ରତ୍ନସିଂହାସନ ପଦ୍ମପାଖୁଡ଼ାରୁ ଶାଳଗ୍ରାମ ଗାଏବ ଘଟଣା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ରତ୍ନସିଂହାସନ ପଦ୍ମପାଖୁଡ଼ାରୁ ଶାଳଗ୍ରାମ ଗାଏବ ହେବା ଘଟଣାକୁ ନେଇ ତୁମ୍ବିତୋଫାନ ହେବା ପରେ ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ଅଧିକାରୀଙ୍କମାନଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ଏଏସ୍ଆଇକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ କ୍ରିଷନ କୁମାର କହିଛନ୍ତି, ପଦ୍ମପାଖୁଡ଼ାରୁ ଶାଳଗ୍ରାମ ଗାଏବ ନେଇ ଅଭିଯୋଗ ପରେ ଏଏସ୍ଆଇକୁ ଏହାର ଫଟୋ ମଗାଯାଇଥିଲା। ଏଏସ୍ଆଇକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ଦେବାକୁ ଏଏସ୍ଆଇ ନିର୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରାଯିବ ଏବଂ ସେଭଳି କିଛି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ଗର୍ଭଗୃହ ଏବଂ ରତ୍ନସିଂହାସନରେ ଏଭଳି କିଛି ଅଘଟଣକୁ ଏଡ଼ାଇବାକୁ ଏହାର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଜାଲ୍ ଏସ୍‌ବିଆଇ ବ୍ରାଞ୍ଚ୍‌ ଚଳାଉଥିବା ଅଭିଯୋଗରେ ୩

ବିତ୍ତଶାଳୀ ବ୍ୟକ୍ତି ସୂଚୀରେ ବଫେଟଙ୍କୁ ପଛରେ ପକାଇଲେ

ନ୍ୟୁୟର୍କ: ବିଶ୍ବର ବିତ୍ତଶାଳୀ ବ୍ୟକ୍ତିବିଶେଷଙ୍କୁ ନେଇ ବ୍ଲୁମବର୍ଗ ବିଲିଅନେୟର୍ ଇଣ୍ଡେକ୍ସ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ଏଲନ୍ ମସ୍କ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ପ୍ରକାଶିତ ଏହି ତାଲିକାରେ ଟେସଲା ଇଙ୍କର ଏହି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ୱାରେନ୍ ବଫେଟଙ୍କୁ ପଛରେ ପକାଇ ଏହି ସ୍ଥାନରେ ପହଞ୍ଚିଛନ୍ତି। ବ୍ଲୁମବର୍ଗ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମସ୍କଙ୍କ ସମ୍ପତ୍ତି ପରିମାଣ ୬.୦୭ ବିଲିଅନ୍ ଡଲାର ବଢ଼ିଛି। କମ୍ପାନୀର ଷ୍ଟକ୍ ମୂଲ୍ୟରେ ୧୦.୮ ପ୍ରତିଶତ ବୃଦ୍ଧି ହେବା ଫଳରେ ମସ୍କଙ୍କୁ ଏହାର ଫାଇଦା ମିଳିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ସେହିପରି ବଫେଟଙ୍କ ସମ୍ପତ୍ତି ପରିମାଣରେ ଚଳିତ ସପ୍ତାହର ପ୍ରାରମ୍ଭରେ ହ୍ରାସ ଘଟିଛି। ସେ ୨.୯ ବିଲିଅନ୍ ଡଲାର୍ ଅର୍ଥ ଦାନ କରିଦେବା ଫଳରେ ବଫେଟଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇଛି।
ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଧମକ
ଖୁବ ଶୀଘ୍ର ଚୀନ୍‌ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍‌ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍‌ ସମଗ୍ର ବିଶ୍ବରେ କରୋନା ଭୂତାଣୁ ସଂକ୍ରମିତ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ସେହିଭଳି ହଂକଂରେ ଚୀନ୍‌ ନୂଆ ଜାତୀୟ ସୁରକ୍ଷା ଆଇନ୍‌ ଲାଗୁ କରିବା ସହ ଆମେରିକୀୟ ଗଣମାଧ୍ୟମକୁ ବାରଣ କରିଥିବାରୁ ଆମେରିକା ଖପ୍ପା ହୋଇଛି। ଉଇଘର ମୁସ୍‌ଲିମମାନଙ୍କ ଉପରେ ଚୀନ୍‌ ଚଳାଇଥିବା ଅତ୍ୟାଚାର ଏବଂ ତିବ୍ବତର ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗକୁ ନେଇ ଆମେରିକା ଚୀନ୍‌ ଉପରେ ଅସନ୍ତୁଷ୍ଟ ଅଛି। ଏସବୁ କାରଣକୁ ନେଇ ଖୁବ୍‌ ଶୀଘ୍ର ଆମେରିକା ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେଲିଗ ମାକ୍‌ ଏନାନି ଗଣମାଧ୍ୟମକୁ କହିଛନ୍ତି।
ହୋଲ୍ଡର ଓ ଗାବ୍ରିଏଲଙ୍କୁ ୧୦
କୋରୋନା ମହାମାରୀ ପାଇଁ ପଡ଼ିଆରୁ ଦୂରେଇ ଯାଇଥିବା କ୍ରିକେଟ ପୁଣି ଥରେ ପ୍ରାୟ ୩ ମାସ ବ୍ୟବଧାନ ପରେ ଆରମ୍ଭ ହୋଇଛି। ବିନା ଦର୍ଶକରେ ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଗସ୍ତ କରିଥିବା ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ଆରମ୍ଭ କରିଛି। ଦ୍ବିତୀୟ ଦିନ ଖେଳରେ ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଓ ଶେନନ ଗାବ୍ରିଏଲ ଚମତ୍କାର ବୋଲିଂ କରି ଇଂଲଣ୍ଡର ୧୦ଟି ଯାକ ୱିକେଟ ବାଣ୍ଟି ନେଇଛନ୍ତି। ହୋଲ୍ଡରଙ୍କୁ ୬ଟି ୱିକେଟ ମିଳିଥିଲା ବେଳେ ଗାବ୍ରିଏଲଙ୍କୁ ୪ଟି ୱିକେଟ ମିଳିଛି। ଏହି ଦୁଇ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଆଗରେ ସମସ୍ତ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇଛନ୍ତି। ଘରୋଇ ଦଳର କେହି ଜଣେ ହେଲେ ବ୍ୟାଟ୍ସମ୍ୟାନ ୫୦ ରନ ଟପି ପାରି ନାହାନ୍ତି। କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ କିଛି କ୍ଷଣ ପାଇଁ ପିଚରେ ତିଷ୍ଠି ୪୩ ରନ୍ କରିଥିଲା ବେଳେ ଜୋସ ବଟଲର ୩୫ ଓ ଡମ୍ ବେସ ଅପରାଜିତ ୩୧ ରନ କରିଛନ୍ତି। ଇଂଲଣ୍ଡ ମାତ୍ର ୬୭.୩ ଓଭରରେ ୨୦୪ ରନ୍ କରି ଅଲଆଉଟ ହୋଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଇନ୍ସପେକ୍ଟରଙ୍କ ୯ଏମ୍ଏମ୍ ପିସ୍ତଲ ଛଡ଼ାଇ ଗୁଳି କରିଥିଲା ଦୁବେ: ଆଇଜିପି
