ନିଟ୍ ପରୀକ୍ଷା ନେଇ ବର୍ଷିଲେ ସୁପ୍ରିମକୋର୍ଟ: ଜୁନିୟର୍ ଡାକ୍ତର ଫୁଟବଲ୍ ନୁହନ୍ତି

ନୂଆଦିଲ୍ଲୀ: ଦେଶରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) ପିଜି ସୁପର୍ ସ୍ପେଶାଲିଟି ପରୀକ୍ଷା-୨୦୨୧ର ସିଲାବସରେ ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ପ୍ରବଳ ବର୍ଷିଛନ୍ତି। ରାଜନୀତି ତଥା ଶାସନର ଖେଳରେ ଦେଶର ଜୁନିୟର୍ ଡାକ୍ତରମାନଙ୍କୁ କଦାପି ଫୁଟବଲ୍ ବୋଲି ଭାବିବା ଉଚିତ୍ ନୁହେଁ। ଏହି ମାମଲାରେ ଆସନ୍ତା ସୋମବାର ସୁଦ୍ଧା କେନ୍ଦ୍ର ସରକାର ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଏ ସମ୍ବନ୍ଧରେ ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ମଧ୍ୟ ଆୟୋଜିତ କରିବାକୁ କଡ଼ା ନିର୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାର ନିଟ୍ ପିଜି ସୁପର୍ ସ୍ପେଶାଲିଟି ପରୀକ୍ଷା-୨୦୨୧ର ସିଲାବସରେ ପରୀକ୍ଷାର ୨ ମାସ ପୂର୍ବରୁ ପରିବର୍ତ୍ତନ କରିଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସେନ୍ତାଷ ଦେଖାଦେଇଛି। ଏହା ବିରୋଧରେ ୪୧ ଜଣ ପିଜି ଯୋଗ୍ୟତାଧାରୀ ଡାକ୍ତର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ତାଲିବାନୀଙ୍କ ଫରମାନ୍: ଦାଢ଼ି କାଟିବା ମନା, ସେଲୁନ୍

କାବୁଲ୍: ଆଫଗାନିସ୍ତାନର ଶାସନ ଭାର ଗତ ଅଗଷ୍ଟ ୧୫ ତାରିଖ ଠାରୁ ଗ୍ରହଣ କରିଥିବା ଆତଙ୍କୀ ସଂଗଠନ ତାଲିବାନ୍ ନିଜର କଠୋରପନ୍ଥୀ ଚିନ୍ତାଧାରା ପାଇଁ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଏହା ଗୋଟିଏ ପରେ ଗୋଟିଏ ଅମାନବୀୟ ଫରମାନ୍ ଜାରି କରିବାରେ ଲାଗିଛି। ଯଦିଓ ତାଲିବାନ୍ ସରକାର ଗଢ଼ିବା ପରେ ମାନବାଧିକାରର ସୁରକ୍ଷା ସହ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବାରେ କୌଣସି କାର୍ପଣ୍ୟ କରିବ ନାହିଁ ବୋଲି ଘୋଷଣା କରିଥିଲା, କିନ୍ତୁ ଏଥିରେ ଏହି ଆତଙ୍କୀ ସଂଗଠନର ସଦସ୍ୟମାନେ କେତେଦୂର ଏହି ପ୍ରତିଶ୍ରୁତି ରକ୍ଷା କରିପାରୁଛନ୍ତି, ତାହା ଉପରେ ବିରାଟ ପ୍ରଶ୍ନବାଚୀ ଲାଗିଛି। କାରଣ ଏବେ ତାଲିବାନୀମାନେ ସେମାନଙ୍କ ମୌଳବାଦୀ ଚିନ୍ତାଧାରାର ଆଉ ଏକ ନମୁନା ଉପସ୍ଥାପନ କରିଛନ୍ତି। ତାଲିବାନୀମାନେ ଆଫଗାନିସ୍ତାନରେ ଥିବା ସେଲୁନଗୁଡ଼ିକ ପାଇଁ ନୂଆ ନିର୍ଦେଶାନାମା ଜାରି କରିଛନ୍ତି।
ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନର ଶୁଭାରମ୍ଭ, କେନ୍ଦ୍ରୀୟ ଯୋଜନାର ପ୍ରଶଂସା କଲେ ମୋଦୀ
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଅନେକ ଜନକଲ୍ୟାଣ ଯୋଜନାର ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ମୋଦୀ ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନର ମଧ୍ୟ ଶୁଭାରମ୍ଭ କରିଛନ୍ତି। କୋରୋନା ସଂକ୍ରମଣ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ‘କୋୱିନ୍’ ଆପର ଉପଯୋଗିତାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଚ୍ଚ ପ୍ରଶଂସା କରିବା ସହ ଏହି ଆପ୍ ମାଧ୍ୟମରେ ସାଧାରଣ ଲୋକେ ଟିକାକରଣ ପାଇଁ ପଞ୍ଜିକରଣ କରିବା ସହ ପ୍ରମାଣପତ୍ର ଆଦି ହାସଲ କରିପାରିଛନ୍ତି। ତେଣୁ ଏହା କୋଭିଡ୍ ସମୟରେ ଜନସାଧାରଣଙ୍କ କାର୍ଯ୍ୟରେ ଲାଗିଥିବା ସବୁଠାରୁ ବଡ଼ ଯୋଜନା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାଷଣ ଦେବାକୁ ଯାଇ ମୋଦୀ କହିଛନ୍ତି ଯେ ରାସନଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠି ୟୁପିଆଇ ପହଞ୍ଚିପାରିଛି। ଏହା କୌଣସି ସାଧାରଣ ଲୋକ ନିକଟରେ ମଧ୍ୟ ପହଞ୍ଚିବାରେ ସକ୍ଷମ ହୋଇଛି। ଦେଶରେ ୧୩୫ କୋଟି ଜନତାଙ୍କ ମଧ୍ୟରୁ ୧୧୮ କୋଟି ଲୋକଙ୍କ ପାଖରେ ମୋବାଇଲ୍ ରହିଥିବା ବେଳେ ୮୦ କୋଟି ଲୋକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ତା’ଛଡ଼ା ଦେଶର ୪୩ କୋଟି ମହିଳା ବ୍ୟାଙ୍କରେ ଜନଧନ ଆକାଉଣ୍ଟ୍ ଖୋଲି ସ୍ବାବଲମ୍ବୀ ହୋଇପାରିଛନ୍ତି। ତେଣୁ ଭାରତ ବ୍ୟତୀତ ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ ବଡ଼ ପରିମାଣର ଡିଜିଟାଲ୍ ଭିତ୍ତିଭୂମି ଉପଲବ୍ଧ ନ ଥିବ ବୋଲି ମୋଦୀ କହିଛନ୍ତି।
ଯୋଗୀଙ୍କ ନିର୍ବାଚନୀ ଥୋପ: ମନ୍ତ୍ରିମଣ୍ଡଳରେ ଜିତିନଙ୍କ ସମେତ ୭ ନୂଆ ମନ୍ତ୍ରୀ ସାମିଲ
୨୦୨୨ ବିଧାନସଭା ନିର୍ବାଚନକୁ ଦେଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମନ୍ତ୍ରିପରିଷଦର ସମ୍ପ୍ରସାରଣ କରିଛନ୍ତି। ଜଣେ ବ୍ରାହ୍ମଣ, ୩ ଓବିସି, ୨ ହରିଜନ ଓ ଜଣେ ଆଦିବାସୀ ବର୍ଗର ସଦସ୍ୟଙ୍କୁ ନେଇ ଯୋଗୀ ତାଙ୍କ ମନ୍ତ୍ରିପରିଷଦକୁ ସମ୍ପ୍ରସାରିତ କରିଛନ୍ତି। କଂଗ୍ରେସରୁ ବିଜେପିରେ ସାମିଲ୍ ହୋଇଥିବା ଜିତିନ ପ୍ରସାଦ ବ୍ରାହ୍ମଣ ନେତା ଭାବେ ମନ୍ତ୍ରିପରିଷଦରେ ସ୍ଥାନ ପାଇଛନ୍ତି। ୭ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ସେ ଏକମାତ୍ର ସଦସ୍ୟ ଭାବେ କ୍ୟାବିନେଟ ପାହ୍ୟା ହାସଲ କରିଥିଲା ବେଳେ ଅନ୍ୟମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ପଲଟୁ ରାମ, ଛତ୍ରପାଲ୍ ସିଂହ ଗଙ୍ଗୱାର, ସଂଗୀତା ବଲୱନ୍ତ ବିନ୍ଦ, ଧର୍ମବୀର ପ୍ରଜାପତି, ସଞ୍ଜୀବ କୁମାର ଗୌର ଓ ଦିନେଶ ଖଟିକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲ ରାଜଭବନରେ ଆୟୋଜିତ ସମାରୋହରେ ୭ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଟି-୨୦ ବିଶ୍ବକପ୍ ପରେ କୋଚ୍
ନିକଟରେ ଭାରତର ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ନେତୃତ୍ବ ନେବାକୁ ଅକ୍ଷମ ଥିବା କଥା ପ୍ରକାଶ କରିବା ସହ ଆଗାମୀ ଟି-୨୦ ବିଶ୍ବକପ୍ ପରେ କ୍ଷୁଦ୍ର ଫର୍ମାଟରେ ନେତୃତ୍ବ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବା ତାଙ୍କର ଏପରି ନିଷ୍ପତ୍ତିର ମୁଖ୍ୟ କାରଣ ହୋଇଥିବା ବେଳେ ଟି-୨୦ ବିଶ୍ବକପ ପରେ ଭାରତୀୟ ଟି-୨୦ ଦଳର ନେତୃତ୍ବ ବର୍ତ୍ତମାନ ଉପଅଧିନାୟକ ରହିଥିବା ରୋହିତ ଶର୍ମା ନେବା ଏକରକମ ଥୟ। ସେହିପରି ଦଳର ମୁଖ୍ୟ କୋଚ୍ ରହିଥିବା ରବି ଶାସ୍ତ୍ରୀ ମଧ୍ୟ ଟି-୨୦ ବିଶ୍ବକପ୍ ପରେ ଏହି ପଦବୀ ଛାଡ଼ିବେ। ତେଣୁ ତାଙ୍କ ସ୍ଥାନରେ ପୁଣିଥରେ କିମ୍ବଦନ୍ତୀ ସ୍ପିନର୍ ଅନୀଲ କୁମ୍ବଲେ ଏହି ଦାୟିତ୍ବକୁ ଫେରିବାର ସମ୍ଭାବନା ରହିଛି ବୋଲି ବିସିସିଆଇ ପ୍ରକାଶ ସମ୍ଭାବନା ପ୍ରକାଶ ପାଇଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ତାଙ୍କୁ ଓ ପୂର୍ବତନ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ପଦ ସକାଶେ ଆବେଦନ କରିବାକୁ କହିବାର ସମ୍ଭାବନା ରହିଛି। କୁମ୍ବଲେ ପୂର୍ବରୁ ୨୦୧୬-୧୭ ସିଜନରେ ପାଖାପାଖି ବର୍ଷ ଭାରତୀୟ ଟିମର କୋଚ୍ ରହିସାରିଛନ୍ତି। ସେତେବେଳେ ସଚିନ୍ ତେନ୍ଦୁଲକର, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟି (ସିଏସି) ତାଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଥାନରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ମତଭେଦ କାରଣରୁ ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ଭାରତ ହାରିବା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଆଜି ସରିବ ପିପିଲି ଉପନିର୍ବାଚନ ପ୍ରଚାର
ଆଉ ମାତ୍ର ଦୁଇ ଦିନ ପରେ ପିପିଲି ବିଧାନସଭା ଉପନିର୍ବାଚନ। ନିର୍ବାଚନୀ ପ୍ରଚାରରେ ଏବେ ମଇଦାନ କମ୍ପୁଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି ସମସ୍ତ ଦଳର ବହୁ ହେଭିୱେଟ୍‌। ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଭୋଟରଙ୍କ ପାଖରେ ପହଞ୍ଚିବାକୁ ଆଜି ଗୋଟିଏ ଦିନ ସମୟ ଥିବାରୁ ପ୍ରାର୍ଥୀ ଓ ସମର୍ଥକ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସବୁ ରାଜନୈତିକ ଦଳ ନେତା ଓ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ବିଭିନ୍ନ ପଞ୍ଚାୟତରେ ସଭା କରି ପ୍ରଚାର କରୁଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କ ପାଇଁ ଭୋଟ୍ ମାଗିଛନ୍ତି।
ଯୋଗୀ ସରକାର ଉପରେ ବର୍ଷିଲେ ଟିକାଏତ, ଏମଏସପି ମିଳୁ ନ ଥିବା ଅଭିଯୋଗ କଲେ
କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ପ୍ରତିବାଦରେ ୧୦ ମାସରୁ ଊର୍ଦ୍ଧ୍ବ ସମୟ ହଜାର ହଜାର ସଂଖ୍ୟାରେ ଚାଷୀ ରାଜଧାନୀ ଦିଲ୍ଲୀ ସହ ଜଡ଼ିତ ସୀମାରେଖା ନିକଟରେ ଆନ୍ଦୋଳନ କରିଆସୁଛନ୍ତି। ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପକାଇବା ସକାଶେ କେନ୍ଦ୍ର ସରକାର କେତେକ ସଂଶୋଧନ ସପକ୍ଷରେ ମତ ଦେଇଆସୁଥିଲେ ମଧ୍ୟ ଚାଷୀମାନେ ତିନିଟିଯାକ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିବା ଫଳରେ ଅଦ୍ୟାବଧି କୌଣସି ସମାଧାନର ପନ୍ଥା ବାହାରିପାରିନାହିଁ। ପାଖାପାଖି ୪୦ଟି କୃଷି ସଂଗଠନ ଏହି ଆନ୍ଦୋଳନର ନେତ୍‌ତ୍ବ ନେଉଥିବା ବେଳେ କେନ୍ଦ୍ର ସରକାର ଉପରେ ଚାପ ପକାଇବା ଉଦ୍ଦେଶ୍ୟ ନେଇ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଦେଶର ଅଣବିଜେପି ରାଜ୍ୟଗୁଡ଼ିକରେ ଏହି ବନ୍ଦକୁ ସମର୍ଥନ ମିଳିଥିଲେ ମଧ ଅନ୍ୟାନ୍ୟ କୌଣସି ସ୍ଥାନରେ ଏହା ବିଶେଷ ସଫଳ ହୋଇପାରିନାହିଁ। ଉତ୍ତର ପ୍ରଦେଶର ଯୋଜନା ସରକାର ଚାଷୀମାନଙ୍କ ସ୍ବାର୍ଥରକ୍ଷା ଦିଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। କାରଣ ରାଜ୍ୟର ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମିଳୁ ନ ଥିବା ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଅନ୍ୟତମ କ୍‌ଷି ସଂଗଠନ ଭାରତୀୟ କିସାନ୍ ୟୁନିଅନ୍ (ବିକେୟୁ)ର ମୁଖ୍ୟ ରାକେଶ ଟିକାଏତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନୀ ଇସ୍ତାହାରରେ ଯୋଗୀ ଚାଷୀଙ୍କଠାରୁ ଆଖୁ କ୍ବିଣ୍ଟାଲ୍ ପ୍ରତି ୩୭୫ରୁ ୪ ଶହ ଟଙ୍କା ମୂଲ୍ୟରେ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ମାତ୍ର ୨୫ ଟଙ୍କା କ୍ବିଣ୍ଟାଲ୍ ପ୍ରତି ଏମଏସପି ବଢ଼ାଇ ଚାଷୀକୁ ଭଣ୍ଡାଇବାକୁ ଉଦ୍ୟମ କରିଛନ୍ତି। ତେଣୁ ରାଜ୍ୟର ଆଖୁଚାଷୀମାନେ ଭୋଗିଥିବା କ୍ଷତିର ହିସାବ ଯୋଗୀ ଦିଅନ୍ତୁ ବୋଲି ଟିକାଏତ ଦାବି କରିଛନ୍ତି।
ଆଇପିଏଲ୍‌ ବେଟିଂ: ୬ ଗିରଫ
ଆଇପିଏଲ୍‌ ବେଟିଂ ବେଳେ ପୋଲିସ୍‌ର ଚଢ଼ାଉ। ଆସିକା ପାଟପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଆଇପିଏଲ ବେଟିଂକୁ ପଣ୍ଡ କରିଛି ପୋଲିସ୍‌। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ୍‌ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ୍‌ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ, ମଳାଭଞ୍ଜା ଗ୍ରାମର ଯୋଗୀ ବେହେରା, ପାଟପୁର ଥାନା ପୋଡ଼ାମାରି ଗ୍ରାମର କାଳୀଚରଣ ସାହୁ, ଶିବ ଶଙ୍କର ମହାନ୍ତି, ଧରମପୁର ଗ୍ରାମର ବିଜୟ କୁମାର ପ୍ରଧାନ ଏବଂ ଏ.ବାବୁଲା ଦୋରା। ଅଭିଯୁକ୍ତମାନଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କଠାରୁ ୮ଟି ମୋବାଇଲ ଫୋନ୍‌ ସମେତ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା ଜବତ କରାଯାଇଛି।
ସାରନାଥ ପର୍ଯ୍ୟଟନସ୍ଥଳୀର ମହତ୍ତ୍ବ ଅନେକ
ଗଙ୍ଗା ଓ ବରୁଣ ନଦୀର ସଙ୍ଗମସ୍ଥଳୀ ନିକଟରେ ଉତ୍ତର ପ୍ରଦେଶର ବାରାଣସୀ ଠାରୁ ୧୦ କିମି ଉତ୍ତର-ପୂର୍ବରେ ଏକ ଛୋଟ ଗାଁ ସାରନାଥ ଅବସ୍ଥିତ। ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ନିଜର ପ୍ରଥମ ଉପଦେଶ ସାରନାଥରେ ଦେଇଥିଲେ। ଯାହାକୁ ଧର୍ମଚକ୍ର ପ୍ରବର୍ତ୍ତନ ନାମ ଦିଆଯାଇଛି ଓ ଏହା ବୌଦ୍ଧ ମତ ପ୍ରଚାର ପ୍ରସାରର ଆରମ୍ଭ ଥିଲା। ବୌଦ୍ଧ ଧର୍ମର ଚାରି ପ୍ରମୁଖ ତୀର୍ଥ ସ୍ଥଳ ମଧ୍ୟରେ ସାରନାଥ ଅନ୍ୟତମ। ବୌଦ୍ଧ ଧର୍ମ ବ୍ୟତୀତ ସାରନାଥକୁ ଜୈନ ଓ ହିନ୍ଦୁ ଧର୍ମରେ ବି ମହତ୍ତ୍ବ ଦିଆଯାଏ। ଜୈନ ଗ୍ରନ୍ଥରେ ଏହାକୁ ସିଂହପୁର କୁହାଯାଏ। ଜୈନ ଧର୍ମର ଏକାଦଶ ତୀର୍ଥଙ୍କର ଶ୍ରେୟାଂସନାଥଙ୍କ ଜନ୍ମ ଏଠାରୁ କିଛି ଦୂରରେ ହୋଇଥାଏ ବୋଲି କୁହାଯାଏ। ଏଠାରେ ସାରଙ୍ଗନାଥ ମହାଦେବଙ୍କ ମନ୍ଦିର ବି ରହିଛି।

ଫଟୋ ଗ୍ୟାଲେରୀ

ଭାରତ ଭଳି ଏସବୁ ଦେଶରେ ବି କରାଯାଏ ପିତୃପକ୍ଷ ଶ୍ରାଦ୍ଧ
ଦେଶରେ ପ୍ରତ୍ୟେକ ବର୍ଷ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ। ଏହି ସମୟରେ ଲୋକେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ସେମାନଙ୍କ ଆଶୀର୍ବାଦ ପାଇବା ଲାଗି ଶ୍ରାଦ୍ଧ କର୍ମ କରିଥାନ୍ତି। ଏହି ଶ୍ରାଦ୍ଧ କେହି ଘରକୁ ପଣ୍ଡିତ ଡାକି କରିଥାନ୍ତି ତ ଆଉ କେହି କୌଣସି ପବିତ୍ର ସ୍ଥାନକୁ ଯାଇ ଶ୍ରାଦ୍ଧ ଦେଇଥାନ୍ତି। ମାନ୍ୟତା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ପିଣ୍ଡଦାନ, ତର୍ପଣ କରିବା ଦ୍ବାରା ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏଥିସହିତ ସେମାନେ ପୃଥିବୀ ପୃଷ୍ଠକୁ ଆସି ନିଜ ପରିବାର ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଭଳି ଅନ୍ୟ ଦେଶର ଲୋକେ ବି ନିଜ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଖାସ ପର୍ବ ପାଳନ କରନ୍ତି। ଭାରତ ଭଳି ଅନ୍ୟ ଦେଶର ଲୋକେ ବି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। କିନ୍ତୁ ସେମାନଙ୍କ ପଦ୍ଧତି କିଛି ମାତ୍ରାରେ ଅଲଗା। ଚାଲନ୍ତୁ ଜାଣିବା ବିସ୍ତାରରେ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।