ଖୋଲିଲା ତେଲେଙ୍ଗାନା ଗଣହତ୍ୟା ରହସ୍ୟ: ପ୍ରେମରୁ

ହାଇଦ୍ରାବାଦ: ଗତ ୨୧ ଓ ୨୨ ତାରିଖରେ ତେଲେଙ୍ଗାନାର ୱାରଙ୍ଗଲ୍ ସହର ନିକଟବର୍ତ୍ତୀ ଗୋରେକୁଣ୍ଟା ଗ୍ରାମସ୍ଥିତ ଏକ କୂଅରୁ ପୋଲିସ୍ ୯ଟି ଶବ ଉଦ୍ଧାର କରିଥିଲା। ଏହି ମାମଲାରେ ପରେ ପୋଲିସ୍ ସଞ୍ଜୟ କୁମାର ଯାଦବ ନାମକ ଜଣେ ବିହାରୀ ଯୁବକକୁ ମଧ୍ୟ ଗିରଫ କରିଥିଲା। ଏହି ୨୪ ବର୍ଷୀୟ ଯୁବକକୁ ପୋଲିସ୍ ପଚରାଉଚରା କରିବା ପରେ ଏହି ଗଣହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇଛି। ଜଣେ ମହିଳା ସହ ସେ ଲିଭ-ଇନ୍ ରିଲେସନଶିପରେ ରହୁଥିବା ବେଳେ ତାଙ୍କୁ ହତ୍ୟା କରିଥିବା ଯୁବକ ଜଣକ ନିଜର କୁକର୍ମକୁ ଛପାଇବା ସକାଶେ ବାକି ୯ ଜଣଙ୍କ ଜୀବନ ନେଇଥିବା ପୋଲିସ୍ ଆଗରେ ସ୍ବୀକାର କରିଥିବା ୱାରଙ୍ଗଲ୍ ପୋଲିସ୍ କମିଶନର୍ ଭି. ରବୀନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିହାରୀ ଯୁବକ ଜଣକ ହତ୍ୟା କରିଥିବା ୯ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଥିଲେ। ସଞ୍ଜୟ ସେମାନଙ୍କ ଖାଦ୍ୟରେ ନିଦ ବଟିକା ଖୁଆଇ ବେହୋସ୍ କରିବା ପରେ ସେମାନଙ୍କୁ ଉକ୍ତ କୂଅ ଭିତରେ ଫିଙ୍ଗି ହତ୍ୟା କରିଥିବା ପଚରାଉଚରା ବେଳେ ସ୍ବୀକାର କରିଛି ବୋଲି କମିଶନର୍ ରବୀନ୍ଦର କହିଛନ୍ତି।
ଆମେରିକାରେ ସ୍କୁଲ ଖୋଲିବା ସପକ୍ଷରେ ଟ୍ରମ୍ପ
କୋରୋନା ଭାଇରସ ସଂକ୍ରମଣରେ ଆମେରିକାର ସ୍ଥିତି ବେହାଲ ହୋଇଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଆମେରିକାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ବିଟ କରି ଟ୍ରମ୍ପ କହିଛନ୍ତି, ଆମେରିକାରେ ସ୍କୁଲ ଯେତେଶୀଘ୍ର ଖୋଲିବ ସେତେ ଭଲ। ଟ୍ରମ୍ପ ସ୍କୁଲ ଖୋଲିବାର କାରଣକୁ ନେଇ ସାଧାରଣ ଜନତାଙ୍କୁ ଫକ୍ସ ନ୍ୟୁଜର ଏକ ଶୋ' ଦେଖିବାକୁ ମଧ୍ୟ କହିଛନ୍ତି, ଯେଉଁଥିରେ ଲକ୍‌ଡାଉନକୁ ଷ୍ଟୁପିଡ ବୋଲି କୁହାଯାଇଛି। ଅନ୍ୟପଟେ ଗତ ୧୪ ଦିନ ମଧ୍ୟରେ ଯେଉଁମାନେ ବ୍ରାଜିଲ ଗସ୍ତ କରିଛନ୍ତି, ସେମାନଙ୍କୁ ଆମେରିକା ଆସିବାକୁ ବାରଣ କରିଛନ୍ତି ଟ୍ରମ୍ପ ସରକାର। ସାମ୍ପ୍ରତିକ ସ୍ଥିତିରେ 'ଓପନ ଆମେରିକା ଏଗେନ'ର ସ୍ଲୋଗାନ ଆମେରିକାର ସବୁଆଡ଼େ ଶୁଣିବାକୁ ମିଳୁଛି।
ମହାରାଷ୍ଟ୍ର ମେଣ୍ଟ ସରକାର ପ୍ରତି କୌଣସି ବିପଦ ନାହିଁ: ସଞ୍ଜୟ ରାଉତ
ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଓ ମେଣ୍ଟ ସରକାରରେ ଅନ୍ୟତମ ସହଯୋଗୀ ଦଳ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ପାଖାପାଖି ଦେଢ଼ ଘଣ୍ଟା ଧରି ଆଲୋଚନା ହେବା ପରେ ଏହାକୁ ନେଇ ରାଜନୀତି ମହଲରେ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ରାଜ୍ୟରେ କ୍ଷମତାସୀନ ଥିବା ମେଣ୍ଟ ସରକାର ପ୍ରତି କୌଣସି ପ୍ରକାର ବିପଦ ନାହିଁ ଏବଂ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତାଲୋଚନା ଔପଚାରିକ ଥିଲା ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ ଟ୍ବିଟ୍ କରି କହିଛନ୍ତି ଯେ ରାଜ୍ୟର ମେଣ୍ଟ ସରକାର ପ୍ରତି କୌଣସି ପ୍ରକାର ବିପଦ ନାହିଁ। ସରକାରର ତିନିଟି ସହଯୋଗୀ ଦଳ ମଧ୍ୟରେ ଉତ୍ତମ ବୁଝାମଣା କାଏମ ରହିଛି। ତେଣୁ ଯିଏ ମେଣ୍ଟ ସରକାରର ସ୍ଥିରତା ନେଇ ସନ୍ଦେହ ପ୍ରକାଶ କରୁଛନ୍ତି, ତାହା ସେମାନଙ୍କ ସମସ୍ୟା ବୋଲି ରାଉତ କହିଛନ୍ତି।
ଅକ୍ଷୟଙ୍କ ବିଜ୍ଞାପନର ଶୁଟିଂକୁ ନେଇ ବିବାଦ, ପ୍ରଯୋଜକ ଦେଲେ ସ୍ପଷ୍ଟୀକରଣ
କିଛି ଦିନ ତଳେ ଫିଲ୍ମ ଓ ଟିଭି ଶୋ’ ପୁନର୍ବାର ଆରମ୍ଭ କରାଯିବା ଖବର ଶୁଣିବାକୁ ମିଳିଥିଲା। ଏହାପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (ଏଫଡବ୍ଲ୍ୟୁଆଇସିଇ)ର ଜେନେରାଲ ସେକ୍ରେଟାରୀ ଅଶୋକ ଦୁବେ ନିଜ ବୟାନ ଜାରି କହିଥିଲେ ଯେ ଏବେ ଫିଲ୍ମ ଓ ଟିଭି ଶୋ’ର ଶୁଟିଂ ଆରମ୍ଭ ହୋଇ ନାହିଁ। ସରକାରଙ୍କ ସହ ସୁରକ୍ଷା ନିୟମ ଓ ସାମାଜିକ ଦୂରତା ନେଇ ଆଲୋଚନା ଚାଲିଛି। ତେବେ ମୁମ୍ବାଇରେ ଶୁଟିଂ ହୋଇଥିବା ଅକ୍ଷୟଙ୍କ ଯେଉଁ ବିଜ୍ଞାପନକୁ ନେଇ ବିବାଦ ଚାଲିଛି, ତାହା ଭାରତ ସରକାରଙ୍କ ପକ୍ଷରୁ ଜନହିତକାରୀ ଭିଡ଼ିଓ ଭାବେ ଶୁଟିଂ କରାଯାଇଥିଲା। ଏହି ଶୁଟିଂ କରିବା ଲାଗି ମୁମ୍ବାଇ ପୋଲିସ ମଧ୍ୟ ଅନୁମତି ଦେଇଥିଲା। ତେବେ ଏହା ଉପରେ ଟିପ୍ପଣୀ ଦେଇ ଅଶୋକ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ନିୟମ ନେଇ ସବୁଜ ସଙ୍କେତ ମିଳି ନାହିଁ, ସେ ପର୍ଯ୍ୟନ୍ତ ଶୁଟିଂ ଆରମ୍ଭ ହେବ ନାହିଁ।
କୋହଲିଙ୍କଠୁ ସଚିନ ଶ୍ରେଷ୍ଠ: ଗୌତମ ଗମ୍ଭୀର
କ୍ରିକେଟରେ କିଏ ଶ୍ରେଷ୍ଠ, ତାହାର ତୁଳନାତ୍ମକ ବିଶ୍ଲେଷଣ ଏତେ ସହଜ କଥା ନୁହେଁ। କିଏ ଶ୍ରେଷ୍ଠ ଚୟନ କରିବା ଏକ କଷ୍ଟକର ଓ ବିବାଦୀୟ ପ୍ରସଙ୍ଗ। ତଥାପି ଏହାରି ଭିତରେ କେହି କେହି ଏପରି ତୁଳନାତ୍ମକ ମନ୍ତବ୍ୟ ଦେବା ନଜରକୁ ଆସିଥାଏ। ଠିକ ଏହିପରି ଭାବେ କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗାମ୍ଭୀର ଏକ ତୁଳନାତ୍ମକ ବିଶ୍ଲେଷଣ ଜରିଆରେ ସଚିନ ତେନ୍ଦୁଲକରଙ୍କୁ ବିରାଟ କୋହଲିଙ୍କ ଠାରୁ ଆଗରେ ରଖିଛନ୍ତି। ତାଙ୍କ କହିବା କଥା ହେଲା ସଚିନ ଯେଉଁପରି ଦୀର୍ଘ ବର୍ଷ ଧରି କ୍ରିକେଟ ପଡ଼ିଆରେ ତିଷ୍ଠି ରହିଲେ ଓ ତାଙ୍କ ସମୟର କ୍ରିକେଟ ନିୟମରେ ସଫଳତା ପାଇଲେ ତାହା ବର୍ତ୍ତମାନର ସ୍ଥିତି ଠାରୁ ନିଆରା। ତେଣୁ ତାଙ୍କ ବିଚାରରେ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମାନ କୋହଲିଙ୍କ ଠାରୁ ସଚିନ ଆଗରେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଭାରତୀୟ ବାୟୁସେନା ମୁଖ୍ୟଙ୍କ ମନ୍ତବ୍ୟ ନେପାଳ ପ୍ରତି ଅପମାନ: ପୋଖରେଲ୍
ନିକଟରେ ନେପାଳ ପକ୍ଷରୁ ଭାରତର ଲଦାଖ୍ ଅନ୍ତର୍ଗତ ଲିପୁଲେଖ ପରି ତିନିଟି ସ୍ଥାନକୁ ନିଜ ଦେଶର ମାନଚିତ୍ରରେ ସ୍ଥାନ ଦିଆଯାଇଥିଲା। ଏପରି ଏକ ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିବା ବେଳେ ଭାରତୀୟ ବାୟୁସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱନେ ନେପାଳ ଅନ୍ୟ କୌଣସି ଦେଶ ପାଇଁ ଓକିଲାତି କରୁଛି ବୋଲି କହିଥିଲେ। ଏପରି ମନ୍ତବ୍ୟ ନେପାଳର ଐତିହ୍ୟ ପ୍ରତି ଅପମାନ ବୋଲି ମତ ଦେଇଛନ୍ତି ନେପାଳର ପ୍ରତିରକ୍ଷା ମନ୍ତ୍ରୀ ଈଶ୍ବର ପୋଖରେଲ୍। ସେ କହିଛନ୍ତି ଯେ ନରୱନେ ଦେଇଥିବା ମନ୍ତବ୍ୟ ଅପମାନ ଜନକ। ଏହା କଦାପି ନେପାଳର ଐତିହ୍ୟ, ସାମାଜିକ ଚରିତ୍ର ଓ ସ୍ବାଧୀନତାକୁ ଦ୍‌ଷ୍ଟିରେ ରଖି ଦିଆଯାଇନାହିଁ। ନରୱନେଙ୍କ ମନ୍ତବ୍ୟ ମଧ୍ୟ ଭାରତର ସୁରକ୍ଷା ପାଇଁ ଆତ୍ମବଳୀ ଦେଇଥିବା ନେପାଳୀ ଗୁର୍ଖା ଯବାନଙ୍କ ଭାବନାକୁ ପ୍ରତିହତ କରିଛି। ଏପରି ଏକ ମନ୍ତବ୍ୟ କାରଣରୁ ନେପାଳୀ ଗୁର୍ଖା ଯବାନମାନଙ୍କର ଆତ୍ମସମ୍ମାନ ମଧ୍ୟ ପ୍ରଭାବିତ ହୋଇଛି ବୋଲି ଗତ ୨୨ ତାରିଖରେ ଏକ ସ୍ଥାନୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପୋଖରେଲ୍ କହିଛନ୍ତି।
ଖୋଲିଲା ତେଲେଙ୍ଗାନା ଗଣହତ୍ୟା ରହସ୍ୟ: ପ୍ରେମରୁ ହତ୍ୟା ଓ ଯୌନ ନିର୍ଯାତନା ଲୁଚାଇବାକୁ ଭୟଙ୍କର ଯୋଜନା
ଗତ ୨୧ ଓ ୨୨ ତାରିଖରେ ତେଲେଙ୍ଗାନାର ୱାରଙ୍ଗଲ୍ ସହର ନିକଟବର୍ତ୍ତୀ ଗୋରେକୁଣ୍ଟା ଗ୍ରାମସ୍ଥିତ ଏକ କୂଅରୁ ପୋଲିସ୍ ୯ଟି ଶବ ଉଦ୍ଧାର କରିଥିଲା। ଏହି ମାମଲାରେ ପରେ ପୋଲିସ୍ ସଞ୍ଜୟ କୁମାର ଯାଦବ ନାମକ ଜଣେ ବିହାରୀ ଯୁବକକୁ ମଧ୍ୟ ଗିରଫ କରିଥିଲା। ଏହି ୨୪ ବର୍ଷୀୟ ଯୁବକକୁ ପୋଲିସ୍ ପଚରାଉଚରା କରିବା ପରେ ଏହି ଗଣହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇଛି। ଜଣେ ମହିଳା ସହ ସେ ଲିଭ-ଇନ୍ ରିଲେସନଶିପରେ ରହୁଥିବା ବେଳେ ତାଙ୍କୁ ହତ୍ୟା କରିଥିବା ଯୁବକ ଜଣକ ନିଜର କୁକର୍ମକୁ ଛପାଇବା ସକାଶେ ବାକି ୯ ଜଣଙ୍କ ଜୀବନ ନେଇଥିବା ପୋଲିସ୍ ଆଗରେ ସ୍ବୀକାର କରିଥିବା ୱାରଙ୍ଗଲ୍ ପୋଲିସ୍ କମିଶନର୍ ଭି. ରବୀନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିହାରୀ ଯୁବକ ଜଣକ ହତ୍ୟା କରିଥିବା ୯ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଥିଲେ। ସଞ୍ଜୟ ସେମାନଙ୍କ ଖାଦ୍ୟରେ ନିଦ ବଟିକା ଖୁଆଇ ବେହୋସ୍ କରିବା ପରେ ସେମାନଙ୍କୁ ଉକ୍ତ କୂଅ ଭିତରେ ଫିଙ୍ଗି ହତ୍ୟା କରିଥିବା ପଚରାଉଚରା ବେଳେ ସ୍ବୀକାର କରିଛି ବୋଲି କମିଶନର୍ ରବୀନ୍ଦର କହିଛନ୍ତି।
ଅଳକାଙ୍କୁ ମହଙ୍ଗା ପଡ଼ିଲା ମୋଦି ଓ ଯୋଗୀଙ୍କୁ ଟାର୍ଗେଟ୍, ଥାନାରେ ମାମଲା ରୁଜୁ
ନିକଟରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିଷୋଦଗାର କରିଥିବା ବେଳେ ବର୍ତ୍ତମାନ ଏପରି ଏକ ପଦକ୍ଷେପ ତାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। କାରଣ ତାଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଏଠାକାର ହଜରତଗଞ୍ଜ ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଉତ୍ତର ପ୍ରଦେଶ ଶିଶୁ ସୁରକ୍ଷା କମିଶନର ସଦସ୍ୟା ଡା. ପ୍ରୀତି ବର୍ମାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଲାମ୍ବା ତାଙ୍କ ସୋସାଲ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଥିଲେ। ଏହି ଭିଡିଓରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ସେମାନେ ନିଜ ନିଜ କର୍ତ୍ତବ୍ୟ ଠିକ୍ ଭାବେ ପାଳନ କରୁ ନ ଥିବା ମତ ଦେଇଥିଲେ।

ଫଟୋ ଗ୍ୟାଲେରୀ

ପାକିସ୍ତାନରେ ହିନ୍ଦୁ ଯୁବତୀ ନିର୍ଯାତନାର ଶିକାର
ଧର୍ମ ବଦଳାଇବାକୁ ନେଇ ପାକିସ୍ତାନରେ ସବୁକିଛି କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ନିଆଯାଇ ଜୋର ଜବଦରଦସ୍ତ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି। ଏହାକୁ ନେଇ ସିନ୍ଧ ପ୍ରଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ କହିବାନୁସାରେ ତବଲିଗି ଜମାତ ସେମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି। ଯଦି ସେମାନେ ଏହି କଥାରେ ସହମତି ପ୍ରକାଶ କରୁ ନାହାନ୍ତି, ତେବେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି ଓ ସେମାନଙ୍କ ଘରଦ୍ବାର ନଷ୍ଟ କରି ଦିଆଯାଉଛି। ଏପରିକି ଧର୍ମ ପରିବର୍ତ୍ତନ କରିବାକୁ ମନା କରିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ସେମାନେ କହିଛନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଘରୋଇ ଉପାୟ ଆପଣାଇ ଚମକାନ୍ତୁ ହଳଦିଆ ପଡ଼ିଯାଇଥିବା ଦାନ୍ତ
କେବଳ ଖାଦ୍ୟ ଚୋବାଇବାରେ ନୁହେଁ , ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଦାନ୍ତ ସାହାଯ୍ୟ କରିଥାଏ କିନ୍ତୁ ସିଗାରେଟ୍, ମଦ, ଅଧିକ ମିଠା ଖାଦ୍ୟ, ବ୍ରଶ୍ ନ କରି ଖାଦ୍ୟ ଖାଇବା, ଦାନ୍ତକୁ ଠିକ ଭାବେ ସଫା ନ କରିବା ଓ ଖରାପ ଖାଦ୍ୟପେୟ ପାଇଁ ଏହା ହଳଦିଆ ପଡ଼ି ଯାଇଥାଏ। ଫଳରେ ହସିବା ବେଳେ ଆପଣ ଲଜ୍ଜା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ଲୋକେ ରସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ଫଳରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ। କେତେକ ଲୋକ ଏଥିପାଇଁ କେବଳ ଟୁଥପେଷ୍ଟ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଏହା କୌଣସି ପ୍ରଭାବ ପକାଏ ନାହିଁ। ଯଦି ଆପଣ ମଧ୍ୟ ଦାନ୍ତର ହଳଦିଆ ପଣ ଦୂର କରିବାକୁ ଚାହୁଛନ୍ତି ତେବେ କେତେକ ଘରୋଇ ଉପାୟ ଅବଲମ୍ବନ କରିପାରିବେ। ଯାହାଫଳରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ।