Friday 13 December 2019, 9:12:39 pm
ଆମ ସମ୍ପର୍କରେ
|
ଆମ ସହ ବିଜ୍ଞାପନ
|
ଯୋଗାଯୋଗ
|
ପ୍ରତିକ୍ରିୟା
|
ସଂଗ୍ରହାଳୟ
|
ଗ୍ରାହକ ହୁଅନ୍ତୁ
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ଅପରାଧ
ସମ୍ପାଦକୀୟ
କଳା ଓ ସଂସ୍କୃତି
ମତାମତ
ଉପଯୋଗୀ ଟିପ୍ସ
ଭେଟ୍ଘାଟ୍
ଲାଇଫ ଷ୍ଟାଇଲ
ଅନ୍ୟାନ୍ୟ
ଶ୍ରୀଜଗନ୍ନାଥ ଚେତନା
ସମ୍ପାଦକଙ୍କ ପସନ୍ଦ
ସ୍ବତନ୍ତ୍ର ପ୍ରସଙ୍ଗ
ବିଜ୍ଞାନ ଓ ପ୍ରଯୁକ୍ତି
ବାଦ ବିବାଦ
ଉତ୍ତମ ସ୍ବାସ୍ଥ୍ୟ
ନାରୀ
ଜଣା ଅଜଣା
ସୋସିଆଲ ମିଡିଆ
ବୁଲାବୁଲି
ପାଟି ସୁଆଦ
ରାଶିଫଳ
ନାଗରିକ ସାମ୍ବାଦିକ
ଶିଶୁ ରାଇଜ
ଫ୍ୟାଶନ
ଇତିହାସର ଆଇନାରେ
ଭିଡିଓ ଗ୍ୟାଲେରୀ
ଯୁବ ଜଗତ
ଶିକ୍ଷା ଓ କ୍ୟାରିଅର
ଛୋଟ ଛୋଟ କଥା
ଫଟୋ ଗ୍ୟାଲେରୀ
କାର୍ଟୁନ କର୍ଣ୍ଣର
ପ୍ରବନ୍ଧ
ହସକଥା
Email ID:
Password:
Forgot Password ? Click Here
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅପରାଧ
ଯୁବ ଜଗତ
ଲାଇଫ ଷ୍ଟାଇଲ
ଉତ୍ତମ ସ୍ବାସ୍ଥ୍ୟ
ଫଟୋ ଗ୍ୟାଲେରୀ
ଅନ୍ୟାନ୍ୟ
ଜଣା ଅଜଣା
ଇତିହାସର ଆଇନାରେ
ପାଟି ସୁଆଦ
ହସକଥା
ବୁଲାବୁଲି
ଉପଯୋଗୀ ଟିପ୍ସ
ନାରୀ
ଭିଡିଓ ଗ୍ୟାଲେରୀ
ଫ୍ୟାଶନ
କାର୍ଟୁନ କର୍ଣ୍ଣର
ମୁଖ୍ୟ ଖବର
ଚର୍ଚ୍ଚିତ ଖବର
ଅଧିକ ଦେଖନ୍ତୁ
ଦକ୍ଷିଣ ଓଡ଼ିଶାରେ ହେବ ହାତୀ ଅଭୟାରଣ୍ୟ
ରାହୁଲ୍ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଗୃହରେ ହୋହଲ୍ଲା: କ୍ଷମା ମାଗିବାକୁ ଦାବି
ଶ୍ରୀଲିଙ୍ଗରାଜଙ୍କ ପାଇଁ ତ୍ୟାଗ କର: ମୁଖ୍ୟମନ୍ତ୍ରୀ
ଧରାପଡ଼ିଲା ୨ କ୍ବିଣ୍ଟାଲ୍ ଓଜନର ବିରଳ ଶାଙ୍କୁଚ ମାଛ
ହାଫିଜ ପାଇଁ ତୁରନ୍ତ ଦଣ୍ଡ ବ୍ୟବସ୍ଥା କରିବାକୁ ପାକିସ୍ତାନକୁ
ରାଜ୍ୟ
ଅଧିକ ଦେଖନ୍ତୁ
ଶ୍ରୀଲିଙ୍ଗରାଜ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଜାରି
ଭୁବନେଶ୍ବର/ପୁରୀ: ଶୁକ୍ରବାର ଶ୍ରୀଲିଙ୍ଗରାଜ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଜାରି ରହିଛି। ଶୁକ୍ରବାର ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଉଚ୍ଛେଦ ଜାରି ରହିଛି। ବିଏମ୍ସି ପକ୍ଷରୁ ଦକ୍ଷିଣଦ୍ୱାର ସଂଲଗ୍ନରେ ଥିବା ଜବରଦଖଲକୁ ଶୁକ୍ରବାର ଉଚ୍ଛେଦ କରାଯାଉଛି। ଏଥିସହ ଲୋକମାନଙ୍କ ପ୍ରବଳ ବିରୋଧ ସତ୍ତ୍ବେ ତାରିଣୀ ମନ୍ଦିରକୁ ମଧ୍ୟ ଭଙ୍ଗାଯାଇଛି। ଶୁକ୍ରବାର ସ୍ଥାନୀୟ ଲୋକଙ୍କ ଜୋର୍ଦାର୍ ବିରୋଧ ପରେ ବୁଲଡୋଜର୍ ଫେରିଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ ପ୍ୟାକେଜ୍ ଘୋଷଣା କରିଥିଲେ। ଏହାପରେ ଶୁକ୍ରବାର ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି। ତେବେ ଗତକାଲି ପରି ଆଜି ସେତେଟା ବିରୋଧ ଦେଖିବାକୁ ମିଳିନାହିଁ।
ଦେଶ
ଅଧିକ ଦେଖନ୍ତୁ
ଆନ୍ଧ୍ରରେ ସ୍ବତନ୍ତ୍ର ବିଲ୍କୁ ମଞ୍ଜୁରୀ, ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୩ ସପ୍ତାହରେ ଦଣ୍ଡ
ହାଇଦ୍ରାବାଦ: ଗତ ମାସରେ ଜନୈକା ପଶୁ ଡାକ୍ତରଙ୍କୁ ୪ ଜଣ ଯୁବକ ପ୍ରଥମେ ଗଣଦୁଷ୍କର୍ମ ଓ ପରେ କିରାସିନି ଢାଳି ଜୀଅନ୍ତା ଜାଳିଦେବା ଭଳି ଅମାନବୀୟ କାଣ୍ଡ ଘଟାଇଥିବା ବେଳେ ପରେ ସେମାନଙ୍କର ଏନ୍କାଉଣ୍ଟର୍ରେ ମୃତ୍ୟୁ ହୋଇଛି। ତେବେ ଆନ୍ଧ୍ର ପ୍ରଦେଶରେ ଆଗାମୀ ଦିନରେ ଏପରି ଅଘଟଣ ଉପରେ ରୋକ ଲଗାଇବା ସହ ମାତ୍ର ୩ ସପ୍ତାହ ଭିତରେ ଦୁଷ୍କର୍ମ ଅଭିଯୁକ୍ତମାନଙ୍କର ତ୍ବରିତ ବିଚାର ସକାଶେ ଶୁକ୍ରବାର ବିଧାନସଭାରେ ଏକ ସ୍ବତନ୍ତ୍ର ବିଲ୍କୁ ମଞ୍ଜୁରୀ ମିଳିଛି। ଏହି ବିଲ୍ଟି ଆଇନରେ ପରିଣତ ହେଲେ, ମହିଳା ନିର୍ଯାତନା ଅଭିଯୁକ୍ତମାନଙ୍କୁ ୨୧ ଦିନ ଭିତରେ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ଜଣାପଡ଼ିଛି। ଏହି ବିଲ୍ର ନାମ ପଶୁ ଡାକ୍ତରଙ୍କ ନାମାନୁସାରେ ଆନ୍ଧ୍ର ପ୍ରଦେଶ ଦିଶା ଆକ୍ଟ କ୍ରିମିନାଲ୍ ଲ’ (ଏପି ଆମେଣ୍ଡ୍ମେଣ୍ଟ୍) ଆକ୍ଟ, ୨୦୧୯ ରଖାଯାଇଥିବା ବେଳେ ଏହାକୁ ରାଜ୍ୟ ଗୃହ ମନ୍ତ୍ରୀ ଏମ. ସୁଚରିତା ବିଧାନସଭାରେ ଉପସ୍ଥାପନ କରିଥିଲେ। ଶାସକ ୱାଇଏସ୍ଆର୍ କଂଗ୍ରେସ ଏହି ପଦକ୍ଷେପକୁ ବୈପ୍ଳବିକ ବୋଲି ମତ ଦେଇଛି।
