ଅଗଷ୍ଟ ୧୫ ସୁଦ୍ଧା କୋଭିଡ-୧୯ ଟିକା ଅସମ୍ଭବ

ଭାରତର ହୁଙ୍କାରରେ ଡରିଲା ଡ୍ରାଗନ: ମାନିଲା ସୈନ୍ୟ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ପରେ ଭାରତର ପରିବର୍ତ୍ତିତ ଆଭିମୁଖ୍ୟ ଚୀନକୁ ଚିନ୍ତାରେ ପକାଇ ଦେଇଥିଲା। ବିଶେଷକରି ଭାରତର ଆକ୍ରମଣାତ୍ମକ ପଦକ୍ଷେପସ୍ବରୂପ ଚୀନ ସଦ୍‌ଶ ଏଲଏସି ନିକଟରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବା ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଭୀକ ଲଦାଖ ଗସ୍ତ ଚୀନ ପାଇଁ ଅଡ଼ୁଆ ବଢ଼ାଇ ଦେଇଥିଲା। ଏଥିସହ କୂଟନୈତିକ ସ୍ତରରେ ମଧ୍ୟ ଭାରତ ବିଶ୍ବ ସମୁଦାୟ ନିକଟରେ ଚୀନ ଉପରେ ଭରପୂର ଚାପ ପ୍ରୟୋଗ କରିବା ଆରମ୍ଭ କରିଦେଇଥିଲା। ତେବେ ଚୀନର ବିସ୍ତାରବାଦୀ ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ଚୀନର ନାଁ ନ ନେଇ ମଧ୍ୟ ସ୍ପଷ୍ଟ ଭାବେ ରଣହୁଙ୍କାର ଦେବା ଚୀନକୁ ସୀମାରୁ ପଛରୁ ହଟିବାକୁ ବାଧ୍ୟ କରାଇଛି। ଗଲୱାନ ଘାଟିରେ ଥିବା ପାଟ୍ରୋଲିଂ ପଏଣ୍ଟ ୧୪ରୁ ଚୀନ ଏହାର ତମ୍ବୁ ହଟାଇବା ସହ ୧ରୁ ୨ କିମି ପଛକୁ ହଟିଥିବା କଥାକୁ ଚୀନ ସରକାର ସ୍ବୀକାର କରିଛନ୍ତି।
ଚୀନ୍ ବୈଦେଶିକ ମନ୍ତ୍ରୀ-ଡୋଭାଲ ଆଲୋଚନା: ସୀମାରେ ଶାନ୍ତି ବଜାୟ ଉପରେ ଗୁରୁତ୍ବ
ଗତ ଜୁନ୍ ୧୫ ତାରିଖ ରାତିରେ ଭାରତ ଓ ଚୀନ୍ ସେନାବାହିନୀର ଯବାନଙ୍କ ମଧ୍ୟରେ ମାରପିଟ୍ ହେବା ଫଳରେ ପାଖାପାଖି ୫୦ ବର୍ଷ ପରେ ଦୁଇ ଦେଶ ସେନା ଏପରି ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ଉଗ୍ର ହେବାରେ ଲାଗିଛି। ବିବାଦର ସମାଧାନ ପାଇଁ ମେଜର୍ ଜେନେରାଲ୍ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଶେଷ କିଛି ଫଳପ୍ରଦ ହୋଇପାରିନାହିଁ। ତେବେ ରବିବାର ସନ୍ଧ୍ୟାରେ ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନଏସ୍ଏ) ଅଜିତ୍ ଡୋଭାଲ୍ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଷ୍ଟେଟ୍ କାଉନସିଲର୍ ଓ୍ବାଙ୍ଗ୍ ୟି’ଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା କରିଥିବା ଜଣାପଡ଼ିଛି। ପାଖାପାଖି ୨ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଉଭୟ ପକ୍ଷ ସୀମାରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ବ ଦେବା ସହ ଆଗାମୀ ଦିନରେ ଯେପରି ସୀମାରେ ସମାନ ସମସ୍ୟା ନ ଉପୁଜିବ, ସେ ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରାଯାଇଥିବା ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି।
