ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କ ମେରୁଦଣ୍ଡ ଭାଙ୍ଗିଛି, ସିଂହଭାଗ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେନାର ସତର୍କତା କାରଣରୁ ଚଳିତ ବର୍ଷ ଆତଙ୍କୀଙ୍କୁ ବହୁମାତ୍ରାରେ ନିଷ୍କ୍ରିୟ କରାଯାଇପାରିଛି। ଏହି କାରଣରୁ ଏବେ ଜମ୍ମୁ-କଶ୍ମୀରରେ ମାତ୍ର ୨ ଶହ ପାଖାପାଖି ଆତଙ୍କୀ ସକ୍ରିୟ ରହିଛନ୍ତି। ବର୍ଷ ଆରମ୍ଭରୁ ଏହି ସଂଖ୍ୟା ୪ ଶହ ପାଖାପାଖି ଥିଲା। ତେଣୁ ପ୍ରଥମ ୬ ମାସରେ ଜମ୍ମୁ-କଶ୍ମୀର ପୋଲିସ୍ ଓ ଭାରତୀୟ ସେନାର ସହଯୋଗରେ ଏହି ଉପତ୍ୟକାରେ ସକ୍ରିୟ ଥିବା ଆତଙ୍କୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦିଆଯାଇପାରିଛି ବୋଲି ମତ ଦେଇଛନ୍ତି ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ୍ ସିଂହ। ତାଙ୍କ କହିବାନୁସାରେ, ଏବେ ଜମ୍ମୁ-କଶ୍ମୀରରେ ଏପରି ବି ଅଧିକାଂଶ ଆତଙ୍କୀ ସଂଗଠନ ଅଛନ୍ତି, ଯେଉଁଥିରେ ନେତ୍‌ତ୍ବ ନେବାକୁ ମୁଖିଆ ବି ନାହାନ୍ତି। ଫଳସ୍ବରୂପ ଗତ ଦଶ ବର୍ଷ ମଧ୍ୟରେ ଏହି ଉପତ୍ୟକାରେ ସକ୍ରିୟ ରହିଆସିଥିବା ଆତଙ୍କୀଙ୍କୁ ଏବେ ଦୁର୍ଦ୍ଦିନ ମଧ୍ୟ ଦେଇ ଗତି କରିବାକୁ ପଡ଼ିଛି ବୋଲି ସିଂହ କହିଛନ୍ତି। ଏଠାରେ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକର ମୁଖିଆମାନେ ମୁଖ୍ୟତଃ ପାକିସ୍ତାନରେ ରହିଥିବା ବରିଷ୍ଠ ଆତଙ୍କୀମାନେ ନିଯୁକ୍ତି ଦେଇଆସିଥାନ୍ତି। କିନ୍ତୁ ସେମାନଙ୍କ ଦ୍ବାରା ନିଯୁକ୍ତ ମୁଖିଆଙ୍କୁ ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ୍ ପକ୍ଷରୁ ମିଳିତ ଉଦ୍ୟମରେ ଗିରଫ କରାଯାଇଛି। କେତେକ ସଂଗଠନର ମୁଖିଆ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ବୋଲି ସିଂହ କହିଛନ୍ତି।

ଲକଡାଉନରେ ୩୫୦ ପ୍ରତିଶତ ବଢ଼ିଛି ସାଇବର୍

ଜାତିସଂଘ: ଚଳିତ ବର୍ଷର ମାର୍ଚ୍ଚରୁ କୋରୋନା ସଂକ୍ରମଣ ରୋକିବା ସକାଶେ ଭାରତ ସହ ବିଭିନ୍ନ ଦେଶରେ ଲକଡାଉନ୍ ଜାରି କରାଯାଇଥିଲା। ଇତିମଧ୍ୟରେ ଅଧିକାଂଶ ଦେଶ ଲକଡାଉନଜନିତ କଟକଣାକୁ କୋହଳ କରିସାରିଛନ୍ତି ଓ ଜୀବନ କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି। କେବଳ କଣ୍ଟେନମେଣ୍ଟ୍ ଜୋନକୁ ବାଦ୍ ଦେଲେ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତି ଧୀରେ ଧୀରେ ପୂର୍ବାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରୁଛି। କିନ୍ତୁ ଲକଡାଉନ୍ ସମୟରେ ପ୍ରାୟତଃ ସମସ୍ତଙ୍କୁ ଘରେ ବନ୍ଦ ରହିବାକୁ ପଡ଼ିଥିଲା। ତେଣୁ ଲକଡାଉନ୍ ସମୟରେ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଚଳଚ୍ଚିତ୍ର ଅନଲାଇନ୍ ମାଧ୍ୟମରେ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଥିଲା। ଏବେ ଜାତିସଂଘ ପକ୍ଷରୁ ମଧ୍ୟ ଏପରି ଏକ ଉଦବେଗଜନକ ଖବର ଆସିଛି। ଲକଡାଉନ୍ ସମୟରେ ବିଶ୍ବରେ ୩୫୦ ପ୍ରତିଶତ ପର୍ଯ୍ୟନ୍ତ ସାଇବର୍ କ୍ରାଇମ୍ ବଢ଼ିଥିବା କୁହାଯାଇଛି। ଚଳିତ ବର୍ଷର ପ୍ରଥମ କ୍ବାର୍ଟର୍ ଅର୍ଥାତ୍ ଗତ ଏପ୍ରିଲରୁ ଜୁନ୍ ୩୦ ତାରିଖ ମଧ୍ୟରେ ଅନେକ ୱେବସାଇଟ୍ ମୁଖ୍ୟତଃ ହସ୍ପିଟାଲ୍ ଓ ସ୍ବାସ୍ଥ୍ୟ ସେବା ସହ ଜଡ଼ିତ ସଂଗଠନର ୱେବସାଇଟକୁ ହ୍ୟାକ୍ କରିବା ସହ କୋଭିଡ୍-୧୯ ପରି ମହାମାରୀ ସମୟରେ ଅଧିକ ବିଶୃଙ୍ଖଳା ସୃଷ୍ଟି କରିବା ସକାଶେ ଉଦ୍ୟମ କରିଥିବା ଜାତିସଂଘର ଆତଙ୍କୀନିରୋଧୀ ମୁଖ୍ୟ ଭ୍ଲାଦିମୀର୍ ଭୋରୋନକୋଭ୍ କହିଛନ୍ତି।
କୋରୋନା ସଂକ୍ରମଣ ମାମଲାରେ
ସାମ୍ପ୍ରତିକ ସମୟରେ ଘାତକ କୋରୋନା ଭୂତାଣୁର ସଂକ୍ରମଣ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ସବୁଠାରୁ ଅଧିକ ରହିଥିବା ବେଳେ ଏହା ୩ୟ ସ୍ଥାନରେ ରହିଛି। ଅବଶ୍ୟ ଆମେରିକା ଓ ବ୍ରାଜିଲ ଯଥାକ୍ରମେ ଏକ ଓ ଦୁଇ ନମ୍ବରରେ ଅଛନ୍ତି। କିନ୍ତୁ ଭାରତରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଅତି କମରେ ୫୦ ହଜାର ଉପରେ ରହିଛି। ଫଳସ୍ବରୂପ ଦେଶରେ ଦୁଇ ଦିନ ଭିତରେ ହିଁ ଲକ୍ଷେରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଭାରତରେ କୋରୋନାର ଏପରି ସ୍ଥିତି ଦେଶ ପାଇଁ ବିପଦ ଘନଉଥିବାର ପୂର୍ବ ଲକ୍ଷଣ ବୋଲି ମତ ଦେଇଛନ୍ତି ସର୍ବାଧିକ ପ୍ରଭାବିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାରେ ଇତିମଧ୍ୟରେ ୧ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇସାରିଛନ୍ତି। କିନ୍ତୁ ଆମେରିକା କ୍ରମଶଃ କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହେବାରେ ଲାଗିଛି ବେଲି ଟ୍ରମ୍ପ୍ କହିଛନ୍ତି। କୋରୋନାର ମୁକାବିଲା ଦିଗରେ ଆମେରିକାର ଉଦ୍ୟମକୁ ଟ୍ରମ୍ପ୍ ପ୍ରଶଂସା କରିବା ସହ ସ୍ବାସ୍ଥ୍ୟକର୍ମୀମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି।
ଏବେ ତମ୍ବୁରୁ ପ୍ରାସାଦକୁ ଯିବେ ରାମ
ପାଖାପାଖି ତିନି ଦଶନ୍ଧି ଧରି ଅଯୋଧ୍ୟାର ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ସକାଶେ ଉଦ୍ୟମ କରିଆସିଥିବା ବିଜେପିକୁ ବୁଧବାର ଭାରତୀୟଙ୍କ ସ୍ବପ୍ନ ପୂରଣ କରିବାର ସୁଯୋଗ ମିଳିଛି। ରାମ ଜନ୍ମଭୂମିରେ ବିଶାଳ ମନ୍ଦିର ନିର୍ମାଣ କରିବା ସକାଶେ ଭୂମିପୂଜା ବୁଧବାର ସମ୍ପନ୍ନ ହୋଇଛି ଓ ଖୁବଶୀଘ୍ର ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭୂମିପୂଜା ଆନୁଷ୍ଠାନିକ ଭାବେ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ କୋଟି କୋଟି ଭାରତୀୟଙ୍କୁ ଶୁଭେଚ୍ଛା ଦେବା ସହ ଏବେ ରାମ ଲଲ୍ଲା ତମ୍ବୁରୁ ତାଙ୍କ ପ୍ରାସାଦକୁ ଯିବାର ସମୟ ଆସିଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ରାମ ଲଲ୍ଲା ଏକ ତମ୍ବୁ ତଳେ ପୂଜା ପାଇଆସୁଥିବା ବେଳେ ବର୍ତ୍ତମାନ ଭବ୍ୟ ମନ୍ଦିରରେ ଶୋଭା ପାଇବେ। ଦେଶର କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀ ଏହି ସମୟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ବୋଲି ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି ଯେ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ବିବାଦୀୟ ଭୂମିରେ ଏକାଧିକ ବାର ମନ୍ଦିର ନିର୍ମାଣ ହୋଇଛି ଓ ଭଙ୍ଗାଯାଇଆସିଛି। କିନ୍ତୁ ଏହି ପରମ୍ପରାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ମିଳିଛି ବୋଲି ମୋଦି କହିଛନ୍ତି।
ଆଇପିଏଲ୍-୧୩ ପୂର୍ବରୁ
ସାମ୍ପ୍ରତିକ ସମୟରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ତ୍ରୟୋଦଶ ସଂସ୍କରଣ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗତ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିଲେ ହେଁ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହା ପ୍ରଥମ ଥର ପାଇଁ ଏକ ନୂଆ ୱିଣ୍ଡୋରେ ଖେଳାଯିବା ସକାଶେ ଗଭର୍ଣ୍ଣିଂ କାଉନ୍ସିଲ୍ ନିଷ୍ପତ୍ତି ନେଇଛି। ଗତ ରବିବାର କାଉନସିଲ୍ ବୈଠକରେ ଟାଇଟଲ୍ ସ୍ପନସର୍ ଥିବା ଚୀନ୍ ମୋବାଇଲ୍ ହ୍ୟାଣ୍ଡସେଟ୍ ପ୍ରସ୍ତୁତକାରୀ କମ୍ପାନୀ ଭିଭୋ ସମେତ ସମସ୍ତ ପ୍ରାୟୋଜକଙ୍କୁ ବଜାୟ ରଖିବା ଉପରେ ସହମତି ହୋଇଥିଲା। କିନ୍ତୁ ଭିଭୋକୁ ଟାଇଟଲ୍ ସ୍ପନସରଶିପ୍ ଭୂମିକାରେ ବଜାୟ ରଖାଯିବା ନିଷ୍ପତ୍ତି ଦେଶରେ ଜାରି ରହିଥିବା ଚୀନ୍ ସାମଗ୍ରୀ ବିରୋଧୀ ମନୋଭାବ ପରିପ୍ରେକ୍ଷୀରେ କଡ଼ା ସମାଲୋଚନାର ଶିକାର ହୋଇଥିଲା। ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ୍ ଉପତ୍ୟକାରେ ଚୀନ୍ ସେନାର ବର୍ବରତା ସାମ୍ନାକୁ ଆସିବା ପରେ ଭାରତରେ ଚୀନ କମ୍ପାନୀ ଦ୍ବାରା ପ୍ରସ୍ତୁତ କୌଣସି ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦିଆଯାଇଆସିଛି। ଏପରି ସ୍ଥିତିରେ ବିସିସିଆଇ ଭିଭୋ କମ୍ପାନୀ ସହ ଚୁକ୍ତିକୁ ବଜାୟ ରଖିବାକୁ ଏପରି ସଂଗଠନମାନେ ଗ୍ରହଣ କରିପାରି ନ ଥିଲେ। ଏହିପରି ଏକ ନକାରାତ୍ମକ ମନୋଭାବ ଚାପରେ ଭିଭୋ ଚାପଗ୍ରସ୍ତ ହୋଇଥିଲା ଓ ଆଇପିଏଲର ଗୋଟିଏ ଫ୍ରାଞ୍ଚାଇଜି ଏହି କମ୍ପାନୀ ଆଇପିଏଲ ସହ ରହିଥିବା ସମ୍ପର୍କକୁ ଛିନ୍ନ କରିବ ବୋଲି ପୂର୍ବାନୁମାନ ମଧ୍ୟ କରିଥିଲା। ତେବେ ଦୁଇ ଦିନ ଧରି ଏନେଇ ଚାଲିଥିବା ଚର୍ଚ୍ଚାରେ ଗୁରୁବାର ବିସିସିଆଇ ପୂର୍ଣ୍ଣଚ୍ଛେଦ ପକାଇଛି। ଆଇପିଏଲ୍ ସହ ରହିଥିବା କମ୍ପାନୀର ଚୁକ୍ତିନାମାକୁ ଖାରଜ କରାଯାଇଛି ଓ ଭିଭୋ ୨୦୨୦ ଆଇପିଏଲର ଟାଇଟଲ୍ ସ୍ପନସରଶିପରୁ ବାଦ୍ ପଡ଼ିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
କୋରୋନା ଇଫେକ୍ଟ: ୟୁଏସ୍ ଓପନ୍ ପୁରସ୍କାର ରାଶି ହ୍ରାସ
ଚଳିତ ବର୍ଷର ଅନ୍ୟତମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ ୟୁଏସ୍ ଓପନ ଉପରେ କୋରୋନା ସଂକ୍ରମଣଜନିତ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପଡ଼ିଛି। ତେଣୁ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଯଥେଷ୍ଟ କମ୍ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ। ଆସନ୍ତା ଅଗଷ୍ଟ ୩୧ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ କୌଣସି ଦର୍ଶକଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ମିଳିବ ନାହିଁ। ଏହାଛଡା ବିଶ୍ୱର ନାମୀଦାମୀ ଖେଳାଳି ମଧ୍ୟ ଏହି ପ୍ରତିଯୋଗିତାରୁ ଓହରିଯାଇଥିବାରୁ ଏହା ତା’ର ଚମକ ହରାଇସାରିଛି। ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜକ ୟୁନାଇଟେଡ ଷ୍ଟେଟ୍ସ ଟେନିସ ଆସୋସିଏସନ (ୟୁଏସଟିଏ) ୨୦୧୯ରେ ଦିଆଯାଇଥିବା ପୁରସ୍କାର ରାଶିକୁ କମାଇ ଦେଇଛନ୍ତି। ଗତବର୍ଷ ୫୭ ମିଲିଅନ୍ ଡଲାର ପୁରସ୍କାର ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହାକୁ ୫୩.୪ ମିଲିଅନ୍ ଡଲାରକୁ ହ୍ରାସ କରାଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଲେବାନନ ବିସ୍ଫୋରଣରେ ୭୦ରୁ ଊର୍ଦ୍ଧ୍ବ ମୃତ, ୩ ହଜାରରୁ ଅଧିକ ଆହତ
ଲେବାନନର ରାଜଧାନୀ ବେରୁଟର ପୋର୍ଟ ସହରରେ ଭୟଙ୍କର ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ି ୭୦ରୁ ଅଧିକ ବୋଲି ସୂଚନା ମିଳିଛି। ସେହିପରି ଭାବେ ଏହି ଛାତିଥରା ବିସ୍ଫୋରଣରେ ୩ ହଜାରରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି। ଏବେ ବି ଧ୍ବଂସସ୍ତୁପ ଭିତରେ ଅନେକ ଫସି ରହିଥିବାରୁ ଉଦ୍ଧାର ପ୍ରକ୍ରିୟା ଶେଷ ହେବା ପରେ ହିଁ ପ୍ରକୃତ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହେବ। ମାତ୍ର ଏହି ସଂଖ୍ୟା ଆଗକୁ ବଢ଼ିବା ନିଶ୍ଚିତ ହୋଇଛି। ଏହି ଭୟଙ୍କର ବିସ୍ଫୋରଣ ପାଇଁ ବିଶ୍ବର ବହୁ ରାଷ୍ଟ୍ର ନେତା ଲେବାନନବାସୀଙ୍କୁ ସମବେଦନା ଜଣାଇଛନ୍ତି। ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ମିଳିଥିବା ସୂଚନାନୁସାରେ ଲେବାନନରେ ଥିବା ସ୍ଥାନୀୟ ହସ୍ପିଟାଲ ସବୁ ଆହତଙ୍କ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଯାଇଥିଲା ବେଳେ ରକ୍ତାଭାବ ସାମ୍ନାକୁ ଆସିଛି। କିପରି ଆହତଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇ ହେବ, ତାହା ଉପରେ ଲେବାନନ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାରମ୍ଭ କରିଛନ୍ତି।
କୁଲଭୂଷଣଙ୍କ ପାଇଁ ଆମିକସ୍ କ୍ୟୁରୀ ନିଯୁକ୍ତି ଦେଲା ପାକିସ୍ତାନ
ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଭାବେ ରହିଆସିଛନ୍ତି। ପାକିସ୍ତାନ ସାମରିକ କୋର୍ଟ ତାଙ୍କୁ ଗତ ୨୦୧୭ ଏପ୍ରିଲରେ ଫାଶୀଦଣ୍ଡାଦେଶ ଦେଇଥିଲେ ହେଁ ଭାରତର ହସ୍ତକ୍ଷେପ ପରେ ଏହା ଉପରେ ହଗ୍‌ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଗତ ବର୍ଷ ଜୁଲାଇରେ ରୋକ ଲଗାଇଛନ୍ତି। ତେବେ ମଙ୍ଗଳବାର ପାକିସ୍ତାନର ଇସଲାମାବାଦ କୋର୍ଟ କୁଲଭୂଷଣଙ୍କ ମାମଲାରେ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି। ଗତ ସୋମବାର ଭାରତ ସରକାରଙ୍କୁ ୫୦ ବର୍ଷୀୟ କୁଲଭୂଷଣଙ୍କ ମାମଲା ପରିଚାଳନା କରିବା ସକାଶେ ଜଣେ ଆଇନଜୀବୀଙ୍କୁ ନିଯୁକ୍ତି ଦେବା ସକାଶେ କୋର୍ଟଅନୁମତି ଦେଇଥିଲେ। ପୂର୍ବରୁ ଆଇସିଜେ ପକ୍ଷରୁ ଏହି ମାମଲାରେ ସାମରିକ କୋର୍ଟ ଦେଇଥିବା ଦଣ୍ଡାଦେଶର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଥିଲା। ଏଥିସହ କୁଲଭୂଷଣଙ୍କ ସହ ଭାରତୀୟ ଅଧିକାରୀମାନଙ୍କୁ ଆଲୋଚନା କରିବାର ସୁଯୋଗ ମଧ୍ୟ ଦେବାକୁ ଆଇସିଜେ ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ଫଟୋ ଗ୍ୟାଲେରୀ

ବର୍ଷାଦିନେ ଟ୍ରାଏ କରନ୍ତୁ ମନ୍‌ସୁନ୍‌
ବର୍ଷା କାହାକୁ ବା ଭଲ ନ ଲାଗେ! କିନ୍ତୁ ଏହି ଋତୁରେ ବର୍ଷାକୁ ଉପଭୋଗ କରିବାର ମଜା ଗୋଟିଏ ପଟେ ଓ ଫ୍ୟାଶନ୍ ସେନ୍ସ ଅନ୍ୟ ପଟେ। କପଡ଼ା ଏହି ଋତୁକୁ ଧ୍ୟାନରେ ରଖି ତ ଆପଣ ନିଶ୍ଚୟ ଚୟନ କରୁଥିବେ, କିନ୍ତୁ ଫ୍ୟାଶନ୍ ମଧ୍ୟ କ’ଣ ଋତୁକୁ ଧ୍ୟାନରେ ରଖି ଚୟନ କରୁଛନ୍ତି? ବିଶେଷକରି ନେଲ ଆର୍ଟ। ଯଦି ଝିଅମାନେ ପ୍ରତ୍ୟେକ ଜିନିଷକୁ ସିଜନ ହିସାବରେ ଥିମ୍‌ରେ ଚୟନ କରନ୍ତି, ତେବେ ନେଲ୍ ଆର୍ଟ କାହିଁକି ନୁହେଁ? ଏଠାରେ ନେଲ୍ ଆର୍ଟର କେତେକ ଡିଜାଇନ୍ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ବର୍ଷା ଦିନ ପାଇଁ ପୂରାପୂରି ପରଫେକ୍ଟ। ଝିଅମାନେ ଚାହିଲେ ଏହି ଡିଜାଇନ୍‌କୁ ବଦଳାଇ ପ୍ର୍ରତ୍ୟେକ ସପ୍ତାହରେ ନୂଆ କିଛି ଟ୍ରାଏ କରିପାରିବେ। ଚାଲନ୍ତୁ ଜଣିବା ମନ୍‌ସୁନ୍‌ ନେଲ୍ ଆର୍ଟ ସମ୍ପର୍କରେ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