କୋରୋନାରେ ପୂର୍ବତନ କଂଗ୍ରେସ ସାଂସଦ ସୁରେନ୍ଦ୍ର

ନୂଆଦିଲ୍ଲୀ: କଂଗ୍ରେସର ପୁରୁଖା ନେତା ତଥା ଗାଜିଆବାଦର ପୂର୍ବତନ ସାଂସଦ ସୁରେନ୍ଦ୍ର ପ୍ରକାଶ ଗୋୟଲଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ପରଲୋକ ଗମନ କରିଥିବା ଗୋୟଲଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ଗୋଟିଏ ଝିଅ ଓ ପୁଅ ଅଛନ୍ତି। ଗୋୟଲଙ୍କ ପରଲୋକରେ କେନ୍ଦ୍ର ସଡ଼କ ଓ ପରିବହନ ତଥା ରାଜପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ତଥା ଗାଜିଆବାଦର ବର୍ତ୍ତମାନ ସାଂସଦ ଅବସରପ୍ରାପ୍ତ ଜେନେରାଲ୍ ଭିକେ ସିଂହ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଗୋୟଲ କୋରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ ତାଙ୍କର ଚିକିତ୍ସା ଚାଲିଥିଲେ ହେଁ ସେ ପରଲୋକ ଗମନ କରିଥିବା ସିଂହ ସୂଚନା ଦେଇଛନ୍ତି। ଗତ ୨୦୦୪ରେ ଗୋୟଲ୍ ଗାଜିଆବାଦରୁ କଂଗ୍ରେସ ଟିକେଟରେ ନିର୍ବାଚନ ବିଜୟୀ ହୋଇଥିଲେ। ସାଂସଦ ଥିବା ଅମଳରେ ଗୋୟଲ୍ ଗାଜିଆବାଦ ସହରରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ।

ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା ୧.୭ ଲକ୍ଷ

ୱାଶିଂଟନ୍: କୋରୋନାଜନିତ ମୃତ୍ୟୁସଂଖ୍ୟା ସମଗ୍ର ବିଶ୍ବରେ ୭ ଲକ୍ଷ ୫୭ ହଜାର ୪୯୫ରେ ପହଞ୍ଚିଛି। ଏଥି ମଧ୍ୟରୁ କେବଳ ଆମେରିକାରେ ୧ ଲକ୍ଷ ୭୦ ହଜାର ୪୧୫ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲରେ ୧ ଲକ୍ଷ ୫ ହଜାର ୫୬୪ ଜଣ ଅଛନ୍ତି। ସେହିପରି ବିଶ୍ବରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୪ ହଜାର ୧୯୯ ଜଣ ସଂକ୍ରମିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ଆମେରିକାରେ ୫୪ ଲକ୍ଷ ୧୫ ହଜାର ୬୬୬ ଜଣ ଓ ବ୍ରାଜିଲରେ ୩୨ ଲକ୍ଷ ୨୯ ହଜାର ୬୨୧ ଜଣ ରହିଛନ୍ତି। ଏହାଛଡ଼ା ଇତିମଧ୍ୟରେ ୧ କୋଟି ୩୯ ଲକ୍ଷ ୨୫ ହଜାର ୬୧୨ ଜଣ ହସ୍ପିଟାଲରୁ ଡିସଚାର୍ଜ ଅବା ସୁସ୍ଥତା ଲାଭ କରିସାରିଥିବା ଜଣାପଡ଼ିଛି। ସଂକ୍ରମିତ, ସଂକ୍ରମିତଙ୍କ ମୃତ୍ୟୁ ଓ ସୁସ୍ଥତା ହାରରେ ଏକ ନମ୍ବରରେ ଥିବା ଆମେରିକାରେ ୨୮ ଲକ୍ଷ ୪୩ ହଜାର ୨୦୪ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ବ୍ରାଜିଲରେ ୨୩ ଲକ୍ଷ ୫୬ ହଜାର ୬୪୦ ଜଣ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି।
କ୍ରିକେଟ୍ ପରେ ରାଜନୀତିରେ ଇମ୍ରାନଙ୍କୁ ଟକ୍କର ଦେବାକୁ ମିଆଁଦାଦ୍ ପ୍ରସ୍ତୁତ