‘ଟିଡିଏସ୍’ ଫର୍ମ ସଂଶୋଧନ କଲା
ଅଧିକ ବ୍ୟାପକ ଓ କାହିଁକି ଟିକସ୍ କଟିବନି ବୋଲି ତା’ର କାରଣ ଦର୍ଶାଇବାକୁ ବାଧ୍ୟ କରି ଟ୍ୟାକ୍ସ୍ ଡିଡକ୍ଟେଡ୍ ଆଟ୍ ସୋର୍ସ (ଟିଡିଏସ୍) ଫର୍ମକୁ ସଂଶୋଧନ କରିଛି ଆୟକର ବିଭାଗ। ପରିମାର୍ଜିତ ଫର୍ମରୁ ମିଳିଥିବା ତଥ୍ୟ ଅନୁସାରେ, ୧ କୋଟିରୁ ଅଧିକ ନଗଦ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ୍‌ମାନେ ମଧ୍ୟ ‘ଟିଡିଏସ୍’ ରିପୋର୍ଟ କରିବେ। ବିଜ୍ଞପ୍ତି ମାଧ୍ୟମରେ ଇ-କମର୍ସ ଅପରେଟର୍‌, ମ୍ୟୁଚୁଆଲ୍ ଫଣ୍ଡ୍‌ରୁ ବଣ୍ଟନ ହେଉଥିବା ଲାଭାଂଶ ଏବଂ ବ୍ୟାବସାୟିକ ଟ୍ରଷ୍ଟ୍, ନଗଦ ଟଙ୍କା ଉଠାଣ, ପ୍ରଫେସ୍‌ନାଲ୍ ଫିଜ୍ ଏବଂ ସୁଧ ଆଦିରୁ ଲବ୍ଧ ଅର୍ଥକୁ ‘ଟିଡିଏସ୍’ରେ ଅନ୍ତର୍ଭୁକ୍ତ କରିବାକୁ ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍‌ ଟ୍ୟାକ୍ସ୍’ (ସିବିଡିଟି) ଆୟକର ନିୟମ ସଂଶୋଧନ କରିଛି।
୨୦୨୦ ଫର୍ମୁଲା ୱାନ ସିଜନ୍
ସ୍ପିଲବର୍ଗ: ଚଳିତ ୨୦୨୦ ବର୍ଷର ଫର୍ମୁଲା ୱାନ ସିଜନ୍ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିଲେ ହେଁ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହା ପାଖାପାଖି ୪ ମାସ ବିଳମ୍ବିତ ହୋଇଛି। ତେବେ ରବିବାର ଅଷ୍ଟ୍ରିଆନ୍ ଗ୍ରାଁ ପ୍ରି ସହ ୨୦୨୦ ଫର୍ମୁଲା ୱାନ ସିଜନ୍ ଆରମ୍ଭ ହୋଇଛି ଓ ଏଥିରେ ମର୍ସିଡିଜର ଫିନଲାଣ୍ଡ ଚାଳକ ଭାଲଟେରୀ ବୋଟ୍ଟାସ୍ ଚାମ୍ପିଅନ୍ ହୋଇଛନ୍ତି। ରବିବାର ଅନୁଷ୍ଠିତ ହୋଇଥିବା ଚୂଡ଼ାନ୍ତ ରେସରେ ପୋଲ୍ ପୋଜିସନରୁ ଆରମ୍ଭ କରିଥିବା ବୋଟ୍ଟାସ୍ ନିଜ ଦଳୀୟ ସାଥୀ ବ୍ରିଟିଶ୍ ଚାଳକ ଲୁଇସ୍ ହାମିଲଟନଙ୍କୁ ପଛରେ ପକାଇଦେଇଛନ୍ତି। ଫରାରି ଚାଳକ ଚାର୍ଲସ ଲେକ୍ଲର୍କ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ମ୍ୟାକଲରେନ୍-ରେନଲ୍ଟର ବ୍ରିଟିଶ୍ ଚାଳକ ନୋରିସ୍ ମ୍ୟାକଲରେନ ତୃତୀୟ ସ୍ଥାନରେ ରହି ପ୍ରଥମ ଥର ପାଇଁ ପୋଡିୟମ୍ ଦଖଲ କରିପାରିଛନ୍ତି। ସେ ମଧ୍ୟ ଏ କ୍ଷେତ୍ରରେ ବ୍ରିଟେନର ସର୍ବକନିଷ୍ଠ ଚାଳକ ହୋଇପାରିଛନ୍ତି।
ବୃଦ୍ଧଙ୍କ ଉପରେ କୁଶାଲ୍ ମେଣ୍ଡିସ
କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର୍ କୁଶାଲ୍ ମେଣ୍ଡିସଙ୍କ ଗାଡ଼ି ଚକା ତଳେ ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି। ଫଳରେ ଏହି ୨୫ ବର୍ଷୀୟ ୱିକେଟକିପର୍-ବ୍ୟାଟ୍ସମାନଙ୍କୁ ସ୍ଥାନୀୟ ପୋଲିସ୍ ଗିରଫ କରିଛି। ରବିବାର ଭୋର୍ ସମୟରେ ମେଣ୍ଡିସ୍ ହୋରେଥୁଡୁୱାଠାରେ ତାଙ୍କ କାର୍ ଯୋଗେ ଯାଉଥିବା ବେଳେ ଜନୈକ ପଥଚାରୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। କଲମ୍ବୋ ଉପକଣ୍ଠସ୍ଥ ପାନାଦୁରାଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବୃଦ୍ଧ ଜଣକ ସାଇକେଲ୍ ଯୋଗେ ଯାଉଥିଲେ। ଉକ୍ତ ବୃଦ୍ଧ ଜଣକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତୁରନ୍ତ ଆହତ ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମେଣ୍ଡିସଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯିବ ବୋଲି ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି। ତେବେ ଉଭୟ ମେଣ୍ଡିସ୍ ଓ ଦୁର୍ଘଟଣାରେ ଜୀବନ ହରାଇଥିବା ବୃଦ୍ଧ ନିଶାସକ୍ତ ଥିଲେ କି ନାହିଁ, ତା’ର ଯାଞ୍ଚ୍ ଚାଲିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ପବନରେ ବ୍ୟାପୁଛି କୋରୋନା: ନିର୍ଦେଶାବଳୀରେ ସଂଶୋଧନ ପାଇଁ ହୁ’କୁ ସୁପାରିସ୍
କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ବିଶ୍ବର ୨୧୦ରୁ ଊର୍ଦ୍ଧ୍ବ ଦେଶରେ ୫ ଲକ୍ଷରୁ ଅଧିକ ଲୋକ ମରିସାରିଲେଣି ଏବଂ କୋଟିଏରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତଙ୍କ ସୂଚୀରେ ସାମିଲ୍ ହୋଇସାରିଛନ୍ତି। ଏହି ଭୂତାଣୁ ଜଣକ ଶରୀରରୁ ଅନ୍ୟ ଜଣକ ଶରୀରକୁ ବ୍ୟାପୁଥିବା ବେଳେ ଏହାର କୌଣସି ନିଦାନ ଆବିଷ୍କାର ହୋଇ ପାରି ନ ଥିବାରୁ ଏହା ଘାତକ ସାବ୍ୟସ୍ତ ହୋଇଛି। ତେବେ ଏହି ଭୂତାଣୁ ପବନରେ ବି ବ୍ୟାପିବାର ଆଶଙ୍କା ପ୍ରକାଶ କରିଛନ୍ତି ଶହେରୁ ଊର୍ଦ୍ଧ୍ବ ବୈଜ୍ଞାନିକ। ଏହି ଭୂତାଣୁ କ୍ଷୁଦ୍ର ଆକାରରେ ପବନ ଦ୍ବାରା ସଂକ୍ରମିତ ହେବାର ପ୍ରମାଣ ମିଳିଥିବା ଏହି ବୈଜ୍ଞାନିକମାନେ ଦାବି କରିଥିବା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)କୁ ତା’ର ନିର୍ଦେଶାବଳୀରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ଏହି ବୈଜ୍ଞାନିକମାନେ ପରାମର୍ଶ ଦେଇଥିବା ରିପୋର୍ଟରେ କୁହାଯାଇଛି। ପୂର୍ବରୁ କୋରୋନୋ ଭୂତାଣୁ କୌଣସି ସଂକ୍ରମିତ ବ୍ୟକ୍ତି ଛିଙ୍କିଲେ ଅବା କାଶିଲେ ତାଙ୍କ ନାକ କିମ୍ବା ପାଟିରୁ ଭୂତାଣୁ ବାହାରି ଅନ୍ୟ ଜଣକ ଶରୀରକୁ ପାଟି ବା ନାକ ମାଧ୍ୟମରେ ପ୍ରବେଶ କରିପାରେ ବୋଲି ହୁ’ ପକ୍ଷରୁ କୁହାଯାଇଥିଲା।
କୋରୋନା ଚିକିତ୍ସା ଲାଗି ପାକିସ୍ତାନରେ ବଢ଼ୁଛି ପ୍ଲାଜମା କଳାବଜାରୀ
କୋରୋନା ମହାମାରୀ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ତାଣ୍ଡବ ରଚାଇବାରେ ଲାଗିଛି। ଭାରତର ପଡୋଶୀ ଦେଶ ପାକିସ୍ତାନରେ ଦୁଇ ଲକ୍ଷରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନରେ ଏବେ ରକ୍ତ ପ୍ଲାଜମାର କଳାବଜାରୀ ଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଯେଉଁମାନେ ଚିକିତ୍ସା ପରେ କୋରୋନା କବଳରୁ ସୁସ୍ଥ ହେଉଛନ୍ତି, ସେମାନେ ବ୍ଲଡ଼ ପ୍ଲାଜମାର କଳାବଜାରୀ କରୁଥିବାର ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ରକ୍ତ ପ୍ଲାଜମାରେ ଆଣ୍ଟିବଡି ରହିଥାଏ, ଯାହା କୋଭିଡ -୧୯ ପାଇଁ ଚିକିତ୍ସାର ଦ୍ୱାର ଖୋଲିପାରେ। ତେବେ ପାକିସ୍ତାନରେ ବର୍ତ୍ତମାନ ହ୍ଵାଟ୍ସଆପ ମାଧ୍ୟମରେ ବ୍ଲଡ ପ୍ଲାଜମାର ଏହି ବ୍ୟବସାୟ ଜୋର ଧରିଥିବାର ଚର୍ଚ୍ଚା ହେଉଛି। ଗରିବ ଏବଂ ସୁସ୍ଥ ହୋଇଥିବା ଲୋକମାନେ ଏହାକୁ ୨ରୁ ୮ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି।
ଏକ ଦରଘା ନିକଟରେ ଆପେ
ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ଫଟୋ ଗ୍ୟାଲେରୀ

ଯାଇଥିଲେ ବାହାଘର ଲେହେଙ୍ଗା
ଅନେକ ସମୟରେ ଆମ ସହିତ ଅଚାନକ ଏପରି କିଛି ହୋଇଯାଏ, ଯାହା ଆମେ କେବେ ବି ଆଶା କରି ନ ଥାଉ। ଯଦି ଏହା କିଛି ଭଲ ହେଲା, ତେବେ ଖୁସି କଥା କହିଲେ ନ ସରେ। ଏପରି କିଛି ହୋଇଛି ବ୍ରାଇଡ୍ ପ୍ରିୟଙ୍କା ପ୍ରକାଶଙ୍କ ସହିତ। ଯିଏ ଯାଇଥିଲେ ନିଜ ପାଇଁ ଲେହେଙ୍ଗା କିଣିବା ପାଇଁ। କିନ୍ତୁ ଷ୍ଟୋରରେ ପହଞ୍ଚିବା ପରେ ତାଙ୍କୁ ମଡେଲିଂ ଅଫର ମିଳିଥିଲା। ତାହା ମଧ୍ୟ ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର ସାବ୍ୟସାଚୀ ମୁଖାର୍ଜୀଙ୍କର। ପ୍ରିୟଙ୍କା ନିଜେ ଏକ ବଡ଼ ପତ୍ରିକାରେ ଜୁଏଲାରୀ ଏଡିଡର ଭାବେ କାମ କରିଥାନ୍ତି। ସେ ସବ୍ୟସାଚୀ ମୁଖାର୍ଜୀଙ୍କର ବହୁତ ବଡ଼ ଫ୍ୟାନ୍। ତାଙ୍କ କାମକୁ ସେ ବହୁତ ପସନ୍ଦ କରିଥାନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଥିଲେ କି ବାହାଘର ପ୍ରସ୍ତାବ ପୂର୍ବରୁ ସେ ନିଷ୍ପତ୍ତି ନେଇଥିଲେ ଯେ ଯେତେବେଳେ ବି ବିବାହ କରିବେ, ତାଙ୍କ ୱେଡିଂ ଲେହେଙ୍ଗା ସବ୍ୟସାଚୀଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