ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ପ୍ରାଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ଘର ତିଆରି ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଧାର୍ଯ୍ୟ ଲକ୍ଷ୍ୟର ୧୫.୫୬ ପ୍ରତିଶତ ପୂରଣ ହୋଇଥିବା ବେଳେ ଉତ୍ତର ପ୍ରଦେଶ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ପିଏମ୍‍ଏୱାଇ ଗ୍ରାମୀଣ ଯୋଜନାରେ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ଘର ମଞ୍ଜୁର କରିଥିଲେ। ତଦନୁଯାୟୀ ଓଡ଼ିଶାକୁ ୫ ଲକ୍ଷ ୬୫ ହଜାର ଘର ତିଆରି ପାଇଁ ଦିଆଯାଇଥିବା ବେଳେ ସମ୍ପୂର୍ଣ୍ଣ ହୋଇଛି ୮୭ ହଜାର ୯୦୦ ଘର। ଅର୍ଥାତ୍‍ ଧାର୍ଯ୍ୟ ଲକ୍ଷ୍ୟର ୧୫.୫୬ ପ୍ରତିଶତ ପୂରଣ ହୋଇପାରିଛି। ତେବେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ଥିବା ଉତ୍ତର ପ୍ରଦେଶ ସରକାର ଧାର୍ଯ୍ୟ ଲକ୍ଷ୍ୟର ୩୯.୧୫ ପ୍ରତିଶତ ପୂରଣ କରିଛନ୍ତି। ରାଜ୍ୟକୁ ୧ ଲକ୍ଷ ୭୮ ହଜାର ୯୦୦ ଘର ତିଆରି ପାଇଁ ଲକ୍ଷ୍ୟ ଦିଆଯାଇଥିବାବେଳେ ସେହି ରାଜ୍ୟ ୭୦ ହଜାର ୪୪ ଘର ସମ୍ପୂର୍ଣ୍ଣ ହୋଇଛି।

ଝାଡ଼ଖଣ୍ଡରେ ସିଏଏ ସପକ୍ଷ ରାଲିରେ ହିଂସାକାଣ୍ଡ: କର୍ଫ୍ୟୁ

ରାଞ୍ଚି: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ପରେ ଏହା ସପକ୍ଷରେ ସଚେତନତା ସୃଷ୍ଟି ପାଇଁ ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟରେ ରାଲିମାନ ଆୟୋଜନ କରାଯାଉଛି। ତେବେ ଗୁରୁବାର ଝାଡ଼ଖଣ୍ଡର ଲୋହାରଡାଗାଠାରେ ଏପରି ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ହିଂସାକାଣ୍ଡ ସୃଷ୍ଟି ହୋଇଥିବା ବେଳେ ଏହାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ୍‌ ଓ କଲେଜ ବନ୍ଦ ଘୋଷଣା କରାଯାଇଥିବା ବେଳେ କୌଣସି ସ୍ଥାନରେ ୪ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ଉପରେ ରୋକ ଲଗାଯାଇଛି। ବର୍ତ୍ତମାନ ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଦୁଇ ଦିନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି।

ବଢ଼ୁଛି କୋରୋନା ଭାଇରସ୍‌ର ଭୟାବହତା: ଫସିଛନ୍ତି ୨୫

ବେଜିଂ: ଚୀନ୍‌ରେ ଘାତକ କୋରୋନା ଭାଇରସ୍‌ ଭୂତାଣୁ ତା’ର କାୟାକୁ କ୍ରମଶଃ ବଢ଼ାଇଚାଲିଥିବା ବେଳେ ଅଦ୍ୟାବଧି ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଚୀନ୍‌ ସହର ଉହାନ୍‌ରୁ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଏହା ସମେତ ୫ଟି ସହରକୁ ଚୀନ୍‌ ସରକାର ସିଲ୍‌ କରିଦେଇଛନ୍ତି। ଫଳସ୍ବରୂପ ଏହିସବୁ ସହରରେ ରହିଥିବା ବିଦେଶୀ ନାଗରିକମାନେ ମଧ୍ୟ ଫସିରହିଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଏହି ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ୨୦ ଜଣ ହେଉଛନ୍ତି କେରଳର ବାସିନ୍ଦା। ଉହାନ୍‌ଠାରୁ ୩୦୦ କିମି ଦୂରବର୍ତ୍ତୀ ୟିଚାଙ୍ଗ୍‌ସ୍ଥିତ ହସ୍ପିଟାଲ୍‌ରେ ୧୪ ଜଣ ଭାରତୀୟ ଛାତ୍ର ଇଣ୍ଟର୍ଣ୍ଣ ଭାବେ ରହିଥିଲେ। ସେମାନେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ କୁନ୍‌ମିଙ୍ଗ୍‌ ବିମାନବନ୍ଦରରୁ କୋଲ୍‌କାତା ଅଭିମୁଖେ ଯିବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି।
ପଞ୍ଚାୟତ ସମିତି ସ୍ତରରେ କୃଷି
କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସମିତି ସ୍ତରରେ କୃଷିର ଉନ୍ନତି ସମ୍ପର୍କରେ ସ୍ୱତନ୍ତ୍ର ବୈଠକ କରାଯିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହି ସ୍ୱତନ୍ତ୍ର ବୈଠକରେ କୃଷି ବିଭାଗର ଅଧିକାରୀଙ୍କ ସମେତ ଉଦ୍ୟାନକୃଷି, ମୃତ୍ତିକାସଂରକ୍ଷଣ ଓ ଜଳଛାୟା ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ସମବାୟ, ବିଦ୍ୟୁତ ଓ ଅନ୍ୟ କୃଷି ସଂପକ୍ତ ବିଭାଗଗୁଡ଼ିକୁ ସାମିଲ୍ କରାଯାଇ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ମୃର୍ତ୍ତିକା ଓ ଜଳସେଚନ ସୁବିଧାକୁ ଦୃଷ୍ଟିରେ ରଖି କୃଷିକାର୍ଯ୍ୟ କରାଯାଇପାରିବ।
ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ
ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ଆସନ୍ତା ୬ ମାସ ମଧ୍ୟରେ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଆନ୍ତର୍ଜାତିକ ଓ ଘରୋଇ ଗନ୍ତବ୍ୟ ସ୍ଥଳ ରହିଛି। ଏଥିପାଇଁ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଜଣାଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏୟାରଲାଇନ୍ସ ଅପରେଟର ଓ ସିଇଓ, କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ନୂଆ ସ୍ଥାନକୁ ବିମାନ ଚଳାଚଳ କରିବା ପାଇଁ ସହମତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବ୍ୟବସାୟ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ।
ସ୍ମିଥ୍‌ଙ୍କ ମୁହଁରେ ବିରାଟଙ୍କ ପ୍ରଶଂସା
ବିଶ୍ବ କ୍ରିକେଟ୍‌ରେ କିଏ ଶ୍ରେଷ୍ଠ ବିରାଟ କୋହଲି ନା ଷ୍ଟିଭ୍‌ ସ୍ମିଥ୍‌, ଏହାକୁ ନେଇ ବିତର୍କ ଜାରି ରହିଥିଲା ବେଳେ ସ୍ମିଥ ଭାରତୀୟ ଅଧିନାୟକ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସ୍ମିଥ୍‌ କହିଛନ୍ତି ଯେ କୋହଲି ୩ଟି ଯାକ ଫର୍ମାଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତାଙ୍କ ଠାରେ ରନ୍‌ ସ୍କୋର କରିବା ନେଇ ଯେଉଁ ବ୍ୟାକୁଳତା ରହିଛି, ତାହାକୁ ସେ ଅନୁଭବ କରିପାରୁଛନ୍ତି। କୋହଲି ବିଶ୍ବ କ୍ରିକେଟର ଅନେକ ରେକର୍ଡ ଭାଙ୍ଗି ସାରିଛନ୍ତି, ଆଗକୁ ଆହୁରି ଅଧିକ ବିଶ୍ବ ରେକର୍ଡ କରିବେ ବୋଲି ସେ ଆଶା କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଯଦି କୋହଲିଙ୍କ ରନ ପ୍ରବାହକୁ ରୋକାଯାଇପାରିଲେ ତାହେଲେ, ସେ ସଫଳ ହୋଇପାରିବେ ବୋଲି ସ୍ମିଥ୍‌ କହିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ହିଲାରୀଙ୍କ ବିରୋଧରେ ୫୦ ନିୟୁତ
ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବଡ଼ ସମାଲୋଚକ ତଥା ଖୋଲାଖୋଲି ଭାବେ ନିଜସ୍ବ ଚିନ୍ତାଧାରା ପ୍ରକାଶ କରିଆସିଥିବା ଡେମୋକ୍ରାଟିକ୍‌ କଂଗ୍ରେସର ତୁଳସୀ ଗବାର୍ଡ ୫୦ ନିୟୁତ ଡଲାର୍‌ର ଏକ ମାନହାନି ମକଦ୍ଦମା ଦାଏର୍‌ କରିଛନ୍ତି। ଏହି ମକଦ୍ଦମା ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କ ପତ୍ନୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ୍‌ଙ୍କ ବିରୋଧରେ ରୁଜୁ କରିଛନ୍ତି। ହିଲାରୀ ତାଙ୍କୁ ‘ରୁଷୀୟ ସମ୍ପତ୍ତି’ ବୋଲି ଅଭିହିତ କରିଥିବାରୁ ଗବାର୍ଡ ଏପରି ମକଦ୍ଦମା ବୁଧବାର ମାନହଟ୍ଟନ୍‌ ଫେଡେରାଲ୍‌ କୋର୍ଟରେ ଦାଏର୍‌ କରିଛନ୍ତି। ପ୍ରଥମ ହିନ୍ଦୁ-ଆମେରିକୀୟ ଭାବେ କଂଗ୍ରେସ ଦଳରେ ସାମିଲ୍‌ ହୋଇଥିବା ଗବାର୍ଡଙ୍କର ଗତ ୨୦୧୬ଠାରୁ କ୍ଲିଣ୍ଟନ୍‌ଙ୍କ ସହ ମତଭେଦ ରହିଛି।
ମାର୍କେଟ ବିଲଡିଂରେ ଭଙ୍ଗାରୁଜା
ମାର୍କେଟ୍‌ ବିଲଡିଂରେ ଭଙ୍ଗାରୁଜା ଘଟଣାରେ ୩ ଅଭିଯୁକ୍ତଙ୍କ ବିରୋଧରେ କମିଶନରେଟ୍ ପୋଲିସ୍ ଲଗାଇଛି ଜାତୀୟ ନିରାପତ୍ତା ଆଇନ୍ (ଏନ୍ଏସ୍ଏ)। ୩ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ବନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁରଙ୍କ ବିରୋଧରେ ଲାଗିଛି ଏହି ଦଫା। ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ୍‌ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ଏନ୍ଏସ୍‌ଏ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ରୁ ଅଧିକ ନାବାଳକ। ଗିରଫ ସମସ୍ତ ଅଭିଯୁକ୍ତ ବଡ଼ଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ସର୍ବସାଧାରଣରେ ହିଂସା, ଆଇନଶୃଙ୍ଖଳା ଭଙ୍ଗ ଭଳି ସଙ୍ଗୀନ ଦଫା ଲାଗିଛି। ସେମାନଙ୍କ ନାଁରେ ଦଙ୍ଗା ମାମଲା ରୁଜୁ ହୋଇଛି।

ଫଟୋ ଗ୍ୟାଲେରୀ

ହୀନାଙ୍କଠାରୁ ନିଅନ୍ତୁ ଏହି ଡ୍ରେସ୍‌
ଟିଭି ଇଣ୍ଡଷ୍ଟ୍ରୀରେ ନିଜ ପରିଚୟ ସୃଷ୍ଟି କରିବା ପରେ ହୀନା ଖାନ ଏବେ ବଲିଉଡ୍‌ରେ ପାଦ ରଖିବା ଲାଗି ପୂରା ପ୍ରସ୍ତୁତ ଅଛନ୍ତି। ନିଜ ପ୍ରଶଂସକଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ସେ ସୋସାଲ ମିଡିଆରେ ନିୟମିତ ଭାବେ ଫଟୋ ଶେୟାର କରିବାରେ ଲାଗିଥାନ୍ତି। ଏହି ସବୁ ଫଟୋରେ ସେ ବହୁତ ଅଲଗା ଡ୍ରେସ୍‌ରେ ନଜର ଆସିବା ସହିତ ନିଜ ପ୍ରଶଂସକଙ୍କୁ ଫ୍ୟାଶନ୍‌ ଗୋଲ୍ସ ଦେବାରେ ଲାଗିଥାନ୍ତି। ସେହିପରି ହୀନାଙ୍କ ଏହି ଡ୍ରେସ୍‌କୁ ବୁଝିବା କେତେକ ଲୋକଙ୍କ ପାଇଁ କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ। କାରଣ ସେ କ’ଣ ପିନ୍ଧିଛନ୍ତି, ତାହା ଅନେକ ଲୋକ ବୁଝି ପାରି ନ ଥାନ୍ତି। ଏହି ଡ୍ରେସ୍‌କୁ ଦେଖି ଆପଣ ମଧ୍ୟ କୌଣସି ପାର୍ଟି କିମ୍ବା କାର୍ଯ୍ୟକ୍ରମ ପାଇଁ ଆଇଡିଆ ନେଇ ନିଆରା ଡ୍ରେସ୍‌ ତିଆରି କରିପାରିବେ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