ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି: ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: କୋରୋନା ପାଇଁ ଦୀଘଁ ୭ ମାସ ଧରି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ଗତମାସଠାରୁ କେନ୍ଦ୍ର ସରକାର ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହା ଉପରେ ରୋକ୍‌ ଲଗାଇଥିଲେ। ମାତ୍ର ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ଏପରିକି ଦୁଇ ଦୁଇ ଥର ସେବାୟତ ଓ ପୂଜକମାନେ ମନ୍ଦିର ଖୋଲିବା ଦାବିରେ ଘଣ୍ଟ ବାଡେଇ ଦାବି ଜଣାଇଥିଲେ। ଏପରିକି ବିରୋଧୀଦଳ ମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବହୁ ବାଦ ଓ ବିବାଦ ପରେ ଆଜି ରାଜ୍ୟ ସରକାର ଅନ୍‌ଲକ୍‌-୬ ଜାରି କରିଥିବା ବେଳେ ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ନଭେମ୍ବର ପହିଲାରୁ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିପାରିବ ବୋଲି ରାଜ୍ୟ ସରକାର ନିଜର ଅନଲକ୍ ଗାଇଡଲାଇନରେ କହିଛନ୍ତି।

ମହମ୍ମଦଙ୍କ ଅପମାନ କରିଛନ୍ତି ମାକ୍ରୋନ, ମୁଣ୍ଡକାଟ ହେବା

ଆଲିଗଡ଼: ଫ୍ରାନ୍ସରେ ଜଣେ ଇତିହାସ ଶିକ୍ଷକଙ୍କୁ ଇସଲାମ ଧର୍ମର ପ୍ରବର୍ତ୍ତକ ମହମ୍ମଦଙ୍କ କାର୍ଟୁନ୍ ଦେଖାଇବା ଅଭିଯୋଗରେ ଜଣେ ୧୮ ବର୍ଷୀୟ କଠୋରପନ୍ଥୀ ଚେଚେନ୍ୟା ଶରଣାର୍ଥୀ ମୁଣ୍ଡ କାଟି ହତ୍ୟା କରିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉକ୍ତ ଛାତ୍ର ଜଣକ ମଧ୍ୟ ପୋଲିସ୍ ଗୁଳିରେ ପ୍ରାଣ ହରାଇଛି। ତେବେ ଉକ୍ତ ଶିକ୍ଷକଙ୍କ ସପକ୍ଷରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ମତାମତ ଦେବା ସହ ତାଙ୍କୁ ଜଣେ ଶହୀଦ ବୋଲି କହିଥିଲେ। ଏଥିସହ ଫ୍ରାନ୍ସରେ ଆଦୌ ଇସଲାମୀୟ କଠୋରପନ୍ଥୀମାନଙ୍କ ହିଂସାକାଣ୍ଡକୁ ପ୍ରଶ୍ରୟ ଦିଆଯିବ ନାହିଁ ଓ ଦେଶର ଆଇନକୁ ଅଧିକ କଡ଼ାକଡ଼ି କରାଯିବ ବୋଲି କହିଥିଲେ। ତା’ଛଡ଼ା ଉକ୍ତ ଶିକ୍ଷକ ଜଣକ ଛାତ୍ରମାନଙ୍କୁ ପାଠ ପଢ଼ାଇବା ବେଳେ ପ୍ରଦର୍ଶନ କରିଥିବା କାର୍ଟୁନ୍‌କୁ ତାଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ବୋଲି ମଧ୍ୟ ମାକ୍ରୋନ୍ କହିଥିଲେ। ଏପରି ମତାମତ ଇସଲାମ ବିରୋଧୀ ବୋଲି ଇସଲାମ୍ ଧର୍ମାବଲମ୍ବୀ ବହୁଳ ରାଷ୍ଟ୍ରଗୁଡ଼ିକ ମତ ଦେବା ସହ ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି। ମାକ୍ରୋନଙ୍କୁ ଏହି ପ୍ରସଙ୍ଗରେ ବ୍ୟାପକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଥିବା ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟି (ଏଏମୟୁ) ଛାତ୍ର ସଂଗଠନ (ଏଏମୟୁଏସ୍‌ୟୁ)ର ଜଣେ ଛାତ୍ର ତାଙ୍କ ମୁଣ୍ଡ କାଟିଦେବା ଉଚିତ ବୋଲି ମତ ଦେଇଛନ୍ତି। ଏଏମୟୁଏସୟୁର କ୍ୟାବିନେଟ୍ ସଦସ୍ୟ ଥିବା ଫରହାନ୍ ଜୁବେରୀଙ୍କ ଟ୍ବିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରାଯାଇଛି। ଗତ ଗୁରୁବାର ପୋଷ୍ଟ୍ ହୋଇଥିବା ଉକ୍ତ ଭିଡିଓରେ ଫରହାନ୍ ଖୋଲାଖୋଲି ଭାବେ ଧମକ ଦେଉଥିବା ଦେଖିବାକୁ ମିଳିଛି।

ଦେଶରେ ଅଶାନ୍ତି ଆଣିବ ଆମେରିକା ନିର୍ବାଚନ: ଜୁକରବର୍ଗ

ନୀଳାଚଳ ଇସ୍ପାତ ବିକ୍ରିପାଇଁ ବିଜେପି-ବିଜେଡି ମିଶି କରିଛନ୍ତି ମସୁଧା: କଂଗ୍ରେସ
ଓଡ଼ିଶା ଶିଳ୍ପ ଜଗତର ଏକ ମାଇଲଖୁଣ୍ଟ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ପାଇଁ ବିଜେଡ଼ି ଓ ବିଜେପି କରିଥିବା ମସୁଧାକୁ ଘୋର ନିନ୍ଦା ଓ ସମାଲୋଚନା କରିଛି କଂଗ୍ରେସ। ଗୁରୁବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ନୀଳାଚଳ ଇସ୍ପାତ ନିଗମର ବିକ୍ରି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ତଳସ୍ତରରେ ଯଦିଓ ଲୋକ ଦେଖାଣିଆ ଭାବରେ ବିଜେଡ଼ି-ବିଜେପି ନିଜ ନିଜ ଭିତରେ ବେଶ୍ କଳିର ନାଟକ ଦେଖାଉଛନ୍ତି, ତେବେ ରାଜ୍ୟର ଖଣି, ଜମି, ପାଣି, କଳ କାରଖାନା ବିକ୍ରିପାଇଁ ଦୁହେଁ ଏକାଠି ଓ ସହମତ। ରାଜ୍ୟ ବିଜେଡ଼ି କେନ୍ଦ୍ର ବିଜେପି ପାଖରେ କେଉଁ ଉଦ୍ଦେଶ୍ୟରେ ଆତ୍ମ ସମର୍ପଣ କରିଛି ତାହା ଆଦୌ ବୁଝା ପଡ଼ୁନାହିଁ। ରାଜ୍ୟର ସ୍ୱାର୍ଥକୁ ବଳିଦେଇ, ନିଜ ନିଜ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଲାଗିଛନ୍ତି। ରାଜ୍ୟର ଏକ ଲାଭଦାୟକ କାରଖାନା- ନୀଳାଚଳ ଇସ୍ପାତ ସମ୍ପର୍କୀୟ ଚୁକ୍ତିପତ୍ରରୁ ଏକଥା ସ୍ପଷ୍ଟ ଅନୁମେୟ ବୋଲି କାନୁନ୍‌ଗୋ କହିଛନ୍ତି।
ବିଜେଡି ବିରୋଧରେ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଫେରାଦ ହେଲା ବିଜେପି
ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି। ଏହା ସହ ଶାସକ ଦଳ ସରକାରୀ କଳ ଏବଂ ପୋଷ୍ଟାଲ ବାଲାଟ ଭୋଟିଂରେ ଜାଲିଆତି କରି ଭୋଟ ନିଜ ସପକ୍ଷକୁ ନେବାକୁ ଉଦ୍ୟମ ଚଲାଇଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ବିଜେଡି ନିର୍ଦେଶରେ ଚାଲିଛି। ସରକାରୀ କଳକୁ ଅପବ୍ୟବହାର କରିବା ବିରୋଧରେ ବିଜେପିର ଏକ ପ୍ରତିନିଧୀ ଦଳ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ବି. ଅମୃତାଭଲ୍ଲୀଙ୍କୁ ଭେଟି ଫେରାଦ ହୋଇଛି। ବିଜେପି ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମିଳିତ ଭାବେ ଯାଇ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଭେଟି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଦାବି ଜଣାଇଛନ୍ତି।
