ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦୁଇଟି ପୋର୍ଟାଲ୍‌ର ଲୋକାର୍ପଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରବୃତ୍ତି ପୋର୍ଟାଲ୍‌ ଏବଂ ଆନ୍ତଃଜାତି ବିବାହ କରୁଥିବା ଦମ୍ପତିମାନଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି (ସ୍କଲାରସିପ୍) ନିର୍ଭୁଲ୍‌ ଓ ସ୍ବଚ୍ଛ ଭାବେ ଯୋଗାଇଦେବା ପାଇଁ ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି। ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲ୍‌କୁ ବ୍ୟବହାର କରିବା ଦରକାର ପଡ଼ିବ ନାହିଁ। ଏହି ଏକକ ପୋର୍ଟାଲ୍‌ ବ୍ୟବହାର ଫଳରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ୍‌ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ବାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ବଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବ।

ଏଣିକି କଶ୍ମୀର ଓ ଲଦାଖରେ କିଣିହେବ ଜମି, ବିଜ୍ଞପ୍ତି

ନୂଆଦିଲ୍ଲୀ: ଗତ ବର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା-୩୭୦କୁ ଉଚ୍ଛେଦ କରିବା ସହ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ଜମ୍ମୁ-କଶ୍ମୀରର ଅଂଶବିଶେଷ ଥିବା ଲଦାଖ୍‌କୁ ପ୍ରଥମ ଥର ପାଇଁ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଏହି ଉପତ୍ୟକା ପାଇଁ ମଙ୍ଗଳବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ, ଏଣିକି କଶ୍ମୀର ଓ ଲଦାଖ୍‌ରେ ଭାରତର ଯେ କୌଣସି ବାସିନ୍ଦା ଜମି ଖରିଦ୍ କରିପାରିବେ। ଗତ ୨୦୧୬ ମସିହାରେ ଲାଗୁ ହୋଇଥିବା ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଏଣ୍ଡ ଡେଭଲପମେଣ୍ଟ୍) ଆଇନ ତତ୍କାଳୀନ ଲାଗୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ବାରା ଜମ୍ମୁ-କଶ୍ମୀର ଓ ଲଦାଖ୍‌ରେ ଜମି କିଣାବିକା ବାହାର ଲୋକଙ୍କ ପାଇଁ ମଧ୍ୟ ସମ୍ଭବପର ହୋଇପାରିବ।

ମୁସଲିମମାନେ ବିବାଦୀୟ କାର୍ଟୁନଠାରୁ ଦୂରେଇ ରହିବା

ପ୍ୟାରିସ୍: ନିକଟରେ ପ୍ୟାରିସରେ ଇସଲାମ୍ ଧର୍ମ ପ୍ରଚାରକ ମହମ୍ମଦଙ୍କ କାର୍ଟୁନ୍ ଦେଖାଇବା ଅଭିଯୋଗରେ ଜନୈକ ଚେଚନ୍ୟା ଛାତ୍ର ମୁଣ୍ଡ କାଟିବା ଭଳି ଅପରାଧ ଘଟାଇଥିଲେ। ଉକ୍ତ ୧୮ ବର୍ଷୀୟ ଚେଚେନ୍ୟା ଶରଣାର୍ଥୀ ଛାତ୍ର ଜଣକ ଶିକ୍ଷକଙ୍କ ବିରୋଧରେ ସୋସାଲ୍ ମିଡିଆରେ ଅଭିଯାନ ଆରମ୍ଭ କରିବା ସହ ଶେଷରେ ତାଙ୍କ ମୁଣ୍ଡ କାଟିଦେଇଥିଲା। ଏପରି ଏକ ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ମୁସଲିମ୍ ଧର୍ମାବଲମ୍ବୀମାନେ କୌଣସି ପ୍ରକାର ବିବାଦୀୟ କାର୍ଟୁନ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଫ୍ରାନ୍ସର ଜଣେ ମୁସଲିମ୍ ନେତା। ଫ୍ରାନ୍ସରେ କାର୍ଟୁନ୍ ଚିତ୍ର ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଥିଲେ ହେଁ ମୁସଲିମ୍ ଧର୍ମାବଲମ୍ବୀମାନେ ଏହାକୁ ବିରୋଧ କରିଆସିଛନ୍ତି। କେତେକ ମୁସଲିମ୍ ବହୁଳ ଦେଶରେ ରାଜନେତା ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଫ୍ରେଞ୍ଚ୍‌ ନେତାଙ୍କ ବିରୋଧରେ ଆପିଜନକ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କୁ ଇସଲାମ ଧର୍ମବିରୋଧୀ କହିବା ସହ ଫ୍ରେଞ୍ଚ୍‌ ଦ୍ରବ୍ୟ ବର୍ଜନ ପାଇଁ ମଧ୍ୟ ନାରା ଦେଉଛନ୍ତି।
ଅର୍ଥନୀତିରେ ନୋବେଲ୍ ପାଇଁ
୨୦୨୦ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବା ସକାଶେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଦୁଇ ଅର୍ଥନୀତିଜ୍ଞ ପଲ୍ ଆର ମିଲଗ୍ରୋମ୍ ଓ ରବର୍ଟ ବି ୱିଲସନ୍ ମନୋନୀତ ହୋଇଛନ୍ତି। ଏହି ଦୁଇ ବିଶିଷ୍ଟ ଅର୍ଥନୀତିକ ଅକ୍ସନ୍ ଥିଓରୀର ବିକାଶ ଓ ନୂଆ ଅକ୍ସନ୍ ଫର୍ମାଟର ଉଦ୍ଭାବନ କରିଥିବାରୁ ସେମାନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୦ ସ୍ବେରିଜେସ୍ ରିକ୍ସବ୍ୟାଙ୍କ୍ ପୁରସ୍କାର ପ୍ରଦାନ ସକାଶେ ମନୋନୀତ କରାଯାଇଛି। ଏହି ପୁରସ୍କାର ବାବଦରେ ଦୁଇ ବିଜେତାଙ୍କୁ ୧୦ ନିୟୁତ ସ୍ବେଡିଶ୍ ନୋନୋର୍ ପ୍ରଦାନ କରାଯିବ। ଏହି ଦୁଇ ଅର୍ଥନୀତିଜ୍ଞ କିପରି ଭାବେ ଅକ୍ସନ୍ ପ୍ରକ୍ରିୟା ହୋଇଥାଏ ତାହା ଉପରେ ଗବେଷଣା କରିଛନ୍ତି। ସେହିପରି ପାରମ୍ପରିକ ତରିକାରେ ବିକ୍ରି ହେବା ଦିଗରେ ସମସ୍ୟାର ସମ୍ମୁଖୀନ ହେଉଥିବା ସାମଗ୍ରୀ ଓ ସେବାର ଉପଯୁକ୍ତ ଅକ୍ସନ୍ ପାଇଁ ମଧ୍ୟ ସେମାନେ ନୂଆ ତରିକା ଉଦ୍ଭାବନ କରିଛନ୍ତି। ଏଥି ମଧ୍ୟରେ ରେଡିଓ ଫ୍ରିକ୍ବେନ୍ସିଜ୍ ଅନ୍ୟତମ। ସେମାନଙ୍କର ଏହି ଉଦ୍ଭାବନ ଦ୍ବାରା ବିଶ୍ବର ବିକ୍ରେତା, କ୍ରେତା ଓ ଟିକସଦାତାମାନେ ଲାଭବାନ ହୋଇପାରିଛନ୍ତି।
ଭାରତ ବଜାରରେ ମାରୁତି ସୁଜୁକି
ଭାରତର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ଅଲ୍ଟୋ ମଡେଲ୍ ଇତିମଧ୍ୟରେ ଭାରତୀୟ ବଜାରରେ ୨୦ ବର୍ଷ ପୂରଣ କରିଛି। ପାଖାପାଖି ଦୁଇ ଦଶନ୍ଧି ତଳେ ଏହି ମଡେଲ୍ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଇତିମଧ୍ୟରେ ୪୦ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିଛି। ୨୦୦୦ ମସିହାରେ ସର୍ବପ୍ରଥମେ ଭାରତୀୟଙ୍କ ନିକଟରେ ମାରୁତି ସୁଜୁକି ତା’ର ଅଲ୍ଟୋ ମଡେଲ୍ ପହଞ୍ଚାଇଥିଲା। ଏହି ମଡେଲ୍ ଗତ ୨୦ ବର୍ଷ ଭିତରେ ଭାରତୀୟଙ୍କ ପ୍ରମୁଖ ପସନ୍ଦ ରହିଆସିଥିବା ବେଳେ ଏହା ପ୍ରଥମ ଥର ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ପରିଲକ୍ଷିତ ହୋଇଆସିଛି। ଏହି କାରଣରୁ ଗତ ୧୬ ବର୍ଷ ଧରି ଅଲ୍ଟୋ ଭାରତର ସର୍ବାଧିକ ବିକ୍ରି ହେଉଥିବା ଚାରିଚକିଆ ଯାନର ମର୍ଯ୍ୟାଦା ପାଇଆସିଛି। ସେହିପରି ଗତ ୨୦ ବର୍ଷ ମଧ୍ୟରେ ଏହି ମଡେଲରେ ଏକାଧିକ ବାର ପରିବର୍ତ୍ତନ କରାଯିବା ସହ ଏହାର ଆଧୁନିକୀକରଣ ମଧ୍ୟ କରାଯାଇ ସାରିଛି। ଫଳସ୍ବରୂପ କ୍ରମଶଃ ଏହି ମଡେଲରେ ପାରମ୍ପରିକ ସୁବିଧା ସହ ଅତ୍ୟାଧୁନିକ ଫିଚର୍ ମଧ୍ୟ ଉପଲବ୍ଦ ହୋଇପାରିଛି।
