ଘାତକ ହେଉଛି ମେ’: ୭ ଦିନରେ ଗଲାଣି ୯୭ ଜଣକ ଜୀବନ

ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହରୀରେ ଏପ୍ରିଲ୍‌ ଅପେକ୍ଷା ଅଧିକ ଘାତକ ସାଜିଛି ମେ’। ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସହିତ ତାଳ ଦେଇ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଗତକାଲି ୧୭ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କୋରୋନା। ଆଜିର ମୃତକଙ୍କୁ ମିଶାଇ ଏହି ୭ ଦିନରେ ରାଜ୍ୟରେ ୯୭ ଜଣଙ୍କ ଜୀବନ ନେଇଛି ମହାମାରୀ। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା। ସେହିପରି କୋରୋନା ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି। ଗଜପତି, ଅନୁଗୁଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୪୦ ରେ ପହଞ୍ଚିଛି।
ହିଂସା, ଆତଙ୍କରାଜ ଓ ହତ୍ୟା ଗଣତନ୍ତ୍ରର ପରିପନ୍ଥୀ ନୁହେଁ: ବିଜେପି
ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ତଥା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଟିଏମ୍‌ସି କର୍ମୀଙ୍କ ହତ୍ୟା ଓ ବର୍ବରୋଚିତ ଆକ୍ରମଣ ବିରୋଧରେ ବୁଧବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉପବାସ ଓ ଧାରଣା। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ଉପବାସ ଓ ଧାରଣା ଅନୁଷ୍ଠିତ ହେଉଛି। ବୁଧବାର ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ବିଜେପିର ସମସ୍ତ ସାଂସଦ, ବିଧାୟକ, ଲୋକପ୍ରତିନିଧି, ପାର୍ଟି ପଦାଧିକାରୀ, ନେତୃବୃନ୍ଦ ଏବଂ କର୍ମୀମାନେ ନିଜ ନିଜ ବାସଭବନରେ ରହି ଭର୍ଚୁଆଲ ମିଟିଂ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଉପବାସ ଓ ଧାରଣା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ପ୍ରତିବାଦ ଓ ଧାରଣା ଗୁରୁବାର ମଧ୍ୟ ଜାରୀ ରହିବ। ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ବୁଧବାର କୋଲକାତାଠାରେ ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଓ କର୍ମୀଙ୍କ ଗ୍ରହଣରେ ଉପସ୍ଥିତ ରହି ଧାରଣା ଦେଇଥିଲେ।
ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା, କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ିକୁ ଟାର୍ଗେଟ୍
