ଦିନକରେ ୩୬ ହଜାର ୬୦୪ ସଂକ୍ରମିତ ଚିହ୍ନଟ, ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୩୬ ହଜାର ୬୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫ ଲକ୍ଷ ନିକଟତର ହୋଇଛି। ବୁଧବାର ପୂର୍ବାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଅଦ୍ୟାବଧି ଦେଶରେ ୯୪ ଲକ୍ଷ ୯୯ ହଜାର ୪୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ ଦେଶରେ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୮୯ ଲକ୍ଷ ଅତିକ୍ରମ କରିଛି। ସୂଚନାନୁସାରେ, ୮୯ ଲକ୍ଷ ୩୨ ହଜାର ୬୪୭ ଜଣ ସୁସ୍ଥ ହୋଇସାରିଥିବାରୁ ମୋଟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ହାର ୯୪.୦୩ ପ୍ରତିଶତ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୫୦୧ ଜଣ ସଂକ୍ରମିତଙ୍କର ପ୍ରାଣହାନି ହେବା ଫଳରେ ମୋଟ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଯାଇଛି। ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୧.୪୫ ପ୍ରତିଶତ ମୃତ୍ୟୁବରଣ କରିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ କ୍ରମାଗତ ୨୨ତମ ଦିନରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ତଳେ ରହିଛି। ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ୪ ଲକ୍ଷ ୨୮ ହଜାର ୬୪୪ ଜଣ ଚିକିତ୍ସାଧୀନ ଅଛନ୍ତି।

ଦିନିକିଆରେ ୧୨ ହଜାର ରନ୍ ପୂରଣରେ କୋହଲି ଦ୍ରୁତତମ,

କାନବେରା: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ୩ୟ ତଥା ଅନ୍ତିମ ମ୍ୟାଚରେ ଭ୍ରମଣକାରୀ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦ୍ରୁତତମ ୧୨ ହଜାର ରନ୍ ପୂରଣ କରିଛନ୍ତି। ସେ ତାଙ୍କର ୨୫୧ତମ ଦିନିକିଆ ଓ ୧୪୮ତମ ଇନିଂସରେ ଏହି କୀର୍ତ୍ତିମାନ ପ୍ରତିଷ୍ଠାନ କରିଛନ୍ତି। ଏ କ୍ଷେତ୍ରରେ ସେ ନିଜ ଦେଶର ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା, ଯିଏକି ତାଙ୍କର ୩୦୯ତମ ମ୍ୟାଚ୍‌ରେ ୧୨ ହଜାର ଦିନିକିଆ ରନ୍ ପୂରଣ କରିପାରିଥିଲେ। ବୁଧବାର କୋହଲି ଏଠାରେ ୬୩ ରନର ଇନିଂସ ଖେଳିବା ଅବସରରେ ଏହି ରେକର୍ଡ କରିଛନ୍ତି। ମ୍ୟାଚ୍ ପୂର୍ବରୁ ୧୨ ହଜାର ରନ୍ ପୂରଣ ପାଇଁ କୋହଲି ମାତ୍ର ୨୩ ରନ୍ ଆବଶ୍ୟକ କରୁଥିଲେ। ଦ୍ରୁତତମ ୧୨ ହଜାର ରନ୍ ପୂରଣ ପାଇଁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩୨୩ଟି ମ୍ୟାଚ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୩୫୯ଟି ମ୍ୟାଚ୍ ଓ ତାଙ୍କ ଦଳୀୟ ସାଥୀ ସନତ୍ ଜୟସୂରିୟା ୩୯୦ଟି ମ୍ୟାଚ୍ ନେଇଥିଲେ। ପୂର୍ବରୁ ସିରିଜର ଦ୍ବିତୀୟ ମ୍ୟାଚରେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୨ ହଜାର ରନ୍ ପୂରଣ କରିବା ସହ ଏ କ୍ଷେତ୍ରରେ ମଧ୍ୟ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ। ଏ କ୍ଷେତ୍ରରେ ମଧ୍ୟ ସେ ସଚିନଙ୍କୁ ଅତିକ୍ରମ କରିଥିଲେ।
