ମୁଖ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ବାଜିସାରିଛି ନିର୍ବାଚନୀ ବିଗୁଲ୍‌। ଘୋଷଣା ହୋଇ ସାରିଛି ତାରିଖ। ଲୋକସଭା ଓ ବିଧାନସଭା ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ଟି ଲୋକସଭା ସମେତ ୨୮ଟି ବିଧାନସଭା ଆସନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ତା’ପର ଦିନ ଅର୍ଥାତ୍ ମାର୍ଚ୍ଚ ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ମାର୍ଚ୍ଚ ୨୮ ରହିଛି।
ବିଜେଡିରେ ତେଜୁଛି ଦଳୀୟ
ଓଡ଼ିଶାରେ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଶାସକ ଦଳ ବିଜେଡି। ବର୍ଷେ ପୂର୍ବରୁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ବାହାସ୍ଫୋଟ ମାରିଥିବା କଂଗ୍ରେସକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ତାଲିକା ଘୋଷଣା କରିଛନ୍ତି। ଘୋଷିତ ଆସନରେ ବହୁତ ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ବହୁ ପୁରୁଖା ଦଳୀୟ ନେତାଙ୍କୁ ବାଦ୍‌ ଦେଇଛନ୍ତି ନବୀନ। ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ସବୁଠୁ ବରିଷ୍ଠ ଭି ସୁଞାନ କୁମାରୀ ଦେଓଙ୍କୁ ଟିକେଟ୍‌ ମିଳିପାରି ନାହିଁ। ତାଙ୍କ ବଦଳରେ ଲତିକା ପ୍ରଧାନଙ୍କୁ ଟିକେଟ୍‌ ଦେଇଛି ବିଜେଡି। ଖଲିକୋଟ ନିର୍ବାଚନମଣ୍ଡଳୀରେ ଦୁଇ ଥରର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ଟିକେଟ୍‌ ଦିଆ ନ ଯାଇ କଂଗ୍ରେସରୁ ଆମଦାନି ହୋଇଥିବା ଦୈତାରୀ ବେହେରାଙ୍କ ପତ୍ନୀ କେ କେ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରି ନବୀନ ଖଲିକୋଟବାସୀଙ୍କୁ ଚମକାଇ ଦେଇଛନ୍ତି। ସୋମବାର ଘୋଷିତ ୯ଟି ଲୋକସଭା ଆସନରୁ ବିଜେଡି ୮ଟି ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇ ସେମାନଙ୍କ ବିରୋଧରେ ଥିବା ଜନ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରୟାସ କରିଛି। କିନ୍ତୁ ସେସବୁ ଆସନରେ ଥିବା ସାଂସଦଙ୍କ ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଥିବା ଲକ୍ଷ୍ୟ କରାଯାଇଛି।
ପାରିକର: ପ୍ରତିଭା ଓ ପରାକାଷ୍ଠାର ପ୍ରତିବିମ୍ବ
ପାଣାଜୀ: ରବିବାର ସନ୍ଧ୍ୟାରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କର ଦେହାନ୍ତ ହୋଇଯାଇଛି। ଏହି ବିଜେପି ନେତା ଜଣଙ୍କୁ ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା। ପାନ୍‌କ୍ରିଆଟିକ୍ କ୍ୟାନ୍‌ସର୍‌ରେ ପୀଡ଼ିତ ଥିବା ପାରିକର ବିଦେଶରେ ଚିକିତ୍ସାଧୀନ ହୋଇ ଫେରିଥିଲେ ମଧ୍ୟ କ୍ରମଶଃ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। କିନ୍ତୁ ଏସବୁ ସତ୍ତ୍ବେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବାରେ ବେଶ୍‌ ସକ୍ରିୟ ରହିଥିଲେ। ଏପରିକି ନାକରେ ପାଇପ୍‌ ଲାଗିଥିବା ବେଳେ ସେ ଏକ ପ୍ରୋଜେକ୍ଟର ତଦାରଖ କରୁଥିବା ଫଟୋ ସୋସାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେଣୁ ସେ ତାଙ୍କ ଦାୟିତ୍ବ ପ୍ରତି ବେଶ୍‌ ସଚେତନ ଓ ନିଷ୍ଠାବାନ ଥିଲେ ବୋଲି ପାରିକର ପ୍ରମାଣିତ କରିପାରିଥିଲେ। ସରଳ, ଭଦ୍ର ଓ ଅମାୟିକ ପାରିକ ତାଙ୍କ କର୍ତ୍ତବ୍ୟପରାୟଣ, ଦାୟିତ୍ବବାନ ଓ ଦୂରଦୃଷ୍ଟିସମ୍ପନ୍ନ ସ୍ବଭାବ ଲାଗି ଦଳମତ ନିର୍ବିଶେଷରେ ସାରା ଦେଶରେ ସ୍ବତନ୍ତ୍ର ପରିଚିତି ହାସଲ କରିଥିଲେ। ସଭିଁଏ ତାଙ୍କ ବ୍ୟକ୍ତିତ୍ବ ପ୍ରତି ଆକର୍ଷିତ ହେଉଥିଲେ।
ପାରିକରଙ୍କ ବିୟୋଗରେ ବଲିଉଡ୍‌
ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ରବିବାର ପରଲୋକ ଘଟିଛି। ପାରିକର ଫେବ୍ରୁଆରୀ ୨୦୧୮ରେ ତାଙ୍କୁ ପ୍ୟାନ୍‌କ୍ରିୟାଟିକ୍‌ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ତାଙ୍କ ନିଧନରେ ସାରା ଦେଶରେ ଶୋକର ଛାଇ ଯାଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସୋମବାର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ମନୋହରଙ୍କ ପାର୍ଥିବ ଶରୀରୁ ଅନ୍ତିମ ଦର୍ଶନ ପାଇଁ ପାଣାଜୀର ବିଜେପି ପାର୍ଟି ଅଫିସ୍‌ରେ ସକାଳ ୯ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ରଖାଯାଇଥିଲା। ଏହାପରେ ତାଙ୍କ ସମର୍ଥକ ଓ ସାଧାରଣ ଜନତାଙ୍କ ଦର୍ଶନାର୍ଥେ ମନୋହରଙ୍କ ପାର୍ଥିବ ଶରୀରକୁ କଳା ଏକାଡେମୀରେ ସକାଳ ୧୧ଟାରୁ ୪ଟା ପର୍ଯ୍ୟନ୍ତ ରଖାଯାଇଥିଲା। ପାଣାଜୀର ଏସ୍‌ଏଜି ପଡ଼ିଆରେ ଅନ୍ତିମ ସଂସ୍କାର କରାଯାଇଛି।
ଡେରାଡୁନ୍‌ ଟେଷ୍ଟ୍‌ ଜିତି ଇତିହାସ ରଚିଲା ଆଫଗାନିସ୍ତାନ
ଡେରାଡୁନ୍‌: ଏଠାକାର ରାଜୀବ ଗାନ୍ଧି ଷ୍ଟାଡିୟମ୍‌ରେ ଆୟରଲାଣ୍ଡ୍‌ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ୍‌ରେ ଆଫଗାନିସ୍ତାନ ବିଜୟୀ ହୋଇଛି। ଦଳ ମ୍ୟାଚ୍‌ର ଚତୁର୍ଥ ଦିନରେ ପ୍ରତିପକ୍ଷ ଆୟରଲାଣ୍ଡ୍‌କୁ ୭ ୱିକେଟ୍‌ରେ ପରାସ୍ତ କରି ଟେଷ୍ଟ୍‌ କ୍ରିକେଟ୍‌ରେ ନିଜର ପ୍ରଥମ ବିଜୟ ଦରଜ କରିଛି। ପ୍ରଥମ ଇନିଂସ ଭିତ୍ତିରେ ଆଫଗାନିସ୍ତାନଠାରୁ ୧୪୨ ରନ୍‌ରେ ପଛୁଆ ରହିଥିବା ଆୟରଲାଣ୍ଡ୍‌ ତୃତୀୟ ଦିନରେ ୨୮୮ ରନ୍‌ରେ ତା’ର ଦ୍ବିତୀୟ ଇନିଂସ ଶେଷ କରିବା ଫଳରେ ଆଫଗାନିସ୍ତାନକୁ ୧୪୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହି ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଓପନର ମହମ୍ମଦ ଶହଜାଦ୍‌ଙ୍କୁ ହରାଇ ୨୯ ରନ୍‌ କରିଥିଲା। ବାକି ରନ୍‌ ସୋମବାର ଦଳ ୪୮ତମ ଓଭର୍‌ର ପଞ୍ଚମ ବଲ୍‌ରେ ସଂଗ୍ରହ କରିବା ସହ ଦୁଇଟି ୱିକେଟ୍‌ ବ୍ୟୟ କରିଥିଲା। ପ୍ରଥମ ଇନିଂସରେ ସର୍ବାଧିକ ୯୮ ଓ ଦ୍ବିତୀୟ ଇନିଂସରେ ୭୬ ରନ୍‌ କରିଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ରହମତ୍‌ ଶାହ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଶ୍ରୀଲଙ୍କା ବିରୋଧରେ କ୍ଲିନ୍‌ ସ୍ବିପ୍‌
ଚଳିତ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଶ୍ରୀଲଙ୍କା ତା’ର ଖରାପ ଫର୍ମ ଜାରି ରଖିବା ଫଳରେ ଘରୋଇ ଦଳ ୫-୦ରେ କ୍ଲିନ୍‌ ସ୍ବିପ୍‌ କରିଛି। ପୂର୍ବରୁ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଦକ୍ଷିଣ ଆଫ୍ରିକା ଶନିବାର ଏଠାରେ ଖେଳାଯାଇଥିବା ଶେଷ ଦିନିକିଆକୁ ଡକ୍‌ୱର୍ଥ ଲୁଇସ୍‌ (ଡି/ଏଲ୍‌) ବ୍ୟବସ୍ଥାନୁସାରେ ୪୧ ରନ୍‌ରେ ବିଜୟୀ ହୋଇ ସିରିଜ୍‌ ପୋଛିନେଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୯.୩ ଓଭର୍‌ରେ ୨୨୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିବା ବେଳେ ଜବାବରେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍‌ ହରାଇ ୧୩୫ ରନ୍‌ କରିଥିବା ବେଳେ ଫ୍ଲଡ୍‌ଲାଇଟ୍‌ରେ ତ୍ରୁଟି ହେବାରୁ ମ୍ୟାଚ୍‌ ଆଉ ଖେଳାଯାଇ ପାରି ନ ଥିଲା। ତେଣୁ ଘରୋଇ ଦଳ ବିଜୟୀ ଘୋଷିତ ହୋଇଥିଲା।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ବଢ଼ୁଛି ବିଦ୍ରୋହୀ ଅଡ଼ୁଆ
ଟିକେଟ୍‌ ପାଇଁ ଏବେ ବି ଚାଲିଛି କସରତ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପରେ ଯେଉଁମାନେ ଟିକେଟ୍‌ ପାଇ ନ ଥିବା ଗନ୍ଧ ବାରିଛନ୍ତି, ସେମାନେ କରୁଛନ୍ତି ବିଦ୍ରୋହ। ଏ ବିଦ୍ରୋହ ବିଜେପି ଓ କଂଗ୍ରେସ ଅପେକ୍ଷା ଶାସକ ଦଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। କ୍ଷମତା ପାଇଁ ବିଦ୍ରୋହ ନୂଆ କଥା ନୁହେଁ। ଇତିହାସ ତା’ର ମୂକସାକ୍ଷୀ। କିନ୍ତୁ ପରିବର୍ତ୍ତିତ ସମୟରେ ବଦଳିଯାଇଛି ବିଦ୍ରୋହର ପରିଭାଷା। ଶାସକ ବିଜେଡି ଦଳରୁ ଡଜନେ ନେତା ଛାଡ଼ିଲେଣି ଦଳ। ଟିକେଟ୍‌ରୁ ବଳି ପଡ଼ୁଥିବା ଆଶଙ୍କାରେ କେତେକ ପ୍ରାର୍ଥୀ ଦଳ ବଦଳାଇ ଦେଇଥିବାବେଳେ ଆଉ କେତେକ ବିଜେଡିର ପ୍ରତିବଦ୍ଧତା ଓ ବିକାଶ ଦିଗରେ ସଂକଳ୍ପବଦ୍ଧତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡ଼ିବାର ୪୮ ଘଣ୍ଟା ପରେ ଦଳକୁ ବାଏ ବାଏ କହିଛନ୍ତି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ବିଜେଡିର ଅନ୍ୟତମ ବରିଷ୍ଠ ନେତା ତଥା ୬ ଥର ମନ୍ତ୍ରୀ ଥିବା ଡା.ଦାମୋଦର ରାଉତ ମଧ୍ୟ ବିଜେପିରେ ଯୋଗଦେଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।
ବିଜେଡି-ବିଜେପି କାଦୁଅ
ରାଜନୈତିକ ପାଣିପାଗ ଉଷ୍ମ ହେବାକୁ ଯାଉଛି। ନିର୍ବାଚନ ତାରିଖ ଘୋଷଣା ପରଠାରୁ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ପ୍ରକାଶ ପାଇଛି ତତ୍ପରତା। ଟିକେଟ୍‌ କସରତ ପାଇଁ ଦଳଗୁଡ଼ିକ ମଧ୍ୟରେ ଥରକୁ ଥର ସର୍ଭେ, ସମୀକ୍ଷା, ଜନମତ ସଂଗ୍ରହ, ଫୋନ ଜରିଆରେ କର୍ମୀଙ୍କ ଠାରୁ ଫିଡ୍‌ବ୍ୟାକ ସଂଗ୍ରହ ଚାଲିଥିବା ବେଳେ ତେଣେ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପର କାଦୁଅ ଫୋପଡ଼ା ଫୋପଡ଼ି ଚାଲିଛି। ମନ୍ତ୍ରୀ ପ୍ରତାପ ଜେନା ଏକ କର୍ମୀ ସମାବେଶରେ ବିଜେଡିକୁ ଭୋଟ୍‌ ଦେଲେ ଟଙ୍କା ଉପହାର ଦିଆଯିବା ନେଇ ଖୋଲାଖୋଲି ଘୋଷଣାର ଏକ ଭିଡିଓ ଭାଇରାଲ ହୋଇଛି। ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ମନ୍ତ୍ରୀ ଜେନାଙ୍କ ଏଭଳି ଆଚରଣକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ବିଜେଡି କାଳେ ନିର୍ବାଚନ ବେଳେ ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ଜରିଆରେ ବିଜେପି ଟଙ୍କା ବାଣ୍ଟିବ ଆଗୁଆ ଆଶଙ୍କା କରି ପେଟ୍ରୋଲ ପମ୍ପ ଗୁଡ଼ିକରେ ସିସିଟିଭି ମନିଟରିଂ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ନିବେଦନ କରିଛି। ନିର୍ବାଚନ ତାରିଖ ଘୋଷଣା ପରଠାରୁ ଉଭୟ ଦଳ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିବାରେ ଲାଗିଛନ୍ତି।
ନେପାଳରେ ଫେଷ୍ଟିଭାଲ୍‌ ଅଫ୍‌
ନେପାଳରେ ଏକ ମାସ ଧରି ଚାଲୁଥିବା ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ ଆରମ୍ଭ ହୋଇଯାଇଛି। ଯଦି ଆପଣ ନେପାଳ ବୁଲିଯିବାକୁ ଯୋଜନା କରୁଛନ୍ତି, ତେବେ ଏବେ ଆପଣଙ୍କ ପାଇଁ ଉପଯୁକ୍ତ ସମୟ। ନେପାଳ ବୁଲିବା ସହିତ ଆପଣ ଏହି ଫେଷ୍ଟିଭାଲ୍‌ରେ ମଧ୍ୟ ସାମିଲ୍‌ ହୋଇପାରିବେ। ଏହି ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ ୧୯ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବାବେଳେ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ଫେଷ୍ଟିଭାଲ୍‌ର ଉଦ୍ଦ୍ୟେଶ ହେଲା ନେପାଳର ନୂଆ ପିଢ଼ିଙ୍କୁ ଭାରତ ଓ ହିମାଳୟାନ ଦେଶ ଭିତରେ ଥିବା ସମାନତା ସମ୍ପର୍କରେ ଜଣାଇବା। ଫେଷ୍ଟିଭାଲ୍‌ର ଆରମ୍ଭ ଭଗବାନ ବୁଦ୍ଧଙ୍କ ଜୀବନୀ ଉପରେ ଆଧାରିତ ସଙ୍ଗୀତ ନାଟକରୁ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଫୁଡ୍‌ ଫେଷ୍ଟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥାଏ। ତେବେ ନେପାଳ ହୁଏତ ବିଦେଶ ହୋଇପାରେ, ମାତ୍ର ଏଠାରେ ଆପଣଙ୍କୁ ଏପରି ଲାଗିବ, ଯେମିତି ଆପଣ ଭାରତରେ ହିଁ ଅଛନ୍ତି। ନେପାଳ ପର୍ଯ୍ୟଟକଙ୍କ ପାଇଁ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଉଚ୍ଚ ପାହାଡ଼ ଓ ଚାଇନିଜ ଖାଦ୍ୟ ସହିତ ଆଡଭେଞ୍ଚର ସ୍ପୋର୍ଟସ୍‌ ପାଇଁ ମଧ୍ୟ ଏହା ଜଣାଶୁଣା। ଚାଲନ୍ତୁ ଜାଣିବା ନେପାଳ ଯାଉଥିଲେ, କେଉଁ କେଉଁ ସ୍ଥାନ ଭ୍ରମଣ କରିପାରିବେ।
‘ମୁଁ ବିଜୟାନନ୍ଦ କହୁଛି’ ନାଟକ ମଞ୍ଚସ୍ଥ
ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ପଞ୍ଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଗୁରୁବାର ଥିଲା ଦ୍ବିତୀୟ ସନ୍ଧ୍ୟା। ଏହି ସମୟରେ ରାଉରକେଲାର ସମ୍ପର୍କ ପକ୍ଷରୁ ନାଟକ ‘ମୁଁ ବିଜୟାନନ୍ଦ କହୁଛି...’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ରଚନା ଓ ନିର୍ଦେଶନା ଭାସ୍କରଚନ୍ଦ୍ର ମହାପାତ୍ର ଦେଇଥିବା ବେଳେ ସଙ୍ଗୀତରେ ଭାସ୍କର ପୁହାଣ, ଅଜୟ ପାଣି, ବିବେକ ପଣ୍ଡା ଓ ପ୍ରଦୀପ ଗୁରୁୱାରା ସହଯୋଗ କରିଥିଲେ। ଏହି ସନ୍ଧ୍ୟାରେ ଅତିଥି ଭାବେ ପ୍ରଶାସକ ଭରତ ଚନ୍ଦ୍ର ବେହେରା, ଗଗନ ବିହାରୀ ଦାସ ଓ ବିଶିଷ୍ଟ ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଫଟୋ ଗ୍ୟାଲେରୀ

ହାଇପ୍ରୋଟିନ୍‌ରେ ଭରପୂର ଏସବୁ କରେ ଓଜନ ହ୍ରାସ
ଏବେ ଅଧିକାଂଶ ଲୋକେ ଓଜନ ବୃଦ୍ଧିକୁ ନେଇ ଚିନ୍ତାରେ ଅଛନ୍ତି। ଏପରିସ୍ଥଳେ ଲୋକେ ବିଭିନ୍ନ ଉପାୟରେ ଓଜନ କମ୍‌ କରିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସେଥିରେ ସମସ୍ତେ ସଫଳ ହୋଇ ନ ଥାନ୍ତି। ଚିକିତ୍ସିକଙ୍କ କହିବାନୁସାରେ ଏମିତି କେତେକ ଜିନିଷ ରହିଛି, ଯାହା ସେବନ କରି ଆପଣ ସ୍ବାସ୍ଥ୍ୟ ଠିକ୍‌ ରଖିପାରିବେ। ଡାକ୍ତରଙ୍କ କହିବାନୁସାରେ ଶାରୀରିକ ପରିଶ୍ରମର ଅଭାବ ଓ ଅସ୍ବାସ୍ଥ୍ୟକର