ଗତ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସମେତ ସମୁଦାୟ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ପାଇଁ ହୋଇଥିବା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ପଶ୍ଚିମବଙ୍ଗରେ କ୍ଷମତା ହାତେଇବା ପାଇଁ ଆଶା କରିଥିବା ବିଜେପି ବେଶ୍ ବଡ଼ ବ୍ୟବଧାନରେ ଶାସକ ଟିଏମସିଠାରୁ ପରାଜୟ ବରଣ କରିଥିଲା। ଫଳରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଗତ ବୁଧବାର କ୍ରମାଗତ ୩ୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଗତ ସୋମବାର ସନ୍ଧ୍ୟାରେ ଟିଏମସି କର୍ମୀମାନଙ୍କ ଲଙ୍କାକାଣ୍ଡ କାରଣରୁ କେତେକ ବିଜେପି କର୍ମୀଙ୍କ ଜୀବନ ଯାଇଥିଲା। ଏହି କାଣ୍ଡ ପାଇଁ ବିଜେପି ସମ୍ପୂର୍ଣ୍ଣ ଭାବେ ଟିଏମସିକୁ ଦାୟୀ କରିବା ସହ ଏହା ପ୍ରତିବାଦରେ ସମଗ୍ର ଦେଶରେ ଗତ ବୁଧବାର ଗୋଟିଏ ଦିନ ପାଇଁ ଉପବାସ ପାଳନ କରାଯାଇଥିଲା। ଇତିମଧ୍ୟରେ ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ ଆରୋପ ପ୍ରତିଆରୋପ ପର୍ବ ଜାରି ରହିଛି। ଗୁରୁବାର ଟିଏମସି ମୁଖ୍ୟ ମମତା ଉକ୍ତ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା କର୍ମୀଙ୍କ ପରିବାର ସକାଶେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। କିନ୍ତୁ ଏହି ଅବସରରେ ବିରୋଧୀ ବିଜେପି ଉପରେ ଦୋଷ ଲଦିବାକୁ ମମତା ଭୁଲିନାହାନ୍ତି। ଅନ୍ୟପକ୍ଷରେ ଗୁରୁବାର ପୂର୍ବାହ୍ନରେ କେନ୍ଦ୍ର ବହିଃବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ଙ୍କ ଗାଡ଼ିକୁ ପଶ୍ଚିମବଙ୍ଗର ମିଦନାପୁର ଜିଲ୍ଲାର କଞ୍ଚକୁରିଠାରେ ଭଙ୍ଗାରୁଜା କରାଯାଇଥିବା ବେଳେ ଏହା କେବଳ ଟିଏମସି ଗୁଣ୍ଡାମାନଙ୍କ କାମ ବୋଲି ମୁରଲୀଧରନ୍ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି।
ଜି୭ ସମ୍ମିଳନୀ: ଦୁଇ ଭାରତୀୟ
ବ୍ରିଟେନରେ ଅନୁଷ୍ଠିତ ହେଉଥିବା ଜି୭ ସମ୍ମିଳନୀରେ ଯୋଗ ଦେବା ସକାଶେ ଯାଇଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ଦୁଇ ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ନେତ୍‌ତ୍ବରେ ଗସ୍ତ କରିଥିବା ବେଳେ ଦୁଇ କୋଭିଡ୍ ସଂକ୍ରମିତ ପ୍ରତିନିଧି ସେଲ୍ଫ-ଆଇସୋଲେସନରେ ଅଛନ୍ତି। ଏହି କାରଣରୁ ଜୟଶଙ୍କରଙ୍କୁ ଉକ୍ତ ବୈଠକରେ ଭର୍ଚୁଆଲ୍ ମୋଡରେ ଯୋଗ ଦେବାକୁ ପଡ଼ିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି। ଉକ୍ତ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ ଉକ୍ତ ଦୁଇ ଅଧିକାରୀ କୋଭିଡ୍ ପଜିଟିଭ୍ ବୋଲି ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଜାଣିବାକୁ ମିଳିଲା। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ଓ ଅନ୍ୟାନ୍ୟ ପ୍ରତିନିଧିଙ୍କ ସ୍ବାସ୍ଥ୍ୟଜନିତ ନିରାପତ୍ତାକୁ ଗୁରୁତ୍ବ ଦେଇ ବୈଠକରେ ଜୟଶଙ୍କର ଭର୍ଚୁଆଲ୍ ମୋଡ଼ରେ ଯୋଗଦେଇଥିବା ଟ୍ବିଟରରେ ଉଲ୍ଲେଖ କରାଯାଇଛି। ତେବେ ଦୁଇ ଜଣ ପ୍ରତିନିଧିଙ୍କ ନମୁନା ପଜିଟିଭ୍ ବାହାରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି।
ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ବ୍ରିଟେନ୍‌ରେ
ସ୍ବଳ୍ପ ସମୟ ମଧ୍ୟରେ କୋରୋନା ଟିକା ଉତ୍ପାଦନ କରି ଚର୍ଚ୍ଚାରେ ରହିଛି ଭାରତୀୟ ଟିକା ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ)। ଏବେ ଏହି କମ୍ପାନୀ ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କମ୍ପାନୀ ଲଣ୍ଡନରେ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି। ଏଥିପାଇଁ ୨୪୦ ମିଲିୟନ୍‌ ବ୍ରିଟିଶ୍‌ ପାଉଣ୍ଡ୍‌ (ପ୍ରାୟ ୨୪୦୦ କୋଟି ଟଙ୍କା)ଖର୍ଚ୍ଚ ହେବ। କ୍ଲିନିକାଲ ପରୀକ୍ଷା, ଅନୁସନ୍ଧାନ ଏବଂ ବିକାଶ ଏବଂ ସମ୍ଭବତଃ ଟିକା ଉତ୍ପାଦନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଭାରତ-ବ୍ରିଟେନ ବର୍ଦ୍ଧିତ ବାଣିଜ୍ୟ ଯୋଜନାର ଏକ ଅଂଶ ଭାବେ ଏହାକୁ ନିଆଯାଉଛି। ଏହାଦ୍ୱାରା ପ୍ରାୟ ୬,୫୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଙ୍ଗ ଷ୍ଟ୍ରିଟ ପକ୍ଷରୁ ସୂଚନା ଦିଆଯାଇଛି।
କୋଭିଡ ଯୁଦ୍ଧରେ ଲାଗିବ ‘ରାଧେ’ର ଉପାର୍ଜନ
ମହାମାରୀ ସହିତ ଲଢ଼ୁଥିବା ଭାରତରେ ହାହାକାର ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଏହି ଅସମୟରେ ବଲିଉଡ ସେଲିବ୍ରିଟିମାନେ ନିଜ ସକ୍ଷମତା ଅନୁସାରେ ସହାୟତା କରିବାରେ ଲାଗିଛନ୍ତି। ଏବେ ବଲିଉଡ ଅଭିନେତା ସଲମାନ ଖାନ ନିଜର ଆଗାମୀ ସିନେମା ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’କୁ ନେଇ ବଡ଼ ଘୋଷଣା କରିଛନ୍ତି। ‘ରାଧେ’ ସିନେମାରୁ ଯାହା ଉପାର୍ଜନ ହେବ, ତାହାକୁ କୋରୋନା କାଳରେ ଦେଶକୁ ସାହାଯ୍ୟ କରିବା ନିମନ୍ତେ ସେ ବ୍ୟବହାର କରିବେ ବୋଲି ଘୋଷଣା କରିଛନ୍ତି। ଏହା ଜରିଆରେ କୋଭିଡ ରିଲିଫ ସାମଗ୍ରୀ ଦରକାରୀ ଲୋକଙ୍କ ପାଖରେ ପହଞ୍ଚାଯିବ।
ପ୍ରକାଶ ପାଦୁକୋନ କୋଭିଡ୍
