ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱରରେ ଲାଗୁହେବ

ଭୁବନେଶ୍ୱର: ଏଣିକି ଯେକୌଣସି ସ୍ଥାନରୁ ପିଡିଏସ୍ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନେ ଏହି ସାମଗ୍ରୀ ଉଠାଇ ପାରିବେ। ଦେଶରେ ‘ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ରାସନ୍‌ କାର୍ଡ’ ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଓଡ଼ିଶାରେ ମଧ୍ୟ ଏହା ଲାଗୁ ହେବାକୁ ଯାଉଛି। ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର ମହାନଗର ନିଗମରୁ ଏହା ଆରମ୍ଭ କରାଯିବ। ଏହା ପରେ ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଏହା ଲାଗୁ କରାଯିବ। ଏଥିପାଇଁ ରାସନ୍‌ କାର୍ଡଧାରୀମାନେ ସେମାନଙ୍କ ଆଧାର ସଂଯୋଗ ଓ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଧାର୍ଯ୍ୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦେଶ ଦେଇଛନ୍ତି।

ପରଲୋକରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍‌

ଭୋପାଳ: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲାଲ୍‌ ଗୌର ୮୯ ବର୍ଷ ବୟସରେ ଭୋପାଳ ସ୍ଥିତ ନର୍ମଦା ହସ୍ପିଟାଲ୍‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଶ୍ବାସ ଜନିତ ସଂକ୍ରମଣ ତଥା ଅନ୍ୟାନ୍ୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ବାବୁଲାଲଙ୍କୁ ୧୫ ଦିନ ତଳେ ଏହି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଭେଣ୍ଟିଲେଟ୍‌ରେ ଥିବା ଅବସ୍ଥାରେ ବୁଧବାର ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ନର୍ମଦା ହସ୍ପିଟାଲ୍‌ର ନିର୍ଦେଶକ ଡା ରାଜେଶ ଶର୍ମା କରିଛନ୍ତି। ମଧ୍ୟ ପ୍ରଦେଶ ରାଜ୍ୟ ବିଜେପି ମିଡିଆ ମୁଖ୍ୟ ଲୋକେନ୍ଦ୍ର ପରାଶର ଏହି ଖବର ପୃଷ୍ଟ କରିବା ସହ ଗଭୀର ଶୋକ ପ୍ରକଟ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଉମା ଭାରତୀ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ବାବୁଲାଲଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟାରେ ତାଙ୍କ ପାର୍ଥୀବଶରୀରକୁ ଶେଷ ଦର୍ଶନ ନିମନ୍ତେ ବିଜେପି ରାଜ୍ୟ ମୁଖ୍ୟାଳୟକୁ ଅଣାଯିବ। ଅପରାହ୍ନ ୨ଟାରେ ଭୋପାଳ ସ୍ଥିତ ସୁବାଷ ନଗର ବିଶ୍ରାମ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।

