ଜିଦ୍ ଛାଡ଼ୁାହାନ୍ତି ଆନ୍ଦୋଳନରତ କୃଷକ: ମୋଦିଙ୍କୁ ଭେଟିଲେ

ନୂଆଦିଲ୍ଲୀ: ସପ୍ତାହେରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଜାରି ରଖିଥିବା ହଜାର ହଜାର ସଂଖ୍ୟାରେ କୃଷକ ସେମାନଙ୍କ ଦାବି ପୂରଣ ପାଇଁ ଅଡ଼ି ବସିଥିବା ବେଳେ ଗତ ଗୁରୁବାର ସେମାନଙ୍କର କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଥିଲା। ତେବେ ଆଲୋଚନାରେ କୃଷକ ନେତାମାନେ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଉପରେ ଜୋର୍ ଦେବା ସହ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉଚ୍ଛେଦ ହେବ ନାହିଁ ବୋଲି ଲିଖିତ ଭାବେ ଦେବାକୁ ଦାବି କରିଥିଲେ। ତେଣୁ କୌଣସି ପ୍ରକାର ସମାଧାନର ବାଟ ବାହାରି ପାରି ନ ଥିଲା ଓ ଶନିବାର ପୁଣିଥରେ ଆଲୋଚନା ହେବ ବୋଲି କୁହାଯାଇଥିଲା। ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ କୃଷକମାନେ ଜମା ହୋଇ ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କ ଦାବି ପୂରଣ ନେଇ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଗତ ଗୁରୁବାର ପ୍ରଥମ ପର୍ଯ୍ୟାୟ ଆଲୋଚନା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରିନେବା ସକାଶେ ଉପସ୍ଥାପନ କରିଥିବା ସର୍ତ୍ତକୁ ମାନିନେବା ସକାଶେ କେନ୍ଦ୍ର ସରକାର ମାନସିକ ଭାବେ ପ୍ରସ୍ତୁତ ଥିବା ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଆନ୍ଦୋଳନରତ କୃଷକମାନଙ୍କ ପକ୍ଷରୁ କିସାନ୍ ସଂଯୁକ୍ତ ମୋର୍ଚ୍ଚାର ମୁଖ୍ୟ ରାମପାଲ ସିଂ କହିଛନ୍ତି ଯେ ଶନିବାର ବୈଠକରେ ତିନି ଆଇନ ବାତିଲ୍ ଉପରେ ହିଁ ଜୋର୍ ଦିଆଯିବ। ଶନିବାର ପରେ ଆଉ କେନ୍ଦ୍ର ସରକାରଙ୍କ ସହ କୌଣସି ପ୍ରକାର ଆଲୋଚନା ହେବ ନାହିଁ ବୋଲି ସିଂ ରୋକଠୋକ୍ ଶୁଣାଇଛନ୍ତି। ସେହିପରି କେନ୍ଦ୍ର ସରକାର ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଜାତୀୟ ରାଜପଥ ନଂ.୮କୁ ଅବରୋଧ କରାଯିବ ଓ କୃଷକମାନେ ଜନ୍ତର ମନ୍ତର ଅଭିମୁଖେ ଯାତ୍ରା କରିବେ ବୋଲି କିସାନ୍ ମହାପଞ୍ଚାୟତ ପକ୍ଷରୁ ସଭାପତି ରାମପାଲ୍ ଜଟ୍ ଚେତାବନୀ ଦେଇଛନ୍ତି।

ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ଆମେରିକୀୟଙ୍କୁ

ୱାଶିଂଟନ୍: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ୍ କୋଭିଡ୍ ସଂକ୍ରମଣଜନିତ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ତାଙ୍କର ସ୍ବତନ୍ତ୍ର ପଦକ୍ଷେପ ସ୍ବରୂପ ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶରେ କୋରୋନା ଭୂତାଣୁର ବ୍ୟାପକତା ସତ୍ତ୍ବେ କଦାପି ମାସ୍କ ପିନ୍ଧିବା ଉପରେ ଗୁରୁତ୍ବରୋପ କରିଆସିଥିଲେ। କିନ୍ତୁ ଡେମୋକ୍ରାଟିକ୍ ପାର୍ଟି ନେତା ବିଡେନ୍ ମାସ୍କ ପରିଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ, ମାସ୍କ ପରିଧାନ କରି କୋଭିଡ୍ ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ସବୁଠାରୁ ସହଜ ଉପାୟ। ତେଣୁ ଏହି ଉପାୟ ଦେଶବାସୀ ଅବଲମ୍ବନ କରିବାକୁ ବିଡେନ୍ ଆହ୍ବାନ ଦେଇଛନ୍ତି। ଅଦ୍ୟାବଧି ଆମେରିକାରେ ପାଖାପାଖି ୩ ଲକ୍ଷ ଲୋକଙ୍କ ଜୀବନ ଯାଇସାରିଲାଣି ଓ ଦେଶରେ ବିଶ୍ବର ସର୍ବାଧିକ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି। ବିଡେନ୍ କହିଛନ୍ତି ଯେ ଦେଶବାସୀ ମାସ୍କ ପରିଧାନ କରି ନିଜର ଦେଶପ୍ରେମ ମନୋଭାବକୁ ସ୍ପଷ୍ଟ କରିବା ଉଚିତ। ଆସନ୍ତା ବର୍ଷ ଜାନୁଆରୀ ୨୦ ତାରିଖରେ ହ୍ବାଇଟ୍ ହାଉସରେ ପହଞ୍ଚିବା ଦିନ ଦେଶବାସୀଙ୍କୁ ଶହେ ଦିନ ପାଇଁ ମାସ୍କ ପରିଧାନ କରିବାକୁ ନିବେଦନ କରିବେ। ସବୁଦିନ ପାଇଁ ନୁହେଁ, ବରଂ ଦେଶବାସୀ ଶହେ ଦିନ ମାସ୍କ ପିନ୍ଧିଲେ ନିଶ୍ଚିତ ଭାବେ କୋରୋନାକୁ ନିୟନ୍ତ୍ରଣ କରାଯାଇପାରିବ। ଏହାପରେ ଦେଶରେ ନିଶ୍ଚିତ ଭାବେ କୋଭିଡ୍ ସଂକ୍ରମଣ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ବିଡେନ୍ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି।
ଆସନ୍ତା ବର୍ଷ ଜାନୁଆରୀରୁ
ଜଣାଶୁଣା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁପରଷ୍ଟାର୍ ରଜନୀକାନ୍ତ ତାଙ୍କର ନୂଆ ରାଜନୈତିକ ଅଭିଯାନ ନେଇ ଘୋଷଣା କରିବା ନେଇ ଗୁରୁବାର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଜାନୁଆରୀରେ ସେ ବିଧିବଦ୍ଧ ଭାବେ ତାଙ୍କ ରାଜନୈତିକ ଦଳର ଘୋଷଣା କରିବେ। ଏନେଇ ଡିସେମ୍ବର ୩୧ ତାରିଖରେ ଔପଚାରିକ ଘୋଷଣା କରାଯିବ ବୋଲି ରଜନୀକାନ୍ତ କହିଛନ୍ତି। ତେବେ ତାଙ୍କ ରାଜନୈତିକ ଦଳ ଘୋଷଣା କୋଭିଡ୍-୧୯ କାରଣରୁ ବିଳମ୍ବିତ ହୋଇଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରଜନୀକାନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ତାମିଲନାଡ଼ୁ ରାଜନୀତିକରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏବେ ସାଧାରଣ ଜନତାଙ୍କ ସେବା କରିବାର ସମୟ ଆସିଛି। ବର୍ତ୍ତମାନ ଏହି ପରିବର୍ତ୍ତନ ନ ଘଟିଲେ ଭବିଷ୍ୟତରେ କଦାପି ସମ୍ଭବପର ହେବ ନାହିଁ ବୋଲି ରଜନୀକାନ୍ତ କହିଛନ୍ତି। ସେହିପରି ରାଜନୈତିକ ଦଳ ଘୋଷଣା କରିବା ପରେ ଏହି ଦଳ ସମ୍ପୂର୍ଣ୍ଣ ଭାବେ ସାଧାରଣ ଜନତାଙ୍କ ସ୍ବର ପାଲଟିବ। ଦଳିତ ଓ ପତିତ ଜନସାଧାରଣଙ୍କ ବିଜୟରେ ହିଁ ତାଙ୍କ ରାଜନୈତିକ ଦଳର ବିଜୟ ହେବ। ତେବେ ସବୁକିଛି ତାମିଲନାଡ଼ୁର ଜନସାଧାରଣଙ୍କ ଉପରେ ନିର୍ଭର କରେ ବୋଲି ଏହି ତାରକା ଅଭିନେତା ଜଣକ କହିଛନ୍ତି।
ଘୂର୍ଣ୍ଣିଝଡ଼ ବୁରେଭି ନେଇ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘୂର୍ଣ୍ଣିଝଡ଼ର ରୂପ ନେଇଥିବା ବେଳେ ଏହା ଆସନ୍ତା ଶୁକ୍ରବାର ଲ୍ୟାଣ୍ଡଫଲ୍ କରିବ। ଏହି ଘୂର୍ଣ୍ଣିଝଡ଼ର ମୁକାବିଲା ପାଇଁ ତାମିଲନାଡ଼ୁ ଓ କେରଳ ସରକାର ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଗୁରୁବାର ଅପରାହ୍ନରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଟେଲିଫୋନ୍ ମାଧ୍ୟମରେ ମୋଦି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଘୂର୍ଣ୍ଣିଝଡ଼ ବୁରେଭି ତାମିଲନାଡ଼ୁର ଯେଉଁସବୁ ଅଞ୍ଚଳକୁ ପ୍ରଭାବିତ କରିବ, ସେଠାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ କ’ଣସବୁ ବନ୍ଦୋବସ୍ତ ହୋଇଛି, ସେଥିନେଇ ବିଶଦ ଆଲୋଚନା କରିଥିବା ମୋଦି ଟ୍ବିଟ୍ କରି ସୂଚନା ଦେବା ସହ ରାଜ୍ୟର ସମସ୍ତ ଜନସାଧାରଣଙ୍କ ସୁରକ୍ଷା କାମନା କରିଛନ୍ତି। ସେହିପରି କେରଳର ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ବିଜୟନଙ୍କ ସହ ଆଲୋଚନା କରିଥିବା ମଧ୍ୟ ମୋଦ କହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଘୂର୍ଣ୍ଣିଝଡ଼ ବୁରେଭି ପ୍ରଭାବରେ ସମୁଦ୍ରରେ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଜୁଆର ଉଠିବ। ଏହି ଘୂର୍ଣ୍ଣିଝଡ଼ ଶୁକ୍ରବାର ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏହାର ପ୍ରଭାବ ତାମିଲନାଡ଼ୁ ଉପକୂଳବର୍ତ୍ତୀ ଅଞ୍ଚଳର ରାମନାଥପୁରମ୍, ଥୁଥୁକୁଡି, ତିରୁନେଲଭେଲି ଓ କନ୍ୟାକୁମାରୀ ଆଦି ଅଞ୍ଚଳରେ ଅନୁଭୂତ ହେବ ବୋଲି ଭୂତତ୍ତ୍ବ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରେକର୍ଡ ସ୍ତରରେ ସେନ୍ସେକ୍ସ: ପ୍ରଥମ
ଶୁକ୍ରବାର ଭାରତର ଶେୟାର୍ ବଜାରରେ ରେକର୍ଡ ସ୍ତରର ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରଥମ ଥର ପାଇଁ ସେନ୍ସେକ୍ସ ସ୍ତର ୪୫ ହଜାର ପଏଣ୍ଟ୍ ଅତିକ୍ରମ କରିଛି। ଶୁକ୍ରବାର ପୂର୍ବାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ପକ୍ଷରୁ ରେପୋ ରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମୁଦ୍ରାର ଦରରେ ଉନ୍ନତି ଘଟିବା ଫଳରେ ଏହାର ସିଧାସଳଖ ପ୍ରଭାବ ଶେୟାର୍ ବଜାର ଉପରେ ପଡ଼ିଛି। ଏହାଛଡ଼ା ଦେଶର ଅର୍ଥନୀତି କ୍ରମଶଃ କୋଭିଡ୍-୧୯ଜନିତ ଦୁଃସ୍ଥିତିରୁ କ୍ରମଶଃ ମୁକୁଳିବାରେ ଲାଗିଛି। ଏହି