Saturday 7 December 2019, 5:10:18 am
ଆମ ସମ୍ପର୍କରେ
|
ଆମ ସହ ବିଜ୍ଞାପନ
|
ଯୋଗାଯୋଗ
|
ପ୍ରତିକ୍ରିୟା
|
ସଂଗ୍ରହାଳୟ
|
ଗ୍ରାହକ ହୁଅନ୍ତୁ
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ଅପରାଧ
ସମ୍ପାଦକୀୟ
କଳା ଓ ସଂସ୍କୃତି
ମତାମତ
ଉପଯୋଗୀ ଟିପ୍ସ
ଭେଟ୍ଘାଟ୍
ଲାଇଫ ଷ୍ଟାଇଲ
ଅନ୍ୟାନ୍ୟ
ଶ୍ରୀଜଗନ୍ନାଥ ଚେତନା
ସମ୍ପାଦକଙ୍କ ପସନ୍ଦ
ସ୍ବତନ୍ତ୍ର ପ୍ରସଙ୍ଗ
ବିଜ୍ଞାନ ଓ ପ୍ରଯୁକ୍ତି
ବାଦ ବିବାଦ
ଉତ୍ତମ ସ୍ବାସ୍ଥ୍ୟ
ନାରୀ
ଜଣା ଅଜଣା
ସୋସିଆଲ ମିଡିଆ
ବୁଲାବୁଲି
ପାଟି ସୁଆଦ
ରାଶିଫଳ
ନାଗରିକ ସାମ୍ବାଦିକ
ଶିଶୁ ରାଇଜ
ଫ୍ୟାଶନ
ଇତିହାସର ଆଇନାରେ
ଭିଡିଓ ଗ୍ୟାଲେରୀ
ଯୁବ ଜଗତ
ଶିକ୍ଷା ଓ କ୍ୟାରିଅର
ଛୋଟ ଛୋଟ କଥା
ଫଟୋ ଗ୍ୟାଲେରୀ
କାର୍ଟୁନ କର୍ଣ୍ଣର
ପ୍ରବନ୍ଧ
ହସକଥା
Email ID:
Password:
Forgot Password ? Click Here
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅପରାଧ
ଯୁବ ଜଗତ
ଲାଇଫ ଷ୍ଟାଇଲ
ଉତ୍ତମ ସ୍ବାସ୍ଥ୍ୟ
ଫଟୋ ଗ୍ୟାଲେରୀ
ଅନ୍ୟାନ୍ୟ
ଜଣା ଅଜଣା
ଇତିହାସର ଆଇନାରେ
ପାଟି ସୁଆଦ
ହସକଥା
ବୁଲାବୁଲି
ଉପଯୋଗୀ ଟିପ୍ସ
ନାରୀ
ଭିଡିଓ ଗ୍ୟାଲେରୀ
ଫ୍ୟାଶନ
କାର୍ଟୁନ କର୍ଣ୍ଣର
ମୁଖ୍ୟ ଖବର
ଚର୍ଚ୍ଚିତ ଖବର
ଅଧିକ ଦେଖନ୍ତୁ
ତିମିକୁ କାଳ ପ୍ଲାଷ୍ଟିକ: ପେଟରୁ ବାହାରିଲା ୧୦୦ କିଲୋ
ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ପଣ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନା! ଖୋଲିଲାନି
ରାଜ୍ୟରେ ମହିଳା ଓ ନାବାଳିକା ଅସୁରକ୍ଷିତ ପ୍ରସଙ୍ଗରେ ଶ୍ବେତପତ୍ର
ବଢ଼ୁଛି ବିଶ୍ୱତାପନ: ୧୦ ବର୍ଷରେ ୨ କୋଟି ୨୦ ଲକ୍ଷ ବିସ୍ଥାପିତ
ରାଜ୍ୟ
ଅଧିକ ଦେଖନ୍ତୁ
ଭୁଲ୍ ଚାଲାଣ କଟିଥିଲେ ଫେରସ୍ତ ମିଳିବ ଟଙ୍କା
ଭୁବନେଶ୍ୱର: ସଂଶୋଧିତ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯିବା ପରେ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କରାଯାଇ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି। ଯେଉଁମାନେ ନିୟମ ଉଲ୍ଲଂଘନ କରି ନାହାନ୍ତି ତାଙ୍କ ଘରକୁ ଇ-ଚାଲାଣ ଯାଇ ପହଞ୍ଚି ଯାଉଛି। ଏପରିକି କାର୍ ଚାଳକଙ୍କୁ ହେଲମେଟ୍ ପିନ୍ଧି ନ ଥିବାରୁ ଜରିମାନା ମଧ୍ୟ କରାଯାଇଛି। ଏନେଇ ତର୍କବିତର୍କ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଘୋଷଣା କରାଯାଇଛି। ଶୁକ୍ରବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଭୁଲ୍ ଚାଲାଣ କଟାଯିବା କଥା ନୁହେଁ। ମାତ୍ର ଯଦି କଟିଥିବ ତେବେ ସଂପୃକ୍ତି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ଫେରସ୍ତ କରାଯିବ।
ଦେଶ
ଅଧିକ ଦେଖନ୍ତୁ
ଏନ୍କାଉଣ୍ଟର୍ ପାଇଁ ପୋଲିସ୍କୁ ଦୋଷଦେଲେ ୩ ଅଭିଯୁକ୍ତଙ୍କ ପରିବାର
ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ଭୋର୍ ସମୟରେ ୪ ଅଭିଯୁକ୍ତଙ୍କୁ ପୋଲିସ୍ ଏନ୍କାଉଣ୍ଟର୍ କରିଥିବା ବେଳେ ସେମାନଙ୍କ ପରିବାରରେ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ୩ ଜଣ ଅଭିଯୁକ୍ତଙ୍କ ପରିବାର ଏପରି ଏନ୍କାଉଣ୍ଟର୍କୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ହେଁ ଅନ୍ୟ ଜଣେ ଅଭିଯୁକ୍ତର ପରିବାର ଏନେଇ ପୋଲିସ୍ ଉପରକୁ ଅଙ୍ଗୁଳି ନିର୍ଦେଶ କରିନାହିଁ। ଅଭିଯୁକ୍ତ ଜୋଲ୍ଲୁ ଶିବାର ପିତା ଜୋଲ୍ଲୁ ରାଜପ୍ପା କହିଛନ୍ତି ଯେ ସମଗ୍ର ବିଶ୍ବ କହୁଛି ଯେ ମୋ ପୁଅ ଜଣେ ସଙ୍ଗୀନ ଅପରାଧୀ। ସେ ଦୁଷ୍କର୍ମ କରିଥିବା ନେଇ ନିଜେ ସ୍ବୀକାର କରିଥିବା କୁହଯାଉଥିଲା। ତେଣୁ ବର୍ତ୍ତମାନ ତାକୁ ଉପଯୁକ୍ତ ଦଣ୍ଡ ମିଳିଛି ବୋଲି ରାଜପ୍ପା କହିଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଏହି ଏନ୍କାଉଣ୍ଟର୍ ପାଇଁ ପୋଲିସ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷକରି ୪ ଅଭିଯୁକ୍ତଙ୍କ ମଧ୍ୟରେ ଏକମାତ୍ର ବିବାହିତ ଚିନ୍ତାକୁନ୍ତା ଚେନ୍ନା କେଶବୁଲୁଙ୍କ ପତ୍ନୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଓ ପୋଲିସ୍ ତାଙ୍କ ସ୍ବାମୀଙ୍କୁ ଯଦି ମାରିଲା, ତା’ହେଲେ ତାଙ୍କୁ ବି ଗୁଳି କରିଦେଉ ବୋଲି କହିଛନ୍ତି।