ମିଳିତ ଜାତିସଂଘରେ ପାକିସ୍ତାନକୁ ବ୍ରିଟେନ ସମର୍ଥନ

ପାର୍ବଣ ୠତୁରେ କାର୍‌ ଓ ଗୃହ
ମୁମ୍ବାଇ: ଆଗକୁ ଆସୁଛି ପାର୍ବଣ ୠତୁ। ପାର୍ବଣ ୠତୁରେ ସବୁଠି ଆରମ୍ଭ ହେବ ଗ୍ରାହକଙ୍କୁ ଲୋଭେଇବା ସକାଶେ ସମସ୍ତ ପ୍ରକାର ଆକର୍ଷଣୀୟ ଅଫର୍‌। ଏଥିରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ବି ପଛରେ ପଡ଼ିବାକୁ ଚାହୁଁନାହିଁ। ତେଣୁ ପାର୍ବଣ ୠତୁର ଯଥେଷ୍ଟ ପୂର୍ବରୁ ବ୍ୟାଙ୍କ୍‌ ପକ୍ଷରୁ ସ୍ବତନ୍ତ୍ର ଅଫର୍‌ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ, ଆଗାମୀ ପାର୍ବଣ ୠତୁରେ କାର୍‌ ଓ ଗୃହ ୠଣଗ୍ରହୀତାଙ୍କୁ ସ୍ବତନ୍ତ୍ର ରିହାତି ପ୍ରଦାନ କରାଯିବ। ୠଣଗ୍ରହୀତାମାନେ ସୁଧ ହାର ଉପରେ ରିହାତି ପାଇବେ। ତା’ଛଡ଼ା ପ୍ରି-ଆପ୍ରୁଭ୍‌ଡ ଡିଜିଟାଲ୍‌ ୠଣ ଓ ବିନା ବର୍ଦ୍ଧିତ ସୁଧ ହାରରେ ୠଣ ଯୋଗାଇ ଦିଆଯିବ। ଏହାଛଡ଼ା କାର୍‌ ୠଣଗ୍ରହୀତାଙ୍କୁ କୌଣସି ପ୍ରକାର ପ୍ରୋସେସିଂ ଫି’ ଦେବାକୁ ପଡ଼ିବ ନାହିଁ ବୋଲି ମଙ୍ଗଳବାର ବ୍ୟାଙ୍କ୍‌ ପକ୍ଷରୁ ଘୋଷଣା କରାଯାଇଛି।
ପାରା ବଢ଼ାଉଛି ବ୍ୟାଡ୍‌ ବୟ
ବାହୁବଲୀ ଫେମ ପ୍ରଭାସଙ୍କ ନୂଆ ଫିଲ୍ମ ‘ସାହୋ’ର ମୁକ୍ତିଲାଭ ତାରିଖ ଯେତିକି ପାଖେଇ ଆସୁଛି ଏହାର କ୍ରେଜ ସିନେପ୍ରେମୀଙ୍କ ଗହଣରେ ସେତିକି ବଢ଼ିବାରେ ଲାଗିଛି। ନିକଟରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମର ଏକ ନୂଆଗୀତ ଏହାକୁ ପ୍ରମାଣିତ କରିଛି। ସଦ୍ୟ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ‘ବ୍ୟାଡ୍‌ ବୟ’ର ଗୀତଟି ଆଖିପିଛୁଳାକେ ଟ୍ରେଣ୍ଡ କରିବାରେ ଲାଗିଛି। ଏହି ହଟ୍‌ ନମ୍ବରଟିରେ ପ୍ରଭାସ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ହଟ୍‌ ଡ୍ୟାନ୍ସ ମୁଭ୍‌ ଯେମିତି ସିନେପ୍ରେମୀଙ୍କୁ ଶିହରିତ କରୁଛି, ଠିକ୍‌ ସେମିତି ଏହା ଡ୍ୟାନ୍ସ ମାହୋଲର ପାରଦ ବଢ଼ାଇବାରେ ସକ୍ଷମ ହୋଇଛି। ଏହି ଗୀତଟିକୁ ଫିଲ୍ମ ନିର୍ମାତା ବର୍ଷର ଏକ ଶ୍ରେଷ୍ଠ ଗୀତ ହେବାକୁ ଯାଉଥିବା ଅଭିହିତ କରିଥିବା ବେଳେ ଖୁବ୍‌ ଶୀଘ୍ର ଏହା ଏକ ଚାର୍ଟବଷ୍ଟରରେ ପରିଣତ ହେବ ବୋଲି ଆଶା କରାଯାଉଛି।
ଟିମ୍‌ ଇଣ୍ଡିଆ କୋଚ୍‌ ରହିଲେ ଶାସ୍ତ୍ରୀ,
ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦ ରବି ଶାସ୍ତ୍ରୀ ବଜାୟ ରଖିଛନ୍ତି। ଶୁକ୍ରବାର ଅପରାହ୍ନରେ କ୍ରିକେଟ୍‌ ଉପଦେଷ୍ଟା କମିଟି (ସିଏସି)ର ତିନି ସଦସ୍ୟ କପିଳ ଦେବ, ଅଂଶୁମାନ ଗାଏକ୍ବାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀ ୬ ଘଣ୍ଟା ଧରି ତିନି ପ୍ରମୁଖ ପ୍ରାର୍ଥୀଙ୍କ ସାକ୍ଷାତକାର ନେବା ପରେ ଶାସ୍ତ୍ରୀଙ୍କ ନାମରେ ମୋହର ମାରିଛନ୍ତି। ଶାସ୍ତ୍ରୀ ଆସନ୍ତା ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ଏହି ପଦରେ ରହିବେ। ମୁଖ୍ୟ କୋଚ୍‌ ପଦବୀ ସକାଶେ ଅନେକଗୁଡ଼ିଏ ଆବେଦନ ପହଞ୍ଚିଥିଲେ ମଧ୍ୟ ସେଥିରୁ ୬ ଜଣଙ୍କୁ ଶର୍ଟଲିଷ୍ଟ୍‌ କରାଯାଇଥିଲା। ସେମାନେ ହେଲେ ଟମ୍‌ ମୁଡି, ମାଇକ୍‌ ହେସନ୍‌, ଲାଲଚାନ୍ଦ ରାଜପୁତ, ରବିନ୍‌ ସିଂହ, ଫିଲ୍‌ ସିମନ୍ସ ଓ ଶାସ୍ତ୍ରୀ। ତେବେ ଶେଷ ମୁହୂର୍ତ୍ତରେ ସିମନ୍ସ ଓହରିଯାଇଥିବା ବେଳେ ବାକି ୫ ଜଣଙ୍କର ସାକ୍ଷାତକାର ନିଆଯାଇଥିଲା। କିନ୍ତୁ ଶେଷରେ ସିଏସି ସଦସ୍ୟମାନେ ଶାସ୍ତ୍ରୀ, ମୁଡି ଓ ହେସନ୍‌ଙ୍କ ମଧ୍ୟରୁ ଜଣକୁ ଚୟନ କରିଥିଲେ। ଶାସ୍ତ୍ରୀଙ୍କ ପାଖରେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ତୁଳନାରେ ଯଥେଷ୍ଟ ଅଧିକ ଅଭିଜ୍ଞତା ସହ ଟିମ୍‌ ଇଣ୍ଡିଆ ପାଇଁ ଏକାଧିକ ସଫଳତା ଆଣିଥିବାରୁ ଶେଷରେ ତାଙ୍କୁ ମୁଖ୍ୟ କୋଚ୍‌ ପଦରେ ଅପରିବର୍ତ୍ତିତ ରଖିବା ସକାଶେ ନିଷ୍ପତ୍ତି ହୋଇଥିବା ସିଏସି ମୁଖ୍ୟ କପିଳ ଦେବ କହିଛନ୍ତି।
ବଜରଙ୍ଗ ପାଇବେ ରାଜୀବ ଗାନ୍ଧି
ଦେଶରେ କ୍ରୀଡ଼ା କ୍ଷେତ୍ରରେ ପ୍ରଦାନ କରାଯାଇଆସୁଥିବା ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଏସିଆନ୍‌ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିବା ପୁରୁଷ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ପ୍ରଦାନ କରାଯିବ। ଶୁକ୍ରବାର ଏହି ପୁରସ୍କାର