ପାଖାପାଖି ୨ ବର୍ଷ ହେଲା ପାକିସ୍ତାନ ରାଷ୍ଟ୍ରମୁଖ୍ୟ ଭାବେ କାର୍ଯ୍ୟ କରିଆସିଛନ୍ତି ପୂର୍ବତନ ଅଧିନାୟକ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ୍ ମୁଖ୍ୟ ଇମ୍ରାନ୍ ଖାନ୍। ଏହି ପୂର୍ବତନ କ୍ରିକେଟର୍ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାରେ ଅଧିକାଂଶ ସମୟ ଚାପର ବଶବର୍ତ୍ତୀ ହୋଇଥିବା ଦେଖାଯାଇଆସିଛି। ଦେଶର ଅର୍ଥନୈତିକ ସ୍ଥିତି ହେଉ ଅବା ଭାରତ ସହ ଦ୍ବିପାକ୍ଷିକ ଶତ୍ରୁତା ହେଉ, ପ୍ରତିଟି କ୍ଷେତ୍ରରେ ଇମ୍ରାନଙ୍କୁ ଠୋକର୍ ଖାଇବାକୁ ପଡ଼ିଛି। ବର୍ତ୍ତମାନ ତାଙ୍କ ସମୟର ଜଣେ କ୍ରିକେଟର୍ ଇମ୍ରାନଙ୍କୁ ଚାଲେଞ୍ଜ୍ କରିଛନ୍ତି। ସେ ଆଉ କେହି ନୁହନ୍ତି, ବରଂ ପାକିସ୍ତାନ କ୍ରିକେଟ୍ ଟିମ୍ ତଥା ଇମ୍ରାନଙ୍କ ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ୍। ନିଜର ବିବାଦୀୟ ଆଚରଣ ଓ ବୟାନ ପାଇଁ ଅଧିକାଂଶ ସମୟରେ ଖବରର ଶିରୋନାମା ରହିଆସିଥିବା ମିଆଁଦାଦ୍ ଏବେ ତାଙ୍କର ପୂର୍ବତନ ଦଳୀୟ ସାଥୀ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ବୋଲି କହିବା ସହ ତାଙ୍କୁ ବେଶ୍ ସହଜରେ ଚାଲେଞ୍ଜ୍ ଦେଇପାରିବେ ବୋଲି ମିଆଁଦାଦ୍ କହିଛନ୍ତି।
ଲଦାଖ ସୀମାରେ ଲାଇଟ କମ୍ବାଟ ହେଲିକପ୍ଟର ଉଡ଼ାଇଲା ଭାରତ
ଲଦାଖ ସୀମାରେ ଲାଗି ରହିଥିବା ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ ଦୁଇଟି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରି ପାରୁଥିବା ଦୁଇଟି ଲାଇଟ କମ୍ବାଟ ହେଲିକପ୍ଟର ଉଡ଼ାଇଛି। ଆମେରିକାରୁ ଆସିଥିବା ଆପାଚୀ ଓ ଚନୁକ ହେଲିକପ୍ଟର ଆଗରୁ କାର୍ଯ୍ୟରେ ଲାଗିଥିଲା ବେଳେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଲାଇଟ କମ୍ବାଟ ହେଲିକପ୍ଟର ମୁତୟନ କରିଛି। ଡିସେମ୍ବର ସୁଦ୍ଧା ୧୫ଟି ଲାଇଟ କମ୍ବାଟ ହେଲିକପ୍ଟର ପ୍ରସ୍ତୁତ କରିବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍) କାର୍ଯ୍ୟ କରୁଛି। ଏଥିସହ ସ୍ଥଳସେନା ଓ ବାୟୁସେନାର ଆବଶ୍ୟକତା ଦେଖି ହାଲ ଆତ୍ମନିର୍ମର ଭାରତ ସ୍କିମରେ ୧୬୦ଟି ହେଲିକପ୍ଟର ନିର୍ମାଣ କରିବ ବୋଲି ଜଣାପଡ଼ିଛି।
ଆଣ୍ଡାମାନ୍ ନିକୋବର ବାସିନ୍ଦାଙ୍କ
