ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ପ୍ରାଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ଘର ତିଆରି ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଧାର୍ଯ୍ୟ ଲକ୍ଷ୍ୟର ୧୫.୫୬ ପ୍ରତିଶତ ପୂରଣ ହୋଇଥିବା ବେଳେ ଉତ୍ତର ପ୍ରଦେଶ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ପିଏମ୍‍ଏୱାଇ ଗ୍ରାମୀଣ ଯୋଜନାରେ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ଘର ମଞ୍ଜୁର କରିଥିଲେ। ତଦନୁଯାୟୀ ଓଡ଼ିଶାକୁ ୫ ଲକ୍ଷ ୬୫ ହଜାର ଘର ତିଆରି ପାଇଁ ଦିଆଯାଇଥିବା ବେଳେ ସମ୍ପୂର୍ଣ୍ଣ ହୋଇଛି ୮୭ ହଜାର ୯୦୦ ଘର। ଅର୍ଥାତ୍‍ ଧାର୍ଯ୍ୟ ଲକ୍ଷ୍ୟର ୧୫.୫୬ ପ୍ରତିଶତ ପୂରଣ ହୋଇପାରିଛି। ତେବେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ଥିବା ଉତ୍ତର ପ୍ରଦେଶ ସରକାର ଧାର୍ଯ୍ୟ ଲକ୍ଷ୍ୟର ୩୯.୧୫ ପ୍ରତିଶତ ପୂରଣ କରିଛନ୍ତି। ରାଜ୍ୟକୁ ୧ ଲକ୍ଷ ୭୮ ହଜାର ୯୦୦ ଘର ତିଆରି ପାଇଁ ଲକ୍ଷ୍ୟ ଦିଆଯାଇଥିବାବେଳେ ସେହି ରାଜ୍ୟ ୭୦ ହଜାର ୪୪ ଘର ସମ୍ପୂର୍ଣ୍ଣ ହୋଇଛି।

ଝାଡ଼ଖଣ୍ଡରେ ସିଏଏ ସପକ୍ଷ ରାଲିରେ ହିଂସାକାଣ୍ଡ: କର୍ଫ୍ୟୁ

ରାଞ୍ଚି: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ପରେ ଏହା ସପକ୍ଷରେ ସଚେତନତା ସୃଷ୍ଟି ପାଇଁ ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟରେ ରାଲିମାନ ଆୟୋଜନ କରାଯାଉଛି। ତେବେ ଗୁରୁବାର ଝାଡ଼ଖଣ୍ଡର ଲୋହାରଡାଗାଠାରେ ଏପରି ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ହିଂସାକାଣ୍ଡ ସୃଷ୍ଟି ହୋଇଥିବା ବେଳେ ଏହାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ୍‌ ଓ କଲେଜ ବନ୍ଦ ଘୋଷଣା କରାଯାଇଥିବା ବେଳେ କୌଣସି ସ୍ଥାନରେ ୪ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି। ବର୍ତ୍ତମାନ ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଦୁଇ ଦିନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି।

ପ୍ରଥମ ଟି-୨୦ରେ ଭାରତ ବିଜୟୀ: ଶ୍ରେୟସ୍‌ଙ୍କୁ ଶ୍ରେୟ, ରାହୁଲ୍‌ଙ୍କ ଉପଯୋଗୀ ଅର୍ଦ୍ଧଶତକ

ଅକ୍‌ଲାଣ୍ଡ୍‌: ଶୁକ୍ରବାରଠାରୁ ଭାରତ ତା’ର ନ୍ୟୁଜିଲାଣ୍ଡ୍‌ ଗସ୍ତ ଆରମ୍ଭ କରିଥିବା ବେଳେ ଦଳ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଦଳ ୬ ୱିକେଟ୍‌ରେ ଜିତିନେଇଥିବା ବେଳେ ଏହି ବିଜୟର ଶ୍ରେୟ ପାଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର୍‌। ମାତ୍ର ୨୯ ବଲ୍‌ରେ ଅପରାଜିତ ୫୮ ରନ୍‌ କରିବା ସହ ଆୟର୍‌ ଗୋଟିଏ ଓଭର୍‌ ବାକି ଥିବା ବେଳେ ଭାରତର ସ୍କୋର୍‌କୁ ୨୦୪ରେ ପହଞ୍ଚାଇଥିଲେ। ତାଙ୍କ ବ୍ୟତୀତ ଓପନର ଲୋକେଶ ରାହୁଲ୍‌ ଦ୍ରୁତ ୫୪ ଓ ଅଧିନାୟକ ବିରାଟ କୋହଲି ୪୫ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ୫ଟି ଚୌକା ଓ ୩ଟି ଛକା ସହ ୫୮ ରନ୍‌ କରି ଅପରାଜିତ ରହିଥିବା ଆୟର୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଛି। ଏଥିସହ ଭାରତ ୧-୦ରେ ଅଗ୍ରଣୀ ରହିଥିବା ବେଳେ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ ଏଠାରେ ହିଁ ଖେଳାଯିବ।
ଇରାନ୍‌ ସହ ଯୁଦ୍ଧ ନ କରିବାକୁ ଟ୍ରମ୍ପ୍‌ଙ୍କୁ ପରାମର୍ଶ ଦେଇଛି: ଇମ୍ରାନ୍‌
ଚଳିତ ମାସ ପ୍ରାରମ୍ଭରେ ଆମେରିକା ସେନା ବାଗଦାଦ୍‌ରେ ଇରାନ୍‌ର ସେନାଧ୍ୟକ୍ଷ ମେଜର୍‌ ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବତ୍‌ ପରିସ୍ଥିତି ଦେଖାଦେଇଥିଲା। ଇରାନ୍‌ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବା ସକାଶେ ବାଗଦାଦ୍‌ରେ ଦୁଇଟି ଆମେରିକୀୟ ସେନା ଶିବିର ଉପରେ ବୋମାମାଡ଼ ମଧ୍ୟ କରିଥିଲା। ତେବେ ଇରାନ୍‌ ସହ ଆମେରିକା କୌଣସି ପ୍ରକାର ଯୁଦ୍ଧରେ ଲିପ୍ତ ରହିଲେ, ଏହାର ଫଳାଫଳ ଭୟାବହ ହେବାର ଆଶଙ୍କା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ କହିଥିଲେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ଏଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍‌ଲ୍ୟୁଇଏଫ୍‌) ସମ୍ମିଳନୀରେ ଯୋଗଦେବା ଅବସରରେ ଇମ୍ରାନ୍‌ ଏହା କହିଛନ୍ତି।
ଲୋକପ୍ରିୟତାରେ ଏବେ ବି ମୋଦି ନମ୍ବର ୱାନ୍‌
ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ପକ୍ଷରୁ ବର୍ଷକୁ ଦୁଇ ଥର ହେଉଥିବା ମୁଡ୍‌ ଅଫ୍‌ ଦ ନେସନ୍‌ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପୁଣି ଥରେ ତାଙ୍କ ଲୋକପ୍ରିୟତା ବଜାୟ ରଖି ନମ୍ବର ୱାନ ସ୍ଥାନରେ ରହିଛନ୍ତି। ମୁଡ୍‌ ଅଫ୍‌ ଦ ନେସନ-୨୦୨୦ ସର୍ଭେ ଅନୁସାରେ ମୋଦିଙ୍କ ଲୋକପ୍ରିୟତା କମିଛି। ଏସବୁ ସତ୍ତ୍ବେ ଦେଶକୁ ନେତୃତ୍ବ ଦେବା ପାଇଁ ସେ ଏବେ ବି ନମ୍ବର ୱାନ ବୋଲି ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତାଙ୍କର କୌଣସି ପ୍ରତିଦ୍ବନ୍ଦ୍ବୀ ତାଙ୍କ ଆଖପାଖରେ ନାହାନ୍ତି। ୬୮ ପ୍ରତିଶତ ଲୋକେ ମୋଦିଙ୍କୁ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ବୋଲି ମତ ଦେଇଛନ୍ତି। ମାତ୍ର ୨୦୧୯ ଅଗଷ୍ଟ ତୁଳନାରେ ତାଙ୍କ ଲୋକପ୍ରିୟତା ୩ ପ୍ରତିଶତ କମିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି।
ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ
ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ଆସନ୍ତା ୬ ମାସ ମଧ୍ୟରେ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଆନ୍ତର୍ଜାତିକ ଓ ଘରୋଇ ଗନ୍ତବ୍ୟ ସ୍ଥଳ ରହିଛି। ଏଥିପାଇଁ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଜଣାଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏୟାରଲାଇନ୍ସ ଅପରେଟର ଓ ସିଇଓ, କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ନୂଆ ସ୍ଥାନକୁ ବିମାନ ଚଳାଚଳ କରିବା ପାଇଁ ସହମତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବ୍ୟବସାୟ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ।
ସ୍ମିଥ୍‌ଙ୍କ ମୁହଁରେ ବିରାଟଙ୍କ ପ୍ରଶଂସା
ବିଶ୍ବ କ୍ରିକେଟ୍‌ରେ କିଏ ଶ୍ରେଷ୍ଠ ବିରାଟ କୋହଲି ନା ଷ୍ଟିଭ୍‌ ସ୍ମିଥ୍‌, ଏହାକୁ ନେଇ ବିତର୍କ ଜାରି ରହିଥିଲା ବେଳେ ସ୍ମିଥ ଭାରତୀୟ ଅଧିନାୟକ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସ୍ମିଥ୍‌ କହିଛନ୍ତି ଯେ କୋହଲି ୩ଟି ଯାକ ଫର୍ମାଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତାଙ୍କ ଠାରେ ରନ୍‌ ସ୍କୋର କରିବା ନେଇ ଯେଉଁ ବ୍ୟାକୁଳତା ରହିଛି, ତାହାକୁ ସେ ଅନୁଭବ କରିପାରୁଛନ୍ତି। କୋହଲି ବିଶ୍ବ କ୍ରିକେଟର ଅନେକ ରେକର୍ଡ ଭାଙ୍ଗି ସାରିଛନ୍ତି, ଆଗକୁ ଆହୁରି ଅଧିକ ବିଶ୍ବ ରେକର୍ଡ କରିବେ ବୋଲି ସେ ଆଶା କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଯଦି କୋହଲିଙ୍କ ରନ ପ୍ରବାହକୁ ରୋକାଯାଇପାରିଲେ ତାହେଲେ, ସେ ସଫଳ ହୋଇପାରିବେ ବୋଲି ସ୍ମିଥ୍‌ କହିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ସ୍କାମ୍‌ଷ୍ଟର କହୁଛି ମୋତେ ମାସିକ ୨ ଲକ୍ଷ ଦିଅ, ସବୁ ଠିକ୍‌ ହୋଇଯିବ
ରେଲୱେ ଇ-ଟିକେଟ୍‌ ସ୍କାମ୍‌ର ମାଷ୍ଟରମାଇଣ୍ଡ୍‌ ହମିଦ ଅଶ୍ରଫ୍‌ ଆରପିଏଫ୍‌କୁ କହିଛି ଯେ ରେଲୱେ ଇ-ଟିକେଟ୍‌ର ସଫ୍ଟୱେର ବ୍ୟବସ୍ଥାରେ ତ୍ରୁଟି ରହିଛି। ତେଣୁ ଖାଲି ତାଙ୍କୁ ଗିରଫ କରିଦେଲେ ଏହି ଇ-ଟିକେଟ୍‌ ସ୍କାମ୍‌କୁ ଭାରତୀୟ ରେଲୱେ ବନ୍ଦ କରିପାରିବ ନାହିଁ। ତାଙ୍କ ଭଳି ଆଉ କିଏ ବି ଏହାକୁ ଫ୍ରଡ୍‌ କରି ଫାଇଦା ପାଇପାରିବେ। ପ୍ରକୃତ ତ୍ରୁଟି କେଉଁଠି ରହିଛି, ତାହାକୁ ଦୂର କରିବା ପାଇଁ ଭାରତୀୟ ରେଲୱେର ଇ-ଟିକେଟ୍‌ ସପ୍ଟୱେର ବ୍ୟବସ୍ଥାକୁ ସଜାଡ଼ିବାକୁ ପଡ଼ିବ। ଏହି ସଫ୍ଟୱେର ବ୍ୟବସ୍ଥାରେ ତ୍ରୁଟି ପାଇଁ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ହ୍ୟାକରଙ୍କୁ ଟାର୍ଗେଟ୍‌ କଲେ ଇ-ଟିକେଟ୍‌ ଫ୍ରଡ୍‌କୁ ଭାରତୀୟ ରେଲୱେ କେବେ ରୋକି ପାରିବ ନାହିଁ ବୋଲି ସ୍କାମଷ୍ଟର ଅଶ୍ରଫ୍‌ କହିଛି।

ଫଟୋ ଗ୍ୟାଲେରୀ

ହୀନାଙ୍କଠାରୁ ନିଅନ୍ତୁ ଏହି ଡ୍ରେସ୍‌
ଟିଭି ଇଣ୍ଡଷ୍ଟ୍ରୀରେ ନିଜ ପରିଚୟ ସୃଷ୍ଟି କରିବା ପରେ ହୀନା ଖାନ ଏବେ ବଲିଉଡ୍‌ରେ ପାଦ ରଖିବା ଲାଗି ପୂରା ପ୍ରସ୍ତୁତ ଅଛନ୍ତି। ନିଜ ପ୍ରଶଂସକଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ସେ ସୋସାଲ ମିଡିଆରେ ନିୟମିତ ଭାବେ ଫଟୋ ଶେୟାର କରିବାରେ ଲାଗିଥାନ୍ତି। ଏହି ସବୁ ଫଟୋରେ ସେ ବହୁତ ଅଲଗା ଡ୍ରେସ୍‌ରେ ନଜର ଆସିବା ସହିତ ନିଜ ପ୍ରଶଂସକଙ୍କୁ ଫ୍ୟାଶନ୍‌ ଗୋଲ୍ସ ଦେବାରେ ଲାଗିଥାନ୍ତି। ସେହିପରି ହୀନାଙ୍କ ଏହି ଡ୍ରେସ୍‌କୁ ବୁଝିବା କେତେକ ଲୋକଙ୍କ ପାଇଁ କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ। କାରଣ ସେ କ’ଣ ପିନ୍ଧିଛନ୍ତି, ତାହା ଅନେକ ଲୋକ ବୁଝି ପାରି ନ ଥାନ୍ତି। ଏହି ଡ୍ରେସ୍‌କୁ ଦେଖି ଆପଣ ମଧ୍ୟ କୌଣସି ପାର୍ଟି କିମ୍ବା କାର୍ଯ୍ୟକ୍ରମ ପାଇଁ ଆଇଡିଆ ନେଇ ନିଆରା ଡ୍ରେସ୍‌ ତିଆରି କରିପାରିବେ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