ଓଆଇସିର ଭାରତ ବିରୋଧୀ ପ୍ରସ୍ତାବକୁ ମାଳଦ୍ବୀପର ବିରୋଧ
ଭାରତରେ ଇସଲାମ ଧର୍ମ ବିରୋଧୀ କାର୍ଯ୍ୟ ଚାଲିଛି ଓ ଭାରତରେ ଇସଲାମ ଧର୍ମାବଲମ୍ବୀ ସୁରକ୍ଷିତ ନୁହନ୍ତି ବୋଲି ଅର୍ଗାନାଇଜେସନ ଅଫ୍ ଇସଲାମିକ କୋପରେସନ (ଓଆଇସି) ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଅଭିଯୋଗ ହେବା ସହ ଏନେଇ ଭାରତ ବିରୋଧୀ ପ୍ରସ୍ତାବ ଆଗତ ପାଇଁ ଉଦ୍ୟମ ଚାଲିଛି। ବିଶେଷକରି ପାକିସ୍ତାନ ଉଦ୍ୟମରେ ଓଆଇସି ରାଷ୍ଟ୍ରଗୁଡ଼ିକ ଭାରତ ବିରୋଧରେ ପ୍ରସ୍ତାବ ଆଗତ କରି ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲା ବେଳେ ଭାରତର ବନ୍ଧୁ ରାଷ୍ଟ୍ର ମାଳଦ୍ବୀପ ଏହାକୁ ବିରୋଧ କରିଛି। ମାଳଦୀପ ପକ୍ଷରୁ କୁହାଯାଇଛି ଯେ ଭାରତରେ ଶତାଧିକ ବର୍ଷ ହେଲା ମୁସଲମାନ ରହି ଆସିଛନ୍ତି। ଭାରତୀୟ ଜନସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟ ୧୪ ପ୍ରତିଶତ ହୋଇଥିଲା ବେଳେ ସେମାନଙ୍କ ମୋଟ ସଂଖ୍ୟା ୨୦ କୋଟିରୁ ଅଧିକ।
କୋହଲିଙ୍କଠୁ ସଚିନ ଶ୍ରେଷ୍ଠ: ଗୌତମ ଗମ୍ଭୀର
କ୍ରିକେଟରେ କିଏ ଶ୍ରେଷ୍ଠ, ତାହାର ତୁଳନାତ୍ମକ ବିଶ୍ଲେଷଣ ଏତେ ସହଜ କଥା ନୁହେଁ। କିଏ ଶ୍ରେଷ୍ଠ ଚୟନ କରିବା ଏକ କଷ୍ଟକର ଓ ବିବାଦୀୟ ପ୍ରସଙ୍ଗ। ତଥାପି ଏହାରି ଭିତରେ କେହି କେହି ଏପରି ତୁଳନାତ୍ମକ ମନ୍ତବ୍ୟ ଦେବା ନଜରକୁ ଆସିଥାଏ। ଠିକ ଏହିପରି ଭାବେ କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗାମ୍ଭୀର ଏକ ତୁଳନାତ୍ମକ ବିଶ୍ଲେଷଣ ଜରିଆରେ ସଚିନ ତେନ୍ଦୁଲକରଙ୍କୁ ବିରାଟ କୋହଲିଙ୍କ ଠାରୁ ଆଗରେ ରଖିଛନ୍ତି। ତାଙ୍କ କହିବା କଥା ହେଲା ସଚିନ ଯେଉଁପରି ଦୀର୍ଘ ବର୍ଷ ଧରି କ୍ରିକେଟ ପଡ଼ିଆରେ ତିଷ୍ଠି ରହିଲେ ଓ ତାଙ୍କ ସମୟର କ୍ରିକେଟ ନିୟମରେ ସଫଳତା ପାଇଲେ ତାହା ବର୍ତ୍ତମାନର ସ୍ଥିତି ଠାରୁ ନିଆରା। ତେଣୁ ତାଙ୍କ ବିଚାରରେ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମାନ କୋହଲିଙ୍କ ଠାରୁ ସଚିନ ଆଗରେ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଲଦାଖ ସୀମାରେ ଉତ୍ତେଜନା: ପହଞ୍ଚିଲେ ସ୍ଥଳସେନା ମୁଖ୍ୟ
ଲଦାଖ ସୀମାରେ ଚୀନ ପକ୍ଷରୁ ଅଧିକ ସେନା ମୁତୟନକୁ ନେଇ ଉତ୍ତେଜନା ବଢ଼ିଛି। ଫଳରେ ଶୁକ୍ରବାରଠାରୁ ସ୍ଥଳସେନା ମୁଖ୍ୟ ଏମ ଏମ ନର୍ଭାଣେ ଲଦାଖ ଗସ୍ତ କରି ସେଠାରେ ସ୍ଥିତି ସମୀକ୍ଷା କରୁଛନ୍ତି। ଦିନକ ପୂର୍ବରୁ କେନ୍ଦ୍ର ସରକାର ସୀମାନ୍ତ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି କହିବା ପରେ ନର୍ଭାଣେଙ୍କ ଲଦାଖ ଗସ୍ତ କେଉଁଠି ନା କେଉଁଠି ବିପଦ ଥିବାର ଆଶଙ୍କା ବଢ଼ାଇ ଦେଇଛି। ଯଦିଓ କୂଟନୈତିକ ସ୍ତରରେ ବୁଝାମଣା ପାଇଁ ଉଦ୍ୟମ ଚାଲିଛି ତଥାପି ଭାରତ ମଧ୍ୟ ଅଧିକ ସଂଖ୍ୟାରେ ସେନାବାହିନୀକୁ ଲଦାଖ ସୀମାକୁ ପଠାଇବା ଆରମ୍ଭ କରିଥିବା ସୂଚନା ମିଳିଛି। ନର୍ଭାଣେ ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ୱାଇ କେ ଯୋଶୀ, ଲେହ ସ୍ଥିତ ୧୪ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହଙ୍କ ସହ ମଧ୍ୟ ଉପୁଜିଥିବା ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ଫଟୋ ଗ୍ୟାଲେରୀ

ପାକିସ୍ତାନରେ ହିନ୍ଦୁ ଯୁବତୀ ନିର୍ଯାତନାର ଶିକାର
ଧର୍ମ ବଦଳାଇବାକୁ ନେଇ ପାକିସ୍ତାନରେ ସବୁକିଛି କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ନିଆଯାଇ ଜୋର ଜବଦରଦସ୍ତ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି। ଏହାକୁ ନେଇ ସିନ୍ଧ ପ୍ରଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ କହିବାନୁସାରେ ତବଲିଗି ଜମାତ ସେମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି। ଯଦି ସେମାନେ ଏହି କଥାରେ ସହମତି ପ୍ରକାଶ କରୁ ନାହାନ୍ତି, ତେବେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି ଓ ସେମାନଙ୍କ ଘରଦ୍ବାର ନଷ୍ଟ କରି ଦିଆଯାଉଛି। ଏପରିକି ଧର୍ମ ପରିବର୍ତ୍ତନ କରିବାକୁ ମନା କରିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ସେମାନେ କହିଛନ୍ତି।
ଫଳିଲା ଶରଦଙ୍କ ପରିଶ୍ରମ: ଦିନକୁ ୫୦ ଟଙ୍କା ରୋଜଗାରରୁ ଏବେ ଦୁଇଟି ରେସ୍ତୋରାଁର ମାଲିକ
‘ତାରକ ମେହତା କା ଉଲଟା ଚଷମା’ ଚର୍ଚ୍ଚିତ କମେଡି ଶୋ ମଧ୍ୟରେ ଅନ୍ୟତମ। ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ପ୍ରତ୍ୟେକ ଚରିତ୍ର ନିଜ ଅଭିନୟକୁ ନିଖୁଣ ଭାବେ ଫୁଟାଉଛନ୍ତି। ଏଥିରେ ଅବଦୁଲ ଚରିତ୍ରରେ ଅଭିନୟ କରିଥିବା ଶରଦ ସାଙ୍କଲା ଅଭିନୟ ଜଗତରେ ପାଦ ରଖିବାର ୨୫ ବର୍ଷରୁ ଅଧିକ ସମୟ ବିତି ଗଲାଣି। ମିଡିଆ ରିପୋର୍ଟ ମୁତାବକ ଶରଦ ଇତିମଧ୍ୟରେ ୩୫ରୁ ଅଧିକ ଫିଲ୍ମ ଓ ଅନେକ ଗୁଡ଼ିଏ ଟିଭି ଶୋ’ରେ କାମ କରିସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ପରିଚୟ ହାସଲ କରିବା ପାଇଁ ଶରଦଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଶରଦଙ୍କ ପ୍ରଥମ ରୋଜଗାର ମାତ୍ର ୫୦ ଟଙ୍କା ଥିଲା। କିନ୍ତୁ ଏବେ ସେ ୨ଟି ରେସ୍ତୋରାଁର ମାଲିକ ଅଟନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଘରୋଇ ଉପାୟ ଆପଣାଇ ଚମକାନ୍ତୁ ହଳଦିଆ ପଡ଼ିଯାଇଥିବା ଦାନ୍ତ
କେବଳ ଖାଦ୍ୟ ଚୋବାଇବାରେ ନୁହେଁ , ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଦାନ୍ତ ସାହାଯ୍ୟ କରିଥାଏ କିନ୍ତୁ ସିଗାରେଟ୍, ମଦ, ଅଧିକ ମିଠା ଖାଦ୍ୟ, ବ୍ରଶ୍ ନ କରି ଖାଦ୍ୟ ଖାଇବା, ଦାନ୍ତକୁ ଠିକ ଭାବେ ସଫା ନ କରିବା ଓ ଖରାପ ଖାଦ୍ୟପେୟ ପାଇଁ ଏହା ହଳଦିଆ ପଡ଼ି ଯାଇଥାଏ। ଫଳରେ ହସିବା ବେଳେ ଆପଣ ଲଜ୍ଜା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ଲୋକେ ରସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ଫଳରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ। କେତେକ ଲୋକ ଏଥିପାଇଁ କେବଳ ଟୁଥପେଷ୍ଟ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଏହା କୌଣସି ପ୍ରଭାବ ପକାଏ ନାହିଁ। ଯଦି ଆପଣ ମଧ୍ୟ ଦାନ୍ତର ହଳଦିଆ ପଣ ଦୂର କରିବାକୁ ଚାହୁଛନ୍ତି ତେବେ କେତେକ ଘରୋଇ ଉପାୟ ଅବଲମ୍ବନ କରିପାରିବେ। ଯାହାଫଳରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ।