ଆଜି ଆସିବେ ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ

ଭୁବନେଶ୍ବର: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଜଭବନରୁ ଖୋର୍ଦ୍ଧା ବରୁଣେଇ ଏବଂ ସେଠାରୁ ପୁଣି ବାଣୀବିହାର ଅଭିମୁଖେ ସଡ଼କ ପଥରେ ଯାତ୍ରା କରିବାର ଥିବାରୁ ତାଙ୍କର ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଅନ୍ତରୀଣ ଡିଜିପି ସତ୍ୟଜିତ୍ ମହାନ୍ତି ଉଭୟ ହେଲିପ୍ୟାଡ଼ ଓ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ବରେ ୪ଜଣ ଏସପି ସ୍ତରୀୟ ଅଧିକାରୀ, ୧୨ଜଣ ଡ଼ିଏସପି ଏବଂ ୩୦ରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଡିଜିପି କହିଛନ୍ତି।

ନିତ୍ୟାନନ୍ଦଙ୍କ ପାସ୍‌ପୋର୍ଟ ବାତିଲ, ସାନି ଆବେଦନ

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କର ପସପୋର୍ଟ ରଦ୍ଦ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ପାସପୋର୍ଟ ପାଇଁ ନୂଆ ଆବେଦନ ମଧ୍ୟ ଅଗ୍ରାହ୍ୟ ହୋଇଛି ବୋଲି ବୈଦେଶିକ ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି। ଏଥିସହ ନିତ୍ୟାନନ୍ଦ ଦେଶଛାଡ଼ି ପଳାଇଲା ଇକ୍ୟୁଡର ତାଙ୍କୁ ରାଜନୈତିକ ଆଶ୍ରୟ ଦେଇଛି ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ତାହାକୁ ଇକ୍ବେଡର ସରକାର ଖଣ୍ଡନ କରିଛନ୍ତି। ଇକ୍ବେଡର ସରକାର ନିତ୍ୟାନନ୍ଦଙ୍କୁ ରାଜେନୖତିକ ଆଶ୍ରୟ ଦେଇ ନାହାନ୍ତି କିମ୍ବା ତାଙ୍କୁ ଅନ୍ୟ ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରେ ଜମି କିଣି ରହିବା ପାଇଁ ସହଯୋଗ କରି ନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏନେଇ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଠିକ୍‌ ନୁହେଁ ବୋଲି ଇକ୍ବେଡର ସରକାର କହିଛନ୍ତି।

ଦେବାଳିଆ ପାକିସ୍ତାନ ପାଇଁ ଇମ୍ରାନ କଲେଣି ୧୦.୪୦

ଇସଲାମାବାଦ୍‌: ପାକିସ୍ତାନର ଦେବାଳିଆ ସ୍ଥିତିରେ ସୁଧାର ଆଣିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଖରେ ଏକମାତ୍ର ବିକଳ୍ପ ଭାବେ ୠଣ କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଇମ୍ରାନ ବିଶେଷକରି ବନ୍ଧୁ ରାଷ୍ଟ୍ରଙ୍କ ଠାରୁ ୠଣ କରି ସ୍ଥିତି ସୁଧାରିବା ପାଇଁ ପ୍ରସୟାସ ଜାରି ରଖିଛନ୍ତି। ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କରେ ଅବନତି ମଧ୍ୟ ଇମ୍ରାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ଏହିପରି ସ୍ଥିତିରେ ଇମ୍ରାନ ମୁଖ୍ୟତଃ ଚୀନ ଓ ସାଉଦି ଆରବ ଠାରୁ ୠଣ କରି ସ୍ଥିତିରେ ସୁଧାର ପାଇଁ ଚେଷ୍ଟା କରୁଛନ୍ତି। ଏହିପରି ସ୍ଥିତିରେ ପାକିସ୍ତାନର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇମ୍ରାନ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ୧୦.୪୦ ବିଲିଅନ୍‌ ଡଲାର ୠଣ କରିସାରିଲେଣି ବୋଲି ରିପୋର୍ଟ ପ୍ରକାଶ କରିଛନ୍ତି।
ତେଲେଙ୍ଗାନା ଏନ୍‌କାଉଣ୍ଟର୍‌
ଗତ ୨୭ ତାରିଖରେ ହାଇଦ୍ରାବାଦ ଉପକଣ୍ଠସ୍ଥ ଶାଦନଗରଠାରେ ୪ ଜଣ ଯୁବକ ୨୬ ବର୍ଷୀୟା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ ଗୋଟିଏ ପୋଲ ତଳେ ଜୀବନ୍ତ ଅବସ୍ଥାରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ଏହି ଘଟଣାରେ ତୁରନ୍ତ ହାଇଦ୍ରାବାଦ ପୋଲିସ୍‌ ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ତେବେ ୨୦୧୨ର ନିର୍ଭୟା କାଣ୍ଡ ପରେ ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଦେଶରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଯିବା ସହ ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବା ସକାଶେ ଦାବି ଜୋର୍‌ ଧରିଥିଲା। ତେବେ ଶୁକ୍ରବାର ଭୋର୍‌ ଦେଶର ସିଂହଭାଗ ଲୋକ ଚାହୁଁଥିବା ଫଳ ଦୁଷ୍କର୍ମକାରୀମାନଙ୍କୁ ମିଳିଛି। ଘଟଣାର ରିକ୍ରିଏସନ୍‌ ପାଇଁ ପୋଲିସ୍‌ ସେମାନଙ୍କୁ ଘଟଣାସ୍ଥଳକୁ ନେଇଥିଲେ ହେଁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ୪ ଗଣଦୁଷ୍କର୍ମକାରୀ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର୍‌ ନେଇ ହାଇଦ୍ରାବାଦ ପୋଲିସ୍‌ ସହ କେ. ଚନ୍ଦ୍ରଶେଖର ରାଓ ସରକାରଙ୍କୁ ଜନସାଧାରଣ ପ୍ରଶଂସା କରୁଥିଲେ ହେଁ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ ଅନ୍ୟମାନଙ୍କ ତୁଳନାରେ ଏହି ମାମଲାରେ ଭିନ୍ନ ମତ ପୋଷଣ କରିଛନ୍ତି ଓ ଏନ୍‌କାଉଣ୍ଟର୍‌ ପାଇଁ ପୋଲିସ୍‌କୁ ନିନ୍ଦା କରିଛନ୍ତି।
ରୁଷ-ଭାରତ ଭାଗିଦାରୀରେ ଇସ୍ପାତ
ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରୁଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ। ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଦ ମେଡିସିନ୍ସ କୋ.କୁ ୯.୭