ବିଗ୍‌ବିଙ୍କ ପିତାଙ୍କ ନାମରେ ପୋଲାଣ୍ଡର ଛକ ନାମିତ
ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜ ଫିଲ୍ମ ସହିତ ସୋସାଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ଅଛନ୍ତି। ବିଗ ବି ନିଜ ପ୍ରଶଂସକଙ୍କ ସହିତ ଏକ ଖୁସି ଖବର ଶେୟାର କରିଛନ୍ତି। ଅମିତାଭ ତାଙ୍କ ପିତା ତଥା ମହାନ କବି ଦିବଂଗତ ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡର ବ୍ରୋକଲା ସହରର ଏକ ଛକର ନାମ ରଖାଯାଇଛି। ଅମିତାଭ ନିଜ ଖୁସି ବ୍ୟକ୍ତ କରି ଇନଷ୍ଟାଗ୍ରାମରେ ଏକ ବୋର୍ଡର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପିତାଙ୍କ ନାମ ଲେଖାଯାଇଛି। ଅମିତାଭ ଫଟୋ ଶେୟାର କରି ଲେଖିଛନ୍ତି ଯେ ପୋଲାଣ୍ଡର ସିଟି କାଉନସିଲ ବ୍ରୋକଲାର ଏକ ଛକର ନାମ ମୋର ପିତାଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛି। ଦଶହରା ଅବସରରେ ଏହାଠାରୁ ବଡ଼ ଆଶୀର୍ବାଦ କ’ଣ ହୋଇପାରେ? ଏହା ଆମ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ। ବ୍ରୋକଲାରେ ଭାରତୀୟ ସମୁଦାୟ ଓ ଭାରତ ପାଇଁ ଗର୍ବର ସମୟ ବୋଲି ଅମିତାଭ ଲେଖିଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଉଦ୍ଧବ-କଙ୍ଗନା କଳି: ବ୍ୟକ୍ତିଗତରୁ ରାଜ୍ୟକୁ ଗଲାଣି ଆକ୍ଷେପ ପ୍ରତି ଆକ୍ଷେପ
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଅଭିନେତ୍ରୀ କଙ୍ଗନା ରାନାୱତ ଦେଇଥିବା ବିବୃତ୍ତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଶହରା ରାଲିରେ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ବହୁଳ ପରିମାଣରେ ଗଂଜେଇ ଚାଷ କରାଯାଉଛି। ଉଦ୍ଧବ ଯଦିଓ ସିଧାସଳଖ କଙ୍ଗନାଙ୍କ ନାଁ ନେଇ ନ ଥିଲେ। କିନ୍ତୁ କହିଥିଲେ ଯେ ଯେଉଁମାନେ ମହାରାଷ୍ଟ୍ରକୁ ଗଂଜେଇ ବେପାରର ପେଣ୍ଠସ୍ଥଳୀ କହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଜାଣିନାହାନ୍ତି ଯେ ସେମାନଙ୍କ ରାଜ୍ୟ ହିଁ ଏହାର ମୁଖ୍ୟ ପେଣ୍ଠସ୍ଥଳୀ। ମୁମ୍ବାଇ ପୋଲିସକୁ ସମର୍ଥନ କରି ସେ କହିଛନ୍ତି ଯେ ଯେଉଁମାନେ ନ୍ୟାୟ ପାଇଁ ଲୁହ ଝରାଉଥିଲେ ସେମାନେ ଏବେ କେଉଁଠି। ସେ କହିଛନ୍ତି, ଗଂଜେଇ ନୁହେଁ ଆମ ଘରେ ଆମେ ତୁଳସୀ ଗଛ ଲଗାଉ।
