ଏସ୍‍ଆରଇ ତାଲିକାରୁ ୫ ନକ୍ସଲ ପ୍ରଭାବିତ ଜିଲ୍ଲା ବାଦ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ପର୍କିତ ବ୍ୟୟ (ଏସ୍‍ଆରଇ) ତାଲିକାରୁ ବାଦ୍‍ ପଡ଼ିଛି ଓଡ଼ିଶାର ୫ ନକ୍ସଲ ପ୍ରଭାବିତ ଜିଲ୍ଲା। ଏହିସବୁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓବାଦୀମାନେ ଏକ ପ୍ରକାର ନିଶ୍ଚିହ୍ନ ହୋଇଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ମାଓବାଦୀଙ୍କ ଗତିବିଧି କମିଯାଇଛି। ଅର୍ଥାତ୍‌ ରାଜ୍ୟର ଆଉ ୫ଟି ଜିଲ୍ଲା ମାଓମୁକ୍ତ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି। ଫଳରେ ଏହି ୫ଟି ଜିଲ୍ଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ରାଜ୍ୟର ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ୍‌ ମହାନିର୍ଦେଶକ ଅଭୟ। ତେବେ ଓଡ଼ିଶାର ୧୯ଟି ନକ୍ସଲ ପ୍ରଭାବିତ ଜିଲ୍ଲାରୁ ଏବେ ୧୧ ଜିଲ୍ଲା ବାଦ୍‌ ପଡ଼ିଥିବା ବେଳେ ୮ଟି ଜିଲ୍ଲରେ ମାଓବାଦୀଙ୍କ ଉପଦ୍ରବ ଜାରି ରହିଛି।

ଦୁବେ ଏନକାଉଣ୍ଟରକୁ ଷଡ଼ଯନ୍ତ୍ର କହିଲେ ବିରୋଧୀ, ପିଠି

କାନପୁର: ଶୁକ୍ରବାର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ଗୁଳିରେ ନିହତ ହୋଇଛି। ଗିରଫ ପରେ ଦୁବେକୁ ଉଜ୍ଜୟିନୀରୁ କାନପୁର ଅଣାଯାଉଥିବା ବେଳେ ବାଟରେ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ସୁଯୋଗ ନେଇ ଏହି ଗ୍ୟାଙ୍ଗଷ୍ଟର୍ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଗୁଳି କରିଥିଲା। ଏଥିରେ ୪ ଜଣ ଉତ୍ତର ପ୍ରଦେଶ ଏସଟିଏଫର କର୍ମଚାରୀ ଆହତ ବି ହୋଇଛନ୍ତି। ତେବେ ଗିରଫ ହେବାର ୨୪ ଘଣ୍ଟା ନ ପୂରୁଣୁ ଏହି ୬୦ଟି ମାମଲାର ଅପରାଧିକୁ ପୋଲିସ୍ ଏନକାଉଣ୍ଟର୍ କରିବା ଘଟଣାକୁ ବିରୋଧୀଦଳମାନେ ହଜମ କରିପାରିନାହାନ୍ତି। ସେମାନେ ଏହା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଶିବସେନା ପୋଲିସର ଏପରି କାରନାମକୁ ପ୍ରଶଂସା କରିବା ସହ ଏସଟିଏଫର ପିଠି ଥାପୁଡ଼ାଇଛି। ଏଥିସହ ବିରୋଧୀଦଳଗୁଡ଼ିକ ଏହି ଏନକାଉଣ୍ଟରର ବିଧିବଦ୍ଧ ଯାଞ୍ଚ୍ ପାଇଁ ମଧ୍ୟ ଦାବି କରିଛନ୍ତି। ଦୁବେ ଗିରଫ ହେବା ପରେ ଉତ୍ତର ପ୍ରଦେଶର ଅନେକ ରାଜନେତା ଓ ବଡ଼ବଡ଼ିଆଙ୍କର ଏହି ମାମଲାରେ ସଂଶ୍ଳିଷ୍ଟତା ଥିବା ସନ୍ଦେହ କରି ଯୋଗୀ ସରକାର ଜାଣିଶୁଣି ଦୁବେକୁ ଏନକାଉଣ୍ଟରରେ ହତ୍ୟା କରିଦୁବେ ଏନକାଉଣ୍ଟରକୁ ଷଡ଼ଯନ୍ତ୍ର କହିଲେ ବିରୋଧୀ, ପିଠି ଥାପୁଡ଼ାଇଲା ଶିବସେନାଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।
ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରୁ ସୈନ୍ୟ ଅପସାରଣ କଲା ଚୀନ୍
