ଅକ୍ଟୋବର ୨୩ରେ କର୍‌ତାରପୁର କରିଡର୍‌ ଚୁକ୍ତି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୩ ତାରିଖରେ ଭାରତ କର୍‌ତାରପୁର କରିଡର୍‌ ଚୁକ୍ତିରେ ସ୍ବାକ୍ଷର କରିବ। ପାକିସ୍ତାନର କର୍‌ତାରପୁରସ୍ଥିତ ଦରବାର ସାହିବ୍‌ ଗୁରୁଦ୍ବାରାରେ ଭାରତୀୟ ଶିଖ୍‌ ଧର୍ମାବଲମ୍ବୀମାନେ ବିନା କୌଣସି ଭିସାରେ ପହଞ୍ଚିବା ସକାଶେ ଉଭୟ ଦେଶ ସହମତ ହୋଇଥିଲେ। ପରେ କର୍‌ତାରପୁର କରିଡର୍‌ର ନିର୍ମାଣ କାର୍ଯ୍ୟ ହୋଇଥିଲା। ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଆସନ୍ତା ନଭେମ୍ବରରେ ଏହି କରିଡର୍‌ ଧର୍ମାବଲମ୍ବୀଙ୍କ ସକାଶେ ଖୋଲିବ। ତେବେ କର୍‌ତାରପୁରସ୍ଥିତ ଗୁରୁଦ୍ବାରାକୁ ଯିବା ସକାଶେ ଭାରତୀୟ ଶିଖ୍‌ ଧର୍ମାବଲମ୍ବୀଙ୍କୁ ୨୦ ଡଲାର୍‌ ସେବା ଶୁଳ୍କ ଦେବାକୁ ପଡ଼ିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଏହାକୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ବିରୋଧ କରିଥିଲେ ହେଁ ଏହି ଚୁକ୍ତିରେ ସ୍ବାକ୍ଷର କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅବଶ୍ୟ ଏହି ଶୁଳ୍କ ହଟାଇଦେବା ସକାଶେ ପୁଣି ଥରେ ପାକିସ୍ତାନ ସରକାରଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
କରତାରପୁର ତୀର୍ଥ ପାଇଁ
କରତାରପୁର ଗୁରୁଦ୍ବାର ଦରବାର ସାହିବକୁ ତୀର୍ଥ କରିବା ପାଇଁ ରବିବାରଠାରୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ କରିବା ସକାଶେ ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ବି ତାହା ଆରମ୍ଭ ହେବାରେ ବିଳମ୍ବ ଦେଖାଦେଇଛି। ଏନେଇ ଶନିବାର ସୁଦ୍ଧା ଭାରତ ଓ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ କେତେକ ବୁଝାମଣା ହେବାକୁ ମଧ୍ୟ ସ୍ଥିର ହୋଇଥିଲେ ବି ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ବିଶେଷକରି ପାକିସ୍ତାନ ଅନ୍ତର୍ଗତ କରତାରପୁର ଦରବାର ସାହିବ ତୀର୍ଥ କରିବା ପାଇଁ ଯିବାକୁ ଚାହୁଁଥିବା ତୀର୍ଥଯାତ୍ରୀ ପିଛା ୨୦ ଡଲାର ରେଜିଷ୍ଟ୍ରେସନ୍‌ ଫି’ ଆକାରରେ ଦାବି କରିବା ଓ ପ୍ରବେଶ, ପ୍ରସ୍ଥାନ ନେଇ ସମୟସୀମା ଧାର୍ଯ୍ୟ କରିବା ପାଇଁ ଦାବି ରଖିବା ଯୋଗୁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ।
ନଭେମ୍ବର ୧୮ରୁ ସଂସଦର
ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ। ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାର ସଚିବମାନଙ୍କୁ ଏନେଇ ଅବଗତ କରାଯାଇଛି। ଗତ ଅକ୍ଟୋବର ୧୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ କମିଟି ଅନ୍‌ ପାର୍ଲାମେଣ୍ଟାରି ଆଫେୟାର୍ସ (ସିସିପିଏ) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ତା’ଛଡ଼ା ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କୁ କିପରି ମୁକାବିଲା କରାଯାଇପାରିବ, ସେଥିପାଇଁ ରଣକୌଶଳ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା।
କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିୱାଲୀ
ଆଗାମୀ ଦିୱାଲୀ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାର ଉପହାର ଘୋଷଣା କରିଛନ୍ତି। ବୁଧବାର କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଗତ ଜୁଲାଇ ମାସରୁ ଏହା ପିଛିଲା ଭାବେ ଲାଗୁ ହେବ ଓ ଏହାଦ୍ବାରା ପାଖାପାଖି ୧ କୋଟି ୧୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡ଼ିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯିବା ପରେ କର୍ମଚାରୀମାନଙ୍କୁ ଅକ୍ଟୋବର ଦରମା ବର୍ଦ୍ଧିତ ଆକାରରେ ମିଳିବାର ସମ୍ଭାବନା ରହିଛି।
ଗ୍ରାହକଙ୍କୁ ଜିଓ ଝଟ୍‌କା: ମାଗଣା
ଗତ ୨୦୧୬ରୁ ଦେଶର ମୋବାଇଲ୍‌ ବ୍ୟବହାରକାରୀଙ୍କୁ ମାଗଣା ସେବା ଯୋଗାଇ ସେମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ମାନିଆ ସୃଷ୍ଟି କରିବାର ସକ୍ଷମ ହୋଇଥିଲା ରିଲାଏନ୍ସ କମ୍ୟୁନିକେସନ୍‌ର ଜିଓ କମ୍ପାନୀ। ତେବେ ପରେ କମ୍ପାନୀ ପକ୍ଷରୁ ନିର୍ଦ୍ଦିଷ୍ଟ ସର୍ତ୍ତ ଭିତ୍ତିକ ସେବା ଯୋଗାଇ ଦିଆଯାଇଆସୁଛି। ତେବେ ବର୍ତ୍ତମାନ ଢେର୍‌ ଦିନର ମାଗଣା ସେବା ପରେ ଜିଓ ନିଜର ଗ୍ରାହକମାନଙ୍କୁ ଜବରଦସ୍ତ ଝଟ୍‌କା ଦେଇଛି। ଗୁରୁବାରଠାରୁ ଏହି କମ୍ପାନୀର ଗ୍ରାହକମାନେ ଅନ୍ୟ ନେଟ୍‌ୱର୍କକୁ ଫୋନ୍‌ କଲେ ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଚାର୍ଜ ଦେବାକୁ ପଡ଼ିବ ବୋଲି ବୁଧବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ଗ୍ରାହକଙ୍କୁ ମିନିଟ୍‌ ପିଛା ୬ ପଇସା ଲେଖାଏଁ ଗଣିବାକୁ ପଡ଼ିବ। ଅବଶ୍ୟ ପୂର୍ବ ଭଳି ଜିଓରୁ ଜିଓକୁ କଲ୍‌ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
ପୁଣି ଆମୀର-ସୈଫ୍‌ ଏକାଠି