ଚୀନ୍ ନିର୍ମାଣକୁ ଟକ୍କର ଦେବାକୁ ଅରୁଣାଚଳରେ ଭାରତର ଜଳବିଦ୍ୟୁତ୍ ପ୍ରକଳ୍ପ ଯୋଜନା
ଭାରତ ଓ ଚୀନ୍ ସୀମାରେ ଥିବା ବ୍ରହ୍ମପୁତ୍ର ନଦୀରେ ଚୀନ୍ ପକ୍ଷରୁ ନଦୀବନ୍ଧ ନିର୍ମାଣ କରାଯିବ ବୋଲି ହେଉଥିବା ଚର୍ଚ୍ଚା ପରିପ୍ରେକ୍ଷୀରେ ଭାରତ ଏହାକୁ କାଉଣ୍ଟର୍ କରିବା ସକାଶେ ଅଣ୍ଟା ଭିଡ଼ିଛି। ଭାରତ ପକ୍ଷରୁ ଅରୁଣାଚଳ ପ୍ରଦେଶରେ ଏକ ୧୦ ଗିଗାୱାଟ୍ ଶକ୍ତିସମ୍ପନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବାକୁ ଭାରତ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ଚୀନରେ ବ୍ରହ୍ମପୁତ୍ର ନଦୀ ୟାରଲଙ୍ଗ୍ ଟିସାଙ୍ଗବୋ ନାମରେ ପରିଚିତ ଥିବା ବେଳେ ଏହା ତିବ୍ବତଠାରୁ ବାହାରି ଅରୁଣାଚଳ ପ୍ରଦେଶ ଦେଇ ବହିବା ସହ ଆସାମ ଦେଇ ବାଂଲାଦେଶ ପର୍ଯ୍ୟନ୍ତ ବହିଚାଲିଛି। ତେବେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ସରକାରଙ୍କ ପକ୍ଷରୁ ନଦୀବନ୍ଧ ନିର୍ମାଣ କରାଗଲେ, ଏହା ଅରୁଣାଚଳ ପ୍ରଦେଶ ଓ ଆସାମରେ ପାଉଁଶ ବନ୍ୟା ପରିସ୍ଥିତି ସ୍‌ଷ୍ଟି କରିବା ସହ ଜଳ ସମସ୍ୟାକୁ ମଧ୍ୟ ଜନ୍ମ ଦେବ ବୋଲି ଭାରତ ସରକାର ଆଶଙ୍କା କରୁଛନ୍ତି। ତେଣୁ ଚୀନ୍ ପକ୍ଷରୁ ହେବାକୁ ଥିବା ନଦୀବନ୍ଧଜନିତ ସମସ୍ୟାକୁ ଏଡ଼ାଇବା ସକାଶେ ଭାରତ ପକ୍ଷରୁ ବ୍ରହ୍ମପୁତ୍ର ନଦୀ ଉପରେ ନଦୀବନ୍ଧ ନିର୍ମାଣ ପାଇଁ ଯୋଜନା ଚାଲିଥିବା କେନ୍ଦ୍ର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଟିଏସ୍ ମେହରା କହିଛନ୍ତି। ସେ କହିଛନ୍ତି ଯେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ନଦୀବନ୍ଧ ନିର୍ମାଣ ସକାଶେ ପ୍ରସ୍ତାବ ଦିଆଯାଇଥିବା ବେଳେ ଏବେ ଏହା ବିଚାରାଧୀନ ରହିଛି। ତେବେ କେନ୍ଦ୍ର ସରକାର ଏହାକୁ ପ୍ରାଥମିକତା ଭିତ୍ତିରେ ବିଚାର କରୁଥିବା ମେହତା କହିଛନ୍ତି।
ବାରାଣସୀରେ ମୋଦି, ୬ ଥାକିଆ ଜାତୀୟ ରାଜପଥର ଉଦଘାଟନ କଲେ
ସୋମବାର ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତର ପ୍ରଦେଶର ଅନ୍ୟତମ ପବିତ୍ର ସହର ବାରାଣସୀରେ ପହଞ୍ଚିଥିଲେ। ସନ୍ଧ୍ୟାରେ ବାରାଣସୀରେ ପହଞ୍ଚିବା ପରେ ମୋଦି ଏକ ୬ ଥାକିଆ ଜାତୀୟ ରାଜପଥର ଲୋକାର୍ପଣ କରିଥିଲେ। ଏହି ରାଜପଥ ବାରାଣସୀରୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ବେଳେ ଏହାର ଦୈର୍ଘ୍ୟ ୭୩ କିମି ଓ ଏଥିରେ ପାଖାପାଖି ୨ ହଜାର ୪୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଛଡ଼ା ମୋଦି ଐତିହାସିକ କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ। ଆହୁରି ମଧ୍ୟ ବାରାଣସୀ ଘାଟରେ ତାଙ୍କ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ମଜା ଉଠାଇଥିଲେ। ତେବେ ଏହି ଅବସରରେ ସେ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିବା ସହ ପୁଣିଥରେ କୃଷକମାନଙ୍କୁ ପଥଭ୍ରଷ୍ଟ କରିବା ସକାଶେ ଉଦ୍ୟମ ହେଉଥିବା ଅଭିଯୋଗକୁ ଦୋହରାଇଥିଲେ।
ନଭେମ୍ବର ୨୭ରୁ ଉଠିବ ଲକ୍ଷ୍ମୀ
ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଡ଼ ଆଶ୍ବସ୍ତି ମିଳିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆସନ୍ତା ୨୭ରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଇଁ ଲାଗୁ କରିଥିବା ମୋରାଟୋରିଅମ କଟକଣା ଉଠାଇ ନେବାକୁ ଘୋଷଣା କରିଛି। ପୂର୍ବରୁ ମୋରାଟୋରିଅମ କଟକଣା ଡିସେମ୍ବର ୧୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲେ ବି ଏହାକୁ ଆସନ୍ତା ୨୭ରୁ ଉଠାଇବା ପାଇଁ ବୁଧବାର ନିଷ୍ପତ୍ତି ହୋଇଛି। ବୁଧବାର କେନ୍ଦ୍ର ସରକାର ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ) ସହ ମିଶ୍ରଣ କରିବା ପରେ ପରେ ଆରବିଆଇ ପକ୍ଷରୁ ମୋରାଟୋରିଅମ ସମୟସୀମାକୁ ନଭେମ୍ବର ୨୭ରେ ଶେଷ କରିବା ପାଇଁ ଘୋଷଣା କରାଯାଇଛି। ଫଳରେ ୨୭ ତାରିଖ ପରଠାରୁ ଆଉ ଜମାକାରୀଙ୍କ ଟଙ୍କା ଉଠାଣ ନେଇ କୌଣସି କଟକଣା ରହିବ ନାହିଁ।
ମାରାଡୋନାଙ୍କୁ ଝୁରୁଛନ୍ତି ‘ମାରା’ ଓ
ଆର୍ଜେଣ୍ଟିନାର ଫୁଟ୍‌ବଲପ୍ରେମୀଙ୍କ ପାଇଁ କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନା ଥିଲେ ଭଗବାନ ଏବଂ ତାଙ୍କର ଅନ୍ୟତମ ବଡ଼ ଭକ୍ତ ଥିଲେ ୱାଲ୍‌ଟର ରୋଟ୍ୟୁଣ୍ଡୋ। ମାରାଡୋନାଙ୍କ ନାମ ଅନୁସାରେ ରୋଟ୍ୟୁଣ୍ଡୋ ତାଙ୍କର ଯାଆଁଳା କନ୍ୟାଙ୍କ ନାମ ରଖିଛନ୍ତି ‘ମାରା’ ଓ ‘ଡୋନା’। ବୁଧବାର ମାରାଡୋନା ହୃଦ୍‌ଘାତରେ ପ୍ରାଣ ହରାଇଥିବା ବେଳେ ଏହି ମହାନ୍ ବ୍ୟକ୍ତିତ୍ବଙ୍କୁ ଝୁରୁଛନ୍ତି ରୋଟ୍ୟୁଣ୍ଡୋ ଓ ତାଙ୍କର ଦୁଇ ଝିଅ ‘ମାରା’ ଓ ‘ଡୋନା’। ନିଜ ଦମ୍‌ରେ ଆର୍ଜେଣ୍ଟିନାକୁ ୧୯୮୬ ବିଶ୍ବକପ୍ ଜିତାଇଥିବା ମାରାଡୋନା ଦେଶର ସବୁଠାରୁ ନାମୀ ବ୍ୟକ୍ତିତ୍ବ ଥିଲେ। ତାଙ୍କ ମୃତ୍ୟୁରେ ସାରା ଦେଶ କିପରି ଦୁଃଖରେ ଭାଙ୍ଗି ପଡ଼ିଥିଲା, ଗୁରୁବାର ତାଙ୍କର ଶେଷକୃତ୍ୟରେ ଲକ୍ଷାଧିକ ଲୋକ ଯୋଗଦେବା ଏହାର ପ୍ରମାଣ ମାତ୍ର।
ପୁଣି ଭାରତୀୟ ବୋଲରଙ୍କ
ଚଳିତ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚଟି ରବିବାର ଏଠାରେ ଖେଳାଯାଇଛି। ଏଥିରେ ୫୧ ରନରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ୨-୦ରେ ସିରିଜ୍ ଜିତିନେଇଛି। ଶୁକ୍ରବାର ପରି ରବିବାର ମଧ୍ୟ ଭାରତୀୟ ବୋଲରମାନେ ନୈରାଶ୍ୟଜନକ ପ୍ରଦର୍ଶନ କାଏମ ରଖିବା ଫଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ମାତ୍ର ୪ ୱିକେଟ୍ ବିନିମୟରେ ୩୮୯ ରନ୍ କରିଥିଲା। ଏହି ବିଶାଳ ଲକ୍ଷ୍ୟର ପିଛା କରିଥିବା ଭାରତ ୯ ୱିକେଟ୍ ହରାଇ ୩୩୮ ରନ୍ କରିପାରିଥିଲା। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ଜିତିନେବା ସହ ଆସନ୍ତା ୨ ତାରିଖରେ କାନବେରାଠାରେ ହେବାକୁ ଥିବା ସିରିଜର ୩ୟ ତଥା ଅନ୍ତିମ ମ୍ୟାଚକୁ ରୋମାଞ୍ଚହୀନ କରିଦେଇଛି। କ୍ରମାଗତ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ପୁଣି ଥରେ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆର ବଡ଼ ସ୍କୋରରେ ସ୍ମିଥ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କର ପ୍ରମୁଖ ଭୂମିକା ରହିଥିଲା। ଉଭୟ ଗତ ମ୍ୟାଚ୍ ପରି ବେଶ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଦୁଇ ଓପନର ପୁଣିଥରେ ଶତାଧିକ ରନର ଭାଗିଦାରୀ କରିବା ସହ ଉଭୟ ଅର୍ଦ୍ଧଶତକ କରିଥିଲେ। ୱାର୍ଣ୍ଣର୍ ୭ଟି ଚୌକା ଓ ୩ଟି ଛକା ସହ ୮୩ ଏବଂ ଅଧିନାୟକ ଆରୋନ୍ ଫିଞ୍ଚ୍ ୬ଟି ଚୌକା ଓ ଗୋଟିଏ ଛକା ସହ ୬୦ ରନ୍ କରିଥିଲେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ତେଜୁଛି ‘ପରୀ’ ନିଆଁ: ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ
ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣା ଏବେ ତେଜିବାରେ ଲାଗିଛି। ପୁରୀଠୁ ପଲ୍ଲୀ, ପରିଶେଷରେ ଦିଲ୍ଲୀକୁ ବ୍ୟାପିଛି ଏହି ନିଆଁ। ଆଜି ଦିନ ତାମାମ୍‌ ରାଜଧାନୀ ଭୁବନେଶ୍ବର ହେଉ କିମ୍ବା ଦିଲ୍ଲୀ ଅଥବା ପୀଡ଼ିତାଙ୍କ ଗାଁ ସବୁଠି ଲାଗିରହିଛି ହଟଚମଟ। ପରୀକୁ ନ୍ୟାୟ ଦେବା ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ସିପିସିଆର୍‌)କୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଭେଟିଥିବା ବେଳେ ଗାଁକୁ ଯାଇ ପରୀର ବାପା-ମା’ଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ସେହିପରି ଏହି ଘଟଣାକୁ ନେଇ ଆଜି କଂଗ୍ରେସରେ ମଧ୍ୟ ବିଦ୍ରୋହ ଦେଖାଦେଇଛି। ଏସଆଇଟି ତଦନ୍ତରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟ ଏବଂ କଣ୍ଟାବାଞ୍ଜୀ ବିଧାୟକ ସନ୍ତୋଷ ସିଂ ସାଲୁଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କ୍ରମରେ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନ୍‌ସିପିସିଆର୍।
ଆନ୍ଦୋଳନରତ କୃଷକ ଜିଦରେ ଅଟଳ, କେନ୍ଦ୍ରର ସ୍ବତନ୍ତ୍ର କମିଟି ଗଠନ ପ୍ରସ୍ତାବ
