ନିୟମ ଭାଙ୍ଗି କ୍ବାରେଣ୍ଟାଇନ୍‌ ସେଣ୍ଟର୍‌କୁ ଗଲେ ୫୪

ଭୁବନେଶ୍ବର: ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାରଙ୍କ ପକ୍ଷରୁ ୩ଟି ସହରକୁ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜଧାନୀ ମହାନଗର ନିଗମ, କଟକ ମହାନଗର ନିଗମ, ଭଦ୍ରକ ପୌରାଞ୍ଚଳ ସମେତ ଭୁବନେଶ୍ବ ଆଖାପାଖ ୧୭ଟି ପଞ୍ଚାୟତରେ ଏହି ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଲାଗୁ କରାଯାଇଛି। ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ତେବେ ଭୁବନେଶ୍ବର, କଟକ ଏବଂ ଭଦ୍ରକ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚିହ୍ନଟ ଔଷଧ ଦୋକାନ ଓ ପେଟ୍ରୋଲ୍‌ ପମ୍ପକୁ ଛାଡ଼ିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି। ଏଥିସହ ସରକାରଙ୍କ ପକ୍ଷରୁ ପୋଲିସ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ବରର ବିଭିନ୍ନ ଛକ ସ୍ଥାନରେ ଜୋର୍‌ଦାର ଯାଞ୍ଚ କରାଯାଉଛି। ତେବେ ଶଟ୍‌ଡାଉନ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ମଧ୍ୟାହ୍ନ ସୁଦ୍ଧା ୫୪ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ସେଣ୍ଟର୍‌କୁ ପଠାଇଛି। ଏଥିସହିତ ୬୪ଜଣ ଅଟକ ଅଛନ୍ତି। ଏହି ନିୟମ ଭାଙ୍ଗି ଭୁବନେଶ୍ବରର ୪୫ ଏବଂ ଭଦ୍ରକର ୯ ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର୍‌କୁ ପଠାଇ ଦିଆଯାଇଛି।

କ୍ୱାରେଣ୍ଟାଇନ୍‌ରେ ସାର୍ ଗଙ୍ଗାରାମ ହସ୍ପିଟାଲର ୧୦୮

ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ। ବର୍ତ୍ତମାନ ସମୟରେ ଭାରତର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋରୋନା ଭୂତାଣୁ ବ୍ୟାପିସାରିଛି। କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ବେଳେ ଏବେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ମୋଟ ୧୦୮ ଜଣ କର୍ମଚାରୀ କ୍ୱାରେଣ୍ଟାଇନ୍‌ର ସମ୍ମୁଖୀନ ହୋଇଛନ୍ତି। ଶନିବାର ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ସମେତ ୧୦୮ ଜଣଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦେଇଥିବା ଜଣାପଡିଛି। ଅନ୍ୟ ରୋଗର ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ୨ ଜଣଙ୍କ ଟେଷ୍ଟ ରିପୋର୍ଟ କୋରୋନା ପଜିଟିଭ ଜଣାପଡ଼ିବା ପରେ ଏହି ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୦୮ ଜଣଙ୍କୁ କର୍ତ୍ତୃପକ୍ଷ କ୍ୱାରେଣ୍ଟାଇନକୁ ପଠାଇ ଦେଇଛନ୍ତି।

ମୃତ୍ୟୁଦଣ୍ଡ ପାଇପାରନ୍ତି ସାଉଦି ଆରବ ଶପିଂ ମଲ୍‌ରେ ଛେପ

ଇରାନ୍ ବାଚସ୍ପତି ଓ ଇସ୍ରାଏଲ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କୋରୋନା, ୫୬ ହଜାର ଟପିଲା ମୃତ୍ୟୁସଂଖ୍ୟା