ବଲିଉଡ୍‌ ଅଭିନେତା ଆମୀର ଖାନଙ୍କୁ ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ହେଲାଣି ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି। ଏବେ ସୂଚନା ମିଳିଛି ଆମୀର ଓ ସୈଫ୍‌ ଖୁବ୍‌ଶୀଘ୍ର ଆର୍‌ ମାଧବନ ଓ ଭିଜୟ ସେତୁପଥୀଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଦା’ର ହିନ୍ଦି ରିମେକ୍‌ରେ ନଜର ଆସିବାକୁ ଯାଉଛନ୍ତି। ୨୦୧୭ରେ ରିଲିଜ୍‌ ହୋଇଥିବା ଏହା ଏକ ସଫଳ ତାମିଲ ଫିଲ୍ମ ଅଟେ। ରିପୋର୍ଟ ମୁତାବକ ଆମୀର ଏହି ଫିଲ୍ମରେ ବିଜୟ ସେତୁପଥିଙ୍କ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଚରିତ୍ରରେ ଅଭିନୟ କରିବାକୁ ଯାଉଥିବାବେଳେ ସୈଫ୍‌ ଆର୍‌. ମାଧବନଙ୍କ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମକୁ ମଧ୍ୟ ମୂଳ ଫିଲ୍ମର ନିର୍ଦେଶକ ଦମ୍ପତି ପୁଷ୍କର ଓ ଗାୟତ୍ରୀଙ୍କ ଦ୍ବାରା ନିର୍ଦେଶନା ଦିଆଯିବ। ମାର୍ଚ୍ଚ ୨୦୨୦ରେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।
ପୁଣେ ଟେଷ୍ଟ୍‌ରେ ଟସ୍‌ ଜିତି ଭାରତର
ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ଟି ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଥିବା ବେଳେ ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅଧିନାୟକ ବିରାଟ କୋହଲି ବୋଲିଂ ଲାଇନ୍‌କୁ ଶକ୍ତିଶାଳୀ କରିବା ସକାଶେ ଦଳରେ ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କୁ ସ୍ଥାନ ଦେଇଛନ୍ତି। ତେଣୁ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀଙ୍କୁ ରିଜର୍ଭ ବେଞ୍ଚ୍‌ରେ ବସିବାକୁ ପଡ଼ିଛି। ସେହିପରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ସ୍ପିନର୍‌ ଡେନ୍‌ ପିଟ୍‌ଙ୍କ ସ୍ଥାନରେ ନବାଗତ ଯୁବ ଦ୍ରୁତ ବୋଲର୍‌ ଆନ୍‌ରିଚ୍‌ ନୋର୍‌ଜେଙ୍କୁ ପଦାର୍ପଣର ସୁଯୋଗ ଦେଇଛି।
ଆଜିଠାରୁ ଦ୍ବିତୀୟ ଟେଷ୍ଟ୍‌: ସିରିଜ୍‌
ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୨୦୩ ରନ୍‌ରେ ବିଜୟୀ ହୋଇଥିବା ଭାରତ ଗୁରୁବାରଠାରୁ ଏଠାରେ ଦ୍ବିତୀୟ ଟେଷ୍ଟ୍‌ ଖେଳିବ। ଏହି ମ୍ୟାଚ୍‌ରେ ବିଜୟ ଧାରା ବଜାୟ ରଖି ଭାରତ ସିରିଜ୍‌ ବିଜୟ ସହ ଟି-୨୦ ସିରିଜ୍‌ର ଫଳାଫଳ ଦୋହରାଇବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଦକ୍ଷିଣ ଆଫ୍ରିକା ଏଠାରେ ପ୍ରତ୍ୟାବର୍ତ୍ତନ ପୂର୍ବକ ତୃତୀୟ ଟେଷ୍ଟ୍‌ ପୂର୍ବରୁ ଭାରତକୁ ସିରିଜ୍‌ ନିର୍ଣ୍ଣୟର ସୁଯୋଗ ନ ଦେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳର ପଲା ସବୁ ବିଭାଗରେ ବେଶ୍‌ ଭାରୀ ରହିବା ଫଳରେ ଦକ୍ଷିଣ ଆଫ୍ରିକାକୁ ବୃହତ୍‌ ବ୍ୟବଧାନରେ ପରାଜୟ ବରଣ କରିବାକୁ ପଡ଼ିଲା। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ବିଶାଖାପାଟଣାରେ ନିଜ ଖେଳାଳିଙ୍କଠାରୁ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ ନ ପାଇ ସିରିଜ୍‌ରେ ୦-୧ରେ ପଛୁଆ ରହିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
କମଲେଶ ହତ୍ୟାକାରୀଙ୍କ ପାଇଁ
ଲକ୍ଷ୍ନୌ: ଗତ ଶୁକ୍ରବାର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ହିନ୍ଦୁ ସମାଜ ପାର୍ଟିର ପ୍ରତିଷ୍ଠାତା ସଭାପତି କମଲେଶ ତିୱାରୀଙ୍କୁ କେତେକ ଦୁର୍ବୃତ୍ତ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଗଳାକାଟି ହତ୍ୟା କରିଥିଲେ। ଏହି ମାମଲାରେ ୟୁପି ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲେ ହେଁ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଶେଖ୍ ଅଶଫାକ୍‌ ହୁସୈନ୍‌ ଓ ପଠାନ୍‌ ମୋଇନୁଦ୍ଦିନ୍‌ ଅହମଦ ଏବେ ବି ଫେରାର୍‌ ଅଛନ୍ତି। ଏମାନଙ୍କୁ ଧରାଇଦେବା ସକାଶେ ସୋମବାର ୟୁପି ପୋଲିସ୍‌ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ଏହି ଦୁଇ ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୨.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। ଏହି ଦୁଇ ଅପରାଧୀଙ୍କୁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜୁଥିବା ବେଳେ ନିକଟରେ ସେମାନଙ୍କୁ ଲକ୍ଷ୍ନୌ ନିକଟବର୍ତ୍ତୀ ଶାହଜହାନ୍‌ପୁରଠାରେ ଦେଖାଯାଇଥିଲା। ତେଣୁ ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ପକ୍ଷରୁ ବିଭିନ୍ନ ହୋଟେଲ୍‌ ଓ ମଦ୍ରସାରେ ଚଢ଼ାଉ କରାଯାଇଥିଲା।
ପିଲାଙ୍କ ହାଡ଼ ଓ ମାଂସପେଶୀ ଦୁର୍ବଳ
ଏମ୍ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍କୁଲ୍‌ ବ୍ୟାଗ ବୋଝ ପିଲାଙ୍କ ମାଂସପେଶୀ ଓ ହାଡ଼କୁ ଦୁର୍ବଳ କରୁଛି। ସରକାରୀ ସ୍କୁଲ୍‌ର ୬୩ ପ୍ରତିଶତ ପିଲା ମାଂସପେଶୀ ଓ ହାଡ଼ ଯନ୍ତ୍ରଣାର ଶିକାର ବୋଲି ଏହି ଗବେଷଣାରେ ଜଣାପଡ଼ିଥିଲା। ଗବେଷଣାରେ ଏହା ପଛର ସବୁଠାରୁ ବଡ଼ କାରଣ ପିଲାଙ୍କ ଭାରୀ ସ୍କୁଲ୍‌ ବ୍ୟାଗ୍‌ ବୋଲି କୁହାଯାଇଛି। ଏହି ଗବେଷଣାର ନେତୃତ୍ବ ନେଇଥିବା ଡାକ୍ତରଙ୍କ କହିବାନୁସାରେ ଦୀର୍ଘ ସମୟ ଯାଏ ଟିଭି ଦେଖିବା କିମ୍ବା ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ବାରା ମଧ୍ୟ ପିଲାଙ୍କ ହାଡ଼ରେ ଯନ୍ତ୍ରଣା ସମସ୍ୟା ଦେଖାଯାଇପାରେ। ଏମ୍ସର ରିଉମାଟଲୋଜି ବିଭାଗର ଡାକ୍ତରମାନେ ଏପ୍ରିଲ୍‌ ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଏହି ଗବେଷଣା କରିଥିଲେ।

ଫଟୋ ଗ୍ୟାଲେରୀ

ସାହସୀ ଶିରିନ: ମୁସ୍କିଲ୍‌ ପରିସ୍ଥିତିରେ
ପରିବାର ଓ ସମାଜ କେତେକ ବି ରକ୍ଷଣଶୀଳ ହେଉ ନା କାହିଁକି, ଜଣେ ମହିଳାଙ୍କଠାରେ ସାହସ ଥିଲେ, ସେ ନିଜ ସାହସ ବଳରେ କେବଳ ନିଜର ନୁହେଁ, ପରିବାର ଲୋକଙ୍କ ଜୀବନ ମଧ୍ୟ ବଦଳାଇପାରିବେ। ଆଗକୁ ଯିବାବେଳେ ମୁସ୍କିଲ୍‌ ସବୁବେଳେ ଆମ ରାସ୍ତା ରୋକିଥାଏ। କିନ୍ତୁ ଏହା ଆମ ଉପରେ ନିର୍ଭର କରେ ଯେ ଏହି ମୁସ୍କିଲ୍‌କୁ କିପରି ସାମ୍ନା କରିବେ। ଏପରି ଏକ କାହାଣୀ ହେଉଛି ମୁସ୍‌ଲମାନ ମହିଳା ଶିରିନଙ୍କର, ଯିଏ ପେସାରେ ଜଣେ ଅଟୋ ଡ୍ରାଇଭର। ଶିରିନଙ୍କ ଜନ୍ମ ଏକ ଗରିବ ରକ୍ଷଣଶୀଳ ମୁସଲମାନ ପରିବାରରେ ହୋଇଥିଲା। ଏହାପରେ ବି ସେ କେବଳ ନିଜ ପାଦରେ ଠିଆ ହୋଇଥିଲେ। ରକ୍ଷଣଶୀଳ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଏପରି ଏକ ପେସାକୁ ସେ ଚୟନ କରିଥିଲେ, ଯାହା ଝିଅଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଏ। ଏବେ ଶିରିନ ମୁମ୍ବାଇରେ ଅଟୋ ଡ୍ରାଇଭର ଭାବେ ଜୀବନ ବିତାଇବା ସହ ନିଜ ୩ ପିଲାଙ୍କୁ ପାଳୁଛନ୍ତି।
କାର୍ଯ୍ୟସ୍ଥଳୀରେ ଯୌନ ଉତ୍ପୀଡ଼ନର
ଦେଶରେ ପ୍ରତ୍ୟେକ ୧୦ଜଣ ମହିଳାଙ୍କୁ ନିଜ କାର୍ଯ୍ୟସ୍ଥଳୀରେ କେବେ ନା କେବେ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିଥାଏ। ଅଧିକାଂଶ ମହିଳାଙ୍କୁ କାର୍ଯ୍ୟସ୍ଥଳୀରେ ହେଉଥିବା ଯୌନଉତ୍ପୀଡ଼ନ ସମ୍ପର୍କରେ ଅଭିଯୋଗ ଦାଏର କରିବା ପାଇଁ କୌଣସି ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ମଧ୍ୟ ନ ଥିଲା। ଗବେଷଣାରୁ ଜଣାପଡ଼ିଛି ଯେ ଘରୋଇ ଓ ଅସଂଗଠିତ କ୍ଷେତ୍ରରେ ମହିଳାଙ୍କ ବେତନକୁ ନେଇ ଭେଦଭାବର ସାମ୍ନା କରିବାକୁ ପଡ଼ୁଛି। ରାଷ୍ଟ୍ରୀୟ ମହିଳା ଆୟୋଗ ଓ ଭିଜନ ଫିମେଲ ଷ୍ଟଡିଜ୍‌ ଏନ୍‌ଲାଇଟ୍‌ମେଣ୍ଟ ସେଣ୍ଟର ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗତ ଦୁଇ ବର୍ଷରେ ଦେଶରେ ୬୪ ପ୍ରତିଶତ ଜିଲାରେ ୭୪ ହଜାର ୯୫ ମହିଳାଙ୍କ ସହିତ ଆଲୋଚନା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