ଦିଲ୍ଲୀ-ଗାଜିଆବାଦ ସୀମାରେ ଗତ ୬ ଦିନ ହେଲା ହଜାର ହଜାର ସଂଖ୍ୟାରେ କୃଷକ ଆନ୍ଦୋଳନ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ଆସନ୍ତା ୩ ତାରିଖ ପରିବର୍ତ୍ତେ ମଙ୍ଗଳବାର ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୨ ଜଣ କୃଷକ ନେତାଙ୍କୁ ଆଲୋଚନା ପାଇଁ ଆହ୍ବାନ କରାଯାଇଥିଲେ ହେଁ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି। ଭାରତବର୍ଷର ସମସ୍ତ କୃଷକ ସଂଘର ୫ ଶହ ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ରାଜି ନ ହେଲେ କୌଣସି ପ୍ରକାର ଆଲୋଚନା ସଫଳ ହେବନାହିଁ ବୋଲି ପଞ୍ଜାବ କିସାନ୍ ସଂଘର୍ଷ କମିଟି ପକ୍ଷରୁ ସୁଖବିନ୍ଦର ଏସ ସଭରନ୍ କହିଛନ୍ତି। ଏଥିସହ କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ପୁଣିଥରେ କୃଷକ ନେତାମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିବା ସକାଶେ ପ୍ରସ୍ତାବ ଦିଆଯାଇଛି। ଏହି କମିଟିରେ ଅନ୍ୟତମ ସଦସ୍ୟମାନେ କୃଷକ ସଂଘର ସଦସ୍ୟମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ କୃଷକ ନେତାମାନେ ଏପରି ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିବାକୁ ନାରାଜ ହୋଇଥିବା ଜଣାପଡ଼ିଛି।
ପାଠକଙ୍କ ସରକାରୀ ବାସଭବନରେ ଏସ୍‌ଆଇଟି ଚଢ଼ାଉ: ଡ୍ରାଇଭରକୁ ଜେରା
ବଢ଼ିଲା ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅଡ଼ୁଆ। କେଉଁଠୁ ଆସୁଥିଲା ପୁଳା ପୁଳା ଟଙ୍କା? ଏହି ଟଙ୍କା ଠୁଳ କରିବାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସବୁର ଖୋଳତାଡ଼ ଆରମ୍ଭ କରିଛି ୨୦ ଜଣିଆ ଏସ୍‌ଆଇଟି ଟିମ୍। ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ନେଇ ଏସ୍‌ଆଇଟିର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଗୋଟିଏ ପରେ ଗୋଟିଏ ଜାଗାରେ ଚଢ଼ାଉ କରୁଛି। ମଙ୍ଗଳବାର ସକାଳୁ ସକାଳୁ ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଚଢ଼ାଉ ହୋଇଛି। ଏସ୍ଆଇଟିର ୧୦ ଜଣିଆ ଟିମ୍‌ ଏହି ଚଢ଼ାଉରେ ନିୟୋଜିତ ହୋଇଛନ୍ତି।ଏଥିସହ ମୋଟ ୭ଟି ସ୍ଥାନରେ ଚଢ଼ାଉ କରିଛି ଟିମ୍‌। ପିସିସିଏଫ କାର୍ଯ୍ୟାଳୟରେ ଗୋଟିଏ ଟିମ୍‌ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ମଙଙ୍ଗଳବାର ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା କରିଛି। ଡ୍ରାଇଭରଙ୍କ ଘରୁ ମିଳିଥିବା ୨୦ ଲକ୍ଷ ଟଙ୍କା କାହାର ସେ ନେଇ ଭିଜିଲାନ୍ସ ପଚରାଉଚରା କରୁଛି। ଏଥିସହ ୫ ଜଣ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌। ଆର୍ଥିକ କାରବାର ନେଇ ଡ୍ରାଇଭର୍‌ ଓ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଜେରା ଚାଲିଥିବା ଜଣାପଡ଼ିଛି।
ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ମଧୁମେହ ଆଶଙ୍କା ଅଧିକ
ମଧୁମେହ ଏକ ଗମ୍ଭୀର ରୋଗ, ଯାହା ଏକ ନିରବ ଘାତକ ଭଳି ଆକ୍ରମଣ କରିଥାଏ। ଏହି ସମସ୍ୟା ପୁରୁଷଙ୍କ ଠାରୁ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ସାଧାରଣତଃ ଏହି ରୋଗ ୪୦ ବର୍ଷ ବୟସ ପରେ ହୋଇଥାଏ। କିନ୍ତୁ ଆଜିକାଲି ମହିଳାମାନେ ଯେ କେଣସି ବୟସରେ ଏହାର ଶିକାର ହେଉଛନ୍ତି। ମହିଳାଙ୍କ ଠାରେ ମଧୁମେହର ଲକ୍ଷଣ ପୁରଷଙ୍କ ଠାରୁ ଅଲଗା ହୋଇଥାଏ। ମଧୁମେହ ରୋଗୀଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। କାରଣ ଛୋଟ ଭୁଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମଧୁମେହ ଉପରେ କରାଯାଇଥିବା ଏକ ଗବେଷଣା ମୁତାବକ ୨୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ଠାରେ ଏହି ରୋଗର ଆଶଙ୍କା ୫୫.୫ ପ୍ରତିଶତ ହୋଇଥାଏ। ସେହିପରି ମହିଳାଙ୍କ ଠାରେ ଏହାର ଆଶଙ୍କା ୬୫ ପ୍ରତିଶତ ରହିଥାଏ।
ମହିଳାଙ୍କ ପାଇଁ ସୁରକ୍ଷିତ ଏସବୁ
ବୁଲିବା ପାଇଁ ସମସ୍ତେ ପସନ୍ଦ କରନ୍ତି ଯଦିଓ ଏବେ କୋରୋନା ଭାଇରସ ଡରରେ ସମସ୍ତେ ଘରେ ରହିବାକୁ ପସନ୍ଦ କରୁଛନ୍ତି। ତେବେ ଧୀରେ ଧୀରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯାଉଛି। ସମସ୍ତେ ବନ୍ଧୁ ଓ ପରିବାର ସହିତ ଭ୍ରମଣରେ ବାହାରିବାକୁ ଯୋଜନା କରୁଛନ୍ତି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏକୁଟିଆ ବୁଲିବାକୁ ପସନ୍ଦ କରନ୍ତି। ଏମାନଙ୍କ ମଧ୍ୟରେ ଉଭୟେ ପୁରୁଷ ଓ ମହିଳା ଅଛନ୍ତି। ଭାରତରେ ସୋଲୋ ୱିମ୍ୟାନ ଟ୍ରାଭେଲର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ। ଆଜି ଏଠାରେ ଭାରତର କେତେକ ମନୋରମ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ମହିଳାମାନେ ଏକୁଟିଆ ନିର୍ଭୟରେ ବୁଲିପାରିବେ।

ଫଟୋ ଗ୍ୟାଲେରୀ

ଭାରତୀୟ ସ୍ମାର୍ଟଫୋନ ୟୁଜର
ମୋବାଇଲ ଡାଟା ସ୍ପିଡର ଗ୍ଲୋବାଲ ତାଲିକାରେ ଭାରତ ୧୩୧ ତମ ସ୍ଥାନରେ ରହିଛି। ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳ ମଧ୍ୟ ଭାରତ ଉପରେ ଅଛନ୍ତି। କିନ୍ତୁ ମୋବାଇଲ ଡାଟା ବ୍ୟବହାର କରିବା ମାମଲାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏରିକ୍ସନ ମୋବିଲିଟି ରିପୋର୍ଟ ମୁତାବକ ଭାରତରେ ପ୍ରତ୍ୟେକ ସ୍ମାର୍ଟଫୋନ ୟୁଜର ପ୍ରତି ମାସରେ ହାରାହାରି ୧୬ ଜିବି ଡାଟା ବ୍ୟବହାର କରୁଛନ୍ତି। ଏହି ରିପୋର୍ଟ ମୁତାବକ ୨୦୧୯ରେ ଏହା ହାରାହାରି ୧୩.