ଭୁବନେଶ୍ବର ଆଇଆଇଟି ଛାତ୍ରଙ୍କୁ ନାସା ଟିକେଟ୍

ଭୁବନେଶ୍ବର: ଉତ୍ତରାଖଣ୍ଡର ଡ. ଗୁରଜିତ୍ ସିଂ ଆମେରିକାର ୱାଶିଂଟନ୍ ଡିସିସ୍ଥିତ ମହାକାଶ ଗବେଷଣା ସଂସ୍ଥା ନ୍ୟାସନାଲ୍ ଏରୋନଟିକ୍ସ ଏଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା)ରେ ନିଯୁକ୍ତି ପାଇଛନ୍ତି। ଉତ୍ତରାଖଣ୍ଡର ଉଦ୍ଧମସିଂନଗର ଜିଲ୍ଲା ଅନ୍ତର୍ଗତ ସୀତାରଗଞ୍ଜର କୁଅଁରପୁର ସିସୈୟା ଗ୍ରାମର ବାସିନ୍ଦା ଡ. ଗୁରଜିତ୍ ଭୁବନେଶ୍ବରସ୍ଥିତ ଆଇଆଇଟିରୁ ସ୍ନାତକୋତ୍ତର ପାଇଛନ୍ତି। ନାସାରେ ତାଙ୍କୁ ବାର୍ଷିକ ୭୧ ହଜାର ୫୯୦ ଡଲାର୍ ପାରିଶ୍ରମିକ ମିଳିବ। ପୂର୍ବରୁ ୨୦୦୩ରେ ସିତାରଗଞ୍ଜସ୍ଥିତ ଜିଆଇସିରୁ ଯୁକ୍ତ ଦୁଇ ପାସ୍ କରିଥିବା ଡ. ଗୁରଜିତ୍ ଗୋବିନ୍ଦ ବଲ୍ଲଭ ପନ୍ତ୍ ଏଗ୍ରିକଲଚରାଲ୍ ୟୁନିଭର୍ସିଟିରୁ ଏଗ୍ରିକଲଚରାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଆଇଆଇଟି ଖଡ଼ଗପୁରରୁ ଏମ.ଟେକ୍ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ବରସ୍ଥିତ ଆଇଆଇଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଜେପିଏଲ୍ ପୋଷ୍ଟଡକ୍ଟରାଲ୍ ସ୍କଲାର୍ ତାଲିକାରେ ସାମିଲ୍ ସ୍ନାତକୋତ୍ତର ଛାତ୍ରଙ୍କ ମଧ୍ୟରୁ ଗୁରୁଜିତ୍‌ ମନୋନୀତ ହୋଇଛନ୍ତି।

ଜେରା ବେଳେ ମାନିଲା ତୌସିଫ୍: ପ୍ରେମକୁ ସ୍ବୀକାର ନ

ବଲ୍ଲବଗଡ଼: ହରିୟାଣାର ଫରିଦାବାଦ ଜିଲ୍ଲା ଅନ୍ତର୍ଗତ ବଲ୍ଲବଗଡ଼ଠାରେ ଗତ ସୋମବାର ସର୍ବସମ୍ମୁଖରେ ନିକିତା ତୋମାର୍ ନାମକ ଜନୈକା ୧୯ ବର୍ଷୀୟା କଲେଜ ଛାତ୍ରୀଙ୍କୁ ତୌସିଫ୍ ସାଥୀ ରେହାନ୍ ସହ ମିଶି ଗୁଳି ଚଳାଇ ହତ୍ୟା କରିଥିଲା। ଏହି ଘଟଣାର ତଦନ୍ତ ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଗଠିତ ତିନିଜଣିଆ ଏସଆଇଟି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ସେମାନଙ୍କୁ ମେୱାତରୁ ଗିରଫ କରାଯିବା ପରେ ପଚରାଉଚରା ବେଳେ ନିକିତାଙ୍କୁ ହତ୍ୟା କରାଯିବା ପଛରେ ଏକତରଫା ପ୍ରେମ ମୁଖ୍ୟ କାରଣ ବୋଲି ତୌସିଫ୍ ସ୍ବୀକାର କରିଛି। ନିକିତାଙ୍କୁ ବିବାହ କରିବା ସକାଶେ ତୌସିଫ୍ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରି ନ ଥିଲେ। ବରଂ ତାଙ୍କର ଅନ୍ୟ ଜଣକ ସହ ବିବାହ ଠିକ୍ ହୋଇଥିବା ତୌସିଫ୍ ଜାଣିବାକୁ ପାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୋମବାର ସେ ନିକିତାଙ୍କୁ ଏ ସମ୍ପର୍କରେ ପଚାରିଥିଲା। ନିକିତା ଅନ୍ୟ ଜଣକୁ ବିବାହ କରିବାକୁ କହିବାରୁ ତୌସିଫ୍ ଏଥିରେ କ୍ରୋଧାନ୍ବିତ ହୋଇ ଗୁଳି ଚଳାଇଥିବା ଜେରା ବେଳେ ସ୍ବୀକାର କରିଛି। ତୌସିଫ୍ ଇସଲାମ୍ ଧର୍ମର ଯୁବକ ହୋଇଥିବାରୁ ଧର୍ମ ପରିବର୍ତ୍ତନ ପାଇଁ ନିକିତା ରାଜି ହୋଇ ନ ଥିଲେ। ତେଣୁ ନିକିତାକୁ ବୁଦ୍ଧି ଶିଖାଇବା ସକାଶେ ସେ ଗୁଳି କରିଥିବା କହିଛି। ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଫରିଦାବାଦ ଜିଲ୍ଲା କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ପୋଲିସ୍ ଦୁଇ ଦିନି ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

ଭାରତ-ଅଷ୍ଟ୍ରେଲିଆ ସିରିଜ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ: ନଭେମ୍ବର

ସିଡ୍‌ନୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଏକ ପୂର୍ଣ୍ଣକାଳୀନ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ଏଥିସକାଶେ ସୋମବାର ବିସିସିଆଇ ପକ୍ଷରୁ ତିନିଟିଯାକ ଦଳ ଘୋଷଣା କରାଯାଇଛି। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପୂର୍ବରୁ ଏକ ଅନ୍ତରୀଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲେ ହେଁ ତାହା ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଥିଲା। ତେବେ ବୁଧବାର ସିଏ ପକ୍ଷରୁ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍‌ର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ, ଆସନ୍ତା ନଭେମ୍ବର ୨୭ ତାରିଖରୁ ଦିନିକିଆ ସହ ଏହି ଲମ୍ବା ସିରିଜ୍ ଆରମ୍ଭ ହେବ। ସିରିଜ୍‌ରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ଖେଳିବା ସହ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଭାରତର ଏହି ଗସ୍ତ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଆସନ୍ତା ୨୦୨୧ ଜାନୁଆରୀ ୧୯ ତାରିଖରେ ଶେଷ ହେବ ବୋଲି ସିଏ ପକ୍ଷରୁ ସୂଚନା ଦିଆଯାଇଛି। ଟିମ୍ ଇଣ୍ଡିଆ ଆସନ୍ତା ନଭେମ୍ବର ୧୨ରେ ସିଡନୀରେ ପହଞ୍ଚିବ। ସେଠାରେ ଭାରତୀୟ ଦଳର ସଦସ୍ୟ ଓ ସପୋର୍ଟ ଷ୍ଟାଫ୍ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବେ। ପାଖାପାଖି ୨ ମାସର ଏହି ଲମ୍ବା ଗସ୍ତରେ ଭାରତ ନଭେମ୍ବର ୨୭ରେ ପ୍ରଥମ ଓ ୨୯ରେ ଦ୍ବିତୀୟ ଦିନିକିଆ ଖେଳିବ। ଉଭୟ ମ୍ୟାଚ୍ ସିଡନୀଠାରେ ଖେଳାଯିବ।
ଅର୍ଥନୀତିରେ ନୋବେଲ୍ ପାଇଁ
୨୦୨୦ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବା ସକାଶେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଦୁଇ ଅର୍ଥନୀତିଜ୍ଞ ପଲ୍ ଆର ମିଲଗ୍ରୋମ୍ ଓ ରବର୍ଟ ବି ୱିଲସନ୍ ମନୋନୀତ ହୋଇଛନ୍ତି। ଏହି ଦୁଇ ବିଶିଷ୍ଟ ଅର୍ଥନୀତିକ ଅକ୍ସନ୍ ଥିଓରୀର ବିକାଶ ଓ ନୂଆ ଅକ୍ସନ୍ ଫର୍ମାଟର ଉଦ୍ଭାବନ କରିଥିବାରୁ ସେମାନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୦ ସ୍ବେରିଜେସ୍ ରିକ୍ସବ୍ୟାଙ୍କ୍ ପୁରସ୍କାର ପ୍ରଦାନ ସକାଶେ ମନୋନୀତ କରାଯାଇଛି। ଏହି ପୁରସ୍କାର ବାବଦରେ ଦୁଇ ବିଜେତାଙ୍କୁ ୧୦ ନିୟୁତ ସ୍ବେଡିଶ୍ ନୋନୋର୍ ପ୍ରଦାନ କରାଯିବ। ଏହି ଦୁଇ ଅର୍ଥନୀତିଜ୍ଞ କିପରି ଭାବେ ଅକ୍ସନ୍ ପ୍ରକ୍ରିୟା ହୋଇଥାଏ ତାହା ଉପରେ ଗବେଷଣା କରିଛନ୍ତି। ସେହିପରି ପାରମ୍ପରିକ ତରିକାରେ ବିକ୍ରି ହେବା ଦିଗରେ ସମସ୍ୟାର ସମ୍ମୁଖୀନ ହେଉଥିବା ସାମଗ୍ରୀ ଓ ସେବାର ଉପଯୁକ୍ତ ଅକ୍ସନ୍ ପାଇଁ ମଧ୍ୟ ସେମାନେ ନୂଆ ତରିକା ଉଦ୍ଭାବନ କରିଛନ୍ତି। ଏଥି ମଧ୍ୟରେ ରେଡିଓ ଫ୍ରିକ୍ବେନ୍ସିଜ୍ ଅନ୍ୟତମ। ସେମାନଙ୍କର ଏହି ଉଦ୍ଭାବନ ଦ୍ବାରା ବିଶ୍ବର ବିକ୍ରେତା, କ୍ରେତା ଓ ଟିକସଦାତାମାନେ ଲାଭବାନ ହୋଇପାରିଛନ୍ତି।
ଭାରତ ବଜାରରେ ମାରୁତି ସୁଜୁକି
ଭାରତର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ଅଲ୍ଟୋ ମଡେଲ୍ ଇତିମଧ୍ୟରେ ଭାରତୀୟ ବଜାରରେ ୨୦ ବର୍ଷ ପୂରଣ କରିଛି। ପାଖାପାଖି ଦୁଇ ଦଶନ୍ଧି ତଳେ ଏହି ମଡେଲ୍ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଇତିମଧ୍ୟରେ ୪୦ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିଛି। ୨୦୦୦ ମସିହାରେ ସର୍ବପ୍ରଥମେ ଭାରତୀୟଙ୍କ ନିକଟରେ ମାରୁତି ସୁଜୁକି ତା’ର ଅଲ୍ଟୋ ମଡେଲ୍ ପହଞ୍ଚାଇଥିଲା। ଏହି ମଡେଲ୍ ଗତ ୨୦ ବର୍ଷ ଭିତରେ ଭାରତୀୟଙ୍କ ପ୍ରମୁଖ ପସନ୍ଦ ରହିଆସିଥିବା ବେଳେ ଏହା ପ୍ରଥମ ଥର ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ପରିଲକ୍ଷିତ ହୋଇଆସିଛି। ଏହି କାରଣରୁ ଗତ ୧୬ ବର୍ଷ ଧରି ଅଲ୍ଟୋ ଭାରତର ସର୍ବାଧିକ ବିକ୍ରି ହେଉଥିବା ଚାରିଚକିଆ ଯାନର ମର୍ଯ୍ୟାଦା ପାଇଆସିଛି। ସେହିପରି ଗତ ୨୦ ବର୍ଷ ମଧ୍ୟରେ ଏହି ମଡେଲରେ ଏକାଧିକ ବାର ପରିବର୍ତ୍ତନ କରାଯିବା ସହ ଏହାର ଆଧୁନିକୀକରଣ ମଧ୍ୟ କରାଯାଇ ସାରିଛି। ଫଳସ୍ବରୂପ କ୍ରମଶଃ ଏହି ମଡେଲରେ ପାରମ୍ପରିକ ସୁବିଧା ସହ ଅତ୍ୟାଧୁନିକ ଫିଚର୍ ମଧ୍ୟ ଉପଲବ୍ଦ ହୋଇପାରିଛି।
ବିଗ୍‌ବିଙ୍କ ପିତାଙ୍କ ନାମରେ ପୋଲାଣ୍ଡର ଛକ ନାମିତ
ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜ ଫିଲ୍ମ ସହିତ ସୋସାଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ଅଛନ୍ତି। ବିଗ ବି ନିଜ ପ୍ରଶଂସକଙ୍କ ସହିତ ଏକ ଖୁସି ଖବର ଶେୟାର କରିଛନ୍ତି। ଅମିତାଭ ତାଙ୍କ ପିତା ତଥା ମହାନ କବି ଦିବଂଗତ ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡର ବ୍ରୋକଲା ସହରର ଏକ ଛକର ନାମ ରଖାଯାଇଛି। ଅମିତାଭ ନିଜ ଖୁସି ବ୍ୟକ୍ତ କରି ଇନଷ୍ଟାଗ୍ରାମରେ ଏକ ବୋର୍ଡର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପିତାଙ୍କ ନାମ ଲେଖାଯାଇଛି। ଅମିତାଭ ଫଟୋ ଶେୟାର କରି ଲେଖିଛନ୍ତି ଯେ ପୋଲାଣ୍ଡର ସିଟି କାଉନସିଲ ବ୍ରୋକଲାର ଏକ ଛକର ନାମ ମୋର ପିତାଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛି। ଦଶହରା ଅବସରରେ ଏହାଠାରୁ ବଡ଼ ଆଶୀର୍ବାଦ କ’ଣ ହୋଇପାରେ? ଏହା ଆମ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ। ବ୍ରୋକଲାରେ ଭାରତୀୟ ସମୁଦାୟ ଓ ଭାରତ ପାଇଁ ଗର୍ବର ସମୟ ବୋଲି ଅମିତାଭ ଲେଖିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଉଦ୍ଧବ-କଙ୍ଗନା କଳି: ବ୍ୟକ୍ତିଗତରୁ ରାଜ୍ୟକୁ ଗଲାଣି ଆକ୍ଷେପ ପ୍ରତି ଆକ୍ଷେପ
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଅଭିନେତ୍ରୀ କଙ୍ଗନା ରାନାୱତ ଦେଇଥିବା ବିବୃତ୍ତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଶହରା ରାଲିରେ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ବହୁଳ ପରିମାଣରେ ଗଂଜେଇ ଚାଷ କରାଯାଉଛି। ଉଦ୍ଧବ ଯଦିଓ ସିଧାସଳଖ କଙ୍ଗନାଙ୍କ ନାଁ ନେଇ ନ ଥିଲେ। କିନ୍ତୁ କହିଥିଲେ ଯେ ଯେଉଁମାନେ ମହାରାଷ୍ଟ୍ରକୁ ଗଂଜେଇ ବେପାରର ପେଣ୍ଠସ୍ଥଳୀ କହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଜାଣିନାହାନ୍ତି ଯେ ସେମାନଙ୍କ ରାଜ୍ୟ ହିଁ ଏହାର ମୁଖ୍ୟ ପେଣ୍ଠସ୍ଥଳୀ। ମୁମ୍ବାଇ ପୋଲିସକୁ ସମର୍ଥନ କରି ସେ କହିଛନ୍ତି ଯେ ଯେଉଁମାନେ ନ୍ୟାୟ ପାଇଁ ଲୁହ ଝରାଉଥିଲେ ସେମାନେ ଏବେ କେଉଁଠି। ସେ କହିଛନ୍ତି, ଗଂଜେଇ ନୁହେଁ ଆମ ଘରେ ଆମେ ତୁଳସୀ ଗଛ ଲଗାଉ।
ଟ୍ରମ୍ପଙ୍କ ‘ଗନ୍ଧ ପବନ’ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା
ପ୍ରେସିଡେନସିଆଲ ଡିବେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତରେ ଗନ୍ଧ ପବନ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା। ଏହା ଦେଶର ପ୍ରବାସୀ ଭାରତୀୟଙ୍କ ମଧ୍ୟର ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ବେଳେ ଆଉ କେତେକ ଏହାକୁ ସକାରାତ୍ମକ ଭାବେ ନେଇ ଏଥିରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରାଯିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଟ୍ରମ୍ପ ପ୍ରେସିଡେନସିଆଲ ଡିବେଟରେ କହିଥିଲେ ଯେ ‘ଚୀନ ଆଡେ ଦେଖନ୍ତୁ , ଏହା କେତେ ଦୁର୍ଗନ୍ଧମୟ, ରୁଷିଆ ଓ ଭାରତ ଉପରେ ମଧ୍ୟ ନଜର ପକାନ୍ତୁ- ଏଠାରେ ଗନ୍ଧ ପବନ ପ୍ରବାହିତ’। ଭାରତ ସହ ବନ୍ଧୁତାକୁ ଆଳ କରି ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ହେବା ନେଇ ଆଶା ରଖିଥିଲା ବେଳେ ଭାରତ ସମ୍ପର୍କରେ ତାଙ୍କର ଏପରି ମନ୍ତବ୍ୟ କେଉଁଠି ନା କେଉଁଠି ଅଡୁଆ ପରିସ୍ଥିତି ସଷ୍ଟି କରିଛି। ଆସନ୍ତା ସପ୍ତାହରେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ ଭାରତ ଗସ୍ତରେ ଆସି ସାମରିକ ଚୁକ୍ତି କରିବା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ବେଳେ ଟ୍ରମ୍ପଙ୍କ ଏପରି ମନ୍ତବ୍ୟକୁ ନେଇ ଅନେକ ସମାଲୋଚନା ପ୍ରକାଶ ପାଉଛି।
ଜେଲ୍‌ରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ: ପିଟିସନ ଦାଖଲ କଲେ ଓକିଲ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ମାଡ ହୋଇଥିବା ଓ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ଓକିଲଙ୍କ ପକ୍ଷରୁ ପାଟଣାଗଡ଼ ଏଡିଜେ କୋର୍ଟରେ ଏକ ପିଟିସନ ଦେଇଥିବା ଜଣାପଡିଛି। ତେବେ ପୁଞ୍ଜିଲାଲ ମେହେରକୁ ବଲାଙ୍ଗିର ଜେଲରେ ମାଡ ହୋଇଥିବା ସମ୍ପର୍କରେ ସୂଚନା ପାଇଥିବା ନେଇ ଓକିଲ ତିର୍ଥ ସାହୁ ପିଟିସନ ଦେଇଥିବା ନେଇ ଜଣାପଡିଛି। ଉକ୍ତ ପିଟିସନରେ ଗତ ୨୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କୁ ଜେଲରେ ଜେଲ ଅଧିକ୍ଷକ, ଜେଲର, ଜାମଦାର ଓ ଅନ୍ତେବାସୀମାନେ ପୁଞ୍ଜିଲାଲକୁ ଉଲଗ୍ନ କରି ମାଡ ମାରିଥିଲେ । ଏହା ପରେ ପୁଣି ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଜେଲ ଅଧିକ୍ଷକ, ଜେଲର ଓ ଅନ୍ତେବାସୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ପୁଞ୍ଜିଲାଲ ମେହେରଙ୍କ ମୁହଁରେ ପରିଶ୍ରା କରିବା ସହିତ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ପିଟିସନରେ ଉଲ୍ଲେଖ କରିଥିବା ଜଣାପଡିଛି ।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