ସୋମବାର ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ କେବଲ୍ ମାଧ୍ୟମରେ ଯୋଡ଼ି ହୋଇଛି ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜ। ଯୋଗାଯୋଗ କ୍ଷେତ୍ରରେ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସୋମବାର ଦିନଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚେନ୍ନାଇରୁ ପୋର୍ଟବ୍ଲେୟାର୍ ପର୍ଯ୍ୟନ୍ତ ସମୁଦ୍ର ତଳେ ଅପଟିକାଲ୍ ଫାଇବର୍ କେବଲ୍ (ଓଏଫସି) ଯୋଗାଯୋଗର ଶୁଭାରମ୍ଭ କରିଛନ୍ତି। ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜର ଜନସାଧାରଣଙ୍କୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ଯୋଗାଯୋଗ କରିବା ସକାଶେ କେନ୍ଦ୍ର ସରକାର ପ୍ରତିବଦ୍ଧ ଥିବା ବେଳେ ଏହା ସେମାନଙ୍କ ଅଞ୍ଚଳର ଜନସାଧାରଣଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିପାରିବ। ଛାତ୍ରଛାତ୍ରୀମାନଙ୍କ ଅନଲାଇନ୍ କ୍ଲାସ୍‌ଠାରୁ ଆରମ୍ଭ କରି ପର୍ଯ୍ୟଟନ, ବ୍ୟାଙ୍କିଙ୍ଗ, ଶପିଙ୍ଗ୍ ଓ ଟେଲି ମେଡିସିନ୍ ଆଦି କ୍ଷେତ୍ରରେ ହଜାର ହଜାର ବାସିନ୍ଦା ଉପକ୍‌ତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ୟୁଏଇରେ ଆଇପିଏଲ ପାଇଁ ଲିଖିତ
ୟୁଏଇରେ ଆଇପିଏଲ-୨୦୨୦ ଆୟୋଜନ ନେଇ ଅନୁମତି ମିଳିଛି ବୋଲି ସ୍ପଷ୍ଟ କରିଛନ୍ତି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ। ଏଥିସହ ପଟେଲ କହିଛନ୍ତି ଯେ ଆଇପିଏଲ ଟାଇଟଲ ପ୍ରାୟାଜକ ପଦରୁ ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଓହରି ଯାଇଥିବାରୁ ଆସନ୍ତା ୧୮ ଭିତରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଲକ୍ଷ୍ୟ ରଖା ଯାଇଛି। କିଏ ଆଇପିଏଲର ଟାଇଟଲ ପ୍ରାୟୋଜକ ହେବ ତାହା ଚୂଡ଼ାନ୍ତ ହେବ। ବାବା ରାମଦେବଙ୍କ ପତଞ୍ଜଳି ଆଇପିଏଲର ପ୍ରାୟୋଜକ ହେବାକୁ ଆଗ୍ରହ ଦେଖାଇଥିବା କୁହାଯାଉଛି। ଭିଭୋ ଟାଇଟଲ ପ୍ରାୟାଜକ ବାବଦକୁ ୪୪୦ କୋଟି ଟଙ୍କା ଦେବାକୁ ଥିଲା। ତେଣୁ ନୂଆ ପ୍ରାୟୋଜକ କିଏ ହେବ ଏନେଇ ଆଇପିଏଲ ଫ୍ରାଞ୍ଚାଇଜିକୁ କେତେ ଅର୍ଥ ଆସିବ ତାହା ଖୁବ ଶୀଘ୍ର ଜଣାପଡ଼ିବ ବୋଲି ପଟେଲ କହିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
କ୍ୟାପିଟାଲ୍‌ ଲେଟର୍‌ରେ ପ୍ରେସ୍‌କ୍ରିପ୍‌ସନ୍ ଲେଖିବାକୁ ହାଇକୋର୍ଟଙ୍କ ନିର୍ଦେଶ
ଡାକ୍ତରମାନେ ଲେଖୁଥିବା ପ୍ରେସ୍‌କ୍ରିପ୍‌ସନ୍‌ ପଢ଼ିବା ସାଧାରଣ ଲୋକଙ୍କ ପାଇଁ କାଠିକର ପାଠ। କେବଳ ଔଷଧ ଦୋକାନୀ କର୍ମଚାରୀଙ୍କୁ ଛାଡ଼ିଦେଲେ ଏହାକୁ କେହି ସହଜରେ ପଢ଼ି ପାରନ୍ତି ନାହିଁ। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ। ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ପ୍ରେସ୍‌କ୍ରିପସ୍‌ନରେ ଔଷଧଗୁଡ଼ିକର ନାଁ କେବଳ ସୁନ୍ଦର ଅକ୍ଷର ବିଶେଷକରି କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏନେଇ ଏକ ସର୍କୁଲାର୍‌(ନିର୍ଦେଶମନାମା) ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବାକୁ ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।
ଦିଲ୍ଲୀରୁ ଗିରଫ ହେଲା ଚୀନୀ ଜାସୁସ୍‌: ୨୦୧୮ରେ ଗିରଫ ହୋଇ ଜାମିନରେ ଥିଲେ
ମଙ୍ଗଳବାର ରାତିରେ ଆୟକର ବିଭାଗ ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ୨୧ଟି ସ୍ଥାନରେ ଚଢ଼ାଉ କରିଥିଲା। ହୱାଲା ଟ୍ରାନଜାକସନରେ ଜାଲ୍‌ ଚୀନ୍‌ କମ୍ପାନୀ ନାଁରେ ଠକେଇ ମାମଲାରେ ଏହି ଚଢ଼ାଉ କରାଯିବା ସମୟରେ ଗୋଟିଏ ସ୍ଥାନରୁ ଜଣେ ଚୀନୀ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଲୁଓ ସାଙ୍ଗ୍‌ ଓ ସେ ଗତ ୨୦୧୮ରେ ଦିଲ୍ଲୀ ପୋଲିସ୍‌ ଦ୍ବାରା ଗୁଇନ୍ଦାଗିରି ମାମଲାରେ ଗିରଫ ହୋଇଥିଲେ। ସାଙ୍ଗ ଭାରତରେ ‘ଚାର୍ଲି ପେଙ୍ଗ୍‌’ ଛଦ୍ମ ନାମରେ ଭାରତରେ ରହିଆସୁଥିଲେ। ତାଙ୍କୁ ଗତ ୨୦୧୮ ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସ୍‌ ଗିରଫ କରିଥିଲା। ସେତେବେଳେ ଦିଲ୍ଲୀ ପୋଲିସ୍‌ ନିକଟରେ ସାଙ୍ଗ୍‌ ଛଦ୍ମ ନାମରେ ରହିବା ସହ ମନି ଲଣ୍ଡରିଂ ମାମଲାରେ ମଧ୍ୟ ଟଙ୍କା ଦେଣନେଣ କରୁଥିବା ନେଇ ସୂଚନା ରହିଥିଲା। ତେବେ ଗିରଫଦାରୀ ପରେ କୋର୍ଟ ଜାମିନ୍‌ ଦେବା ଫଳରେ ସାଙ୍ଗ ମୁକୁଳିଥିଲେ।

ଫଟୋ ଗ୍ୟାଲେରୀ

ବିବାହ ବନ୍ଧନରେ ବାନ୍ଧିହେଲେ
ଦୁନିଆର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଜଣାଶୁଣା ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଦୁନିଆର ସବୁଠୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ୩୪ ବର୍ଷୀୟା ସନା ମାରିନ ତାଙ୍କ ଦୀର୍ଘ ଦିନର ପାର୍ଟନର ଥିବା ମାର୍କସ ରାଇକୋନେନଙ୍କୁ ବିବାହ କରିଛନ୍ତି। ରାଇକୋନେନ ପୂର୍ବତନ ଫୁଟବଲ ଖେଳାଳି। ଉଭୟଙ୍କୁ ୧୮ ବର୍ଷ ହୋଇଥିବାବେଳେ ସେମାନେ ପରସ୍ପରଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ସେମାନଙ୍କର ଏକ ଅଢ଼େଇ ବର୍ଷର ଝିଅ ମଧ୍ୟ ଅଛି। ମାରିନ ନିଜ ବାହାଘରର ଆୟୋଜନ ଦେଶର ରାଜଧାନୀ ହେଲସିଙ୍କି ସ୍ଥିତ ନିଜ ସରକାରୀ ବାସଭବନରେ କରିଥିଲେ। ରିପୋର୍ଟ ମୁତାବକ କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଏହି ବିବାହ ସମାରୋହରେ କେବଳ ୪୦ ଜଣ ଅତିଥି ସାମିଲ୍ ହୋଇଥିଲେ। ଏମାନେ ସମସ୍ତେ ତାଙ୍କ ନିକଟତର ବନ୍ଧୁ ଓ ପରିବାରର ସଦସ୍ୟ ଥିଲେ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