କୋରୋନା ଭୂତାଣୁ ବ୍ୟାପିଚାଲିଥିବାରୁ ଶୁକ୍ରବାର ସୁଦ୍ଧା ସମଗ୍ର ବିଶ୍ବରେ ମୃତକଙ୍କ ସଂଖ୍ୟା ୫୬ ହଜାରକୁ ଟପି ୫୬ ହଜାର ୫୭୦ରେ ପହଞ୍ଚିଯାଇଛି। ସେହିପରି ୧୦ ଲକ୍ଷ ୬୨ ହଜାର ୨୩୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଆକ୍ରାନ୍ତ ହୋଇଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଇରାନ୍ ସଂସଦର ବାଚସ୍ପତି ଓ ଇସ୍ରାଏଲ୍ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ଇସ୍ରାଏଲ୍ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ୍ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ଶୀର୍ଷ ଅଧିକାରୀଙ୍କୁ ମଧ୍ୟ ନିଃସଙ୍ଗବାସରେ ରହିବାକୁ ପଡ଼ିଥିବା ଜଣାପଡ଼ିଛି। ଇସ୍ରାଏଲ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନମୁନା ଗତ ଗୁରୁବାର ପଜିଟିଭ୍ ବାହାରିଥିଲା। ଅନ୍ୟପକ୍ଷରେ ଇରାନ ସଂସଦର ବାଚସ୍ପତି ଅଲୀ ଲାରିଜାନିଙ୍କ ଅସୁସ୍ଥତା ନେଇ ୱେବସାଇଟରେ ସୂଚନା ଦିଆଯାଇଛି। ସେ ନିଃସଙ୍ଗବାସରେ ରହିବା ସହ ତାଙ୍କର ଚିକିତ୍ସା ଚାଲିଛି ବୋଲି କୁହାଯାଇଛି। ଇରାନ ବିଶ୍ବର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ଗୁରୁବାର ଏଠାରେ ୧୨୪ ଜଣଙ୍କର ମୃତ୍ୟୁ ଘଟିବା ଫଳରେ ଦେଶରେ ମୃତକଙ୍କ ସଂଖ୍ୟା ୩ ହଜାର ୧୬୦ରେ ପହଞ୍ଚିଛି।
ବୀମା ନବୀକରଣ ପାଇଁ
ବର୍ତ୍ତମାନ ସମୟରେ କୋରୋନା ଭୂତାଣୁଜନିତ ବିଭୀଷିକା ଜାରି ରହିଥିବା ବେଳେ ଜୀବନ ବୀମା କମ୍ପାନୀମାନଙ୍କୁ ସେମାନଙ୍କ ଉପଭୋକ୍ତାଙ୍କୁ ଅତିରିକ୍ତ ମହଲତ ଦେବା ସକାଶେ ବୀମା ନିୟାମକ ଉନ୍ନୟନ ପ୍ରାଧିକରଣ (ଆଇଆର୍‌ଡିଏ) ପକ୍ଷରୁ ନିର୍ଦେଶ ଦିଆଯାଇଛି। କମ୍ପାନୀମାନେ ଅତି କମ୍‌ରେ ନିଜ ନିଜର ଉପଭୋକ୍ତାଙ୍କୁ ୩୦ ଦିନର ମହଲତ ଦେବାକୁ ଏହି ନିର୍ଦେଶନାମାରେ କୁହାଯାଇଛି। କୋରୋନା ଭୂତାଣୁ ତା’ର କାୟା କ୍ରମଶଃ ବୃଦ୍ଧି କରିଚାଲିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସ୍ବରୂପ ଅଧିକାଂଶ ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇସାରିଛି। ତେଣୁ ଉପଭୋକ୍ତାମାନଙ୍କୁ ଏପରି ପରିସ୍ଥିତିରେ ଜୀବନ ବୀମା କମ୍ପାନୀମାନେ ସାମାନ୍ୟ ଆଶ୍ବସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ଆଇଆର୍‌ଡିଏ ପକ୍ଷରୁ କୁହାଯାଇଛି। ବିଶେଷକରି ସ୍ବାସ୍ଥ୍ୟ ବୀମା ଉପଭୋକ୍ତାଙ୍କୁ ସେମାନଙ୍କ ପଲିସି ନବୀକରଣ ପାଇଁ ଏହି ମହଲତ ଦେବା ସକାଶେ କୁହାଯାଇଛି।
ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ
କୋରୋନା ଭୂତାଣୁର ବର୍ଦ୍ଧିତ ପ୍ରଭାବ କାରଣରୁ ପାଖାପାଖି ମାସେ ଧରି ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜକ ଏହି ପ୍ରତିଯୋଗିତାକୁ ନିର୍ଦ୍ଧାରିତ ସମୟରେ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଆସୁଥିଲେ। କିନ୍ତୁ ମଙ୍ଗଳବାର ସେମାନେ କୋରୋନାର ବ୍ୟାପକ ପ୍ରଭାବ ପରିପ୍ରେକ୍ଷୀରେ ଏହି ମହାକୁମ୍ଭକୁ ବର୍ଷେ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏବଂ ସ୍ଥାନୀୟ ଆୟୋଜକମାନେ ଏଥିରେ ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ଆୟୋଜିତ ହେଲେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଚଳିତ ବର୍ଷ ଏହା ଆୟୋଜିତ ନ ହେବା ସପକ୍ଷରେ ନିଷ୍ପତ୍ତି ହେବାରୁ ବିଶ୍ବର ବିଭିନ୍ନ ଦେଶର ଆଥଲେଟ୍‌ମାନେ ବେଶ୍‌ ଆଶ୍ବସ୍ତ ହୋଇଛନ୍ତି। ଏନେଇ ଆଇଓସି ପକ୍ଷରୁ ଜାରି ଏକ ବିବୃତିରେ ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଗ୍ରୀଷ୍ମୠତୁରେ ହିଁ ହେବ ବୋଲି କୁହାଯିବା ସହ ଏହି ପ୍ରତିଯୋଗିତାର ନାମ ୨୦୨୦ ଟୋକିଓ ଅଲିମ୍ପିକ୍ସ ରହିବ ବୋଲି କୁହାଯାଇଛି।
ସ୍ପେନୀୟ ଫୁଟବଲ୍‌ କୋଚ୍‌ଙ୍କ ଜୀବନ
ସ୍ପେନ୍‌ ଫୁଟବଲ୍‌ କୋଚ୍‌ ଫ୍ରାନ୍‌ସିସ୍‌କୋ ଗାର୍ସିଆଙ୍କର ଗତ ରବିବାର ରାତିରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସମଗ୍ର ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ୍‌ ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କ ଜୀବନ ନେଇଛି। ୨୧ ବର୍ଷୀୟ ଗାର୍ସିଆ ପାଖାପାଖି ୪ ବର୍ଷ ହେଲା ମାଲାଗାଭିତ୍ତିକ ଆଟ୍‌ଲେଟିକୋ ପୋର୍ଟାଡା ଆଲ୍‌ଟା ଦଳର କୋଚ୍‌ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ତାଙ୍କଠାରେ କୋରୋନା ଭୂତାଣୁ ସଂକ୍ରମଣ ପରି ଲକ୍ଷଣ ଦେଖାଯିବାରୁ ଗାର୍ସିଆଙ୍କୁ ନିଃସଙ୍ଗବାସରେ ରଖାଯାଇଥିଲା। ତା’ଛଡ଼ା ଏହି ଯୁବ ଫୁଟବଲ୍‌ କୋଚ୍‌ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ସେ ଲିଉକୋମିଆ ରୋଗରେ ମଧ୍ୟ ପୀଡ଼ିତ ଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ସ୍ପେନ୍‌ରେ ୩ ଶହ ଲୋକ ଏହି ଭୂତାଣୁ ଆକ୍ରମଣରେ ମୃତ୍ୟୁବରଣ କରିସାରିଥିବା ବେଳେ ମାଲାଗା ଅଞ୍ଚଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମାଲାଗା ଅଞ୍ଚଳର ମୃତକମାନଙ୍କ ବୟସ ୭୦ରୁ ୮୦ ବର୍ଷ ମଧ୍ୟରେ ଥିବା ବେଳେ ଗାର୍ସିଆ ସର୍ବକନିଷ୍ଠ ବୋଲି କୁହାଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ମୃତ୍ୟୁଦଣ୍ଡ ପାଇପାରନ୍ତି ସାଉଦି ଆରବ ଶପିଂ ମଲ୍‌ରେ ଛେପ ପକାଇଥିବା ବ୍ୟକ୍ତି
ସାଉଦି ଆରବର ଏକ ଶପିଂ ମଲ୍‌ର ଟ୍ରଲି ଉପରେ ଛେପ ପକାଇ ଗିରଫ ହୋଇଥିବା ଜଣେ ଅଜ୍ଞାତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇପାରନ୍ତି। ବିଚାର ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଏ କଥା ପ୍ରକାଶ କରିଛି ଗଲଫ୍ ନିଉଜ୍। ଉତ୍ତର-ପଶ୍ଚିମ ସାଉଦି ଆରବର ହୈଲ୍ ଅଞ୍ଚଳରେ ଥିବା ଏକ ଶପିଂ ମଲ୍‌ର ଟ୍ରଲିରେ ଛେପ ପକାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସମ୍ପ୍ରତି ସାଉଦି ରାଜତନ୍ତ୍ର କୋରୋନା ଭାଇରସ୍ ସହ ସଂଗ୍ରାମ ଚଳାଉଥିବା ବେଳେ ଏହି ଘଟଣା ଘଟିଛି। ଗିରଫ ହେବାର କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୂରରୁ ଥାଇ କିଛି ପଚରା ଉଚୁରା କରାଯାଇଛି। କିନ୍ତୁ ସେ ଛେପ ପକାଇବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ।
କୋରୋନା କାରଣରୁ ବିବାହ ବିଳମ୍ବିତ: ୮ ଅଷ୍ଟ୍ରେଲୀୟ କ୍ରିକେଟର୍ ପ୍ରଭାବିତ
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବକୁ କୋରୋନା ଭୂତାଣୁର ଭୟ ଘାରିଥିବା ବେଳେ ଏହାଦ୍ବାରା ସାଧାରଣ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏପରିକି ଏହି ଭୂତାଣୁ ବ୍ୟାପିଚାଲିଥିବାରୁ ବିଶ୍ବର ସମସ୍ତ କ୍ରୀଡ଼ା ଇଭେଣ୍ଟକୁ ବି ବାତିଲ୍ କରାଯାଇସାରିଛି। ତେବେ ଏହି କୋରୋନା ଭୂତାଣୁ କେବଳ ଯେ କ୍ରୀଡ଼ାକୁ ପ୍ରଭାବିତ କରିଛି ତା’ ନୁହେଁ, ଏହି ଭୂତାଣୁର ବ୍ୟାପକତା ପରିପ୍ରେକ୍ଷୀରେ ୮ ଜଣ ଅଷ୍ଟ୍ରେଲୀୟ ଖେଳାଳି ସେମାନଙ୍କ ବିବାହ ଜୀବନ ଆରମ୍ଭ କରିପାରିନାହାନ୍ତି। କୋରୋନା ଭୂତାଣୁ ବ୍ୟାପିଚାଲିଥିବାରୁ ସେମାନେ ବିବାହ କରିପାରୁନାହାନ୍ତି। ତେଣୁ ବାଧ୍ୟ ହୋଇ ସେମାନେ ନିଜ ନିଜର ବିବାହ ତାରିଖକୁ ଘୁଞ୍ଚାଇଥିବା ଏକ ପ୍ରମୁଖ କ୍ରୀଡ଼ାଭିତ୍ତିକ ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ଯେ ଅଷ୍ଟ୍ରେଲୀୟ କ୍ରିକେଟର୍ ସେମାନଙ୍କ ଜୀବନ ସାଥୀ ସହ ମିଶିପାରିନାହାନ୍ତି, ବରଂ ଦକ୍ଷିଣ ଆଫ୍ରିକାର ମଧ୍ୟ ଜଣେ କ୍ରିକେଟର୍ ତାଙ୍କ ବାନ୍ଧବୀ ସହ ନିକଟ ଭବିଷ୍ୟତରେ ବିବାହ କରିବାର ସମ୍ଭାବନା ମଧ୍ୟ କ୍ଷୀଣ ରହିଛି।
ନିୟମ ଭାଙ୍ଗି କ୍ବାରେଣ୍ଟାଇନ୍‌ ସେଣ୍ଟର୍‌କୁ ଗଲେ ୫୪
ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାରଙ୍କ ପକ୍ଷରୁ ୩ଟି ସହରକୁ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜଧାନୀ ମହାନଗର ନିଗମ, କଟକ ମହାନଗର ନିଗମ, ଭଦ୍ରକ ପୌରାଞ୍ଚଳ ସମେତ ଭୁବନେଶ୍ବ ଆଖାପାଖ ୧୭ଟି ପଞ୍ଚାୟତରେ ଏହି ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଲାଗୁ କରାଯାଇଛି। ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ତେବେ ଭୁବନେଶ୍ବର, କଟକ ଏବଂ ଭଦ୍ରକ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚିହ୍ନଟ ଔଷଧ ଦୋକାନ ଓ ପେଟ୍ରୋଲ୍‌ ପମ୍ପକୁ ଛାଡ଼ିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି। ଏଥିସହ ସରକାରଙ୍କ ପକ୍ଷରୁ ପୋଲିସ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ବରର ବିଭିନ୍ନ ଛକ ସ୍ଥାନରେ ଜୋର୍‌ଦାର ଯାଞ୍ଚ କରାଯାଉଛି। ତେବେ ଶଟ୍‌ଡାଉନ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ମଧ୍ୟାହ୍ନ ସୁଦ୍ଧା ୫୪ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ସେଣ୍ଟର୍‌କୁ ପଠାଇଛି। ଏଥିସହିତ ୬୪ଜଣ ଅଟକ ଅଛନ୍ତି। ଏହି ନିୟମ ଭାଙ୍ଗି ଭୁବନେଶ୍ବରର ୪୫ ଏବଂ ଭଦ୍ରକର ୯ ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର୍‌କୁ ପଠାଇ ଦିଆଯାଇଛି।
କରୋନା ପ୍ରଭାବ: ବିଶ୍ବର ଏସବୁ
ଏବେ ସାରା ବିଶ୍ବରେ ସମସ୍ତଙ୍କ ମୁହଁରେ କୋରୋନା ଭାଇରସ କଥା ଶୁଣିବାକୁ ମିଳୁଛି। ସମସ୍ତେ ଏହି ଭାଇରସକୁ ଡରିମରି ରହିଛନ୍ତି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ପୂରା ଦୁନିଆକୁ ନିଜ ଶିକାର କରିଛି। ଏପରିସ୍ଥଳେ ଗୋଟିଏ ପଟେ ଲୋକେ ନିଜକୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏପରିକି ଲୋକେ ଘରୁ ବାହାରକୁ ଯିବାରୁ ଦୂରେଇ ରହୁଛନ୍ତି। ଏପରିସ୍ଥଳେ ବିଶ୍ବର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲା, ସେହି ସବୁ ସ୍ଥାନ ଏବେ ଖାଁ ଖାଁ ଦେଖାଯାଉଛି। କୌଣସି ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନି ଓ ସେସବୁ ସ୍ଥାନରେ ଶାନ୍ତି ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ଏଭଳି କିଛି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ, ଯାହା ଏବେ ଖାଲି ଖାଲି ରହିଛି।

ଫଟୋ ଗ୍ୟାଲେରୀ

କର୍ମଜୀବୀ ମହିଳାଙ୍କ ପାଇଁ ସମସ୍ୟା
ସାରା ଦେଶରେ କୋରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବାକୁ ଦ୍‌ଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ବାରା ୨୫ ମାର୍ଚ୍ଚରୁ ପୂରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଅଫିସ ଯାଇ ପାରୁ ନ ଥିବା କାରଣରୁ ଲୋକେ ଘରୁ ନିଜର ସମସ୍ତ ଅଫିସିଆଲ କାମ କରୁଛନ୍ତି। ଭାରତରେ କୋରୋନା ଭାଇରସ ଲକଡାଉନର ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ମହିଳାଙ୍କ ପାଇଁ ଏହି ସମୟରେ କାମର ବୋଝ ହାଲୁକା ହେବା ବଦଳରେ ଦୁଇଗୁଣା ହୋଇଯାଉଛି। ତେଣୁ ଲକଡାଉନ ମହିଳାଙ୍କ ପାଇଁ ସମସ୍ୟା ପାଲଟିବାରେ ଲାଗିଛି। ସୂଚନାଯୋଗ୍ୟ, ଏଥିପାଇଁ କର୍ମଜୀବୀ ମହିଳାମାନେ ଗୋଟିଏ ପଟେ ୱାର୍କ ଫ୍ରମ ହୋମ କରି ୯ରୁ ୧୦ ଘଣ୍ଟା ଅଫିସ କାମ କରୁଥିବା ବେଳେ ବାକି ସମୟରେ ସେମାନଙ୍କୁ ଘର ଓ ପରିବାରର ପୂରା ଧ୍ୟାନ ଦେବାକୁ ପଡ଼ୁଛି। ତେଣୁ ସେମାନେ ଶାରୀରିକ ଓ ମାନସିକ ଭାବେ ଅଧିକ ଥକି ଯାଉଛନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