ପାଇଁ ତାଙ୍କ ନାମ ଚୟନ କରାଯାଇଛି। ଏହି ପୁରସ୍କାର ବିଜେତାଙ୍କୁ ଚୟନ କରିବା ସକାଶେ ଉଦ୍ଦିଷ୍ଟ କମିଟିର ବୈଠକ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ବଜରଙ୍ଗଙ୍କ ନାମରେ ୧୨ ଜଣ ସଦସ୍ୟ ମୋହର ମାରିଛନ୍ତି। ଏହି କମିଟିରେ ଭାରତୀୟ ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ୍‌ ଭୂତିଆ, ୬ ଥରର ବିଶ୍ବ ଚାମ୍ପିଅନ୍‌ ମହିଳା ବକ୍ସର୍‌ ଏମ୍‌ସି ମ୍ୟାରିକମ୍‌ ସଦସ୍ୟ ଭାବେ ରହିଥିବା ବେଳେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମୁକୁନ୍ଦକମ୍‌ ଶର୍ମା ଏହାର ଅଧ୍ୟକ୍ଷ ରହିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଟ୍ରମ୍ପ୍‌ଙ୍କ ସହ କଥା ହେଲେ ମୋଦି
ଜମ୍ମୁ-କଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନିଆଯିବା ପରଠାରୁ ପାକିସ୍ତାନ ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ଗୁରୁତର ଭାବେ ବ୍ୟାହତ ହୋଇଛି। ବିଶେଷକରି ପାକିସ୍ତାନ ଭାରତ ସରକାରଙ୍କ ପଦକ୍ଷେପରେ ରକ୍ତ ଚାଉଳ ଚୋବାଉଛି। କଶ୍ମୀରବାସୀଙ୍କ ସୁଖଦୁଃଖର ସାଥୀ ଭାବେ ନିଜକୁ ପ୍ରମାଣିତ କରିବାକୁ ଏହି ଦେଶ ଉଦ୍ୟମ କରିଚାଲିଛି। ଭାରତ ସରକାର ଜମ୍ମୁ-କଶ୍ମୀର ଜନତାଙ୍କ ବିଶ୍ବାସ ଭାଙ୍ଗିଛନ୍ତି ଓ ନିର୍ଯାତନା ଦେଉଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିବା ସହ ପରୋକ୍ଷରେ ଯୁଦ୍ଧର ଧମକ ମଧ୍ୟ ଦେଇଛନ୍ତି। ଏପରି ସ୍ଥିତିରେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ପାଖାପାଖି ୩୦ ମିନିଟ୍‌ ଧରି ଉଭୟ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବା ଅବସରରେ ମୋଦି ପାକିସ୍ତାନର ନାଁ ନ ନେଇ ପଡ଼ୋଶୀ ଦେଶ ଯେପରି ଭାବେ ଭାରତ ବିରୋଧରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛି, ତାହା ଏସିଆ ମହାଦେଶର ଶାନ୍ତି ପାଇଁ ଆଦୌ ଅନୁକୂଳ ନୁହେଁ ବୋଲି କହିଛନ୍ତି।
ସ୍ବାଧୀନତା ଦିବସରେ
ସୋମବାର ଆଫଗାନିସ୍ତାନ ତା’ର ଶହେତମ ସ୍ବାଧୀନତା ଦିବସ ପାଳନ କରିଥିଲେ ହେଁ ଦେଶରେ ଚାଲିଥିବା ଅଶାନ୍ତ ପରିବେଶରେ କୌଣସି ସୁଧାର ଆସିନାହିଁ। ଦେଶର ଜନସାଧାରଣ ଶାନ୍ତିପୂର୍ବକ ସ୍ବାଧୀନତା ଦିବସ ପାଳିବାରେ ସକ୍ଷମ ହୋଇପାରିନାହାନ୍ତି। କାରଣ ସୋମବାର ଏକାଧିକ ସ୍ଥାନରେ ବୋମା ବିସ୍ଫୋରଣ ଘଟଣା ଘଟିଛି ଓ ଏଥିରେ ୩୪ ଜଣ ଲୋକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ପଶ୍ଚିମାଞ୍ଚଳ ସହର ଜଲାଲାବାଦରେ ଏହି ବିସ୍ଫୋରଣଗୁଡ଼ିକ ଘଟିଛି। ତେବେ କୌଣସି ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହି ଅଞ୍ଚଳରେ ଆଇଏସ୍‌ ଓ ତାଲିବାନ୍‌ ସଂଗଠନର ସଦସ୍ୟମାନେ ସର୍ବାଧିକ ସକ୍ରିୟ ରହିଆସିଥିବାରୁ ସେମାନଙ୍କ ମଧ୍ୟରୁ କେହି ଏହି ଅଘଟଣ ଘଟାଇଥିବା ସନ୍ଦେହ କରାଯାଉଛି।
ଅବିଶ୍ବସନୀୟ ହତ୍ୟାକାଣ୍ଡ: ବାପାକୁ
କର୍ଣ୍ଣାଟକ ରାଜାଜୀନଗରରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଯାହା ସଭ୍ୟ ସମାଜର ଛାତି ଥରାଇ ଦେଲା ପରି ପରିସ୍ଥିତି ସୃଷ୍ଟି କରିଛି । ଜଣେ ୧୫ ବର୍ଷୀୟା ଝିଅ ତା’ର ୧୯ ବର୍ଷୀୟ ବୟଫ୍ରେଣ୍ଡ ସହ ମିଶି ବାପାଙ୍କୁ ହତ୍ୟା କରି ପୋଡ଼ି ଦେବାକୁ ମଧ୍ୟ ପଛାଇ ନାହିଁ। ପ୍ରଥମେ ବାପାଙ୍କୁ ଖୀରରେ ନିଦ ଔଷଧ ଦେଇ ଅଚେତ କରିବା ପରେ ନାବାଳିକା ଜଣକ ତା’ର ବୟଫ୍ରେଣ୍ଡ୍‌କୁ ଘରକୁ ଡାକିଥିଲା। ଏହାପରେ ବାପାଙ୍କୁ ନିଦ ବଟିକା କାମ ଦେଇଛି ନା ନାହିଁ ଜାଣିବା ପରେ ଚାପୁଡ଼ା ଚାପୁଡ଼ା ମାରି ଚାଲିଥିଲା। ମାତ୍ର ବାପା ଘୋର ନିଦରେ ଶୋଇଥିବା ଜାଣି ଛୁରୀରେ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିବା ସହ ସେହି ଘର ଭିତରେ ନିଆଁ ଲଗାଇ ପୋଡ଼ି ଦେଇଥିଲା। ଘରୁ ଧୂଆଁ ବାହାରିବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଝିଅ ଓ ତା‘ର ବୟଫ୍ରେଣ୍ଡ୍‌କୁ ଗିରଫ କରିବା ପରେ ଉଭୟେ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି।
ଅଣଦେଖା କରନ୍ତୁନି ହିପ୍ସ ଯନ୍ତ୍ରଣା,
ଶରୀରର ଯେ କୌଣସି ଅଂଶରେ ଯନ୍ତ୍ରଣା ହେଲେ ମଧ୍ୟ ଏହା ସାଧାରଣ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ଅଣ୍ଟା, ବେକ ପଛପାଖ, ମଣିବନ୍ଧ, ପାଦରେ ଯନ୍ତ୍ରଣା ହେଲେ, ଆମେ ଔଷଧ ଲଗାଇ କାମରେ ଲାଗିଯାଇଥାଉ। କିନ୍ତୁ ହିପ୍ସ ଯନ୍ତ୍ରଣାକୁ ଏଭଳି ଅଣଦେଖା କରି ଏହା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବନ ବିତାଇବା ଉଚିତ ନୁହେଁ। ଏହା ଆମର ଦୈନନ୍ଦିନ କାମ ସହ ଶରୀରକୁ ମଧ୍ୟ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ। ହିପ୍ସରେ ଯନ୍ତ୍ରଣା ହେବାର ମୁଖ୍ୟ କାରଣ ସେଠାରେ ଷ୍ଟ୍ରେଚ୍‌, ଫ୍ରାକ୍ଚର, ଆଘାତ ଲାଗିବା କିମ୍ବା ଗଣ୍ଠି ସ୍ଥାନ ଫୁଲିଯିବା ଆଦି ହୋଇପାରେ। ଯଦି ଏହି ଯନ୍ତ୍ରଣାକୁ ଆପଣ ଅଣଦେଖା କରନ୍ତି, ତେବେ ଆପଣଙ୍କ ଚଲାବୁଲା, ବସା ଉଠାରେ ସମସ୍ୟା ହୋଇପାରେ। ଗବେଷଣା ଅନୁସାରେ ୧୦୦ରୁ ୧୦ ଜଣ ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯନ୍ତ୍ରଣା କାହିଁକି ହେଉଛି, ତାହାର ପରୀକ୍ଷାନୀରିକ୍ଷା ପରେ ଜଣାପଡ଼ିଥାଏ ଯେ ହିପ୍ସର ଡିସ୍କ ଖସି ଯାଇଥିଲେ କିମ୍ବା ଠିକ୍‌ ଭାବରେ ରକ୍ତ ପ୍ରବାହ ନ ହୋଇ ପାରିବା କାରଣରୁ ହିପ୍ସର ଜଏଣ୍ଟ କ୍ଷତିଗ୍ରସ୍ତ ହୋଇଥାଏ। ଅନେକ ସମୟରେ ଏହାକୁ ଅଧିକ ଅଣଦେଖା କରିବା ଫଳରେ ଜଏଣ୍ଟ ରିପ୍ଲେସ୍‌ମେଣ୍ଟ ସର୍ଜରୀ ମଧ୍ୟ କରିବାକୁ ପଡ଼ିଥାଏ।

ଫଟୋ ଗ୍ୟାଲେରୀ

ମହିଳାଙ୍କ ପରିଚ୍ଛନ୍ନତା ପାଇଁ
ଏବେ ବି ସମାଜରେ ମହିଳାଙ୍କୁ ଟଏଲେଟ୍‌ ସସମ୍ୟାର ସମ୍ମୁଖୀନ ଅଧିକ ହେବାକୁ ପଡ଼ୁଛି। ସରକାର ଓ ଲୋକଙ୍କ ପକ୍ଷରୁ ଅଭିଯାନ ଚଳାଯିବା ପରେ ମଧ୍ୟ ଅଧିକାଂଶ ମହିଳା ଟଏଲେଟ୍‌ ବ୍ୟବହାର ନ କରି ଖୋଲାରେ ଶୌଚ ହେବାକୁ ଯାଉଛନ୍ତି। ଏହାଦ୍ବାରା କେବଳ ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁନାହିଁ, ସେମାନଙ୍କୁ ଅସଦାଚରଣର ଶିକାର ମଧ୍ୟ ହେବାକୁ ପଡ଼ୁଛି। ଏଥସହିତ ଅଧିକାଂଶ ମହିଳା ମାସିକ ଧର୍ମ ସମୟରେ ସାନିଟାରୀ ନ୍ୟାପ୍‌କିନ୍‌ ବ୍ୟବହାର ନ କରି କପଡ଼ାର ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସଚେତନତା ନେଇ ଅନେକ ଅଭିଯାନ ଚଳା ଯାଉଥିଲେ ମଧ୍ୟ ମହିଳାଙ୍କ ମନରେ କେତେକ ଭ୍ରାନ୍ତ ଧାରଣା ରହିଯାଇଛି, ଯାହାକୁ ଭାଙ୍ଗିବା ନିହାତି ଦରକାର। ଏହି କ୍ଷେତ୍ରରେ ମୁମ୍ବାଇର ଶାଲିନୀ ଠାକ୍‌ରେ କାମ କରୁଛନ୍ତି। ସେ ମହିଳାଙ୍କ ପାଇଁ ତାଙ୍କ ଅଞ୍ଚଳରେ ବାୟୋ ଟଏଲେଟ୍‌ ତିଆରି କରିବା ସହିତ ସାନିଟାରୀ ନ୍ୟାପ୍‌କିନ୍‌ ମେସିନ୍‌ ମଧ୍ୟ ଲଗାଇଛନ୍ତି।
ସ୍ୟାଣ୍ଡୱିଚ୍ ଖାଉଥିଲେ ସାବଧାନ!
ସାଧାରଣତଃ ଲୋକେ ସ୍ୟାଣ୍ଡୱିଚ୍‌କୁ ସ୍ବାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଏହି ଧାରଣା ପାଇଁ ଏହା ଲୋକଙ୍କର ଅଲ୍‌ଟାଇମ୍‌ ଫେବରାଇଟ୍‌ ସ୍ନାକ୍‌ସରେ ପରିଣତ ହୋଇଯାଇଛି। ଏହାକୁ ସକାଳ ଜଳଖିଆ କିମ୍ବା ସନ୍ଧ୍ୟା ସ୍ନାକ୍‌ସରେ ସେବନ କରାଯାଉଥିବାବେଳେ ପିଲାଙ୍କ ଲଞ୍ଚ ବକ୍ସରେ ପ୍ୟାକ୍‌ ହେବା କ୍ଷେତ୍ରରେ ସ୍ୟାଣ୍ଡୱିଚ୍‌ ଆଗରେ ରହିଛି। ଯେ କୌଣସି ସମୟରେ ହାଲୁକା ଭୋକ ମେଣ୍ଟାଇବା ଲାଗି ଲୋକେ ସ୍ୟାଣ୍ଡୱିଚ୍‌କୁ ଏକ ଉତ୍ତମ ବିକଳ୍ପ ଭାବି ଖାଇ ନିଅନ୍ତି। କିନ୍ତୁ ଯଦି ଆପଣ ସ୍ୟାଣ୍ଡୱିଚ୍‌ର ପୋଷକତତ୍ତ୍ବ ଉପରେ ଧ୍ୟାନ ଦେବେ, ତେବେ ଆପଣଙ୍କୁ ସ୍ୟାଣ୍ଡୱିଚ୍‌ରେ ସ୍ବାସ୍ଥ୍ୟକର ଦିଗ ପରିବର୍ତ୍ତେ ଅସ୍ବାସ୍ଥ୍ୟକର ଦିଗ ଅଧିକ ଦେଖାଯିବ। ଚାଲନ୍ତୁ ଜାଣିବା ସ୍ୟାଣ୍ଡୱିଚ୍‌ ସେବନ କରିବା ଦ୍ବାରା ଏହା କିଭଳି ସ୍ବାସ୍ଥ୍ୟ ପ୍ରତି ଖରାପ ହୋଇଥାଏ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଘରକୁ ଏପରି କରନ୍ତୁ ପ୍ଲାଷ୍ଟିକ୍‌ ଫ୍ରି
ଯେଉଁଭଳି ଆମେ ପରିବେଶକୁ କ୍ଷତି ପହଞ୍ଚାଉଛୁ, ଏହାଦ୍ବାରା ଆଗାମୀ ପିଢ଼ିଙ୍କ ପାଇଁ ସୁରକ୍ଷିତ ପରିବେଶ ବଞ୍ଚିବ ନାହିଁ। ପରିବେଶକୁ ପ୍ଲାଷ୍ଟିକ୍‌ ବହୁତ କ୍ଷତି ପହଞ୍ଚାଇଥାଏ। ପ୍ଲାଷ୍ଟିକ୍‌ ମାଟିରେ ମିଶି ନ ଥାଏ କିମ୍ବା ସମ୍ପୂର୍ଣ୍ଣ ଭାବେ ଷଢ଼ି ନ ଥାଏ। ଏହାକୁ ଜାଳିବା ଦ୍ବାରା ସୃଷ୍ଟି ହେଉଥିବା ହାନିକାରକ ଗ୍ୟାସ୍‌ ପରିବେଶକୁ ଆହୁରି ଦୂଷିତ କରିଥାଏ। ଯଦି ଆପଣ ଚାହୁଛନ୍ତି ଆପଣଙ୍କ ଆଗାମୀ ପିଢ଼ିକୁ ସୁସ୍ଥ ପରିବେଶ ମିଳୁ, ତେବେ ଏବେଠାରୁ ଆରମ୍ଭ କରିବାକୁ ପଡ଼ିବ। ସାଧାରଣତଃ କୁହାଯାଏ, ଯେତେବେଳେ କୌଣସି ଜିନିଷର ଆରମ୍ଭ କରିବାକୁ ହୁଏ, ତେବେ ନିଜ ଘରୁ ପ୍ରଥମେ ଆରମ୍ଭ କରିବା ଉଚିତ। ଏହି କଥାକୁ ଧ୍ୟାନରେ ରଖି ପରିବେଶକୁ ପ୍ଲାଷ୍ଟିକ୍‌ ଫ୍ରି କରିବାର ଆରମ୍ଭ ଘରୁ ହିଁ କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା ଘରକୁ କିଭଳି ଭାବେ ପ୍ଲାଷ୍ଟିକ୍‌ ଫ୍ରି କରିପାରିବେ।
ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।