ଚୀନ୍ ଓ ଭାରତ ମଧ୍ୟରେ ଲଦାଖସ୍ଥିତ ଲାଇନ୍ ଅଫ୍ ଆକଚୁଆଲ୍ କେଣ୍ଟରାଲ୍ (ଏଲ୍ଏସି) ନିକଟରେ ସୈନ୍ୟ ମୁତୟନ ନେଇ ଲାଗିରହିଥିବା ବିବାଦ ଗତ ମାସ ୧୫ ତାରିଖ ରାତିରେ ଚରମ ସୀମାରେ ପହଞ୍ଚିଥିଲା। ତେବେ ଏହାପରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି ଇତିମଧ୍ୟରେ ଚୀନ୍ର ପିପଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପକ୍ଷରୁ ଏଲ୍ଏସିଠାରୁ ପାଖାପାଖି ଦେଢ଼ କିମି ଦୂରକୁ ତା’ର ସୈନ୍ୟକୁ ପ୍ରତ୍ୟାହାର କରିନିଆଯାଇଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଗୁରୁବାର ପିଏଲ୍ଏ ପକ୍ଷରୁ ପୂର୍ବ ଲଦାଖର ଗୋଗ୍ରା ଓ ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରୁ ମଧ୍ୟ ସୈନ୍ୟକୁ ହଟାଇ ନିଆଯାଇଥିବା ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଲଦାଖରେ ଜାରି ରହିଥିବା ଉଜେନା ହ୍ରାସ କରିବା ସକାଶେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଜାରି ରହିବ ବୋଲି କୁହାଯାଉଛି।
ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲା
ବହୁଚର୍ଚ୍ଚିତ ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ୨୫ ଶହ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି। ଏହା ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ସଦସ୍ୟ ରାଣା କପୁର ଓ ଦିଓ୍ୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ପ୍ରମୋଟର୍ କପିଲ ଓ ଧୀରଜ୍ ଓ୍ୱଧାଓ୍ୱନ୍‌ଙ୍କ ସମ୍ପତ୍ତି ବୋଲି ଜଣାପଡ଼ିଛି। ଏହା ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, ଲଣ୍ଡନ ଓ ନ୍ୟୁୟର୍କରେ ରାଣା କପୁର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୧୧ ଶହ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ଏହି ଅର୍ଥନୈତିକ ଅନିୟମିତତା ମାମଲାର ତଦନ୍ତକାରୀ ସଂସ୍ଥା ଓ୍ୱଧାଓ୍ୱନ୍ ଭ୍ରାତାଙ୍କ ମୁମ୍ବାଇ, ଅଷ୍ଟ୍ରେଲିଆ, ଲଣ୍ଡନ ଓ ପୁଣେଠାରେ ଥିବା ୧୪୧୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ମଧ୍ୟ ଆଟାଚ୍ କରିଛି।
ହୋଲ୍ଡର ଓ ଗାବ୍ରିଏଲଙ୍କୁ ୧୦
କୋରୋନା ମହାମାରୀ ପାଇଁ ପଡ଼ିଆରୁ ଦୂରେଇ ଯାଇଥିବା କ୍ରିକେଟ ପୁଣି ଥରେ ପ୍ରାୟ ୩ ମାସ ବ୍ୟବଧାନ ପରେ ଆରମ୍ଭ ହୋଇଛି। ବିନା ଦର୍ଶକରେ ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଗସ୍ତ କରିଥିବା ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ଆରମ୍ଭ କରିଛି। ଦ୍ବିତୀୟ ଦିନ ଖେଳରେ ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଓ ଶେନନ ଗାବ୍ରିଏଲ ଚମତ୍କାର ବୋଲିଂ କରି ଇଂଲଣ୍ଡର ୧୦ଟି ଯାକ ୱିକେଟ ବାଣ୍ଟି ନେଇଛନ୍ତି। ହୋଲ୍ଡରଙ୍କୁ ୬ଟି ୱିକେଟ ମିଳିଥିଲା ବେଳେ ଗାବ୍ରିଏଲଙ୍କୁ ୪ଟି ୱିକେଟ ମିଳିଛି। ଏହି ଦୁଇ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଆଗରେ ସମସ୍ତ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇଛନ୍ତି। ଘରୋଇ ଦଳର କେହି ଜଣେ ହେଲେ ବ୍ୟାଟ୍ସମ୍ୟାନ ୫୦ ରନ ଟପି ପାରି ନାହାନ୍ତି। କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ କିଛି କ୍ଷଣ ପାଇଁ ପିଚରେ ତିଷ୍ଠି ୪୩ ରନ୍ କରିଥିଲା ବେଳେ ଜୋସ ବଟଲର ୩୫ ଓ ଡମ୍ ବେସ ଅପରାଜିତ ୩୧ ରନ କରିଛନ୍ତି। ଇଂଲଣ୍ଡ ମାତ୍ର ୬୭.୩ ଓଭରରେ ୨୦୪ ରନ୍ କରି ଅଲଆଉଟ ହୋଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଭୂଖଣ୍ଡ ଭୋକିଲା ଚୀନ ସହ ୧୮ ପଡ଼ୋଶୀଙ୍କ ଛକାପଞ୍ଝା
ଚୀନର ସୀମା ବିବାଦ କେବଳ ଭାରତ ସହିତ ନୁହେଁ, ଏହାର ୧୮ଟି ପଡ଼ୋଶୀ ରାଷ୍ଟ୍ର ସହ ମଧ୍ୟ ଲାଗିରହିଛି। ଚୀନ ପଡ଼ୋଶୀଙ୍କ ଅଞ୍ଚଳ ନିଜ ଦଖଲକୁ ନେବା ଲାଗି ଷଡ଼ଯନ୍ତ୍ର ରଚିଚାଲିଛି। ଏଲ୍‌ଏସିରେ ୩୫ କିମି ଅଞ୍ଚଳରେ ଚୀନ-ଭାରତ ମଧ୍ୟରେ ବିବାଦ ରହିଛି। ଚୀନ ଭାରତର ୩୮ ହଜାର ବର୍ଗ କିମି ଅଞ୍ଚଳକୁ ନିଜ ଅଧୀନକୁ ନେଇଛି। ଏହାକୁ ଅକ୍ସାଇ ଚୀନ କୁହାଯାଉଛି। ସେହିପରି ଭୁଟାନର ଉତ୍ତର ଏବଂ ପଶ୍ଚିମ ଅଞ୍ଚଳକୁ ନେଇ ଚୀନ ସହ ସୀମା ବିବାଦ ଜାରି ରହିଛି। ବ୍ରୁନେଇର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ ଦକ୍ଷିଣ ଚୀନ ସାଗରରରେ ରହିଛି। ଏଠାରେ ଚୀନ ଦାଦାଗିରି ଦେଖାଇ କିଛି ସାମୁଦ୍ରିକ ଅଞ୍ଚଳକୁ ନିଜ ଦଖଲକୁ ନେଇଛି। ମାଲେସିଆର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ରେ ମଧ୍ୟ ଚୀନ ସହ ବିବାଦ ରହିଛି। ଏହା ବାଦ ଲାଓସେ, ତାଇଓ୍ବାନ୍‌ ଏବଂ କାମ୍ବୋଡ଼ିଆର କିଛି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଛି। ଏଠାରେ ୟୁଓ୍ବାନ ବଂଶ ରାଜୁତି କରୁଥିବା କହି ଚୀନ ଏଭଳି କରୁଛି। ଥାଇଲାଣ୍ଡର ମିକାଙ୍ଗ୍‌ ନଦୀ ଉପରେ ଚୀନ ଜୋର୍‌ ଜବରଦସ୍ତ ନିଜ କବ୍‌ଜା ଜାହିର କରୁଛି। ଏହି ନଦୀରେ ଚୀନ ବେଆଇନ ଭାବେ ନିଜର ମାଲବାହୀ ଜାହାଜ ଚଳାଚଳ କରାଉଛି।
ଇନ୍ସପେକ୍ଟରଙ୍କ ୯ଏମ୍ଏମ୍ ପିସ୍ତଲ ଛଡ଼ାଇ ଗୁଳି କରିଥିଲା ଦୁବେ: ଆଇଜିପି
ବୁଧବାର ପୂର୍ବାହ୍ନରେ ଉଜ୍ଜୟିନୀର ମହାକାଳ ମନ୍ଦିର ନିକଟରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଶୁକ୍ରବାର ଭୋର୍ ସମୟରେ ସେଠାରୁ କାନପୁର ଆସୁଥିବା ବେଳେ ଏନକାଉଣ୍ଟରରେ ନିହତ ହୋଇଛି। ତେବେ ଏହି ଗ୍ୟାଙ୍ଗଷ୍ଟରର ଏନକାଉଣ୍ଟର୍ ଉପରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ କାନପୁର ପୋଲିସ୍ ଆଇଜି ମୋହିତ ଅଗରୱାଲ୍ ଦେଇଥିବା ସୂଚନାନୁସାରେ, ଗତ ସପ୍ତାହରେ ୮ ଜଣ ପୋଲିସ୍ କର୍ମଚାରୀଙ୍କ ଜୀବନ ନେଇଥିବା ଗ୍ୟାଙ୍ଗଷ୍ଟର୍ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ କାନପୁରର ବାରା ନିକଟରେ ପୋଲିସ୍ ଗାଡ଼ିଟି ଓଲଟିପଡ଼ିବା ପରେ ଦୁବେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲା। ସେ ଏସଟିଏଫର ଜଣେ ଇନ୍ସପେକ୍ଟର ରମାକାନ୍ତ ପଚୌରିଙ୍କଠାରୁ ୯ଏମ୍ଏମ୍ ପିସ୍ତଲ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ତେବେ ପୋଲିସ୍ ପକ୍ଷରୁ ପାଲଟା ଗୁଳି ଚାଳନାରେ ଦୁବେ ଗୁରୁତର ଭାବେ ଆହତ ହୋଇଥିଲା। ତା’ର ଗୋଡ଼ ଓ ଛାତିରେ ଗୁଳି ବାଜିଥିଲା। ତାକୁ ତୁରନ୍ତ ହାଲେତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ବୋଲି ଆଇଜିପି ଅଗରୱାଲ୍ କହିଛନ୍ତି।
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ, ଖସିଯିବାକୁ କରୁଥିଲା ଉଦ୍ୟମ
ଉତ୍ତର ପ୍ରଦେଶର କାନପୁରରୁ ଏକ ବଡ଼ ଖବର। ଶୁକ୍ରବାର ସକାଳେ କାନପୁରରେ ଉତ୍ତର ପ୍ରଦେଶ ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟ ପ୍ରଦେଶର ଉଜ୍ଜୟିନୀରୁ ଗିରଫ ହୋଇଥିବା ବିକାଶକୁ ଉତ୍ତର ପ୍ରଦେଶର ସ୍ପେସାଲ୍ ଟାସ୍କ୍‌ ଫୋର୍ସ (ଏସଟିଏଫ) କାନପୁର କାନପୁର ଆଣୁଥିବା ବେଳେ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରି ପୋଲିସ କବଳରୁ ଖସି ପଳାଇଯିବାକୁ ସେ ଉଦ୍ୟମ କରିଥିଲା। ଏପରିକି ପୋଲିସ ସହ ତା'ର ମୁହାଁମୁହିଁ ହେବାରୁ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହି ସମୟରେ ପୋଲିସର ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
କୋରୋନା ଡରରେ ଲୋକେ ଥକାପଣର ଶିକାର
କୁହାଯାଉଛି, ୨୦୨୦ର ସବୁଠାରୁ ନେଗେଟିଭ୍ ଶବ୍ଦ ହେଉଛି ପଜିଟିଭ। କୋରୋନା ଭାଇରସ ସହିତ ଯୋଡ଼ି ଏହି ଶବ୍ଦ ଦେଖିଲେ ଠିକ୍ ଭାବେ ବୁଝାପଡ଼ିଯିବ ଯେ କୋରେନା ଭାଇରସର ପଜିଟିଭ୍ ରେଜଲ୍ଟ ଶୁଣିବା ମାତ୍ରେ ଲୋକେ ନେଗେଟିଭିଟି ଓ ଡିପ୍ରେସନର ଶିକାର ହେବାରେ ଲାଗିଛନ୍ତି। ଜାନୁଆରୀ ୨୦୨୦ର ଆରମ୍ଭ କୋରୋନା ଭାଇରସ ସହିତ ହୋଇଥିଲା ଓ ଏବେ ଜୁଲାଇ ୨୦୨୦ରେ ଆପଣ କୋରୋନା ସହିତ ଜଡ଼ିତ ସମସ୍ତ ଖବର ମୁଖ୍ୟଖବରରେ ଦେଖିବାକୁ ପାଉଛନ୍ତି। ସୋସାଲ ମିଡିଆରେ ମଧ୍ୟ କୋରୋନା ଭାଇରସ ସହିତ ଜଡ଼ିତ ଅପଡେଟ୍ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଖବର ନେଗେଟିଭ୍ ହିଁ ଆସୁଛି। କୋରୋନା ସଂକ୍ରମଣ ମାମଲା ବଢ଼ିବା ହେଉ ବା କୌଣସି ଚିହ୍ନା ପରିଚିତ ଲୋକଙ୍କୁ କୋରୋନା ହେଉ ବା କୋରୋନାରେ କାହାରି ମୃତ୍ୟୁ ଖବର ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି। ଆମକୁ ଏତେ ମାତ୍ରାରେ ଖବର ଶୁଣିବାକୁ ମିଳୁଛି, ଯାହା ଆମକୁ ଏକ ନୂଆ ରୋଗ ଦେଇଛି। ଆଉ ତାହା ହେଉଛି ଡିଜାଷ୍ଟର ଫାଟିଗ। ଯେତେବେଳେ କୌଣସି ଦୁର୍ଘଟଣା ଦୀର୍ଘ ସମୟ ଯାଏ ଚାଲେ ଓ ତାହା ଆପଣଙ୍କ ଆଡ଼କୁ ଆସୁଥିବା ଅନୁଭବ ହୁଏ, ତେବେ ସେତେବେଳେ ଆପଣ ଡିଜାଷ୍ଟର ଥକାପଣର ଶିକାର ହୋଇପାରନ୍ତି।
ଏକ ଦରଘା ନିକଟରେ ଆପେ
ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