ଲୋକଙ୍କ ଭଲ ପାଇବା ଏନଡିଏ ୨.୦କୁ ବଳ ଦେଇଛି: ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି ସରକାର। ଆଜି ଏନଡିଏ ସରକାର ଦ୍ବିତୀୟ ପାଳିକୁ ବର୍ଷେ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ପଦକ୍ଷେପ, ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ଲୋକେ ତାଙ୍କୁ ଅଜାଡ଼ି ଦେଇଥିବା ଭଲ ପାଇବାକୁ ନେଇ ଚିଠି ଲେଖିଛନ୍ତି। ଏଥିସହ ମୋଦି ତାଙ୍କ ଚିଠିରେ କୋରୋନା ବିରୋଧୀ ଲଢ଼େଇରେ ଆମେ ନିଶ୍ଚିତ ବିଜୟୀ ହେବା ବୋଲି ମଧ୍ୟ ଭରସା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମେ’ ୩୦ ଦିନଟିକୁ ତାଙ୍କ ଶାସନର ‘ଗୋଲ୍ଡେନ ଚାପ୍ଟର’ ବୋଲି ଅଭିହିତ କରିଛନ୍ତି। ଠିକ ଆଜିର ଦିନରେ ଦେଶବାସୀ ଦୀର୍ଘ ବର୍ଷର ବ୍ୟବଧାନ ପରେ ପୂର୍ଣ୍ଣ ଜନାଦେଶ ଦେଇ ଏକ ସଂଖ୍ୟାଗରିଷ୍ଠ ସରକାର ପ୍ରତିଷ୍ଠା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଚୀନୀ ଉତ୍ପାଦର ବର୍ଜନ ପାଇଁ ଅଣ୍ଟା ଭିଡ଼ିଲେ ‘ଥ୍ରୀ ଇଟିଅଟ୍ସ’ର ରାଞ୍ଚୋ, ବଲିଉଡ ସେଲିବ୍ରିଟିଙ୍କ ସମର୍ଥନ
ଲଦାଖରେ ଭାରତ ଓ ଚୀନ ମଧ୍ୟର ଆରମ୍ଭ ହୋଇଥିବା ସୀମା ବିବାଦ ଭିତରେ ହ୍ୟାଶଟ୍ୟାଗ ବୟକଟ୍ ଚାଇନିଜ୍ ପ୍ରଡକ୍ଟ ଏବେ ସୋସାଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ଲଦାଖର ଜଣାଶୁଣା ଶିକ୍ଷା ସୁଧାରକ ସୋନମ ୱାଙ୍ଗଚୁକ୍, ଟ୍ବିଟରରେ ଉପରୋକ୍ତ ଅଭିଯାନ ଚଳାଇ ଚୀନୀ ଉତ୍ପାଦ ବର୍ଜନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ‘୩ ଇଡିଅଟ୍‌ସ’ ସିନେମାରେ ସୋନମଙ୍କ ଚରିତ୍ର ‘ରାଞ୍ଚୋ’ରେ ଆମୀର ଖାନ୍ ଅଭିନୟ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ସୋନମ ଭାରତବାସୀଙ୍କୁ ଚୀନ ଉତ୍ପାଦ ବ୍ୟବହାର ନ କରିବାକୁ ପ୍ରବର୍ତ୍ତାଇଛନ୍ତି। ଏବେ ଏହି ଆନ୍ଦୋଳନରେ ବଲିଉଡ ସେଲିବ୍ରିଟି ଅର୍ଶଦ ୱାର୍ସୀ ଓ ସୁପର ମଡେଲ ମିଲିନ୍ଦ ସୋମନ ନିଜ ସମର୍ଥନ ଜଣାଇଛନ୍ତି। ଅର୍ଶଦ ଚୀନର ଉତ୍ପାଦ ବ୍ୟବହାର ବନ୍ଦ କରିଦେଇଥିବା ବେଳେ ମିଲିନ୍ଦ ଟିକଟକ ଛାଡ଼ି ଦେଇଥିବା କହିଛନ୍ତି।
ଆମେରିକାରେ ଟ୍ରେଣ୍ଡ କରୁଛି ରୋନିତଙ୍କ ଟି’ ଶାର୍ଟ ଫେସ୍ ମାସ୍କ