ଜଙ୍କ ଫୁଡ୍‌ ସେବନ କରିବା କାରଣରୁ ସାଧାରଣତଃ ଓଜନ ବୃଦ୍ଧି ସମସ୍ୟା ଦେଖିବାକୁ ମିଳିଥାଏ। ତେଣୁ ଲୋକେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଏହା ଦ୍ବାରା ଓଜନ ହ୍ରାସ କରିବା ସହଜ ହୋଇଥାଏ। ଚାଲନ୍ତୁ ଜାଣିବା ଏପରି କେତେକ ଖାଦ୍ୟ ସମ୍ପର୍କରେ, ଯାହା ପ୍ରତ୍ୟେକ ଋତୁରେ ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।
ପଦ୍ମଟୋପି ମୁଣ୍ଡେଇଲେ ଦାମ
ବଡ଼ବୋଲା ଦାମବାବୁ ଜଣେ ବରିଷ୍ଠ ଓ ତୁଣ୍ଡ ହୁଡିଲାବାଲା ନେତା ଭାବେ ରାଜ୍ୟ ରାଜନୀତିରେ ବେଶ୍‌ ଜଣାଶୁଣା। ତାଙ୍କ ମୁହଁରୁ ପଦୁଟିଏ କଥା ଖସାଇବାକୁ ଆମ ମିଡିଆବାଲେ ତାଙ୍କ ଦୁଆରେ ଗୁହାରିଆ ଭାବେ ପଡ଼ିଥାନ୍ତି। ଦାମ ତୁଣ୍ଡ ଖୋଲିଲା ମାନେ ସେଥିରୁ କେହି ବାଦ୍‌ ପଡ଼ନ୍ତିନି। ଅତୀତରେ ବିଜେପିକୁ ବହୁବାର ବଜ୍ରାଘାତ କରିଥିବା ବିଜୁବାବୁଙ୍କ ପଟ୍ଟଶିଷ୍ୟ ଦାମବାବୁ ଆଜି କିନ୍ତୁ ପଦ୍ମ ପ୍ରେମରେ ଉବୁଟୁବୁ। ଏଇ ନିକଟ ଅତୀତରେ ଦିଲ୍ଲୀକୁ ଯାଇ ଗେରୁଆ ଗାମୁଛାକୁ ବେକରେ ପକେଇ ଏବେ ବିଜେପିକି କାନ୍ଧ ନଗେଇକି ଟେକି ଚାଲିଛନନ୍ତି। ବିମାନବନ୍ଦରରୁ ବିରାଟ ପଟୁଆରରେ ହଜାର ହଜାର ସମର୍ଥକଙ୍କୁ ଦେଖି ବାବୁ ପୂରା ଗଦ୍‌ଗଦ୍‌। ଶେଷରେ ରାଜ୍ୟ ପଦ୍ମଦଳିଆଙ୍କ କାର୍ଯ୍ୟାଳୟରେ ମୁକୁବାବୁ ଦାମବାବୁଙ୍କୁ ଟୋପି ପିନ୍ଧାଉଥିବା ବେଳେ ମଞ୍ଚତଳେ ଗଣମାଧ୍ୟମ ପ୍ରତିନିଧିମାନେ ଟୁପୁଟାପ ହଉଥେଲେ, ଯାହା ହଉ ପଧାନପୁଅ ବୁଢ଼ାକୁ ପଦ୍ମଟୋପି ପିନ୍ଧେଇଦେଲେ।
ଏ ଦଳରୁ ସେ ଦଳ
ଆପଣମାନେ ଡାଳିମାଙ୍କୁଡ଼ି ଖେଳ କଥା ତ ଶୁଣିଥିବେ। ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଡେଇଁ ଡେଇଁ ମାଙ୍କଡ଼ମାନେ ଖେଳରେ ମାତିଯାଆନ୍ତି। ଆଉ ସେମାନଙ୍କୁ ଦେଖି ଛୋଟପିଲା ଖୁସିରେ ଟେକା ମାରନ୍ତି। ଠିକ୍‌ ସେଇମିତି ଏବେକା ରାଜନୀତିର ବାତାବରଣ ହେଇଯାଇଛି। ସହଜେ ପୁଣି ନିର୍ବାଚନର ୠତୁ ଆସି ପହଞ୍ଚିଯାଇଛି। ସେଥିପାଇଁ ଏହି ପ୍ରକ୍ରିୟା ଆଶାତୀତ ବୃଦ୍ଧି ପାଇଛି। ସୁବିଧା ସୁଯୋଗ ଦେଖି ବ୍ୟକ୍ତିଗତ ସ୍ବାର୍ଥକୁ ଅସୁଲ କରିବାକୁ ନେତାମାନେ ଦଳ ବଦଳ କରିବାରେ ଲାଗି ପଡ଼ିଛନ୍ତି। ସକାଳେ ଗୋଟେ ଦଳ ପୁଣି ସନ୍ଧ୍ୟାରେ ଆଉ ଗୋଟିଏ ଦଳ। ନେତାଙ୍କ ଓଜନକୁ ତଉଲେଇ ଦଳ ସୁପ୍ରିମୋମାନେ ମଧ୍ୟ ଦଳର ଫାଇଦା ଚିନ୍ତା କରି ସେମାନଙ୍କୁ କୋଳେଇ ନେବାକୁ କ୍ଷେତ୍ର ପ୍ରସ୍ତୁତ କରି ରଖିଛନ୍ତି। ଦେଖାଯାଉ ୨୦୧୯ ନିର୍ବାଚନ ବୈତରଣୀକୁ କିଏ କେମିତି ପାର ହଉଛି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?