ଜମୁଛି ବିଜେପୁର ପ୍ରଚାର: ମଇଦାନରେ ନବୀନ

ବରଗଡ଼: ଏବେ ପ୍ରଚାରରେ କମ୍ପୁଛି ବିଜେପୁର ମଇଦାନ। ଆଉ ଗୋଟିଏ ଦିନ ପରେ ପ୍ରଚାର ଶେଷ ହେବ। ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ଭୋଟର୍‌ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି ଦଳିୟ ନେତା, କର୍ମୀ ଓ ପ୍ରାର୍ଥୀ। ମାଳମାଳ ନେତାଙ୍କ ରାଲି ଓ ସଭାରେ କମ୍ପୁଛି ବିଜେପୁର ବିଧାନସଭା କ୍ଷେତ୍ର। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି। ସ୍ବତନ୍ତ୍ର ବସ୍‌ରେ ବିଜେପୁରର ଏବଂ ବରପାଲି ବ୍ଲକ୍‌ର ବିଭିନ୍ନ ଗାଁ ସାହିରେ ବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଶୁକ୍ରବାର ମଧ୍ୟ ଦିତୀୟ ଦିନରେ ପ୍ରଚାରକୁ ଓହ୍ଳାଇଛନ୍ତି ନବୀନ। ସେହିପରି ବିଜେପି ପକ୍ଷରୁ ଆଜି ଦ୍ବିତୀୟ ଥର ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଦ୍ବିତୀୟ ଥର ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର। ସକାଳେ ବିଜେପୁର ଏନ୍‌ଏସିଠାରେ ଧର୍ମେନ୍ଦ୍ର ପ୍ରଧାନ ରୋଡ ଶୋ’ କରିଛନ୍ତି। ଏହାପରେ ଅପରାହ୍ନ ୨ଟାରେ ବରପାଲିର ବନ୍ଧପାଲି ଏବଂ ପରେ ଗୋପେଇପାଲିରେ ସନତ ଗଡ଼ତିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ନିଜ ଦଳର ପାର୍ଥୀଙ୍କ ପାଇଁ ଜୋର୍‌ଦାର ପ୍ରଚାରରେ ମାତିଛନ୍ତି।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅଣକଶ୍ମୀରବାସୀ ଓ ଫଳ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲୱାମା ଓ ଶୋପିଆଁ ଜିଲ୍ଲା ଆପଲ ଉତ୍ପାଦନର କେନ୍ଦ୍ରସ୍ଥଳି। ଏହିଠାରୁ ଟନ୍‌ ଟନ୍‌ ଆପଲ ଦେଶ ବିଦେଶକୁ ରପ୍ତାନୀ ହୋଇଥାଏ। ପ୍ରତ୍ୟେକ ଦିନ ଶହ ଶହ ଟ୍ରକ୍‌ରେ ଆପଲ ଲୋଡ୍‌ ହୋଇ ବାହାରକୁ ପଠାଯାଇଥାଏ। ଅନ୍ୟପକ୍ଷରେ ଏହି ପୁଲୱାମା ଓ ଶୋପିଆଁ ଜିଲ୍ଲା ଆତଙ୍କବାଦଙ୍କ ଚରାଭୂଇଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏହି ଆପଲ ବ୍ୟବସାୟୀଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥାଏ। ମାତ୍ର ଆତଙ୍କବାଦୀ ପୂର୍ବରୁ କେବେ ଏହି ଆଳ ବ୍ୟବସାୟୀପଲ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁ ନଥିଲେ। ମାତ୍ର ବର୍ତ୍ତମାନ ଆତଙ୍କବାଦୀ ସେମାନଙ୍କର ଆତଙ୍କୀ କାର୍ଯ୍ୟକୁ ବ୍ୟାପକ କରିବା ଲକ୍ଷ୍ୟରେ ଆପଲ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ଭିତରେ ୩ ଜଣ ଅଣକଶ୍ମୀର ଆପଲ ବ୍ୟବସାୟୀ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।
୨୦୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ
ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନକୁ ଆସନ୍ତା ୨୦୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ‘ଗ୍ରେ ଲିଷ୍ଟ୍‌’ରେ ରଖିବା ସକାଶେ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ଦେଶକୁ ସମାନ ଲିଷ୍ଟ୍‌ରେ ରଖାଯାଇଥିବା ବେଳେ ଏଫ୍‌ଏଟିଏଫ୍‌ ଏହା ବିରୋଧରେ ଏଠାରେ ଚାଲିଥିବା ବୈଠକରେ ଅଧିକ କଡ଼ା ପଦକ୍ଷେପ ସ୍ବରୂପ ‘ଡାର୍କ ଗ୍ରେ ଲିଷ୍ଟ୍‌’ରେ ରଖିବ ବୋଲି ଆଲୋଚନା ହେଉଥିଲା। କାରଣ ଆତଙ୍କବାଦର ଦମନ ଓ ମନି ଲଣ୍ଡରିଂ ଆଦି ସମସ୍ୟାକୁ ରୋକିବା ଦିଗରେ ପାକିସ୍ତାନର ଭୂମିକା ସମ୍ପୂର୍ଣ୍ଣ ଭାବେ ନକାରାତ୍ମକ ରହିଥିବା କୁହାଯାଇଥିଲା। ଏକାଧିକ ବାର ଏଫ୍‌ଏଟିଏଫ୍‌ ପକ୍ଷରୁ ଏନେଇ ଅସନ୍ତୋଷ ପ୍ରକଟ କରାଯାଇଥିଲା। ତେବେ ଏଫ୍‌ଏଟିଏଫ୍‌ ପକ୍ଷରୁ ପାକିସ୍ତାନ ପାଇଁ ଧାର୍ଯ୍ୟ କରାଯାଇଥିବା ପଦକ୍ଷେପର ଅବଶିଷ୍ଟାଂଶକୁ କାର୍ଯ୍ୟକାରୀ କରିବା ସକାଶେ ଆଗାମୀ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିୱାଲୀ
ଆଗାମୀ ଦିୱାଲୀ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାର ଉପହାର ଘୋଷଣା କରିଛନ୍ତି। ବୁଧବାର କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଗତ ଜୁଲାଇ ମାସରୁ ଏହା ପିଛିଲା ଭାବେ ଲାଗୁ ହେବ ଓ ଏହାଦ୍ବାରା ପାଖାପାଖି ୧ କୋଟି ୧୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡ଼ିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯିବା ପରେ କର୍ମଚାରୀମାନଙ୍କୁ ଅକ୍ଟୋବର ଦରମା ବର୍ଦ୍ଧିତ ଆକାରରେ ମିଳିବାର ସମ୍ଭାବନା ରହିଛି।
ଗ୍ରାହକଙ୍କୁ ଜିଓ ଝଟ୍‌କା: ମାଗଣା
ଗତ ୨୦୧୬ରୁ ଦେଶର ମୋବାଇଲ୍‌ ବ୍ୟବହାରକାରୀଙ୍କୁ ମାଗଣା ସେବା ଯୋଗାଇ ସେମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ମାନିଆ ସୃଷ୍ଟି କରିବାର ସକ୍ଷମ ହୋଇଥିଲା ରିଲାଏନ୍ସ କମ୍ୟୁନିକେସନ୍‌ର ଜିଓ କମ୍ପାନୀ। ତେବେ ପରେ କମ୍ପାନୀ ପକ୍ଷରୁ ନିର୍ଦ୍ଦିଷ୍ଟ ସର୍ତ୍ତ ଭିତ୍ତିକ ସେବା ଯୋଗାଇ ଦିଆଯାଇଆସୁଛି। ତେବେ ବର୍ତ୍ତମାନ ଢେର୍‌ ଦିନର ମାଗଣା ସେବା ପରେ ଜିଓ ନିଜର ଗ୍ରାହକମାନଙ୍କୁ ଜବରଦସ୍ତ ଝଟ୍‌କା ଦେଇଛି। ଗୁରୁବାରଠାରୁ ଏହି କମ୍ପାନୀର