ଆମେରିକାର ମିନିଆପଲିସରେ ପୋଲିସ ହାଜତରେ ଅଣଶ୍ବେତାଙ୍ଗ ଆମେରିକୀୟ ଜର୍ଜ ଫ୍ଲଏଡଙ୍କର ମ୍‌ତ୍ୟୁହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି। ହଲିଉଡ୍ କଳାକାରଙ୍କ ସହିତ ବଲିଉଡ କଳାକାର କରୀନା କପୁର ଖାନ, ଆଥିଆ ଶେଟ୍ଟୀ ଓ ପ୍ରିୟଙ୍କା ଚୋପ୍ରା ଜନସଙ୍କ ଭଳି ସେଲିବ୍ରିଟି ଏହି ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଆମେରିକାରେ ପ୍ରଦର୍ଶନକାରୀଙ୍କ ଏହି ଉଗ୍ର ରୂପ ସାମ୍ନାକୁ ଆସିବା ସହିତ ଏହି ଘଟଣାର କିଛି ସମୟ ପରେ ମିନିଆପଲିସର ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦିଆଯାଇଥିଲା। ଏବେ ଏହି ସମୟରେ ବଲିଉଡ ଅଭିନେତା ରୋନିତ ରୟଙ୍କ ଦ୍ବାରା ପୂର୍ବରୁ ଶେୟାର କରାଯାଇଥିବା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
କୋହଲିଙ୍କଠୁ ସଚିନ ଶ୍ରେଷ୍ଠ: ଗୌତମ ଗମ୍ଭୀର
କ୍ରିକେଟରେ କିଏ ଶ୍ରେଷ୍ଠ, ତାହାର ତୁଳନାତ୍ମକ ବିଶ୍ଲେଷଣ ଏତେ ସହଜ କଥା ନୁହେଁ। କିଏ ଶ୍ରେଷ୍ଠ ଚୟନ କରିବା ଏକ କଷ୍ଟକର ଓ ବିବାଦୀୟ ପ୍ରସଙ୍ଗ। ତଥାପି ଏହାରି ଭିତରେ କେହି କେହି ଏପରି ତୁଳନାତ୍ମକ ମନ୍ତବ୍ୟ ଦେବା ନଜରକୁ ଆସିଥାଏ। ଠିକ ଏହିପରି ଭାବେ କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗାମ୍ଭୀର ଏକ ତୁଳନାତ୍ମକ ବିଶ୍ଲେଷଣ ଜରିଆରେ ସଚିନ ତେନ୍ଦୁଲକରଙ୍କୁ ବିରାଟ କୋହଲିଙ୍କ ଠାରୁ ଆଗରେ ରଖିଛନ୍ତି। ତାଙ୍କ କହିବା କଥା ହେଲା ସଚିନ ଯେଉଁପରି ଦୀର୍ଘ ବର୍ଷ ଧରି କ୍ରିକେଟ ପଡ଼ିଆରେ ତିଷ୍ଠି ରହିଲେ ଓ ତାଙ୍କ ସମୟର କ୍ରିକେଟ ନିୟମରେ ସଫଳତା ପାଇଲେ ତାହା ବର୍ତ୍ତମାନର ସ୍ଥିତି ଠାରୁ ନିଆରା। ତେଣୁ ତାଙ୍କ ବିଚାରରେ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମାନ କୋହଲିଙ୍କ ଠାରୁ ସଚିନ ଆଗରେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ବଢ଼ିଲା ଚୀନ-ଆମେରିକା ମତଭେଦ: କଟକଣା ଲଗାଇଲେ ଟ୍ରମ୍ପ
ଆମେରିକା ଓ ଚୀନ ମଧ୍ୟରେ ମତଭେଦ ଆହୁରି ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ପ୍ରଥମ କଟକଣା ସ୍ବରୁପ ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଆସୁଥିବା ଚୀନ ନାଗରିକଙ୍କ ଉପରେ ଟ୍ରମ୍ପ ରୋକ ଲଗାଇଛନ୍ତି। ଆଉ କୌଣସି ଚୀନ ନାଗରିକଙ୍କୁ ଆମେରିକାର ବିଶ୍ବିବିଦ୍ୟାଳୟ ନେଇ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ହ୍ବାଇଟ ହାଉସରେ ଅନୁଷ୍ଠିତ ପ୍ରେସ କନଫରେନ୍ସରେ ସେ କହିଛନ୍ତି। ସେହିପରି ହଂକଂର ସ୍ବାଧୀନତା ବିପନ୍ନ ହେବାକୁ ନେଇ ଟ୍ରମ୍ପ ଉଦବେଗ ପ୍ରକାଶ କରିଛନ୍ତି। ଚୀନ ନୂଆକରି ପ୍ରଣୟନ କରିଥିବା ସୁରକ୍ଷା ଆଇନକୁ ହଂକଂ ଉପରେ ଲଦି ଦେଇ ଉକ୍ତ ଦେଶର ସ୍ବାଧୀନତାକୁ କ୍ଷୁଣ୍ଣ କରୁଛି ବୋଲି କହିଛନ୍ତି ଟ୍ରମ୍ପ।
ପାକିସ୍ତାନରେ ହିଜବୁଲ୍ ମୁଖ୍ୟ ଉପରେ ଆକ୍ରମଣ, ଆଇଏସ୍ଆଇ କାର୍ପଟଦାର ସନ୍ଦେହ
ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନ୍ ମୁଖ୍ୟ ସୟଦ୍ ସଲାହୁଦ୍ଦିନ୍ ଗତ ୨୫ ତାରିଖରେ ପାକିସ୍ତାନ ରାଜଧାନୀ ଇସଲାମାବାଦଠାରେ ଆକ୍ରମଣର ଶିକାର ହୋଇଛି। ଏହି ଆତଙ୍କୀ ପ୍ରମୁଖ ଉପରେ କୌଣସି ଅଜଣା ଦୁର୍ବ୍‌ତ୍ତ ଆକ୍ରମଣ କରିଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିଲେ ହେଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସଲାହୁଦ୍ଦିନ୍ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ କାର୍ପଟଦାର ବୋଲି ସନ୍ଦେହ କରାଯାଉଛି। ଏହି ଆକ୍ରମଣ ସଲାହୁଦ୍ଦିନକୁ ଜୀବନରେ ମାରିଦେବାକୁ ହୋଇ ନ ଥିଲା। କେବଳ ତାକୁ ବୁଦ୍ଧି ଶିଖାଇବାକୁ କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଘଟଣା ପରେ ସଲାହୁଦ୍ଦିନକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଗାୱଲିଙ୍କ ପାରୋଲ୍ ଅବଧି ବଢ଼ାଇବାକୁ ମନାକଲେ ବମ୍ବେ ହାଇକୋର୍ଟ
କୁଖ୍ୟାତ ଅର୍ଡରୱାର୍ଲ୍ଡ ଡନ୍ ତଥା ପୂର୍ବତନ ବିଧାୟକ ଅରୁଣ ଗାୱଲିଙ୍କ ପାରୋଲ୍ ଅବଧିକୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ବଢ଼ାଇବାକୁ ମନା କରିଦେଇଛନ୍ତି। ଏଥିସହ ଗାୱଲିଙ୍କୁ ଆସନ୍ତା ୫ ଦିନ ଭିତରେ ନାଗପୁର ସେଣ୍ଟ୍ରାଲ୍ କାରାଗାରରେ ଆତ୍ମସମର୍ପଣ କରିବାକୁ ମଧ୍ୟ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଗାୱଲି ପୋଲିସଠାରୁ ଆବଶ୍ୟକ ଅନୁମତି ହାସଲ କରି ତୁରନ୍ତ କାରାଗାରରେ ପହଞ୍ଚିବାକୁ ବେଞ୍ଚ୍ କହିଛନ୍ତି। ନିଜ ପତ୍ନୀ ଆଶାଙ୍କ ଅସୁସ୍ଥତା କାରଣରୁ ଗାୱଲିଙ୍କୁ ୪୫ ଦିନ ପାଇଁ ପାରୋଲରେ ନିଜ ଘରକୁ ଯିବା ସକାଶେ ଅନୁମତି ମିଳିଥିଲା। ଗତ ମାର୍ଚ୍ଚ ୧୩ ତାରିଖରେ ତାଙ୍କୁ ଏହି ଅନୁମତି ଦିଆଯାଇଥିଲା। ପାରୋଲ୍ ପାଇଁ ଅନୁମତି ବେଳେ ତାଙ୍କୁ ଏପ୍ରିଲ୍ ୨୭ ତାରିଖରେ ଫେରିବା ସକାଶେ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋଭିଡ୍-୧୯ ଜନିତ ଲକଡାଉନ୍ କାରଣରୁ ଏହାକୁ ଆଉ ସପ୍ତାହେ ବଢ଼ାଯାଇଥିଲା।
ସାବଧାନ! ଏସବୁ ନଷ୍ଟ କରେ କିଡନୀ
ପ୍ରତ୍ୟେକ ଦିନ ଆମେ ଏପରି କେତେକ ଜିନିଷ ଖାଇଥାଉ, ଯାହା ଆମ କିଡନୀ ପାଇଁ ଠିକ୍ ନୁହେଁ କିମ୍ବା ଏହା କିଡନୀ ଉପରେ ଖରାପ ପ୍ରଭାବ ପକାଇ ପାରେ। ଏସବୁ ଜିନିଷର ପ୍ରଭାବ ଗୋଟିଏ କିମ୍ବା ଦୁଇ ଦିନରେ ଦେଖିବାକୁ ମିଳୁ ନ ଥିବାରୁ ଆମକୁ ଲାଗିଥାଏ ଯେ ଏହା ଆମକୁ କୌଣସି କ୍ଷତି ପହଞ୍ଚାଉ ନାହିଁ। ଆପଣ ଯାହା କିଛି ଖାଉଛନ୍ତି, ତାହା ସ୍ବାସ୍ଥ୍ୟ ଉପରେ ଲମ୍ବା ତଥା ଗଭୀର ପ୍ରଭାବ ପକାଇଥାଏ। ତେଣୁ ନିଜ ଡାଏଟ୍ ଉପରେ ଧ୍ୟାନ ଦେବା ଉଚିତ ଓ ଅଧିକରୁ ଅଧିକ ସ୍ବାସ୍ଥ୍ୟକର ଖାଦ୍ୟ ସେବନ କରିବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। ଯଦି ଆପଣ ନିଜ କିଡନୀ ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ଚାହୁଛନ୍ତି, ତେବେ ଏହି କଥା ଉପରେ ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ। କାରଣ ଏହି ଖାଦ୍ୟ ଆପଣଙ୍କ କିଡନୀ ଉପରେ ପ୍ରଭାବ ପକାଇଥାଏ। ଯାହା ହୁଏତ ଆପଣ ଜାଣି ନ ଥିବେ।
ୱାର୍କ ଫ୍ରମ୍ ହୋମର ସବୁଠାରୁ ବଡ଼ ସମସ୍ୟା କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ
କୋରୋନା ଭାଇରସ କାରଣରୁ ୬୦ ପ୍ରତିଶତ କମ୍ପାନୀର କର୍ମଚାରୀ ଘରୁ ନିଜ କାମ କରୁଛନ୍ତି। ଏମିତିରେ ଦେଖିବାକୁ ଗଲେ, ଅଫିସ ଯାଇ କାମ କରିବା ତୁଳନାରେ ଘରେ ରହି କାମ କଲେ ଅଧିକ ସମୟ କାମ କରିବାକୁ ପଡ଼ିଥାଏ। ଏବେ ଯେତେବେଳେ କାମ ଅଧିକ କରିବାକୁ ପଡ଼ିଥାଏ, ସେତେବେଳେ କମ୍ପ୍ୟୁଟର ସମ୍ମୁଖରେ ଅଧିକ ସମୟ ବସିବାକୁ ପଡ଼ିଥାଏ। ଏହି କାରଣରୁ ଅନେକ ଲୋକଙ୍କୁ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଆଖି ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏହାକୁ ଇଂରାଜୀ ଭାଷାରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କୁହାଯାଏ। ଏହି ସମସ୍ୟା ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଦ୍ବାରା ହୋଇଥାଏ। ଚାଲନ୍ତୁ ଜାଣିବା ଏ ସମ୍ପର୍କରେ।
ଲକଡାଉନରେ ପ୍ରଶଂସକଙ୍କୁ ଭାରତ ଦର୍ଶନ କରାଇଲେ ସାରା
କୋରୋନା ଭାଇରସ ଡର ତଥା ଦେଶରେ ଲକଡାଉନ ହୋଇଥିବାରୁ ଲୋକେ ବାହାରକୁ ବୁଲିବାକୁ ଯାଇପାରୁ ନାହାନ୍ତି। କେହି କେହି ଭର୍ଚୁଆଲ ଟ୍ରାଭେଲ୍ କରୁଛନ୍ତି ତ ଆଉ କେହି ମନ ମାରି ଘରେ ବସିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଏହି ସମୟରେ ସମସ୍ତ ବଲିଉଡ୍ କଳାକାର ନିଜ ପରିବାର ସହିତ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ଅନେକେ ମଜାଦାର ଭିଡ଼ିଓ ତିଆରି କରି ନିଜ ପ୍ରଶଂସକଙ୍କ ସହିତ ଶେୟାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏପରିସ୍ଥଳେ ସମସ୍ତଙ୍କ ପ୍ରିୟ ସାରା ଅଲୀ ଖାନ ମଧ୍ୟ ନିଜ ମା’ ଅମୃତା ସିଂ ଓ ଭାଇ ଇବ୍ରାହିମ ଅଲୀ ଖାନଙ୍କ ସହିତ ମଜାଦାର ଭିଡ଼ିଓ ତିଆରି କରି ଲକଡାଉନକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ସାରା ଏକ ନୂଆ ଭିଡ଼ିଓ ଶେୟାର କରିଥିଲେ। ଏଥର ସେ ନିଜ ପରିବାର ସହିତ ନୁହେଁ, ବରଂ ଘରେ ବସି ନିଜ ପ୍ରଶଂସକଙ୍କୁ ଭାରତ ଦର୍ଶନ କରାଉଥିବା ନଜର ଆସିଥିଲେ।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଘରୋଇ ଉପାୟ ଆପଣାଇ ଚମକାନ୍ତୁ ହଳଦିଆ ପଡ଼ିଯାଇଥିବା ଦାନ୍ତ
କେବଳ ଖାଦ୍ୟ ଚୋବାଇବାରେ ନୁହେଁ , ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଦାନ୍ତ ସାହାଯ୍ୟ କରିଥାଏ କିନ୍ତୁ ସିଗାରେଟ୍, ମଦ, ଅଧିକ ମିଠା ଖାଦ୍ୟ, ବ୍ରଶ୍ ନ କରି ଖାଦ୍ୟ ଖାଇବା, ଦାନ୍ତକୁ ଠିକ ଭାବେ ସଫା ନ କରିବା ଓ ଖରାପ ଖାଦ୍ୟପେୟ ପାଇଁ ଏହା ହଳଦିଆ ପଡ଼ି ଯାଇଥାଏ। ଫଳରେ ହସିବା ବେଳେ ଆପଣ ଲଜ୍ଜା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ଲୋକେ ରସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ଫଳରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ। କେତେକ ଲୋକ ଏଥିପାଇଁ କେବଳ ଟୁଥପେଷ୍ଟ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଏହା କୌଣସି ପ୍ରଭାବ ପକାଏ ନାହିଁ। ଯଦି ଆପଣ ମଧ୍ୟ ଦାନ୍ତର ହଳଦିଆ ପଣ ଦୂର କରିବାକୁ ଚାହୁଛନ୍ତି ତେବେ କେତେକ ଘରୋଇ ଉପାୟ ଅବଲମ୍ବନ କରିପାରିବେ। ଯାହାଫଳରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ।