Monday 4 July 2022, 5:46:51 am
ଆମ ସମ୍ପର୍କରେ
|
ଆମ ସହ ବିଜ୍ଞାପନ
|
ଯୋଗାଯୋଗ
|
ପ୍ରତିକ୍ରିୟା
|
ସଂଗ୍ରହାଳୟ
|
ଗ୍ରାହକ ହୁଅନ୍ତୁ
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ଅପରାଧ
ସମ୍ପାଦକୀୟ
କଳା ଓ ସଂସ୍କୃତି
ମତାମତ
ଉପଯୋଗୀ ଟିପ୍ସ
ଭେଟ୍ଘାଟ୍
ଲାଇଫ ଷ୍ଟାଇଲ
ଅନ୍ୟାନ୍ୟ
ଶ୍ରୀଜଗନ୍ନାଥ ଚେତନା
ସମ୍ପାଦକଙ୍କ ପସନ୍ଦ
ସ୍ବତନ୍ତ୍ର ପ୍ରସଙ୍ଗ
ବିଜ୍ଞାନ ଓ ପ୍ରଯୁକ୍ତି
ବାଦ ବିବାଦ
ଉତ୍ତମ ସ୍ବାସ୍ଥ୍ୟ
ନାରୀ
ଜଣା ଅଜଣା
ସୋସିଆଲ ମିଡିଆ
ବୁଲାବୁଲି
ପାଟି ସୁଆଦ
ରାଶିଫଳ
ନାଗରିକ ସାମ୍ବାଦିକ
ଶିଶୁ ରାଇଜ
ଫ୍ୟାଶନ
ଇତିହାସର ଆଇନାରେ
ଭିଡିଓ ଗ୍ୟାଲେରୀ
ଯୁବ ଜଗତ
ଶିକ୍ଷା ଓ କ୍ୟାରିଅର
ଛୋଟ ଛୋଟ କଥା
ଫଟୋ ଗ୍ୟାଲେରୀ
କାର୍ଟୁନ କର୍ଣ୍ଣର
ପ୍ରବନ୍ଧ
ହସକଥା
Email ID:
Password:
Forgot Password ? Click Here
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅପରାଧ
ଯୁବ ଜଗତ
ଲାଇଫ ଷ୍ଟାଇଲ
ଉତ୍ତମ ସ୍ବାସ୍ଥ୍ୟ
ଫଟୋ ଗ୍ୟାଲେରୀ
ଅନ୍ୟାନ୍ୟ
ଜଣା ଅଜଣା
ଇତିହାସର ଆଇନାରେ
ପାଟି ସୁଆଦ
ହସକଥା
ବୁଲାବୁଲି
ଉପଯୋଗୀ ଟିପ୍ସ
ନାରୀ
ଭିଡିଓ ଗ୍ୟାଲେରୀ
ଫ୍ୟାଶନ
କାର୍ଟୁନ କର୍ଣ୍ଣର
ମୁଖ୍ୟ ଖବର
ଟ୍ବେଣ୍ଟି-୨୦ ବିଶ୍ବକପ୍
ଅଧିକ ଦେଖନ୍ତୁ
ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ ଚାମ୍ପିଅନ: ପ୍ରଥମ ଥର
କୋଭିଡ୍-୧୯
ଅଧିକ ଦେଖନ୍ତୁ
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି
ରାଜ୍ୟ
ଅଧିକ ଦେଖନ୍ତୁ
ମନେ ପଡ଼ିଲା ପ୍ରଥମ ଓଡ଼ିଆ ସିନେମା
ଭୁବନେଶ୍ବର: ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ପ୍ରଥମ ଚଳଚ୍ଚିତ୍ର ତଥା ପ୍ରଥମେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ସୀତା ବିବାହ’ର ୮୬ ବର୍ଷ ପୂର୍ତ୍ତି ଅବସରରେ ଚଳଚ୍ଚିତ୍ର ଉତ୍ସବ ଓ ଦିବଙ୍ଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଏକାଦଶାହରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଓ ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ବିଶେଷ ଅତିଥି ଭାବେ ଯୋଗଦେଇ ପ୍ରତିନିଧିର ସମ୍ପାଦକ ପ୍ରଦୀପ୍ତ କୁମାର ପତିଙ୍କ ସମେତ ୧୧ ଜଣ ସାମ୍ବାଦିକଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ।
ଦେଶ
ଅଧିକ ଦେଖନ୍ତୁ
ଦେଶରେ ଦିନକରେ ୯୪୯ ନୂଆ କୋରୋନା ଆକ୍ରାନ୍ତ, ୬
ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଦେଶରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୪୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୯,୯୭୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୫,୨୧,୭୪୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ସେହିପରି ଦିନକରେ ଆଉ ୮୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୭,୦୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଏବେ ବି ୧୧ ହଜାର ୧୯୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩ ପ୍ରତିଶତ ରହିଛି।
ବିଶ୍ଵ
ଅଧିକ ଦେଖନ୍ତୁ
ଇମ୍ରାନଙ୍କ ପରେ ଗଲା ପିଓକେ ପ୍ରଧାନମନ୍ତ୍ରୀଙ୍କ ଗାଦି: ସର୍ଦ୍ଦାର
