ଡିଆରଡିଓ ପ୍ରସ୍ତୁତ ଔଷଧ ୨-ଡିଜି’ର ଜରୁରୀ ଉପଯୋଗ

ନୂଆଦିଲ୍ଲୀ: ଦେଶରେ ଏବେ ଟିକାକରଣ ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ କୋରୋନାଜନିତ ସ୍ଥିତିର ସମୀକ୍ଷା ବେଳେ ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଧିକ ସକ୍ରିୟ ହେବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଦେଶରେ କୋଭାକ୍ସିନ୍ ଓ କୋଭିଶିଲ୍ଡ ଟିକାର ଉପଯୋଗ ହେଉଥିବା ବେଳେ ଶନିବାର କୋଭିଡ୍ ସଂକ୍ରମିତଙ୍କୁ ସୁସ୍ଥ କରିବା ସହ କୌଣସି ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସକାଶେ ଆଉ ଏକ ଔଷଧର ଜରୁରୀକାଳୀନ ଉପଯୋଗ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛନ୍ତି। ଏହି ଔଷଧଟି ଡ. ରେଡ୍ଡିଜ୍ ଲ୍ୟାବ୍ ସହଯୋଗରେ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର୍ ମେଡିସିନ୍ ଏଣ୍ଡ୍ ଆଲାଏଡ୍ ସାଇନ୍ସେସ୍ (ଇନମାସ୍) ପ୍ରସ୍ତୁତ ହୋଇଛି। ଏହି ଔଷଧର କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ଏହା ହସ୍ପିଟାଲରେ ଚିକିତ୍ସାଧୀନ ଥିବା କୋଭିଡ୍ ସଂକ୍ରମିତଙ୍କୁ ଅପେକ୍ଷାକୃତ କମ୍ ସମୟରେ ସୁସ୍ଥ କରିପାରିବା ସହ ଅକ୍ସିଜେନ୍ ଉପରେ ଭରସା କରୁଥିବା ରୋଗୀମାନଙ୍କର ଏହି ଆବଶ୍ୟକତାକୁ ମଧ୍ୟ ହ୍ରାସ କରିପାରିବାର ଶକ୍ତି ରହିଥିବା ଜଣାପଡ଼ିଥିଲା। ଏହି ଔଷଧର ନାମ ୨-ଡିଓକ୍ସି-ଡି-ଗ୍ଲୁକୋଜ୍ (୨-ଡିଜି) ରହିଥିବା ବେଳେ ପୂର୍ବରୁ ଏହି ଔଷଧ ଦ୍ବାରା ଚିକିତ୍ସିତ ହୋଇଥିବା ସଂକ୍ରମିତମାନଙ୍କ ଆରଟି-ପିସିଆର୍ ଯଥେଷ୍ଟ ସଅଳ ନେଗେଟିଭରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଦେଶରେ ବର୍ତ୍ତମାନ କୋରୋନା ମହାମାରୀ ଯେପରି ଭାବେ ମାରାତ୍ମକ ରୂପ ନେଇଛି, ସେଥିରେ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ୨-ଡିଜି ଔଷଧ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ରବିବାର ଭୂପୃଷ୍ଠରେ ମାଡ଼ ହେବ ଚୀନର ଅନିୟନ୍ତ୍ରିତ

ୱାଶିଂଟନ୍: ଭୂପୃଷ୍ଠରେ ରବିବାର ମାଡ଼ ହୋଇପାରେ ଚୀନର ରକେଟ୍। ମହାକାଶରେ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିବା ଲଙ୍ଗ୍ ମାର୍ଚ୍ଚ ୫ବି ନାମକ ଚୀନର ଏକ ରକେଟ୍ ରବିବାର ସକାଳେ ଭୂପୃଷ୍ଠରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ଏକ ମହାକାଶ ଗବେଷଣା ସଂସ୍ଥା ଏରୋସ୍ପେସ କର୍ପୋରେସନ କହିଛି। ଏହାର ପୂର୍ବାନୁମାନ ଅନୁଯାୟୀ ଏହି ରକେଟ୍ ରବିବାର ସକାଳ ୩ଟା ୨୨ ଜିଏମଟି (ଭାରତୀୟ ସମୟ ସକାଳ ୯ଟା ) ବେଳେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ବୀପ ନିକଟରେ ପୃଥିବୀ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହି ସମୟ ୪ ଘଣ୍ଟା ପର୍ୟ଼୍ୟନ୍ତ ଆଗକୁ କିମ୍ବା ପଛକୁ ହୋଇପାରେ। ଆହୁରି ମଧ୍ୟ ଏହି ରିପୋର୍ଟରେ କୁହାଯ଼ାଇଛି ଯ଼େ ଏହା ଶେଷ ମୂହୂର୍ତ୍ତରେ ଗତିପଥ ବଦଳାଇ ପୃଥିବୀର ଅନ୍ୟ ସ୍ଥାନରେ ମଧ୍ୟ ମାଡ଼ ହୋଇପାରେ।