ବିଶ୍ଵ
ଅଧିକ ଦେଖନ୍ତୁ
ଆମେରିକା-ଭାରତ ସାମରିକ ସମ୍ପର୍କ ମଜଭୁତ ଉପରେ ଆମେରିକୀୟ ସାଂସଦଙ୍କ ଗୁରୁତ୍ବ
ଭାରତକୁ ନାଟୋରେ ସାମିଲ୍ କରିବା ସକାଶେ ନ୍ୟାସନାଲ୍ ଡିଫେନ୍ସ ଅଥରାଇଜେସନ୍ ଆକ୍ଟ (ଏନ୍ଡିଏଏ)ରେ ଆବଶ୍ୟକ ସଂଶୋଧନ ସପକ୍ଷରେ ମତ ବାଢ଼ିଛନ୍ତି ଆମେରିକାର ଜଣେ ସାଂସଦ। ନୂଆଦିଲ୍ଲୀ ସହ ଆମେରିକାର ସାମରିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଉକ୍ତ ସାଂସଦ ଜଣକ ମଧ୍ୟ ଫୋକସ୍ କରିଛନ୍ତି। ଆମେରିକା କଂଗ୍ରେସର ସାଂସଦ ବ୍ରାଡ୍ ଶେର୍ମାନ୍ କହିଛନ୍ତି ଯେ ଆମେରିକାର ଭାରତର ପ୍ରତିରକ୍ଷା ସମ୍ପର୍କ କ୍ରମଶଃ ଶକ୍ତିଶାଳୀ ହେଉଛି। ଭାରତ ସହିତ ଅନ୍ୟାନ୍ୟ ଦେଶ ତୁଳନାରେ ଆମେ ସର୍ବାଧିକ ମିଳିତ ସମରାଭ୍ୟାସ ମଧ୍ୟ କରିଛୁ। ତା’ଛଡ଼ା ଭାରତକୁ ଆମେରିକା ହିଁ ସବୁଠାରୁ ଅଧିକ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଛି ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶେରମାନ୍ କହିଛନ୍ତି।
ରାଜନୀତି
ଅଧିକ ଦେଖନ୍ତୁ
ଆମେରିକା-ଭାରତ ସାମରିକ ସମ୍ପର୍କ
ୱାଶିଂଟନ୍: ଭାରତକୁ ନାଟୋରେ ସାମିଲ୍ କରିବା ସକାଶେ ନ୍ୟାସନାଲ୍ ଡିଫେନ୍ସ ଅଥରାଇଜେସନ୍ ଆକ୍ଟ (ଏନ୍ଡିଏଏ)ରେ ଆବଶ୍ୟକ ସଂଶୋଧନ ସପକ୍ଷରେ ମତ ବାଢ଼ିଛନ୍ତି ଆମେରିକାର ଜଣେ ସାଂସଦ। ନୂଆଦିଲ୍ଲୀ ସହ ଆମେରିକାର ସାମରିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଉକ୍ତ ସାଂସଦ ଜଣକ ମଧ୍ୟ ଫୋକସ୍ କରିଛନ୍ତି। ଆମେରିକା କଂଗ୍ରେସର ସାଂସଦ ବ୍ରାଡ୍ ଶେର୍ମାନ୍ କହିଛନ୍ତି ଯେ ଆମେରିକାର ଭାରତର ପ୍ରତିରକ୍ଷା ସମ୍ପର୍କ କ୍ରମଶଃ ଶକ୍ତିଶାଳୀ ହେଉଛି। ଭାରତ ସହିତ ଅନ୍ୟାନ୍ୟ ଦେଶ ତୁଳନାରେ ଆମେ ସର୍ବାଧିକ ମିଳିତ ସମରାଭ୍ୟାସ ମଧ୍ୟ କରିଛୁ। ତା’ଛଡ଼ା ଭାରତକୁ ଆମେରିକା ହିଁ ସବୁଠାରୁ ଅଧିକ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଛି ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶେରମାନ୍ କହିଛନ୍ତି।
ସିଏବି ବିରୋଧ ଏଫେକ୍ଟ: ଭାରତ
ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ ବିରୋଧ କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବ୍ୟାପକ ଆନ୍ଦୋଳନ ଚାଲିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଗୁରୁବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ୍ କଲାମ୍ ଅବଦୁଲ୍ ମୋମେନ୍ ତାଙ୍କ ଭାରତ ଗସ୍ତକୁ ବାତିଲ୍ କରିଦେଇଛନ୍ତି ଓ ଆସନ୍ତା ବର୍ଷ ଜାନୁଆରୀରେ ପୁନର୍ବାର ଗସ୍ତ କରିପାରନ୍ତି ବୋଲି ଘୋଷଣା କରିଛନ୍ତି। ଏହାର ଦିନକ ପରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ଭବିଷ୍ୟତରେ ସୁବିଧାସୁଯୋଗ ଦେଖି ସେ ଭାରତ ଗସ୍ତ କରିବେ ବୋଲି ମଧ୍ୟ ସୂଚନା ଦେଇଥିବା ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି।
ବାଣିଜ୍ୟ ଓ ଅର୍ଥନୀତି
ଅଧିକ ଦେଖନ୍ତୁ
ଏୟାର୍ ଇଣ୍ଡିଆରୁ ସମସ୍ତ ପୁଞ୍ଜି
କ୍ଷତିରେ ଚାଲୁଥିବା ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର୍ ଇଣ୍ଡିଆରୁ କେନ୍ଦ୍ର ସରକାର ତାଙ୍କର ସମସ୍ତ ପୁଞ୍ଜି ପ୍ରତ୍ୟାହାର କରିବେ ଓ ଏହାର ଘରୋଇକରଣ କରାଯିବ। ଗୁରୁବାର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତର ଉପସ୍ଥାପନ କରି କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ପୁରୀ କହିଛନ୍ତି ଯେ ବର୍ତ୍ତମାନ ଏୟାର୍ ଇଣ୍ଡିଆ ଉପରେ ୫୦ ହଜାର କୋଟି ଟଙ୍କାର ୠଣବୋଝ ରହିଥିବାରୁ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକିଦିଆଯିବା ସକାଶେ ନିଷ୍ପତ୍ତି ହୋଇଛି। ନୂଆ ସରକାର ଗଠନ ପରେ ଏୟାର୍ ଇଣ୍ଡିଆ ସ୍ପେସିଫିକ୍ ଅଲ୍ଟର୍ନେଟିଭ୍ ମେକାନିଜମ୍ (ଆଇସାମ୍)ର ପୁନର୍ଗଠନ ହୋଇଛି ଓ ଏହି କମ୍ପାନୀରୁ ସମସ୍ତ ପୁଞ୍ଜି ପ୍ରତ୍ୟାହାର କରାଯିବା ସକାଶେ ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି ପୁରୀ କହିଛନ୍ତି।
ନଭେମ୍ବରରେ ୧୨ ପ୍ରତିଶତ କମିଛି
ନୂଆଦିଲ୍ଲୀ: ଗତ ନଭେମ୍ବରରେ ଗାଡ଼ି ବିକ୍ରି ପରିମାଣ ୧୨.୦୫ ପ୍ରତିଶତ ହ୍ରାସ ପାଇଛି। ଗତ ୨୦୧୮-୧୯ ଆର୍ଥିକ ବର୍ଷର ନଭେମ୍ବରରେ ୨୦.୩୮ ଲକ୍ଷ ଗାଡ଼ି ଭାରତରେ ବିକ୍ରି ହୋଇଥିବା ବେଳେ ଗତ ନଭେମ୍ବରରେ ୧୭.୯୨ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍ଚରର୍ସ (ଏସ୍ଆଇଏଏମ୍) ପକ୍ଷରୁ ଜାରି ତଥ୍ୟରୁ ଏହା ଜଣାପଡ଼ିଛି। ତେବେ ମଙ୍ଗଳବାର ଜାରି ଏହି ତଥ୍ୟରୁ ଅଟୋ ଶିଳ୍ପର କେତେକ ନିର୍ଦ୍ଦିଷ୍ଟ ବର୍ଗରେ ଉତ୍ସାହଜନକ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। କିନ୍ତୁ ମୋଟାମୋଟି ଭାବେ ଗାଡ଼ି ବିକ୍ରି ପରିମାଣ ୧୬ ପ୍ରତିଶତ ହ୍ରାସ ପାଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।
ମନୋରଞ୍ଜନ
ଅଧିକ ଦେଖନ୍ତୁ
ହଟ୍ ଏଣ୍ଡ ସେକ୍ସି ହୀନା କ୍ୟାଟ୍ରିନାଙ୍କୁ
ଟିଭିରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା ଅଭିନେତ୍ରୀ ହୀନା ଖାନ ଅନ୍ୟତମଲୋକପ୍ରିୟ ଅଭିନେତ୍ରୀ ଭାବେ ଗଣା ଯାଉଛନ୍ତି। ହୀନା ନିଜ ପରିଶ୍ରମ ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ସେ ତାଙ୍କର ସମସ୍ତ କାମରେ ହିଟ୍ ପ୍ରମାଣିତ ହୋଇଛନ୍ତି। ଫ୍ୟାନ୍ ଫଲୋଇଙ୍ଗ କ୍ଷେତ୍ରରେ ମଧ୍ୟ ହୀନା ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଟକ୍କର ଦେଉଥିବା ଦେଖିବାକୁ ମିଳୁଛି। ଏବେ ହୀନାଙ୍କ ମୁଣ୍ଡରେ ଆହୁରି ଏକ ସଫଳତାର ତାଜ ଦେଖିବାକୁ ମିଳିଛି। ସଦ୍ୟତମ ପ୍ରକାଶିତ ଏସିଆର ସେକ୍ସି ଅଭିନେତ୍ରୀ ତାଲିକାରେ ହୀନା କ୍ୟାଟ୍ରିନାଙ୍କ ଭଳି ବହୁ ନାମୀଦାମୀ ଅଭିନେତ୍ରୀଙ୍କୁ ପଛରେ ପକାଇଛନ୍ତି।
ଟ୍ବିଙ୍କଲଙ୍କୁ ପିଆଜ ଇଅରରିଙ୍ଗସ୍ ଉପହାର ଦେଲେ ଅକ୍ଷୟ
ଅକ୍ଷୟ କୁମାରଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କଲ ଖାନା ନିଜ ସ୍ପଷ୍ଟବାଦିତା ପାଇଁ ଜଣାଶୁଣା। ପୁଣିଥରେ ସୋସାଲ ମିଡିଆରେ ଏହି କାରଣରୁ ସେ ଛାଇ ଯାଇଛନ୍ତି। ସୋସାଲ ମିଡିଆରେ ଟ୍ବିଙ୍କଲ ଏମିତି କିଛି ନା କିଛି କରିଥାନ୍ତି, ଯାହାଫଳରେ ଲୋକଙ୍କ ଭରପୂର ମନୋରଞ୍ଜନ ହୋଇଥାଏ। ଏଥର ଟ୍ବିଙ୍କଲ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପିଆଜ ଲାଗିଥିବା ଇଅରରିଙ୍ଗସ୍ ପୋଷ୍ଟ କରିଛନ୍ତି। ସବୁଠାରୁ ମଜା କଥା ହେଉଛି ଏହି ଇଅରରିଙ୍ଗସ୍ ତାଙ୍କ ପତି ଅକ୍ଷୟ କୁମାର ତାଙ୍କୁ ଉପହାର ଦେଇଥିବା ଟ୍ବିଙ୍କଲ କ୍ୟାପ୍ସନ୍ରେ ଲେଖିଛନ୍ତି।
ଖେଳକୁଦ
ଅଧିକ ଦେଖନ୍ତୁ
ବିଡବ୍ଲୁଏଫ୍ ୱାର୍ଲ୍ଡ ଟୁର ଫାଇନାଲ୍ସ
ପିଭି ସିନ୍ଧୁ ବିଡବ୍ଲୁଏଫ୍ ୱାର୍ଲ୍ଡ ଟୁର ଫାଇନାଲ୍ସ ଟାଇଟଲ ବଜାୟ ରଖିବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଗୁଆଙ୍ଗଝୌରେ ଚାଲିଥିବା ବିଡବ୍ଲୁଏଫ୍ ୱାର୍ଲ୍ଡ ଟୁର ଫାଇନାଲ୍ସରେ ଲଗାତର ଦ୍ବିତୀୟ ପରାଜୟ ବରଣ କରିବା ପରେ ତାଙ୍କର ସେମିଫାଇନାଲ ଖେଳିବା ଅଶା ଧୂଳିସାତ ହୋଇଛି। ଗ୍ରୁପ୍ ଏ’ର ଦ୍ବିତୀୟ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ୟୁ ଫେଇଙ୍କଠାରୁ ୨୦-୨୨, ୨୧-୧୬, ୨୧-୧୨ରେ ହାରି ଯାଇଛନ୍ତି। ଅନ୍ୟପକ୍ଷରେ ଜାପାନର ଅକାନେ ୟାମାଗୁଚି ୨୫-୨୭, ୨୧-୧୦, ୨୧-୧୩ରେ ଚୀନ୍ର ବିଙ୍ଗଜିଓଙ୍କୁ ହରାଇବା ସିନ୍ଧୁଙ୍କ ପାଇଁ ବାଟ ବନ୍ଦ କରି ଦେଇଛି। ଉଭୟ ୟୁ ଫେଇ ଓ ୟାମାଗୁଚି ୨ଟି ଲେଖାଏଁ ବିଜୟ ସହ ଗ୍ରୁପ୍ ଏ’ରୁ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ମୁମ୍ବାଇରେ ଗର୍ଜିଲା ଟିମ୍ ଇଣ୍ଡିଆ
ଚଳିତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍କୁ ୨-୧ରେ ଜିତିଛି ଟିମ୍ ଇଣ୍ଡିଆ। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଥିବା ଘରୋଇ ଦଳ ଦ୍ବିତୀୟ ମ୍ୟାଚ୍ରେ ପରାସ୍ତ ହେବା ଫଳରେ ସିରିଜ୍ ବରାବର ହୋଇଥିଲା। କିନ୍ତୁ ତୃତୀୟ ମୁକାବିଲାରେ ବୁଧବାର ଭାରତ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ପୂର୍ବକ ଭ୍ରମଣକାରୀ ୱେଷ୍ଟ୍ଇଣ୍ଡିଜ୍କୁ ୬୭ ରନ୍ରେ ହରାଇ ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇ ଇଣ୍ଡିଜ୍ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଘରୋଇ ଦଳ ୩ ୱିକେଟ୍ରେ ୨୪୦ ରନ୍ର ବିଶାଳ ସ୍କୋର୍ କରିଥିଲା। ଭାରତ ପକ୍ଷରୁ ଓପନର ରୋହିତ ଶର୍ମା, ଲୋକେଶ ରାହୁଲ୍ଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୭୩ ରନ୍ କରିବା ଫଳରେ ୬୭ ରନ୍ରେ ପରାଜୟ ବରଣ କରିଛି।
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅଧିକ ଦେଖନ୍ତୁ
ରାହୁଲ୍ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ
ଦେଶରେ ଦିନକୁ ଦିନ ଦୁଷ୍କର୍ମ ଘଟଣାମାନ ବଢ଼ିଚାଲିଥିବା ପରିପ୍ରେକ୍ଷୀରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧି ‘ମେକ୍ ଇନ୍ ଇଣ୍ଡିଆ’କୁ ତାତ୍ସଲ୍ୟ କରି ‘ରେପ୍ ଇନ୍ ଇଣ୍ଡିଆ’ ବୋଲି ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଶୁକ୍ରବାର ଲୋକସଭାରେ ପ୍ରବଳ ତୁମ୍ଭିତୋଫାନ ହୋଇଛି। ବିଜେପି ଓ ଏହାର ସହଯୋଗୀ ଦଳର ସାଂସଦମାନେ ରାହୁଲ୍ ଗାନ୍ଧି ଏପରି ମନ୍ତବ୍ୟ ପାଇଁ ଗୃହରେ କ୍ଷମା ମାଗିବା ପାଇଁ ଅଡ଼ି ବସିବାରୁ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ରାହୁଲ୍ଙ୍କ ମନ୍ତବ୍ୟ ସମସ୍ତଙ୍କୁ କଷ୍ଟ ଦେଇଛି ଓ ଦେଶର ଜନସାଧାରଣ ଏଥିରେ ମର୍ମାହତ ହୋଇଛନ୍ତି। ତେଣୁ ସେ କ୍ଷମା ମାଗିବା ଦରକାର ବୋଲି ରାଜନାଥ ଦାବି କରିଛନ୍ତି। ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ରାହୁଲ୍ଙ୍କ ମନ୍ତବ୍ୟକୁ ବିରୋଧ କରାଯିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଅଯୋଧ୍ୟା ମାମଲାରେ
ଗତ ନଭେମ୍ବର ୯ ତାରିଖରେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ୫ଜଣିଆ ଖଣ୍ଡପୀଠ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ରାୟ ଦେଇଥିଲେ। ଏହି ରାୟରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଆଦେଶ ଦେବା ସହ ପ୍ରତିପକ୍ଷ ମୁସଲିମ୍ ପକ୍ଷକୁ ବିକଳ୍ପ ସ୍ଥାନରେ ୫ ଏକର ଜମି ଯୋଗାଇଦେବା ସକାଶେ ମଧ୍ୟ ନିର୍ଦେଶ ଦେଇଥିଲେ। ତେବେ ଏହି ରାୟରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମ୍କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିବା ବେଳେ ଗୁରୁବାର ଏହାର ଶୁଣାଣି କରିଛନ୍ତି ୫ଜଣିଆ ଖଣ୍ଡପୀଠ। ସମୁଦାୟ ୧୮ଟି ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବା ବେଳେ ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟ ଚୂଡ଼ାନ୍ତ ବୋଲି ଖଣ୍ଡପୀଠ କହିଛନ୍ତି। ଗୁରୁବାର ଏହି ରିଭ୍ୟୁ ପିଟିସନ୍ର ବିଚାର କୋର୍ଟରେ କରା ନ ଯାଇ ଚାମ୍ବର୍ରେ କରାଯାଇଥିଲା। ରାୟ ଶୁଣାଇଥିବା ଖଣ୍ଡପୀଠରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ସ୍ଥାନ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ନେଇଥିବା ବେଳେ ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ. ଅବଦୁଲ୍ ନଜୀର୍। ଖଣ୍ଡପୀଠର ନେତୃତ୍ବ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ ନେଉଛନ୍ତି।