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ ଗଲା ପାକ୍ ଅଧିକୃତ କଶ୍ମୀର (ପିଓକେ)ର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀଙ୍କ ଗାଦି। ଇମ୍ରାନ ଇସ୍ତଫା ଦେବା ପରେ ଏବେ ସର୍ଦ୍ଦାର ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଦଳର ୨୫ ଜଣ ସାଂସଦ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ପିଓକେର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି। ସର୍ଦ୍ଦାର ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ। ସୂଚନାଯୋଗ୍ୟ, ସର୍ଦ୍ଦାର ଗତ ବର୍ଷ ପିଓକେର ପ୍ରଧାନମନ୍ତ୍ରୀ ହୋଇଥିଲେ।
ରାଜନୀତି
ଅଧିକ ଦେଖନ୍ତୁ
କଂଗ୍ରେସରେ ସାମିଲ୍ ହେଲେ କହ୍ନୈୟା କୁମାର ଓ ଜିଗ୍ନେଶ ମେୱାନୀ
ସିପିଆଇର ଯୁବ ନେତା ତଥା ଜବାହରଲାଲ୍ ନେହରୁ ୟୁନିଭର୍ସିଟିର ପୂର୍ବତନ ଛାତ୍ର ନେତା କହ୍ନୈୟା କୁମାର ଓ ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେମାନେ ଏଠାରେ ଦଳୀୟ ମୁଖ୍ୟାଳୟଠାରେ ପହଞ୍ଚି ଦଳର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦଳର ପ୍ରମୁଖ ମୁଖପାତ୍ର ରଣଦୀପ ସିଂ କହିଛନ୍ତି ଯେ ଦୁଇ ଯୁବ ନେତା କଂଗ୍ରେସରେ ସାମିଲ୍ ହେବା ନିଶ୍ଚିତ ଭାବେ ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଉଭୟ କହ୍ନୈୟା କୁମାର ଓ ଜିଗ୍ନେଶ ମେୱାନୀ ମୋଦୀ ସରକାର ବିରୋଧରେ ସବୁବେଳେ ସ୍ବର ଉତ୍ତୋଳନ କରିଆସିଛନ୍ତି। କେନ୍ଦ୍ର ସରକାରଙ୍କର କୌଣସି ଖୁଣ ବାଛିବାରେ ଏହି ଦୁଇ ଯୁବ ନେତା ଚାମ୍ପିଅନ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସିଂ କହିଛନ୍ତି। ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେନୁଗୋପାଲ ଦେଶବାସୀଙ୍କ ବାକ୍ ସ୍ବାଧୀନତା ପାଇଁ ଲଢ଼େଇ କ୍ଷେତ୍ରରେ କହ୍ନୈୟା କୁମାର ଏକ ପ୍ରମୁକ ନାମ ବୋଲି ମତ ଦେଇଛନ୍ତି। କଂଗ୍ରେସ ହାତ ଧରିବା ପରେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହ୍ନୈୟା କୁମାର ପ୍ରଥମେ ଶହୀଦ ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଲେ ସିଦ୍ଧୁ, ଦଳ ସହ ରହିବେ
ପଞ୍ଜାବ କଂଗ୍ରେସରେ ଗତ କିଛିଦିନ ହେଲା ଚାଲିଥିବା ଡ୍ରାମା ମଙ୍ଗଳବାର ଏକ ନୂଆ ମୋଡ଼ ନେଇଛି। ପୂର୍ବତନ କ୍ରିକେଟର ତଥା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁଙ୍କର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ ଜାରି ରହିଥିବା ବିବାଦରେ ନବଜୋତଙ୍କୁ ରାଜ୍ୟ ପିସିସି ସଭାପତି ଭାବେ ହାଇକମାଣ୍ଡ୍ ନିଯୁକ୍ତି ଦେଇଥିଲେ। ପରେ ହାଇକମାଣ୍ଡଙ୍କ ନିର୍ଦେଶ କ୍ରମେ ହିଁ କ୍ୟାପଟେନ୍ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ସିଦ୍ଧୁଙ୍କ ଅନୁଗତ ବୋଲାଉଥିବା ଚରନଜିତ୍ ସିଂ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିକଟରେ ତାଙ୍କ ମନ୍ତ୍ରିମଣ୍ଡଳର ୧୫ ଜଣ ସଦସ୍ୟ ମଧ୍ୟ ଶପଥ ପାଠ କରିଥିଲେ। ତେବେ ଏପରି ସ୍ଥିତିରେ ମଙ୍ଗଳବାର ଅଚାନକ ସିଦ୍ଧୁ ତାଙ୍କ ପିପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅବଶ୍ୟ ସେ ଦଳ ସହ ରହି ସାମାନ୍ୟ କର୍ମୀ ପରି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଟ୍ବିଟର୍ ମାଧ୍ୟମରେ ସିଦ୍ଧୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ନିଜର ଇସ୍ତଫା ନେଇ ଲେଖିଥିବା ଚିଠି ମଧ୍ୟ ସୋସାଲ୍ ମିଡିଆରେ ସିଦ୍ଧୁ ପୋଷ୍ଟ୍ କରିଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଯେଉଁ ବ୍ୟକ୍ତିବିଶେଷ ବୁଝାମଣା କରେ, ସେବେଠାରୁ ତା’ର ଚରିତ୍ରର ଅବକ୍ଷୟ ଘଟେ। ସେ କଦାପି ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବର ବିକାଶ ପାଇଁ କଂଗ୍ରେସର ରହିଥିବା ଏଜେଣ୍ଡା ସହ ବୁଝାମଣା କରିପାରିବେ ନାହିଁ। ତେଣୁ ସେ ପିପିସିସି ସଭାପତି ପଦରୁ ଇସ୍ତଫା ଦେଉଛନ୍ତି। ଅବଶ୍ୟ କଂଗ୍ରେସର କର୍ମୀ ଭାବେ ସେ କାର୍ଯ୍ୟ କରିବା ଜାରି ରଖିବେ ବୋଲି ସିଦ୍ଧୁ ଉକ୍ତ ଚିଠିରେ ଦର୍ଶାଇଛନ୍ତି।
