ଦୂରଦର୍ଶନକୁ ସ୍ନାନଯାତ୍ରାର ସିଧା ପ୍ରସାରଣ ଅନୁମତି

ପୁରୀ: ଦିନକ ପରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା। ୧୦୮ ସୁବାସିତ ଜଳରେ ସ୍ନାନ କରିବେ ତିନିଠାକୁର। ତେବେ ଠାକୁରଙ୍କ ଏହି ଦିବ୍ୟ ସ୍ନାନକୁ ସ୍ବଚକ୍ଷୁରେ ଦେଖିବାରେ ବଞ୍ଚିତ ହେବେ ଭକ୍ତ। କାରଣ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଛିଡ଼ା ହୋଇଛି ମହାମାରୀ କୋରୋନ ଭୂତାଣୁ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଘରେ ଟିଭି ସମ୍ମୁଖରେ ବସିବାକୁ ହେବ। ତେବେ ବଡ଼ଦାଣ୍ଡରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଚ୍ୟାନେଲ୍‌କୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ କରିବା ଉପରେ ରୋକ୍‌ ଲଗାଯାଇଛି। କେବଳ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ବିଭାଗ ଏଥିପାଇଁ ଦୂରଦର୍ଶନକୁ ଅନୁମତି ପ୍ରଦାନ କରିଛି। ଏଥି ସହିତ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ସ୍ନାନଯାତ୍ରା ପାଇଁ ସିଗନାଲ୍‌ ପ୍ରେରଣ କରିବ। ଏଥିପାଇଁ ୧୦ଟି ଘରୋଇ ଚ୍ୟାନେଲ୍‌କୁ ବଛାଯାଇଛି। ଏହି ସିଗନାଲ୍‌ GSAT-17 HD1080I DVB S2 MPEG4 ଜରିଆରେ ଦେବ। ଆସନ୍ତାକାଲି ଦୂରଦର୍ଶନ ଏହାର ପରୀକ୍ଷା କରିବ। ଫଳରେ ଭକ୍ତମାନେ ଘରେ ବସି ସୁରୁଖୁରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଦେଖି ପାରିବେ ବୋଲି ଆଶା କରାଯାଉଛି।

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ଭର୍ଚୁଆଲ ସମିଟ୍

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁତ୍ବତ୍ପୂର୍ଣ୍ଣ ପ୍ରସଙ୍ଗରେ ଗୁରୁବାର ଦ୍ବିପାକ୍ଷିକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାମ୍ପ୍ରତିକ ସ୍ଥିତି ଓ ବିଶେଷକରି କୋରୋନା ମୁକାବିଲା ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ଭାରତ ଗସ୍ତ ନେଇ ବହୁ ପୂର୍ବରୁ ତାରିଖ ସ୍ଥିର ହୋଇଥିଲା। ମାତ୍ର କୋରୋନା ପାଇଁ ଏହା ବାତିଲ ହେବା ପରେ ଗୁରୁବାର ମୋରିସନ ଓ ମୋଦିଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଯାଉଛି। ଗତ ଏପ୍ରିଲ ୬ ତାରିଖରେ ଦୁଇ ନେତାଙ୍କ ମଧ୍ୟରେ କୋରୋନା ମୁକାବିଲା ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ମୋରିସନ ତାଙ୍କ ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ କଥା ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
କୋହଲିଙ୍କଠୁ ସଚିନ ଶ୍ରେଷ୍ଠ: ଗୌତମ ଗମ୍ଭୀର