ଘାତକ ଭୂତାଣୁର ନିପାତ କରିବା ସକାଶେ ଖୁବଶୀଘ୍ର ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ଏହା ଦେଶର ଅର୍ଥନୀତିକୁ କ୍ରମଶଃ ପୁରୁଣା ସ୍ଥାନକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଆଶା କରିଥିଲେ। ଏହାଛଡ଼ା ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି) ବିଯୁକ୍ତ ସାଢ଼େ ୭ ପ୍ରତିଶତକୁ ହ୍ରାସ ପାଇବ ବୋଲି ମଧ୍ୟ ଦାସ ପୂର୍ବାନୁମାନ କରିଛନ୍ତି। ତେଣୁ ଦେଶର ଶେୟାର୍ ବଜାରରେ ପୁଞ୍ଜି ନିବେଶ କରିଆସିଥିବା ନିବେଶକମାନେ ଏହାଦ୍ବାରା ବିଶେଷ ଭାବେ ଉତ୍ସାହିତ ହୋଇ ଷ୍ଟକ୍‌ରେ ଅଧିକ ପୁଞ୍ଜି ଖଟାଇଛନ୍ତି। ଫଳସ୍ବରୂପ ଶୁକ୍ରବାର ସେନ୍ସେକ୍ସରେ ୨୫୦ ପଏଣ୍ଟ୍ ବୃଦ୍ଧି ପାଇବା ଫଳରେ ପ୍ରଥମ ଥର ପାଇଁ ଶେୟାର୍ ବଜାରରେ ସେନ୍ସେକ୍ସ ସ୍ତର ୪୫ ହଜାରକୁ ଅତିକ୍ରମ କରି ଏନଏସଇରେ ୪୫୦୩୩.୧୯ରେ ପହଞ୍ଚିଯାଇଛି। ଶୁକ୍ରବାର ବଜାର ଖୋଲିବା ବେଳେ ସେନ୍ସେକ୍ସ ପଏଣ୍ଟ୍ ୪୪,୬୩୨.୬୫ରେ ରହିଥିଲା।
ଟି-୨୦ ସିରିଜରୁ ବାଦ୍ ପଡ଼ିଲେ
ଚଳିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତୀୟ ଟିମର ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ତାଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ସାମିଲ୍ ହୋଇଥିବା ୟୁଜବେନ୍ଦ୍ର ଚହଲଙ୍କ ପ୍ରଭାବୀ ପ୍ରଦର୍ଶନ ମାଧ୍ୟମରେ ଭାରତ ତା’ର ବିଜୟ ଧାରା ଜାରି ରଖିପାରିଛି। ତେବେ ମିଚେଲ୍ ଷ୍ଟାର୍କଙ୍କ ବାଉନ୍ସରରେ ଆହତ ହୋଇଥିବା ଜାଡେଜା ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ୍ ଠାକୁରଙ୍କୁ ଦ୍ବିତୀୟ ଓ ୩ୟ ଟି-୨୦ ପାଇଁ ଟିମରେ ସାମିଲ୍ କରାଯାଇଛି। ସିରିଜର ଶେଷ ଦୁଇଟି ଟି-୨୦ ଆସନ୍ତା ରବିବାର ଓ ମଙ୍ଗଳବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଜାଡେଜାଙ୍କ ସମ୍ପର୍କରେ ବିସିସିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଶୁକ୍ରବାର ମ୍ୟାଚରେ ଜାଡେଜା ଆହତ ହେବା ପରେ ଡ୍ରେସିଂରୁମରେ ବିସିସିଆଇ ଡାକ୍ତରୀ ଟିମ୍ ତାଙ୍କ ଆଘାତର ଆକଳନ କରିଛନ୍ତି ଓ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।
ପ୍ରଥମ ଟି-୨୦ରେ ଭାରତ ବିଜୟୀ,
କାନବେରାର ସ୍ଥାନୀୟ ମାନୁକା ଓଭାଲଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଟି-୨୦ ସିରିଜରେ ଭ୍ରମଣକାରୀ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପୂର୍ବରୁ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିବା ଭାରତ ଶେଷ ଦିନିକିଆକୁ ୧୩ ରନରେ ଜିତି ବିଜୟ ଧାରାକୁ ଫେରିଥିଲା। ଶୁକ୍ରବାର ଟିମ୍ ଏହି ଧାରାକୁ ବଜାୟ ରଖି ପରିବର୍ତ୍ତିତ ଫର୍ମାଟରେ ଘରୋଇ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ବେଳେ ହେଲମେଟରେ ବଲ୍ ବାଜିବାରୁ ଆହତ ହୋଇଥିଲେ। ତେଣୁ ସେ ଫିଲ୍ଡିଂ କରିବାକୁ ଆସିପାରି ନ ଥିଲେ। ବରଂ ଭାରତ କନକସନ୍ ସବଷ୍ଟିଚ୍ୟୁଟ୍ ଖେଳାଳି ନିୟମ ଆଧାରରେ ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂ ଲାଇନଅପ୍‌ରେ ପାଇଥିଲା। ଚହଲ୍ ମଧ୍ୟ ତାଙ୍କ ୪ ଓଭରରେ ୨୫ ରନ୍ ଦେଇ ୩ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ନେଇ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିପରି ଆହତ ହେବା ସତ୍ତ୍ବେ ଜାଡେଜା ମାତ୍ର ୨୩ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ୪୪ ରନ୍ କରିଥିଲେ। ସିରିଜର ଦ୍ବିତୀୟ ମ୍ୟାଚଟି ଆସନ୍ତା ରବିବାର ସିଡନୀଠାରେ ଭାରତୀୟ ସମୟ ଅପରାହ୍ନ ୧ଟା ୪୦ ମିନିଟ୍ ସମୟରେ ଖେଳାଯିବ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
କୃଷକ ଆନ୍ଦୋଳନ: ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ଅମରିନ୍ଦର, ତ୍ବରିତ ସମାଧାନ ପାଇଁ ନିବେଦନ
ଗତ ୮ ଦିନ ହେଲା ଦିଲ୍ଲୀ-ଗାଜିଆବାଦ ସୀମାରେ ହଜାର ହଜାର ସଂଖ୍ୟାରେ କୃଷକ ଆନ୍ଦୋଳନ କରିଆସିଥିବା ବେଳେ ଗୁରୁବାର ପୂର୍ବାହ୍ନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ଏହି ଆଲୋଚନା ବେଳେ କ୍ୟାପଟେନ୍ ଅମରିନ୍ଦର ଦେଶର କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଆବଶ୍ୟକତା ଉପରେ ଜୋର୍ ଦେବା ସହ ବଜାର ବ୍ୟବସ୍ଥା ଜାରି ରହିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ଏଥିସହ ଆନ୍ଦୋଳନରତ କୃଷକମାନଙ୍କୁ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିନେବା ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ମଧ୍ୟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ନିବେଦନ କରିଥିବା ଅମରିନ୍ଦର କହିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ କୃଷକମାନଙ୍କ ଆନ୍ଦୋଳନ ସମର୍ଥନରେ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିପରି କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ସ୍ବେଚ୍ଛାଚାରୀ ଶାସନ କାରଣରୁ ଆଜି ଦେଶର ହଜାର ହଜାର କୃଷକ ରାସ୍ତା ଉପରକୁ ଆସିଛନ୍ତି ବୋଲି ଚନ୍ଦ୍ରଶେଖର କହିଛନ୍ତି। ଏହାଛଡ଼ା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ତାଙ୍କ ପଦ୍ମ ବିଭୂଷଣ ଉପାଧି ଫେରାଇ ଦେଇଛନ୍ତି।
ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ମଧୁମେହ ଆଶଙ୍କା ଅଧିକ
ମଧୁମେହ ଏକ ଗମ୍ଭୀର ରୋଗ, ଯାହା ଏକ ନିରବ ଘାତକ ଭଳି ଆକ୍ରମଣ କରିଥାଏ। ଏହି ସମସ୍ୟା ପୁରୁଷଙ୍କ ଠାରୁ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ସାଧାରଣତଃ ଏହି ରୋଗ ୪୦ ବର୍ଷ ବୟସ ପରେ ହୋଇଥାଏ। କିନ୍ତୁ ଆଜିକାଲି ମହିଳାମାନେ ଯେ କେଣସି ବୟସରେ ଏହାର ଶିକାର ହେଉଛନ୍ତି। ମହିଳାଙ୍କ ଠାରେ ମଧୁମେହର ଲକ୍ଷଣ ପୁରଷଙ୍କ ଠାରୁ ଅଲଗା ହୋଇଥାଏ। ମଧୁମେହ ରୋଗୀଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। କାରଣ ଛୋଟ ଭୁଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମଧୁମେହ ଉପରେ କରାଯାଇଥିବା ଏକ ଗବେଷଣା ମୁତାବକ ୨୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ଠାରେ ଏହି ରୋଗର ଆଶଙ୍କା ୫୫.୫ ପ୍ରତିଶତ ହୋଇଥାଏ। ସେହିପରି ମହିଳାଙ୍କ ଠାରେ ଏହାର ଆଶଙ୍କା ୬୫ ପ୍ରତିଶତ ରହିଥାଏ।
କୁଷ୍ଠରୋଗ ଦୂର କରେ ଏହି ନିଆରା ମନ୍ଦିରର ସ୍ନାନକୁଣ୍ଡ
ସୂର୍ଯ୍ୟ ନମସ୍କାର ଓ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ସମସ୍ତ କଷ୍ଟର ନିବାରଣ ହୋଇଥାଏ ବୋଲି କୁହାଯାଏ। ଶିବଙ୍କ ପୂଜା କରି ଆମେ ପ୍ରକୃତିର ନିକଟତର ହେବା ଅନୁଭବ କରିପାରିଥାଉ। ବିଶ୍ବରେ ଏମିତି ଅନେକ ମନ୍ଦିର ରହିଛି, ଯାହା ନିଜର ବିଶେଷତ୍ବ ଓ ସ୍ବତନ୍ତ୍ରତା ପାଇଁ ପ୍ରଖ୍ୟାତ। ବିଶେଷକରି ଭାରତ ଏଭଳି ଅନେକ ମନ୍ଦିରରେ ପରିପୂର୍ଣ୍ଣ। କିନ୍ତୁ ସୂର୍ଯ୍ୟ ମନ୍ଦିର ଅଳ୍ପ କିଛି ସ୍ଥାନରେ ରହିଛି। ଦେଶରେ ପ୍ରମୁଖ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଅନ୍ୟତମ ବିହାରରେ ଏକ ମନ୍ଦିର ରହିଛି। ବିହାରର ଔରଙ୍ଗାବାଦରେ ଥିବା ସୂର୍ଯ୍ୟ ମନ୍ଦିରର ମହତ୍ତ୍ବ ଛଠପର୍ବରେ ଅଧିକ ବଢ଼ିଯାଏ। ଏହି ସମୟରେ ଏଠାରେ ଭକ୍ତଙ୍କ ଭିଡ଼ ଲାଗିଥାଏ। ନିଜ କଷ୍ଟରୁ ମୁକ୍ତି ପାଇବା ଲାଗି ଏଠାକୁ ଭକ୍ତମାନେ ଆସିଥାନ୍ତି।
ମହିଳାଙ୍କ ପାଇଁ ସୁରକ୍ଷିତ ଏସବୁ
ବୁଲିବା ପାଇଁ ସମସ୍ତେ ପସନ୍ଦ କରନ୍ତି ଯଦିଓ ଏବେ କୋରୋନା ଭାଇରସ ଡରରେ ସମସ୍ତେ ଘରେ ରହିବାକୁ ପସନ୍ଦ କରୁଛନ୍ତି। ତେବେ ଧୀରେ ଧୀରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯାଉଛି। ସମସ୍ତେ ବନ୍ଧୁ ଓ ପରିବାର ସହିତ ଭ୍ରମଣରେ ବାହାରିବାକୁ ଯୋଜନା କରୁଛନ୍ତି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏକୁଟିଆ ବୁଲିବାକୁ ପସନ୍ଦ କରନ୍ତି। ଏମାନଙ୍କ ମଧ୍ୟରେ ଉଭୟେ ପୁରୁଷ ଓ ମହିଳା ଅଛନ୍ତି। ଭାରତରେ ସୋଲୋ ୱିମ୍ୟାନ ଟ୍ରାଭେଲର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ। ଆଜି ଏଠାରେ ଭାରତର କେତେକ ମନୋରମ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ମହିଳାମାନେ ଏକୁଟିଆ ନିର୍ଭୟରେ ବୁଲିପାରିବେ।

