେତେକ ପରିବର୍ତ୍ତନ କରାଯିବା ପରେ ବାବୁଲଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା।
ଟି-୨୦ ବିଶ୍ବକପ୍ ପରେ କୋଚ୍
ନିକଟରେ ଭାରତର ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ନେତୃତ୍ବ ନେବାକୁ ଅକ୍ଷମ ଥିବା କଥା ପ୍ରକାଶ କରିବା ସହ ଆଗାମୀ ଟି-୨୦ ବିଶ୍ବକପ୍ ପରେ କ୍ଷୁଦ୍ର ଫର୍ମାଟରେ ନେତୃତ୍ବ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବା ତାଙ୍କର ଏପରି ନିଷ୍ପତ୍ତିର ମୁଖ୍ୟ କାରଣ ହୋଇଥିବା ବେଳେ ଟି-୨୦ ବିଶ୍ବକପ ପରେ ଭାରତୀୟ ଟି-୨୦ ଦଳର ନେତୃତ୍ବ ବର୍ତ୍ତମାନ ଉପଅଧିନାୟକ ରହିଥିବା ରୋହିତ ଶର୍ମା ନେବା ଏକରକମ ଥୟ। ସେହିପରି ଦଳର ମୁଖ୍ୟ କୋଚ୍ ରହିଥିବା ରବି ଶାସ୍ତ୍ରୀ ମଧ୍ୟ ଟି-୨୦ ବିଶ୍ବକପ୍ ପରେ ଏହି ପଦବୀ ଛାଡ଼ିବେ। ତେଣୁ ତାଙ୍କ ସ୍ଥାନରେ ପୁଣିଥରେ କିମ୍ବଦନ୍ତୀ ସ୍ପିନର୍ ଅନୀଲ କୁମ୍ବଲେ ଏହି ଦାୟିତ୍ବକୁ ଫେରିବାର ସମ୍ଭାବନା ରହିଛି ବୋଲି ବିସିସିଆଇ ପ୍ରକାଶ ସମ୍ଭାବନା ପ୍ରକାଶ ପାଇଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ତାଙ୍କୁ ଓ ପୂର୍ବତନ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ପଦ ସକାଶେ ଆବେଦନ କରିବାକୁ କହିବାର ସମ୍ଭାବନା ରହିଛି। କୁମ୍ବଲେ ପୂର୍ବରୁ ୨୦୧୬-୧୭ ସିଜନରେ ପାଖାପାଖି ବର୍ଷ ଭାରତୀୟ ଟିମର କୋଚ୍ ରହିସାରିଛନ୍ତି। ସେତେବେଳେ ସଚିନ୍ ତେନ୍ଦୁଲକର, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟି (ସିଏସି) ତାଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଥାନରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ମତଭେଦ କାରଣରୁ ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ଭାରତ ହାରିବା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଆଇଟିଆର୍‌ରୁ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ବରରେ ଏନ୍‌ଆଇଏ ଟିମ୍‌, ଆଉ ଜଣେ ଗିରଫ
ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍‌ ରେ୍ଞ୍ଜ (ଆଇଟିଆର୍‌)ରୁ ତଥ୍ୟ ଲିକ୍‌ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ଅଧିକ ଖୋଳତାଡ଼ କରିବା ପାଇଁ ବାଲେଶ୍ବରରେ ପହଞ୍ଚିଛି ଏନ୍‌ଆଇଏର ଦୁଇ ଜଣିଆ ଟିମ୍‌। କୋଲକାତାରୁ ଆସିଥିବା ଏହି ଟିମ୍‌ ବାଲେଶ୍ୱର ଏସ୍‌ପିଙ୍କୁ ଭେଟିଛନ୍ତି। ଏଥିସହ ଏହି ଘଟଣାରେ ଗୁରୁବାର ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲେଶ୍ବର ପୋଲିସ୍‌। ଗିରଫ ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ସଚିନ କୁମାର ହୋଇଥିବା ବେଳେ ସେ ଡିଆର୍‌ଡିଓରେ ନିୟମିତ ଡ୍ରାଇଭର ଭାବେ କାମ କରୁଥିବା ଜଣାପଡ଼ିଛି। ପୂର୍ବରୁ ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ଏବେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି।
ସାରନାଥ ପର୍ଯ୍ୟଟନସ୍ଥଳୀର ମହତ୍ତ୍ବ ଅନେକ
ଗଙ୍ଗା ଓ ବରୁଣ ନଦୀର ସଙ୍ଗମସ୍ଥଳୀ ନିକଟରେ ଉତ୍ତର ପ୍ରଦେଶର ବାରାଣସୀ ଠାରୁ ୧୦ କିମି ଉତ୍ତର-ପୂର୍ବରେ ଏକ ଛୋଟ ଗାଁ ସାରନାଥ ଅବସ୍ଥିତ। ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ନିଜର ପ୍ରଥମ ଉପଦେଶ ସାରନାଥରେ ଦେଇଥିଲେ। ଯାହାକୁ ଧର୍ମଚକ୍ର ପ୍ରବର୍ତ୍ତନ ନାମ ଦିଆଯାଇଛି ଓ ଏହା ବୌଦ୍ଧ ମତ ପ୍ରଚାର ପ୍ରସାରର ଆରମ୍ଭ ଥିଲା। ବୌଦ୍ଧ ଧର୍ମର ଚାରି ପ୍ରମୁଖ ତୀର୍ଥ ସ୍ଥଳ ମଧ୍ୟରେ ସାରନାଥ ଅନ୍ୟତମ। ବୌଦ୍ଧ ଧର୍ମ ବ୍ୟତୀତ ସାରନାଥକୁ ଜୈନ ଓ ହିନ୍ଦୁ ଧର୍ମରେ ବି ମହତ୍ତ୍ବ ଦିଆଯାଏ। ଜୈନ ଗ୍ରନ୍ଥରେ ଏହାକୁ ସିଂହପୁର କୁହାଯାଏ। ଜୈନ ଧର୍ମର ଏକାଦଶ ତୀର୍ଥଙ୍କର ଶ୍ରେୟାଂସନାଥଙ୍କ ଜନ୍ମ ଏଠାରୁ କିଛି ଦୂରରେ ହୋଇଥାଏ ବୋଲି କୁହାଯାଏ। ଏଠାରେ ସାରଙ୍ଗନାଥ ମହାଦେବଙ୍କ ମନ୍ଦିର ବି ରହିଛି।

ଫଟୋ ଗ୍ୟାଲେରୀ

କେବିସି ୧୩ର ପ୍ରଥମ କୋଟିପତି ହେଲେ ହିମାନୀ, ୧୫ ବର୍ଷ ବୟସରେ ହରାଇଥିଲେ ଚକ୍ଷୁ
ଟିଭିର ସବୁଠାରୁ ଲୋକପ୍ରିୟ କ୍ବିଜ ଶୋ’ ‘କୌନ ବନେଗା କରୋଡ଼ପତି’ ୧୩ତମ ସିଜନ ଆରମ୍ଭ କରିଛି। ଶୋ’ ଆରମ୍ଭ ହେବା କିଛି ଦିନ ହୋଇଛି। ଇତିମଧ୍ୟରେ ଶୋ’କୁ ପ୍ରଥମ କୋଟିପତି ମିଳି ସାରିଛି। କେବିସି ସିଜନ ୧୩ର ପ୍ରଥମ କୋଟିପତି ହୋଇଛନ୍ତି ହିମାନୀ ବୁନ୍ଦେଲା। ସେ ଜଣେ ଦୃଷ୍ଟିହୀନ ମହିଳା। ହିମାନୀ ୧ କୋଟି ଟଙ୍କାର ଠିକ ଉତ୍ତର ଦେଇ ୭ କୋଟି ଟଙ୍କାର ପ୍ରଶ୍ନରେ ପହଞ୍ଚି ସାରିଥିଲେ। ଏହାର ଏକ ପ୍ରମୋ ସୋନୀ ଟିଭି ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଶେୟାର କରିଥିଲା। କେବିସି ଇତିହାସରେ ପ୍ରଥମ ଥର ପାଇଁ କୌଣସି ଦୃଷ୍ଟିହୀନ ପ୍ରତିଯୋଗୀ ଶୋ’ରେ ଅଂଶଗ୍ରହଣ କରିଛନ୍ତି ଓ ଏତେ ବଡ଼ ରାଶି ନିଜ ନାମରେ କରିଛନ୍ତି। ଚାଲନ୍ତୁ ଜାଣିବା ହିମାନୀଙ୍କ ସମ୍ପର୍କରେ, ଯିଏ ଦୃଷ୍ଟିହୀନ ହେବା ପରେ ବି ନିଜ ସ୍ବପ୍ନର ଉଡ଼ାଣ ଭରିଛନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।