ସ୍ବିଜରଲାଣ୍ଡ୍‌ ଭିତ୍ତିକ ହେଲ୍‌ଥକେୟାର୍‌ କମ୍ପାନୀ ନୋଭାର୍ଟିସ୍‌ ଏଜି ଆମେରିକାର ପ୍ରମୁଖ ବାୟୋଟେକ୍‌ନୋଲୋଜି କମ୍ପାନୀ ଦ ମେଡିସିନ୍ସ କୋ.ର ଅଧିଗ୍ରହଣ କରିବ। ଏ ବାବଦରେ ନୋଭାର୍ଟିସ୍‌କୁ ୯.୭ ବିଲିୟନ୍‌ ଡଲାର୍‌ ଅର୍ଥ ପଇଠ କରିବାକୁ ପଡ଼ିବ। ରବିବାର ଏ ନେଇ ନୋଭାର୍ଟିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ହୃଦ୍‌ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଦିଗରେ ନିଜର କ୍ଷେତ୍ରକୁ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଥିବାରୁ ଆମେରିକୀୟ କମ୍ପାନୀକୁ ଅଧିଗ୍ରହଣ କରିଥିବା କହିଛି। ଏହି ଅଧିଗ୍ରହଣ ଫଳରେ ନୋଭାର୍ଟିସ୍‌ ଏହାର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ଆମ୍‌ଗେନ୍‌ ଇଙ୍କ୍‌ର ରେପାଥା ଓ ସାନୋଫିସ୍‌ ଓ ରେଗିନେରୋନ୍‌ ଫାମାସ୍ୟୁଟିକାଲ୍ସ ଇଙ୍କ୍‌ ପ୍ରାଲୁଣ୍ଟ୍‌ ଆଦିକୁ ଚ୍ୟାଲେଞ୍ଜ୍‌ ଦେଇପାରିବ ବୋଲି ଆଶା କରିଛି।
ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରେ ବଲିଉଡ୍‌ ଖୁସ୍‌
ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଶୁକ୍ରବାର ଭୋର୍‌ରେ ଏନ୍‌କାଉଣ୍ଟର କରିଛି। ଚାରି ଅଭିଯୁକ୍ତଙ୍କୁ ଯାଞ୍ଚର ଅଂଶବିଶେଷ ଭାବେ କ୍ରାଇମ୍‌ ସିନ୍‌କୁ ରିକ୍ରିଏଟ୍‌ କରିବା ଲାଗି ଘଟଣା ସ୍ଥଳକୁ ନିଆଯାଇଥିଲା। କିନ୍ତୁ ସେଠାରେ ସେମାନେ ଫେରାର ହେବା ଲାଗି ଚେଷ୍ଟା କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣାପଡ଼ିଛି। କୁହାଯାଉଛି, ଅଭିଯୁକ୍ତମାନେ ପୋଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେଣୁ ପୋଲିସ ଆତ୍ମରକ୍ଷା ପାଇଁ ସେମାନଙ୍କ ଏନ୍‌କାଉଣ୍ଟର କରଛନ୍ତି। ଏହି ଖବର ଶୁକ୍ରବାର ସକାଳୁ ନିଆଁ ଭଳି ବ୍ୟାପିବାରେ ଲାଗିଥିଲା। ଏହା ଉପରେ ବଲିଉଡ୍‌ ସେଲିବ୍ରିଟି ନିଜ ନିଜର ଖୁସି ଜାହିର କରିବା ସହିତ ନିଜ ମତାମତ ଦେଇଛନ୍ତି।
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ବନ୍ଦ
ଆସନ୍ତା ୨୨ରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଏହି ବୈଠକରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ମ୍ୟାଚରେ ୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚ‌୍‌ ସମୟରେ ବାରବାଟୀ ଷ୍ଟାଡିୟମ୍‌କୁ ପଲିଥିନ୍ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନଙ୍କୁ ପଲିଥିନ ଯାଞ୍ଚ କରାଯାଇ ଛଡ଼ାଯିବ ବୋଲି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ସଂସଦରେ ସରକାରଙ୍କ ଉପରେ
ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ୧୦୬ ଦିନ ଧରି ଜେଲ୍‌ରେ ରହିବା ପରେ ବୁଧବାର ରାତି ୮ଟା ବେଳେ ତିହାର ଜେଲ୍‌ରୁ ମୁକ୍ତି ପାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‌। ଗୁରୁବାର ସେ ସଂସଦରେ ପହଞ୍ଚି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର କଦାପି ତାଙ୍କ ସ୍ବରକୁ ଦବାଇ ପାରିବ ନାହିଁ ବୋଲି ଚିଦାମ୍ବରମ୍‌ କହିଛନ୍ତି। ସେ କହିଛନ୍ତି, ଅର୍ଥ ମନ୍ତ୍ରୀ ଭାବେ ମୋ ରେକର୍ଡ ବେଶ୍‌ ସଫାସୁତରା। ମୋ ସହ କାମ କରିଥିବା ଅଧିକାରୀ, ମୋ ସହ ମିଶିଥିବା ବ୍ୟବସାୟୀ ଓ ମୋର କାମକୁ ଅତି ନିକଟରୁ ପରଖିଥିବା ସାମ୍ବାଦିକମାନେ ମୋତେ ବେଶ୍‌ ଭଲ ଭାବେ ଜାଣନ୍ତି। କ୍ଷମତା ଓ ଅର୍ଥ ପାଇଁ ମୁଁ କଦାପି ମୋ ବିବେକକୁ ଜଳାଞ୍ଜଳି ଦେଇନାହିଁ। ତେଣୁ ସଂସଦରେ ମୋତେ କହିବାରୁ କେହି ବି ବିରତ କରିପାରିବେ ନାହିଁ କି ଏନ୍‌ଡିଏ ସରକାର ମୋର ସ୍ବରକୁ କଦାପି ଚାପି ଦେଇପାରିବ ନାହିଁ ବୋଲି ଏହି କଂଗ୍ରେସ ନେତା କହିଛନ୍ତି।
ପଣ୍ଚିମବଙ୍ଗ ରାଜ୍ୟପାଳଙ୍କୁ
ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟ ସରକାରଙ୍କ ହୀନ ରାଜନୀତିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟପାଳ ଜଗଦୀପ ଧାନ୍‌ଖର୍‌ଙ୍କୁ ବିଧାନସଭାରେ ଯଦିଓ ପ୍ରବେଶ କରିବାର ସୁଯୋଗ ମିଳିଛି, କିନ୍ତୁ ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍‌ ବନ୍ଦ ଥିବାରୁ ତାଙ୍କୁ ସେଠାରୁ ଫେରିବାକୁ ପଡ଼ିଥିଲା। ପରେ ଗଣମାଧ୍ୟମ ଓ ବିଧାନସଭାର ଅନ୍ୟାନ୍ୟ ଅଧିକାରୀମାନଙ୍କ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଗେଟ୍‌ରେ ତାଙ୍କୁ ଭିତରେ ପ୍ରବେଶ କରିବାର ସୁଯୋଗ ମିଳିଥିଲା। ବିଧାନସଭାକୁ ତାଙ୍କ ଆଗମନ ନେଇ ରାଜ୍ୟପାଳ ଧାନ୍‌ଖର୍‌ ବାଚସ୍ପତି ବିମାନ ବାନାର୍ଜୀଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ଗେଟ୍‌ରୁ ଫେରିଯିବା ଫଳରେ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ କଳଙ୍କିତ ହୋଇଛି ଓ ଏହା ଏକ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟପାଳ ମତାମତ ଦେଇଛନ୍ତି।