ବାଣିଜ୍ୟ ଓ ଅର୍ଥନୀତି
ଅଧିକ ଦେଖନ୍ତୁ
ପେଟ୍ରୋଲ ଓ ଡିଜେଲକୁ
ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ନିରାଶାରେ ପରିଣତ ହୋଇଛି। ବର୍ତ୍ତମାନ ଦେଶର ସ୍ଥିତି ଯାହା, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ୪୫ତମ ଜିଏସ୍ଟି ପରିଷଦ ବୈଠକରେ ସହମତି ପ୍ରକାଶ ପାଇଛି। ଲକ୍ଷ୍ନୌରେ ବସିଥିବା ଜିଏସଟି ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଆଲୋଚନା ହୋଇଥିଲା। ତେବେ ରାଜ୍ୟମାନେ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ପରିସର ବାହାରେ ରଖାଯାଇଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ରେଳ କୌଶଳ ବିକାଶ ଯୋଜନାର ଉଦ୍ଘାଟନ କଲେ ରେଳମନ୍ତ୍ରୀ
କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ରେଳ କୌଶଳ ବିକାଶ ଯୋଜନାର ଉଦ୍ଘାଟନ କରିଛନ୍ତି। ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ ବରିଷ୍ଠ ଅଧିକାରୀଙ୍କ ସହ ରଥ ମରାମତି କର୍ମଶାଳାରେ ଉପସ୍ଥିତ ରହି ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ। ସେହିଭଳି ଅଙ୍ଗୁଲ ଏବଂ ବିଶାଖାପାଟନମ୍ ଇଲେକ୍ଟିକ୍ ଲୋକୋ ଶେଡ୍, ବିଶାଖାପାଟନମ୍ ଡିଜେଲ୍ ଲୋକୋସେଡ୍ ଠାରେ ମଧ୍ୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମନୋରଞ୍ଜନ
ଅଧିକ ଦେଖନ୍ତୁ
ପାନାମା ପେପର୍ ଲିକ୍ ମାମଲାରେ ଐଶ୍ବର୍ଯ୍ୟାଙ୍କୁ ଇଡିର ସମନ୍
ପାନାମା ପେପର୍ ଲିକ୍ ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍ ଜାରି କରିଛି। ବୟାନ ରେକର୍ଡ କରାଇବା ଲାଗି ଆଜି ଐଶ୍ବର୍ଯ୍ୟା ଇଡି କାର୍ଯ୍ୟାଳୟରେ ହାଜର ହେବେ। ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ଇଡିରେ ହାଜର ହେବାନେଇ ୨ଥର ସମନ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ହେଲେ ଐଶ୍ୱର୍ଯ୍ୟା ଇଡିରେ ହଜର ହୋଇ ନ ଥିଲେ। ତେଣୁ ଆଜି ତାଙ୍କୁ ଦଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ନଭେମ୍ବର ୯, ୨୦୨୧ରେ ଇଡି ଦ୍ୱାରା ଡକାଯାଇଥିଲା। ଏହି ଡାକରା ତାଙ୍କ ମୁମ୍ବାଇ ନିବାସକୁ ପଠାଯାଇଥିଲା। ଅଭିନେତ୍ରୀଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଥିଲା। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ପକ୍ଷରୁ କିଛି ଉତ୍ତର ଆସି ନ ଥିଲା।
କରୀନା ଓ ଅମ୍ରିତାଙ୍କୁ କୋରୋନା, ହୋଇପାରନ୍ତି ସୁପର ସ୍ପ୍ରେଡର
ଅନେକ ଦିନ ପରେ ବଲିଉଡକୁ ଛୁଇଁଲା କରୋନା। ଗତ କିଛି ଦିନ ହେବ ବଲିଉଡ କଳାକାର କରୋନା ସଂକ୍ରମିତ ହେବାର ଖବର ଆସି ନ ଥିବା ବେଳେ ଏବେ ବଲିଉଡର ଦୁଇ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଆରୋରା କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବରୁ କରିସ୍ମା କପୁରଙ୍କ ସହ କରୀନା କପୁର କରନ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟି ଫିଲ୍ମ ‘କଭି ଖୁସି କଭି ଗମ’ର ୨୦ ବର୍ଷ ପୂର୍ତ୍ତି ଅବସରରେ ରଖାଯାଇଥିଲା। ଖବର ମିଳିବା ପରେ ବିଏମସି କରୀନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆରଟିପିସିଆର ଟେଷ୍ଟ କରିବାର ନିର୍ଦ୍ଦେଶ ଦେଇଛନ୍ତି।
ଖେଳକୁଦ
ଅଧିକ ଦେଖନ୍ତୁ
ଟି-୨୦ ବିଶ୍ବକପ୍ ପରେ କୋଚ୍
ନିକଟରେ ଭାରତର ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ନେତୃତ୍ବ ନେବାକୁ ଅକ୍ଷମ ଥିବା କଥା ପ୍ରକାଶ କରିବା ସହ ଆଗାମୀ ଟି-୨୦ ବିଶ୍ବକପ୍ ପରେ କ୍ଷୁଦ୍ର ଫର୍ମାଟରେ ନେତୃତ୍ବ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବା ତାଙ୍କର ଏପରି ନିଷ୍ପତ୍ତିର ମୁଖ୍ୟ କାରଣ ହୋଇଥିବା ବେଳେ ଟି-୨୦ ବିଶ୍ବକପ ପରେ ଭାରତୀୟ ଟି-୨୦ ଦଳର ନେତୃତ୍ବ ବର୍ତ୍ତମାନ ଉପଅଧିନାୟକ ରହିଥିବା ରୋହିତ ଶର୍ମା ନେବା ଏକରକମ ଥୟ। ସେହିପରି ଦଳର ମୁଖ୍ୟ କୋଚ୍ ରହିଥିବା ରବି ଶାସ୍ତ୍ରୀ ମଧ୍ୟ ଟି-୨୦ ବିଶ୍ବକପ୍ ପରେ ଏହି ପଦବୀ ଛାଡ଼ିବେ। ତେଣୁ ତାଙ୍କ ସ୍ଥାନରେ ପୁଣିଥରେ କିମ୍ବଦନ୍ତୀ ସ୍ପିନର୍ ଅନୀଲ କୁମ୍ବଲେ ଏହି ଦାୟିତ୍ବକୁ ଫେରିବାର ସମ୍ଭାବନା ରହିଛି ବୋଲି ବିସିସିଆଇ ପ୍ରକାଶ ସମ୍ଭାବନା ପ୍ରକାଶ ପାଇଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ତାଙ୍କୁ ଓ ପୂର୍ବତନ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ପଦ ସକାଶେ ଆବେଦନ କରିବାକୁ କହିବାର ସମ୍ଭାବନା ରହିଛି। କୁମ୍ବଲେ ପୂର୍ବରୁ ୨୦୧୬-୧୭ ସିଜନରେ ପାଖାପାଖି ବର୍ଷ ଭାରତୀୟ ଟିମର କୋଚ୍ ରହିସାରିଛନ୍ତି। ସେତେବେଳେ ସଚିନ୍ ତେନ୍ଦୁଲକର, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟି (ସିଏସି) ତାଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଥାନରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ମତଭେଦ କାରଣରୁ ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ଭାରତ ହାରିବା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।
ପରବର୍ତ୍ତୀ ଟି-୨୦ ଅଧିନାୟକ
ଆସନ୍ତା ଟି-୨୦ ବିଶ୍ବକପ ପରେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦରୁ ଓହରିଯିବାକୁ ଘୋଷଣା କରିବା ପରେ ପରବର୍ତ୍ତୀ ଅଧିନାୟକ କିଏ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ରୋହିତ ଶର୍ମା ଦୌଡ଼ରେ ଆଗୁଆ ଥିଲେ ବି ୩୪ ବର୍ଷରେ ପଦାର୍ପଣ କରି ସାରିଥିବାରୁ ତାଙ୍କ ବଦଳରେ ଜଣେ ୟଙ୍ଗ ଅଧିନାୟକ ସପକ୍ଷରେ ବିସିସିଆଇ ସଭାପତି ଓ ସମ୍ପାଦକ ଥିବା ସୂଚନା ମିଳିଛି। ଏପରି ହେଲେ ରୋହିତ ମଧ୍ୟ ଅଧିନାୟକ ପଦ ନ ପାଇ ପାରନ୍ତି। କାରଣ ୩୪ ବର୍ଷୀୟ ରୋହିତ ଆସନ୍ତା ଏପ୍ରିଲ ମାସରେ ୩୫ ବର୍ଷରେ ପଦାର୍ପଣ କରିବେ। ବୟସ ଦୃଷ୍ଟିରୁ ରୋହିତ ଶର୍ମା ଲମ୍ବା ସମୟ ଧରି ଟି -୨୦ ଫର୍ମାଟର ଅଧିନାୟକତ୍ବ କରି ନ ପାରନ୍ତି।
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅଧିକ ଦେଖନ୍ତୁ
ହାଜତ ମୃତ୍ୟୁ ଘଟଣା: ୫ ପୋଲିସ କାର୍ଯ୍ୟରୁ ନିଲମ୍ବିତ
ଟାଉନ୍ ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ପ୍ରଥମ ବିଭାଗୀୟ ପଦକ୍ଷେପ ନେଇଛି ପୋଲିସ। ଏହି ମାମଲାରେ ୫ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ ନିର୍ଦେଶ ଦେଇଛନ୍ତି ବରଗଡ଼ ଏସ୍ପି ରାହୁଲ ଜୈନ। ଏମାନଙ୍କ ଭିତରେ ଅଛନ୍ତି ଏସ୍ଆଇ ବଲିଆର ସିଂ ଓ ମଂଗଲ କିସ୍କୋ, ଏଏସ୍ଆଇ ପୀତାମ୍ବର ବେହେରା ଓ କ୍ଷୀରୋଦ୍ର ବିଶ୍ବାଳ, ଡ୍ରାଇଭର୍ ଗୋପବନ୍ଧୁ ଜଗଦଲା। ଉପରୋକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ପିସିଆର୍ରେ ତୋରାସ୍ଥିତ ଗୋବିନ୍ଦଙ୍କ ଘରକୁ ଯାଇ ତାଙ୍କୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି। ତେବେ ଏମାନେ କେବଳ କାର୍ଯ୍ୟରୁ ନିଲମ୍ବିତ ରହିବେ ନା ଆଉ କିଛି ଆଖିଦୃଶିଆ ପଦକ୍ଷେପ ପୋଲିସ ନେବ, ତାହା ଆଗାମୀ ଦିନ କହିବ।
ନିଟ୍ ପରୀକ୍ଷା ନେଇ ବର୍ଷିଲେ ସୁପ୍ରିମକୋର୍ଟ: ଜୁନିୟର୍ ଡାକ୍ତର ଫୁଟବଲ୍ ନୁହନ୍ତି
ଦେଶରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) ପିଜି ସୁପର୍ ସ୍ପେଶାଲିଟି ପରୀକ୍ଷା-୨୦୨୧ର ସିଲାବସରେ ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ପ୍ରବଳ ବର୍ଷିଛନ୍ତି। ରାଜନୀତି ତଥା ଶାସନର ଖେଳରେ ଦେଶର ଜୁନିୟର୍ ଡାକ୍ତରମାନଙ୍କୁ କଦାପି ଫୁଟବଲ୍ ବୋଲି ଭାବିବା ଉଚିତ୍ ନୁହେଁ। ଏହି ମାମଲାରେ ଆସନ୍ତା ସୋମବାର ସୁଦ୍ଧା କେନ୍ଦ୍ର ସରକାର ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଏ ସମ୍ବନ୍ଧରେ ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ମଧ୍ୟ ଆୟୋଜିତ କରିବାକୁ କଡ଼ା ନିର୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାର ନିଟ୍ ପିଜି ସୁପର୍ ସ୍ପେଶାଲିଟି ପରୀକ୍ଷା-୨୦୨୧ର ସିଲାବସରେ ପରୀକ୍ଷାର ୨ ମାସ ପୂର୍ବରୁ ପରିବର୍ତ୍ତନ କରିଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସେନ୍ତାଷ ଦେଖାଦେଇଛି। ଏହା ବିରୋଧରେ ୪୧ ଜଣ ପିଜି ଯୋଗ୍ୟତାଧାରୀ ଡାକ୍ତର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଅପରାଧ
ଅଧିକ ଦେଖନ୍ତୁ
ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ
ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ। ପିଓଏସ୍ ମେସିନ୍ ପାଇଁ ଲୋଇସିଙ୍ଘା ବ୍ଲକ୍ ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପରେ ପାଢ଼ିଙ୍କ ହାତୀଶାଳପଡ଼ା ସ୍ଥିତ ଭଡ଼ାଘରକୁ ଯାଇ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରିଥିଲେ। ଭଡ଼ାଘରୁ ଛୋଟ ଗଞ୍ଜେଇ ପୁଡ଼ିଆଟିଏ ମଧ୍ୟ ମିଲିଛି ବୋଲି ଜଣାପଡ଼ିଛି।
ଜବତ ସାମଗ୍ରୀ ବିସ୍ଫୋରଣ: ଉଡ଼ିଗଲା ଥାନା
ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ। ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ ଉଡ଼ିଯିବା ସହ ଘର ଭାଙ୍ଗିଯାଇଛି। ତେବେ ସୌଭାଗ୍ୟବଶତଃ ଥାନା କର୍ମଚାରୀ ସରୋଜ ବେହେରା ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହ ସମସ୍ତ ଆସବାବପତ୍ର ପୋଡ଼ିଯାଇଛି। ଦୁର୍ଘଟଣାସ୍ଥଳରେ ବୋମା ବିସ୍ଫୋରଣକାରୀ ଟିମ୍ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ଏହାସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି ପୁରୀ ଏସ୍ପି, ପିପିଲି ଏସ୍ଡିପିଓ। ଫରେନସିକ୍ ଟିମ୍ର ଛାନବିନ୍ ଜାରି ରହିଛି। ଡଗ୍ ଓ ବମ୍ ସ୍କ୍ବାଡ୍ ମଧ୍ୟ ଯାଞ୍ଚ ଜାରି ରଖିଛନ୍ତି।
ଉତ୍ତମ ସ୍ବାସ୍ଥ୍ୟ
ଅଧିକ ଦେଖନ୍ତୁ
ଡିସପ୍ରାକସିଆର ଲକ୍ଷଣ ଜାଣନ୍ତୁ
ଡିସପ୍ରାକସିଆ ଏକ ସାମାନ୍ୟ ନ୍ୟୁରୋଲୋଜିକାଲ ଅଥବା ବ୍ରେନ ଆଧାରିତ ଡିଜଅର୍ଡର। ଏହା ଚଲାବୁଲା ଓ କୋର୍ଡିନେସନକୁ ପ୍ରଭାବିତ କରିଥାଏ। କୋର୍ଡିନେସନ ଦରକାର ହେଉଥିଲେ ଡିସପ୍ରାକସିଆ ରୋଗୀଙ୍କ ପାଇଁ ଏହା ବେଶ ଆହ୍ବାନପୂର୍ଣ୍ଣ। ଏହାର ପ୍ରଭାବରେ ଖେଳିବା, କାର ଚଳାଇବା ଭଳି କାମ କରିବା ଅସୁବିଧା ହୋଇଯାଏ। ଏହା ଇଣ୍ଟେଲିଜେନ୍ସକୁ ପ୍ରଭାବିତ କରି ନ ଥାଏ। କିନ୍ତୁ ଏହା ମସ୍ତିଷ୍କରେ ଥିବା ଫାଇନ ମୋଟର ସ୍କିଲକୁ ପ୍ରଭାବିତ କରିପାରେ। ଏଥିରେ ଲେଖିବା କିମ୍ବା ଛୋଟ ଜିନିଷକୁ ବ୍ୟବହାର କରିବା ସାମିଲ ହୋଇପାରେ।
ସ୍ମରଣଶକ୍ତି କମୁଥିଲେ ଆପଣାନ୍ତୁ ଏହି ଉପାୟ
ବୟସ ବଢ଼ିବା ସହିତ ସ୍ମରଣଶକ୍ତି ଦୁର୍ବଳ ହୋଇଯିବା ଏକ ସାଧାରଣ ସମସ୍ୟା ପାଲଟିଛି। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏହି ସମସ୍ୟା ଯୁବପିଢ଼ିଙ୍କଠାରେ ବି ଦେଖିବାକୁ ମିଳୁଛି। ଅନେକ ସମୟରେ ଆମେ କାହାରିକୁ କଲ କରିବା ପରେ ଆମେ ତାହା ଭୁଲି ଯାଇଥାଉ। ଆମେ ଛୋଟ ଛୋଟ ଜିନିଷ ଭୁଲିବାରେ ଲାଗିଥାଉ। ଏସବୁ ସ୍ମରଣଶକ୍ତି ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ସହିତ ଏପରି ହେଉଛି, ତେବେ ସତର୍କ ହେବା ଜରୁରୀ। ଯଦି ଆପଣଙ୍କର ବି ସ୍ମରଣଶକ୍ତି ଦୁର୍ବଳ ହେଉଛି, ତେବେ କେତେକ ଘରୋଇ ଉପାୟ ଆପଣାଇ ପାରିବେ।
ବୁଲାବୁଲି
ଅଧିକ ଦେଖନ୍ତୁ
ସ୍ବର୍ଗଠାରୁ କମ ନୁହେଁ ତାଲିବାନ ହାତକୁ ଚାଲିଯାଇଥିବା ଆଫଗାନିସ୍ତାନ
ଆଫଗାନିସ୍ତାନକୁ ତାଲିବାନ ଏବେ ପୂରା କବଜା କରିନେଇଛି। ଏପରିସ୍ଥଳେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ରକ୍ତପାତ, ଯୁଦ୍ଧର ଝଲକ ମନକୁ ଆସୁଛି। କିନ୍ତୁ ଜାଣିଛନ୍ତି କି ବିଶ୍ବରେ ସୁନ୍ଦର ଦେଶର ତାଲିକାରେ ଆଫଗାନିସ୍ତାନକୁ ଗଣାଯାଏ। ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ସ୍ମାରକ ଯେ କୌଣସି ବ୍ୟକ୍ତିଙ୍କ ମନକୁ ଆକର୍ଷିତ କରିବ। ଆଫଗାନିସ୍ତାନର କେତେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି।
ସାରନାଥ ପର୍ଯ୍ୟଟନସ୍ଥଳୀର ମହତ୍ତ୍ବ ଅନେକ
ଗଙ୍ଗା ଓ ବରୁଣ ନଦୀର ସଙ୍ଗମସ୍ଥଳୀ ନିକଟରେ ଉତ୍ତର ପ୍ରଦେଶର ବାରାଣସୀ ଠାରୁ ୧୦ କିମି ଉତ୍ତର-ପୂର୍ବରେ ଏକ ଛୋଟ ଗାଁ ସାରନାଥ ଅବସ୍ଥିତ। ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ନିଜର ପ୍ରଥମ ଉପଦେଶ ସାରନାଥରେ ଦେଇଥିଲେ। ଯାହାକୁ ଧର୍ମଚକ୍ର ପ୍ରବର୍ତ୍ତନ ନାମ ଦିଆଯାଇଛି ଓ ଏହା ବୌଦ୍ଧ ମତ ପ୍ରଚାର ପ୍ରସାରର ଆରମ୍ଭ ଥିଲା। ବୌଦ୍ଧ ଧର୍ମର ଚାରି ପ୍ରମୁଖ ତୀର୍ଥ ସ୍ଥଳ ମଧ୍ୟରେ ସାରନାଥ ଅନ୍ୟତମ। ବୌଦ୍ଧ ଧର୍ମ ବ୍ୟତୀତ ସାରନାଥକୁ ଜୈନ ଓ ହିନ୍ଦୁ ଧର୍ମରେ ବି ମହତ୍ତ୍ବ ଦିଆଯାଏ। ଜୈନ ଗ୍ରନ୍ଥରେ ଏହାକୁ ସିଂହପୁର କୁହାଯାଏ। ଜୈନ ଧର୍ମର ଏକାଦଶ ତୀର୍ଥଙ୍କର ଶ୍ରେୟାଂସନାଥଙ୍କ ଜନ୍ମ ଏଠାରୁ କିଛି ଦୂରରେ ହୋଇଥାଏ ବୋଲି କୁହାଯାଏ। ଏଠାରେ ସାରଙ୍ଗନାଥ ମହାଦେବଙ୍କ ମନ୍ଦିର ବି ରହିଛି।
ଫଟୋ ଗ୍ୟାଲେରୀ
ନାରୀ
ଅଧିକ ଦେଖନ୍ତୁ
ସୁନ୍ଦରବନର ପ୍ରଥମ ମହିଳା ଟୁରିଷ୍ଟ, ରୟାଲ ଟାଇଗର ସହ ପରିଚତ କରାଇବେ
ଯଦି ମହିଳା ପାଇଲଟ ହୋଇପାରିବେ, ଟ୍ରେନ ଚଳାଇପାରିବେ ତେବେ ସୁନ୍ଦରବନରେ ପର୍ଯ୍ୟଟକ ଗାଇଡ କାହିଁକି ହୋଇପାରିବେ ନାହିଁ। ଏହି ଶବ୍ଦ ହେଉଛି ସୁନ୍ଦରବନ ଦ୍ବୀପରେ ରହୁଥିବା ଭାସ୍ବତୀ କାମିଲା ସରକାରଙ୍କର। ଯିଏ ସେହି ଗାଁର ପ୍ରଥମ ମହିଳା ଟୁରିଷ୍ଟ ଗାଇଡ ଅଟନ୍ତି।
ପ୍ରଜ୍ଞାଙ୍କୁ ରୋକି ପାରିଲାନି ପ୍ରତିବନ୍ଧକ, ହେଲେ ଆଇପିଏସ
ଥରେ ମହିଳା କିଛି କରିବାକୁ ଦୃଢ଼ ନିଶ୍ଚିତ ହୋଇଗଲେ ସମସ୍ତ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଥାନ୍ତି। ଏପରି କିଛି କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଏକ ଛୋଟ ଗାଁ ବଡ଼ୌତର ଡା.ପ୍ରଜ୍ଞା ଜୈନ। ବାହାଘର ପରେ ବି ସେ କ୍ୟାରିଅରକୁ ପଛକୁ ଛାଡ଼ି ନ ଥିଲେ। ଏପରିକି ଗର୍ଭାବସ୍ଥା ସମୟରେ ବେଡରେଷ୍ଟରେ ଥାଇ ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ଓ ନିଜ ସ୍ବପ୍ନକୁ ସତ କରି ଦେଖାଇଛନ୍ତି।
ଯୁବ ଜଗତ
ଅଧିକ ଦେଖନ୍ତୁ
ଆପଣ ସିଚୁଏସନଶିପ୍ର ଶିକାର ନୁହନ୍ତି ତ!
ସମ୍ପର୍କରେ ଥାଇ ମଧ୍ୟ ନ ଥିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ନୂଆ ଟ୍ରେଣ୍ଡ ପାଲଟିବାରେ ଲାଗିଛି। ଡେଟିଂ କରିବା ପରେ ମଧ୍ୟ ଯଦି ସମ୍ପର୍କକୁ କୌଣସି ନାମ ଦେଇ ପାରୁନାହାନ୍ତି, ତେବେ ଆପଣ ସିଚୁଏସନଶିପର ଶିକାର ହୋଇଛନ୍ତି। ସମ୍ପର୍କରେ କେତେବେଳେ ସିଚୁଏସନଶିପ୍ ଆସିଯାଏ, ଚାଲନ୍ତୁ ଜାଣିବା।
ଆରେଞ୍ଜଡ ମ୍ୟାରେଜ କରିବାକୁ ଚାହୁଥିଲେ, ଧ୍ୟାନରେ ରଖନ୍ତୁ ଏସବୁ
ଆରେଞ୍ଜଡ ମ୍ୟାରେଜ କରିବାକୁ ଚାହୁଥିଲେ ଉପଯୁକ୍ତ ଜୀବନସାଥୀ ଚୟନ କରିବା ବହୁତ ଜରୁରୀ ହୋଇଥାଏ। ଏପରିସ୍ଥଳେ କିଛି କଥା ଧ୍ୟାନରେ ରଖିଲେ ଆରେଞ୍ଜଡ ମ୍ୟାରେଜରେ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ବହୁତ ବଢ଼ିଯାଏ।
ଫ୍ୟାଶନ
ଅଧିକ ଦେଖନ୍ତୁ
ଡେନିମ ଶର୍ଟସରେ ପରିଣିତି, ଶାଢ଼ିରେ ମୌନୀ
ବଲିଉଡ ଷ୍ଟାର ଯୁଆଡ଼େ ଗଲେ ବି କ୍ୟାମେରା ତାଙ୍କୁ ଫଲୋ କରିବାକୁ ଭୁଲେ ନାହିଁ। କୌଣସି ଫିଲ୍ମର ପ୍ରମୋସନ ହେଉ ବା ଇଭେଣ୍ଟରେ ସାମିଲ ହେବା ହେଉ, ମିଡିଆ ସବୁବେଳେ ସେମାନଙ୍କ ଉପରେ ନଜର ରଖିଥାନ୍ତି।
ଶିମରି ଶର୍ଟ ଡ୍ରେସରେ ରଶ୍ମୀଙ୍କ ଗ୍ଲାମରସ ଅବତାର
ଟିଭିର ଲୋକପ୍ରିୟ ଅଭିନେତ୍ରୀ ତଥା ବିଗବସ ୧୩ରେ ଅଂଶଗ୍ରହଣ କରିଥିବା ରଶ୍ମୀ ଦେଶାଇ କିଛି ଦିନ ତଳେ ଅତିଥି ଭାବେ ‘ବିଗବସ ଓଟିଟି’ରେ ସାମିଲ ହୋଇଥିଲେ। ବ୍ଲୁ ଆଉଟଫିଟରେ ସେ ଶୋ’ରେ ନଜର ଆସିଥିଲେ। ଏହି ଲୁକରେ ସେ ବହୁତ ଗ୍ଲାମରସ ଦେଖାଯାଉଥିଲେ। ସେ ଏହି ଆଉଟଫିଟର ଫଟୋଶୁଟର କେତେକ ଫଟୋ ପ୍ରଶଂସକଙ୍କ ସହିତ ଶେୟାର କରିଛନ୍ତି।
ଲାଇଫ ଷ୍ଟାଇଲ
ଅଧିକ ଦେଖନ୍ତୁ
ପ୍ରିୟଙ୍କାଙ୍କ ଭଳି ଷ୍ଟନିଂ ଫିଗର ଚାହୁଥିଲେ, ତାଙ୍କ ଡାଏଟ ପ୍ଲାନ ଅନୁସରଣ କରନ୍ତୁ
ପ୍ରିୟଙ୍କା ଚୋପ୍ରା ଜୋନସ କେବଳ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ନ ଥାନ୍ତି, ବରଂ ଲୁକସ ଓ ଫିଟନେସ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଦୀୱାନା କରିଥାନ୍ତି। ପ୍ରିୟଙ୍କା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ଟାଇଟଲ ହାସଲ କରିଥିଲେ। ଏହାପରେ ସେ ତାଙ୍କ କ୍ୟାରିଅରରେ କେବେ ବି ପଛକୁ ଚାହି ନ ଥିଲେ। ନିଜ ପରିଶ୍ରମ ଓ ନିଷ୍ଠା ଦ୍ବାରା ପ୍ରିୟଙ୍କା କେବଳ ବଲିଉଡରେ ନୁହେଁ, ବରଂ ହଲିଉଡରେ ବି ପରିଚିତ ନାମ ପାଲଟିଛନ୍ତି। ସବୁବେଳେ ନିଜ ଫିଟନେସ ଓ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କା ନିଜ ଫିଗର ବଜାୟ ରଖିବାକୁ ବେଶୀ କିଛି କରି ନ ଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରିୟଙ୍କା ବ୍ୟାୟାମ କରିବାକୁ ଅଧିକ ପସନ୍ଦ କରନ୍ତି ନାହିଁ।
ଭାରତ ଭଳି ଏସବୁ ଦେଶରେ ବି କରାଯାଏ ପିତୃପକ୍ଷ ଶ୍ରାଦ୍ଧ
ଦେଶରେ ପ୍ରତ୍ୟେକ ବର୍ଷ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ। ଏହି ସମୟରେ ଲୋକେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ସେମାନଙ୍କ ଆଶୀର୍ବାଦ ପାଇବା ଲାଗି ଶ୍ରାଦ୍ଧ କର୍ମ କରିଥାନ୍ତି। ଏହି ଶ୍ରାଦ୍ଧ କେହି ଘରକୁ ପଣ୍ଡିତ ଡାକି କରିଥାନ୍ତି ତ ଆଉ କେହି କୌଣସି ପବିତ୍ର ସ୍ଥାନକୁ ଯାଇ ଶ୍ରାଦ୍ଧ ଦେଇଥାନ୍ତି। ମାନ୍ୟତା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ପିଣ୍ଡଦାନ, ତର୍ପଣ କରିବା ଦ୍ବାରା ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏଥିସହିତ ସେମାନେ ପୃଥିବୀ ପୃଷ୍ଠକୁ ଆସି ନିଜ ପରିବାର ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଭଳି ଅନ୍ୟ ଦେଶର ଲୋକେ ବି ନିଜ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଖାସ ପର୍ବ ପାଳନ କରନ୍ତି। ଭାରତ ଭଳି ଅନ୍ୟ ଦେଶର ଲୋକେ ବି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। କିନ୍ତୁ ସେମାନଙ୍କ ପଦ୍ଧତି କିଛି ମାତ୍ରାରେ ଅଲଗା। ଚାଲନ୍ତୁ ଜାଣିବା ବିସ୍ତାରରେ।
ଫେସ୍ବୁକ୍ରେ ପ୍ରତିନିଧି
ଟ୍ବୀଟରରେ ପ୍ରତିନିଧି
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ
Your browser does not support the video tag.
ଶ୍ରୀମନ୍ଦିର ସିଂହଦ୍ବାର, ପୁରୀ, Monday, 7 Mar 2022, 5.05 AM
କାର୍ଟୁନ କର୍ଣ୍ଣର
ଉପଯୋଗୀ ଟିପ୍ସ
ଅଧିକ ଦେଖନ୍ତୁ
ଘରେ ରଖନ୍ତୁନି ଏସବୁ ଜିନିଷ, ଧନ ଆଗମନରେ ହେବ ବାଧା
ଘରେ ଯଦି ବାସ୍ତୁ ଦୋଷ ରହିଥାଏ, ତେବେ କେବଳ ଘରର ସଦସ୍ୟଙ୍କ ଉନ୍ନତିରେ ବାଧାପ୍ରାପ୍ତ ହୋଇ ନ ଥାଏ, ବରଂ ଦୈନନ୍ଦିନ ଜୀବନରେ ବି ସମସ୍ୟା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରେ ଶକ୍ତି ରହିଛି। ଏହା ବ୍ୟକ୍ତିର ଜୀବନରେ ସକରାତ୍ମକ ଓ ନକାରାତ୍ମକ ଦୁଇ ପ୍ରକାର ପ୍ରଭାବ ପକାଇଥାଏ। ଏପରିସ୍ଥଳେ ଅନେକ ସମୟରେ କାମ ହେଉ ହେଉ ବିଗିଡ଼ିଯାଏ। ଏଭଳି ସ୍ଥିତି ଆପଣଙ୍କ ସହିତ ବାରମ୍ବାର ହେଉଛି କି? ତେବେ ଏହା ପଛରେ ଗୃହଦୋଷ ବି ହୋଇପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ସମୟରେ ଘରେ ରଖାଯାଇଥିବା କିଛି ଜିନିଷ ସଫଳତାରେ ବାଧା ଓ ସମସ୍ୟାର କାରଣ ହୋଇପାରେ।
ଭିଡିଓ ଗ୍ୟାଲେରୀ
/* */
ପାଟି ସୁଆଦ
ଅଧିକ ଦେଖନ୍ତୁ
ଖାଆନ୍ତୁ ଓ ଖୁଆନ୍ତୁ ହରିୟାଲି ଚିକେନ ଟିକ୍କା
ସାରା ଦେଶରେ ୧ରୁ ୭ ସେପ୍ଟେମ୍ବର ଯାଏ ଜାତୀୟ ପୋଷକ ସପ୍ତାହ ପାଳନ କରାଯାଇଥାଏ। ଫଳରେ ଲୋକେ ଖାଦ୍ୟର ସମସ୍ତ ଜରୁରୀ ତତ୍ତ୍ବର ଆବଶ୍ୟକତାକୁ ବୁଝିପାରିବେ। ଏଠାରେ ହରିୟାଲି ଚିକେନ ଟିକ୍କା ରେସିପି ଦିଆଯାଇଛି। ଏଥିରେ ପ୍ରୋଟିନ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ସି ଭଳି ଜରୁରୀ ତତ୍ତ୍ବ ଅଧିକ ମାତ୍ରାରେ ମିଳିଥାଏ। ଏହା ସେବନ କରିବା ଦ୍ବାରା ଉତ୍ତମ ଶାରୀରିକ ବିକାଶ ହେବାରେ ସାହାଯ୍ୟ ମିଳେ।
ଟୋକିଓ ଅଲିମ୍ପିକ୍ସ
ଅଧିକ ଦେଖନ୍ତୁ
୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ଜନସେବା ହେଲ୍ପ ଲାଇନ
ଅଧିକ ଦେଖନ୍ତୁ
ଜରୁରିକାଳୀନ ସେବା
ଯୋଗାଯୋଗ ନମ୍ବର
ଅଗ୍ନିଶମ କଣ୍ଟ୍ରୋଲ ରୁମ୍
୧୦୧
ପୋଲିସ କଣ୍ଟ୍ରୋଲ ରୁମ୍
୧୦୦
ଜନନୀ ଆମ୍ବୁଲାନ୍ସ ସେବା
୧୦୨
ଆମ୍ବୁଲାନ୍ସ ସେବା
୧୦୮
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ
୧୦୩୩
ବରିଷ୍ଠ ନାଗରିକ
୧୦୯୦
ମହିଳା
୧୦୯୧
୧୦୯୨୦
ଟୋକିଓ ପାରାଲିମ୍ପିକ୍ସ
ଅଧିକ ଦେଖନ୍ତୁ
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍ଏଲ୍୩ ବ୍ୟାଡ୍ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।
ପ୍ରମୁଖ ଲିଙ୍କ୍
ଅଧିକ ଦେଖନ୍ତୁ
Online Services
Website
Train Ticket Booking (e Ticketing)
https://indianrail.gov.in
https://www.irctc.co.in
www.bookmytrain.com
Train PNR Status Enquiry
https://www.trainspnrstatus.com
https://pnrstatuslive.com
Train Status Enquiry
www.trainenquiry.com