ଅପରାଧ
ଅଧିକ ଦେଖନ୍ତୁ
ଓ୍ବାଶିଙ୍ଗ୍ ମେସିନ୍ ଭିତରେ ପଶି
ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଅନୈତିକ ଉପାୟରେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡୁଥିବା ବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି କାର୍ଲିଫର୍ଣ୍ଣିଆରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଆମେରିକାରେ ପ୍ରବେଶ କରିବାକୁ ଯାଉଥିବାବେଳେ ସାନ୍ ସିଡ୍ରୋପୋଟ୍ରୋ ଠାରୁ ୧୧ ଜଣ ଚୀନି ଅଧିବାସୀ ଧରାପଡିଛନ୍ତି। ସେମାନେ ଓ୍ବାଶିଙ୍ଗ୍ ମେସିନ୍, ଆଲମାରୀ ଏବଂ ସୋଫା ଭିତରେ ଲୁଚିରହି ଏକ ଟ୍ରକ୍ରେ ଆମେରିକା ଯାଉଥିବାବେଳେ କାର୍ଲିଫର୍ନିଆରେ ପୋଲିସ ତାଙ୍କୁ ଗିରଫ କରିଛି। ୟୁଏସ୍ କଷ୍ଟମ ଏବଂ ବର୍ଡର ପ୍ରୋଟେକସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟ୍ରକ୍ ଚାଳକ ଜଣଙ୍କ ଆମେରିକାର ନାଗରିକ ବୋଲି ଜଣାପଡିଛି। ଗତ ମାସରେ ମଧ୍ୟ ଏମିତି ଢଙ୍ଗରେ କେତେକ ଚାଇନା ଅଧିବାସୀ ଆମେରିକାରେ ପ୍ରବେଶ କରୁଥିବାବେଳେ ଧରାପଡିଥିଲେ।
ଆନ୍ଧ୍ରରେ ସ୍ବତନ୍ତ୍ର ବିଲ୍କୁ ମଞ୍ଜୁରୀ
ଗତ ମାସରେ ଜନୈକା ପଶୁ ଡାକ୍ତରଙ୍କୁ ୪ ଜଣ ଯୁବକ ପ୍ରଥମେ ଗଣଦୁଷ୍କର୍ମ ଓ ପରେ କିରାସିନି ଢାଳି ଜୀଅନ୍ତା ଜାଳିଦେବା ଭଳି ଅମାନବୀୟ କାଣ୍ଡ ଘଟାଇଥିବା ବେଳେ ପରେ ସେମାନଙ୍କର ଏନ୍କାଉଣ୍ଟର୍ରେ ମୃତ୍ୟୁ ହୋଇଛି। ତେବେ ଆନ୍ଧ୍ର ପ୍ରଦେଶରେ ଆଗାମୀ ଦିନରେ ଏପରି ଅଘଟଣ ଉପରେ ରୋକ ଲଗାଇବା ସହ ମାତ୍ର ୩ ସପ୍ତାହ ଭିତରେ ଦୁଷ୍କର୍ମ ଅଭିଯୁକ୍ତମାନଙ୍କର ତ୍ବରିତ ବିଚାର ସକାଶେ ଶୁକ୍ରବାର ବିଧାନସଭାରେ ଏକ ସ୍ବତନ୍ତ୍ର ବିଲ୍କୁ ମଞ୍ଜୁରୀ ମିଳିଛି। ଏହି ବିଲ୍ଟି ଆଇନରେ ପରିଣତ ହେଲେ, ମହିଳା ନିର୍ଯାତନା ଅଭିଯୁକ୍ତମାନଙ୍କୁ ୨୧ ଦିନ ଭିତରେ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ଜଣାପଡ଼ିଛି। ଏହି ବିଲ୍ର ନାମ ପଶୁ ଡାକ୍ତରଙ୍କ ନାମାନୁସାରେ ଆନ୍ଧ୍ର ପ୍ରଦେଶ ଦିଶା ଆକ୍ଟ କ୍ରିମିନାଲ୍ ଲ’ (ଏପି ଆମେଣ୍ଡ୍ମେଣ୍ଟ୍) ଆକ୍ଟ, ୨୦୧୯ ରଖାଯାଇଥିବା ବେଳେ ଏହାକୁ ରାଜ୍ୟ ଗୃହ ମନ୍ତ୍ରୀ ଏମ. ସୁଚରିତା ବିଧାନସଭାରେ ଉପସ୍ଥାପନ କରିଥିଲେ। ଶାସକ ୱାଇଏସ୍ଆର୍ କଂଗ୍ରେସ ଏହି ପଦକ୍ଷେପକୁ ବୈପ୍ଳବିକ ବୋଲି ମତ ଦେଇଛି।
ଉତ୍ତମ ସ୍ବାସ୍ଥ୍ୟ
ଅଧିକ ଦେଖନ୍ତୁ
ଆଫଗାନିସ୍ତାନରେ ୭୨୦୦
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଆଫଗାନିସ୍ତାନରେ ପାଖାପାଖି ୭,୨୦୦ ଲୋକ ଏଚ୍ଆଇଭି ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରବିବାର ବିଶ୍ବ ଏଡ୍ସ ଦିବସ ଅବସରରେ ଡବ୍ଲୁଏଚ୍ଓ ଆଫଗାନିସ୍ତାନରେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବ୍ୟାପକ ଜନ ସଚେତନତା ଅଭିଯାନ ପାଇଁ ଆହ୍ବାନ କରିଛି। କିନ୍ତୁ ଆଫଗାନିସ୍ତାନର ମିନିଷ୍ଟ୍ରୀ ଅଫ୍ ପବ୍ଲିକ୍ ହେଲ୍ଥ ଅନୁସାରେ ଦେଶରେ ଏଚ୍ଆଇଭି ସଂକ୍ରମିତଙ୍କର କେବଳ ୨,୮୮୩ ମାମଲା ପଞ୍ଜୀକରଣ କରାଯାଇଛି।
ତୁରନ୍ତ ଚିକିତ୍ସା ଜନ୍ମରୁ ଏଚ୍ଆଇଭି
ତଥ୍ୟ ଅନୁସାରେ ସବ୍-ସାହାରାନ ଆଫ୍ରିକାରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ପିଲା ଏଚ୍ଆଇଭି ଭାଇରସ ସହିତ ଜନ୍ମ ହେଉଛନ୍ତି। ବୋତ୍ସୱାନାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଏଚ୍ଆଇଭିରେ ଆକ୍ରାନ୍ତ ନବଜାତ ଶିଶୁଙ୍କର ତୁରନ୍ତ ଚିକିତ୍ସା କରାଯାଏ, ତାହାଲେ ଏଚ୍ଆଇଭି ଭାଇରସ ସେମାନଙ୍କଠାରେ ଦୀର୍ଘ ବର୍ଷ ଯାଏ ନିଷ୍କ୍ରିୟ ହୋଇଯାଇଥାଏ। ଏହି ତଥ୍ୟ ଏନ୍ପିଆର୍ର ପିଏନ୍ ହୁଆଙ୍ଗ ରିପୋର୍ଟରେ କୁହାଯାଇଛି।
ବୁଲାବୁଲି
ଅଧିକ ଦେଖନ୍ତୁ
ବୃନ୍ଦାବନର ଏହି ମନ୍ଦିର ଆପେ
ଦୁନିଆର ସମସ୍ତ ପ୍ରେମ କାହାଣୀ ମଧ୍ୟରେ ସବୁଠାରୁ ନିଆରା ହେଉଛି ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ। ଏଥିପାଇଁ ବିଶ୍ବରେ ଅନେକ ମନ୍ଦିରରେ ରାଧାକୃଷ୍ଣଙ୍କ ମୂର୍ତ୍ତି ପୂଜା କରାଯାଇଥାଏ। ଭାରତରେ ଏଭଳି ଅନେକ ମନ୍ଦିର ରହିଛି, ଯାହା ବହୁତ ନିଆରା ଓ ଚମତ୍କାରୀ ଅଟେ। ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣଙ୍କର ଏଭଳି ଏକ ମନ୍ଦିର ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନ୍ଦିର ଏତେ ଚମତ୍କାରୀ ଯେ ଯାହା ସମ୍ପର୍କରେ ଜାଣିବା ପରେ ଆପଣ ଚକିତ ହୋଇଯିବେ। ଏହି ମନ୍ଦିର ଆପେ ଆପେ ଖୋଲିବା ସହିତ ବନ୍ଦ ମଧ୍ୟ ହୋଇଥାଏ।
ଖ୍ରଷ୍ଟମାସ ସେଲିବ୍ରେସନ ପାଇଁ
ଶୀତଦିନେ ଭ୍ରମଣ କରିବାର ମଜା କିଛି ଅଲଗା ପ୍ରକାରର। ଖ୍ରୀଷ୍ଟମାସ ଅବସରରେ ଭଳିକି ଭଳି ଜିନିଷରେ ପରିପୂର୍ଣ୍ଣ ବଜାର ଓ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ ଗଛକୁ ଦେଖିବାକୁ କାହାର ଇଚ୍ଛା ହୋଇ ନ ଥାଏ। ଖ୍ରୀଷ୍ଟମାସ ଏପରି ଏକ ପର୍ବ ଯାହର ଚମକ ବଜାରରେ ୧ ମାସ ପୂର୍ବରୁ ଦେଖିବାକୁ ମିଳିଥାଏ। ଯଦି ଆପଣ ମଧ୍ୟ ଏହି ଖାସ୍ ଅବସରରେ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଭାରତର କେତେକ ସ୍ଥାନକୁ ଯାଇପାରିବେ। ଚାଲନ୍ତୁ ଜାଣିବା ଏହି ସବୁ ସ୍ଥାନ ସମ୍ପର୍କରେ।
ଫଟୋ ଗ୍ୟାଲେରୀ
ନାରୀ
ଅଧିକ ଦେଖନ୍ତୁ
ସାବଧାନ: ଚର୍ମକୁ କ୍ଷତି
ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ବ୍ୟୁଟି ବ୍ଲେଣ୍ଡର, ମସ୍କରା, ଲିପ୍ ଗ୍ଲସ୍ ଭଳି ପ୍ରସାଧନ ସାମଗ୍ରୀ ମାଧ୍ୟମରେ ପ୍ରାଣଘାତକ ସୁପରବଗ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଆମେରିକାରେ ନିକଟରେ ହୋଇଥିବା ଏକ ଗବେଷଣା ପରେ ଗବେଷକମାନେ ଏହି ଚେତାବନୀ ଦେଇଛନ୍ତି। ଆମେରିକାର ଇଷ୍ଟର୍ଣ୍ଣ ୟୁନିଭର୍ସିଟିର ମୁଖ୍ୟ ଗବେଷକ ଅମରିନ ବଶୀର କହିଛନ୍ତି ଯେ ଲଣ୍ଡନରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକେ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି। ଏହି ସବୁ ଉତ୍ପାଦ ଜରିଆରେ ଘାତକ ଇ-କୋଲି ଓ ଷ୍ଟାଫିଲୋକୋକି ବ୍ୟାକ୍ଟେରିଆରେସଂକ୍ରମିତ ହୋଇଥାଏ। କାରଣ ଏହାକୁ ସଫା କରାଯାଇ ପାରି ନ ଥାଏ। ଏପରିକି କେତେକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀର ଏକ୍ସପାୟାରି ଡେଟ୍ ଗଲା ପରେ ମଧ୍ୟ ଏହାକୁ ଅନେକ ବ୍ୟବହାର କରିଥାନ୍ତି, ଯାହାକି ବିପଦଜନକ ହୋଇପାରେ।
ଏମାନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା, ଜଣେ ଭାରତୀୟ ବି ସାମିଲ୍
ସୌନ୍ଦର୍ଯ୍ୟର କୌଣସି ମାପକାଠି ନାହିଁ। କାରଣ ସୌନ୍ଦର୍ଯ୍ୟ ଏକ ଈଶ୍ବରଦତ୍ତ ଗୁଣ। ତେବେ ବିଶ୍ବରେ ଏପରି କେତେକ ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନେ ସୁନ୍ଦର ହେବା ସହ ସେମାନଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟସ୍ଥଳୀ ଏହି ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ଦେଇଥାଏ। ଏଭଳି ବ୍ୟକ୍ତିମାନେ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ପରିଚିତ ହୋଇଥାନ୍ତି। ଚାଲନ୍ତୁ ଜାଣିବା ଏଭଳି କେତେକ ସୁନ୍ଦରୀଙ୍କ ସମ୍ପର୍କରେ, ଯେଉଁମୋନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା ଭାବେ ପରିଚିତି ହାସଲ କରିଛନ୍ତି।
ଯୁବ ଜଗତ
ଅଧିକ ଦେଖନ୍ତୁ
ରିଭେଞ୍ଜ ପର୍ଣ୍ଣୋଗ୍ରାଫିର ହବ୍
ଫେସ୍ବୁକ୍ ଓ ହ୍ବାଟସ୍ଆପ୍ ଭଳି ସୋସାଲ ନେଟୱର୍କିଂ ସାଇଟ୍ ପ୍ଲାଟଫର୍ମ ଆସିବା ପରେ ଭାରତରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ମାମଲା ବହୁତ ବଢ଼ି ଯାଇଛି। ଭାରତରେ ପ୍ରତ୍ୟେକ ଦିନ ମହିଳାମାନେ ଏହାର ଶିକାର ହେଉଛନ୍ତି। ‘ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୦୧୯’ରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିର କାରଣ ଓ ଏହାର ଦୁଷ୍ପରିଣାମ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ଚାଲନ୍ତୁ ଜାଣିବା ରିଭେଞ୍ଜ ପର୍ଣ୍ଣୋଗ୍ରାଫି କ’ଣ ଓ ଦେଶରେ ଏହା ବୃଦ୍ଧି ପାଇବାର କାରଣ କ’ଣ ସମ୍ପର୍କରେ।
ସାଥୀ ଥାଇ ବି ଯୁବତୀ ଚାହୁଛନ୍ତି
ଆଜିକାଲି ସମ୍ପର୍କରେ ଅସୁରକ୍ଷିତ ଭାବନା ଲଗାତର ବଢ଼ିବାରେ ଲାଗିଛି। ରିଲେସନଶିପ୍ରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଲୋକେ ପରସ୍ପର ଉପରେ ଭରସା କରିବାରେ ଡରୁଛନ୍ତି। ସାଥୀ ସବୁବେଳେ ସାଥ୍ ଦେବେ କି ନାହିଁ, ଏହି ଡର ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ କିମ୍ବା ଲଙ୍ଗ ଡିଷ୍ଟାନ୍ସ ରିଲେସନଶିପ୍ରେ ରହିଥାଏ। ହୁଏତ ଏହା ଆପଣଙ୍କୁ ବିଶ୍ବାସ ନ ହୋଇପାରେ, କିନ୍ତୁ ଏକଥା ସତ ଯେ ଆଜିକାଲି ରିଲେସନଶିପ୍ରେ ମଧ୍ୟ ପ୍ଲାନ୍ ବି ଆପଣା ଯାଉଛି। ପ୍ଲାନ୍ ବି ଅର୍ଥାତ୍ ବ୍ୟାକ୍ଅପ୍ ପାର୍ଟନର। ଏକ ସର୍ଭେରୁ ଏହି ସୂଚନା ମିଳିଛି।
ଫ୍ୟାଶନ
ଅଧିକ ଦେଖନ୍ତୁ
ବଲିଉଡ୍ ସେଲିବ୍ରିଟିଙ୍କ ହଟ୍ ଲୁକ୍
ଆଜିକାଲି ବ୍ଲିଙ୍ଗ ଓ ଶିମରି ଅର୍ଥାତ୍ ଚମକ-ଦମକ ଯୁକ୍ତ ଡ୍ରେସ୍ ବହୁତ ଟ୍ରେଣ୍ଡରେ ରହିଛି। ଲଙ୍ଗ ଇଭନିଂ ଗାଉନ୍ ହେଉ ବା ଶାଢ଼ି କିମ୍ବା ଶର୍ଟ ଡ୍ରେସ୍, ଫ୍ୟାଶନ୍ ଟ୍ରେଣ୍ଡରେ ଏବେ ବ୍ଲିଙ୍ଗ ଡ୍ରେସ୍ ରହିଛି। ଏହି ଟ୍ରେଣ୍ଡ ବଲିଉଡ୍ ଦିଭାଙ୍କ ମଧ୍ୟ ମନ ଜିଣି ନେଇଛି।
କଲ୍କୀଙ୍କଠାରୁ ନିଅନ୍ତୁ ଗର୍ଜିଅସ୍
ମା’ ହେବାର ଅନୁଭୂତି ଅଲଗା ପ୍ରକାରର। ପୂର୍ବରୁ ବଲିଉଡ୍ ଅଭିନେତ୍ରୀମାନେ ଗର୍ଭବତୀ ଥିବା ସମୟରେ ବେବି ବମ୍ପ ଲୁଚାଉଥିବାବେଳେ, ଏବେ ବେବି ବମ୍ପ ପ୍ଲାଣ୍ଟ କରିବାର ଟ୍ରେଣ୍ଡ ଚାଲିଛି। ବଲିଉଡ୍ ଅଭିନେତ୍ରୀ କଲ୍କୀ କୋଚଲିନ୍ ମଧ୍ୟ ଏହି ଟ୍ରେଣ୍ଡ ଅନୁସରଣ କରୁଥିବା ଦେଖିବାକୁ ମିଳୁଛି।
ଲାଇଫ ଷ୍ଟାଇଲ
ଅଧିକ ଦେଖନ୍ତୁ
ସାବଧାନ ରେଡ୍ ୱାଇନ୍ ଲଭର୍ସ!
ରେଡ୍ ୱାଇନ୍ ଲଭର୍ସମାନେ ସାବଧାନ ହୋଇଯାଆନ୍ତୁ। ପୂର୍ବରୁ କେତେକ ଗବେଷଣାରେ କୁହାଯାଇଥିଲା ଯେ ପ୍ରତ୍ୟେକ ଦିନ ଗୋଟିଏ ପେଗ୍ ରେଡ୍ ୱାଇନ୍ ସେବନ କରିବା ଦ୍ବାରା ଶରୀରରେ କ୍ୟାନ୍ସର ସେଲ୍ସ ସୃଷ୍ଟି ହୋଇପାରି ନ ଥାଏ। ତେଣୁ ଗୋଟିଏ ପେଗ୍ ସେବନ କଲେ କୌଣସି ସମସ୍ୟା ନାହିଁ। କିନ୍ତୁ ନିକଟରେ ହୋଇଥିବା ଏକ ତାଜା ଗବେଷଣାରେ ପ୍ରମାଣିତ ହୋଇଛି ଯେ ଯଦି ଆପଣ ନିୟମିତ ଭାବେ ଗୋଟିଏ ପେଗ୍ ରେଡ୍ୱାଇନ୍ ସେବନ କରୁଛନ୍ତି, ଏହା ଆପଣଙ୍କ ଶରୀର ଭିତରେ କ୍ୟାନ୍ସର ସେଲ୍ସର ଗ୍ରୋଥ୍କୁ ରୋକିବା ବଦଳରେ ଏହାକୁବଢ଼ାଇପାରେ। ଜାପାନରେ ହୋଇଥିବା ଏହି ତାଜା ଗବେଷଣାରେ ଗବେଷକମାନେ ନିଜ କଥାକୁ ଅନେକ ପ୍ରମାଣ ସହିତ ସାମ୍ନାରେ ରଖିଛନ୍ତି।
ସ୍ବାସ୍ଥ୍ୟପାଇଁ କ୍ଷତିକାରକ
ଶୀତଦିନେ ଆସିବା ମାତ୍ରେ ଅନେକ ଲୋକ ପାଣିଠାରୁ ଦୂରେଇ ରହିବା ଆରମ୍ଭ କରିବା ସହିତ ଗାଧୋଇବା ବନ୍ଦ କରି ଦିଅନ୍ତି। ଯଦି ଆପଣ ଦିନେ ଦୁଇ ଦିନ ନ ଗାଧୋଇ ରହିବେ, ତେବେ ଶରୀରରୁ ଦୁର୍ଗନ୍ଧ ଆସିବାରେ ଲାଗିଥାଏ। ତେଣୁ ଅଧିକାଂଶ ଲୋକ ଡିଓଡୋରାଣ୍ଟ ବ୍ୟବହାର କରିବାରେ ଲାଗିଥାନ୍ତି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଶୀତଦିନେ ଗାଧୋଇବା ବଦଳରେ ବହୁତ ମାତ୍ରାରେ ଡିଓଡୋରାଣ୍ଟ ବ୍ୟବହାର କରି କାମ ଚଳାଇ ନିଅନ୍ତି। କିନ୍ତୁ ମାତ୍ରାଧିକ ଡିଓ ବ୍ୟବହାର କରିବା ଫଳରେ ସ୍ବାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚିଥାଏ।
ଫେସ୍ବୁକ୍ରେ ପ୍ରତିନିଧି
ଟ୍ବୀଟରରେ ପ୍ରତିନିଧି
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ
Your browser does not support the video tag.
ଶ୍ରୀମନ୍ଦିର ସିଂହଦ୍ବାର, ପୁରୀ, Friday, 13 Dec, 4.45 AM
କାର୍ଟୁନ କର୍ଣ୍ଣର
FREE CLASSIFIED
ଉପଯୋଗୀ ଟିପ୍ସ
ଅଧିକ ଦେଖନ୍ତୁ
ଟି’ ବ୍ୟାଗ୍ର ପୁନଃବ୍ୟବହାର କରନ୍ତୁ
ସାଧାରଣତଃ ଟି’ ବ୍ୟାଗ୍ ବ୍ୟବହାର କରିବା ପରେ ଏହାକୁ ଫିଙ୍ଗି ଦିଆଯାଇଥାଏ। କିନ୍ତୁ ଏହାକୁ ଆହୁରି ଅନେକ ଉପାୟରେ ବ୍ୟବହାର କରାଯାଇପାରିବ। କୌଣସି ଜିନିଷକୁ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯିବା ଉଚିତ ନୁହେଁ। କାରଣ ଏପରି ଅନେକଗୁଡ଼ିଏ ଜିନିଷ ରହିଛି, ଯାହାକୁ ଦରକାରୀ କାମରେ ପୁଣିଥରେ ଳଗା ଯାଇପାରିବ। ଚାଲନ୍ତୁ ଜାଣିବା ଟି’ ବ୍ୟାଗ୍କୁ ପୁଣି ଥରେ କିଭଳି ବ୍ୟବହାର କରିପାରିବେ।
ଭିଡିଓ ଗ୍ୟାଲେରୀ
/* */
ଜଣା ଅଜଣା
ଅଧିକ ଦେଖନ୍ତୁ
ଆଶ୍ଚର୍ଯ୍ୟ: ୯୭ ବର୍ଷ ହେଲାଣି
ବର୍ତ୍ତମାନ ସମୟରେ ଦ୍ରୁତ ବେଗରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଭାରତ ଚିନ୍ତାରେ ରହିଛି। ଦେଶର ପ୍ରତ୍ୟେକ ଗାଁ ଓ ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଜନସଂଖ୍ୟା କମ୍ କରିବା ସରକାରଙ୍କ ଦ୍ବାରା ଲୋକଙ୍କୁ ପ୍ରୋତ୍ସାହିତ ଓ ସଚେତନ କରାଯାଉଛି। ତେବେ ମଧ୍ୟ ପ୍ରଦେଶର ବୈତୁଲ ଜିଲା ଅନ୍ତର୍ଗତ ଅବସ୍ଥିତ ଧନୋରା ଗାଁରେ ଗତ ୯୭ ବର୍ଷରେ ଜନସଂଖ୍ୟା ବଢ଼ି ନାହିଁ। ଏହା ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗିପାରେ। କିନ୍ତୁ ଏହା ନିରାଟ ସତ। ଗତ ୯୭ ବର୍ଷରେ ଏହି ଗାଁର ଜନସଂଖାରେ କୌଣସି ପ୍ରକାରର ବୃଦ୍ଧି ଘଟି ନ ଥିବା କୁହାଯାଉଛି।
ପାଟି ସୁଆଦ
ଅଧିକ ଦେଖନ୍ତୁ
ଟେଷ୍ଟି ଏଣ୍ଡ କ୍ରିସ୍ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଇତିହାସର ଆଇନାରେ
ଅଧିକ ଦେଖନ୍ତୁ
ଦାରିଦ୍ର୍ୟ ପାଇଁ ବିବାହ କଲେ ନାହିଁ
ଯେତେବେଳେ ତାଙ୍କୁ ୩୩ ବର୍ଷ ବୟସ। ନୈନିତାଲର କଲେକ୍ଟର ତାଙ୍କୁ ଆମନ୍ତ୍ରଣ କଲେ। ୨୦୦ ମଣିଷଙ୍କୁ ମାରି ଖାଇଥିବା ‘ଚମ୍ପାଓ୍ୱତ୍’ ନାମକ ଚାରିବର୍ଷର ମହାବଳ ବାଘକୁ ଶିକାର କରିବା ହିଁ ଥିଲା ଏଇ ଆମନ୍ତ୍ରଣର ମୁଖ୍ୟ ଉଦ୍ଦେଶ୍ୟ। ସେ ଏଇ ଚ୍ୟାଲେଞ୍ଜକୁ ଗ୍ରହଣକଲେ। ‘ଚମ୍ପାଓ୍ୱତ୍’କୁ ମାରିଦେଲେ। ୧୯୩୮ ମସିହା, ଯେତେବେଳେ ତାଙ୍କୁ ୬୩ ବର୍ଷ ବୟସ, ସେତେବେଳେ ସେ ମଣିଷଖିଆ ବାଘ ‘ଥାକ୍’କୁ ଶିକାର କଲେ। ଏହା ଥିଲା ତାଙ୍କର ଦଶମ ଓ ଶେଷ ବାଘ ଶିକାର।
ଜନସେବା ହେଲ୍ପ ଲାଇନ
ଅଧିକ ଦେଖନ୍ତୁ
ଜରୁରିକାଳୀନ ସେବା
ଯୋଗାଯୋଗ ନମ୍ବର
ଅଗ୍ନିଶମ କଣ୍ଟ୍ରୋଲ ରୁମ୍
୧୦୧
ପୋଲିସ କଣ୍ଟ୍ରୋଲ ରୁମ୍
୧୦୦
ଜନନୀ ଆମ୍ବୁଲାନ୍ସ ସେବା
୧୦୨
ଆମ୍ବୁଲାନ୍ସ ସେବା
୧୦୮
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ
୧୦୩୩
ବରିଷ୍ଠ ନାଗରିକ
୧୦୯୦
ମହିଳା
୧୦୯୧
୧୦୯୨୦
ହସକଥା
ଅଧିକ ଦେଖନ୍ତୁ
ବିଚକ୍ଷଣ ପ୍ରସ୍ତୁତି
ହାବଡ଼ା-ମାଡ୍ରାସ୍ ମେଲ୍। ରାତି। ଯାତ୍ରୀମାନେ ଶୋଇବାକୁ ପ୍ରସ୍ତୁତ ହେଉଛନ୍ତି। ପାଖାପାଖି ଦୁଇଟି ବର୍ଥ। ପ୍ରଥମ ବର୍ଥର ଯାତ୍ରୀଙ୍କୁ ଦ୍ୱିତୀୟ ବର୍ଥର ଯାତ୍ରୀ ସୌଜନ୍ୟତାର ସହ ପଚାରିଲେ, ପାଣି ପିଇବେ କି? ନା, ଧନ୍ୟବାଦ। ପ୍ରଥମ ଯାତ୍ରୀ କହିଲେ।
ପ୍ରମୁଖ ଲିଙ୍କ୍
ଅଧିକ ଦେଖନ୍ତୁ
Online Services
Website
Train Ticket Booking (e Ticketing)
https://indianrail.gov.in
https://www.irctc.co.in
www.bookmytrain.com
Train PNR Status Enquiry
https://www.trainspnrstatus.com
https://pnrstatuslive.com
Train Status Enquiry
www.trainenquiry.com