ପେଟ୍ରୋଲ୍ ଲିଟର ପିଛା ଶହେ ଟପିଲା, କ୍ରମାଗତ ଚତୁର୍ଥ ଦିନରେ ଦର ବୃଦ୍ଧି
ଶୁକ୍ରବାର କ୍ରମାଗତ ଭାବେ ୪ ଦିନ ଧରି ଦେଶର ତୈଳ ବିତରଣକାରୀ କମ୍ପାନୀମାନେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇବା ଫଳରେ ପେଟ୍ରୋଲ୍ ଲିଟର ପିଛା ଶହେ ଟଙ୍କାକୁ ଟପିଯାଇଛି। ଫଳସ୍ବରୂପ ଗତ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧୫ ମଧ୍ୟରେ ତୈଳ ଦର ଯେତିକି ହ୍ରାସ ପାଇଥିଲା, ଶୁକ୍ରବାରର ବୃଦ୍ଧି ପରେ ଯାନବାହନ ଚାଳକଙ୍କ ପକେଟ୍ ଉପରେ ବେଶ୍ ବୋଝ ପଡ଼ିବା ନିଶ୍ଚିତ ହୋଇଛି। ଶୁକ୍ରବାର ପେଟ୍ରୋଲ୍ ଦର ଲିଟର ପିଛା ୨୮ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦର ୩୧ ପଇସା ବଢ଼ିଛି। ଏଥିସହ ଗତ ୪ ଦିନ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ପାଖାପାଖି ଏକ ଟଙ୍କା ବୃଦ୍ଧି ଘଟିସାରିଛି। ଫଳସ୍ବରୂପ ଦେଶର କେତେକ ସ୍ଥାନରେ ପେଟ୍ରୋଲ୍ ଦର ଶହେ ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ଗାଡ଼ି ଚାଳକମାନଙ୍କୁ ଏକ ଲିଟର ପେଟ୍ରୋଲ୍ ପାଇଁ ୧୦୨ ଟଙ୍କା ୧୫ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ମଧ୍ୟ ପ୍ରଦେଶର ଅନୁପ୍ପୁରଠାରେ ଏହି ଦର ୧୦୧ ଟଙ୍କା ୮୬ ପଇସାରେ ପହଞ୍ଚିଥିବା ଜଣାପଡ଼ିଛି। ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଗୁରୁବାର ୯୦ ଟଙ୍କା ୯୯ ପଇସା ଥିବା ବେଳେ ଏବେ ତାହା ୯୧ ଟଙ୍କା ୨୭ ପଇସାରେ ପହଞ୍ଚିଛି। ଏହାଛଡ଼ା ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ୍ ଦର ଲିଟର ପିଛା ୯୭ ଟଙ୍କା ୬୧ ପଇସାରେ ପହଞ୍ଚିଥିବା ବେଳେ ଅନ୍ୟାନ୍ୟ ମେଟ୍ରୋ ସହର କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର ପିଛା ଯଥାକ୍ରମେ ୯୧ ଟଙ୍କା ୪୧ ପଇସା ଓ ଚେନ୍ନାଇରେ ୯୩ ଟଙ୍କା ୧୫ ପଇସାରେ ପହଞ୍ଚିଛି।
ଜି୭ ସମ୍ମିଳନୀ: ଦୁଇ ଭାରତୀୟ