ବୁଧବାର ପୂର୍ବାହ୍ନରେ ଉଜ୍ଜୟିନୀର ମହାକାଳ ମନ୍ଦିର ନିକଟରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଶୁକ୍ରବାର ଭୋର୍ ସମୟରେ ସେଠାରୁ କାନପୁର ଆସୁଥିବା ବେଳେ ଏନକାଉଣ୍ଟରରେ ନିହତ ହୋଇଛି। ତେବେ ଏହି ଗ୍ୟାଙ୍ଗଷ୍ଟରର ଏନକାଉଣ୍ଟର୍ ଉପରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ କାନପୁର ପୋଲିସ୍ ଆଇଜି ମୋହିତ ଅଗରୱାଲ୍ ଦେଇଥିବା ସୂଚନାନୁସାରେ, ଗତ ସପ୍ତାହରେ ୮ ଜଣ ପୋଲିସ୍ କର୍ମଚାରୀଙ୍କ ଜୀବନ ନେଇଥିବା ଗ୍ୟାଙ୍ଗଷ୍ଟର୍ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ କାନପୁରର ବାରା ନିକଟରେ ପୋଲିସ୍ ଗାଡ଼ିଟି ଓଲଟିପଡ଼ିବା ପରେ ଦୁବେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲା। ସେ ଏସଟିଏଫର ଜଣେ ଇନ୍ସପେକ୍ଟର ରମାକାନ୍ତ ପଚୌରିଙ୍କଠାରୁ ୯ଏମ୍ଏମ୍ ପିସ୍ତଲ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ତେବେ ପୋଲିସ୍ ପକ୍ଷରୁ ପାଲଟା ଗୁଳି ଚାଳନାରେ ଦୁବେ ଗୁରୁତର ଭାବେ ଆହତ ହୋଇଥିଲା। ତା’ର ଗୋଡ଼ ଓ ଛାତିରେ ଗୁଳି ବାଜିଥିଲା। ତାକୁ ତୁରନ୍ତ ହାଲେତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ବୋଲି ଆଇଜିପି ଅଗରୱାଲ୍ କହିଛନ୍ତି।
କୋରୋନା ଡରରେ ଲୋକେ ଥକାପଣର ଶିକାର
କୁହାଯାଉଛି, ୨୦୨୦ର ସବୁଠାରୁ ନେଗେଟିଭ୍ ଶବ୍ଦ ହେଉଛି ପଜିଟିଭ। କୋରୋନା ଭାଇରସ ସହିତ ଯୋଡ଼ି ଏହି ଶବ୍ଦ ଦେଖିଲେ ଠିକ୍ ଭାବେ ବୁଝାପଡ଼ିଯିବ ଯେ କୋରେନା ଭାଇରସର ପଜିଟିଭ୍ ରେଜଲ୍ଟ ଶୁଣିବା ମାତ୍ରେ ଲୋକେ ନେଗେଟିଭିଟି ଓ ଡିପ୍ରେସନର ଶିକାର ହେବାରେ ଲାଗିଛନ୍ତି। ଜାନୁଆରୀ ୨୦୨୦ର ଆରମ୍ଭ କୋରୋନା ଭାଇରସ ସହିତ ହୋଇଥିଲା ଓ ଏବେ ଜୁଲାଇ ୨୦୨୦ରେ ଆପଣ କୋରୋନା ସହିତ ଜଡ଼ିତ ସମସ୍ତ ଖବର ମୁଖ୍ୟଖବରରେ ଦେଖିବାକୁ ପାଉଛନ୍ତି। ସୋସାଲ ମିଡିଆରେ ମଧ୍ୟ କୋରୋନା ଭାଇରସ ସହିତ ଜଡ଼ିତ ଅପଡେଟ୍ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଖବର ନେଗେଟିଭ୍ ହିଁ ଆସୁଛି। କୋରୋନା ସଂକ୍ରମଣ ମାମଲା ବଢ଼ିବା ହେଉ ବା କୌଣସି ଚିହ୍ନା ପରିଚିତ ଲୋକଙ୍କୁ କୋରୋନା ହେଉ ବା କୋରୋନାରେ କାହାରି ମୃତ୍ୟୁ ଖବର ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି। ଆମକୁ ଏତେ ମାତ୍ରାରେ ଖବର ଶୁଣିବାକୁ ମିଳୁଛି, ଯାହା ଆମକୁ ଏକ ନୂଆ ରୋଗ ଦେଇଛି। ଆଉ ତାହା ହେଉଛି ଡିଜାଷ୍ଟର ଫାଟିଗ। ଯେତେବେଳେ କୌଣସି ଦୁର୍ଘଟଣା ଦୀର୍ଘ ସମୟ ଯାଏ ଚାଲେ ଓ ତାହା ଆପଣଙ୍କ ଆଡ଼କୁ ଆସୁଥିବା ଅନୁଭବ ହୁଏ, ତେବେ ସେତେବେଳେ ଆପଣ ଡିଜାଷ୍ଟର ଥକାପଣର ଶିକାର ହୋଇପାରନ୍ତି।
ଏକ ଦରଘା ନିକଟରେ ଆପେ
ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