୫ ଜିବି ଥିଲା। ଏଣୁ ୨୦୧୯ ତୁଳନାରେ ୨୦୨୦ରେ ଭାରତୀୟ ୟୁଜର୍ସ ଅଧିକ ମୋବାଇଲ ଡାଟା ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି। ଏବେ ଏହା ବଢ଼ି ୧୫.୭ ଜିବି ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଥିସହ ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୨୬ ସୁଦ୍ଧା ଭାରତରେ ସ୍ମାର୍ଟଫୋନ ୟୁଜର୍ସଙ୍କ ହାରାହାରି ଡାଟା ବ୍ୟବହାର ପ୍ରତ୍ୟେକ ମାସରେ ୩୭ ଜିବି ପର୍ଯ୍ୟନ୍ତ ପହଞ୍ଚିଯାଇପାରେ।
ଶୀତଦିନେ ଶାଢ଼ି ପିନ୍ଧିବା ପାଇଁ ଟିପ୍ସ
ଶୀତଦିନ ଆରମ୍ଭ ହେବା ସହିତ ବାହାଘର ଋତୁ ମଧ୍ୟ ଆରମ୍ଭ ହୋଇଯାଏ। କାରଣ ଅଧିକାଂଶ ଲୋକେ ଶୀତଦିନେ ବିବାହ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଶୀତଦିନେ ବାହାଘରରେ ସାମିଲ ହେବା ମହିଳାଙ୍କ ପାଇଁ କୌଣସି ଛୋଟ ସମସ୍ୟା ନୁହେଁ। କାରଣ ଶୀତଦିନେ ସବୁ ଫ୍ୟାଶନ ଓ ଷ୍ଟାଇଲ ସ୍ବେଟର ଓ ଜ୍ୟାକେଟ ତଳେ ଲୁଚି ଯାଇଥାଏ। ସେହିପରି ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାଙ୍କ ପାଇଁ ଏହା ଅଧିକ ସମସ୍ୟା କରିଥାଏ। କାରଣ ଶାଢ଼ିରେ ଅଧିକ ଥଣ୍ଡା ଅନୁଭବ ହୋଇଥାଏ। ଯଦି ଥଣ୍ଡା କାରଣରୁ ବାହାଘରରେ ସାମିଲ ହେବାକୁ ଆପଣ ମନ ବଳାଉ ନାହାନ୍ତି, ତେବେ କେତେକ ଉପାୟ ଅବଲମ୍ବନ କରିପାରିବେ। ଏହି ଉପାୟରେ ଥଣ୍ଡାରୁ ରକ୍ଷା ପାଇବା ସହିତ ଷ୍ଟାଇଲିଶ ମଧ୍ୟ ନଜର ଆସିବେ। ଚାଲନ୍ତୁ ଜାଣିବା ଶୀତଦିନେ ଶାଢ଼ି ପିନ୍ଧିବାର ସବୁଠୁ ଭଲ ଉପାୟ।
ଘଣ୍ଟାକେ ୯୦ କୋଟି କମାଉଥିବା ମୁକେଶଙ୍କ ଦିନଚର୍ଯ୍ୟା ସମ୍ପର୍କରେ ଜାଣନ୍ତୁ
ଭାରତର ବିତ୍ତଶାଳୀ ଶିଳ୍ପପତି ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା। ଏଥିସହ ସେ ବିଶ୍ବର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତି ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ଏଣୁ ଅମ୍ବାନୀଙ୍କ ପରିବାର ରାଜକୀୟ ଢଙ୍ଗରେ ଜୀବନଯାପନ କରିବା ସ୍ବାଭାବିକ କଥା। ମିଳିଥିବା ସୂଚନା ଅନୁଯାୟୀ ମୁକେଶ ଅମ୍ବାନୀ ପ୍ରତ୍ୟେକ ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି। ଅର୍ଥାତ ପ୍ରତ୍ୟେକ ମିନିଟରେ ପାଖାପାଖି ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି। ମୁକେଶ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ସପରିବାର ମୁମ୍ବାଇ ସ୍ଥିତ ୨୭ ମହଲା ବିଶିଷ୍ଟ ଅଟ୍ଟାଳିକା ଆଣ୍ଟେଲିଆରେ ରହନ୍ତି। ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀଙ୍କ ପ୍ରତିଦିନ ରୁଟିନ ସମ୍ପର୍କରେ, ଯାହା ସେ ଅନେକ ଥର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