ଗ୍ରାହକମାନେ ଅନ୍ୟ ନେଟ୍‌ୱର୍କକୁ ଫୋନ୍‌ କଲେ ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଚାର୍ଜ ଦେବାକୁ ପଡ଼ିବ ବୋଲି ବୁଧବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ଗ୍ରାହକଙ୍କୁ ମିନିଟ୍‌ ପିଛା ୬ ପଇସା ଲେଖାଏଁ ଗଣିବାକୁ ପଡ଼ିବ। ଅବଶ୍ୟ ପୂର୍ବ ଭଳି ଜିଓରୁ ଜିଓକୁ କଲ୍‌ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
ମନ ମୋହୁଛି ଭୂତ ଗୀତ
ବଲିଉଡ ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ହାସ୍ୟରସାତ୍ମକ ଫିଲ୍ମ ‘ହାଉସଫୁଲ ୪’ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ବିଶେଷକରି ଏହି ଫିଲ୍ମରେ ଥିବା ଅଜବ ଚରିତ୍ରଙ୍କୁ ନେଇ ହୋଇଥିବା ପୋଷ୍ଟର ଓ ଟ୍ରେଲର ସିନେପ୍ରେମୀଙ୍କ ଉତ୍କଣ୍ଠାକୁ ବଢ଼ାଇଦେଇଛି। ବୁଧବାର ଏହି ଫିଲ୍ମର ଆଉଏକ ଗୀତ ରିଲିଜ ହୋଇଥିବା ବେଳେ ଏହା ବେଶ୍‌ ହାସ୍ୟରସାତ୍ମକ ହୋଇଛି। ଏହି ଗୀତଟିର ଶୀର୍ଷକ ରହିଛି ‘ଦ ଭୂତ ସଙ୍ଗ’ ବା ଭୂତଗୀତ। ଏହାକୁ ସୋସାଲ ମିଡିଆରେ ଲୋକେ ବେଶ୍ ପସନ୍ଦ କରୁଥିବା ଜଣାପଡ଼ିଛି। ଏଥିରେ ପ୍ରତ୍ୟେକ ମଣିଷ ଭିତରେ ରହିଥିବା ଭୂତକୁ କିଭଳି ଅନୁଭବ କରାଯାଇପାରିବ, ତାହା ଦର୍ଶାଯାଇଛି। ଏହା ପୂର୍ବରୁ ମୁକ୍ତିପ୍ରାପ୍ତ ଫିଲ୍ମ ‘ଶୈତାନ କା ସାଲା’ ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଛି, ଯାହାକି ଏବେ ସୋସାଲ ମିଡିଆରେ ଟ୍ରେଣ୍ଡ କରୁଛି।
ପୁଣେ ଟେଷ୍ଟ୍‌ରେ ଟସ୍‌ ଜିତି ଭାରତର
ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ଟି ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅଧିନାୟକ ବିରାଟ କୋହଲି ବୋଲିଂ ଲାଇନ୍‌କୁ ଶକ୍ତିଶାଳୀ କରିବା ସକାଶେ ଦଳରେ ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କୁ ସ୍ଥାନ ଦେଇଛନ୍ତି। ତେଣୁ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀଙ୍କୁ ରିଜର୍ଭ ବେଞ୍ଚ୍‌ରେ ବସିବାକୁ ପଡ଼ିଛି। ସେହିପରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ସ୍ପିନର୍‌ ଡେନ୍‌ ପିଟ୍‌ଙ୍କ ସ୍ଥାନରେ ନବାଗତ ଯୁବ ଦ୍ରୁତ ବୋଲର୍‌ ଆନ୍‌ରିଚ୍‌ ନୋର୍‌ଜେଙ୍କୁ ପଦାର୍ପଣର ସୁଯୋଗ ଦେଇଛି।
ଆଜିଠାରୁ ଦ୍ବିତୀୟ ଟେଷ୍ଟ୍‌: ସିରିଜ୍‌
ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୨୦୩ ରନ୍‌ରେ ବିଜୟୀ ହୋଇଥିବା ଭାରତ ଗୁରୁବାରଠାରୁ ଏଠାରେ ଦ୍ବିତୀୟ ଟେଷ୍ଟ୍‌ ଖେଳିବ। ଏହି ମ୍ୟାଚ୍‌ରେ ବିଜୟ ଧାରା ବଜାୟ ରଖି ଭାରତ ସିରିଜ୍‌ ବିଜୟ ସହ ଟି-୨୦ ସିରିଜ୍‌ର ଫଳାଫଳ ଦୋହରାଇବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଦକ୍ଷିଣ ଆଫ୍ରିକା ଏଠାରେ ପ୍ରତ୍ୟାବର୍ତ୍ତନ ପୂର୍ବକ ତୃତୀୟ ଟେଷ୍ଟ୍‌ ପୂର୍ବରୁ ଭାରତକୁ ସିରିଜ୍‌ ନିର୍ଣ୍ଣୟର ସୁଯୋଗ ନ ଦେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳର ପଲା ସବୁ ବିଭାଗରେ ବେଶ୍‌ ଭାରୀ ରହିବା ଫଳରେ ଦକ୍ଷିଣ ଆଫ୍ରିକାକୁ ବୃହତ୍‌ ବ୍ୟବଧାନରେ ପରାଜୟ ବରଣ କରିବାକୁ ପଡ଼ିଲା। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ବିଶାଖାପାଟଣାରେ ନିଜ ଖେଳାଳିଙ୍କଠାରୁ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ ନ ପାଇ ସିରିଜ୍‌ରେ ୦-୧ରେ ପଛୁଆ ରହିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଅଯୋଧ୍ୟା ମାମଲାର ଶୁଣାଣି ଶେଷ
ବହୁଚର୍ଚ୍ଚିତ ଅଯୋଧ୍ୟା ବାବ୍ରି ମସଜିଦ୍‌-ରାମ ଜନ୍ମଭୂମି ବିବାଦ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଚାଲିଥିବା ବେଳେ ବୁଧବାର ଏହାର ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷଙ୍କ ଦଲିଲ୍‌ ଶୁଣିବା ପରେ ଖଣ୍ଡପୀଠ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି। ବୁଧବାର ଏହି ମାମଲାର ଶୁଣାଣିର ୪୦ତମ ଦିନ ଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ଆସନ୍ତା ୩ ଦିନ ଭିତରେ ଲିଖିତ ଦସ୍ତାବିଜ୍‌ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ବହୁଚର୍ଚ୍ଚିତ ମାମଲାରେ ଆସନ୍ତା ୨୩ ଦିନ ଭିତରେ ରାୟ ଆସିବ ବୋଲି ହିନ୍ଦୁ ମହାସଭା ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ବରୁନ୍‌ ସିହ୍ନା କହିଛନ୍ତି। ଏହି ମାମଲାରେ ସୁନ୍ନୀ ୱାକଫ୍‌ ବୋର୍ଡ ଓକିଲ ରାଜୀବ ଧୱନ୍‌ ବିବାଦୀୟ ଜମି ଉପରେ ମସଜିଦ୍‌ ନିର୍ମାଣ ଉପରେ ଗୁରୁତ୍ବ ଦେଇ ପୁନଃନିର୍ମାଣର ଅଧିକାର ଆମକୁ ମିଳିବା ଉଚିତ ବୋଲି ଦାବି କରିଛନ୍ତି। ସେଠାରେ ଏବେ ବି ଇଟା ରହିଛି ଓ ଉକ୍ତ ଜମି ୱାକଫ୍‌ ବୋର୍ଡର ବୋଲି ଧୱନ୍‌ ଜୋର୍‌ ଦେଇ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ୧୮୫୫ ପୂର୍ବରୁ ଉକ୍ତ ଜମିରେ ହିନ୍ଦୁମାନଙ୍କର ଅଧିକାର ଥିଲା। କିନ୍ତୁ ଗତ ଦୁଇ ଶତାବ୍ଦୀ ଧରି ସେଠାରେ ୱାକଫ୍‌ର ମାଲିକାନା ରହିଆସିଛି।
ପିଲାଙ୍କ ହାଡ଼ ଓ ମାଂସପେଶୀ ଦୁର୍ବଳ
ଏମ୍ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍କୁଲ୍‌ ବ୍ୟାଗ ବୋଝ ପିଲାଙ୍କ ମାଂସପେଶୀ ଓ ହାଡ଼କୁ ଦୁର୍ବଳ କରୁଛି। ସରକାରୀ ସ୍କୁଲ୍‌ର ୬୩ ପ୍ରତିଶତ ପିଲା ମାଂସପେଶୀ ଓ ହାଡ଼ ଯନ୍ତ୍ରଣାର ଶିକାର ବୋଲି ଏହି ଗବେଷଣାରେ ଜଣାପଡ଼ିଥିଲା। ଗବେଷଣାରେ ଏହା ପଛର ସବୁଠାରୁ ବଡ଼ କାରଣ ପିଲାଙ୍କ ଭାରୀ ସ୍କୁଲ୍‌ ବ୍ୟାଗ୍‌ ବୋଲି କୁହାଯାଇଛି। ଏହି ଗବେଷଣାର ନେତୃତ୍ବ ନେଇଥିବା ଡାକ୍ତରଙ୍କ କହିବାନୁସାରେ ଦୀର୍ଘ ସମୟ ଯାଏ ଟିଭି ଦେଖିବା କିମ୍ବା ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ବାରା ମଧ୍ୟ ପିଲାଙ୍କ ହାଡ଼ରେ ଯନ୍ତ୍ରଣା ସମସ୍ୟା ଦେଖାଯାଇପାରେ। ଏମ୍ସର ରିଉମାଟଲୋଜି ବିଭାଗର ଡାକ୍ତରମାନେ ଏପ୍ରିଲ୍‌ ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଏହି ଗବେଷଣା କରିଥିଲେ।

ଫଟୋ ଗ୍ୟାଲେରୀ

ଅନନ୍ୟା ଅନାମିକା: ବିଦେଶରେ
ଭାରତୀୟ ଓ ୱେଷ୍ଟର୍ଣ୍ଣ ପୋଷାକକୁ ନେଇ ଟ୍ରେଣ୍ଡସେଟର ଡିଜାଇନରଙ୍କ ପରୀକ୍ଷାନିରୀକ୍ଷା ଯେ କୌଣସି ଇଣ୍ଡଷ୍ଟ୍ରୀ ହେଉ ନା କାହିଁକି, ମହିଳମାନେ ନିଜକୁ କେବେ ବି ପଛୁଆ ବୋଲି ଭାବୁ ନାହାନ୍ତି। ସେମାନଙ୍କୁ ନିଜକୁ ପ୍ରମାଣିତ କରିବା ଲାଗି କେବଳ କାମ କରିବାକୁ ସୁଯୋଗ ମିଳିବା ଦରକାର। ଯେତେବେଳେ ଜଣେ ମହିଳା କୌଣସି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି, ସେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିଥାନ୍ତି। ଏମିତି ଜଣେ ମହିଳା ହେଉଛନ୍ତି ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିବା ୪୭ ବର୍ଷୀୟା ଫ୍ୟାଶନ୍‌ ଡିଜାଇନର ଅନାମିକା ଖାନ୍ନା। ଅନାମିକା କେବଳ ଭାରତରେ ନୁହେଁ, ପାକିସ୍ତାନ ସହିତ ବିଦେଶରେ ଟ୍ରେଣ୍ଡସେଟର ଫ୍ୟାଶନ୍‌ ଡିଜାଇନର ଭାବେ ଜଣାଶୁଣା। ତାଙ୍କ ଡିଜାଇନ୍‌ ରୟାଲ ଲୁକ୍‌ ହୋଇଥାଏ, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ। ଅନାମିକା ନିଜ ଡିଜାଇନ୍‌ରେ କେବଳ ଭାରତୀୟ ପୋଷାକ ନୁହେଁ, ୱେଷ୍ଟର୍ଣ୍ଣ ପୋଷାକକୁ ନେଇ ମଧ୍ୟ ପରୀକ୍ଷାନିରୀକ୍ଷା କରିଛନ୍ତି। ଫ୍ୟାଶନ୍‌ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପରେ ସେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଚାଲନ୍ତୁ ଜାଣିବା ଅନାମିକାଙ୍କ ସମ୍ପର୍କରେ କିଛି ଅଜଣା କଥା।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