ଆମେରିକୀୟ ନାବିକଙ୍କ ଉନ୍ମତ୍ତ
ଆମେରିକାର ହାୱାଇ ସହରସ୍ଥିତ ଜଏଣ୍ଟ୍‌ ବେସ୍‌ ପର୍ଲ ହାର୍ବର୍‌-ହିକମ୍‌ଠାରେ ଏକ କନ୍‌ଫରେନ୍ସ ଚାଲିଥିବା ବେଳେ ସେଠାରେ ଜଣେ ଆମେରିକୀୟ ନୌସେନା ନାବିକ ଅଘଟଣ ଘଟାଇଛନ୍ତି। ସେ ଗୁଳି କରି ୨ ଜଣଙ୍କ ଜୀବନ ନେବା ସହ ଶେଷରେ ନିଜକୁ ମଧ୍ୟ ଗୁଳି କରିଦେଇଛନ୍ତି। ତେବେ ଏହି କନ୍‌ଫରେନ୍ସରେ ଯୋଗଦେବା ସକାଶେ ଆମେରିକା ଯାଇଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌) ମୁଖ୍ୟ ମାର୍ଶଲ୍‌ ରାକେଶ କୁମାର ସିଂହ ଭଦୌରିଆ ଓ ତାଙ୍କ ଟିମ୍‌ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି ବୋଲି ମୁଖପାତ୍ର ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଅନୁପମ ବାନାର୍ଜୀ କହିଛନ୍ତି। ଏ ସଂକ୍ରାନ୍ତରେ ବାନାର୍ଜୀ କହିଛନ୍ତି ଯେ ଭଦୌରିଆ ଓ ତାଙ୍କ ଯିମ୍‌ ପର୍ଲ ହାର୍ବରସ୍ଥିତ ଆମେରିକା ବାୟୁସେନା ଘାଟିରେ ରହୁଥିବା ବେଳେ ଶୁଟିଂ ଘଟଣାଟି ଜଏଣ୍ଟ୍‌ ବେସ୍‌ର ନୌସେନା ବିଭାଗରେ ହୋଇଛି। ଉଭୟ ସ୍ଥାନ ମଧ୍ୟରେ ଯଥେଷ୍ଟ ଦୂରତା ରହିଛି ବୋଲି ବାନାର୍ଜୀ କହିଛନ୍ତି।
ଏନ୍‌କାଉଣ୍ଟର୍‌ ପାଇଁ ପୋଲିସ୍‌କୁ
ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ଭୋର୍‌ ସମୟରେ ୪ ଅଭିଯୁକ୍ତଙ୍କୁ ପୋଲିସ୍‌ ଏନ୍‌କାଉଣ୍ଟର୍‌ କରିଥିବା ବେଳେ ସେମାନଙ୍କ ପରିବାରରେ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ୩ ଜଣ ଅଭିଯୁକ୍ତଙ୍କ ପରିବାର ଏପରି ଏନ୍‌କାଉଣ୍ଟର୍‌କୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ହେଁ ଅନ୍ୟ ଜଣେ ଅଭିଯୁକ୍ତର ପରିବାର ଏନେଇ ପୋଲିସ୍‌ ଉପରକୁ ଅଙ୍ଗୁଳି ନିର୍ଦେଶ କରିନାହିଁ। ଅଭିଯୁକ୍ତ ଜୋଲ୍ଲୁ ଶିବାର ପିତା ଜୋଲ୍ଲୁ ରାଜପ୍ପା କହିଛନ୍ତି ଯେ ସମଗ୍ର ବିଶ୍ବ କହୁଛି ଯେ ମୋ ପୁଅ ଜଣେ ସଙ୍ଗୀନ ଅପରାଧୀ। ସେ ଦୁଷ୍କର୍ମ କରିଥିବା ନେଇ ନିଜେ ସ୍ବୀକାର କରିଥିବା କୁହଯାଉଥିଲା। ତେଣୁ ବର୍ତ୍ତମାନ ତାକୁ ଉପଯୁକ୍ତ ଦଣ୍ଡ ମିଳିଛି ବୋଲି ରାଜପ୍ପା କହିଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଏହି ଏନ୍‌କାଉଣ୍ଟର୍‌ ପାଇଁ ପୋଲିସ୍‌କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷକରି ୪ ଅଭିଯୁକ୍ତଙ୍କ ମଧ୍ୟରେ ଏକମାତ୍ର ବିବାହିତ ଚିନ୍ତାକୁନ୍ତା ଚେନ୍ନା କେଶବୁଲୁଙ୍କ ପତ୍ନୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଓ ପୋଲିସ୍‌ ତାଙ୍କ ସ୍ବାମୀଙ୍କୁ ଯଦି ମାରିଲା, ତା’ହେଲେ ତାଙ୍କୁ ବି ଗୁଳି କରିଦେଉ ବୋଲି କହିଛନ୍ତି।

ଫଟୋ ଗ୍ୟାଲେରୀ

ସାହସୀ କର୍ମବୀର ସୁଧା ମୂର୍ତ୍ତି
ସାଧାରଣରୁ ଅସାଧାରଣ ପାଲଟିବା ପରେ ବି ସାଧାରଣ ଜୀବନଶୈଳୀ ଆପଣାଇବା ବେଶ୍‌ କାଠିକର ପାଠ। ଏହା କୌଣସି ବାହ୍ୟ ପରିସ୍ଥିତି ଦ୍ବାରା ପ୍ରଭାବିତ ହୋଇ ନ ଥିବାକୁ ବୁଝାଏ। ଏହାର ଜ୍ବଳନ୍ତ ନମୂନା ହେଉଛନ୍ତି ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ସୁଧା ମୂର୍ତ୍ତି। ପିତା ମାତାଙ୍କ ଅନିଚ୍ଛା ସତ୍ତ୍ବେ ଇଞ୍ଜିନିୟର ହେବା ପରେ ବି ତାଙ୍କ ଜୀବନ ଯାତ୍ରାର ପଥ ସହଜ ନ ଥିଲା। ତେବେ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଅଧ୍ୟବସାୟ, ଏକାଗ୍ର ଚିତ୍ତ ଓ ଦୃଢ଼ ମନୋଭାବ ତାଙ୍କୁ ବେଶ୍‌ ସାହାଯ୍ୟ କରିଥିଲା। ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ଏନ୍‌ଆର୍‌ ନାରାୟଣ ମୂର୍ତ୍ତିଙ୍କୁ ବିବାହ କରିବା ପରେ ବି ସୁଧା ନିଜର ସ୍ବତନ୍ତ୍ର ପରିଚୟ ରଖିପାରିଛନ୍ତି। ବିଶେଷକରି ମହିଳାଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସଚେତନ କରାଇବା ଏବଂ ଅସହାୟଙ୍କୁ ଅକୁଣ୍ଠିତ ସାହାଯ୍ୟର ହାତ ବଢ଼ାଇବା ତାଙ୍କୁ ଅସାଧାରଣ ବ୍ୟକ୍ତିତ୍ବର ପରିଚୟ ଦେଇଛି। ଖାସ୍‌ ଏଥିପାଇଁ ସେ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।
ସପ୍ତାହରେ ଥରେ ଜଙ୍କଫୁଡ୍‌ ଖାଇବା ଦରକାର
ଆପଣ ଯେମିତି ଶରୀର ଚାହୁଛନ୍ତି, ସେମିତି ଶରୀର ପାଇବା ସହଜ କଥା ନୁହେଁ। ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିସହିତ ନିଜ ପସନ୍ଦର ଖାଦ୍ୟକୁ ତ୍ୟାଗ କରିବାକୁ ମଧ୍ୟ ପଡ଼ିଥାଏ। କାରଣ ପିଜ୍ଜା, ବର୍ଗର, ଫ୍ରାଏଜ୍‌, ଆଇସ୍‌କ୍ରିମ୍‌, ଚକୋଲେଟ୍‌ ଆଦି ଖାଇବା ଯେତିକି ସ୍ବାଦିଷ୍ଟ ହୋଇଥାଏ, ସେତିକି ଅସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। ଏଥିସହିତ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ମଧ୍ୟ କଷ୍ଟକର ହୋଇଥାଏ। କିନ୍ତୁ କେତେକ ଜିନିଷ ପ୍ରତି ଧ୍ୟାନ ରଖି ଆପଣ ନିଜ ଫିଟ୍‌ନେସ୍‌ ଗୋଲ୍‌କୁ ମଧ୍ୟ ମେଣ୍ଟେନ୍‌ ରଖିପାରିବେ। ଏଥିସହିତ ଆପଣ ସ୍ବାଦିଷ୍ଟ ଜିନିଷକୁ ମଧ୍ୟ ଏନ୍‌ଜୟ କରିପାରିବେ। ଏହି କ୍ରମରେ ସପ୍ତାହରେ ଥରେ ଜଙ୍କ୍‌ଫୁଡ୍‌ ଖାଇବା ଦରକାର ବୋଲି କୁହାଯାଉଛି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