କ୍ରିକେଟରେ କିଏ ଶ୍ରେଷ୍ଠ, ତାହାର ତୁଳନାତ୍ମକ ବିଶ୍ଲେଷଣ ଏତେ ସହଜ କଥା ନୁହେଁ। କିଏ ଶ୍ରେଷ୍ଠ ଚୟନ କରିବା ଏକ କଷ୍ଟକର ଓ ବିବାଦୀୟ ପ୍ରସଙ୍ଗ। ତଥାପି ଏହାରି ଭିତରେ କେହି କେହି ଏପରି ତୁଳନାତ୍ମକ ମନ୍ତବ୍ୟ ଦେବା ନଜରକୁ ଆସିଥାଏ। ଠିକ ଏହିପରି ଭାବେ କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗାମ୍ଭୀର ଏକ ତୁଳନାତ୍ମକ ବିଶ୍ଲେଷଣ ଜରିଆରେ ସଚିନ ତେନ୍ଦୁଲକରଙ୍କୁ ବିରାଟ କୋହଲିଙ୍କ ଠାରୁ ଆଗରେ ରଖିଛନ୍ତି। ତାଙ୍କ କହିବା କଥା ହେଲା ସଚିନ ଯେଉଁପରି ଦୀର୍ଘ ବର୍ଷ ଧରି କ୍ରିକେଟ ପଡ଼ିଆରେ ତିଷ୍ଠି ରହିଲେ ଓ ତାଙ୍କ ସମୟର କ୍ରିକେଟ ନିୟମରେ ସଫଳତା ପାଇଲେ ତାହା ବର୍ତ୍ତମାନର ସ୍ଥିତି ଠାରୁ ନିଆରା। ତେଣୁ ତାଙ୍କ ବିଚାରରେ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମାନ କୋହଲିଙ୍କ ଠାରୁ ସଚିନ ଆଗରେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଦୁଇ ପାକ୍ ହାଇକମିଶନ୍ ଅଧିକାରୀଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ
ଏଠାକାର ପାକିସ୍ତାନ ହାଇକମିଶନରେ କାର୍ଯ୍ୟ କରୁଥିବା ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ଆସିଛି। ରବିବାର ଏହି ଦୁଇ ଅଧିକାରୀଙ୍କୁ ଭାରତୀୟ କର୍ତ୍ତ୍‌ପକ୍ଷ ଗୁପ୍ତଚର କାର୍ଯ୍ୟ କରୁଥିବା ପ୍ରମାଣ ସହ ଧରିବା ପରେ ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ି ଚାଲିବାକୁ ନିର୍ଦେଶ ଦିଆଯାଇଛି। ଗତ ୨୦୧୬ରେ ମଧ୍ୟ ଏଠାକାର ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର କର୍ମଚାରୀ ସମାନ ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ଧରାପଡ଼ିଥିଲେ। ରବିବାର ଧରାପଡ଼ିଥିବା ଦୁଇ ଅଧିକାରୀଙ୍କ ନାମ ଆବିଦ୍ ହୁସେନ୍ ଓ ତାହିର୍ ହୁସେନ୍ ଏବଂ ସେମାନେ ହାଇ କମିଶନର ଭିସା ସେକ୍ସନରେ କାର୍ଯ୍ୟ କରୁଛନ୍ତି। ଏପରିକି ଏହି ଦୁଇ ଅଧିକାରୀ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଏହାର ଦୁରୂପଯୋଗ କରିଥିବା ମଧ୍ୟ ପ୍ରମାଣିତ ହୋଇଥିବା ଜଣାପଡ଼ିଛି। ଗତ ୨୦୧୬ରେ ଜଣେ ପାକିସ୍ତାନ ହାଇ କମିଶନ୍ ଅଧିକାରୀ ମେହମୁଦ ଅଖତର କେତେକ ଆପତ୍ତିଜନକ କାଗଜପତ୍ର ସହ ଧରାପଡ଼ିବା ପରେ ତାଙ୍କୁ ଭାରତ ଛାଡ଼ିବାକୁ ମଧ୍ୟ ନିର୍ଦେଶ ଦିଆଯାଇଥିଲା।
କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ
ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ୍‌ସୁଗାର। ଖଣ୍ଡଗିରି ଥାନା ଅଞ୍ଚଳରେ ଚଢ଼ାଉ କରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଟିମ୍‌ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହ ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ୍‌କୁ ଚକ୍‌ମା ଦେଇ ଚମ୍ପଟ୍‌ ମାରିଛି। ଗିରଫ ଦୁଇ ଯୁବକ ହେଲେ ଖୋର୍ଦ୍ଧାର ଅଜୟ ମହାପାତ୍ର ଏବଂ ବିଭୂତିଭୂଷଣ ଜେନା। ଘଟଣାସ୍ଥଳରୁ ଏକ ବାଇକ୍ ବି ଜବତ ହୋଇଥିବା ଜଣାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାପି ମଙ୍ଗରାଜ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ତାକୁ ଧରିବା ଲାଗି ବ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ ପକ୍ଷରୁ ତନାଘନା ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଡିଆଇଜି ଜୟନାରାୟଣ ପଙ୍କଜ।
ସାବଧାନ! ଏସବୁ ନଷ୍ଟ କରେ କିଡନୀ
ପ୍ରତ୍ୟେକ ଦିନ ଆମେ ଏପରି କେତେକ ଜିନିଷ ଖାଇଥାଉ, ଯାହା ଆମ କିଡନୀ ପାଇଁ ଠିକ୍ ନୁହେଁ କିମ୍ବା ଏହା କିଡନୀ ଉପରେ ଖରାପ ପ୍ରଭାବ ପକାଇ ପାରେ। ଏସବୁ ଜିନିଷର ପ୍ରଭାବ ଗୋଟିଏ କିମ୍ବା ଦୁଇ ଦିନରେ ଦେଖିବାକୁ ମିଳୁ ନ ଥିବାରୁ ଆମକୁ ଲାଗିଥାଏ ଯେ ଏହା ଆମକୁ କୌଣସି କ୍ଷତି ପହଞ୍ଚାଉ ନାହିଁ। ଆପଣ ଯାହା କିଛି ଖାଉଛନ୍ତି, ତାହା ସ୍ବାସ୍ଥ୍ୟ ଉପରେ ଲମ୍ବା ତଥା ଗଭୀର ପ୍ରଭାବ ପକାଇଥାଏ। ତେଣୁ ନିଜ ଡାଏଟ୍ ଉପରେ ଧ୍ୟାନ ଦେବା ଉଚିତ ଓ ଅଧିକରୁ ଅଧିକ ସ୍ବାସ୍ଥ୍ୟକର ଖାଦ୍ୟ ସେବନ କରିବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। ଯଦି ଆପଣ ନିଜ କିଡନୀ ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ଚାହୁଛନ୍ତି, ତେବେ ଏହି କଥା ଉପରେ ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ। କାରଣ ଏହି ଖାଦ୍ୟ ଆପଣଙ୍କ କିଡନୀ ଉପରେ ପ୍ରଭାବ ପକାଇଥାଏ। ଯାହା ହୁଏତ ଆପଣ ଜାଣି ନ ଥିବେ।
କୋରୋନା ସମୟରେ ବାହାରେ
କୋରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ସାରା ଦେଶରେ ହୋଇଥିବା ଲକ୍ଡାଉନ୍ ପଞ୍ଚମ ପର୍ଯ୍ୟାୟରେ ଲୋକଙ୍କୁ ଅନେକ କ୍ଷେତ୍ରରେ କୋହଳ କରାଯାଇଛି। ଏବେ ଲୋକେ ବାହାରକୁ ଯିବା ପାଇଁ ଅନୁମତି ମିଳିଛି। ଏପରିସ୍ଥଳେ ସଡ଼କ ଓ ବଜାରରେ ଲୋକଙ୍କ ଅଚାନକ ଭିଡ଼ ଦେଖିବାକୁ ମିଳୁଛି। ଯଦି କୋରୋନା ସଂକ୍ରମଣ ମାମଲା ହ୍ରାସ ପାଇଥାନ୍ତା, ବୋଧହୁଏ ସରକାର ପର୍ଯ୍ୟଟନସ୍ଥଳୀ ଉପରୁ କଟକଣା ହଟାଇ ଦେଇଥାନ୍ତେ। କାରଣ ବିଶେଷଜ୍ଞଙ୍କ କହିବାନୁସାରେ ଲୋକଙ୍କୁ ଅଧିକ ସମୟ ଘରେ କଏଦ ରଖିବା ଫଳରେ ସେମାନଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯିବ। କଟକଣା କିଛିଟା କୋହଳ କରିବା ଫଳରେ ରୋକି ଯାଇଥିବା ଅର୍ଥବ୍ୟବସ୍ଥା ମଧ୍ୟ ମଜବୁତ ହୋଇପାରିବ। କିନ୍ତୁ ଘରୁ ବାହାରିବା ସମୟରେ କେତେକ ଜିନିଷ ପ୍ରତି ସବୁବେଳେ ଧ୍ୟାନ ଦେବା ଉଚିତ୍‌।
ଲକଡାଉନରେ ପ୍ରଶଂସକଙ୍କୁ ଭାରତ
କୋରୋନା ଭାଇରସ ଡର ତଥା ଦେଶରେ ଲକଡାଉନ ହୋଇଥିବାରୁ ଲୋକେ ବାହାରକୁ ବୁଲିବାକୁ ଯାଇପାରୁ ନାହାନ୍ତି। କେହି କେହି ଭର୍ଚୁଆଲ ଟ୍ରାଭେଲ୍ କରୁଛନ୍ତି ତ ଆଉ କେହି ମନ ମାରି ଘରେ ବସିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଏହି ସମୟରେ ସମସ୍ତ ବଲିଉଡ୍ କଳାକାର ନିଜ ପରିବାର ସହିତ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ଅନେକେ ମଜାଦାର ଭିଡ଼ିଓ ତିଆରି କରି ନିଜ ପ୍ରଶଂସକଙ୍କ ସହିତ ଶେୟାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏପରିସ୍ଥଳେ ସମସ୍ତଙ୍କ ପ୍ରିୟ ସାରା ଅଲୀ ଖାନ ମଧ୍ୟ ନିଜ ମା’ ଅମୃତା ସିଂ ଓ ଭାଇ ଇବ୍ରାହିମ ଅଲୀ ଖାନଙ୍କ ସହିତ ମଜାଦାର ଭିଡ଼ିଓ ତିଆରି କରି ଲକଡାଉନକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ସାରା ଏକ ନୂଆ ଭିଡ଼ିଓ ଶେୟାର କରିଥିଲେ। ଏଥର ସେ ନିଜ ପରିବାର ସହିତ ନୁହେଁ, ବରଂ ଘରେ ବସି ନିଜ ପ୍ରଶଂସକଙ୍କୁ ଭାରତ ଦର୍ଶନ କରାଉଥିବା ନଜର ଆସିଥିଲେ।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