ବ୍ରିଟେନରେ ଅନୁଷ୍ଠିତ ହେଉଥିବା ଜି୭ ସମ୍ମିଳନୀରେ ଯୋଗ ଦେବା ସକାଶେ ଯାଇଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ଦୁଇ ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ନେତ୍‌ତ୍ବରେ ଗସ୍ତ କରିଥିବା ବେଳେ ଦୁଇ କୋଭିଡ୍ ସଂକ୍ରମିତ ପ୍ରତିନିଧି ସେଲ୍ଫ-ଆଇସୋଲେସନରେ ଅଛନ୍ତି। ଏହି କାରଣରୁ ଜୟଶଙ୍କରଙ୍କୁ ଉକ୍ତ ବୈଠକରେ ଭର୍ଚୁଆଲ୍ ମୋଡରେ ଯୋଗ ଦେବାକୁ ପଡ଼ିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି। ଉକ୍ତ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ ଉକ୍ତ ଦୁଇ ଅଧିକାରୀ କୋଭିଡ୍ ପଜିଟିଭ୍ ବୋଲି ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଜାଣିବାକୁ ମିଳିଲା। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ଓ ଅନ୍ୟାନ୍ୟ ପ୍ରତିନିଧିଙ୍କ ସ୍ବାସ୍ଥ୍ୟଜନିତ ନିରାପତ୍ତାକୁ ଗୁରୁତ୍ବ ଦେଇ ବୈଠକରେ ଜୟଶଙ୍କର ଭର୍ଚୁଆଲ୍ ମୋଡ଼ରେ ଯୋଗଦେଇଥିବା ଟ୍ବିଟରରେ ଉଲ୍ଲେଖ କରାଯାଇଛି। ତେବେ ଦୁଇ ଜଣ ପ୍ରତିନିଧିଙ୍କ ନମୁନା ପଜିଟିଭ୍ ବାହାରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି।
ଚତୁର୍ଥ କେକେଆର୍ ଖେଳାଳି ଭାବେ
ଗତ ମଙ୍ଗଳବାର ଦାମୀ ଲିଗ୍ ଆଇପିଏଲର ଚତୁର୍ଦ୍ଦଶ ସଂକ୍ରମଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସିସିଆଇ ସ୍ଥଗିତ ରଖିଛି। ଏକାଧିକ ଫ୍ରାଞ୍ଚାଇଜିର ୪ ଜଣ ଖେଳାଳି କୋଭିଡ୍ ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ଏହି ଟୁର୍ଣ୍ଣାମେଣ୍ଟ୍ କୋରୋନା ହଟସ୍ପଟ୍ ପାଲଟିଯିବା ଭୟରେ ବିସିସିଆଇ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବା ସହ ସମସ୍ତ ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ଦେଶରେ ସୁରକ୍ଷିତ ଭାବେ ପହଞ୍ଚାଇବ ବୋଲି କହିଥିଲା। ତେବେ ଏହି ଲୋକପ୍ରିୟ ଟି-୨୦ ଲିଗ ସ୍ଥଗିତ ହେବାର ୫ ଦିନ ପରେ କୋଲକାତା ନାଇଟ୍ ରାଇଡର୍ସର ଚତୁର୍ଥ ଖେଳାଳି ଭାବେ ପେସର୍ ପ୍ରସିଦ୍ଧ କ୍ରିଷ୍ଣା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଏହି ଦଳର ସ୍ପିନର୍ ବରୁନ୍ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିୟର୍ ଓ ଟିମ୍ ସିଫର୍ଟଙ୍କ କୋଭିଡ୍ ନମୁନା ପଜିଟିଭ୍ ଆସିଥିଲା। ବର୍ତ୍ତମାନ ପ୍ରସିଦ୍ଧଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ ଭାରତର ଆଗାମୀ ଇଂଲଣ୍ଡ ଗସ୍ତରେ ସାମିଲ୍ ହେବା ନେଇ ସନ୍ଦେହ ଉପୁଜିଛି। ଗତ ଶୁକ୍ରବାର ବିସିସିଆଇ ଭାରତର ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଘୋଷଣା କରିଥିଲା। ଉକ୍ତ ଦଳ ଇଂଲଣ୍ଡରେଆସନ୍ତା ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ୍ ସହ ପ୍ରଥମ ବିଶ୍ବ ଟେଷ୍ଟ୍ ଚାମ୍ପିଅନଶିପ୍ ଫାଇନାଲ୍ ମ୍ୟାଚ୍ ଖେଳିବା ସହ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦଳରେ ୨୦ ଜଣ ଖେଳାଳିଙ୍କ ବ୍ୟତୀତ ୪ ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ମଧ୍ୟ ସାମିଲ୍ ରହିଛନ୍ତି।
କୋରୋନାରେ ଆଖି ବୁଜିଲେ
୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ରବୀନ୍ଦ୍ର ପାଲ ସିଂହ କୋରୋନା ସଂକ୍ରମଣରେ ଶନିବାର ପ୍ରାଣ ହରାଇଛନ୍ତି। ୬୨ ବର୍ଷୀୟ ରବୀନ୍ଦ୍ର ପାଲ ସିଂହ କୋରୋନାରେ ଆକ୍ରାନ୍ତ ହେବା ପରେ ଲକ୍ଷ୍ନୌର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଣ୍ଟର ହାଫରେ ଜଣେ ଦକ୍ଷ ଖେଳାଳି ଭାବେ ତାଙ୍କର ପରିଚୟ ଥିଲା। ରବୀନ୍ଦ୍ର ୧୯୮୦ ଓ ୧୯୮୩ରେ କରାଚୀରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି, ୧୯୮୨ରେ ମୁମ୍ବାଇରେ ଅନୁଷ୍ଠିତ ବିଶ୍ବକପ୍, ୧୯୮୨ରେ କରାଚୀରେ ଅନୁଷ୍ଠିତ ଏସିଆ କପ୍ ଓ ୧୯୮୪ ଏଲ ଏଞ୍ଜଲସ ଅଲିମ୍ପିକ ଦଳରେ ବି ପ୍ରମୁଖ ସଦସ୍ୟ ଭାବେ ସ୍ଥାନ ପାଇଥିଲେ। ହକି ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରାଯିବା ସହ ପରିବାର ଲୋକଙ୍କୁ ଅସମୟରେ ଧୈର୍ଯ୍ୟ ଧରିବା ପାଇଁ ଅନୁରୋଧ କରାଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଅକ୍ସିଜେନ ପାଇଁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦେଶ: ହସ୍ତକ୍ଷେପ ପାଇଁ ମନା କଲେ ସୁପ୍ରିମକୋର୍ଟ
କର୍ଣ୍ଣାଟକ ହାଇକୋର୍ଟ ଦୈନିକ ରାଜ୍ୟକୁ ୧୨୦୦ ମେଟ୍ରିକ ଟନ ଅକ୍ସିଜେନ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି କେନ୍ଦ୍ର ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି। କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତା କେନ୍ଦ୍ର ସରକାରଙ୍କ ପକ୍ଷ ରଖି କହିଥିଲେ ଯେ ସାରା ଦେଶ ପାଇଁ ଗୋଟିଏ ନିୟମ କାର୍ଯ୍ୟ କରୁଛି। ଯଦି ସବୁ ରାଜ୍ୟର ହାଇକୋର୍ଟ ସେମାନଙ୍କ ରାଜ୍ୟ ପାଇଁ ଅଲଗା ଅଲଗା ନିର୍ଦେଶ ଦେବେ, ତାହେଲେ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି କୋର୍ଟଙ୍କୁ ଜଣାଇଥିଲେ।
ଫାଇଜରର ସର୍ତ୍ତକୁ ନେଇ ଟିକା ଅନୁମତି ଦେବାରେ ଭାରତ ସରକାରଙ୍କ ଦ୍ୱନ୍ଦ୍ୱ
ଭାରତରେ ଟିକାର ଅଭାବ ଦେଖାଦେଇଥିବାବେଳେ, ଆମେରିକାର ଫାଇଜର କମ୍ପାନୀ ଓ ବାୟୋଏନଟେକ୍ ଦ୍ବାରା ପ୍ରସ୍ତୁତ ଟିକାକୁ ଜରୁରୀକାଳୀନ ଅନୁମତି ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ନିଜ ଟିକାର ତ୍ବରିତ ଅନୁମତି ପାଇଁ ଫାଇଜର କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଛି। ତେବେ ଫାଇଜର କମ୍ପାନୀ ଏକ ସର୍ତ୍ତ ରଖିଥିବାରୁ ଏ ଦିଗରେ ପ୍ରତିବନ୍ଧକ ଦେଖାଦେଇଛି। ଭାରତରେ ଟିକା ବ୍ୟବହାର ପାଇଁ ଫାଇଜର ଭାରତ ସରକାରଙ୍କ ସହ ଏକ କ୍ଷତିପୂରଣ ସୁରକ୍ଷା ଚୁକ୍ତି କରିବାକୁ ଚାହୁଁଛି। ଏହା ଅନୁଯ଼ାୟୀ ଭାରତରେ ଏହି ଟିକା ବ୍ୟବହାର ବେଳେ ଯ଼ଦି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ କିମ୍ବା ସେବନକାରୀଙ୍କ ମୃତ୍ୟୁ ହୁଏ, ସେଥିପାଇଁ କମ୍ପାନୀ ବିରୋଧରେ କ୍ଷତିପୂରଣ ମାମଲା ରୁଜ୍ଜୁ କରାଯ଼ାଇପାରିବ ନାହିଁ। ଫାଇଜର ଟିକା ବ୍ୟବହାର କରୁଥିବା କେତେକ ଦେଶ କମ୍ପାନୀସହ ଏହି ଚୁକ୍ତି କରିଛନ୍ତି। କିନ୍ତୁ କମ୍ପାନୀର ଏହି ସର୍ତ୍ତକୁ ନେଇ ଭାରତ ସରକାର କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁନାହାନ୍ତି। ଫଳରେ ଫାଇଜର ଟିକାକୁ ଭାରତରେ ଅନୁମତି ଦେବା ନିଷ୍ପତ୍ତି ଅଟକି ରହିଛି।
ଦୁର୍ଦ୍ଦିନରେ ବି ଦୁର୍ନୀତି: ଦିଲ୍ଲୀରୁ ଜବତ ହେଲା ଶହେରୁ ଊର୍ଦ୍ଧ୍ବ ଅକ୍ସିଜେନ୍ କନସଣ୍ଟ୍ରେଟର
ଦେଶରେ କୋଭିଡ୍ ଭୂତାଣୁ ତା’ର ଦ୍ବିତୀୟ ଲହରୀରେ ବ୍ୟାପକ ରୂପ ଧାରଣ କରିଛି। ଦୈନିକ ରେକର୍ଡ ଅନୁପାତରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ତାଳ ଦେଇ ବଢ଼ିଚାଲିଛି। ଫଳସ୍ବରୂପ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଜବରଦସ୍ତ ପ୍ରଭାବ ପଡ଼ିଛି। ଦେଶର ଏକାଧିକ ହସ୍ପିଟାଲରେ ବେଡ୍ ନ ଥିବା ବେଳେ ଅକ୍ସିଜେନର ଘୋର ଅଭାବ କାରଣରୁ ଶହ ଶହ ଲୋକ ଅକ୍ସିଜେନ୍ ନ ପାଇ ପ୍ରାଣ ହରାଇଚାଲିଛନ୍ତି। ଏପରି ସ୍ଥିତିରେ ଦିଲ୍ଲୀରେ ଅକ୍ସିଜେନର ବେଆଇନ କାରବାର ଚାଲୁ ରହିଛି। ଅର୍ଥାତ୍ ଦୁର୍ଦ୍ଦିନରେ ଲାଭଖୋର ମନୋବୃତ୍ତି ସମ୍ପନ୍ନ ବ୍ୟବସାୟୀମାନେ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଆଗରେ କୌଣସି କୋଭିଡ୍ ସଂକ୍ରମିତ ରୋଗୀର ଜୀବନ ବଡ଼ ନୁହେଁ, ବରଂ ଜୀବନ ଆଗରେ ଟଙ୍କା କେଇଟା ବେଶ୍ ପ୍ରାଥମିକତା ରଖେ ବୋଲି ପ୍ରମାଣିତ ହୋଇଛି। ଗୁରୁବାର ରାଜଧାନୀ ଦିଲ୍ଲୀର ଲୋଦୀ କଲୋନୀରୁ ପୋଲିସ୍ ଏକ ରେସ୍ତୋରାଁରୁ ବ୍ୟାପକ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର୍ ଜବତ କରିଥିଲା। ଶୁକ୍ରବାର ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ଖାନ୍ ମାର୍କେଟର ଜଣାଶୁଣା ଖାନ୍ ଚାଚା ଦୋକାନା ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ସେଠାରେ ଶହେରୁ ଊର୍ଦ୍ଧ୍ବ ଅକ୍ସିଜେନ୍ କନସଣ୍ଟ୍ରେଟର୍ ଜବତ କରାଯାଇଛି। ଶୁକ୍ରବାର ସକାଳେ ଟାଉନ୍ ହଲ୍ ରେସ୍ତୋରାଁ ଓ ବାର ଉପରେ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ୯ଟି ଅକ୍ସିଜେନ୍ କନସଣ୍ଟ୍ରେଟର୍ ଜବତ କରାଯାଇଥିଲା।
କୋଭିଡରେ କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ମୃତ୍ୟୁ!
କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଓରଫ୍ ରାଜେନ୍ଦ୍ର ନିକାଲଜେର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କୋଭିଡ୍ ସଂକ୍ରମଣ କାରଣରୁ ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଶୁକ୍ରବାର ରାଜନ୍ ମଧ୍ୟ ଏହି ଭୂତାଣୁର ଶିକାର ହୋଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଗତ ୨୪ ତାରିଖରେ ରାଜନ୍‌କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। କୋଭିଡ୍ ସଂକ୍ରମଣ କାରଣରୁ କ୍ରମଶଃ ତା’ର ସ୍ଥିତି ବିଗିଡ଼ିବାରେ ଲାଗିଥିଲା। ଶେଷରେ ଶୁକ୍ରବପାର ଅପରାହ୍ନରେ ତା’ର ମୃତ୍ୟୁ ହୋଇଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଅବଶ୍ୟ ଏନେଇ ତିହାର ଜେଲ୍ ଡିଜିପିଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ। କିନ୍ତୁ ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସତ୍ୟ ବୋଲି ଏମ୍ସ କର୍ତ୍ତ୍‌ପକ୍ଷ କହିଛନ୍ତି। ସେହିପରି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ତା’ର ରିପୋର୍ଟରେ ରାଜନ୍ ଏବେ ବି ଜୀବିତ ଅଛି ଓ ଏମ୍ସ କର୍ତ୍ତ୍‌ପକ୍ଷ ମଧ୍ୟ ଏହାକୁ ସ୍ବୀକାର କରିଥିବା ଦାବି କରିଛି। ୬୧ ବର୍ଷୀୟ ରାଜନ୍ ଦିଲ୍ଲୀ ସବୁଠାରୁ ଅଧିକ ସୁରକ୍ଷା ବଳୟ ଭିତରେ ଥିବା ତିହାର ଜେଲରେ ତା’ର କାଟିଆସୁଥିଲା। ଏପରିକି ସୁରକ୍ଷା କାରଣରୁ ରାଜନକୁ ଉକ୍ତ ଜେଲର ଅନ୍ୟ କୌଣସି ଅନ୍ତେବାସୀଙ୍କ ସହ ଭେଟ ମଧ୍ୟ କରିବାର ସୁଯୋଗ ମିଳୁ ନ ଥିଲା। ଉକ୍ତ ଜେଲର କେତେକ ଅଧିକାରୀ କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସି ରାଜନ୍ ମଧ୍ୟ କୋଭିଡ୍ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।
ୱାର୍କ ଫ୍ରମ ହୋମ ଚାପ ଦୂର ପାଇଁ କୋରୋନା ପରେ ଚାଲନ୍ତୁ ଏସବୁ ହିଲଷ୍ଟେସନ
କୋରୋନାର ଦ୍ବିତୀୟ ଲହରୀ ଏବେ ସାରା ଦେଶକୁ ଅସ୍ତବ୍ୟସ୍ତ କରି ରଖିଥିବାବେଳେ ଅଫିସ କାମ ଘରୁ କରିବାକୁ ବା ୱାର୍କ ଫ୍ରମ ହୋମ ଉପରେ ଗୁରୁତ୍ବ ଦିଆଯାଉଛି। ଖରାଦିନେ ଅଧିକାଂଶ ଲୋକ ଭ୍ରମଣ ଯୋଜନା କରିଥାନ୍ତି। କିନ୍ତୁ କୋଭିଡ-୧୯ ମାମଲା ବଢ଼ୁଥିବା କାରଣରୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଆଗାମୀ ଦିନରେ କୋରୋନା ସଙ୍କଟ ହଟିବା ପରେ ଓ ସ୍ଥିତିରେ ସୁଧାର ଆସିବା ପରେ ବୁଲାବୁଲି ଯୋଜନା କରିପାରିବେ। ଏହି ସମୟରେ ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ। କୋରୋନା କାଳ ଶେଷ ହେବା ପରେ ଆପଣ ୱାର୍କ ଫ୍ରମ ହୋମ ଚାପ ଦୂର ପାଇଁ ହିଲ ଷ୍ଟେସନ ଭ୍ରମଣ କରିବାର ଯୋଜନା କରିପାରିବେ। ଚାଲନ୍ତୁ ଜାଣିବା କୋରୋନା ପରେ କେଉଁ ହିଲଷ୍ଟେସନରେ ଭ୍ରମଣକୁ ମଜାଦାର କରିପାରିବେ।
ଗରମଦିନେ ବୁଲିଯାଆନ୍ତୁ ନିମରାନା
ଯଦି ଆପଣ ଭ୍ରମଣପ୍ରିୟ ଏବଂ ୱିକ୍‌ଏଣ୍ଡରେ କେଉଁଆଡ଼େ ବୁଲିଯିବାକୁ ଚାହୁଛନ୍ତି ତେବେ ରାଜସ୍ଥାନର ଅଲୱର ଜିଲାସ୍ଥିତ ପ୍ରାଚୀନ ତଥା ଐତିହାସିକ ସହର ନିମରାନା ଏକ ଉପଯୁକ୍ତ ବିକଳ୍ପ। ଏଠାରେ ନିମରାନା ଦୁର୍ଗକୁ ଏକ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଏବେ ବି ଏହା ଭିତରେ ବହୁତ ସୁନ୍ଦର ସୁନ୍ଦର ଫଟୋ ରହିଛି। ଏହାକୁ ଦେଖିବା ପରେ ଆପଣ ଅନୁମାନ କରିପାରିବେ ଯେ ଏକ ସୁନ୍ଦର ଦୁର୍ଗକୁ କିଭଳି ଭାବେ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଗରମରେ ଝରକା ଦେଇ ବହି ଆସୁଥିବା ଥଣ୍ଡା ପବନ, ବର୍ଷାରେ ରୋମାଣ୍ଟିକ୍‌ ଜଳବାୟୁ କିମ୍ବା ଶୀତଦିନର କଅଁଳିଆ ଖରାରେ ନିଜକୁ ଏଠାରେ ଭୁଲିଯିବେ। ପ୍ରତ୍ୟେକ ଋତୁରେ ନିମରାନା ଆପଣଙ୍କୁ ଏଠାକୁ ଆସିବା ପାଇଁ ନିମନ୍ତ୍ରଣ କରୁଛି।

ଫଟୋ ଗ୍ୟାଲେରୀ

ବାହାଘର ପୂର୍ବରୁ ଲିଭଇନ ରିଲେସନଶିପରେ ରହିବାକୁ ମସବାଙ୍କୁ କହିଥିଲେ ନୀନା
କୁଆଁରୀ ମା’, ବାହା ନ ହୋଇ ମା’ ହେବା କିମ୍ବା ଲିଭଇନ ରିଲେସନଶିପ ଭଳି ଶବ୍ଦ ଆମ ସମାଜରେ ଅନୈତିକ ବୋଲି କୁହାଯାଏ। କିନ୍ତୁ ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ନିଜ ଝିଅ ମସବାଙ୍କୁ ବାହାଘର ପୂର୍ବରୁ ଲିଭଇନ ରିଲେସନଶିପରେ ରହିବା ବହୁତ ଭଲ ବୋଲି ବୁଝାଇଥିଲେ। ସମାଜ ଯେତେ ବଦଳିଯାଇଥିଲେ ମଧ୍ୟ ପୁରୁଷ ବିନା ମହିଳାଙ୍କ ଜୀବନର କୌଣସି ଆଧାର ନାହିଁ ବୋଲି କୁହାଯାଏ। ଗୋଟିଏପଟେ ଛାଡ଼ପତ୍ର ହୋଇଥିବା ମହିଳାଙ୍କ ଚରିତ୍ରକୁ ଖରାପ ନଜରରେ ଦେଖାଯାଇଥାଏ। ଅନ୍ୟପଟେ କୁଆଁରୀ ମା’ କିମ୍ବା ଲିଭଇନ ରିଲେସନଶିପ ଭଳି ଶବ୍ଦ ସହିତ ସମ୍ପର୍କ ରଖିଥିବା ମହିଳାମାନେ ସମାଜ ପାଇଁ କଳଙ୍କ ବୋଲି ଲୋକଙ୍କ ମନରେ ଏବେ ବି ଧାରଣା ରହିଛି। ଆଜିର ମହିଳା ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। କିନ୍ତୁ ମହିଳାମାନେ ଖୁସି ଚୟନ କରିବା କଥା ଆସିଲେ ସମସ୍ତେ ଏହାକୁ ଅଣଦେଖା କରିଥାନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