ଅର୍ଥନୀତିରେ ନୋବେଲ୍ ପାଇଁ
୨୦୨୦ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବା ସକାଶେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଦୁଇ ଅର୍ଥନୀତିଜ୍ଞ ପଲ୍ ଆର ମିଲଗ୍ରୋମ୍ ଓ ରବର୍ଟ ବି ୱିଲସନ୍ ମନୋନୀତ ହୋଇଛନ୍ତି। ଏହି ଦୁଇ ବିଶିଷ୍ଟ ଅର୍ଥନୀତିକ ଅକ୍ସନ୍ ଥିଓରୀର ବିକାଶ ଓ ନୂଆ ଅକ୍ସନ୍ ଫର୍ମାଟର ଉଦ୍ଭାବନ କରିଥିବାରୁ ସେମାନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୦ ସ୍ବେରିଜେସ୍ ରିକ୍ସବ୍ୟାଙ୍କ୍ ପୁରସ୍କାର ପ୍ରଦାନ ସକାଶେ ମନୋନୀତ କରାଯାଇଛି। ଏହି ପୁରସ୍କାର ବାବଦରେ ଦୁଇ ବିଜେତାଙ୍କୁ ୧୦ ନିୟୁତ ସ୍ବେଡିଶ୍ ନୋନୋର୍ ପ୍ରଦାନ କରାଯିବ। ଏହି ଦୁଇ ଅର୍ଥନୀତିଜ୍ଞ କିପରି ଭାବେ ଅକ୍ସନ୍ ପ୍ରକ୍ରିୟା ହୋଇଥାଏ ତାହା ଉପରେ ଗବେଷଣା କରିଛନ୍ତି। ସେହିପରି ପାରମ୍ପରିକ ତରିକାରେ ବିକ୍ରି ହେବା ଦିଗରେ ସମସ୍ୟାର ସମ୍ମୁଖୀନ ହେଉଥିବା ସାମଗ୍ରୀ ଓ ସେବାର ଉପଯୁକ୍ତ ଅକ୍ସନ୍ ପାଇଁ ମଧ୍ୟ ସେମାନେ ନୂଆ ତରିକା ଉଦ୍ଭାବନ କରିଛନ୍ତି। ଏଥି ମଧ୍ୟରେ ରେଡିଓ ଫ୍ରିକ୍ବେନ୍ସିଜ୍ ଅନ୍ୟତମ। ସେମାନଙ୍କର ଏହି ଉଦ୍ଭାବନ ଦ୍ବାରା ବିଶ୍ବର ବିକ୍ରେତା, କ୍ରେତା ଓ ଟିକସଦାତାମାନେ ଲାଭବାନ ହୋଇପାରିଛନ୍ତି।
ଭାରତ ବଜାରରେ ମାରୁତି ସୁଜୁକି
ଭାରତର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ଅଲ୍ଟୋ ମଡେଲ୍ ଇତିମଧ୍ୟରେ ଭାରତୀୟ ବଜାରରେ ୨୦ ବର୍ଷ ପୂରଣ କରିଛି। ପାଖାପାଖି ଦୁଇ ଦଶନ୍ଧି ତଳେ ଏହି ମଡେଲ୍ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଇତିମଧ୍ୟରେ ୪୦ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିଛି। ୨୦୦୦ ମସିହାରେ ସର୍ବପ୍ରଥମେ ଭାରତୀୟଙ୍କ ନିକଟରେ ମାରୁତି ସୁଜୁକି ତା’ର ଅଲ୍ଟୋ ମଡେଲ୍ ପହଞ୍ଚାଇଥିଲା। ଏହି ମଡେଲ୍ ଗତ ୨୦ ବର୍ଷ ଭିତରେ ଭାରତୀୟଙ୍କ ପ୍ରମୁଖ ପସନ୍ଦ ରହିଆସିଥିବା ବେଳେ ଏହା ପ୍ରଥମ ଥର ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ପରିଲକ୍ଷିତ ହୋଇଆସିଛି। ଏହି କାରଣରୁ ଗତ ୧୬ ବର୍ଷ ଧରି ଅଲ୍ଟୋ ଭାରତର ସର୍ବାଧିକ ବିକ୍ରି ହେଉଥିବା ଚାରିଚକିଆ ଯାନର ମର୍ଯ୍ୟାଦା ପାଇଆସିଛି। ସେହିପରି ଗତ ୨୦ ବର୍ଷ ମଧ୍ୟରେ ଏହି ମଡେଲରେ ଏକାଧିକ ବାର ପରିବର୍ତ୍ତନ କରାଯିବା ସହ ଏହାର ଆଧୁନିକୀକରଣ ମଧ୍ୟ କରାଯାଇ ସାରିଛି। ଫଳସ୍ବରୂପ କ୍ରମଶଃ ଏହି ମଡେଲରେ ପାରମ୍ପରିକ ସୁବିଧା ସହ ଅତ୍ୟାଧୁନିକ ଫିଚର୍ ମଧ୍ୟ ଉପଲବ୍ଦ ହୋଇପାରିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ସୋସାଲ ମିଡିଆ ପୋଷ୍ଟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇ ପାରିବନି ପୋଲିସ: ସୁପ୍ରିମକୋର୍ଟ
ସୋସାଲ ମିଡିଆରେ ପୋଷ୍ଟିଂ ପାଇଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀର ଜଣେ ମହିଳାଙ୍କ ପିଟିସନ ଆଧାରରେ ଏପରି ନିର୍ଦେଶନାମା ଜାରି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଦିଲ୍ଲୀର ଜଣେ ମହିଳା ସୋସାଲ ମିଡିଆରେ ପୋଷ୍ଟ କରି ବେଙ୍ଗଲ ସରକାରକୁ ଲକଡାଉନ ପାଳନ ଠିକ ଭାବେ କରାଯାଉନି ବୋଲି କହି ସମାଲେଚନା କରିଥିଲେ। ଆଉ ଏହା ପରଠାରୁ ସମ୍ପୃକ୍ତ ମହିଳାଙ୍କ ପାଖକୁ କୋଲକାତା ପୋଲିସ ବାରମ୍ବାର ନୋଟିସ ପଠାଇବା ସହ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦେଶ ଦେଉଥିଲା। ଆଉ ଏହାକୁ ଚ୍ୟାଲେଞ୍ଜ କରି ସମ୍ପୃକ୍ତ ମହିଳା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ବେଙ୍ଗଲ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।
ଗୁଣିଗାରେଡି ସନ୍ଦେହରେ ନାରକୀୟ କାଣ୍ଡ: ଅପହରଣ ପରେ ଗଡ଼ିଲା ୩ ମୁଣ୍ଡ
ସାମ୍ପ୍ରତିକ ସମୟରେ ବିଜ୍ଞାନ ବିକାଶ ଚରମ ସୀମାରେ ପହଞ୍ଚିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜ୍ଞାନ ସଭ୍ୟତାକୁ ନୂଆ ରୂପ ଦେବା ସହ ସମାଜରୁ କ୍ରମଶଃ କୁସଂସ୍କାର ଓ ଅନ୍ଧବିଶ୍ବାସକୁ ଦୂର କରିବା ସକାଶେ ପ୍ରୟାସ କରିଆସିଛି। କିନ୍ତୁ ଏବେ ବି ଦେଶର ଅନେକ ସ୍ଥାନରେ ଗୁଣିଗାରେଡ଼ି ଆଦିରେ ବିଶ୍ବାସ କରାଯାଉଛି ଓ ଏହାର କୁଫଳ ମଧ୍ୟ ଅନେକ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ନିକଟରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି। ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗୋଟିଏ ପରିବାରର ୩ ଜଣଙ୍କୁ ଗ୍ରାମବାସୀ ପ୍ରଥମେ ଅପହରଣ କରିନେବା ଓ ପରେ ସେମାନଙ୍କ ମୁଣ୍ଡ କାଟିବା ଭଳି ଜଘନ୍ୟ ଅପରାଧ ଘଟାଇଛନ୍ତି। ପାଖାପାଖି ୩ ସପ୍ତାହ ତଳେ ଗ୍ରାମବାସୀମାନେ ଉକ୍ତ ୩ ଜଣଙ୍କୁ ଅପହରଣ କରିନେଇଥିଲେ। ଗତ ଗୁରୁବାର ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ସେମାନଙ୍କ ଗଳିତ ଶବ ପୋଲିସ୍ ଉଦ୍ଧାର କରିଥିଲା। ହତ୍ୟାର ଶିକାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ବିର୍ସା ମୁଣ୍ଡା ପରିବାରର ମୁଖ୍ୟ ଥିବା ବେଳେ ତାଙ୍କ ପତ୍ନୀ ଶୁକ୍ରୁ ପୂର୍ତ୍ତି ଓ ସେମାନଙ୍କ କନ୍ୟା ସୋମୱାର୍ ପୂର୍ତ୍ତି ରହିଛନ୍ତି। ବିର୍ସାଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ଶୁକ୍ରୁଙ୍କ ବୟସ ୪୩ ଓ କନ୍ୟା ସୋମୱାରଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ସେମାନଙ୍କୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦିଆଯାଇଥିବା ବେଳେ ତିନି ଜଣଙ୍କ ମୁଣ୍ଡ ପୋଲିସ୍ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଛି।
ଚର୍ମରେ ଏଭଳି ଚିହ୍ନ ଦେଖିଲେ
ଧିରେ ଧିରେ ଶୀତଦିନ ପାଦ ଥାପୁଛି। ଏହି ଋତୁରେ ଲୋକଙ୍କ ଠାରେ ତ୍ବଚାର ଶୁଷ୍କପଣ ସମସ୍ୟା ଦେଖିବାକୁ ମିଳିଥାଏ। ସେହିପରି ସୋରିଆସିସ ରୋଗୀଙ୍କୁ ଏହି ଋତୁରେ ଅଧିକ ସମସ୍ୟା ହୋଇଥାଏ। ସୋରିଆସିସ ଚର୍ମ ସହିତ ଜଡ଼ିତ ଏକ ରୋଗ। ଯଦି ଆପଣଙ୍କର କହୁଣୀ, ଆଣ୍ଠୁ, ବେକମୁଣ୍ଡାର ଚର୍ମ ଅତ୍ୟଧିକ ଶୁଷ୍କ ହୋଇଯାଏ, ତେବେ ଏହାକୁ ଅଣଦେଖା କରନ୍ତୁନି। କାରଣ ଏହା ସୋରିଆସିସ ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ସାରା ବିଶ୍ବରେ ପାଖାପାଖି ୧୨.୫୦ କୋଟି ଲୋକ ଏହି ରୋଗର ଶିକାର ଅଟନ୍ତି। ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ପୂରା ବିଶ୍ବରେ ୨୯ ଅକ୍ଟୋବରକୁ ବିଶ୍ବ ସୋରିଆସିସ ଦିବସ ଭାବେ ପାଳନ କରାଯାଉଛି। ଯଦି ଆପଣ ଏହି ରୋଗର ଶିକାର, ତେବେ ଖାଦ୍ୟପେୟକୁ ନେଇ ଆପଣଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ।
ମା’ ଚାମୁଣ୍ଡା ମନ୍ଦିରରେ ଭକ୍ତଙ୍କୁ
ବିହାରରେ ନଭାଦା ଜିଲାରେ ରୁପେ ଗାଁରେ ଅବସ୍ଥିତ ମା’ ଚାମୁଣ୍ଡା ମନ୍ଦିରରେ ପୂଜା କରିବା ଦ୍ବାରା ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହେବା ସହିତ ସେମାନଙ୍କୁ ସବୁ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ନଭାଦା ଠାରୁ ପାଖାପାଖି ୨୩ କିମି ଦୂରରେ ରୋହ-କେଆକୋଲ ମାର୍ଗରେ ଅବସ୍ଥିତ ରୁପେ ଗାଁରେ ମା’ ଚାମୁଣ୍ଡା ମନ୍ଦିରରେ ପୂଜା କରିବା ଦ୍ବାରା ଭକ୍ତଙ୍କ ସବୁ ମନସ୍କାମନା ପୂରଣ ହୋଇଥାଏ। ନବରାତ୍ରି ସମୟରେ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ। ମା’ ଚାମୁଣ୍ଡା ଦେବୀଙ୍କ ଦରବାରରେ ଉପାସନା କରିବା ଦ୍ବାରା ଭକ୍ତଙ୍କୁ ରୂପ, ଜୟ ଓ ଯଶ ପ୍ରାପ୍ତି ହୋଇଥାଏ। ମା’ ଚାମୁଣ୍ଡା ଦେବୀଙ୍କ ଦର୍ଶନ ଓ ପୂଜନ କରିବା ଦ୍ବାରା ଭକ୍ତଙ୍କ ଜୀବନର ସମସ୍ୟା, ବାଧା ଓ କଷ୍ଟରୁ ମୁକ୍ତି ମିଳିଥାଏ।

ଫଟୋ ଗ୍ୟାଲେରୀ

ଜୋମାଟୋ ଗାର୍ଲ ଆସମା ଫୁଡ ଡେଲିଭରୀ ପାଇଁ ଛାଡ଼ିଥିଲେ ଚାକିରି
ଜୋମାଟୋର ଡେଲିଭରୀ ଗାର୍ଲ ଆସମା ଶେଖ ଚାକିରି ଛାଡ଼ି ଫୁଡ ଡେଲିଭରୀ କାମ କରୁଛନ୍ତି। ଗତବର୍ଷ ପ୍ରବଳ ବର୍ଷା ପାଇଁ ହୋଇଥିବା ବନ୍ୟା କାରଣରୁ ଆସମାଙ୍କ ପରିବାରର ବେପାର ପ୍ରଭାବିତ ହୋଇଥିଲା। ଏଥିପାଇଁ ତାଙ୍କ ପରିବାରକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଥିଲା। ପରିବାର ପାଖରେ ଜୀବନଯାପନ କରିବା ଲାଗି କୌଣସି ବିକଳ୍ପ ମଧ୍ୟ ନ ଥିଲା। ତେଣୁ ଆସମାଙ୍କ ପରିବାର ପୁନେ ଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଏଠାକୁ ଆସିବା ପରେ ଆସମା କଲ ସେଣ୍ଟରରେ କାମ କରିବା ଆରମ୍ଭ କଲେ। ଏହାଦ୍ବାରା ତାଙ୍କ ପରିବାରର ଆର୍ଥିକ ସମସ୍ୟାର ଧିରେ ଧିରେ ସମାଧାନ ହେବାରେ ଲାଗିଥିଲା। ଇତିମଧ୍ୟରେ ଆସମା ଚିନ୍ତା କରିଥିଲେ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଲାଗି ତାଙ୍କୁ ଅତିରିକ୍ତ କାମ କରିବା ଜରୁରୀ।
ଓଜନ ହ୍ରାସ ଲାଗି ଅଭିନେତ୍ରୀମାନେ କରୁଛନ୍ତି ଏହି ବ୍ୟାୟାମ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଏତେ ବ୍ୟସ୍ତ ଯେ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ସମୟ ମିଳି ନ ଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ହେଉଛି ମୋଟାପଣ। ବର୍ତ୍ତମାନ ସମୟରେ ଓଜନ ବଢ଼ିବା ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ ଓଜନ ହ୍ରାସ କରିବା ଲାଗି ଲୋକେ ଅନେକ ଉପାୟ ଆପଣାଇ ଥାନ୍ତି ତ ଆଉ କେତେକ ଲୋକେ ଜିମ ଯାଇଥାନ୍ତି। କିନ୍ତୁ ଏହା ସତ୍ତ୍ବେ ମଧ୍ୟ ବିଶେଷ କିଛି ଫରକ ପଡ଼ି ନ ଥାଏ। ବହୁତ କମ ଲୋକ ଜାଣିଛନ୍ତି ଏମିତି କିଛି ବ୍ୟାୟାମ ରହିଛି, ଯାହା କରିବା ସମୟରେ ଆପଣ ଏହାକୁ ଉପଭୋଗ ମଧ୍ୟ କରିଥାନ୍ତି। ଏହାଦ୍ବାରା ଆପଣଙ୍କ ଓଜନ ମଧ୍ୟ ସହଜରେ ହ୍ରାସ ହୋଇଥାଏ। ଏଠାରେ କାର୍ଡିଓ ଏକ୍ସରସାଇଜ ସମ୍ପର୍କରେ ସୂଚନା ଦିଆଯାଇଛି। ଯାହା ଦ୍ରୁତ ବେଗରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସେହିପରି ଅଧିକାଂଶ ଅଭିନେତ୍ରୀ ନିଜ ଓଜନ କମ କରିବା ଲାଗି ଏହି ବ୍ୟାୟାମର ସାହାରା ନେଇଥାନ୍ତି। କାରଣ ଫ୍ୟାଟ ବର୍ଣ୍ଣ କରିବା ପାଇଁ ହାଇ ଇେଣ୍ଟେନସିଟି ବ୍ୟାୟାମର ଆବଶ୍ୟକତା ରହିଛି। ସେହିପରି ନିମ୍ନରେ ମଧ୍ୟ ଆଉ କେତେକ ବ୍ୟାୟାମର ସୂଚନା ଦିଆଯାଇଛି ଯାହାକି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