ବିଶ୍ଵ
ଅଧିକ ଦେଖନ୍ତୁ
ଟ୍ରମ୍ପଙ୍କୁ ଝଟ୍କା: ମହାଭିଯୋଗର ପ୍ରାଥମିକ
ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ଯାଞ୍ଚ ଜାରି ରହିଛି। ଇତିମଧ୍ୟରେ ଆମେରିକା ସଦନର ନ୍ୟାୟିକ କମିଟି ପକ୍ଷରୁ ଯାଞ୍ଚର ପ୍ରାଥମିକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ ରାଜନୈତିକ ଏବଂ ବ୍ୟକ୍ତିଗତ ଉଦ୍ଦେଶ୍ୟ ପୂରଣ ପାଇଁ ରାଷ୍ଟ୍ରହିତ ପ୍ରତି ଦୃଷ୍ଟି ନ ଦେଇ ସେ ନିଜର ଅଧିକାରର ଦୁରୁପଯୋଗ କରିଛନ୍ତି। ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ବିଦେଶରୁ ସହାୟତା ଲୋଡ଼ିଥିବା ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି।
ରାଜନୀତି
ଅଧିକ ଦେଖନ୍ତୁ
ଟ୍ରମ୍ପଙ୍କୁ ଝଟ୍କା: ମହାଭିଯୋଗର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ଯାଞ୍ଚ ଜାରି ରହିଛି। ଇତିମଧ୍ୟରେ ଆମେରିକା ସଦନର ନ୍ୟାୟିକ କମିଟି ପକ୍ଷରୁ ଯାଞ୍ଚର ପ୍ରାଥମିକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ ରାଜନୈତିକ ଏବଂ ବ୍ୟକ୍ତିଗତ ଉଦ୍ଦେଶ୍ୟ ପୂରଣ ପାଇଁ ରାଷ୍ଟ୍ରହିତ ପ୍ରତି ଦୃଷ୍ଟି ନ ଦେଇ ସେ ନିଜର ଅଧିକାରର ଦୁରୁପଯୋଗ କରିଛନ୍ତି। ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ବିଦେଶରୁ ସହାୟତା ଲୋଡ଼ିଥିବା ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି।
ତେଲେଙ୍ଗାନା ଏନ୍କାଉଣ୍ଟର୍
ଗତ ୨୭ ତାରିଖରେ ହାଇଦ୍ରାବାଦ ଉପକଣ୍ଠସ୍ଥ ଶାଦନଗରଠାରେ ୪ ଜଣ ଯୁବକ ୨୬ ବର୍ଷୀୟା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ ଗୋଟିଏ ପୋଲ ତଳେ ଜୀବନ୍ତ ଅବସ୍ଥାରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ଏହି ଘଟଣାରେ ତୁରନ୍ତ ହାଇଦ୍ରାବାଦ ପୋଲିସ୍ ଉକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ତେବେ ୨୦୧୨ର ନିର୍ଭୟା କାଣ୍ଡ ପରେ ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଦେଶରେ ନାରୀ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଯିବା ସହ ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବା ସକାଶେ ଦାବି ଜୋର୍ ଧରିଥିଲା। ତେବେ ଶୁକ୍ରବାର ଭୋର୍ ଦେଶର ସିଂହଭାଗ ଲୋକ ଚାହୁଁଥିବା ଫଳ ଦୁଷ୍କର୍ମକାରୀମାନଙ୍କୁ ମିଳିଛି। ଘଟଣାର ରିକ୍ରିଏସନ୍ ପାଇଁ ପୋଲିସ୍ ସେମାନଙ୍କୁ ଘଟଣାସ୍ଥଳକୁ ନେଇଥିଲେ ହେଁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ୪ ଗଣଦୁଷ୍କର୍ମକାରୀ ଏନ୍କାଉଣ୍ଟର୍ରେ ନିହତ ହୋଇଛନ୍ତି। ଏହି ଏନ୍କାଉଣ୍ଟର୍ ନେଇ ହାଇଦ୍ରାବାଦ ପୋଲିସ୍ ସହ କେ. ଚନ୍ଦ୍ରଶେଖର ରାଓ ସରକାରଙ୍କୁ ଜନସାଧାରଣ ପ୍ରଶଂସା କରୁଥିଲେ ହେଁ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ ଅନ୍ୟମାନଙ୍କ ତୁଳନାରେ ଏହି ମାମଲାରେ ଭିନ୍ନ ମତ ପୋଷଣ କରିଛନ୍ତି ଓ ଏନ୍କାଉଣ୍ଟର୍ ପାଇଁ ପୋଲିସ୍କୁ ନିନ୍ଦା କରିଛନ୍ତି।
ବାଣିଜ୍ୟ ଓ ଅର୍ଥନୀତି
ଅଧିକ ଦେଖନ୍ତୁ
ରୁଷ-ଭାରତ ଭାଗିଦାରୀରେ ଇସ୍ପାତ
ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରୁଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ। ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଦ ମେଡିସିନ୍ସ କୋ.କୁ ୯.୭
ସ୍ବିଜରଲାଣ୍ଡ୍ ଭିତ୍ତିକ ହେଲ୍ଥକେୟାର୍ କମ୍ପାନୀ ନୋଭାର୍ଟିସ୍ ଏଜି ଆମେରିକାର ପ୍ରମୁଖ ବାୟୋଟେକ୍ନୋଲୋଜି କମ୍ପାନୀ ଦ ମେଡିସିନ୍ସ କୋ.ର ଅଧିଗ୍ରହଣ କରିବ। ଏ ବାବଦରେ ନୋଭାର୍ଟିସ୍କୁ ୯.୭ ବିଲିୟନ୍ ଡଲାର୍ ଅର୍ଥ ପଇଠ କରିବାକୁ ପଡ଼ିବ। ରବିବାର ଏ ନେଇ ନୋଭାର୍ଟିସ୍ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ହୃଦ୍ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଦିଗରେ ନିଜର କ୍ଷେତ୍ରକୁ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଥିବାରୁ ଆମେରିକୀୟ କମ୍ପାନୀକୁ ଅଧିଗ୍ରହଣ କରିଥିବା କହିଛି। ଏହି ଅଧିଗ୍ରହଣ ଫଳରେ ନୋଭାର୍ଟିସ୍ ଏହାର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ଆମ୍ଗେନ୍ ଇଙ୍କ୍ର ରେପାଥା ଓ ସାନୋଫିସ୍ ଓ ରେଗିନେରୋନ୍ ଫାମାସ୍ୟୁଟିକାଲ୍ସ ଇଙ୍କ୍ ପ୍ରାଲୁଣ୍ଟ୍ ଆଦିକୁ ଚ୍ୟାଲେଞ୍ଜ୍ ଦେଇପାରିବ ବୋଲି ଆଶା କରିଛି।
ମନୋରଞ୍ଜନ
ଅଧିକ ଦେଖନ୍ତୁ
ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟରେ ବଲିଉଡ୍ ଖୁସ୍
ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡ଼ି ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଶୁକ୍ରବାର ଭୋର୍ରେ ଏନ୍କାଉଣ୍ଟର କରିଛି। ଚାରି ଅଭିଯୁକ୍ତଙ୍କୁ ଯାଞ୍ଚର ଅଂଶବିଶେଷ ଭାବେ କ୍ରାଇମ୍ ସିନ୍କୁ ରିକ୍ରିଏଟ୍ କରିବା ଲାଗି ଘଟଣା ସ୍ଥଳକୁ ନିଆଯାଇଥିଲା। କିନ୍ତୁ ସେଠାରେ ସେମାନେ ଫେରାର ହେବା ଲାଗି ଚେଷ୍ଟା କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ଏନ୍କାଉଣ୍ଟର କରିଥିବା ଜଣାପଡ଼ିଛି। କୁହାଯାଉଛି, ଅଭିଯୁକ୍ତମାନେ ପୋଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେଣୁ ପୋଲିସ ଆତ୍ମରକ୍ଷା ପାଇଁ ସେମାନଙ୍କ ଏନ୍କାଉଣ୍ଟର କରଛନ୍ତି। ଏହି ଖବର ଶୁକ୍ରବାର ସକାଳୁ ନିଆଁ ଭଳି ବ୍ୟାପିବାରେ ଲାଗିଥିଲା। ଏହା ଉପରେ ବଲିଉଡ୍ ସେଲିବ୍ରିଟି ନିଜ ନିଜର ଖୁସି ଜାହିର କରିବା ସହିତ ନିଜ ମତାମତ ଦେଇଛନ୍ତି।
ଶାହରୁଖ, ସଲମାନ ଓ ହ୍ରିତିକଙ୍କୁ ପଛରେ ପକାଇଲେ ପ୍ରିୟଙ୍କା
ବଲିଉଡ୍ରୁ ହଲିଉଡ୍ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ପ୍ରତ୍ୟେକ ଦିନ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ ସେ ବଲିଉଡ୍ର ଏକାଧିକ ସୁପରଷ୍ଟାରଙ୍କୁ ଧୂଳି ଚଟାଇଛନ୍ତି। ଆଇଏମ୍ଡିବି ତାଲିକାରେ ଭାରତୀୟ ସେଲିବ୍ରିଟି ତାଲିକାରେ ବଲିଉଡ୍ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନସଙ୍କୁ ପ୍ରଥମ ସ୍ଥାନ ମିଳିଛି।
ଖେଳକୁଦ
ଅଧିକ ଦେଖନ୍ତୁ
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ବନ୍ଦ
ଆସନ୍ତା ୨୨ରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଏହି ବୈଠକରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ମ୍ୟାଚରେ ୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚ୍ ସମୟରେ ବାରବାଟୀ ଷ୍ଟାଡିୟମ୍କୁ ପଲିଥିନ୍ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନଙ୍କୁ ପଲିଥିନ ଯାଞ୍ଚ କରାଯାଇ ଛଡ଼ାଯିବ ବୋଲି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।
କୋହଲି ସ୍ମିଥ୍ଙ୍କ ନିକଟତର
ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିବା ଭାରତୀୟ ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଟପ୍ ଟେନ୍ ବ୍ୟାଟିଂ ମାନ୍ୟାତରେ ସ୍ଥାନ ପାଇଛନ୍ତି। ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରି ପୁଣି ଥରେ ଶୀର୍ଷ ମାନ୍ୟତାକୁ ଫେରିବା ନେଇ ସମ୍ଭାବନା ଉଚ୍ଚ୍ବଳ କରିଛନ୍ତି। ମାନ୍ୟତାର ନମ୍ବର ୱାନ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ ୨୫ ପଏଣ୍ଟ ବ୍ୟବଧାନରେ ଆଗୁଆ ଥିଲାବେଳେ ଏବେ ଏହା ମାତ୍ର ୩ ପଏଣ୍ଟ ବ୍ୟବଧାନକୁ କମି ଆସିଛି। ତେଣୁ କୋହଲି ପୁଣି ଥରେ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷକୁ ଉନ୍ନୀତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅଧିକ ଦେଖନ୍ତୁ
ସଂସଦରେ ସରକାରଙ୍କ ଉପରେ
ବହୁଚର୍ଚ୍ଚିତ ଆଇଏନ୍ଏକ୍ସ ଦୁର୍ନୀତି ମାମଲାରେ ୧୦୬ ଦିନ ଧରି ଜେଲ୍ରେ ରହିବା ପରେ ବୁଧବାର ରାତି ୮ଟା ବେଳେ ତିହାର ଜେଲ୍ରୁ ମୁକ୍ତି ପାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍। ଗୁରୁବାର ସେ ସଂସଦରେ ପହଞ୍ଚି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାର କଦାପି ତାଙ୍କ ସ୍ବରକୁ ଦବାଇ ପାରିବ ନାହିଁ ବୋଲି ଚିଦାମ୍ବରମ୍ କହିଛନ୍ତି। ସେ କହିଛନ୍ତି, ଅର୍ଥ ମନ୍ତ୍ରୀ ଭାବେ ମୋ ରେକର୍ଡ ବେଶ୍ ସଫାସୁତରା। ମୋ ସହ କାମ କରିଥିବା ଅଧିକାରୀ, ମୋ ସହ ମିଶିଥିବା ବ୍ୟବସାୟୀ ଓ ମୋର କାମକୁ ଅତି ନିକଟରୁ ପରଖିଥିବା ସାମ୍ବାଦିକମାନେ ମୋତେ ବେଶ୍ ଭଲ ଭାବେ ଜାଣନ୍ତି। କ୍ଷମତା ଓ ଅର୍ଥ ପାଇଁ ମୁଁ କଦାପି ମୋ ବିବେକକୁ ଜଳାଞ୍ଜଳି ଦେଇନାହିଁ। ତେଣୁ ସଂସଦରେ ମୋତେ କହିବାରୁ କେହି ବି ବିରତ କରିପାରିବେ ନାହିଁ କି ଏନ୍ଡିଏ ସରକାର ମୋର ସ୍ବରକୁ କଦାପି ଚାପି ଦେଇପାରିବ ନାହିଁ ବୋଲି ଏହି କଂଗ୍ରେସ ନେତା କହିଛନ୍ତି।
ପଣ୍ଚିମବଙ୍ଗ ରାଜ୍ୟପାଳଙ୍କୁ
ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ରାଜ୍ୟ ସରକାରଙ୍କ ହୀନ ରାଜନୀତିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟପାଳ ଜଗଦୀପ ଧାନ୍ଖର୍ଙ୍କୁ ବିଧାନସଭାରେ ଯଦିଓ ପ୍ରବେଶ କରିବାର ସୁଯୋଗ ମିଳିଛି, କିନ୍ତୁ ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ ବନ୍ଦ ଥିବାରୁ ତାଙ୍କୁ ସେଠାରୁ ଫେରିବାକୁ ପଡ଼ିଥିଲା। ପରେ ଗଣମାଧ୍ୟମ ଓ ବିଧାନସଭାର ଅନ୍ୟାନ୍ୟ ଅଧିକାରୀମାନଙ୍କ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଗେଟ୍ରେ ତାଙ୍କୁ ଭିତରେ ପ୍ରବେଶ କରିବାର ସୁଯୋଗ ମିଳିଥିଲା। ବିଧାନସଭାକୁ ତାଙ୍କ ଆଗମନ ନେଇ ରାଜ୍ୟପାଳ ଧାନ୍ଖର୍ ବାଚସ୍ପତି ବିମାନ ବାନାର୍ଜୀଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ଗେଟ୍ରୁ ଫେରିଯିବା ଫଳରେ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ କଳଙ୍କିତ ହୋଇଛି ଓ ଏହା ଏକ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟପାଳ ମତାମତ ଦେଇଛନ୍ତି।
ଅପରାଧ
ଅଧିକ ଦେଖନ୍ତୁ
ଆମେରିକୀୟ ନାବିକଙ୍କ ଉନ୍ମତ୍ତ
ଆମେରିକାର ହାୱାଇ ସହରସ୍ଥିତ ଜଏଣ୍ଟ୍ ବେସ୍ ପର୍ଲ ହାର୍ବର୍-ହିକମ୍ଠାରେ ଏକ କନ୍ଫରେନ୍ସ ଚାଲିଥିବା ବେଳେ ସେଠାରେ ଜଣେ ଆମେରିକୀୟ ନୌସେନା ନାବିକ ଅଘଟଣ ଘଟାଇଛନ୍ତି। ସେ ଗୁଳି କରି ୨ ଜଣଙ୍କ ଜୀବନ ନେବା ସହ ଶେଷରେ ନିଜକୁ ମଧ୍ୟ ଗୁଳି କରିଦେଇଛନ୍ତି। ତେବେ ଏହି କନ୍ଫରେନ୍ସରେ ଯୋଗଦେବା ସକାଶେ ଆମେରିକା ଯାଇଥିବା ଭାରତୀୟ ବାୟୁସେନା (ଆଇଏଏଫ୍) ମୁଖ୍ୟ ମାର୍ଶଲ୍ ରାକେଶ କୁମାର ସିଂହ ଭଦୌରିଆ ଓ ତାଙ୍କ ଟିମ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି ବୋଲି ମୁଖପାତ୍ର ଗ୍ରୁପ୍ କ୍ୟାପ୍ଟେନ୍ ଅନୁପମ ବାନାର୍ଜୀ କହିଛନ୍ତି। ଏ ସଂକ୍ରାନ୍ତରେ ବାନାର୍ଜୀ କହିଛନ୍ତି ଯେ ଭଦୌରିଆ ଓ ତାଙ୍କ ଯିମ୍ ପର୍ଲ ହାର୍ବରସ୍ଥିତ ଆମେରିକା ବାୟୁସେନା ଘାଟିରେ ରହୁଥିବା ବେଳେ ଶୁଟିଂ ଘଟଣାଟି ଜଏଣ୍ଟ୍ ବେସ୍ର ନୌସେନା ବିଭାଗରେ ହୋଇଛି। ଉଭୟ ସ୍ଥାନ ମଧ୍ୟରେ ଯଥେଷ୍ଟ ଦୂରତା ରହିଛି ବୋଲି ବାନାର୍ଜୀ କହିଛନ୍ତି।
ଏନ୍କାଉଣ୍ଟର୍ ପାଇଁ ପୋଲିସ୍କୁ
ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ଭୋର୍ ସମୟରେ ୪ ଅଭିଯୁକ୍ତଙ୍କୁ ପୋଲିସ୍ ଏନ୍କାଉଣ୍ଟର୍ କରିଥିବା ବେଳେ ସେମାନଙ୍କ ପରିବାରରେ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ୩ ଜଣ ଅଭିଯୁକ୍ତଙ୍କ ପରିବାର ଏପରି ଏନ୍କାଉଣ୍ଟର୍କୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ହେଁ ଅନ୍ୟ ଜଣେ ଅଭିଯୁକ୍ତର ପରିବାର ଏନେଇ ପୋଲିସ୍ ଉପରକୁ ଅଙ୍ଗୁଳି ନିର୍ଦେଶ କରିନାହିଁ। ଅଭିଯୁକ୍ତ ଜୋଲ୍ଲୁ ଶିବାର ପିତା ଜୋଲ୍ଲୁ ରାଜପ୍ପା କହିଛନ୍ତି ଯେ ସମଗ୍ର ବିଶ୍ବ କହୁଛି ଯେ ମୋ ପୁଅ ଜଣେ ସଙ୍ଗୀନ ଅପରାଧୀ। ସେ ଦୁଷ୍କର୍ମ କରିଥିବା ନେଇ ନିଜେ ସ୍ବୀକାର କରିଥିବା କୁହଯାଉଥିଲା। ତେଣୁ ବର୍ତ୍ତମାନ ତାକୁ ଉପଯୁକ୍ତ ଦଣ୍ଡ ମିଳିଛି ବୋଲି ରାଜପ୍ପା କହିଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଏହି ଏନ୍କାଉଣ୍ଟର୍ ପାଇଁ ପୋଲିସ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷକରି ୪ ଅଭିଯୁକ୍ତଙ୍କ ମଧ୍ୟରେ ଏକମାତ୍ର ବିବାହିତ ଚିନ୍ତାକୁନ୍ତା ଚେନ୍ନା କେଶବୁଲୁଙ୍କ ପତ୍ନୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଓ ପୋଲିସ୍ ତାଙ୍କ ସ୍ବାମୀଙ୍କୁ ଯଦି ମାରିଲା, ତା’ହେଲେ ତାଙ୍କୁ ବି ଗୁଳି କରିଦେଉ ବୋଲି କହିଛନ୍ତି।
ଉତ୍ତମ ସ୍ବାସ୍ଥ୍ୟ
ଅଧିକ ଦେଖନ୍ତୁ
ଆଫଗାନିସ୍ତାନରେ ୭୨୦୦
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଆଫଗାନିସ୍ତାନରେ ପାଖାପାଖି ୭,୨୦୦ ଲୋକ ଏଚ୍ଆଇଭି ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରବିବାର ବିଶ୍ବ ଏଡ୍ସ ଦିବସ ଅବସରରେ ଡବ୍ଲୁଏଚ୍ଓ ଆଫଗାନିସ୍ତାନରେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବ୍ୟାପକ ଜନ ସଚେତନତା ଅଭିଯାନ ପାଇଁ ଆହ୍ବାନ କରିଛି। କିନ୍ତୁ ଆଫଗାନିସ୍ତାନର ମିନିଷ୍ଟ୍ରୀ ଅଫ୍ ପବ୍ଲିକ୍ ହେଲ୍ଥ ଅନୁସାରେ ଦେଶରେ ଏଚ୍ଆଇଭି ସଂକ୍ରମିତଙ୍କର କେବଳ ୨,୮୮୩ ମାମଲା ପଞ୍ଜୀକରଣ କରାଯାଇଛି।
ତୁରନ୍ତ ଚିକିତ୍ସା ଜନ୍ମରୁ ଏଚ୍ଆଇଭି
ତଥ୍ୟ ଅନୁସାରେ ସବ୍-ସାହାରାନ ଆଫ୍ରିକାରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ପିଲା ଏଚ୍ଆଇଭି ଭାଇରସ ସହିତ ଜନ୍ମ ହେଉଛନ୍ତି। ବୋତ୍ସୱାନାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଏଚ୍ଆଇଭିରେ ଆକ୍ରାନ୍ତ ନବଜାତ ଶିଶୁଙ୍କର ତୁରନ୍ତ ଚିକିତ୍ସା କରାଯାଏ, ତାହାଲେ ଏଚ୍ଆଇଭି ଭାଇରସ ସେମାନଙ୍କଠାରେ ଦୀର୍ଘ ବର୍ଷ ଯାଏ ନିଷ୍କ୍ରିୟ ହୋଇଯାଇଥାଏ। ଏହି ତଥ୍ୟ ଏନ୍ପିଆର୍ର ପିଏନ୍ ହୁଆଙ୍ଗ ରିପୋର୍ଟରେ କୁହାଯାଇଛି।
ବୁଲାବୁଲି
ଅଧିକ ଦେଖନ୍ତୁ
ବୁଲି ଦେଖନ୍ତୁ ବାଂଲାଦେଶର ଏସବୁ ଆକର୍ଷଣୀୟ ସ୍ଥାନ
ବାଂଲାଦେଶକୁ କିଛି ଦିନ ପୂର୍ବରୁ ସବୁଠାରୁ ଅଧିକ ସବୁଜିମା ଭରା ଦେଶ ଭାବେ ସମ୍ମାନିତ କରାଯାଇଛି। ବାଂଲାଦେଶରେ ଆପଣ ଅନେକଗୁଡ଼ିଏ ଝରଣା ଏବଂ ପଦ୍ମା, ମେଘନା ଓ ଯମୁନା ଭଳି ନଦୀର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହାବ୍ୟତୀତ ବାଂଲାଦେଶରେ ଅନେକଗୁଡ଼ିଏ ଦେଖିବା ଭଳି ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠି ବୁଲି ଆପଣ ନିଜ ଟ୍ରିପ୍କୁ ପୂରା କରିପାରିବେ। ଚାଲନ୍ତୁ ଜାଣିବା ବାଂଲାଦେଶର କେତେକ ସୁନ୍ଦର ତଥା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।
ଚୀନ ବୁଲି ଯାଉଥିଲେ ଏସବୁ
କିଛି ଦିନ ପୂର୍ବରୁ ଚୀନର ରାଷ୍ଟ୍ରପତି ସି ଜୀନପିଙ୍ଗ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାମିଲନାଡ଼ୁର ମହାବଳୀପୁରମରେ ବୁଲାଇଥିଲେ। ତେବେ ଚୀନରେ ମଧ୍ୟ ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ରହିଛି। ଏଥିରୁ ଗୋଟିଏ ହେଉଛି ଗ୍ରେଟ୍ ୱାଲ୍ ଅଫ୍ ଚାଇନା। ଚାଲନ୍ତୁ ଜାଣିବା ଚୀନର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।
ଫଟୋ ଗ୍ୟାଲେରୀ
ନାରୀ
ଅଧିକ ଦେଖନ୍ତୁ
ଏମାନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା, ଜଣେ ଭାରତୀୟ ବି ସାମିଲ୍
ସୌନ୍ଦର୍ଯ୍ୟର କୌଣସି ମାପକାଠି ନାହିଁ। କାରଣ ସୌନ୍ଦର୍ଯ୍ୟ ଏକ ଈଶ୍ବରଦତ୍ତ ଗୁଣ। ତେବେ ବିଶ୍ବରେ ଏପରି କେତେକ ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନେ ସୁନ୍ଦର ହେବା ସହ ସେମାନଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟସ୍ଥଳୀ ଏହି ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ଦେଇଥାଏ। ଏଭଳି ବ୍ୟକ୍ତିମାନେ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ପରିଚିତ ହୋଇଥାନ୍ତି। ଚାଲନ୍ତୁ ଜାଣିବା ଏଭଳି କେତେକ ସୁନ୍ଦରୀଙ୍କ ସମ୍ପର୍କରେ, ଯେଉଁମୋନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା ଭାବେ ପରିଚିତି ହାସଲ କରିଛନ୍ତି।
ସାହସୀ କର୍ମବୀର ସୁଧା ମୂର୍ତ୍ତି
ସାଧାରଣରୁ ଅସାଧାରଣ ପାଲଟିବା ପରେ ବି ସାଧାରଣ ଜୀବନଶୈଳୀ ଆପଣାଇବା ବେଶ୍ କାଠିକର ପାଠ। ଏହା କୌଣସି ବାହ୍ୟ ପରିସ୍ଥିତି ଦ୍ବାରା ପ୍ରଭାବିତ ହୋଇ ନ ଥିବାକୁ ବୁଝାଏ। ଏହାର ଜ୍ବଳନ୍ତ ନମୂନା ହେଉଛନ୍ତି ଇନ୍ଫୋସିସ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷା ସୁଧା ମୂର୍ତ୍ତି। ପିତା ମାତାଙ୍କ ଅନିଚ୍ଛା ସତ୍ତ୍ବେ ଇଞ୍ଜିନିୟର ହେବା ପରେ ବି ତାଙ୍କ ଜୀବନ ଯାତ୍ରାର ପଥ ସହଜ ନ ଥିଲା। ତେବେ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଅଧ୍ୟବସାୟ, ଏକାଗ୍ର ଚିତ୍ତ ଓ ଦୃଢ଼ ମନୋଭାବ ତାଙ୍କୁ ବେଶ୍ ସାହାଯ୍ୟ କରିଥିଲା। ଇନ୍ଫୋସିସ୍ର ସହପ୍ରତିଷ୍ଠାତା ଏନ୍ଆର୍ ନାରାୟଣ ମୂର୍ତ୍ତିଙ୍କୁ ବିବାହ କରିବା ପରେ ବି ସୁଧା ନିଜର ସ୍ବତନ୍ତ୍ର ପରିଚୟ ରଖିପାରିଛନ୍ତି। ବିଶେଷକରି ମହିଳାଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସଚେତନ କରାଇବା ଏବଂ ଅସହାୟଙ୍କୁ ଅକୁଣ୍ଠିତ ସାହାଯ୍ୟର ହାତ ବଢ଼ାଇବା ତାଙ୍କୁ ଅସାଧାରଣ ବ୍ୟକ୍ତିତ୍ବର ପରିଚୟ ଦେଇଛି। ଖାସ୍ ଏଥିପାଇଁ ସେ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଯୁବ ଜଗତ
ଅଧିକ ଦେଖନ୍ତୁ
ରିଭେଞ୍ଜ ପର୍ଣ୍ଣୋଗ୍ରାଫିର ହବ୍
ଫେସ୍ବୁକ୍ ଓ ହ୍ବାଟସ୍ଆପ୍ ଭଳି ସୋସାଲ ନେଟୱର୍କିଂ ସାଇଟ୍ ପ୍ଲାଟଫର୍ମ ଆସିବା ପରେ ଭାରତରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ମାମଲା ବହୁତ ବଢ଼ି ଯାଇଛି। ଭାରତରେ ପ୍ରତ୍ୟେକ ଦିନ ମହିଳାମାନେ ଏହାର ଶିକାର ହେଉଛନ୍ତି। ‘ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୦୧୯’ରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିର କାରଣ ଓ ଏହାର ଦୁଷ୍ପରିଣାମ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ଚାଲନ୍ତୁ ଜାଣିବା ରିଭେଞ୍ଜ ପର୍ଣ୍ଣୋଗ୍ରାଫି କ’ଣ ଓ ଦେଶରେ ଏହା ବୃଦ୍ଧି ପାଇବାର କାରଣ କ’ଣ ସମ୍ପର୍କରେ।
ସାଥୀ ଥାଇ ବି ଯୁବତୀ ଚାହୁଛନ୍ତି
ଆଜିକାଲି ସମ୍ପର୍କରେ ଅସୁରକ୍ଷିତ ଭାବନା ଲଗାତର ବଢ଼ିବାରେ ଲାଗିଛି। ରିଲେସନଶିପ୍ରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଲୋକେ ପରସ୍ପର ଉପରେ ଭରସା କରିବାରେ ଡରୁଛନ୍ତି। ସାଥୀ ସବୁବେଳେ ସାଥ୍ ଦେବେ କି ନାହିଁ, ଏହି ଡର ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ କିମ୍ବା ଲଙ୍ଗ ଡିଷ୍ଟାନ୍ସ ରିଲେସନଶିପ୍ରେ ରହିଥାଏ। ହୁଏତ ଏହା ଆପଣଙ୍କୁ ବିଶ୍ବାସ ନ ହୋଇପାରେ, କିନ୍ତୁ ଏକଥା ସତ ଯେ ଆଜିକାଲି ରିଲେସନଶିପ୍ରେ ମଧ୍ୟ ପ୍ଲାନ୍ ବି ଆପଣା ଯାଉଛି। ପ୍ଲାନ୍ ବି ଅର୍ଥାତ୍ ବ୍ୟାକ୍ଅପ୍ ପାର୍ଟନର। ଏକ ସର୍ଭେରୁ ଏହି ସୂଚନା ମିଳିଛି।
ଫ୍ୟାଶନ
ଅଧିକ ଦେଖନ୍ତୁ
ବଢ଼ୁଛି ଟର୍ଟଲ ନେକ୍ ଡ୍ରେସ୍ କ୍ରେଜ୍, ବଲିଉଡ୍ ଅଭିନେତ୍ରୀଙ୍କଠାରୁ ନିଅନ୍ତୁ ଟିପ୍ସ
କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏକ ଜଣାଶୁଣା ବଲିଉଡ୍ ମାଗାଜିନ୍ ପାଇଁ ଫଟୋ ଶୁଟ୍ କରିଥିଲେ। ଏହି ଫଟୋଶୁଟ୍ରେ ସେ ଟର୍ଟଲ ନେକ୍ ଉଲେନ୍ ପୋଷାକ ପିନ୍ଧିଥିଲେ। ଏହି ଲୁକ୍ରେ କ୍ୟାଟ୍ରିନା ଶୀତଦିନେ ବି ସୁପରହଟ୍ ଦେଖାଯାଉଥିଲେ। ସେବେଠାରୁ କ୍ୟାଟ୍ରିନାଙ୍କ ପ୍ରଶଂସକ ଓ ୟଙ୍ଗ ଗାର୍ଲ୍ସଙ୍କ ମଧ୍ୟରେ ପୁଣିଥରେ ଟର୍ଟଲ ନେକ୍ର କ୍ରେଜ୍ ତାଜା ହୋଇଯାଇଛି। ଯଦି ଆପଣ ମଧ୍ୟ ଉଲେନ୍ କଲେକ୍ସନ୍ରେ ଟର୍ଟଲ ନେକ୍ ସ୍ବେଟର କିମ୍ବା ୱିଣ୍ଟର ୱିଅର ସାମିଲ୍ କରିବାକୁ ଚାହୁଛନ୍ତି, ତେବେ ଏହି ବଲିଉଡ୍ ଷ୍ଟାର୍ଙ୍କଠାରୁ କିଛି ଟିପ୍ସ ନେଇପାରିବେ।
ବ୍ୟାଗ୍ କିଣିବା ପୂର୍ବରୁ ଦେଖନ୍ତୁ
ମାର୍କେଟ୍ରେ ଅନେକ ପ୍ରକାରର ବ୍ୟାଗ୍ ମିଳୁଛି। ଏଥିମଧ୍ୟରୁ ଟୋଟ୍, ପୋଟଲି, ଏନ୍ଭଲପ୍ ଏବେ ବହୁତ ଟ୍ରେଣ୍ଡରେ ରହିଛି। ଯଦି ଆପଣ ମଧ୍ୟ ବ୍ୟାଗ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଲାଟେଷ୍ଟ ବ୍ୟାଗ୍ ଟ୍ରେଣ୍ଡ ଉପରେ ନଜର ପକାଇ ପାରିବେ।
ଲାଇଫ ଷ୍ଟାଇଲ
ଅଧିକ ଦେଖନ୍ତୁ
ବାଛନ୍ତୁ ମହଙ୍ଗା ପିଆଜର ସ୍ମାର୍ଟ ବିକଳ୍ପ
ପିଆଜର ଅଭାବ କାରଣରୁ ଦେଶର ବିଭିନ୍ନ ଅଞ୍ଚଳରେ ଏହାର ମୂଲ୍ୟ ୧୨୦ରୁ ୧୫୦ ଟଙ୍କାରେ ପହଞ୍ଚି ସାରିଛି। ଏପରିକି ସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ପିଆଜକୁ ରିହାତି ମୂଲ୍ୟରେ ବିକ୍ରି କରାଯାଉ ନାହିଁ। ଏପରିସ୍ଥଳେ ଆଗରୁ ପିଆଜ କାଟିବାବେଳେ ଆଖିରୁ ଲୁହ ଝରୁଥିବାବେଳେ ଏବେ ପିଆଜ ଦାମ୍ କନ୍ଦାଉଛି। ଯଦି ଆପଣ ପିଆଜର ଆକାଶଛୁଆଁ ଦାମ୍ରେବ୍ୟତିବ୍ୟସ୍ତ ହୋଇ ବୁଝିପାରୁ ନାହାନ୍ତି କ’ଣ କରିବେ, ତେବେ ଏଠାରେ ମହଙ୍ଗା ପିଆଜର ସ୍ମାର୍ଟ ବିକଳ୍ପର ସୂଚନା ଦିଆଯାଇଛି।
ସପ୍ତାହରେ ଥରେ ଜଙ୍କଫୁଡ୍ ଖାଇବା ଦରକାର
ଆପଣ ଯେମିତି ଶରୀର ଚାହୁଛନ୍ତି, ସେମିତି ଶରୀର ପାଇବା ସହଜ କଥା ନୁହେଁ। ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିସହିତ ନିଜ ପସନ୍ଦର ଖାଦ୍ୟକୁ ତ୍ୟାଗ କରିବାକୁ ମଧ୍ୟ ପଡ଼ିଥାଏ। କାରଣ ପିଜ୍ଜା, ବର୍ଗର, ଫ୍ରାଏଜ୍, ଆଇସ୍କ୍ରିମ୍, ଚକୋଲେଟ୍ ଆଦି ଖାଇବା ଯେତିକି ସ୍ବାଦିଷ୍ଟ ହୋଇଥାଏ, ସେତିକି ଅସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। ଏଥିସହିତ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ମଧ୍ୟ କଷ୍ଟକର ହୋଇଥାଏ। କିନ୍ତୁ କେତେକ ଜିନିଷ ପ୍ରତି ଧ୍ୟାନ ରଖି ଆପଣ ନିଜ ଫିଟ୍ନେସ୍ ଗୋଲ୍କୁ ମଧ୍ୟ ମେଣ୍ଟେନ୍ ରଖିପାରିବେ। ଏଥିସହିତ ଆପଣ ସ୍ବାଦିଷ୍ଟ ଜିନିଷକୁ ମଧ୍ୟ ଏନ୍ଜୟ କରିପାରିବେ। ଏହି କ୍ରମରେ ସପ୍ତାହରେ ଥରେ ଜଙ୍କ୍ଫୁଡ୍ ଖାଇବା ଦରକାର ବୋଲି କୁହାଯାଉଛି।
ଫେସ୍ବୁକ୍ରେ ପ୍ରତିନିଧି
ଟ୍ବୀଟରରେ ପ୍ରତିନିଧି
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ
Your browser does not support the video tag.
ଶ୍ରୀମନ୍ଦିର ସିଂହଦ୍ବାର, ପୁରୀ, Friday, 6 Dec, 5.05 AM
କାର୍ଟୁନ କର୍ଣ୍ଣର
FREE CLASSIFIED
ଉପଯୋଗୀ ଟିପ୍ସ
ଅଧିକ ଦେଖନ୍ତୁ
ଜାଣନ୍ତୁ ତାୱା ସହିତ ଜଡ଼ିତ ଏହି
କିଚେନ୍ ଘରର କେବଳ ସେହି ଅଂଶ ନୁହେଁ ଯାହା ଆପଣଙ୍କ ପେଟର ଭୋକକୁ ଶାନ୍ତ କରି ଥାଏ, ଏହା ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଠାରେ କିଚେନ୍ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ତାୱା ସହିତ ଜଡ଼ିତ ବାସ୍ତୁ ଟିପ୍ସ ସମ୍ପର୍କରେ। ରୋଷେଇ ଘରେ ଉପଯୁକ୍ତ ଦିଗରେ ରଖାଯାଇଥିବା ତାୱା ଘରର ବାସ୍ତୁ ଦୋଷ ଠିକ୍ କରିପାରିବେ। ସେହିପରି ଭୁଲ୍ ଦିଗରେ ତାୱା ରଖିବା ଫଳରେ ଏହା ସମସ୍ୟାର କାରଣ ମଧ୍ୟ ପାଲଟିପାରେ। ଚାଲନ୍ତୁ ଜାଣିବା କେମିତି।
ଭିଡିଓ ଗ୍ୟାଲେରୀ
/* */
ଜଣା ଅଜଣା
ଅଧିକ ଦେଖନ୍ତୁ
ଆଶ୍ଚର୍ଯ୍ୟ: ୯୭ ବର୍ଷ ହେଲାଣି
ବର୍ତ୍ତମାନ ସମୟରେ ଦ୍ରୁତ ବେଗରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଭାରତ ଚିନ୍ତାରେ ରହିଛି। ଦେଶର ପ୍ରତ୍ୟେକ ଗାଁ ଓ ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଜନସଂଖ୍ୟା କମ୍ କରିବା ସରକାରଙ୍କ ଦ୍ବାରା ଲୋକଙ୍କୁ ପ୍ରୋତ୍ସାହିତ ଓ ସଚେତନ କରାଯାଉଛି। ତେବେ ମଧ୍ୟ ପ୍ରଦେଶର ବୈତୁଲ ଜିଲା ଅନ୍ତର୍ଗତ ଅବସ୍ଥିତ ଧନୋରା ଗାଁରେ ଗତ ୯୭ ବର୍ଷରେ ଜନସଂଖ୍ୟା ବଢ଼ି ନାହିଁ। ଏହା ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗିପାରେ। କିନ୍ତୁ ଏହା ନିରାଟ ସତ। ଗତ ୯୭ ବର୍ଷରେ ଏହି ଗାଁର ଜନସଂଖାରେ କୌଣସି ପ୍ରକାରର ବୃଦ୍ଧି ଘଟି ନ ଥିବା କୁହାଯାଉଛି।
ପାଟି ସୁଆଦ
ଅଧିକ ଦେଖନ୍ତୁ
ମିକ୍ସ ଭେଜ୍ ଚାଉଳ ଗୁଣ୍ଡ ରୁଟିର ମଜା ନିଅନ୍ତୁ
ଏହାପୂର୍ବରୁ ଆପଣ ମକା ରୁଟି କିମ୍ବା ସାଧାରଣ ରୁଟି ବହୁତ ଖାଇଥିବେ। କିନ୍ତୁ ଏଠାରେ ଚାଉଳ ଗୁଣ୍ଡରେ ତିଆରି କରାଯାଇଥିବା ମିକ୍ସ ଭେଜ୍ ରୁଟିର ରେସିପି ଦିଆଯାଇଛି। ଏଥିରେ ପନିପରିବାର ସମସ୍ତ ତତ୍ତ୍ବ ସାମିଲ୍ ହେବା ସହିତ ରୁଟି ବହୁତ କ୍ରିସ୍ପି ଓ ସ୍ବାଦିଷ୍ଟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ଏହି ମିକ୍ସ ଭେଜ୍ ଚାଉଳ ଗୁଣ୍ଡରେ ତିଆରି ରୁଟିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଇତିହାସର ଆଇନାରେ
ଅଧିକ ଦେଖନ୍ତୁ
ଦାରିଦ୍ର୍ୟ ପାଇଁ ବିବାହ କଲେ ନାହିଁ
ଯେତେବେଳେ ତାଙ୍କୁ ୩୩ ବର୍ଷ ବୟସ। ନୈନିତାଲର କଲେକ୍ଟର ତାଙ୍କୁ ଆମନ୍ତ୍ରଣ କଲେ। ୨୦୦ ମଣିଷଙ୍କୁ ମାରି ଖାଇଥିବା ‘ଚମ୍ପାଓ୍ୱତ୍’ ନାମକ ଚାରିବର୍ଷର ମହାବଳ ବାଘକୁ ଶିକାର କରିବା ହିଁ ଥିଲା ଏଇ ଆମନ୍ତ୍ରଣର ମୁଖ୍ୟ ଉଦ୍ଦେଶ୍ୟ। ସେ ଏଇ ଚ୍ୟାଲେଞ୍ଜକୁ ଗ୍ରହଣକଲେ। ‘ଚମ୍ପାଓ୍ୱତ୍’କୁ ମାରିଦେଲେ। ୧୯୩୮ ମସିହା, ଯେତେବେଳେ ତାଙ୍କୁ ୬୩ ବର୍ଷ ବୟସ, ସେତେବେଳେ ସେ ମଣିଷଖିଆ ବାଘ ‘ଥାକ୍’କୁ ଶିକାର କଲେ। ଏହା ଥିଲା ତାଙ୍କର ଦଶମ ଓ ଶେଷ ବାଘ ଶିକାର।
ଜନସେବା ହେଲ୍ପ ଲାଇନ
ଅଧିକ ଦେଖନ୍ତୁ
ଜରୁରିକାଳୀନ ସେବା
ଯୋଗାଯୋଗ ନମ୍ବର
ଅଗ୍ନିଶମ କଣ୍ଟ୍ରୋଲ ରୁମ୍
୧୦୧
ପୋଲିସ କଣ୍ଟ୍ରୋଲ ରୁମ୍
୧୦୦
ଜନନୀ ଆମ୍ବୁଲାନ୍ସ ସେବା
୧୦୨
ଆମ୍ବୁଲାନ୍ସ ସେବା
୧୦୮
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ
୧୦୩୩
ବରିଷ୍ଠ ନାଗରିକ
୧୦୯୦
ମହିଳା
୧୦୯୧
୧୦୯୨୦
ହସକଥା
ଅଧିକ ଦେଖନ୍ତୁ
ବିଚକ୍ଷଣ ପ୍ରସ୍ତୁତି
ହାବଡ଼ା-ମାଡ୍ରାସ୍ ମେଲ୍। ରାତି। ଯାତ୍ରୀମାନେ ଶୋଇବାକୁ ପ୍ରସ୍ତୁତ ହେଉଛନ୍ତି। ପାଖାପାଖି ଦୁଇଟି ବର୍ଥ। ପ୍ରଥମ ବର୍ଥର ଯାତ୍ରୀଙ୍କୁ ଦ୍ୱିତୀୟ ବର୍ଥର ଯାତ୍ରୀ ସୌଜନ୍ୟତାର ସହ ପଚାରିଲେ, ପାଣି ପିଇବେ କି? ନା, ଧନ୍ୟବାଦ। ପ୍ରଥମ ଯାତ୍ରୀ କହିଲେ।
ପ୍ରମୁଖ ଲିଙ୍କ୍
ଅଧିକ ଦେଖନ୍ତୁ
Online Services
Website
Train Ticket Booking (e Ticketing)
https://indianrail.gov.in
https://www.irctc.co.in
www.bookmytrain.com
Train PNR Status Enquiry
https://www.trainspnrstatus.com
https://pnrstatuslive.com
Train Status Enquiry
www.trainenquiry.com