ଦେଶର ବ୍ୟାଡମିଣ୍ଟନ ଲିଜେଣ୍ଡ୍ ପ୍ରକାଶ ପାଦୁକୋନ୍ କୋଭିଡ୍-୧୯ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ହସ୍ପିଟାଲ୍ ସୂତ୍ରରୁ କୁହାଯାଇଛି। ପ୍ରାୟ ୧୦ ଦିନ ତଳେ ପ୍ରକାଶଙ୍କ ସହ ତାଙ୍କ ପତ୍ନୀ ଉଜ୍ଜ୍ବଳା ଓ ଦ୍ବିତୀୟ କନ୍ୟା ଅନିଶାଙ୍କ ଠାରେ କୋଭିଡ୍ ଲକ୍ଷଣ ପ୍ରକାଶ ପାଇଥିଲା। କୋଭିଡ୍ ନମୁନା ଟେଷ୍ଟ ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ପ୍ରକାଶଙ୍କ ଘନିଷ୍ଠ ବନ୍ଧୁ ବିମଳ କୁମାର ସୂଚନା ଦେଇଛନ୍ତି। ସେମାନେ ଗୋଟିଏ ସପ୍ତାହ ଆଇସୋଲେସନରେ ରହିବା ପରେ ମଧ୍ୟ ପ୍ରକାଶଙ୍କ ଜ୍ବର ନ କମିବାରୁ ଗତ ଶନିବାର ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବଶ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ରହିଛି ଓ ଆଗାମୀ ୨/୩ ଦିନ ଭିତରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସମ୍ଭାବନା ରହିଛି ବୋଲି ବିମଳ କହିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ନୋଏଡାରେ ଅଭାବନୀୟ ଦୃଶ୍ୟ: କାହାକୁ ଶୁଭିଲାନି ରୋଗୀର ଆର୍ତ୍ତଚିତ୍କାର, ୩ ଘଣ୍ଟା ପଡ଼ିରହିଲା ଶବ
ଗୋଟିଏ ପଟେ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସକାଶେ ଶଯ୍ୟାର କୌଣସି ଅଭାବ ନାହିଁ ବୋଲି ବାହାସ୍ଫୋଟ ମାରୁଥିଲେ ମଧ୍ୟ ଅନ୍ୟ ପଟେ ଗ୍ରାଉଣ୍ଡ ଜିରୋରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭିନ୍ନ ବୋଲି ଶନିବାର ଘଟିଥିବା ଏକ ଅଭାବନୀୟ ଘଟଣା ସରକାରଙ୍କ ଏପରି ବାହାଦୁରୀକୁ ପଦାରେ ପକାଇ ଦେଇଛି। ଗ୍ରେଟର୍ ନୋଏଡାର ଏକ ହସ୍ପିଟାଲ ବାହାରେ ଜଣେ କୋଭିଡ୍ ରୋଗୀ କାରରେ ଆସି ପହଞ୍ଚିବା ପରେ ଶଯ୍ୟା ପାଇଁ ତାଙ୍କର ସମ୍ପର୍କୀୟମାନେ ନେହୁରା ହୋଇଥିଲେ। କିନ୍ତୁ ସେମାନଙ୍କ ଆର୍ତ୍ତଚିତ୍କାର କାହାରିକୁ ବି ଶୁଭି ନ ଥିଲା। ଶେଷରେ ଉକ୍ତ ମହିଳା କୋଭିଡ୍ ରୋଗୀ ଜଣକ କାର୍ ଭିତରେ ହିଁ ପ୍ରାଣତ୍ୟାଗ କରିଥିଲେ। ଅଧିକନ୍ତୁ ଜୀବନ ବଞ୍ଚାଇବାରେ ଅକ୍ଷମ ହୋଇଥିବା ଉକ୍ତ ହସ୍ପିଟାଲ୍ ତୁରନ୍ତ ଦାହସଂସ୍କାର ବ୍ୟବସ୍ଥା ନ କରିବା ଫଳରେ ଉକ୍ତ କାରରେ ଶବ ପାଖାପାଖି ୩ ଘଣ୍ଟା ଧରି ପଡ଼ିରହିଥିଲା। ଏହି ଅଭାବନୀୟ ଦୃଶ୍ୟଟି ଗ୍ରେଟର୍ ନୋଏଡାସ୍ଥିତ ସରକାରୀ ଭେଷଜ ପ୍ରତିଷ୍ଠାନ ବା ଗିମ୍ସରେ ଘଟିଛି। ଡାକ୍ତରମାନଙ୍କ ଅବହେଳାରୁ ପ୍ରାଣ ହରାଇଥିବା ଉକ୍ତ କୋଭିଡ୍ ସଂକ୍ରମିତ ଜଣକ ଗ୍ରେଟର୍ ନୋଏଡାରେ ଇଞ୍ଜିନିୟର୍ ଭାବେ କାର୍ଯ୍ୟ କରୁଥିବା ଜାଗୃତି ଗୁପ୍ତା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସ୍ବାମୀ ଓ ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି।
ଗୋଟିଏ ଭ୍ୟାନରେ ୨୨ କୋଭିଡ୍ ସଂକ୍ରମିତଙ୍କ ମୃତଦେହ, ସାଧାରଣରେ ଅସନ୍ତୋଷ
ମହାରାଷ୍ଟ୍ରରେ ମଙ୍ଗଳବାର ଏପରି ଏକ ଘଟଣା ଘଟିଛି, ଯେଉଁଥିରେ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ ଭ୍ୟାନରେ ମୃତ୍ୟୁବରଣ କରିଥିବା ୨୨ ଜଣ କୋଭିଡ୍ ସଂକ୍ରମିତଙ୍କ ଶବକୁ ଭର୍ତ୍ତି କରି ଶ୍ମଶାନକୁ ନେବା ସକାଶେ ଉଦ୍ୟମ କରାଯାଉଥିଲା। ମହାରାଷ୍ଟ୍ର ବୀଡ୍ ଜିଲ୍ଲାରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲା ପ୍ରଶାସନ ସଫେଇ ଦେବାକୁ ଯାଇ ବ୍ୟାପକ ମାତ୍ରାରେ ଗାଡ଼ି ଉପଲବ୍ଧ ହେଉ ନ ଥିବାରୁ ଏକକାଳୀନ ୨୨ ଜଣ ସଂକ୍ରମିତଙ୍କ ଶବକୁ ଶ୍ମଶାନକୁ ଗୋଟିଏ ଗାଡ଼ିରେ ଭର୍ତ୍ତି କରି ନିଆଯାଉଥିଲା ବୋଲି କହିଛି। ବୀଡ଼ ଜିଲ୍ଲାର ଆମ୍ବଜୋଗାଇସ୍ଥିତ ସ୍ବାମୀ ରାମାନନ୍ଦ ତୀର୍ଥ ଗ୍ରାମାଞ୍ଚଳ ସରକାରୀ ମେଡିକାଲ୍ କଲେଜର ଶବାଗାର ଭିତରେ ରହିଥିଲା। ତେବେ ସେଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ଗୋଟିଏ ଗାଡ଼ିରେ ଶ୍ମଶାନକୁ ନିଆଯାଉଥିଲା। କିନ୍ତୁ ସ୍ଥାନୀୟ ଲୋକେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖି ଏହାର ବିରୋଧ କରିଥିଲେ। ଫଳରେ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାଇବାକୁ ଉଦ୍ୟମ କରିବାକୁ ପଡ଼ିଥିଲା।
ମ୍ୟାକଗିଲଙ୍କୁ ଅପହରଣ: ପ୍ରେମିକାଙ୍କ ଭାଇ ସମେତ ୪ ଗିରଫ
ଗତ ମାସରେ ପୂର୍ବତନ ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର୍ ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ତାଙ୍କ ଘରୋଇ ସହର ସିଡନୀରୁ ଅପହରଣ କରିନିଆଯାଇଥିଲା। ଅବଶ୍ୟ ଅପହର୍ତ୍ତାମାନେ ତାଙ୍କୁ କିଛି ଘଣ୍ଟା ପରେ ଛାଡ଼ିଦେଇଥିଲେ। କିନ୍ତୁ ଏହି ମାମଲାରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ମ୍ୟାକଗିଲଙ୍କ ପ୍ରେମିକାଙ୍କ ୪୬ ବର୍ଷୀୟ ଭାଇ ସାମିଲ୍ ଥିବା ଜଣାପଡ଼ିଛି। ଘଟଣାଟି ଗତ ୧୪ ତାରିଖରେ ଘଟିଥିଲେ ହେଁ ମ୍ୟାକଗିଲ୍ ମାନସିକ ଭାବେ ଚାପଗ୍ରସ୍ତ ହୋଇଥିବାରୁ ଦୀର୍ଘ ୬ ଦିନ ପରେ ଅର୍ଥାତ୍ ଗତ ଏପ୍ରିଲ୍ ୨୦ ତାରିଖରେ ପୋଲିସରେ ଅଭିଯୋଗ ଦାଏର୍ କରିଥିଲେ। ମ୍ୟାକଗିଲ୍ ଘଟଣା ଦିନ ରାତି ୮ଟା ବେଳେ ତାଙ୍କ ବାନ୍ଧବୀ ମାରିଆ ଓ’ମିଘେରଙ୍କ ଭାଇ ମାରିନୋ ସୋଟିତୋପୋଲୋସଙ୍କ ସହ ଯୁକ୍ତିତର୍କ କରିଥିଲେ। ମାରିନୋ ନ୍ୟୁଟ୍ରାଲ୍ ବେ’ସ୍ଥିତ ଆରିଷ୍ଟୋଟଲ୍ସ ରେସ୍ତୋରାଁର ମାଲିକ ଥିବା ବେଳେ ମ୍ୟାକଗିଲ୍ ସେଠାରେ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଥିଲେ। ଏହି ଅପହରଣ ପଛରେ ତାଙ୍କର ହାତ ଥିବା ସନ୍ଦେହ କରି ପୋଲିସ୍ ତାଙ୍କୁ ଗିରଫ କରିଛି।
ଗରମଦିନେ ବୁଲିଯାଆନ୍ତୁ ନିମରାନା
ଯଦି ଆପଣ ଭ୍ରମଣପ୍ରିୟ ଏବଂ ୱିକ୍‌ଏଣ୍ଡରେ କେଉଁଆଡ଼େ ବୁଲିଯିବାକୁ ଚାହୁଛନ୍ତି ତେବେ ରାଜସ୍ଥାନର ଅଲୱର ଜିଲାସ୍ଥିତ ପ୍ରାଚୀନ ତଥା ଐତିହାସିକ ସହର ନିମରାନା ଏକ ଉପଯୁକ୍ତ ବିକଳ୍ପ। ଏଠାରେ ନିମରାନା ଦୁର୍ଗକୁ ଏକ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଏବେ ବି ଏହା ଭିତରେ ବହୁତ ସୁନ୍ଦର ସୁନ୍ଦର ଫଟୋ ରହିଛି। ଏହାକୁ ଦେଖିବା ପରେ ଆପଣ ଅନୁମାନ କରିପାରିବେ ଯେ ଏକ ସୁନ୍ଦର ଦୁର୍ଗକୁ କିଭଳି ଭାବେ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଗରମରେ ଝରକା ଦେଇ ବହି ଆସୁଥିବା ଥଣ୍ଡା ପବନ, ବର୍ଷାରେ ରୋମାଣ୍ଟିକ୍‌ ଜଳବାୟୁ କିମ୍ବା ଶୀତଦିନର କଅଁଳିଆ ଖରାରେ ନିଜକୁ ଏଠାରେ ଭୁଲିଯିବେ। ପ୍ରତ୍ୟେକ ଋତୁରେ ନିମରାନା ଆପଣଙ୍କୁ ଏଠାକୁ ଆସିବା ପାଇଁ ନିମନ୍ତ୍ରଣ କରୁଛି।

ଫଟୋ ଗ୍ୟାଲେରୀ

ଟିକା ନେବାକୁ ଯାଉଥିଲେ ଆପଣାନ୍ତୁ
ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ କ୍ଷୀପ୍ର ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଏହାକୁ ଦେଖି ସରକାର ଟିକାକରଣ ଅଭିଯାନକୁ ଜୋରଦାର କରି ଦେଇଛନ୍ତି। ୧ ମେ’ ୨୦୨୧ରୁ ୧୮ରୁ ୪୪ ବର୍ଷ ବର୍ଗର ସମସ୍ତ ଲୋକଙ୍କୁ କୋରୋନା ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ୧୩୦ କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏପର୍ଯ୍ୟନ୍ତ କେବଳ ୨ କୋଟି ୬୦ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି। ୧୨ କୋଟି ଲୋକ ଟିକାର ପ୍ରଥମ ଡୋଜ ନେଇଛନ୍ତି। ଭାରତରେ ଜୁଲାଇ ସୁଦ୍ଧା ପାଖାପାଖି ୨୫ କୋଟି ଲୋକଙ୍କୁ କୋରୋନା ଟିକା ଦେବାର ଲକ୍ଷ୍ୟ ରହିଛି। ଏବେ ଟିକା ସେଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଟିକା ନେବାକୁ ଆସୁଥିବା ଲୋକେ ସୁପରସ୍ପ୍ରେଡର ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟାଧିକାରୀମାନେ ମଧ୍ୟ ଚିନ୍ତା ପ୍ରକଟ କରୁଛନ୍ତି। ତେଣୁ ଟିକା ନେବାକୁ ଗଲାବେଳେ କେତେକ ସାବଧାନତା ଅବଲମ୍ବନ କରିବା ଜରୁରୀ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