ଆଉ ୩୮୮ ସୁସ୍ଥ, ରାଜ୍ୟରେ ୮ ହଜାର ଟପିଲା କୋରୋନା

ଭୁବନେଶ୍ୱର: ଶନିବାର ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଶନିବାର ରାଜ୍ୟରେ ଏକସଙ୍ଗରେ ୧୬ଟି ଜିଲ୍ଲାରୁ ଆଉ ୩୮୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ, କେନ୍ଦୁଝର ଜିଲ୍ଲାରୁ ୩୧ ଜଣ, ଯାଜପୁର ଜିଲ୍ଲାରୁ ୨୭ ଜଣ, କଟକ ଜିଲ୍ଲାରୁ ୨୬ ଜଣ, ନୟାଗଡ଼ ଜିଲ୍ଲାରୁ ୧୮ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ, ଗଜପତି ଓ ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ଭଦ୍ରକ ଓ ଦେଓଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂଖ୍ୟା ୮,୩୬୦ରେ ପହଞ୍ଚିଛି। ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତଙ୍କର କୋଭିଡ-୧୯ ରିପୋର୍ଟ ଦୁଇ ଦୁଇ ଥର ନେଗେଟିଭ୍‌ ଆସିଥିଲା। ଏହାପରେ ସୁସ୍ଥ ହୋଇଥିବା ସମସ୍ତ ୩୮୮ ଜଣଙ୍କୁ ଚିକିତ୍ସା ପରେ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି।

ଚୀନ ଛାନିଆ: କୋରୋନାକୁ କହୁଛି ଅଜଣା ନିମୋନିଆ!

ବେଜିଂ: କୋରୋନା ଡରରେ ଚୀନ ଛାନିଆ ହୋଇପଡ଼ିଛି। କାରଣ ଏହି ଦେଶରୁ ଉତ୍ପତ୍ତି ଲାଭ କରିଥିବା ମହାମାରୀ କୋରୋନା ସାରା ବିଶ୍ବକୁ ବ୍ୟାପୀ ଅକଳନୀୟ କ୍ଷୟକ୍ଷତି ଘଟାଇ ସାରିଲାଣି। ଏଥିପାଇଁ ବିଶ୍ବର ଅଧିକାଂଶ ଦେଶ ଚୀନକୁ ଦାୟୀ କରୁଛନ୍ତି। ଏଥିରୁ ମୁକୁଳିବା ପାଇଁ ଚୀନ ଗୋଟିଏ ପରେ ଗୋଟିଏ ମିଛ କହିଚାଲିଛି। ନିକଟରେ କଜାକସ୍ତାନରେ ଦେଖାଦେଇଥିବା ଏକ ଅଜଣା ରୋଗକୁ କୋରୋନା ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ ଏହାକୁ ‘ଅଜଣା ନିମୋନିଆ’ର ଆଖ୍ୟା ଦେଇଛି। ଏହି ରୋଗରେ ଜୁନ ମାସରେ ୬ଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛି କଜାକସ୍ଥାନରେ ଥିବା ଚୀନ ଦୂତାବାସ। ତେବେ ଏହି ଅଜଣା ରୋଗ କୋଭିଡ-୧୯ ହୋଇଥାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ମୁଖ୍ୟ ଡା. ମାଇକେଲ ରିୟାନ୍ କହିଛନ୍ତି ଯେ କାଜାକସ୍ତାନରେ ଅଜ୍ଞାତ ନିମୋନିଆ କୁହାଯାଉଥିବା ରୋଗ କୋରୋନା ଭାଇରସ୍ ସଂକ୍ରମଣ କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଣୁ ଚୀନ ଆଉ ଏକ ମିଛ କହୁଥିବାର ଗନ୍ଧ ବାରିହୋଇ ପଡ଼ୁଛି।
ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଧମକ
ଖୁବ ଶୀଘ୍ର ଚୀନ୍‌ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍‌ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍‌ ସମଗ୍ର ବିଶ୍ବରେ କରୋନା ଭୂତାଣୁ ସଂକ୍ରମିତ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ସେହିଭଳି ହଂକଂରେ ଚୀନ୍‌ ନୂଆ ଜାତୀୟ ସୁରକ୍ଷା ଆଇନ୍‌ ଲାଗୁ କରିବା ସହ ଆମେରିକୀୟ ଗଣମାଧ୍ୟମକୁ ବାରଣ କରିଥିବାରୁ ଆମେରିକା ଖପ୍ପା ହୋଇଛି। ଉଇଘର ମୁସ୍‌ଲିମମାନଙ୍କ ଉପରେ ଚୀନ୍‌ ଚଳାଇଥିବା ଅତ୍ୟାଚାର ଏବଂ ତିବ୍ବତର ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗକୁ ନେଇ ଆମେରିକା ଚୀନ୍‌ ଉପରେ ଅସନ୍ତୁଷ୍ଟ ଅଛି। ଏସବୁ କାରଣକୁ ନେଇ ଖୁବ୍‌ ଶୀଘ୍ର ଆମେରିକା ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେଲିଗ ମାକ୍‌ ଏନାନି ଗଣମାଧ୍ୟମକୁ କହିଛନ୍ତି।
ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲା
ବହୁଚର୍ଚ୍ଚିତ ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ୨୫ ଶହ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି। ଏହା ୟେସ୍ ବ୍ୟାଙ୍କ୍ ଦୁର୍ନୀତି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ସଦସ୍ୟ ରାଣା କପୁର ଓ ଦିଓ୍ୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ପ୍ରମୋଟର୍ କପିଲ ଓ ଧୀରଜ୍ ଓ୍ୱଧାଓ୍ୱନ୍‌ଙ୍କ ସମ୍ପତ୍ତି ବୋଲି ଜଣାପଡ଼ିଛି। ଏହା ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, ଲଣ୍ଡନ ଓ ନ୍ୟୁୟର୍କରେ ରାଣା କପୁର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୧୧ ଶହ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ଏହି ଅର୍ଥନୈତିକ ଅନିୟମିତତା ମାମଲାର ତଦନ୍ତକାରୀ ସଂସ୍ଥା ଓ୍ୱଧାଓ୍ୱନ୍ ଭ୍ରାତାଙ୍କ ମୁମ୍ବାଇ, ଅଷ୍ଟ୍ରେଲିଆ, ଲଣ୍ଡନ ଓ ପୁଣେଠାରେ ଥିବା ୧୪୧୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ମଧ୍ୟ ଆଟାଚ୍ କରିଛି।
ହୋଲ୍ଡର ଓ ଗାବ୍ରିଏଲଙ୍କୁ ୧୦
କୋରୋନା ମହାମାରୀ ପାଇଁ ପଡ଼ିଆରୁ ଦୂରେଇ ଯାଇଥିବା କ୍ରିକେଟ ପୁଣି ଥରେ ପ୍ରାୟ ୩ ମାସ ବ୍ୟବଧାନ ପରେ ଆରମ୍ଭ ହୋଇଛି। ବିନା ଦର୍ଶକରେ ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଗସ୍ତ କରିଥିବା ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ଆରମ୍ଭ କରିଛି। ଦ୍ବିତୀୟ ଦିନ ଖେଳରେ ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଓ ଶେନନ ଗାବ୍ରିଏଲ ଚମତ୍କାର ବୋଲିଂ କରି ଇଂଲଣ୍ଡର ୧୦ଟି ଯାକ ୱିକେଟ ବାଣ୍ଟି ନେଇଛନ୍ତି। ହୋଲ୍ଡରଙ୍କୁ ୬ଟି ୱିକେଟ ମିଳିଥିଲା ବେଳେ ଗାବ୍ରିଏଲଙ୍କୁ ୪ଟି ୱିକେଟ ମିଳିଛି। ଏହି ଦୁଇ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଆଗରେ ସମସ୍ତ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇଛନ୍ତି। ଘରୋଇ ଦଳର କେହି ଜଣେ ହେଲେ ବ୍ୟାଟ୍ସମ୍ୟାନ ୫୦ ରନ ଟପି ପାରି ନାହାନ୍ତି। କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ କିଛି କ୍ଷଣ ପାଇଁ ପିଚରେ ତିଷ୍ଠି ୪୩ ରନ୍ କରିଥିଲା ବେଳେ ଜୋସ ବଟଲର ୩୫ ଓ ଡମ୍ ବେସ ଅପରାଜିତ ୩୧ ରନ କରିଛନ୍ତି। ଇଂଲଣ୍ଡ ମାତ୍ର ୬୭.୩ ଓଭରରେ ୨୦୪ ରନ୍ କରି ଅଲଆଉଟ ହୋଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଇନ୍ସପେକ୍ଟରଙ୍କ ୯ଏମ୍ଏମ୍ ପିସ୍ତଲ ଛଡ଼ାଇ ଗୁଳି କରିଥିଲା ଦୁବେ: ଆଇଜିପି
ବୁଧବାର ପୂର୍ବାହ୍ନରେ ଉଜ୍ଜୟିନୀର ମହାକାଳ ମନ୍ଦିର ନିକଟରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଶୁକ୍ରବାର ଭୋର୍ ସମୟରେ ସେଠାରୁ କାନପୁର ଆସୁଥିବା ବେଳେ ଏନକାଉଣ୍ଟରରେ ନିହତ ହୋଇଛି। ତେବେ ଏହି ଗ୍ୟାଙ୍ଗଷ୍ଟରର ଏନକାଉଣ୍ଟର୍ ଉପରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ କାନପୁର ପୋଲିସ୍ ଆଇଜି ମୋହିତ ଅଗରୱାଲ୍ ଦେଇଥିବା ସୂଚନାନୁସାରେ, ଗତ ସପ୍ତାହରେ ୮ ଜଣ ପୋଲିସ୍ କର୍ମଚାରୀଙ୍କ ଜୀବନ ନେଇଥିବା ଗ୍ୟାଙ୍ଗଷ୍ଟର୍ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ କାନପୁରର ବାରା ନିକଟରେ ପୋଲିସ୍ ଗାଡ଼ିଟି ଓଲଟିପଡ଼ିବା ପରେ ଦୁବେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲା। ସେ ଏସଟିଏଫର ଜଣେ ଇନ୍ସପେକ୍ଟର ରମାକାନ୍ତ ପଚୌରିଙ୍କଠାରୁ ୯ଏମ୍ଏମ୍ ପିସ୍ତଲ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ତେବେ ପୋଲିସ୍ ପକ୍ଷରୁ ପାଲଟା ଗୁଳି ଚାଳନାରେ ଦୁବେ ଗୁରୁତର ଭାବେ ଆହତ ହୋଇଥିଲା। ତା’ର ଗୋଡ଼ ଓ ଛାତିରେ ଗୁଳି ବାଜିଥିଲା। ତାକୁ ତୁରନ୍ତ ହାଲେତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ବୋଲି ଆଇଜିପି ଅଗରୱାଲ୍ କହିଛନ୍ତି।
କୋରୋନା ଡରରେ ଲୋକେ ଥକାପଣର ଶିକାର
କୁହାଯାଉଛି, ୨୦୨୦ର ସବୁଠାରୁ ନେଗେଟିଭ୍ ଶବ୍ଦ ହେଉଛି ପଜିଟିଭ। କୋରୋନା ଭାଇରସ ସହିତ ଯୋଡ଼ି ଏହି ଶବ୍ଦ ଦେଖିଲେ ଠିକ୍ ଭାବେ ବୁଝାପଡ଼ିଯିବ ଯେ କୋରେନା ଭାଇରସର ପଜିଟିଭ୍ ରେଜଲ୍ଟ ଶୁଣିବା ମାତ୍ରେ ଲୋକେ ନେଗେଟିଭିଟି ଓ ଡିପ୍ରେସନର ଶିକାର ହେବାରେ ଲାଗିଛନ୍ତି। ଜାନୁଆରୀ ୨୦୨୦ର ଆରମ୍ଭ କୋରୋନା ଭାଇରସ ସହିତ ହୋଇଥିଲା ଓ ଏବେ ଜୁଲାଇ ୨୦୨୦ରେ ଆପଣ କୋରୋନା ସହିତ ଜଡ଼ିତ ସମସ୍ତ ଖବର ମୁଖ୍ୟଖବରରେ ଦେଖିବାକୁ ପାଉଛନ୍ତି। ସୋସାଲ ମିଡିଆରେ ମଧ୍ୟ କୋରୋନା ଭାଇରସ ସହିତ ଜଡ଼ିତ ଅପଡେଟ୍ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଖବର ନେଗେଟିଭ୍ ହିଁ ଆସୁଛି। କୋରୋନା ସଂକ୍ରମଣ ମାମଲା ବଢ଼ିବା ହେଉ ବା କୌଣସି ଚିହ୍ନା ପରିଚିତ ଲୋକଙ୍କୁ କୋରୋନା ହେଉ ବା କୋରୋନାରେ କାହାରି ମୃତ୍ୟୁ ଖବର ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି। ଆମକୁ ଏତେ ମାତ୍ରାରେ ଖବର ଶୁଣିବାକୁ ମିଳୁଛି, ଯାହା ଆମକୁ ଏକ ନୂଆ ରୋଗ ଦେଇଛି। ଆଉ ତାହା ହେଉଛି ଡିଜାଷ୍ଟର ଫାଟିଗ। ଯେତେବେଳେ କୌଣସି ଦୁର୍ଘଟଣା ଦୀର୍ଘ ସମୟ ଯାଏ ଚାଲେ ଓ ତାହା ଆପଣଙ୍କ ଆଡ଼କୁ ଆସୁଥିବା ଅନୁଭବ ହୁଏ, ତେବେ ସେତେବେଳେ ଆପଣ ଡିଜାଷ୍ଟର ଥକାପଣର ଶିକାର ହୋଇପାରନ୍ତି।
ଏକ ଦରଘା ନିକଟରେ ଆପେ
ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