ଟ୍ରମ୍ପଙ୍କ ‘ଗନ୍ଧ ପବନ’ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା
ପ୍ରେସିଡେନସିଆଲ ଡିବେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତରେ ଗନ୍ଧ ପବନ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା। ଏହା ଦେଶର ପ୍ରବାସୀ ଭାରତୀୟଙ୍କ ମଧ୍ୟର ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ବେଳେ ଆଉ କେତେକ ଏହାକୁ ସକାରାତ୍ମକ ଭାବେ ନେଇ ଏଥିରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରାଯିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଟ୍ରମ୍ପ ପ୍ରେସିଡେନସିଆଲ ଡିବେଟରେ କହିଥିଲେ ଯେ ‘ଚୀନ ଆଡେ ଦେଖନ୍ତୁ , ଏହା କେତେ ଦୁର୍ଗନ୍ଧମୟ, ରୁଷିଆ ଓ ଭାରତ ଉପରେ ମଧ୍ୟ ନଜର ପକାନ୍ତୁ- ଏଠାରେ ଗନ୍ଧ ପବନ ପ୍ରବାହିତ’। ଭାରତ ସହ ବନ୍ଧୁତାକୁ ଆଳ କରି ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ହେବା ନେଇ ଆଶା ରଖିଥିଲା ବେଳେ ଭାରତ ସମ୍ପର୍କରେ ତାଙ୍କର ଏପରି ମନ୍ତବ୍ୟ କେଉଁଠି ନା କେଉଁଠି ଅଡୁଆ ପରିସ୍ଥିତି ସଷ୍ଟି କରିଛି। ଆସନ୍ତା ସପ୍ତାହରେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ ଭାରତ ଗସ୍ତରେ ଆସି ସାମରିକ ଚୁକ୍ତି କରିବା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ବେଳେ ଟ୍ରମ୍ପଙ୍କ ଏପରି ମନ୍ତବ୍ୟକୁ ନେଇ ଅନେକ ସମାଲୋଚନା ପ୍ରକାଶ ପାଉଛି।
ଜେଲ୍‌ରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ: ପିଟିସନ ଦାଖଲ କଲେ ଓକିଲ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ମାଡ ହୋଇଥିବା ଓ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ଓକିଲଙ୍କ ପକ୍ଷରୁ ପାଟଣାଗଡ଼ ଏଡିଜେ କୋର୍ଟରେ ଏକ ପିଟିସନ ଦେଇଥିବା ଜଣାପଡିଛି। ତେବେ ପୁଞ୍ଜିଲାଲ ମେହେରକୁ ବଲାଙ୍ଗିର ଜେଲରେ ମାଡ ହୋଇଥିବା ସମ୍ପର୍କରେ ସୂଚନା ପାଇଥିବା ନେଇ ଓକିଲ ତିର୍ଥ ସାହୁ ପିଟିସନ ଦେଇଥିବା ନେଇ ଜଣାପଡିଛି। ଉକ୍ତ ପିଟିସନରେ ଗତ ୨୧ ତାରିଖରେ ପୁଞ୍ଜିଲାଲ ମେହେରଙ୍କୁ ଜେଲରେ ଜେଲ ଅଧିକ୍ଷକ, ଜେଲର, ଜାମଦାର ଓ ଅନ୍ତେବାସୀମାନେ ପୁଞ୍ଜିଲାଲକୁ ଉଲଗ୍ନ କରି ମାଡ ମାରିଥିଲେ । ଏହା ପରେ ପୁଣି ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଜେଲ ଅଧିକ୍ଷକ, ଜେଲର ଓ ଅନ୍ତେବାସୀମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀ ପୁଞ୍ଜିଲାଲ ମେହେରଙ୍କ ମୁହଁରେ ପରିଶ୍ରା କରିବା ସହିତ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରା ଯାଇଥିବା ନେଇ ପିଟିସନରେ ଉଲ୍ଲେଖ କରିଥିବା ଜଣାପଡିଛି ।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