ଫଟୋ ଗ୍ୟାଲେରୀ

ଭାରତୀୟ ସ୍ମାର୍ଟଫୋନ ୟୁଜର
ମୋବାଇଲ ଡାଟା ସ୍ପିଡର ଗ୍ଲୋବାଲ ତାଲିକାରେ ଭାରତ ୧୩୧ ତମ ସ୍ଥାନରେ ରହିଛି। ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳ ମଧ୍ୟ ଭାରତ ଉପରେ ଅଛନ୍ତି। କିନ୍ତୁ ମୋବାଇଲ ଡାଟା ବ୍ୟବହାର କରିବା ମାମଲାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏରିକ୍ସନ ମୋବିଲିଟି ରିପୋର୍ଟ ମୁତାବକ ଭାରତରେ ପ୍ରତ୍ୟେକ ସ୍ମାର୍ଟଫୋନ ୟୁଜର ପ୍ରତି ମାସରେ ହାରାହାରି ୧୬ ଜିବି ଡାଟା ବ୍ୟବହାର କରୁଛନ୍ତି। ଏହି ରିପୋର୍ଟ ମୁତାବକ ୨୦୧୯ରେ ଏହା ହାରାହାରି ୧୩.୫ ଜିବି ଥିଲା। ଏଣୁ ୨୦୧୯ ତୁଳନାରେ ୨୦୨୦ରେ ଭାରତୀୟ ୟୁଜର୍ସ ଅଧିକ ମୋବାଇଲ ଡାଟା ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି। ଏବେ ଏହା ବଢ଼ି ୧୫.୭ ଜିବି ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଥିସହ ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୨୬ ସୁଦ୍ଧା ଭାରତରେ ସ୍ମାର୍ଟଫୋନ ୟୁଜର୍ସଙ୍କ ହାରାହାରି ଡାଟା ବ୍ୟବହାର ପ୍ରତ୍ୟେକ ମାସରେ ୩୭ ଜିବି ପର୍ଯ୍ୟନ୍ତ ପହଞ୍ଚିଯାଇପାରେ।
ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିବା ଧୂମପାନଠାରୁ ଅଧିକ ବିପଦପୂର୍ଣ୍ଣ
ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ। କୌଣସି ଖରାପ ଅଭ୍ୟାସକୁ ନ ଆପଣାଇବାକୁ ଆପଣ ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରୁଛନ୍ତି। ମଦ, ସିଗାରେଟ୍‌ ଭଳି ନିଶାଠାରୁ ଦୂରେଇ ରହୁଥିଲେ ମଧ୍ୟ ଦିନଚର୍ଯ୍ୟାରେ ଏମିତି କିଛି କାମ କରୁଛନ୍ତି ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍‌ ନୁହେଁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି ତାହା ଧୂମପାନଠାରୁ ଅଧିକ ବିପଦପୂର୍ଣ୍ଣ। ଆପଣ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସମ୍ମୁଖରେ କାମ କରୁଛନ୍ତି। କାହାରିକୁ ଅପେକ୍ଷା କରି, ଗପସପ କରି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସିଯାଉ। ତେବେ ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ଗବେଷଣାରୁ ଜଣାପଡ଼ିଛି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